Skip to main content

Posts

Showing posts from November, 2020

ଉତ୍ସାହ ଉଦ୍ଦୀପନାରେ ଭରିଯିବା ପାଇଁ ଦେଶବସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆକାଶବାଣୀରେ ମାସିକ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମର ଅଷ୍ଟାଦଶ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟଙ୍କ ଏକ ଖୁସି ଖବର ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତେ ଜାଣି ଗର୍ବିତ ହେବେ ଯେ ଦେବୀ ଅନ୍ନପୂର୍ଣ୍ଣାଙ୍କର ଏକ ବହୁ ପୁରୁଣା ପ୍ରତିମା କାନାଡାରୁ ଭାରତକୁ ଫେରୁଛି । ଏହି ପ୍ରତିମା ବାରାଣାସୀର ଏକ ମନ୍ଦିରରୁ ପ୍ରାୟ ଶହେ ବର୍ଷ ପୂର୍ବେ ଚୋରି ହୋଇ ଯାଇଥିଲା । କୌଣସି ସ୍ଥାନରୁ 1913 ମସିହାରେ ଚୋରା ଚାଲାଣ କରାଯାଇଥିଲା । ଶ୍ରୀ ମୋଦୀ କାନାଡା ସରକାରଙ୍କୁ ଏହି ମହାନ ସହୃଦୟତା ପାଇଁ କୃତଜ୍ଞତା ଜଣାଇଥିଲେ । କାଶୀ ସହ ମାତା ଅନ୍ନପୂର୍ଣ୍ଣାଙ୍କର ବିଶେଷ ସମ୍ପର୍କ ରହିଛି । ତାଙ୍କ ପ୍ରତିମା ଫେରିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦପ୍ରଦ । । ପ୍ରଧାନମନ୍ତ୍ରୀ କହିଛନ୍ତି, 12 ନଭେମ୍ବରରେ ଡକ୍ଟର ସଲିମ ଅଲି ଜୀଙ୍କର 125 ତମ ଜନ୍ମ ବାର୍ଷିକୀ ପାଳନ ଆରମ୍ଭ ହୋଇଛି । ପକ୍ଷୀ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ଡକ୍ଟର ସଲିମ ଚମତ୍କାର କାର୍ଯ୍ୟ କରିଛନ୍ତି । ଏହା ଭାରତର ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଆକର୍ଷିତ କରିଛି । ଭାରତରେ ଅନେକ ପକ୍ଷୀ ପର୍ଯ୍ୟବେକ୍ଷକ ଗୋଷ୍ଠୀ ସକ୍ରିୟ ଅଛନ୍ତି । ଏହି ବିଷୟ ସହିତ ନିଜକୁ ଯୋଡ଼ିବାକୁ ଶ୍ରୀ ମୋଦୀ ଲୋକଙ୍କୁ ଉତ୍ସାହିତ କରିଛନ୍ତି । ଜୀବନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ, ନିକଟରେ କେଭାଡିଆଠାରେ ପକ୍ଷୀଙ୍କ ସହିତ ସମୟ ବିତାଇବା ପାଇଁ ଏକ ସ୍ମରଣୀୟ ସୁଯୋଗ...

ଭାରତ ଏବଂ ବହାରେନ ମଧ୍ୟରେ ଦ୍ଵିପକ୍ଷୀୟ ସଂପର୍କ ସୁଦୃଢ ପଥରେ

ଭାରତ ବହାରେନ ସହିତ ଐତିହାସିକ ସମ୍ପର୍କ, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଲୋକ-ଲୋକଙ୍କ ସମ୍ପର୍କ ଉପରେ ଆଧାର କରି ଦୃଢ ବାଣିଜ୍ୟିକ, ରଣନୀତିକ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଛି | ଯଦିଓ ବହାରେନ କ୍ଷେତ୍ରଫଳ ଦୃଷ୍ଟିରୁ ଏକ ଛୋଟ ଦେଶ କିନ୍ତୁ ଉପସାଗରର ଦକ୍ଷିଣ-ପଶ୍ଚିମରେ ରଣନୀତିଗତ ଭାବରେ ଅବସ୍ଥିତ ଏହି ରାଜ୍ୟ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ପାଇଁ ଗୁରୁତ୍ଵପୂର୍ଣ୍ଣ | ବହାରେନ ମଧ୍ୟ ଆରବ ଉପସାଗରୀୟ ଅଞ୍ଚଳରେ ବିକାଶ ନମୁନାର ଅଗ୍ରଦୂତ ଅଟେ। ଭାରତ ସର୍ବଦା ବହାରେନ ସହିତ କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଛି | ପେଟ୍ରୋଲିୟମ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟତୀତ ଏହି ଦେଶରେ ପ୍ରାୟ 300,000 ପ୍ରବାସୀ ଭାରତୀୟ ରହିଛନ୍ତି ଯେଉଁମାନେ ଏଠାକାର ଆର୍ଥିକ ବିକାଶରେ ସହଯୋଗ କରିଛନ୍ତି ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହିତ ଆନ୍ତରିକ ସମ୍ପର୍କ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଉଚ୍ଚତାରେ ପହଞ୍ଚିଛି ଏବଂ ସେ ଅଗଷ୍ଟ 2019 ରେ ଏହି ଦେଶ ଗସ୍ତରେ ଆସିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଭାରତ ଏବଂ ବହାରେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରୟାସକୁ ସ୍ୱୀକୃତି ଦେଇ ପ୍ରଧାନମନ୍ତ୍ରୀଙ୍କୁ ରାଜା ହେମାଦ୍ ବିନ୍ ଇସା ଅଲ-ଖଲିଫା ତାଙ୍କୁ ବହାରେନ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ । ଏ...

ବୈଷୟିକ ବିପ୍ଳବ ଦିଗରେ ଭାରତର ନୀତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଙ୍ଗାରକାମ୍ଳ ବିହୀନ ଶକ୍ତି ବିକାଶ ପାଇଁ ଭାରତର ପ୍ରସ୍ତୁତିକୁ ବର୍ଣ୍ଣନା କରିଛନ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଦେଶକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଆକଳନ କରିଛନ୍ତି । ଅକ୍ଷୟ ଶକ୍ତି, RE-INVEST 2020 ଉପରେ ବିଶ୍ବସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଶକ୍ତି ଭଣ୍ଡାରରେ ଅକ୍ଷୟ ଶକ୍ତିର ଅଂଶ ବଢ଼ାଇବାରେ ଭାରତର ଅଗ୍ରଗତି ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ବିଗତ ଛଅ ବର୍ଷ ମଧ୍ୟରେ ଭାରତ ଏକ ଅନନ୍ୟ ଯାତ୍ରା କରିଛି । ଆମେ ଆମର କ୍ଷମତା ଏବଂ ନେଟୱାର୍କକୁ ପ୍ରସାରିତ କରୁଛୁ ଯେପରି ଭାରତର ପ୍ରତ୍ୟେକ ନାଗରିକ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ ପାଇଁ ବିଦ୍ୟୁତ୍ ସୁବିଧା ପାଇପାରିବେ । ଏଥି ସହିତ, ଆମେ ଅକ୍ଷୟ ଉତ୍ସ ମାଧ୍ୟମରେ ଶକ୍ତି ଉତ୍ପାଦନକୁ କ୍ଷୀପ୍ରଗତିରେ ଆଗେଇ ନେଉଛୁ ବୋଲି ଶ୍ରୀ ମୋଦୀ ତାଙ୍କ ଭର୍ଚୁଆଲ୍ ଉଦ୍‌ବୋଧନରେ କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ନେଦରଲ୍ୟାଣ୍ଡର ପ୍ରିମିୟର ମାର୍କ ରୁଟେ ମଧ୍ୟ ଥିଲେ। ଭର୍ଚୁଆଲ ପ୍ଲାଟଫର୍ମରେ ତିନି ଦିନିଆ କାର୍ଯ୍ୟକ୍ରମ “ସ୍ଥାୟୀ ଶକ୍ତି ପରିବର୍ତ୍ତନ ପାଇଁ ନ​‌େ​‌ବାନ୍ମେଷ” ର ଲକ୍ଷ୍ୟ ହେଉଛି ନବୀକରଣ ଯୋଗ୍ୟ ଶକ୍ତିର ବିକାଶ ଏବଂ ନିୟୋଜନକୁ ବ୍ୟାପକ କରିବା ଏବଂ ବିଶ୍ୱ ପୁଞ...

