କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାତିସଂଘ ସାଧାରଣ ପରିଷଦର 74ତମ ବୈଠକରେ କରିଥିବା ପ୍ରୟାସ ବିଫଳ ହୋଇଛି। ସେ ଭାରତୀୟ ରାଜ୍ୟ ଜମ୍ମୁ କଶ୍ମୀରର ତଥାକଥିତ ଦୁର୍ଦ୍ଧଶା ବିଷୟରେ ଯାହା କହିଲେ ତାକୁ ବୈଠକରେ କେହି ଗୁରୁତ୍ୱ ଦେଇ ନାହାନ୍ତି। ଏହାପରେ ଇମରାନ ଯୁଦ୍ଧ ଏବଂ ପରମାଣୁ ଶବ୍ଦ ବ୍ୟବହାର କଲେ। ଦୃଷ୍ଟି ଆକର୍ଷଣ ପାଇଁ ପାକିସ୍ତାନ ନେତାମାନଙ୍କର ଭାଷାର ଅଂଶବିଶେଷ ହୋଇଯାଇଛି। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆମେରିକା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସମର୍ଥନ ପାଇ ନାହିଁ। ଆମେରିକାର ବୈଦେଶିକ ବିଭାଗ ଓଲଟି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛି ଯେ ଇମରାନଙ୍କୁ ଚିନର ଉଘୁର ମୁସଲମାନ ସଂପ୍ରଦାୟର ନିର୍ଯ୍ୟାତନା ଦେଖାଯାଉନି। ବୈଦେଶିକ ବିଭାଗର ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଥିବା କାର୍ଯ୍ୟକାରୀ ସହକାରୀ ମନ୍ତ୍ରୀ ଆଲିସ ୱେଲ୍ସ ଇମରାନଙ୍କ କଶ୍ମୀର ଉକ୍ତିକୁ ସହାୟକହୀନ ବୋଲି କହିଛନ୍ତି। ସେ କହିଛନ୍ତି ଚିନରେ ପ୍ରାୟ 10 ଲକ୍ଷ ଉଘୁର ମୁସଲମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାବେଳେ ଇମରାନ ଚିନ ବିରୁଦ୍ଧରେ ମୁଁହ ଖୋଲୁନାହାନ୍ତି। ଇମରାନ ମଧ୍ୟ ଉଧୁର ମୁସଲମାନଙ୍କ ପ୍ରସଙ୍ଗ ଉପରେ କିଛି କହିବେ ନାହିଁ ବୋଲି କହିଛନ୍ତି କାରଣ ଚିନ ସହ ପାକିସ୍ତାନର ଏକ ବିଶେଷ ସଂପର୍କ ରହିଛି। ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ନେତାଙ୍କ ଅଭ...