Skip to main content

ଭାରତର ଚନ୍ଦ୍ରଯାନ-2ର ହେବ ଉତକ୍ଷେପଣ

ଭାରତର ଦ୍ବିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-2 ଚଳିତ ବର୍ଷ ଜୁଲାଇ ମାସରେ ଉତକ୍ଷେପଣ ହେବାର ଯୋଜନା କରାଯାଇଛି । ଏହି ଯାନରେ ଦେଶର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଦ୍ବାରା ବିକଶିତ 13ଟି ପେଲୋଡ ଚନ୍ଦ୍ର ପୃଷ୍ଠକୁ ଯାଇ ତଥ୍ୟ ସଂଗ୍ରହ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ କହିଛି । ଏହି ଚନ୍ଦ୍ରଯାନରେ 3.8 ଟନ ବିଶିଷ୍ଟ ତିନୋଟି ମଡ୍ୟୁଲ ଯଥା ଓରବିଟର, ଲ୍ୟାଣ୍ତର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ଯିବ।ଏହି ମିଶନ ପୃଥିବୀ ଠାରୁ ଚନ୍ଦ୍ରର ଦୂରତାକୁ ମାପିବ । ଇସ୍ରୋ ଅନୁଯାୟୀ ଏହି ସମସ୍ତ ମଡ୍ୟୁଲ ଜୁଲାଇରେ ଚନ୍ଦ୍ରଯାନ-2ର ଉତକ୍ଷେପଣ ପାଇଁ ପ୍ରସ୍ତୁତ ଅଛି ଏବଂ ଏହା ସେପ୍ଟେମ୍ବର 6 ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଓରବିଟର ଚନ୍ଦ୍ରପୃଷ୍ଠର 100 କିଲୋମିଟର ବ୍ୟବଧାନର କକ୍ଷପଥରେ ପରିକ୍ରମା କରିବ ଏବଂ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ତଥା ପ୍ରଜ୍ଞାନ ଚନ୍ଦ୍ର ସଂପର୍କରେ ତଥ୍ୟ ଏବଂ ଜ୍ଞାନ ଆହରଣ କରିବ ।


ଚନ୍ଦ୍ରଯାନ-1 ଅପାର ସଫଳତା ହାସଲ କରିଥିଲା ଏବଂ ଏହା ଚନ୍ଦ୍ରରେ ଜଳ ଥିବାର ଅନ୍ବେଷଣ କରିଥିଲା । ଏଥିରେ ମୋଟ 5ଟି ବିଦେଶି ପେଲୋଡ ରହିଥିଲା । ସେଥିମଧ୍ୟରୁ ତିନୋଟି ୟୁରୋପର ହୋଇଥିବାବେଳେ ଦୁଇଟି ଆମେରିକାର ଥିଲା । ଚନ୍ଦ୍ରଯାନ-2 ହେଉଛି ଅତ୍ୟନ୍ତ ଉଚ୍ଚ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ମିଶନ ।


ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ଯେ ବିକ୍ରମ ସେପ୍ଟେମ୍ବର 6 ତାରିଖ ସୁଦ୍ଧା ଚନ୍ଦ୍ରର ଆଖପାଖରେ ପରିକ୍ରମା କରିବ ଏବଂ ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ଏହାର ଭୂମି ସଂପର୍କରେ ତର୍ଜମା କରିବ । ପ୍ରଜ୍ଞାନ ତନ୍ଦ୍ରପୃଷ୍ଠର 300ରୁ 400 ମିଟର ମଧ୍ୟରେ ପରିକ୍ରମା କରିବ । ପ୍ରଜ୍ଞାନ ସେଠାରେ 14ଟି ପୃଥିବୀ ଦିବସ ଅତିବାହିତ କରି ଚନ୍ଦ୍ର ସଂପର୍କରେ ବିଭିନ୍ନ ବୈଜ୍ଞାନିକ ତଥ୍ୟ ହାସଲ କରିବ । ରୋଭର ଚନ୍ଦ୍ରପୃଷ୍ଠରେ କଣ ସବୁ ରହିଛି ସେସଂପର୍କରେ ତଥ୍ୟ ସଂଗ୍ରହ କରି ପୃଥିବୀକୁ 15 ମିନିଟରେ ଫଟୋ ପ୍ରେରଣ କରିବ । 3800 କିଲୋଗ୍ରାମ ଚନ୍ଦ୍ରଯାନ ଚନ୍ଦ୍ରର 100 କିଲୋମିଟର ବ୍ୟବଧାନରେ ରହି ଏହାର ପ୍ରଦକ୍ଷଣ କରିବ ।


ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଚନ୍ଦ୍ରଯାନ-2 ସବୁଠୁ ଗୁରୁତ୍ବପୂର୍ଣ୍ଣ ମିଶନ । ଏହା ଚନ୍ଦ୍ରଯାନ-1 ଠାରୁ ମଧ୍ୟ ଅଧିକ ଦକ୍ଷତାଶୀଳ ଏବଂ ଅତ୍ୟାଧୁନିକ । ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଯାହାକି ଆଜିଯାଏଁ କୌଣସି ମିଶନ କରିନାହାନ୍ତି ବା ସେଠାରେ ପହଞ୍ଚି ନାହାନ୍ତି । ଚନ୍ଦ୍ରଯାନ-1ରେ 11ଟି ପେଲୋଡ ଥିଲା ଯେଉଁଥିରେ 5ଟି ଭାରତର, ତିନୋଟି ୟୁରୋପର, ଦୁଇଟି ଆମେରିକାର ଏବଂ ଗୋଟିଏ ବୁଲଗେରିଆର। ଚନ୍ଦ୍ରଯାନ-1ର ସବୁଠୁ ବଡ ସଫଳତା ଥିଲା ଯେ ଏହା ଚନ୍ଦ୍ରରେ ଜଳ ଥିବାର ଅନ୍ବେଷଣ କରିଥିଲା ।


ଭାରତ ଯଦି ସଫଳତାର ସହିତ ଚନ୍ଦ୍ରଯାନ-2କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଏ ତେବେ ଏପରି କରିବାରେ ଏହା ବିଶ୍ବର ଚତୁର୍ଥ ଦେଶ ହେବ । ରୁଷ, ଆମେରିକା ଏବଂ ଚୀନ ଏହା ପୂର୍ବରୁ ସଫଳତାର ସହିତ ଏହି ମିଶନ ସଂପନ୍ନ କରିଛନ୍ତି ଯେତେବେଳେକି ଇସ୍ରାଏଲ ଏପ୍ରିଲ 12 ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାର ମିଶନରେ ବିଫଳ ହୋଇଛି । ଭାରତର ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଯାହାକି ଏପର୍ଯ୍ୟନ୍ତ କୌଣସି ଦେଶ ସକ୍ଷମ ହୋଇନାହିଁ କେବଳ ଚୀନ ଏଥିପାଇଁ ଚେଷ୍ଟା କରିଛି । ଜାନୁୟାରୀ ମାସରେ ଚୀନର ଚନ୍ଦ୍ରଯାନ ଚନ୍ଦ୍ରର ବିପରିତ ଭାଗ ଅର୍ଥାତ କଳା ଭାଗରେ ପହଞ୍ଚିଥିଲା ଯାହାକି ପୃଥିବୀ ପାଇଁ ଏପର୍ଯ୍ୟନ୍ତ ଅଜଣା ରହିଛି ।

ଦନ୍ଦ୍ରଯାନ-2ର ସଫଳତା ଇସ୍ରୋର ଆଉଏକ ସଫଳତାର ଗାଥା ବହନ କରିବ ଏବଂ ଏହା ମହାକାଶ ଉତକ୍ଷେପଣ କ୍ଷେତ୍ରରେ ନିଜର ଅନନ୍ୟ ପ୍ରଭାବ ବିସ୍ତାରକୁ ପ୍ରମାଣିତ କରିବ।

ମୂଳ ଲେଖା : ଯୋଗେଶ ସୁଦ

ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...