Skip to main content

Posts

Showing posts from May, 2019

ଦ୍ବିତୀୟ ଥର ମୋଦି ସରକାର

ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ ପରେ ନରେନ୍ଦ୍ର ମୋଦି ଲଗାତାର ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ 58 ଜଣିଆ ମନ୍ତ୍ରୀ ମଣ୍ତଳର ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମଣ୍ତଳରେ ଭାରତର ପୂର୍ବତନ ବୈଦେଶିକ ସଚିବ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ବ୍ୟତିତ ଭାରତୀୟ ଜନତା ପାର୍ଟି ଏବଂ ଏହାର ମେଣ୍ଟ ଦଳର ପାରଙ୍ଗମ ସଦସ୍ୟମାନେ ସ୍ଥାନ ପାଇଛନ୍ତି। ଜୟଶଙ୍କରଙ୍କୁ ମନ୍ତ୍ରୀମଣ୍ତଳରେ ସାମିଲ କରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଚକିତ କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରଣାଳୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଚୀନ ଉପରେ ତାଙ୍କର ଅଭିଜ୍ଞତା ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ସମ୍ବଳ ସଦୃଶ୍ୟ। ବିଜେପି ସଭାପତି ଅମିତ ଶାହ ମଧ୍ୟ ମନ୍ତ୍ରୀମଣ୍ତଳରେ ସାମିଲ ହୋଇଛନ୍ତି । ଆଶା କରାଯାଉଛି ଯେ ସେ ସରକାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମୋଦି ସରକାରଙ୍କ ପ୍ରତି ମିଳିଥିବା ସଂଖ୍ୟା ଗରିଷ୍ଠତାକୁ ଶ୍ରୀ ମୋଦି ସମଗ୍ର ଦେଶରେ ଲୋକମାନଙ୍କର ଆଶା ଆକାଂକ୍ଷାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି। ଲୋକମାନଙ୍କର ଆକଂକ୍ଷାକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ତଳରେ ଦେଶର ସମସ୍ତ ଭାଗରୁ ପ୍ରତିନିଧିତ୍ବ ବିଶେଷକରି ଯୁବମାନଙ୍କୁ ଦିଆ ଯାଇଛି । ଶ୍ରୀ ମୋଦି ପୂର୍ବରୁ କହିଛନ୍ତି ଯେ ତାଙ୍କର ଦ୍ବିତୀୟ ସରକାର “NARA” ...

