ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବଜୱାଙ୍କ କାର୍ଯ୍ୟକାଳ ପୁଣି 3 ବର୍ଷ ବୃଦ୍ଧି କରିବା ଲାଗି ଗତ ଅଗଷ୍ଟ 19 ତାରିଖ ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜାରି କରିଥିବା ଅନୁମୋଦନ ନିର୍ଦେଶକୁ ସେ ଦେଶର ସୁପ୍ରିମ କୋର୍ଟ ଆକସ୍ମିକ ଭାବେ ବାତିଲ କରିଛି। 59 ବର୍ଷ ବୟଷ୍କ ଜେନେରାଲ ବାଜୱା ସେନାଧ୍ୟକ୍ଷ ପଦରୁ 28 ତାରିଖ ମଧ୍ୟ ରାତ୍ରିରୁ ଅବସର ନେବାର ଥିଲା ଏବଂ ତାଙ୍କ କାର୍ଯ୍ୟକାଳ ସଂପ୍ରସାରଣ ସଂକ୍ରାନ୍ତ ବିଧେୟକକୁ ପାର୍ଲାମେଣ୍ଟରେ ଅନୁମୋଦନ କରିବା ପାଇଁ ସେଠାକାର ସରକାର ପ୍ରତିଶ୍ରୁତି ଦେବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସର୍ତ୍ତମୂଳକ 6 ମାସ ପାଇଁ ରିହାତି ଦିଆଯାଇଛି । ଅର୍ଥାତ ଜେନେରାଲ ବାଜୱା ଆଉ 6 ମାସ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ ଏବଂ ଏହି ସମୟକାଳ ମଧ୍ୟରେ ପାର୍ଲାମେଣ୍ଟ ତାଙ୍କ କାର୍ଯ୍ୟକାଳ ସଂପ୍ରସାରଣ ସଂକ୍ରାନ୍ତ ବିଧେୟକକୁ ପାସ କରିବାକୁ ପଡିବ। ଏହି ବିଷୟକୁ ନେଇ ସେ ଦେଶରେ ଏବେ ତନାଘନା ବିତର୍କ ଚାଲିଛି ଓ ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି। ସେ ଦେଶର ପ୍ରଧାନ ବିଚାରପତି ଆସିଫ ସୟିଦ ଖୋସାଙ୍କ ତିନି ଜଣିଆ ଖଣ୍ତପୀଠ ପ୍ରଶାସନିକ ଏବଂ ଆଇନଗତ ଆଭିମୁଖ୍ୟ ଦୃଷ୍ଟିରୁ 6 ମାସ ପାଇଁ ରିହାତି ପ୍ରଦାନ କରିଛନ୍ତି। ସମଗ୍ର ପ୍ରକ୍ରିୟାରେ ଅନେକ ତାରତମ୍ୟ ଥିବା କଥା ଖଣ୍ତ ପୀଠ କହିବା ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ରାଷ୍ଟ୍ରପତି ଅରିଫ ଅଲଭିଙ୍କ ପାଇଁ...