Skip to main content

ବୈଷୟିକ ଜ୍ଞାନକୌଶଳ ପରିଚାଳିତ ଭବିଷ୍ୟତ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ

ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ; ସମସ୍ତଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶାସନରେ ଟେକ୍ନୋଲୋଜିକୁ ଏକୀଭୂତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଛି । ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନକୌଶଳ ଦ୍ବାରା ଆମର ଯୋଜନାସବୁ ଫାଇଲ ଭିତରୁ ବାହାରି ଦ୍ରୁତ ଗତିରେ ଏବଂ ଏକ ବୃହତ ସ୍ତରରେ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି । ସରକାର ସମସ୍ତ ଯୋଜନା​‌େ​‌ର ପ୍ରଯୁକ୍ତିବିଦ୍ୟାକୁ ଏକ ପ୍ରମୁଖ ଅଂଶ କରିଛନ୍ତି ଏବଂ ଏହାର ମଡେଲକୁ ଏକ ‘ଟେକ୍-ପ୍ରଥମ’ ଆଭିମୁଖ୍ୟରେ ନିର୍ମାଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ଉପଯୋଗର ପରିମାଣ ଯେଉଁ ଭାବରେ ହୋଇଛି ତାହା ଏକ ଦଶନ୍ଧି ମଧ୍ୟରେ ହୋଇ ପାରି ନ ଥିଲା । ଆମେ ବର୍ତ୍ତମାନ ସୂଚନା ଯୁଗର ମଧ୍ୟ ଭାଗରେ ଅଛୁ, ଯେଉଁଠାରେ ଏହି ଧାରାର ପରିବର୍ତ୍ତନ ବ୍ୟାଘାତ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଳ୍ପ ସମୟ ମଧ୍ୟରେ ବହୁଳଭାବରେ COVID-19 ଭୂତାଣୁ ପ୍ରତିରୋଧକ ଟୀକାକରଣ ମଧ୍ୟ ଆମକୁ ଆତ୍ମବିଶ୍ୱାସ ଯୋଗାଇବ । ଦୃଢ଼ ସାଇବର ସୁରକ୍ଷା ସମାଧାନ ପ୍ରସ୍ତୁତ କରିବାରେ ଯୁବକମାନଙ୍କୁ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ଯାହା ଦ୍ବାରା ଭାଇରସ୍‌ ଓ ସାଇବର ଆକ୍ରମଣକୁ ପ୍ରତିହତ କରିହେବ ।

ଏହି ପ୍ରସଙ୍ଗରେ, ଏହା ଉଲ୍ଲେଖ କରାଯାଇପାରେ ଯେ ବର୍ତ୍ତମାନର COVID ମହାମାରୀକୁ ଦୃଷ୍ଟିରେ ରଖି ଟେକ୍ନୋଲୋଜି ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀକୁ ଏକ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରିବାରେ ସାହାଯ୍ୟ କରୁଛି । ପାଞ୍ଚ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା “ଡିଜିଟାଲ୍ ଇଣ୍ଡିଆ” କେବଳ ସରକାରୀ ପଦକ୍ଷେପ ନୁହେଁ - ଏହା ଏକ ଜୀବନଶୈଳୀରେ ପରିଣତ ହୋଇଛି । ଏହା ଦେଶକୁ ବିକାଶ ପାଇଁ ଅଧିକ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଅନୁଭବ କରିବାର ସୁଯୋଗ ଆଣିଛି ।

ଭାରତରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଆଇସିଟି, ଇଲେକ୍ଟ୍ରୋନିକ୍ସ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରର ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ହେଉଛି ସର୍ବ ପୁରାତନ ତଥା ସ୍ବତନ୍ତ୍ର । କର୍ଣ୍ଣାଟକ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି - କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଭିଜନ ଗ୍ରୁପ, ଭାରତର ବାୟୋଟେକ୍ନୋଲୋଜି-ଷ୍ଟାର୍ଟଅପ-ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ସହଯୋଗରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଆଜି ଏହାର ତ୍ରୟୋବିଂଶତିତମ ବର୍ଷରେ, ଷ୍ଟାର୍ଟ ଅପ୍ ପାଇଁ ଅଗ୍ରଣୀ କ୍ରସ୍ ସେକ୍ଟର ଟେକ୍ କମ୍ପାନୀଗୁଡିକ, ଯୁବ ଉଦ୍ଭାବକମାନଙ୍କ ପାଇଁ ଟେକ୍ନୋକ୍ରାଟ୍, ନିବେଶକମାନଙ୍କ ପାଇଁ ନୀତି ନିର୍ଣ୍ଣୟକାରୀ, ଏକାଡେମୀ ପାଇଁ ଅନୁସନ୍ଧାନକାରୀ, ବାର୍ତ୍ତା-ବିନିମୟ ଏବଂ ସହଯୋଗକୁ ସୁଗମ କରିବା ଭଳି କାର୍ଯ୍ୟସବୁକୁ ଏକତ୍ର କରିବା ପାଇଁ ଏହା ଏକ ଉତ୍ତମ ସ୍ଥାନ ହୋଇପାରିଛି ।

ଚଳିତବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି “ଭବିଷ୍ୟତ ହେଉଛି ବର୍ତ୍ତମାନ” ଏବଂ ମହାମାରୀ ପରବର୍ତ୍ତୀ ଜଗତରେ ସୃଷ୍ଟି ହେଉଥିବା ପ୍ରମୁଖ ଆହ୍ବାନକୁ ନେଇ ‘ସୂଚନା ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଉପରେ ଧ୍ୟାନ ଦିଆଯିବ ।

ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଥିମ୍ ଉପରେ ଚାରୋଟି ଟ୍ରାକ୍ ରହିବ, ଯଥା ‘ନଲେଜ୍ ହବ୍’, ‘ଇନୋଭେସନ୍ କର୍ଣ୍ଣର୍’, ‘ଏକ ସ୍ୱାସ୍ଥ୍ୟ’ ଏବଂ ‘ରାଷ୍ଟ୍ରୀୟ ଅଧିବେଶନ’ । ଶିଖର ସମ୍ମିଳନୀର କେତେକ ମୁଖ୍ୟ କ୍ଷେତ୍ର ହେଉଛି ଏରୋ-ସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା, ଭବିଷ୍ୟତ କାର୍ଯ୍ୟ, ଜନସାଧାରଣଙ୍କ ପାଇଁ ଷ୍ଟାର୍ଟ ଅପ୍, ଇଲେକ୍ଟ୍ରୋନିକ୍ସ ଏବଂ ସେମି କଣ୍ଡକ୍ଟର, ଡିଜିଟାଲ୍ ସ୍ୱାସ୍ଥ୍ୟ ଏବଂ COVID-19 ମହାମାରୀ ମୁକାବିଲା ପ୍ରସ୍ତୁତି ।

କର୍ଣ୍ଣାଟକର ଏକ ସହଭାଗିତା ଉଦ୍ୟମରେ ଗ୍ଲୋବାଲ୍ ଇନୋଭେସନ୍ ଆଲାଇନ୍ସରେ ପନ୍ଦରଟି ଦେଶ ଭାଗ ନେବେ । ଏଥି ମଧ୍ୟରେ କାନାଡା, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଇସ୍ରାଏଲ୍, ନେଦରଲ୍ୟାଣ୍ଡ, ବ୍ରିଟେନ, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ୱିଡେନ, ତାଇୱାନ, ସ୍ୱିଜରଲ୍ୟାଣ୍ଡ, ଡେନମାର୍କ, ବହାରେନ, ଜାପାନ ଏବଂ ଲିଥୁଆନିଆ ଅନ୍ତର୍ଭୁକ୍ତ ।

ଉଦ୍‌ଘାଟନୀ ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିବା ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି ଯେ ଜୁନ୍ ମାସରେ ସ୍ୱାକ୍ଷରିତ ଇଣ୍ଡୋ-ଅଷ୍ଟ୍ରେଲିଆ ସହଭାଗିତା ଚୁକ୍ତି ଅନୁଯାୟୀ ଦୁଇ ଦେଶ ସାଇବର ଏବଂ ଉପଯୋଗୀ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରିବେ ଯାହା ଡିଜିଟାଲ୍ ଅର୍ଥନୀତିର ମୂଳଦୁଆ ​‌େ​‌ହବ । ଦୁଇ ଦେଶ ଅଷ୍ଟ୍ରେଲିଆ-ଭାରତ ସାଇବର ଏବଂ ଜଟିଳ ଟେକ୍ନୋଲୋଜି ସହଭାଗିତା ଅନୁଦାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଠାରେ ଉଭୟ ଦେଶର ବିଶେଷଜ୍ଞମାନେ ଟେକ୍ନୋଲୋଜି, ଢଞ୍ଚା ଏବଂ ସର୍ବୋତ୍ତମ ଅନୁଶୀଳନ ମାନ ଉପରେ କାର୍ଯ୍ୟ କରିବେ ।

ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡର କନସୁଲ୍ ଜେନେରାଲ୍ ଗର୍ଟ ହେଜକପ୍ କହିଛନ୍ତି ଯେ ଆମର ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆହୁରି ଉଚ୍ଚ ସ୍ତରକୁ ଆଣିବା ପାଇଁ ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ହେଉଛି ଉପଯୁକ୍ତ ପ୍ଲାଟଫର୍ମ । ଚଳିତ ବର୍ଷର ଶିଖର ସମ୍ମିଳନୀରେ ହେଗ ବିଜନେସ୍ ଏଜେନ୍ସି ଭାରତୀୟ ଷ୍ଟାର୍ଟ ଅପ୍ ପାଇଁ ଏକ ଡିଜିଟାଲ୍ ସଫ୍ଟ ଲ୍ୟାଣ୍ଡିଂ କାର୍ଯ୍ୟକ୍ରମ ଆରମ୍ଭ କରିବ ।

ପରବର୍ତ୍ତୀ ଦୁଇ ଦିନର ଇଭେଣ୍ଟରେ ବିଶ୍ବର ଶ୍ରେଷ୍ଠ ଚିନ୍ତନସମୂହ ସେମାନଙ୍କ ଦୃଷ୍ଟିକୋଣ ଉପସ୍ଥାପିତ କରି​‌େ​‌ବ, ନେତାମାନେ ଭବିଷ୍ୟବାଣୀ କରିବେ, ଟେକ୍ନୋକ୍ରାଟମାନେ ନୂତନ ଉତ୍ପାଦ ଉନ୍ମୋଚନ କରିବେ ଏବଂ ଏକ ପ୍ରକୃତ ବୈଷୟିକ ଚାଳିତ ଭବିଷ୍ୟତ ପାଇଁ ଅତ୍ୟାଧୁନିକ ଚିନ୍ତାଧାରା ଯୁକ୍ତ ଷ୍ଟାର୍ଟ-ଅପ୍‌ଗୁଡ଼ିକ ଆରମ୍ଭ ହେବ ।

ଆଲେଖ୍ୟ : ବିମାନ ବସୁ, ବରିଷ୍ଠ ବିଜ୍ଞାନ ସମୀକ୍ଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...