2019 ICC ବିଶ୍ବ କପ କ୍ରିକେଟ ଆରମ୍ଭ

ଇଂଲଣ୍ଡ ଏବଂ ୱେଲସ ଦ୍ୱାରା ଆୟୋଜିତ ଦ୍ୱାଦଶ ବିଶ୍ବ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେ 30 ତାରିଖରୁ 14 ଜୁଲାଇ 2019 ପର୍ଯ୍ୟନ୍ତ ଖେଳାଯିବ | ସଭ୍ୟ ପୁରୁଷଙ୍କ ଖେଳ କୁହାଯାଉଥିବା କ୍ରିକେଟ ଖେଳର ମହତ୍ୱ ଓ ମହିମା ବିଶ୍ବ କପ ପ୍ରତିଯୋଗୀତାରେ ପ୍ରତୀୟମାନ ହେବ | ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଆନ୍ତର୍ଜାତୀୟ କ୍ରିକେଟ ପରିଷଦ - ICC ଆୟୋଜକ ରହିଛି | ପଞ୍ଚମ ଥର ପାଇଁ ବିଶ୍ବ କପ କ୍ରିକେଟ ପ୍ରତିଯୋଗୀତା ଇଂଲଣ୍ଡ ଏବଂ ୱେଲସରେ ଅନୁଷ୍ଠିତ ହେଉଛି | ଏହା ପୂର୍ବରୁ 1975, 1979, 1983 ଏବଂ 1999 ମସିହାରେ ବିଶ୍ବ କପ କ୍ରିକେଟ ପ୍ରତିଯୋଗୀତା ଏଠାରେ ଖେଳାଯାଇଥିଲା | ଅଳ୍ପ କିଛି ଦେଶ କ୍ରିକେଟ ଖେଳୁଥିଲେ ମଧ୍ୟ ଏହା ଏକ ଅତି ଲୋକପ୍ରିୟ ଖେଳ | ଦର୍ଶକ ଏବଂ ଖେଳପ୍ରେମୀ ମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଫୁଟବଲ ଓ ଲନ ଟେନିସ ପରେ କ୍ରିକେଟ ର ସ୍ଥାନ ରହିଛି | ଉପମହାଦେଶରେ କ୍ରିକେଟକୁ ପ୍ରାୟ ଏକ ଧର୍ମ ଏବଂ ଗୌଣ-ଦେବତା ଭାବେ ଲୋକମାନେ ବିବେଚନା କରିଥାଆନ୍ତି | ଭାରତ, ଶ୍ରୀଲଙ୍କା ଏବଂ ପାକିସ୍ତାନ ସେମାନଙ୍କ ମଧ୍ୟରେ 4 ଟି ବିଶ୍ବ କପ ବିଜୟୀ ହୋଇସାରିଛନ୍ତି | ଦକ୍ଷିଣ ଏସିଆର ଏକ ଦେଶରେ ଜଣେ ପୂର୍ବତନ କ୍ରିକେଟ ଖେଳାଳୀ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ କ୍ରିକେଟରେ କୀର୍ତ୍ତିମାନ ଅର୍ଜନ କରିଥିବା ଅନ୍ୟ ପ୍ରମୁଖ ଦେଶ ଗୁଡିକରେ କିଛି ପୂର୍ବତନ କ୍ରିକେଟ ଖେଳାଳୀ ମନ୍ତ୍ରୀ ଏବଂ ଆଇନ ପ୍ରଣୟନକାରୀ ହେବା...

ଜାରିରହିଛି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା

ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଦେଶର ଭେଦଭାବ ନୀତି ଯୋଗୁଁ ସରକାରଙ୍କ ଦ୍ବାରା ପ୍ରତାଡ଼ିତ ହେବା ସହିତ ସେଠାକାର ମୌଳବାଦିମାନଙ୍କ ଦ୍ବାରା ଅତ୍ୟାଚାରିତ ହୋଇଆସୁଛନ୍ତି । ପାକିସ୍ତାନରେ ମୋଟ ଜନସଂଖ୍ୟାର ପ୍ରାୟ 30 ଲକ୍ଷ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଶିଖ ସଂପ୍ରଦାୟର ଲୋକମାନଙ୍କ ଧର୍ମ ପାଳନ ବିପଦରେ ସର୍ବଦା ରହିଆସିଛି। ସଂଖ୍ୟାଲଘୁମାନଙ୍କ ସହ ଭେଦଭାବ କରୁଥିବା ସବୁଠୁ ଘୃଣ୍ୟ ଆଇନ ହେଉଛି ଈଶ୍ବର ଅବମାନନା ଆଇନ । ଯାହା ବଳରେ ଇସଲାମ ଧର୍ମ ଏବଂ ଦର୍ଶନକୁ ସମାଲୋଚନା କିମ୍ବା ଅବମାନନା କଲେ ଗିରଫ କରାଯାଇଥାଏ। ଏହି ଆଇନ ଅନ୍ତର୍ଗତ ସଦ୍ୟତମ ମାମଲା ହେଉଛି ସିନ୍ଦୁ ପ୍ରଦେଶରେ ଜଣେ ସଂଖ୍ୟାଲଘୁ ଡାକ୍ତରଙ୍କୁ ଏହି ଆଇନ ବଳରେ ଗିରଫ କରାଯିବା । କିଛି ସପ୍ତାହ ପୂର୍ବେ ପଞ୍ଜାବ ପ୍ରଦେଶରେ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଦମ୍ପତ୍ତିଙ୍କୁ ଜଣେ ବ୍ୟକ୍ତି ପାଖକୁ ଏକ ଆପତ୍ତିଜନକ ସନ୍ଦେଶ ପଠାଇଥିବା କାରଣରୁ ଗିରଫ କରାଯିବାର ଖବର ରହିଛି । ଏହା ବ୍ୟତିତ ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ସର୍ବଦା ଭୟ ମଧ୍ୟରେ ଜୀବନ ବିତାଉଛନ୍ତି । ଲାହୋରର ଉପକଣ୍ଠରେ ଥିବା ଶିଖ ଧର୍ମ ସ୍ଥାନ ଗୁରୁ ନାନକଙ୍କ ପ୍ରାସାଦକୁ ଭାଙ୍ଗି ଦିଆଯିବା ଏହାର ଜ୍ବଳନ୍ତ ଉଦାହରଣ । ଏହା କେବଳ ଗୋଟିଏ ଘଟଣା ନୁହେଁ, ସଂଖ୍ୟାଲଘୁମାନଙ୍କ ଅଧିକାରକୁ ଲଗାତାର ଭାବେ ଲଂଘନ କରାଯାଇ ଆସୁଛି । ଈଶ୍ବର ଅବମାନନା ଆଇନ ବଳରେ ବହୁ ସଂଖ...

