Skip to main content

କୋଭିଡ-19 କଣ୍ଟେନମେଣ୍ଟ କୌଶଳ ସହିତ ଭାରତ ଅଗ୍ରସର

ସୋମାବାର ଦିନ ଭାରତର ଆକାଶରେ 532 ବିମାନ ପ୍ରାୟ ଦୁଇ ମାସ ପରେ ଚଳାଚଳ କରିଛି ଏବଂ ପ୍ରମାଣିତ କରିଛି କୌଣସି ବିପରୀତ ପରିସ୍ଥିତିରେ ମଧ୍ୟ ଭାରତ ଅଗ୍ରସର ହୋଇ ଚାଲିଛି | ବିମାନ ବନ୍ଦରରେ ଏବଂ ଯାତ୍ରୀମାନେ ଭୂତାଣୁର ପ୍ରତିରୋଧ ପାଇଁ ଅଣ୍ଟା ଭିଡିଥିବା ପରି ପରିଲକ୍ଷୀତ ହୋଇଥିଲା |

ଜଣେ ପାଞ୍ଚ ବର୍ଷର ପିଲା ମୁହଁରେ ମାସ୍କ ଲଗାଇ ଏକୁଟିଆ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା କରି ଲୋକମାନଙ୍କ ମନରେ ସ୍ଵଭାବିକତା ଫେରାଇ ଆଣିବାକୁ ନେଇ ଆଶ୍ଵସ୍ତନା ଦେଖାଇଛନ୍ତି | ଦୁଇ ମାସର ଲକଡାଉନ କାଳରେ ନାଗରୀକମାନେ କିପରି ଏହି ଭୁତାଣୁକୁ ସଂକ୍ରମଣରୁ ରୋକାଯାଇ ପାରିବ ସେନେଇ ସଚେତନ ହୋଇଛନ୍ତି | ଲୋକମାନେ ସାମାଜିକ ଦୂରତା ପାଳନା କରିବା ସହିତ ବିମାନ ବନ୍ଦରରକୁ ଆରୋଗ୍ୟ ସେତୁ ଆପ୍ପ ଡାଉନଲୋଡ କରି ଯିବା ବିମାନ ଚଳାଚଳକୁ ସହଜ କରିଛି |

ବିମାନ ଚଳାଚଳ ସହିତ ସରକାର ଟ୍ରେନ ଚଳାଚଳକୁ ମଧ୍ୟ ଅନୁମତି ଦେଇଛନ୍ତି ଲକ୍ଷଲକ୍ଷ ଲୋକ ଟ୍ରେନରେ ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚୁଛନ୍ତି | ଜୁନ 1 ତାରିଖ ପରେ 200 ଟ୍ରେନ ଚଳାଚଳ କରିବ ଯାହା ବ୍ୟକ୍ତ କରୁଛି ଯେ ଭାରତ ଏମିତି ଆବଦ୍ଧ ହୋଇ ରହିବା ପରି ଦେଶ ନୁହେଁ ଅଗ୍ରସର ହେବା ଏହାର ନିୟତି |

ଏହା ସତ୍ତ୍ଵେ ମଧ୍ୟ ଦେଶରେ କରୋନାର ଭୟାବହତା ଏବେବି ବଢି ଚାଲିଛି ଯାହା ସତ୍ୟ | ସଂକ୍ରମିତଙ୍କ ସଂଖ୍ୟା 1,51,767ରେ ପହଞ୍ଚିଛି କିନ୍ତୁ 64,426 ଜଣ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି | ଏହା ସହିତ ଏହି ଭୂତାଣୁରେ 4337 ଜଣଙ୍କ ଜୀବନ ହାନି ଘଟିଛି | ଅବଶ୍ଯ ଏହା ବି ଆଶ୍ଵସନାର କଥା ଯେ ମୃତ୍ୟୁ ହାର ମାତ୍ର 3 ଭାଗ ରହିଛି ଏବଂ ଅଧିକାଂଶ ସଂକ୍ରମିତ ରୋଗୀଙ୍କୁ ଇଣ୍ଟେନସିଭ ସେବାର ଆବଶ୍ୟକତା ପଡୁନାହିଁ | ରେଳବାଇର ପ୍ରାୟ ଅଧା ସ୍ଥାନ କୋଭିଡ-19ର ଏକାନ୍ତବାସ ପାଇଁ ସଂରକ୍ଷିତ ରହିଛି |

