Skip to main content

ବ୍ରାସିଲିଆ ଠାରେ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ 

ବ୍ରାସିଲିଆରେ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ସମାପନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ସମୂହର ଗତିଶୀଳତା ଓ ବୃଦ୍ଧି ପାଉଥିବା ପ୍ରାସଙ୍ଗିକତାର ଏକ ନିଦର୍ଶନ | ଏହି ଶିଖର ବୈଠକ ପରେ ଜାରୀ ମିଳିତ ବିବୃତ୍ତିରେ କୁହାଯାଇଛି ଯେ ବ୍ରିକ୍ସ ରାଷ୍ଟ୍ର ସମୂହ ବିଗତ ଦଶନ୍ଧିରେ ବୈଶ୍ଵିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରମୁଖ ପ୍ରେରକ ଭାବେ ଭୂମିକା ନିଭାଇଛି | ବ୍ରିକ୍ସର ଆବିର୍ଭାବ ଉଭା ହୋଇଥିବା ବିଶ୍ଵସ୍ତରୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନକୁ ପ୍ରତିଫଳିତ କରିଥାଏ | ବ୍ରିକ୍ସ କେବଳ ପଶ୍ଚିମର ପ୍ରଭାବ ବିସ୍ତାର ଉପରେ ସ୍ଵର ଉତଥାପନ କରିନାହିଁ ବରଂ ଏହା ଏକ ନୂତନ ଚିନ୍ତାଧାରା ଓ ଏକ ନୂତନ ବିଶ୍ଵ ଦୃଷ୍ଟିକୋଣର ଆକାର ଦେବାକୁ ପ୍ରୟାସ କରୁଛି | ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଶୀର୍ଷକ ଥିଲା “ ଏକ ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ବିକାଶ” | ଅଭିନବତାର ଇତିହାସ ବିଚାରଧାରାର କାହାଣୀ ଉପରେ ଆଧାରିତ | ଆମେ ଯଦି ଅଭିନବତା କ୍ଷେତ୍ରରେ ଆଗେଇବା ନାହିଁ ତେବେ ଆମକୁ ଅନିଶ୍ଚିତତା ଦେଇ ଗତି କରିବାକୁ ପଡିବ |

ବ୍ରିକ୍ସ ନେତୃବୃନ୍ଦଙ୍କ ଦ୍ଵାରା ଜାରି ମିଳିତ ବିବୃତ୍ତିରେ ଜାତିସଂଘ ତଥା ବିଶ୍ଵ ବାଣିଜ୍ୟ ସଂଗଠନ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମେତ ଅନ୍ୟାନ୍ୟ ବହୁପକ୍ଷୀୟ ସଂଗଠନ ଗୁଡିକୁ ଆହୁରି ମଜବୁତ କରିବା ସହ ଏଥିରେ ସଂସ୍କାର ଆଣିବା ଲାଗି ଆବଶ୍ୟକତା ଉପରେ ଆହ୍ଵାନ ଦିଆଯାଇଛି | ବହୁପକ୍ଷୀୟବାଦକୁ ବିଭିନ୍ନ ଆନ୍ତର୍ଜାତୀୟ କ୍ଷେତ୍ରରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସମୟରେ ବ୍ରିକ୍ସର ବହୁପକ୍ଷୀୟବାଦ ପ୍ରତି ପ୍ରତିଶୃତିବଦ୍ଧତା ଅସାଧାରଣ ସ୍ୱରୂପ ଅଟେ | ଏହା ସର୍ବବିଦିତ ଯେ ‘ବ୍ରେଟନ ଉଡ୍ସ’ ବିଚାରଧାରା ଅଧୀନରେ ବହୁପକ୍ଷବାଦ କେବେ ମଧ୍ୟ ଆଶାନୁରୂପ ନଥିଲା | ତେବେ ବିଡମ୍ବନାର କଥା ହେଲା ବର୍ତ୍ତମାନ ଯେଉଁମାନେ ବହୁପକ୍ଷବାଦ ପ୍ରତି ସମାଲୋଚନା କରୁଛନ୍ତି ସେମାନେ ଗୋଟିଏ ସମୟରେ ଏହି ପ୍ରତିଷ୍ଠାନ ଗୁଡିକର ପ୍ରତିଷ୍ଠାତା ଥିଲେ | ଏବେ ଯେତେବେଳେ ବିକାଶଶୀଳ ଦେଶ ଗୁଡିକ ବୈଶ୍ଵୀକରଣକୁ ଆପଣେଇଛନ୍ତି ସେତେବେଳେ ସେମାନଙ୍କୁ ବୈଶ୍ଵୀକରଣରୁ ଓହରିବା ଲାଗି କୁହାଯାଉଛି|