ମୋଦିଙ୍କ ଦ୍ଵିତୀୟ ଥରର ସରକାରରେ ଭାରତର ବୈଦେଶିକ ନୀତି ପଦକ୍ଷେପ

ଭାରତର 90 କୋଟିରୁ ଉର୍ଦ୍ଧ୍ୱ ମତଦାତାଙ୍କର ଅଭୂତପୂର୍ବ ଗଣତାନ୍ତ୍ରିକ ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014 ମସିହାରୁ ଆରମ୍ଭ ହୋଇଥିବା ମହତ୍ୱାକାଂକ୍ଷୀ ନୂତନ ଭାରତ ପାଇଁ ବୈଦେଶିକ ନୀତିରେ ଆସନ୍ତା ପାଞ୍ଚ ବର୍ଷରେ ଅନେକ ସୁଯୋଗ ପ୍ରଦାନ କରିଛି | ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ଅଧୀନରେ ସମଷ୍ଟିଗତ ପ୍ରଶାସନ ତାଙ୍କ ସରକାରଙ୍କର ପ୍ରମୁଖ ନୀତି ରହିବ | ଏକ ନୂତନ ଭାରତ ଗଠନ କରିବା ପାଇଁ ଆନ୍ତର୍ଜାତୀୟ କାର୍ଯ୍ୟକଳାପ ଗୁଡିକୁ ବୃଦ୍ଧି କରାଯାଇ ଭାରତର ବୈଦେଶିକ ନୀତିକୁ ପ୍ରାଧାନ୍ୟ ଦିଆଯିବ | ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବା ବିଶୃଙ୍ଖଳା ସମୟରେ ଚୀନ, ଆମେରିକା ଏବଂ ରୁଷ ଭଳି ପ୍ରମୁଖ ରାଷ୍ଟ୍ର ଗୁଡିକ ସହିତ ସମ୍ପର୍କ ସୁଦୃଢ କରି ଭାରତ ଏହାର ବିଦେଶ ନୀତିକୁ ଆହୁରି ଦୃଢ କରିବା ଲକ୍ଷ୍ୟରେ ରହିଛି | ଭାରତକୁ ସୁରକ୍ଷିତ, ସଶକ୍ତ ଏବଂ ପରିବର୍ତ୍ତନ କରିବା ସକାଶେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ତଥା ବୈଷୟିକ ଜ୍ଞାନ କୌଶଳ ବିକାଶ ସମେତ ପ୍ରତ୍ୟେକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଆମେରିକା, ଚୀନ, ୟୁରୋପୀୟ ସଂଘ, ଜାପାନ, ASEAN ଏବଂ ରୁଷ ଭଳି ବିଶ୍ବର ପ୍ରମୁଖ ଅର୍ଥନୈତିକ ଶକ୍ତି ଗୁଡିକ ସହ ମଧ୍ୟ ଭାରତର ସମ୍ପର୍କ ବୃଦ୍ଧି ପାଉଛି | ବିଶ୍ବରେ ଏକ ଦ୍ରୁତତମ ବିକାଶମୁଖୀ ଅର୍ଥନୈତିକ ରାଷ୍ଟ୍ର ଭାବେ ନିଜର ପ୍ରତିଷ୍ଠାକୁ...

