Skip to main content

ଜଳବାୟୁ ପରିବର୍ତ୍ତନ ହିଁ ପ୍ରକୃତ ଚାଲେଞ୍ଜ : ଜାତିସଂଘରେ ଦୋହୋରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ସ୍ଵୀଡେନର 16 ବର୍ଷ ବୟସ୍କ ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ଅପିଲ ନ୍ୟୁୟର୍କରେ ଜାତିସଂଘରେ ଏକତ୍ରିତ ବିଶ୍ଵ ନେତୃବୃନ୍ଦଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି | “ଆଗାମୀ ସବୁ ପିଢୀର ଦାୟିତ୍ଵ ଆପଣ ମାନଙ୍କ ଉପରେ ନ୍ୟସ୍ତ ରହିଛି | ଆପଣ ମାନେ ଯଦି ଦାୟିତ୍ଵ ପାଳନରେ ବିଫଳ ହୁଅନ୍ତି ତେବେ ଆମେ କଦାପି ଆପଣଙ୍କୁ କ୍ଷମା କରିବୁ ନାହିଁ |” ଏହି ବିବୃତ୍ତି ଦେଇ ଗ୍ରେଟା ବିଶ୍ଵ ନେତୃବୃନ୍ଦ କୁ ଚାଲେଞ୍ଜ କରିଛନ୍ତି | 

ଜଳବାୟୁ ପରିବର୍ତ୍ତନ ଏବେ ମାନବ ଅସ୍ତିତ୍ଵର ଏକମାତ୍ର ବଡ ବିପଦ ଭାବେ ଉଭା ହୋଇଛି | ଜଳବାୟୁ ପ୍ରଣାଳୀରେ ଅସନ୍ତୁଳିତ ପରିବର୍ତ୍ତନ ହେଲେ ସମଗ୍ର ଦୁନିଆକୁ ଏହାର ଭୟାବହ ପରିଣାମ ଭୋଗ କରିବାକୁ ପଡିବ |ଜାତିସଂଘ ଜଳବାୟୁ ପରିବର୍ତ୍ତନ ଶୀର୍ଷ ବୈଠକରେ ଉଦବୋଧନ ଦେବା ବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜଳବାୟୁ ପରିବର୍ତ୍ତନ ସଙ୍କ୍ରାନ୍ତୀୟ ସମସ୍ଯା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଉପୁଜୁଥିବା ବିପଦର ମୁକାବିଲା ପାଇଁ ଆମେ ଯେଉଁ ପଦକ୍ଷେପ ନେଉଛୁ ତାହା ଯଥେଷ୍ଟ ନୁହେଁ ଓ ଏକ୍ଷେତ୍ରରେ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଅଛି | ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାର ସମୟ ଉପନୀତ ହୋଇଛି ବୋଲି ସେ ବିଶ୍ଵ ନେତୃବୃନ୍ଦ ଙ୍କୁ ଆହ୍ଵାନ ଜଣାଇଛନ୍ତି |

“ବିଶ୍ଵ ସଂଗଠନ ର ସ୍ଵତନ୍ତ୍ର ସମ୍ମିଳନୀ ରେ ସ୍ଵଳ୍ପକାଳୀନ ଏହି ଉଦବୋଧନ ଦେବା ବେଳେ ଶ୍ରୀ ମୋଦୀ କହିଛନ୍ତି ଯେ ଆବଶ୍ୟକତାକୁ ଗ୍ରହଣ କରିବା ଏବଂ ଲୋଭ ପରିତ୍ୟାଗ କରିବା ହେଉଛି ଆମର ପ୍ରମୁଖ ସିଦ୍ଧାନ୍ତ | ସେ କହିଥିଲେ ଯେ ଭାରତ ଏହି ପ୍ରସଙ୍ଗ ର ଗମ୍ଭୀରତା ବିଷୟରେ କେବଳ ଚର୍ଚ୍ଚା କରିବାକୁ ଆସିନାହିଁ ବରଂ ଏକ ବ୍ୟବହାରିକ ଦୃଷ୍ଟିକୋଣ ଓ ଏକ ରୂପରେଖ ଉପସ୍ଥାପନା ଲାଗି ପ୍ରସ୍ତୁତ ଅଛି |

ଜର୍ମାନୀରେ ଜଳବାୟୁ ପ୍ରଭାବ ଗବେଷଣା ପାଇଁ ଥିବା ପୋଟ୍ସଡେମ ପ୍ରତିଷ୍ଠାନ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଶତାବ୍ଦୀ ଶେଷ ସୁଦ୍ଧା ଏସୀୟ ଭୁପୃଷ୍ଠ ତାପମାତ୍ରା 6 ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ଅନୁମାନ କରାଯାଇଛି | 