2020 ଆଫଗାନିସ୍ତାନ ସମ୍ମିଳନୀରେ ଭାରତ ଏହାର ବିକାଶ ସହାୟତା ନେଇ ଅବଗତ କରାଇଛି   

ଜେନେଭାରେ ଚଳିତ ସପ୍ତାହରେ ଭର୍ଚୁଆଲ ଭାବରେ "2020 ଆଫଗାନିସ୍ତାନ ସମ୍ମିଳନୀ" ର ଆୟୋଜନ କରାଯାଇଥିଲା | ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ ଜୟଶଙ୍କର ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିଥିଲେ | ମିଳିତ ଜାତିସଂଘ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ ଏବଂ ଫିନଲ୍ୟାଣ୍ଡ ସରକାର ମିଳିତ ଭାବରେ ଏହି ସମ୍ମିଳନୀର ଆୟୋଜନ କରିଥିଲେ । 2015-2024 ର ପରିବର୍ତ୍ତନଶୀଳ ଦଶନ୍ଧିର ଦ୍ୱିତୀୟାର୍ଦ୍ଧରେ ଆଫଗାନିସ୍ତାନ ପ୍ରତି ଆନ୍ତର୍ଜାତୀୟ ସମ୍ପ୍ରଦାୟର ପ୍ରତିବଦ୍ଧତାକୁ ଜାହିର କରିବା ଥିଲା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ | ​ ଆଫଗାନିସ୍ତାନରେ ‘ଶତୂତ’ ବନ୍ଧ ନିର୍ମାଣ କରିବା ପାଇଁ ଭାରତ ଆଫଗାନିସ୍ତାନ ସହ ସମ୍ପ୍ରତ୍ତି ଏକ ଚୁକ୍ତି କରିଥିବା ନେଇ ଭାରତର ବୈଦେଶିକ ମନ୍ତ୍ରୀ ଘୋଷଣା କରିଛନ୍ତି, ଯଦ୍ୱାରା କାବୁଲ ସହରର 2 ନିୟୁତ ବାସିନ୍ଦାଙ୍କୁ ସ୍ବଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରାଯାଇପାରିବ | ଏହା ପୂର୍ବରୁ ଭାରତ 202 କିଲୋମିଟର ଫୁଲ-ଇ-ଖୁମ୍ରି ଟ୍ରାନ୍ସମିସନ ଲାଇନ ନିର୍ମାଣ କରିଥିଲା ​​ଯାହା କାବୁଲ ସହରକୁ ବିଦ୍ୟୁତ ଯୋଗାଇଥାଏ। ଡକ୍ଟର ଜୟଶଙ୍କର ମଧ୍ୟ ଆଫଗାନିସ୍ତାନରେ ଉଚ୍ଚ ପ୍ରଭାବଶାଳୀ ବିକାଶ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି, ଯେଉଁଥିରେ ଆଫଗାନିସ୍ତାନରେ ଭାରତ 80 ମିଲିୟନ ଆମେରିକୀୟ ଡଲାର ମୂଲ୍ୟର 100 ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିବ...

କୋଭିଡ-19ର ମୁକାବିଲା ପାଇଁ ସମନ୍ଵିତ ପ୍ରୟାସ  କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ    

ଦେଶରେ କରୋନା ମହାମାରୀ (କୋଭିଡ-19) ଯୋଗୁଁ ଉପୁଜିଥିବା ସାଂପ୍ରତିକ ସ୍ଥିତି , ଏହାର ମୁକାବିଲା ଜନିତ ଅଧିକ ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ସର୍ବାଧିକ ପ୍ରଭାବିତ ଆଠଟି ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବିଶେଷ ଧ୍ୟାନ ଦିଆଯାଇ ଆଲୋଚନା ହୋଇଥିଲା । ଏହି ରାଜ୍ୟଗୁଡ଼ିକ ହେଉଛି ହରିୟାଣା, ଦିଲ୍ଲୀ, ଛତିଶଗଡ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ଏବଂ ପଶ୍ଚିମବଙ୍ଗ । ଏହି ବୈଠକରେ କୋଭିଡ -19 ଟିକାର ଯୋଗାଣ, ଆବଣ୍ଟନ ଏବଂ ପରିଚାଳନା ପଦ୍ଧତି ଉପରେ ମୂଖ୍ୟତଃ ଆଲୋଚନା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମନ୍ଵିତ ପ୍ରୟାସ ଦ୍ଵାରା ଦେଶ ମହାମାରୀର ସମ୍ମୁଖୀନ ହୋଇଛି ଏବଂ ଏହା ଫଳରେ ଦେଶରେ ଉଭୟ ଆରୋଗ୍ୟଲାଭ ହାର ଏବଂ ମୃତ୍ୟୁ ହାର ବିଶ୍ଵର ଅଧିକାଂଶ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି | ସେ କହିଥିଲେ ଯେ ଦେଶରେ କରୋନାର ପରୀକ୍ଷଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସମ୍ପ୍ରସାରଣ କରିବାକୁ ପଡିବ ଏବଂ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର ଉପଲବ୍ଧ କରାଇବା ପାଇଁ ପିଏମ କେୟାର ପାଣ୍ଠି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି...

ରାଜନୈତିକ ଅବରୋଧ ଦିଗରେ ପାକିସ୍ତାନ

ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ୍ ସେଣ୍ଟର (ଏନସିଓସି) ତରଫରୁ ସାରା ଦେଶରେ ରାଜନୈତିକ ସମାବେଶ ଉପରେ ପ୍ରତିବନ୍ଧକ ଘୋଷଣା କରି ଏହାକୁ କରୋନୋଭାଇରସର ଦ୍ୱିତୀୟ ତରଙ୍ଗ ବିସ୍ତାର ପାଇଁ ଏକ ଆବଶ୍ୟକତା ବୋଲି କହିଥିଲେ। ଇସଲାମାବାଦ ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କରୋନୋଭାଇରସ୍ ସଙ୍କଟ ସମୟରେ କୋଭିଡ -19 ଉପରେ ଏନସିଓସି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଏବଂ ଏହାର ନିଷ୍ପତ୍ତି ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେବେ, ଏହି ନିଷେଧାଦେଶର ପ୍ରକୃତ କାରଣ ହେଉଛି '11 ବିରୋଧୀ ଦଳ, ପିପୁଲ୍ସ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ) ସଂଘର୍ଷ ଦ୍ଵାରା ଯୋଜନା କରାଯାଇଥିବା ପ୍ରମୁଖ ଶକ୍ତି ପ୍ରଦର୍ଶନକୁ ରୋକିବା ଑ ପିଡିଏମ ପକ୍ଷରୁ କୁହାଯାଇଛି ଯେ ସରକାର କରୋନା ଆଳରେ ବିରୋଧୀ ଦଳର ବିରୋଧକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ ନିଷେଧାଦେଶକୁ ଖଣ୍ଡନ କରି ପିଡିଏମ୍ ଖାଇବର ପାଖ୍ଟନଖୱା ପ୍ରଦେଶର ମାନସେରା ଠାରେ ଏକ ବିଶାଳ ସମାବେଶ ଆୟୋଜନ କରିବ ପେଶୱାର ପ୍ରଶାସନ ଏହି ରାଲି କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ ମଧ୍ୟ ବିରୋଧୀ ପିଟିଆଇ ପେଶୱାରରେ ଆଉ ଏକ ସମାବେଶ କରିବାକୁ ପ୍ରସ୍ତୁତ ହେଉଛି। ପିଡିଏମ ମଧ୍ୟ 26 ନଭେମ୍ବରରେ ଲାର୍କାନା, 30 ନଭେମ୍ବରରେ ମୁଲତାନ ଏବଂ 13 ଡିସ...