ବିଶ୍ବ ଶକ୍ତି ଭାବେ ଭାରତ ଅଗ୍ରସର

ଦୃଢ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେହି ସମକକ୍ଷ ନୁହନ୍ତି। ବୋଧହୁଏ ଏଇଥିପାଇଁ ସେ ଯଥାର୍ଥରେ କହିଛନ୍ତି ଯେତାଙ୍କ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଯାତ୍ରା ଏକ ନୂଆ ଭାରତ, ଏକ ନୂଆ ଉଦ୍ଧିପନା ସହ ଗଠନ କରିବ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀ ଯେଉଁ ବିବୃତ୍ତି ଦେଇଛନ୍ତି ତାହା 2022 ସୁଦ୍ଧା ଭାରତର ପ୍ରତ୍ୟେକ ନାଗରିକମାନଙ୍କ ସ୍ବପ୍ନର ଭାରତ ଗଠନ ଦିଗରେ ସାମଞ୍ଜସ୍ୟ ପ୍ରତିପାଦନ କରୁଛି। ଏହି ସ୍ବପ୍ନ କେବଳ ଉଚ୍ଚମାନର ସ୍ବାସ୍ଥ୍ୟ ସେବା, ଶିକ୍ଷା, ଆବାସ ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ଅନ୍ୟ ମୌଳିକ ଆବଶ୍ୟକତାର ପରିପୂରଣ ନୁହେଁ ବରଂ ବିଶ୍ବ ପଟ୍ଟଳରେ ଭାରତକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ନୂଆ ସ୍ଲୋଗାନ- NARA (National Ambition+Regional Aspirations) ଅର୍ଥାତ ଜାତୀୟ ଲକ୍ଷ୍ୟ ଏବଂ ଆଞ୍ଚଳିକ ମନୋକାମନାର ପରିପୂରଣ। ବ୍ୟାପକ ଅର୍ଥରେ କୁହାଯାଇପାରେ ଯେ ନିକଟ ଭବିଷ୍ୟତରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଭାରତକୁ ଅଭିନବ ଜ୍ଞାନ କୌଶଳ ଏବଂ ବିଜ୍ଞାନର ଏକ ପେଣ୍ଠସ୍ଥଳି ଭାବେ ବିକଶିତ କରିବା ପାଇଁ ରହିଥିବା ଲକ୍ଷ୍ୟର ଏହି ସ୍ଲୋଗାନ ଏକ ଅଂଶବିଶେଷ ମଧ୍ୟ । ବିଶ୍ବରେ ଭାରତକୁ ଏକ ଶକ୍ତିଶାଳି ରାଷ୍ଟ୍ରରେ ପରିଣତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। କିନ୍ତୁ ଏସବୁ ବାସ୍ତବତାର ରୂପ ନେବା ପୂର୍ବର...