ତାପମାତ୍ରାରେ ବୃଦ୍ଧି ଘଟିଲେ ପାଣିପାଗ ପ୍ରଣାଳୀ, କୃଷି, ମତ୍ସ୍ୟପାଳନ କ୍ଷେତ୍ର, ଭୂମି ଓ ସାମୁଦ୍ରିକ ଜୈବ ବିବିଧତା , ଦେଶୀୟ ଓ ଆଞ୍ଚଳିକ ସୁରକ୍ଷା, ବ୍ୟାପାର, ସହରାଞ୍ଚଳ ବିକାଶ, ଦେଶାନ୍ତରଣ ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅତ୍ୟଧିକ ପରିବର୍ତ୍ତନ ଦେଖାଯିବ | ଏଭଳି ପରିଦୃଶ୍ୟରେ କେତୋଟି ଦେଶରେ ସମ୍ଭାବ୍ୟ ବିପଦ ଦେଖାଦେଇପାରେ ଏବଂ ନିରନ୍ତର ଓ ସମନ୍ଵିତ ବିକାଶ ହାସଲ କରିବାର ଆଶାକୁ ଧୂଳିସାତ କରିଦେଇପାରେ | 

ଏହି ବିପଦ ଭୟାବହ ହେବ ବୋଲି ଜଳବାୟୁ ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି | ତେବେ ଏପରି ବିପଦରୁ ଆମେ ମୁକୁଳିପାରିବା ବୋଲି ମଧ୍ୟ ସେମାନେ ଜଣାଇଛନ୍ତି | “ବର୍ତ୍ତମାନ ସମୟରେ ଶିକ୍ଷା ରୁ ମୂଲ୍ଯବୋଧ ତଥା ଜୀବନ ଶୈଳୀ ରୁ ବିକାଶ ଦର୍ଶନ ପର୍ଯ୍ୟନ୍ତ ସବୁକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ଆଭିମୁଖ୍ଯ ଗ୍ରହଣ କରିବାର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ | ଶ୍ରୀ ମୋଦୀ ଭାରତ ଦ୍ଵାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପେଟ୍ରୋଲ ଓ ଡିଜେଲ ରେ ଜୈବ ଇନ୍ଧନର ମାତ୍ରା ବୃଦ୍ଧି କରିବା, ଥରେ ବ୍ୟବହାର୍ଜ୍ୟ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବା, ଉଦ୍ଯୋଗ କ୍ଷେତ୍ର ଲାଗି ନିମ୍ନ ଅଙ୍ଗାରକାମ୍ଳ ମାର୍ଗ ବିକଶିତ କରିବା ଲାଗି ଅଭିନବ ଜ୍ଞାନକୌଶଳ, ଇ-ମୋବିଲିଟି ଓ ନବୀକରଣ ଶକ୍ତି ସ୍ଥାପନା ଲାଗି ଏକ ସାମୁହିକ ମଞ୍ଚ ପ୍ରତିଷ୍ଠା କରିବା ନିମନ୍ତେ ଏକ ରୂପରେଖ ଉପସ୍ଥାପନା କରାଯାଇଛି ବୋଲି କହିଛନ୍ତି | 

ଭାରତରେ ବୃଷ୍ଟିପାତ, ଅତ୍ୟଧିକ ବନ୍ୟା ଓ ମରୁଢୀ ଭଳି ପରିସ୍ଥିତି ସହ ଅନେକ ପରିବର୍ତ୍ତନ ଦେଖାଯିବା ଆରମ୍ଭ ହୋଇସାରିଲାଣି| ପଟ୍ସଡେମ ପ୍ରତିଷ୍ଠାନ ର ଆକଳନ ଅନୁଯାୟୀ ବିଶ୍ଵର କୋଡିଏଟି ସହର ବନ୍ୟା ପ୍ରଭାବିତ ଅଛି ଓ ଏଥିମଧ୍ୟରେ ଭାରତର ମୁମ୍ବାଇ, ଚେନ୍ନାଇ, ସୁରାଟ ଓ କୋଲକାତା ଆଦି ଚାରୋଟି ସ୍ଥାନ ରହିଛି |