ରିୟାଦ ଜି-20 ବାର୍ଷିକ ସମ୍ମିଳନୀ

ସପ୍ତାହ ଶେଷରେ ସାଉଦି ଆରବ ଦ୍ବାରା ଆୟୋଜିତ ହୋଇଥିବା ପଞ୍ଚଦଶ ଜି -20 ବାର୍ଷିକ ସମ୍ମିଳନୀ ଯଥାର୍ଥରେ ପ୍ରମାଣିତ କରିଛି ଯେ ବର୍ତ୍ତମାନର ଆହ୍ବାନକୁ ଦୂରକରିବା ଏବଂ ଏକବିଂଶ ଶତାବ୍ଦୀର ସୁଯୋଗ ହାସଲ କରିବା ପାଇଁ ସଶକ୍ତ ଜନସମାଜ ଗଠନ ସହିତ ବିଶ୍ବରେ ସୁରକ୍ଷିତ ତଥା ସମ୍ଭାବନାର ନୂତନ ସରହଦ ସର୍ଜନା ପାଇଁ ସମନ୍ୱିତ ବିଶ୍ୱସ୍ତରୀୟ କାର୍ଯ୍ୟ, ଏକତା ଏବଂ ବହୁପକ୍ଷୀୟ ସହଯୋଗ ଆଜି ଏକାନ୍ତ ଆବଶ୍ୟକ । କୋଭିଡ -19 ମହାମାରୀ ହେତୁ ଏହି ସମ୍ମିଳନୀ ଏକ ଭର୍ଚୁଆଲ ଫର୍ମାଟରେ ଅନୁଷ୍ଠିତ ହୋଇଯାଇଛି । ଜି-20 ନେତାମାନେ ଚଳିତ ବର୍ଷ ମାର୍ଚ୍ଚରେ ଜି-20 ଅସାଧାରଣ ସମ୍ମିଳନୀ ପରଠାରୁ ସଦସ୍ୟମାନଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟକୁ ସ୍ୱାଗତ କରିଥିଲେ ଏବଂ ନିରାପଦ ତଥା ପ୍ରଭାବଶାଳୀ COVID-19 ନିଦାନ, ଚିକିତ୍ସା ଏବଂ ଟିକାର ଅନୁସନ୍ଧାନ, ବିକାଶ, ଉତ୍ପାଦନ ଏବଂ ବିତରଣକୁ ତ୍ବରାନ୍ବିତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆର୍ଥିକ ଆବଶ୍ୟକତାକୁ ତୁରନ୍ତ ସମାଧାନ କରିବା ପାଇଁ ଉତ୍ସ ସନ୍ଧାନ କରିଥିଲେ । ଭାରତ ଭଳି ବିକାଶଶୀଳ ଦେଶ ଓ ଜି-20 ସଦସ୍ୟଙ୍କ ସୁଲଭ ଏବଂ ସମାନ ଟୀକାକରଣ ସୁବିଧା ପାଇବା ପାଇଁ ସମ୍ମିଳନୀର ସର୍ତ୍ତମୂଳକ ଅନୁମୋଦନ ଲାଭ କଲା, ଯାହାଦ୍ବାରା COVAX ଭଳି ଟୀକାକରଣର ବୌଦ୍ଧିକ, ସ୍ବେଚ୍ଛାକୃତ ଓ ସମନ୍ବିତ ଉଦ୍ୟମର ଦ୍ବାର ଉନ୍ମୁକ୍ତ ରହିଲା । ସମ୍ମିଳନୀ ସ୍ବୀକାର କରିଛି ଯେ ବୈାଦ୍ଧିକ ସମ୍ପତ୍ତି ଅଧିକାରକୁ ଗ୍ରହଣ କ...

ସହରାଞ୍ଚଳରେ ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ଵ

କୋଭିଡ -19 ପରବର୍ତି ବିଶ୍ୱରେ ଭାରତ କିଛି ଦେଶ ମଧ୍ୟରେ ରହିବ ଯାହା ଆର୍ଥିକ ଅଭିବୃଦ୍ଧିର ଏକ ଉଜ୍ଜ୍ୱଳ ଉଦାହରଣ ହେବ। ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ବିଷୟରେ ଅନେକ ଆଶାବାଦୀ ଆକଳନ କରାଯାଉଛି। ତୃତୀୟ ବାର୍ଷିକ ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ନିବେଶକମାନଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ ଏହି ଦୃଷ୍ଟିକୋଣରୁ ଦେଖାଯିବା ଆବଶ୍ୟକ। ପ୍ରକୃତରେ, ଏକ ଜୀବନ୍ତ ଗଣତନ୍ତ୍ର, ଏକ ବ୍ୟବସାୟିକ ଅନୁକୂଳ ବାତାବରଣ, ବିଶାଳ ବଜାର ଏବଂ ବ୍ୟବସାୟ-ସମର୍ଥକ ସରକାର ଥିବା ଭାରତ ନିବେଶକାରୀମାନଙ୍କ ପାଇଁ ଏକ ଉପଯୁକ୍ତ ଅବସର | ଗତିଶୀଳତା, ସହରୀକରଣ କିମ୍ବା ନବସୃଜନ ପ୍ରସଙ୍ଗ କ୍ଷେତ୍ରରେ ନିବେଶକମାନଙ୍କୁ ଭାରତ ରୋମାଞ୍ଚକର ସୁଯୋଗ ପ୍ରଦାନ କରେ | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାରି ରହିଥିବା ମହାମାରୀ ବିଶ୍ଵକୁ ଦର୍ଶାଇଛି ଯେ ସହରଗୁଡିକ ମଧ୍ୟ ଅଭିବୃଦ୍ଧି ବାହକ ଅଟେ। ତଥାପି, କୋଭିଡ୍ -19 ର ନକାରାତ୍ମକତାକୁ ଅଧିକ ଅନୁଧ୍ୟାନ ନକରି, ମହାମାରୀକୁ ଏକ ସୂଯୋଗ ଭାବେ ଗ୍ରହଣ କଲେ ବିକାଶକୁ ପୁନଃ ହାସଲ କରାଯାଇ ପାରିବ | ନିଃସନ୍ଦେହରେ, କୋଭିଡ୍ -19 ଦ୍ଵାରା ସୃଷ୍ଟି ହୋଇଥିବା ମହାମାରୀ ସମଗ୍ର ବିଶ୍ୱରେ ସମାବେଶ, କ୍ରୀଡା ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ତଥା ଶିକ୍ଷା ଉପରେ ବିପଦ ସୃଷ୍ଟି କରିଛି। ଆଜି, ସେମାନେ ପୂର୍ବ-କୋଭିଡ୍ -19 ପରିସ୍ଥିତିରେ ଥିବା ପରି ସମାନ ନୁହଁନ୍ତି ...

ବୈଷୟିକ ଜ୍ଞାନକୌଶଳ ପରିଚାଳିତ ଭବିଷ୍ୟତ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ; ସମସ୍ତଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶାସନରେ ଟେକ୍ନୋଲୋଜିକୁ ଏକୀଭୂତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛି । ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳ ଦ୍ବାରା ଆମର ଯୋଜନାସବୁ ଫାଇଲ ଭିତରୁ ବାହାରି ଦ୍ରୁତ ଗତିରେ ଏବଂ ଏକ ବୃହତ ସ୍ତରରେ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି । ସରକାର ସମସ୍ତ ଯୋଜନା​‌େ​‌ର ପ୍ରଯୁକ୍ତିବିଦ୍ୟାକୁ ଏକ ପ୍ରମୁଖ ଅଂଶ କରିଛନ୍ତି ଏବଂ ଏହାର ମଡେଲକୁ ଏକ ‘ଟେକ୍-ପ୍ରଥମ’ ଆଭିମୁଖ୍ୟରେ ନିର୍ମାଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ଉପଯୋଗର ପରିମାଣ ଯେଉଁ ଭାବରେ ହୋଇଛି ତାହା ଏକ ଦଶନ୍ଧି ମଧ୍ୟରେ ହୋଇ ପାରି ନ ଥିଲା । ଆମେ ବର୍ତ୍ତମାନ ସୂଚନା ଯୁଗର ମଧ୍ୟ ଭାଗରେ ଅଛୁ, ଯେଉଁଠାରେ ଏହି ଧାରାର ପରିବର୍ତ୍ତନ ବ୍ୟାଘାତ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଳ୍ପ ସମୟ ମଧ୍ୟରେ ବହୁଳଭାବରେ COVID-19 ଭୂତାଣୁ ପ୍ରତିରୋଧକ ଟୀକାକରଣ ମଧ୍ୟ ଆମକୁ ଆତ୍ମବିଶ୍ୱାସ ଯୋଗାଇବ । ଦୃଢ଼ ସାଇବର ସୁରକ୍ଷା ସମାଧାନ ପ୍ରସ୍ତୁତ କରିବାରେ ଯୁବକମାନଙ୍କୁ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ଯାହା ଦ୍ବାରା ଭାଇରସ୍‌ ଓ ସାଇବର ଆକ୍ରମଣକୁ ପ୍ରତିହତ କରିହେବ । ଏହି ପ୍ରସଙ୍ଗରେ, ଏହା ଉଲ୍ଲେଖ କରାଯ...