ଇଣ୍ଡୋନେସିଆରେ ଜୋକୋୱିଙ୍କର କ୍ଷମତାକୁ ପ୍ରତ୍ୟାବର୍ତ୍ତନ

ଇଣ୍ଡୋନେସିଆରେ ପ୍ରାୟ ଏକ ମାସର ପ୍ରତୀକ୍ଷା ପରେ, ଜୋକୋୱି ନାମରେ ଲୋକପ୍ରିୟ ଜୋକୋ ୱିଡୋଡୋ ଇଣ୍ଡୋନେସିଆର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଘୋଷଣା କରାଯାଇଛି | ଏପ୍ରିଲ ମାସ 17 ତାରିଖରେ ଇଣ୍ଡୋନେସିଆରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ନିର୍ବାଚନ ସହିତ ପିପୁଲସ କନ୍ସଲଟେଟିଭ ଆସେମ୍ବ୍ଲି ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡିକ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ସମସ୍ତ ସ୍ତରର ଏହି ଜଟିଳ ନିର୍ବାଚନ ପ୍ରକ୍ରିୟା ମାତ୍ର ଗୋଟିଏ ଦିନରେ ସମ୍ପୂର୍ଣ୍ଣ ହୋଇଥିଲା, ଯେଉଁଥିରେ 154 ମିଲିୟନ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ | ଏପ୍ରିଲ 17 ତାରିଖରେ ଅନୁଷ୍ଠିତ ମତଦାନର ଫଳାଫଳ ଇଣ୍ଡୋନେସିଆର ସାଧାରଣ ନିର୍ବାଚନ କମିଶନ (KPU) ମେ ମାସ 21 ତାରିଖରେ ଘୋଷଣା କରିଛନ୍ତି | ଭାରତରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ବିଜୟ ଏବଂ ଅଷ୍ଟ୍ରେଲିଆରେ ସ୍କଟ ମୋରିସନଙ୍କ ବିଜୟ ସହ ଜୋକୋୱିଙ୍କ ବିଜୟ ସମଗ୍ର ଏସିଆ ଓ ବାହାରେ ଅଧିକ ଆଗ୍ରହ ସୃଷ୍ଟି କରିଛି | ଏହି ତିନୋଟି ପଡୋଶୀ ଗଣତାନ୍ତ୍ରିକ ରାଷ୍ଟ୍ର ସେମାନଙ୍କର ସର୍ବବୃହତ ଗଣତାନ୍ତ୍ରିକ ସମାରୋହ, ନିର୍ବାଚନ ପ୍ରକ୍ରିୟାକୁ ସମ୍ପନ୍ନ କରିଛନ୍ତି ଏବଂ ଏହି ଦେଶର ଲୋକମାନେ ସେମାନଙ୍କର ହୃଦୟର ବାର୍ତ୍ତା ବ୍ୟାଲଟ ମାଧ୍ୟମରେ ପରିପ୍ରକାଶ କରିଛନ୍ତି | ଉଲ୍ଲେଖନୀ...

ଏସସିଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜ ଚଳିତ  ସପ୍ତାହରେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ର ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାପାଇଁ କିରଗିଜସ୍ଥାନର  ବିଶକେକ ଗସ୍ତରେ ଯାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏହା ଥିଲା ତାଙ୍କର ଶେଷ ବିଦେଶ ଗସ୍ତ | ଭାରତର ସାଧାରଣ ନିର୍ବାଚନର  ଫଳାଫଳ ପ୍ରକାଶ ପାଇବାର ମାତ୍ର ଦିନକ ପୂର୍ବରୁ ଶ୍ରୀମତୀ ସ୍ଵରାଜଙ୍କ ଏହି ଗସ୍ତରୁ ଜଣାପଡୁଛି ଯେ ଏସସିଓ ବୈଠକ ଭାରତ ପାଇଁ କେତେ ମହତ୍ବପୂର୍ଣ୍ଣ | ଭାରତର  ନେତା ମାନେ ବହୁ ବର୍ଷ ହେଲା ନିୟମିତ ଭାବେ ଏହି ଏସସିଓ ବୈଠକ ରେ ଯୋଗ ଦେଇ ଆସୁଛନ୍ତି | 2015ରେ ରୁଷ ର ଉଫାରେ ପଞ୍ଚଦଶ ଏସସିଓ ଶିଖର ସମ୍ମିଳନୀ ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ଶିଖର ବୈଠକରେ ଯୋଗ ଦେଇ ଆସୁଛନ୍ତି | ଗତ ବର୍ଷ ଶ୍ରୀମତୀ ସୁଷମା ସ୍ଵରାଜ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ  ଡୋଭାଲ ଚୀନରେ ଅନୁଷ୍ଠିତ ସେମାନଙ୍କ ବିଭାଗୀୟ ଏସସିଓ ବୈଠକ ଗୁଡିକରେ ଯୋଗ ଦେଇଥିଲେ | ଡୋକଲାମ ଅଚଳାବସ୍ଥା ପରେ ଚୀନ ପ୍ରତିପକ୍ଷ ମାନଙ୍କ ସହ କଥାବାର୍ତ୍ତା କରିବା ଲାଗି ଏହି ବୈଠକ ଗୁଡିକ ମଞ୍ଚ ପ୍ରଦାନ କରିବା ସହ ମଧ୍ୟ-ଏସିଆ ଓ ରୁଷ ସହ ଏକ ବହୁପକ୍ଷୀୟ ବୈଠକ କରିବା ଲାଗି ସୁଯୋଗ ପ୍ରଦାନ କରିଥିଲା | 2019 ଏସସିଓ ବୈଠକ ଅବସରରେ ଭାରତୀୟ ବୈଦେଶିକ ମନ୍ତ୍ରୀ ...

ଏକ ଦୃଢ ସରକାର ପାଇଁ ଜନାଦେଶ

ଭାରତୀୟ ଜନତା ପାର୍ଟି (BJP) ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)କୁ 900 ନିୟୁତରୁ ଅଧିକ ମତଦାତାଙ୍କ ଏକ ସ୍ପଷ୍ଟ ତଥା ଏକ ନିର୍ଣ୍ଣାୟକ ଜନାଦେଶ ମିଳିଛି | ବିଗତ 35 ବର୍ଷରେ ପ୍ରଥମ ଥର ଲାଗି ଭାରତ ସରକାରଙ୍କ ଜନ ପ୍ରତିନିଧି ସଦନ ଲୋକସଭାରେ ଏକମାତ୍ର ପାର୍ଟି ବିଜେପି 303 ଆସନ ଦାଖଲ କରି ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଛି | ଏହି ମହାବିଜୟର ମହାନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସୁରକ୍ଷା ଓ ବିକାଶ ପ୍ରସଙ୍ଗ ନେଇ ଦଳୀୟ ମନ୍ତ୍ର ସହ ଲଗାତାର ଦ୍ଵିତୀୟ ଥର ଲାଗି ବିଜୟ ହାସଲ କରିଛନ୍ତି |କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ବରେ ପୁଣି ଆଉ ପାଞ୍ଚ ବର୍ଷ ପାଇଁ ଜନତା ରାୟ ଦେଇଛନ୍ତି|. ସପ୍ତଦଶ ଲୋକସଭା ଗଠନ ଲାଗି ଅନୁଷ୍ଠିତ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଭାରତୀୟ ମତଦାତା ମାନେ ବିପୁଳ ସଂଖ୍ଯାରେ ଭୋଟ ଦେଇ ବିଜେପିକୁ ଭାରି ସମର୍ଥନ ଦେଇଛନ୍ତି ଓ ଉଣେଇଶ ଜନାଦେଶ ସ୍ଥିତାବସ୍ଥା ସପକ୍ଷରେ ଯାଇଛି | ପୂର୍ବରୁ ଅଳ୍ପ ମାତ୍ର ସ୍ଥିତି ରହିଥିବା ପଶ୍ଚିମବଙ୍ଗ ଓ ତେଲେଙ୍ଗନା ଭଳି ରାଜ୍ୟରେ ମଧ୍ୟ ବିଜେପି ନିଜର ସ୍ଥିତି ସୁଦୃଢ କରିବାରେ ସଫଳ ହୋଇଛି | ତେଣେ ଇଣ୍ଡିଆନ ନେସନାଲ କଂଗ୍ରେସ (ଆଇଏନଏସ) ନେତୃତ୍ଵାଧୀନ ବିରୋଧୀ ପାର୍ଟି ଶୋଚନୀୟ ଭାବେ ପରାଜୟ ବରଣ କରିଛି | ଗତ ପାଞ୍ଚ ବର୍ଷ ମଧ୍ୟରେ 133 ଟି ଉନ୍ନୟନ ମୂଳକ ପ୍ରକଳ୍ପ ଉନ୍ମୋଚିତ କରି ଏନଡ଼ିଏ ସରକାର ଉଲ୍ଲେଖନୀୟ କା...