ଲକଡାଉନ ସମୟକୁ ଭାରତ ବିଜ୍ଞତାର ସହିତ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଇବା, ଟେଷ୍ଟିଙ୍ଗ କିଟ୍ସ, ମାସ୍କ, ପିପିଇ ଏବଂ ଭେଣ୍ଟିଲେଟର ଆଦି ସୁବିଧା ବୃଦ୍ଧି କରାଇବାରେ ବିନିଯୋଗ କରିଛି | ଭାରତୀୟ ବୈଷୟିକ ପ୍ରତିଷ୍ଠାନଗୁଡିକ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରି ଏହି ମୁକାବିଲାକୁ ସହଜ କରିଛି | ଲକଡାଉନ ସମୟରେ ବିଭିନ୍ନ ରାଜ୍ୟ ସରକାର ମାନେ କୋଭିଡ ହସପିଟାଲ ଏବଂ ଏକାନ୍ତ ବିଭାଗ ପ୍ରତିଷ୍ଠା କରିଛନ୍ତି | ଏହା ସହିତ କରୋନା ଭୂତାଣୁ ପାଇଁ ଟୀକା ଉଦଭାବନ କରିବା କ୍ଷେତ୍ରରେ ଭାରତ ଲାଗି ପଡିଛି | ଦେଶର ସେରମ ପ୍ରତିଷ୍ଠାନ ପୁନେରେ ଟୀକା ବିକାଶ ପାଇଁ ପରୀକ୍ଷଣ କରିଛି ଏବଂ ଅନୁରୂପ କାର୍ଯ୍ୟ ଦେଶର ଅନ୍ୟ ଭାଗରେ ମଧ୍ୟ ଚାଲିଛି |

ଦୁଇ ମାସର ଲକଡାଉନ ଅର୍ଥନୀତିକୁ ସ୍ଥାଣୁ କରିଦେଇଛି ସମଗ୍ର ବିଶ୍ଵ ମହାମାରୀ ପାଇଁ ନିଜ ଦେଶକୁ ଲକଡାଉନ କରି ରଖିଛି ଭୂତାଣୁର ପ୍ରତିରୋଧ ପାଇଁ | ଭାରତ ସରକାର ଏହି ଲକଡାଉନକୁ ଏକ ସୁଯୋଗ ଭାବେ ବିନିଯୋଗ କରିଛି | ସରକାର 20 ଲକ୍ଷ ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି ଯାହାକି ସବୁ ବର୍ଗର ଲୋକମାନଙ୍କ ପାଇଁ ଅଭିପ୍ରେତ | ଗରିବ ଲୋକମାନଙ୍କୁ ଆର୍ଥିକ କଷ୍ଟରୁ ମୁକ୍ତି ଦେବା ପାଇଁ ସରକାର ସେମାନଙ୍କୁ ରିଲିଫ ଯୋଗାଇ ଦେଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ଆଞ୍ଚଳିକ ସାମଗ୍ରୀ ଉପଯୋଗ କରିବାକୁ ନେଇ ଲୋକମାନଙ୍କୁ ପ୍ରବର୍ତ୍ତାଇଛନ୍ତି | ଯାହାଦ୍ଵାରା କୂଟିର ଶିଳ୍ପ ଏବଂ ସ୍ଵଦେଶୀ ସାମଗ୍ରୀ ବଜାର ଦେଶରେ ବିକାସ ଲାଭ କରିପାରିବ ଏବଂ ଆତ୍ମ ନିର୍ଭର ଶୀଳ ଭାରତ ପାଇଁ ମୂଳ ଉତ୍ସ ହେବ|


ମୂଳ ଲେଖା : ମନୀଷ ଆନନ୍ଦ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...