ପାକିସ୍ତାନର  “ଡୋଜିଅର୍ ରଣନୀତି”କୁ ପ୍ରତ୍ୟାଖ୍ୟାନ କରିଛି ଭାରତ  

ଗତ ସପ୍ତାହରେ ପାକିସ୍ତାନ ଭାରତ ବିରୋଧରେ ଅନେକ ହାସ୍ୟାସ୍ପଦ ଅଭିଯୋଗ ଆଣିଥିଲା। ଇସଲାମାବାଦର ମିଥ୍ୟା ପ୍ରଳାପକୁ କେହିହେଲେ ବିଶ୍ଵାସ କରିନାହାନ୍ତି | ବିଭିନ୍ନ ଅଭିଯୋଗ ନେଇ ତଥାକଥିତ “ଡୋଜିଅର୍” ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଏବଂ ଆନ୍ତଃ ସେବା ଜନସମ୍ପର୍କ ବିଭାଗର ମହାନିର୍ଦ୍ଦେଶକ ବାବର ଇଫ୍ଟିଖରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଭାରତ, ଆଫଗାନିସ୍ତାନରୁ ପାକିସ୍ତାନକୁ “ଆତଙ୍କବାଦୀ” ପଠାଇବାର କାର୍ଯ୍ୟରେ ଲିପ୍ତ ରହିଛି ଓ ପାକିସ୍ତାନକୁ ଏହାର “ଅକାଟ୍ୟ ପ୍ରମାଣ” ମିଳିଛି । ପାକିସ୍ତାନ ଏହା ମଧ୍ୟ ବୃଥା ଚେଷ୍ଟା କରିଛି ଯେ ଭାରତ ନିଜକୁ ଆତଙ୍କବାଦର ଶିକାର ବୋଲି କହିବୁଲୁଛି । ଏହାର ସ୍ପଷ୍ଟ ଅର୍ଥ ହେଲା ନିଜେ ଦୋଷୀ ହୋଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା | ବିଗତ ଚାରି ଦଶନ୍ଧି ଧରି ପାକିସ୍ତାନର ଏହି କାର୍ଯ୍ୟକଳାପ ବିଶ୍ୱ ପାଇଁ ଉଦବେଗର କାରଣ ପାଲଟିଛି ! ଫଳସ୍ୱରୂପ, କିଛି ବର୍ଷ ପୂର୍ବରୁ ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରିଦେଇଥିଲା, ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ବିଶ୍ୱସ୍ତରୀୟ ତଦାରଖକାରୀ ଆର୍ଥିକ କ୍ରିୟାନ୍ଵୟନ ଟାସ୍କ ଫୋର୍ସ ଗତ 2 ବର୍ଷ ଧରି ଇସଲାମାବାଦକୁ 'ଗ୍ରେ ତାଲିକାରେ' ରଖିଛି ଏବଂ ପାକିସ୍ତାନ ଅର୍ଥ ହେରଫେର ଓ ଆତଙ୍କବାଦୀ ଅର୍ଥ ଯୋଗାଣ ରୋକିବା ଲାଗି କୌଣସି ନିୟମ ଅନୁପାଳନ କରିନାହିଁ ବୋଲି ଦର୍ଶାଇ ...

ବ୍ରିକ୍ସ ଭର୍ଚୁଆଲ ସମ୍ମିଳନୀ

ଆସନ୍ତା ବର୍ଷ ବ୍ରିକ୍ସ ଏହାର ଘଠନର 15 ବର୍ଷ ପୂରଣ କରିବ | ଏହା ଏତେଟା ସଫଳତା ପାଇନଥିଲେ ମଧ୍ୟ ଏଥିପ୍ରତି ଅଧିକ ଆଶା ପୋଷଣ କରାଯାଇ ପାରେ | ତୃତୀୟ ଥର ପାଇଁ 2021 ମସିହାରେ ଭାରତ ବ୍ରିକ୍ସର ଅଧ୍ୟକ୍ଷ ପଦ ଗ୍ରହଣ କରିବ । ଆନ୍ତର୍ଜାତୀୟ ସଂଗଠନରେ ଭାରତର ସଦସ୍ୟତା , ଗତିବିଧି ଏବଂ ସହଯୋଗ ବିଶ୍ଵ ସ୍ତରରେ ସମ୍ମାନ ଲାଭ କରିଛି । ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ଜାତିସଂଘ ଏବଂ ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନର ସଦସ୍ୟ ହୋଇଛି । ଆସନ୍ତା ବର୍ଷ ଭାରତ ଅଷ୍ଟମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯୋଗଦେବା ଏକ ସାଧାରଣ ଘଟଣା ନୁହେଁ; ଏହା ବିଶ୍ଵ ବ୍ୟାପାରରେ ଭାରତର ମହତ୍ଵପୂର୍ଣ୍ଣ ଭୂମିକାର ଏହା ଏକ ପ୍ରମାଣ। ଦ୍ୱାଦଶ ବ୍ରିକ୍ସ ସମ୍ମିଳନୀର ବିଷୟବସ୍ତୁ ପ୍ରାୟତଃ ରୁଷ ଦ୍ଵାରା ଆୟୋଜିତ ହୋଇଥିବା, ‘ବିଶ୍ଵର ସ୍ଥିରତା, ଅଂଶୀଦାର ସୁରକ୍ଷା ଏବଂ ଅଭିନବ ଅଭିବୃଦ୍ଧି’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ପ୍ରାସଙ୍ଗିକ ଏବଂ ଦୂରଦୃଷ୍ଟିସମ୍ପନ୍ନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଶ୍ୱ ଶାସନ ପ୍ରତିଷ୍ଠାନଗୁଡ଼ିକର ବିଶ୍ୱସନୀୟତା ଏବଂ କାର୍ଯ୍ୟକାରିତା କିପରି ଧୂମିଳହୋଇଛି। କେବଳ ଜାତିସଂଘ ନୁହେଁ ବିଶ୍ଵ ବାଣିଜ୍ୟ ସଂଗଠନ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପରି ଅନୁଷ୍ଠାନଗୁଡ଼ିକ ଅର୍ଥପୂର୍ଣ୍ଣ ସଂସ୍କାର ଆବଶ୍ୟକ କରେ ଯାହାକୁ ବ୍ରିକ୍ସ ସଦସ୍ୟମାନେ ଏହି ସଂସ୍କାରକୁ ସମର୍...

କୋଭିଡ କାଳରେ ପ୍ରଥମ ଉପଗ୍ରହ ପ୍ରେରଣ କଲା ଇସ୍ରୋ

କୋଭିଡ-19 ମହାମାରୀକୁ ଖାତିର ନକରି ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଶ୍ରୀହାରିକୋଟା ଦ୍ୱୀପରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ 2020 ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଛି। ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ EOS-01 ସହିତ ଏହି ବିମାନଟି ତିନୋଟି ଦେଶରୁ 9 ଟି ଛୋଟ ଗ୍ରାହକ ଉପଗ୍ରହ ମଧ୍ୟ ବହନ କରିଥିଲା | ବିଦେଶୀ ଉପଗ୍ରହଗୁଡ଼ିକରେ ଲିଥୁଆର ଏକ ପରୀକ୍ଷାମୂଳକ ଉପଗ୍ରହ, ଲକ୍ସେମବର୍ଗର ଚାରିଟି ସାମୁଦ୍ରିକ ପ୍ରୟୋଗ ଉପଗ୍ରହ ଏବଂ ଯୁକ୍ତରାଷ୍ଟ୍ରର ଚାରିଟି ରିମୋଟ ସେନ୍ସିଂ ଉପଗ୍ରହ ଅନ୍ତର୍ଭୁକ୍ତ ଅଛି। ଇସ୍ରୋ ର ପୋଲାର ସାଟେଲାଇଟ୍ ଲଞ୍ଚ ଯାନ PSLV-C49 ଦ୍ବାରା କ୍ରମାଗତ ଭାବରେ ସମସ୍ତ ଉପଗ୍ରହ ଉତକ୍ଷେପଣ ପରେ ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାନିତହୋଇଛି | ଗତ ବର୍ଷ ଡିସେମ୍ବର 11 ପରେ ଶନିବାର ଦିନ ହୋଇଥିବା ଏହା ଇସ୍ରୋ ର ପ୍ରଥମ ଉତକ୍ଷେପଣ ଥିଲା ​​| ଚଳିତ ବର୍ଷ ଜାନୁଆରୀରେ, ଇସ୍ରୋ ମହାକାଶକୁ ଏକ ଯୋଗାଯୋଗ ଉପଗ୍ରହ GSAT-30 ପଠାଇଥିଲା, କିନ୍ତୁ ଫ୍ରେଞ୍ଚ ଗୁଇନାରୁ ଉତକ୍ଷେପଣ ହୋଇଥିବା ଆରିଏନ୍ ରକେଟ୍ ବ୍ୟବହାର କରି ଏହା କରାଯାଇଥିଲା | ଏହା ପରେ, କରୋନାଭାଇରସ୍ ମହାମାରୀ ହେତୁ ISRO ର ଲଞ୍ଚ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା | 2020-21 ଆର୍ଥିକ ବର୍ଷରେ ISRO 20 ରୁ ଅଧିକ ଉପଗ୍ରହ ଉତକ୍ଷେପଣ ଯୋଜନା କରିଥିଲା, ଯେଉଁଥିରେ ଆଦିତ୍ୟ L1 ପରି ଉଚ୍ଚ-ପ୍ରୋଫାଇଲ୍ ମ...

ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ

2020 ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍‌)ର ପଞ୍ଚଦଶ ବର୍ଷପୂର୍ତ୍ତି, ଆସିଆନ- କେନ୍ଦ୍ରିତ ଆଞ୍ଚଳିକ ସ୍ଥାପତ୍ୟର ଏକ ପ୍ରମୁଖ ସ୍ତମ୍ଭ । ଗତ ଶନିବାର, ଭିଏତନାମର ଆସିଆନ ଚେୟାର ଦ୍ୱାରା ଆୟୋଜିତ ପଞ୍ଚଦଶ ପୂର୍ବ ଏସିଆ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଯୋଗ ଦେଇଥିଲେ । ସେ ଭାରତର “ଆକ୍ଟ ଇଷ୍ଟ” ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ରାଜନୈତିକ, ନିରାପତ୍ତା ଏବଂ ଅର୍ଥନୈତିକ ଆହ୍ବାନର ମୁକାବିଲା କରିବାବେଳେ ଦୃଢ଼ ଆଞ୍ଚଳିକ ସହଯୋଗ ଗଠନ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଇଛନ୍ତି । ଆସିଆନର ଇଣ୍ଡୋ-ପାସିଫିକ୍ ଆଉଟଲୁକ୍ ଏବଂ ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଉଦ୍ୟମ ମଧ୍ୟରେ ସମନ୍ୱୟ ଅଙ୍କନ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଆନ୍ତର୍ଜାତୀୟ ଆଇନରେ ରହିଥିବା ଏକ ନିୟମ-ଆଧାରିତ ବିଶ୍ୱସ୍ତରୀୟ ଶୃଙ୍ଖଳା, ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ସମ୍ମିଳନୀ ସାମୁଦ୍ରିକ ନିରନ୍ତରତା, ମହାମାରୀ ନିରାକରଣ ଏବଂ ମୁକାବିଲା; ମହିଳା, ଶାନ୍ତି ଏବଂ ସୁରକ୍ଷା; ଆଞ୍ଚଳିକ ଅର୍ଥନୀତିର ସ୍ଥିର ଅଭିବୃଦ୍ଧି ଉପରେ ଅନ୍ୟ ଚାରି ନେତାଙ୍କ ବିବୃତ୍ତି ବ୍ୟତୀତ ପଞ୍ଚଦଶ ପୂର୍ବ ଏସିଆ ସମ୍ମିଳନୀ ହା ନୋଇ ଘୋଷଣାନାମାକୁ ମଧ୍ୟ ଗ୍ରହଣ କରିଛି । 2005 ରେ ପ୍ରତିଷ୍ଠିତ, ପୂର୍ବ ଏସିଆ ସମ୍ମିଳନୀ ଦଶଟି ଆସିଆନ ଦେଶ ବ୍ୟତୀତ ଭାରତ, ଚୀନ୍, ଜାପାନ, ରିପବ୍ଲିକ୍ ଅଫ...

୧୭ତମ ଆସିଆନ-ଭାରତ ଶିଖର ସମ୍ମିଳନୀ

କରୋନା ମହାମାରୀର ବ୍ୟାପକ ସଂକ୍ରମଣ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ମହାମାରୀ ଦକ୍ଷିଣ-ପୂର୍ବ ଏସୀୟ ଦେଶ ତଥା ଭାରତର ଅର୍ଥନୈତିକ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିବାରୁ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଚାପରେ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଶାରୀରିକ, ସାମାଜିକ, ଡିଜିଟାଲ, ଆର୍ଥିକ ଏବଂ ସାମୁଦ୍ରିକ ସମେତ ସମସ୍ତ ଫର୍ମାଟରେ ଭାରତ ଏବଂ ଆସିଆନ ମଧ୍ୟରେ ଯୋଗସୂତ୍ର ଗଠନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିବେଶ, ଚାକିରି ଅଭିବୃଦ୍ଧି ଏବଂ ପର୍ଯ୍ୟଟନ ଭଳି ଅର୍ଥନୈତିକ ଗତିଶୀଳତା ପାଇଁ ଦେଶଗୁଡିକ ଏକ ମୌଳିକ କେନ୍ଦ୍ର ବିନ୍ଦୁ ଭାବରେ ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ପ୍ରାଥମିକତା ଭିତ୍ତିରେ ପ୍ରତିଷ୍ଠା ହେଉଛି । ଆସିଆନ ସଂଯୋଗୀକରଣ ପ୍ରକଳ୍ପକୁ ଏକ ବିଲିୟନ ଆମେରିକୀୟ ଡଲାର ଋଣ ପ୍ରଦାନ କରି ଭାରତ ଏହାର ପ୍ରତିଶ୍ରୁତି ପାଇଁ ଯଥେଷ୍ଟ ଆର୍ଥିକ ପ୍ରତିବଦ୍ଧତା ପ୍ରଦାନ କରିଛି, ଯାହା ଆସିଆନ ଦେଶ ଏବଂ ଭାରତ ମଧ୍ୟରେ ଯୋଗସୂତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ଆନ୍ତରିକତାକୁ ପ୍ରତିପାଦିତ କରୁଛି । କରୋନା ମହାମାରୀ ଗୋଟିଏ ଯୋଗାଣ-ଶୃଙ୍ଖଳା ଉପରେ ନିର୍ଭରଶୀଳ ଏହି ଅଞ୍ଚଳର ସାମ୍ପ୍ରତିକ ଅର୍ଥନୈତିକ ବାସ୍ତବତାରେ ଥିବା ଦୁର୍ବଳତାକୁ ପ୍ରକାଶ କରିଛି । ଯୋଗାଣ-ଶୃଙ୍ଖଳାକୁ ବିବିଧ କରିବା ଏବଂ ଏହାର କ୍ଷମତା ବୃଦ୍ଧି କର...

ବୈଦେଶିକ ସଚିବଙ୍କ ଗସ୍ତ ଆହୁରି ମଜବୁତ କରିଛି ଭାରତ-ମାଳଦ୍ଵୀପ ସମ୍ପର୍କ

ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ତାଙ୍କ ମାଳଦ୍ୱୀପ ପ୍ରତିପକ୍ଷ ଅବଦୁଲ ଗଫୁର ମହମ୍ମଦଙ୍କ ନିମନ୍ତ୍ରଣ କ୍ରମେ ମାଳଦ୍ୱୀପ ଗସ୍ତ କରିଥିଲେ | ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ଏବଂ ଚଳିତ ବର୍ଷ ମାର୍ଚ୍ଚରେ କରୋନା ଭାଇରସ ଆରମ୍ଭ ହେବା ପରେ ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚ ସ୍ତରୀୟ କଥାବାର୍ତ୍ତା ହୋଇଥିଲା। ଏହି ଗସ୍ତ ସମୟରେ ବୈଦେଶିକ ସଚିବ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ସହ ସାକ୍ଷାତ କରିବା ସହିତ ମାଳଦ୍ଵିପର ବୈଦେଶିକ ବ୍ୟାପାରମନ୍ତ୍ରୀ, ପ୍ରତିରକ୍ଷା, ଅର୍ଥ, ଅର୍ଥନୈତିକ ବିକାଶ, ଯୋଜନା, ଗୃହ ବିଭାଗ, ପର୍ଯ୍ୟଟନ, ଯୁବ ଏବଂ କ୍ରୀଡା ମନ୍ତ୍ରୀ ତଥା ସଂସଦର ବାଚସ୍ପତି ମହମ୍ମଦ ନାସିଦଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଦୁଇ ଦେଶ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାରରେ ସହଯୋଗ, ହାଇ ଇମ୍ପାକ୍ଟ ସମ୍ପ୍ରଦାୟ ବିକାଶ ପ୍ରକଳ୍ପ ଏବଂ ଗ୍ରେଟର ମାଲେ ସଂଯୋଗୀକରଣ ପ୍ରକଳ୍ପ ପାଇଁ 100 ନିୟୁତ ଆମେରିକୀୟ ଡଲାର ଅନୁଦାନ ଉପରେ ଏକ ସ୍ମାରକପତ୍ର ସ୍ବାକ୍ଷରିତ ହୋଇଛି | ଭାରତୀୟ ବୈଦେଶିକ ସଚିବଙ୍କ ଗସ୍ତ ସମୟରେ ସମଗ୍ର ଦେଶର 67ଟି ଚିଲ୍ଡ୍ରେନସ ପାର୍କ ଲାଗି ଉପକରଣ ହସ୍ତାନ୍ତର କରାଯାଇଥିଲା । ଶ୍ରୀ ଶ୍ରୀଙ୍ଗଲା ମଧ୍ୟ ଭାରତୀୟ ବିକାଶ ସହାୟତା ଅଧୀନରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତଥା ଡିସେମ୍ବର 2019 ରେ ଅନୁଷ୍ଠିତ ଷଷ୍ଠ ...

