ଭାରତ ଏବଂ ନେପାଳ ମଧ୍ୟରେ 1750 କିଲୋମିଟର ବ୍ୟାପୀ ସୀମା ରହିଛି ଯାହାକି ଭାରତର 5ଟି ରାଜ୍ୟ ସିକ୍କିମ, ପଶ୍ଚିମ ବଙ୍ଗ, ବିହାର, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ତକୁ ଲାଗି ରହିଛି | ଏଥିମଧ୍ୟରୁ ଅଧିକାଂଶ ସୀମା ଇଷ୍ଟ ଇଣ୍ତିଆ କଂପାନୀ ଏବଂ ନେପାଳର ରୟାଲ କୋର୍ଟ ମଧ୍ୟରେ 1816ରେ ସ୍ଵାକ୍ଷରିତ ହୋଇଥିବା ସୁଗୋଲି ଚୁକ୍ତି ଅନ୍ତର୍ଗତ ଧାର୍ଯ୍ୟ ରହିଛି | ଚୁକ୍ତି ଅନୁଯାୟୀ କାଳି(ମହାକାଳି) ନଦୀ ହେଉଛି ନେପାଳର ପଶ୍ଚିମାଞ୍ଚଳ ସୀମାରୁ ଆରମ୍ଭ ହୋଇଛି | ଅର୍ଥାତ କାଳି ନଦୀର ପୂର୍ବ ଆଡକୁ ନେପାଳର ଅଞ୍ଚଳ ଆରମ୍ଭ ହୋଇଛି | ନିକଟରେ ନେପାଳ ଏହାର ମାନଚ୍ଚିତ୍ରରେ ପରିବର୍ତ୍ତନ କରି କଳାପାଣି, ଲିମ୍ପିୟାଧୁରା ଏବଂ ଲିପିଲେଖ ଅଞ୍ଚଳର ପ୍ରାୟ 400 ବର୍ଗ କିଲୋମିଟରକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଛି, ଯାହାକି ଏହା ଭାରତର ଏବଂ କାଳି ନଦୀର ପଶ୍ଚିମ ଭାଗ ବୋଲି ରେକର୍ଡରେ ରହିଛି | ନେପାଳ କହୁଛି ଯେ କାଳିନଦୀର ପୂର୍ବରେ ଥିବା ଶାଖା ନଦୀ ଅନ୍ତର୍ଗତ ଏହି ଅଞ୍ଚଳ ଆସୁଥିବାରୁ ଏହା ତାର ନିଜସ୍ଵ ଭୂଖଣ୍ତ | 150 ବର୍ଷ ପୂର୍ବେ ହୋଇଥିବା ସର୍ଭେକ୍ଷଣ ଏବଂ ମାନଚ୍ଚିତ୍ରରେ ଦର୍ଶାଯାଇଛି ଯେ କାଳି ନଦୀର ଉତ୍ପତ୍ତି ସ୍ଥଳ ହେଉଛି କଳାପାଣି ଏବଂ ଏହି ଅଞ୍ଚଳ ହେଉଛି କାଳିନଦୀର ପଶ୍ଚିମାଞ୍ଚଳ | ଏହି ଅଞ୍ଚଳ ହେଉଛି ଉତ୍ତରାଖଣ୍ତ ରାଜ୍ୟର ଏବଂ ନେପାଳ ଓ ଚୀନ ସୀମାର ନିକଟବର୍ତ୍ତୀ ଯାହାକି ପାରମ୍ପରିକ ଭାବେ ମାନସରୋବର ଯାତ୍ରା ପାଇଁ ଏହି ପଥକୁ ...