ବ୍ରିକ୍ସକୁ ସମର୍ଥନ କରୁଥିବା ନୂତନ ବହୁପକ୍ଷବାଦକୁ ମିଳିତ ସମୃଦ୍ଧି ଭାବେ ଦେଖାଯିବା ଉଚିତ | ମିଳିତ ବିବୃତ୍ତିରେ ବହୁପକ୍ଷବାଦକୁ ଅଧିକ ମହତ୍ଵ ଦିଆଯାଇଛି କାରଣ ଏହା ଶାନ୍ତି ଓ ସୁରକ୍ଷା, ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଓ ମାନବାଧିକାରର ସୁରକ୍ଷା ଓ ସମସ୍ତଙ୍କ ପାଇଁ ମୌଳିକ ସ୍ଵାଧୀନତା ନିଶ୍ଚିତ କରିବା ଲାଗି ମହତ୍ବପୂର୍ଣ୍ଣ ଅଟେ |

ବିଗତ କିଛି ବର୍ଷରେ ଭାରତ, ଆତଙ୍କବାଦ ଭଳି ମହାବିପତ୍ତି ବିରୁଦ୍ଧରେ ଏକ ଆନ୍ତର୍ଜାତୀୟ ଜନମତ ସଂଗ୍ରହ ଲାଗି ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛି | ଭାରତ, ରୁଷ ଓ ଚୀନ ଭଳି ବ୍ରିକ୍ସ ଦେଶ ଗୁଡିକ ଆତଙ୍କବାଦର ଶିକାର ହୋଇଛନ୍ତି | ତେଣୁ ବ୍ରାସିଲିଆ ସମ୍ମିଳନୀରେ ସବୁ ପ୍ରକରାର ସନ୍ତ୍ରାସବାଦର ତୀବ୍ର ନିନ୍ଦା କରାଯାଇଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେବା ବେଳେ ସନ୍ତ୍ରାସବାଦର କଡା ନିନ୍ଦା କରିଥିଲେ | ସେ, ବିକାଶ, ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ଆତଙ୍କବାଦ ଏକ ବଡ ବିପଦ ଭାବେ ଉଭା ହୋଇଛି ବୋଲି ବର୍ଣ୍ଣନା କରିଥିଲେ | ଆତଙ୍କବାଦ ଯୋଗୁଁ ବିଶ୍ଵ ଅର୍ଥବ୍ୟବସ୍ଥାରେ 1 ଟ୍ରିଲିୟନ ଡଲାର ର କ୍ଷତି ପହଞ୍ଚିଥିବା ବେଳେ ବିକାଶଶୀଳ ଦେଶ ଗୁଡିକରେ ଆର୍ଥିକ ଅଭିବୃଦ୍ଧି ହାରରେ 1.5 ପ୍ରତିଶତ ହ୍ରାସ ପାଇଛି ବୋଲି ସେ ଅଭିହିତ କରିଥିଲେ |
ବିଶ୍ଵ ବାଣିଜ୍ୟ ମାତ୍ର 15 ପ୍ରତିଶତ ବ୍ୟବସାୟ ବ୍ରିକ୍ସ ରାଷ୍ଟ୍ର ଗୁଡିକ ମଧ୍ୟରେ ହେଉଥିବାରୁ ଏହାର ପରିମାଣକୁ ବୃଦ୍ଧି କରିବାକୁ ଶ୍ରୀମୋଦୀ ଆହ୍ଵାନ ଦେଇଥିଲେ | ମିଳିତ ବିବୃତ୍ତିରେ ବ୍ରିକ୍ସ ବ୍ୟବସାୟ ଫୋରମ ବୈଠକକୁ ସ୍ଵାଗତ କରାଯାଇଛି କାରଣ ଆର୍ଥିକ ଓ ବାଣିଜ୍ୟକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏହାର ମହତ୍ବପୂର୍ଣ୍ଣ ଭୂମିକା ରହିଛି | ଘୋର ଜଳବାୟୁ ସଙ୍କଟ ସମୟରେ ମିଳିତ ବିବୃତ୍ତିରେ, ନିରନ୍ତର ବିକାଶ ଲାଗି 2030 କାର୍ଯ୍ୟସୁଚିକୁ ଲାଗୁ କରିବା କରିବା