ଆଞ୍ଚଳିକ ଅଖଣ୍ତତାକୁ ସମ୍ମାନ ଦେବା ପାଇଁ ଏସ୍‌ସିଓ ରାଷ୍ଟ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ଆଠ ସଦସ୍ୟ ବିଶିଷ୍ଟ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ର ଭର୍ଚୁଆଲ୍ ସମ୍ମିଳନୀ ରୁଷର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସମଗ୍ର ବିଶ୍ୱରେ ଲୋକଙ୍କ ସ୍ୱାସ୍ଥ୍ୟ ତଥା ସାମାଜିକ-ଅର୍ଥନୈତିକ ଅବସ୍ଥା ଉପରେ କରୋନାର ଅପ୍ରତ୍ୟାଶିତ ପ୍ରଭାବର ପୃଷ୍ଠଭୂମିରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା । ଆରମ୍ଭ ହେବା ଦିନଠାରୁ ଏସ୍‌ସିଓନିଜକୁ ବିଶ୍ୱଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ଏବଂ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଏହି ଅଞ୍ଚଳର ବିକାଶକୁ ସୁଗମ କରିବାରେ ସ୍ବତନ୍ତ୍ର ଭୂମିକା ନିର୍ବାହ କରୁଛି । ସାଂଘାଇ ସହଯୋଗ ସଂଗଠନର ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସଂଗଠନର ଦକ୍ଷ ନେତୃତ୍ୱ ପାଇଁ ତଥା କୋଭିଡ -19 ମହାମାରୀ ଦ୍ବାରା ସୃଷ୍ଟ ଆହ୍ବାନ ତଥା ପ୍ରତିବନ୍ଧକ ସତ୍ତ୍ବେ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସଦସ୍ୟ ଦେଶଗୁଡ଼ିକୁ ପରସ୍ପରର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ସାଂଘାଇ ସହଯୋଗ ସଂଗଠନ ଦେଶଗୁଡ଼ିକ ଭାରତ ସହ ଘନିଷ୍ଠ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କ ବଜାୟ ରଖନ୍ତି ସେତେବେଳେ ଏହି ସଂଯୋଗକୁ ଗଭୀର କରିବାକୁ ଭାରତ ବିଶ୍ୱାସ କରେ । ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମ...

ଜେନେରାଲ ନାରାବଣେଙ୍କ ନେପାଳ ଗସ୍ତ : ଭାରତ-ନେପାଳ ସମ୍ପର୍କର ଅଗ୍ରଗତିରେ ଏକ ମାଇଲଖୁଣ୍ଟ

ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁଣ୍ଡ ନାରବଣେଙ୍କ ତିନି ଦିନିଆ ନେପାଳ ଗସ୍ତକୁ ଭାରତ ଏବଂ ନେପାଳ ମଧ୍ୟରେ ଏକ ଦୃଢ ଐତିହାସିକ ସମ୍ପର୍କର ନିଦର୍ଶନ ବୋଲି ବିବେଚନା କରାଯିବା ସହ ଅନେକ କ୍ଷେତ୍ରରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଏକ ବର୍ଷରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବା ପରଠାରୁ ଭାରତ ପକ୍ଷରୁ କାଠମାଣ୍ଡୁକୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ଥିଲା। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ପରମ୍ପରାକୁ ପାଳନ କରି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଉପସ୍ଥିତିରେ ଜେନେରାଲ ନାରାବଣେଙ୍କୁ ନେପାଳ ସେନାର ଜେନେରାଲ ପଦବୀର ସମ୍ମାନଜନକ ଉପାଧିରେ ବିଭୂଷିତ କରିଥିଲେ । ସମ୍ପ୍ରତ୍ତି ବର୍ତ୍ତମାନର ଉପପ୍ରଧାନମନ୍ତ୍ରୀ ଇଶ୍ୱର ପୋଖରେଲଙ୍କୁ ପ୍ରତିରକ୍ଷା ବିଭାଗରୁ ହଟେଇଦେବା ପରେ ଶ୍ରୀ ଶର୍ମା ଓଲି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ମଧ୍ୟ ତୁଲାଉଛନ୍ତି । ଏହି ଅବସରରେ ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାଟ୍ରା, ନେପାଳ ସେନା ମୁଖ୍ୟ ପୂର୍ଣ୍ଣ ଚନ୍ଦ୍ର ଥାପା ଏବଂ ଉଭୟ ପକ୍ଷର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । 1952 ପରଠାରୁ ଉଭୟ ଭାରତ ଏବଂ ନେପାଳ ପରସ୍ପରର ସେନା ଜେନେରାଲଙ୍କୁ ସମ୍ମାନଜନକ ଆଖ୍ୟା ପ୍ରଦାନ କରିବାର ପରମ୍ପରା ରହିଛି । 2019 ଜାନୁଆରୀରେ ନେପାଳ ସେନା ମୁଖ୍ୟ ଶ୍ରୀ ଥାପାଙ୍କୁ ଭାରତୀୟ ସେନାର ଜେନେରାଲ ପଦବୀର ସମ୍ମାନଜନକ ଆଖ୍ୟା ପ୍ରଦାନ କର...

ଭାରତ ଏବଂ ଇଟାଲୀ ସମ୍ପର୍କ​ରେ ସମ୍ଭାବନାର ନବଦିଗନ୍ତ

ୟୁରୋପୀୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ କରିବା ହେଉଛି ଭାରତର ବୈଦେଶିକ ନୀତିର ଲକ୍ଷ୍ୟ ଯାହାକି ଫଳପ୍ରଦ ହୋଇଛି । ନିକଟ ଅତୀତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କ, ଫିନଲ୍ୟାଣ୍ଡ ଏବଂ ଫ୍ରାନ୍ସ ପରି ଅନେକ ୟୁରୋପୀୟ ଦେଶ ସହିତ ଦ୍ୱିପାକ୍ଷିକ ସମ୍ମିଳନୀ କରିଛନ୍ତି ଯାହାକି ବିଶ୍ବ ପୃଷ୍ଠଭୂମିରେ ୟୁରୋପୀୟ ଶକ୍ତି ସହିତ ଭାରତର ଯୋଗଦାନକୁ ପରିବ୍ୟାପ୍ତ କରିବାରେ ସାହାଯ୍ୟ କରିଛି ଯେଉଁ କ୍ଷେତ୍ରରେ ଏକ ସମତୁଲ ସମ୍ପର୍କର ଆବଶ୍ୟକତା ରହିଛି । 6 ନଭେମ୍ବର 2020 ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଇଟାଲୀୟ ପ୍ରତିପକ୍ଷ ପ୍ରଫେସର ଜିଉସେପ୍ କଣ୍ଟେଙ୍କ ମଧ୍ୟରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଇଟାଲୀ ନେତାଙ୍କ ସହ ଭର୍ଚୁଆଲ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ୍ -19 ମହାମାରୀର ମୁକାବିଲା ପାଇଁ ଇଟାଲୀର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ଏହି ରୋଗର ମୁକାବିଲା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଏହାର ପ୍ରତିକୂଳ ପରିଣାମର ମୁକାବିଲା ପାଇଁ ମଧ୍ୟ ଆଲୋଚନା କରାଯାଇଛି । ମହାମାରୀ ସମସ୍ତ ସମ୍ପୃକ୍ତ ଡୋମେନରେ କୋଭିଡ -19 ର ପ୍ରଭାବ ଏବଂ ପ୍ରତିକ୍ରିୟାକୁ ସମାଧାନ କରିବା ପାଇଁ ନେତାମାନେ G20 ର ନିଜ ନିଜ ଦେଶ ପାଇଁ ବିକାଶ ଭିତ୍ତିକ ବିଶ୍ୱସ୍ତରୀୟ ଏଜେଣ୍ଡା ଉପରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ 2020 ଏବଂ ଭବିଷ୍ୟତର ଭାରତ ଆମେରିକା ସଂପର୍କ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳର ସରକାରୀ ଘୋଷଣା ଆଉ କିଛି ସପ୍ତାହ ଲାଗିବ, ଭୋଟ୍ ଗଣନାରୁ ଯାହା ଜଣାପଡୁଛି ଯେ ଜୋ ବିଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ। 3 ନଭେମ୍ବର 2020 ରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହ୍ଵାଇଟ ହାଉସକୁ ଯିବା ଦୌଡର ଇତିହାସରେ ସବୁଠାରୁ ବିବାଦୀୟ ନିର୍ବାଚନ ହୋଇଛି। ଯେହେତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଏକ ମହାଶକ୍ତି ଭାବରେ ଉଭା ହେଲା, ବିଶ୍ୱ କ୍ୟାଲେଣ୍ଡରର ପ୍ରତ୍ୟେକ ଚତୁର୍ଥ ବର୍ଷରେ ନଭେମ୍ବର ମାସରେ ହେବାକୁ ଥିବା ଆମେରିକା ନିର୍ବାଚନ ଏପରି ଏକ ଘଟଣା ହୋଇଗଲାଣି ଯାହା କେବଳ ଆମେରିକୀୟ ଲୋକଙ୍କୁ ନୁହେଁ ସମଗ୍ର ବିଶ୍ୱକୁ ମଧ୍ୟ ଅପେକ୍ଷା ରହୁଛି | ଅବଶ୍ୟ, 2020 ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏକ ପାର୍ଥକ୍ୟ ସୃଷ୍ଟି କରୁଛି | ଏହି ନିର୍ବାଚନ ଏକ ଭୟଙ୍କର କୋଭିଡ-19 ମହାମାରୀ ମଧ୍ୟରେ ହୋଇଥିଲା ଯେଉଁଥିରେ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ ଥିଲା ଓବଂ ବିଶ୍ଵର ସର୍ବାଧିକ ମୃତ୍ୟୁ ଏହିଠାରେ ଘଟିଥିଲା। ଗୋଟିଏ ଧାରଣା ଜନ୍ମି ଥିଲା ଯେ କରୋନା ଭାଇରସ୍ ଭୟରେ ନିର୍ବାଚନ ସମୟରେ ଅନେକ ଆମେରିକୀୟ ମତଦାନ କରିବେ ନାହିଁ। କିନ୍ତୁ ସେମିତି ନହୋଇ ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଆମେରିକୀୟ ଭୋଟରଙ୍କ ମତଦାନ ରେକର୍ଡ ସର୍ବାଧିକ ଥିଲା! ସମଗ୍ର ବିଶ୍ୱରେ ଏବଂ ଯୁକ୍ତରାଷ୍ଟ୍ରରେ ମଧ୍ୟ ସାଧାରଣ ଧାରଣା ଥିଲା ଯେ ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ଭାବରେ ପ...