ଜଳବାୟୁ ପରିବର୍ତ୍ତନ ଖାଦ୍ୟ ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପକାଇବ ଓ ଏଥିଯୋଗୁଁ ଉତ୍ପାଦନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ | ଖାଦ୍ୟାଭାବ ଯୋଗୁଁ ଦକ୍ଷିଣ ଏସିଆରେ କୁପୋଷିତ ଶିଶୁ ଙ୍କ ସଂଖ୍ୟା 7 ନିୟୁତ କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି | ଏହା ସ୍ୱାସ୍ଥ୍ୟ ଲାଗି ମଧ୍ୟ ଏକ ବଡ ବିପଦ ଭାବେ ଉଭା ହେବ | ବାହ୍ୟ ବାୟୁ ପ୍ରଦୂଷଣର ପ୍ରଭାବରେ ପ୍ରତି ବର୍ଷ 3.3 ନିୟୁତ ଲୋକଙ୍କ ପ୍ରାଣହାନୀ ଘଟୁଥିବା ବେଳେ ଏପରି ଜୀବନହାନୀ ଘଟୁଥିବା ଦେଶମଧ୍ୟରେ ଚୀନ, ଭାରତ, ପାକିସ୍ତାନ ଓ ବାଙ୍ଗଲାଦେଶ ଶୀର୍ଷ ଚାରୋଟି ଦେଶ ମଧ୍ୟରେ ରହିଛି |ଉଷ୍ମ ଜଳବାୟୁ ଶକ୍ତି ଅସୁରକ୍ଷା ବୃଦ୍ଧି କରିବା ସହ ସୀମିତ ଶକ୍ତି ଯୋଗାଣ କ୍ଷେତ୍ରରେ ବାଧା ସୃଷ୍ଟି କରିପାରେ |

ଆନ୍ତର୍ଜାତୀୟ ସୌର ମେଣ୍ଟ ସ୍ଥାପନା ଲାଗି ଭାରତ ଫ୍ରାନ୍ସ ସହ ମିଶି ଏକ ସୁରକ୍ଷିତ, ସୁବିଧାଜନକ, ଶସ୍ତା, ନ୍ୟାୟସଙ୍ଗତ ଓ ନିରନ୍ତର ପ୍ରଣାଳୀରେ ସୌର ଶକ୍ତିର ଉପଯୋଗକୁ ବୃଦ୍ଧି କରିବା ନେଇ ଲକ୍ଷ ପ୍ରାପ୍ତି ପାଇଁ ସହାୟତା କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି |.

ଭାରତ ଅଣ-ଫସିଲ ଇନ୍ଧନ ବୃଦ୍ଧି କରିବା ଲାଗି ଯୋଜନା ଚଳେଇଛି ଓ 2022 ସୁଦ୍ଧା ଏହାର ନବୀକରଣ ଶକ୍ତି କ୍ଷମତା 175 ଗିଗାୱାଟକୁ ଏବଂ ପରେ ଏହାକୁ 450 ଗିଗାୱାଟକୁ ବୃଦ୍ଧି କରିବା ଲାଗି ଲକ୍ଷ ରଖିଛି | ଇ-ମୋବିଲିଟି ମାଧ୍ୟମରେ ପରିବହନ କ୍ଷେତ୍ରକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଭାରତର ରୂପରେଖ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ବର୍ଣ୍ଣନା କରିଥିଲେ |

ଜାତିସଂଘ ଏକ ଆନ୍ତର୍ଜାତୀୟ ସଂସ୍ଥା ଭାବେ ଏହାର ନିୟମାବଳିକୁ ଅନୁପାଳନ କରିବା ପାଇଁ କୌଣସି ଦେଶ ଉପରେ ଆଇନ ଅନୁଯାୟୀ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି | ପ୍ରକୃତିର ସମ୍ମାନ, ସମ୍ବଳ ର ଉପଯୁକ୍ତ ବିନିଯୋଗ, ଆବଶ୍ୟକତା ହ୍ରାସ କରିବା ତଥା ଆମର ସୀମିତ ସାଧନ ମଧ୍ୟରେ ଜୀବନ ଧାରଣ କରିବା ଆଦି ଆମ ପରମ୍ପରା ଓ ବର୍ତ୍ତମାନ ସମୟ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ | 

ଅନ୍ୟ ଦେଶ ଗୁଡିକ ଭଳି ଭାରତ ମଧ୍ୟ ଜଳବାୟୁ ପରିବର୍ତ୍ତନ ହ୍ରାସ କରି 1.3 ବିଲିଅନ ଲୋକଙ୍କ ଆବଶ୍ୟକତା ଓ ଆଶା ଆକାଂକ୍ଷାକୁ ସନ୍ତୁଳିତ କରୁଛି | ତେବେ ଆଜି ଯଦି ଆମେ ଆମର କର୍ତ୍ତବ୍ୟ ପାଳନରେ ବିଫଳ ହେବା ତେବେ ଭବିଷ୍ୟତ ପିଢୀ ଆମକୁ କେବେ ହେଲେ କ୍ଷମା କରିବ ନାହିଁ |



ମୂଳ ଲେଖା : ଏନ ଭଦ୍ରନ ନାୟାର , ସମ୍ପାଦକ, ଇଣ୍ଡିଆନ ସାଇନ୍ସ ଜର୍ଣ୍ଣାଲ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...