ପାଇଁ ବ୍ରିକ୍ସ ସମୂହର ପ୍ରତିଶୃତିବଦ୍ଧତା ଦୋହୋରାଯାଇଛି | ଏଥିରେ ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘ ଢାଞ୍ଚା ସମ୍ମିଳନୀର ସିଦ୍ଧାନ୍ତ ଅନୁଯାୟୀ ଗୃହିତ ପ୍ଯାରିସ ରାଜିନାମାର କାର୍ଯ୍ୟକାରିତାକୁ ମଧ୍ୟ ସମର୍ଥନ କରାଯାଇଛି |
ବ୍ରାଜିଲ, ରୁଷ ଓ ଚୀନ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ଵିପକ୍ଷୀୟ ବୈଠକ ଫଳପ୍ରଦ ହୋଇଛି | ଭାରତରେ ଆଗାମୀ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲଶୋନାରୋ ଭାରତର ଆମନ୍ତ୍ରଣକୁ ସାଦରେ ଗ୍ରହଣ କରିଛନ୍ତି | ଲାଟିନ ଆମେରିକା ସହ ଭାରତର ସମ୍ବନ୍ଧକୁ ଆହୁରି ମଜବୁତ କରିବା ଦିଗରେ ଏହା ହେଉଛି ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ | 
ଏକ ନୂଆ ଉନ୍ନୟନ ବ୍ଯାଙ୍କ ଗଠନ ଲାଗି ବ୍ରିକ୍ସ ରାଷ୍ଟ୍ର ପକ୍ଷରୁ ଯେଉଁ ନିରନ୍ତର ଉଦ୍ୟମ ଚାଲିଛି ସେଥିପ୍ରତି ସମସ୍ତଙ୍କ ସମର୍ଥନ ପ୍ରାପ୍ତ ହୋଇଛି | ବ୍ରାସିଲିଆ ଶିଖର ବୈଠକରେ ସଦସ୍ୟ ଦେଶ ଗୁଡିକରେ ଏନଡ଼ିବି ର ଆଞ୍ଚଳିକ ଅଫିସ ଖୋଲିବାକୁ ସ୍ଵାଗତ କରାଯିବା ସହ ଏହାର ସଦସ୍ଯତାର ବୃଦ୍ଧି କରିବା ଦିଗରେ ଏନଡ଼ିବି ଦ୍ଵାରା କରାଯାଇଥିବା ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଛି | ଏହି ପରିଦୃଶ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଅଭିନବତା ଉପରେ ଆଧାରିତ ଅଭିନବତା ବ୍ରିକ୍ସ ନେଟୱର୍କର ସ୍ଥାପନା ବ୍ରିକ୍ସକୁ ବୈଧତା ଦେବା ଲାଗି ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ |
କୌଣସି ଉଦ୍ଯୋଗୀ ସଂଗଠନ ବା ସମୂହକୁ କେବଳ କଳ୍ପନାର ଆବଶ୍ୟକତା ହୋଇନଥାଏ ବରଂ ଏଥିପ୍ରତି ନିରନ୍ତର ଧ୍ୟାନ ଦେବାର ମଧ୍ୟ ଆବଶ୍ୟକତା ହୋଇଥାଏ | ସମାଜକୁ ସୁହାଇଲାଭଳି ଏକ ଅର୍ଥନୀତି ଲାଗି କାମ କରିବା ପାଇଁ ବ୍ରିକ୍ସ ସମୂହ ସଙ୍କଳ୍ପବଦ୍ଧତା ପ୍ରକାଶ କରିବା ଉଚିତ | 
ମୂଳ ଲେଖା : ଡଃ ଆଶ ନାରାୟଣ ରାୟ, 
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...