ୟୁରୋପୀୟ କ୍ଷେତ୍ରରେ ଭାରତ ବୈଦେଶିକ ନୀତିକୁ ସୁଦୃଢ଼ କରୁଛି

ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା 3 ଟି ପ୍ରମୁଖ ୟୁରୋପୀୟ ଦେଶ ପରିଦର୍ଶନ କରିଛନ୍ତି ଯେଉଁମାନଙ୍କ ସହ ଭାରତର ରଣନୀତିକ ସହଭାଗିତା ରହିଛି । ଅକ୍ଟୋବର 29 ରୁ ନଭେମ୍ବର 4 ମଧ୍ୟରେ ତାଙ୍କର ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ଯାତ୍ରା ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା ଏବଂ ବାଣିଜ୍ୟ ଏବଂ ନିବେଶ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୁତ କରିଥିଲା । ଚଳିତ ବର୍ଷ ସେପ୍ଟେମ୍ବରରେ ରାଫେଲ ବିମାନର ସାମିଲ ​‌େ​‌ହବା ସହିତ ଭାରତର ପ୍ରତିରକ୍ଷା ଉନ୍ନୟନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚୀନ ସହିତ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନାର ସାମରିକ ଶକ୍ତି ବୃଦ୍ଧି କରିବାକୁ ପଡ଼ୁଛି । ସେ ପ୍ୟାରିସର ଅଗ୍ରଣୀ ଫ୍ରେଞ୍ଚ ଥିଙ୍କ ଟ୍ୟାଙ୍କ IFRI ରେ ପୋଷ୍ଟ COVID ବିଶ୍ବରେ ଭାରତର ବୈଦେଶିକ ନୀତି ବିଷୟରେ ବର୍ଣ୍ଣନା କରିଥିଲେ । ଏହି ମହାମାରୀ କିପରି ଭାରତରେ ନବସୃଜନ ଏବଂ ଉଦ୍ୟୋଗକୁ ଉତ୍ସାହିତ କରିଛି ଏବଂ ଏଥି ପାଇଁ ଦେଶ ଉଚ୍ଚମାନର ମୂଲ୍ୟବାନ ଚିକିତ୍ସା ସାମଗ୍ରୀ ଉତ୍ପାଦନ କରିବାରେ ଆଗେଇ ଆସିଛି ବୋଲି ସେ କହିଥିଲେ । IFRI ରେ ହୋଇଥିବା ଭାଷଣରେ ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ବିଶ୍ବର ପରିବର୍ତ୍ତନ ପୃଷ୍ଠଭୂମିରେ ଭାରତର ବୈଦେଶିକ ନୀତିର ପ୍ରାଥମିକତା ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯାହା ଦ୍ବାରା ଭୌଗୋଳିକ ରାଜନୈତିକ ପ୍ରତିଯୋଗିତା ଏବଂ ଉତ୍ତେଜନା ବୃଦ୍ଧି ପାଇଛି । ନୂଆଦିଲ୍ଲୀ ଦୃଷ୍ଟିକୋଣରୁ, ବହୁପ...

କୋଭିଡ-19 ପରବର୍ତ୍ତୀ ସମୟରେ ଏକ ବିଶ୍ଵ ଶକ୍ତି ଭାବେ ଉଭା ହେଉଛି ଭାରତ

ବିଗତ କିଛି ସପ୍ତାହ ମଧ୍ୟରେ ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ପରିଲକ୍ଷିତ ହୋଇଥିବାରୁ ଅର୍ଥନୈତିକ ମାନ୍ଦାବସ୍ଥାରୁ ମୁକୁଳିବାରୁ ଏକ ଆଶା ସଞ୍ଚାର ହୋଇଛି | ମାର୍ଚ୍ଚ 2020 ଠାରୁ କାରୋନା ଭାଇରସ କାୟା ବିସ୍ତାର କରିବା ପରେ ଲାଗୁ କରାଯାଇଥିବା ଲକଡାଉନକୁ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରାଯିବା ପରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ଆଗେଇଛି । ପାର୍ବଣ ଋତୁ ସମୟରେ ଅର୍ଥନୀତିର ରିଅଲ ସେକ୍ଟରରେ ଅନେକ କାର୍ଯ୍ୟକଳାପ ନବୀକରଣ କରାଯାଇଛି |ଅକ୍ଟୋବର ମାସ ପାଇଁ ଦ୍ରବ୍ୟ ଏବଂ ସେବା କର (ଜିଏସଟି ) ସଂଗ୍ରହରେ ବୃଦ୍ଧି ଘଟିଛି | ଏହି ସମୟରେ ମାତ୍ର ଗୋଟିଏ ମାସରେ ଜିଏସଟି ରୁ 1.05 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି | ମାର୍ଚ୍ଚରେ ମହାମାରୀ ବ୍ୟାପିବା ପୂର୍ବରୁ ଫେବୃଆରୀ ଠାରୁ ପରୋକ୍ଷ ଟିକସରୁ ଏହା ସର୍ବାଧିକ ମାସିକ ସଂଗ୍ରହ ବୋଲି ଜଣାପଡିଛି | ଏହା ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବରରେ 10.25 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ସେପ୍ଟେମ୍ବରରେ 4 ପ୍ରତିଶତ ବୃଦ୍ଧି ଘଟିଥିଲା । ମାର୍ଚ୍ଚ ଠାରୁ ଜିଏସ୍ଟି ରାଜସ୍ୱ ସଂଗ୍ରହ ରେ କ୍ରମାଗତ ଷଷ୍ଠ ଥର ହ୍ରାସ ହେବା ପରେ ଏହି ଦୁଇ ମାସରେ ବୃଦ୍ଧି ଘଟିଛି | ସେପ୍ଟେମ୍ବରରେ ରିଏଲ ସେକ୍ଟରରେ ରପ୍ତାନି ସହ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହୋଇଥିବାରୁ ଜିଏସଟି ରାଜସ୍ୱ ସଂଗ୍ରହରେ ଅକ୍ଟୋବରରେ ବୃଦ୍ଧି ଘଟିଛି | ଏଥି ସହିତ ଦେଶର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ...

ଗିଲଗିଟ ବାଲ୍ଟିସ୍ତାନର ପରିସ୍ଥିତିକୁ ବଦଳାଇବା ପାଇଁ ପାକିସ୍ତାନର ଉଦ୍ୟମକୁ ଭାରତ ଦୃଢ ପ୍ରତ୍ୟାଖ୍ୟାନ କରିଛି