ଉନ୍ନତ ନିରୀକ୍ଷଣ କ୍ଷମତା ସକାଶେ ମହାକାଶରେ ଭାରତର ନବୀନତମ ପ୍ରଚେଷ୍ଟା

ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବାକୁ ଉଦ୍ଦିଷ୍ଟ ଭାରତର ଆଧୁନିକ ଉପଗ୍ରହ RISAT-2B (ରାଡାର ଇମେଜିଙ୍ଗ ଉପଗ୍ରହ) ବୁଧବାରଦିନ ସକାଳେ ଉତକ୍ଷେପଣ କରାଯାଇଛି ଯାହା ଦେଶର ସୀମାବର୍ତ୍ତି ଅଞ୍ଚଳ ଗୁଡିକୁ ଦିନରାତି ସବୁପ୍ରକାର ପାଣିପାଗରେ ଫଳପ୍ରଦ ଭାବେ ତଦାରଖ କରିବାର ସାମର୍ଥ୍ୟ ରଖିଛି ଏବଂ ଯଦ୍ୱାରା ଏହା ଦେଶର ନିରୀକ୍ଷଣ ଦକ୍ଷତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ | 615 କିଲୋଗ୍ରାମ ଓଜନ ବିଶିଷ୍ଟ RISAT-2B ଉପଗ୍ରହର ମିଶନ ସମୟ 5 ବର୍ଷ ରହିଥିବା ଆକଳନ କରାଯାଇଛି | ଏହି ଉପଗ୍ରହ ସମସ୍ତ ପ୍ରକାର ପାଣିପାଗ ଓ ପରିସ୍ଥିତିରେ ପୃଥିବୀ ପୃଷ୍ଠକୁ ପର୍ଯ୍ୟବେକ୍ଷଣ କରିପାରିବ | ସୀମାବର୍ତ୍ତୀ ଅଞ୍ଚଳ ଗୁଡିକର ନିରୀକ୍ଷଣ, ଉଗ୍ରବାଦୀ ମାନଙ୍କ ଅନୁପ୍ରବେଶକୁ ରୋକିବା ଏବଂ ସନ୍ତ୍ରାସବାଦୀ-ବିରୋଧୀ କାର୍ଯ୍ୟକଳାପ ଗୁଡିକରେ ଏହି ଉପଗ୍ରହକୁ ବ୍ୟବହାର କରାଯିବ | ପାରମ୍ପରିକ ରିମୋଟ-ସେନସିଙ୍ଗ ଉପଗ୍ରହ ଗୁଡିକ ଭୁପୃଷ୍ଠର ଛବି ଦିନବେଳା କିମ୍ବା ସମ୍ପୁର୍ଣ୍ଣ ଆଲୋକରେ ଉତ୍ତୋଳନ କରିଥାନ୍ତି ଏବଂ ରାତ୍ରି ସମୟରେ ଓ ମେଘୁଆ ପାଗରେ ଏହି ଉପଗ୍ରହ ଗୁଡିକ ଭୁପୃଷ୍ଠର ଛବି ଉତ୍ତୋଳନ କରିବାରେ ସଫଳ ହୋଇପାରି ନଥାନ୍ତି | ତେବେ RISAT-2B ଉପଗ୍ରହ ହେଉଛି ଏକ ରାଡାର ଇମେଜିଙ୍ଗ ଉପଗ୍ରହ, ଯାହାର ସିନ୍ଥେଟିକ ଆପାର୍ଚର ରାଡାର ନାମକ ଏକ ସକ୍ରିୟ ସେନ୍ସର ରହିଛି | ଏହି ସେନ୍ସର ଏହାର ରାଡାର ରଶ୍ମୀ ବ୍ୟବହାର କରି ମହାକାଶରୁ ଦିନରାତି ଏବଂ ମେଘୁଆ ପାଗରେ ମଧ...