1 ନଭେମ୍ବର 2020 ରେ, ପାକିସ୍ତାନ ତତ୍କାଳୀନ ପ୍ରାଦେଶିକ ସ୍ଥିତିକୁ ଗିଲଗିଟ ବାଲ୍ଟିସ୍ତାନକୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଧ୍ୟାନ ଦେବା ଜରୁରୀ ଯେ ଗିଲ୍ଗିଟ୍ ବାଲ୍ଟିସ୍ତାନ ପୂର୍ବରୁ ଉତ୍ତର କ୍ଷେତ୍ର ଭାବରେ ଜଣାଶୁଣା ଥିଲା | ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ଅଂଶ ଭାବରେ ଏହା ବର୍ତ୍ତମାନ ପାକିସ୍ତାନର ବେଆଇନ ନିୟନ୍ତ୍ରଣରେ ଅଛି। ଏହି ପ୍ରସଙ୍ଗରେ ଭାରତ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ ଏହି ଅଞ୍ଚଳର "ବେଆଇନ ନିୟନ୍ତ୍ରଣ" କୁ ପ୍ରତାରଣା ପୂର୍ବକ ଲୁଚାଇବାକୁ ପାକିସ୍ତାନର ଉଦ୍ୟମକୁ କଡ଼ା ସମାଲୋଚନା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଇସଲାମାବାଦ ବେଆଇନ ତଥା ବଳପୂର୍ବକ ଭାରତୀୟ ଅଞ୍ଚଳର ପ୍ରକୃତ ସ୍ଥିତିକୁ ବଦଳାଇବା ପାଇଁ ପାକିସ୍ତାନର ଉଦ୍ୟମକୁ ଭାରତ ଦୃଢ ଭାବରେ ନାପସନ୍ଦ କରିଛି। ପଡୋଶୀ ଦେଶକୁ ତୁରନ୍ତ ଏଭଳି ସ୍ଥାନ ଖାଲି କରିବାକୁ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସରକାରଙ୍କର ଏହି ଅଞ୍ଚଳ ଉପରେ କୌଣସି ଅଧିକାର ନାହିଁ ଏବଂ ଏହି ପ୍ରୟାସ ଏହି ଅଞ୍ଚଳରେ ପାକିସ୍ତାନ ଦ୍ୱାରା କରାଯାଉଥିବା ମାନବିକ ଅଧିକାରର ଉଲ୍ଲଂଘନକୁ ଲୁଚାଇ ପାରିବ ନାହିଁ। ଶ୍ରୀ ଶ୍ରୀବାସ୍ତବ ଦୋହରାଇଛନ୍ତି ଯେ ତଥାକଥିତ "ଗିଲ୍ଗିଟ ବାଲ୍ଟିସ୍ତାନ" ଅଞ୍ଚଳ ସମେତ ଜାମ୍ମୁ କାଶ୍ମୀର ଏବଂ ଲଦାଖର କେନ୍ଦ୍ର ଶାସିତ ...

ଭାରତ-ମେକ୍ସିକୋ ଯୁଗ୍ମ କମିଶନ ବୈଠକ

ମେକ୍ସିକୋର ଲେଖକ ତଥା ନୋବେଲ ପୁରସ୍କାର ବିଜେତା ଅକ୍ଟାଭିଓ ପାଜ ତାଙ୍କ ପୁସ୍ତକ ‘ଇନ୍ ଲାଇଟ୍ ଅଫ ଇଣ୍ଡିଆ’ ରେ ଭାରତ ଏବଂ ମେକ୍ସିକୋ ମଧ୍ୟରେ ସାମଞ୍ଜସ୍ୟତା ଏବଂ ପାର୍ଥକ୍ୟ ତଥା ଦୁଇ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖୁଥିବା ଏବଂ ପୃଥକ କରୁଥିବା ବୈଶିଷ୍ଟ୍ୟତା ବିଷୟରେ ବର୍ଣ୍ଣନା କରିଥିଲେ । 1960 ମସିହାରେ ଭାରତରେ ମେକ୍ସିକୋର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟ କରିଥିବା ପାଜ କୁହନ୍ତି, ଯେ “ଭାରତୀୟମାନେ ଅନ୍ୟମାନଙ୍କଠାରୁ ଅଭିନ୍ନ ଅଟନ୍ତି। ଏହା ମେକ୍ସିକୀୟମାନଙ୍କ ଦ୍ୱାରା ବ୍ୟକ୍ତ କରାଯାଇଥିବା ଏକ ମନୋଭାବ ”| ସେ ଆହୁରି ମଧ୍ୟ କହିଛନ୍ତି ଯେ , ଭାରତୀୟ ହେବାର ଅର୍ଥ କଣ ମୁଁ ବେଶ ହୃଦୟଙ୍ଗମ କରିପାରିଛି କାରଣ ମୁଁ ଜଣେ ମେକ୍ସିକାନ୍ ଅଟେ । ସେ ଭାରତ, ଏହାର ସଂସ୍କୃତି ଏବଂ ଏହାର ନୈତିକତାକୁ ହୃଦୟଙ୍ଗମ କରୁଥିବା ପାଶ୍ଚାତ୍ୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଏବଂ ଏକ ପ୍ରକାରେ ପାଶ୍ଚାତ୍ୟ ଦେଶରେ ଭାରତର ରାଷ୍ଟ୍ରଦୂତ ହୋଇଥିଲେ । ଚଳିତ ବର୍ଷ ଭାରତ ଏବଂ ମେକ୍ସିକୋ ସେମାନଙ୍କ ବନ୍ଧୁତା ସମ୍ପର୍କ ପ୍ରତିଷ୍ଠା ହେବାର 70 ତମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି | ଏକ ଏପରି ସମୟରେ ଯେତେବେଳେ ଭାରତୀୟ ନିବେଶକ ଏବଂ ନୀତି ନିର୍ଦ୍ଧାରକଙ୍କ ଦୃଷ୍ଟି ଲାଟିନ୍ ଆମେରିକା ଉପରେ କେନ୍ଦ୍ରିତ ହେଉଛି ସେହି ସମୟରେ ଏହି ଅଞ୍ଚଳର ଦ୍ୱିତୀୟ ବୃହତ୍ତମ ବଜାର ମେକ୍ସିକୋ ସହିତ ବ୍ୟବସାୟ କରିବାରେ ଅନେ...

ପୁଲୱାମା ଆକ୍ରମଣରେ ଏହାର ଭୂମିକାକୁ ପାକିସ୍ତାନ ମାନିବା ପରବର୍ତ୍ତୀ ରାଜନୈତିକ କମ୍ପନ

29 ଅକ୍ଟୋବର 2020 ରେ, ପାକିସ୍ତାନ ପୂର୍ବତନ ବାଚସ୍ପତି ଆୟାଜ ସାଦିକ୍ କହିଛନ୍ତି ଯେ ଇମ୍ରାନ ଖାନ ସରକାର ଭାରତୀୟ ଆକ୍ରମଣର ଆଶଙ୍କା କରି ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ଅଧିକାରୀ ଅଭିନନ୍ଦଙ୍କୁ (1 ମାର୍ଚ୍ଚ 2019 ରେ) ମୁକ୍ତ କରିଥିଲେ । ଏହାପୂର୍ବରୁ, ବିରୋଧୀଦଳର ନେତାଙ୍କ ସହ ଏକ ବୈଠକରେ ପାକ୍ ସେନା ମୁଖ୍ୟ ଜେନରାଲ ବାଜୱା, କପାଳରୁ ଝାଳ ବାହାରୁଥିବା ଓ ଗୋଡ ଥରୁଥିବା ଅବସ୍ଥାରେ ଶାହା ମହମୁଦ କୁରେଶି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ନକରିବାକୁ ଏବଂ ଅଭିନନ୍ଦନଙ୍କୁ ଛାଡ଼ିବାକୁ ବିରୋଧୀ ଦଳଗୁଡ଼ିକୁ କହିଥିଲେ । ଆୟାଜ ଜଣେ ବରିଷ୍ଠ ରାଜନେତା ଏବଂ ତାଙ୍କ କଥାର ଗୁରୁତ୍ବ ରହିଥାଏ । ତେବେ, ସରକାର ବିରୋଧ କରୁଥିବା ମୁଖ୍ୟ ବିରୋଧୀ ଦଳର ଜଣେ ସଦସ୍ୟ ଭାବରେ ତାଙ୍କର ଲକ୍ଷ୍ୟ ସରକାରଙ୍କୁ ଅପମାନିତ କରିବା ଏବଂ ଆଂଶିକ ଭାବରେ ସେନାକୁ ଖରାପ ଦେଖାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଗକୁ ବଢ଼ୁଥିବା ରାଜନୈତିକ ସଙ୍କଟର ଏହା ଏକ ଲକ୍ଷଣ । ଆୟାଜଙ୍କ ବକ୍ତବ୍ୟ ପାକ୍ ସେନାକୁ ଅଡୁଆରେ ପକାଇଛି । ପାକ୍ ଫେଡେରାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରୀ ଫୱାଦ୍ ଚୌଧୁରୀ ତାଙ୍କ ସରକାରଙ୍କ ଉଦ୍ଦେଶ୍ୟ ଏବଂ ଭାରତର ସଫଳତା ପ୍ରଦର୍ଶନ ଚାପରେ ଦାବି କରିଛନ୍ତି ଯେ ଦୁଇଟି ଭାରତୀୟ ବିମାନକୁ ତଳକୁ ଖସାଇବା ଏବଂ ପାଇଲଟ୍ ବନ୍ଧକ ରଖିବା ବ୍ୟତୀତ କୁଖ୍ୟାତ ପୁଲୱାମା ଆକ୍ରମଣର ଆୟୋଜନ କରିବା ଥିଲା ଇମ୍ରାନଙ୍କ ନୀତିର ଏକ ପ୍ରମୁଖ ସଫଳତା । ଏହା ଜଣ...