ଭାରତର ଚନ୍ଦ୍ରଯାନ-2ର ହେବ ଉତକ୍ଷେପଣ

ଭାରତର ଦ୍ବିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-2 ଚଳିତ ବର୍ଷ ଜୁଲାଇ ମାସରେ ଉତକ୍ଷେପଣ ହେବାର ଯୋଜନା କରାଯାଇଛି । ଏହି ଯାନରେ ଦେଶର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଦ୍ବାରା ବିକଶିତ 13ଟି ପେଲୋଡ ଚନ୍ଦ୍ର ପୃଷ୍ଠକୁ ଯାଇ ତଥ୍ୟ ସଂଗ୍ରହ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ କହିଛି । ଏହି ଚନ୍ଦ୍ରଯାନରେ 3.8 ଟନ ବିଶିଷ୍ଟ ତିନୋଟି ମଡ୍ୟୁଲ ଯଥା ଓରବିଟର, ଲ୍ୟାଣ୍ତର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ଯିବ।ଏହି ମିଶନ ପୃଥିବୀ ଠାରୁ ଚନ୍ଦ୍ରର ଦୂରତାକୁ ମାପିବ । ଇସ୍ରୋ ଅନୁଯାୟୀ ଏହି ସମସ୍ତ ମଡ୍ୟୁଲ ଜୁଲାଇରେ ଚନ୍ଦ୍ରଯାନ-2ର ଉତକ୍ଷେପଣ ପାଇଁ ପ୍ରସ୍ତୁତ ଅଛି ଏବଂ ଏହା ସେପ୍ଟେମ୍ବର 6 ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଓରବିଟର ଚନ୍ଦ୍ରପୃଷ୍ଠର 100 କିଲୋମିଟର ବ୍ୟବଧାନର କକ୍ଷପଥରେ ପରିକ୍ରମା କରିବ ଏବଂ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ତଥା ପ୍ରଜ୍ଞାନ ଚନ୍ଦ୍ର ସଂପର୍କରେ ତଥ୍ୟ ଏବଂ ଜ୍ଞାନ ଆହରଣ କରିବ । ଚନ୍ଦ୍ରଯାନ-1 ଅପାର ସଫଳତା ହାସଲ କରିଥିଲା ଏବଂ ଏହା ଚନ୍ଦ୍ରରେ ଜଳ ଥିବାର ଅନ୍ବେଷଣ କରିଥିଲା । ଏଥିରେ ମୋଟ 5ଟି ବିଦେଶି ପେଲୋଡ ରହିଥିଲା । ସେଥିମଧ୍ୟରୁ ତିନୋଟି ୟୁରୋପର ହୋଇଥିବାବେଳେ ଦୁଇଟି ଆମେରିକାର ଥିଲା । ଚନ୍ଦ୍ରଯାନ-2 ହେଉଛି ଅତ୍ୟନ୍ତ ଉଚ୍ଚ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ମିଶନ । ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ଯେ ବିକ୍ରମ ସେପ୍ଟେମ୍ବର 6 ତାରିଖ ସୁଦ୍ଧ...

କଣ ଆରବ ଉପସାଗର ଯୁଦ୍ଧମୁହାଁ ହୋଇଛିକି?

ଆମେରିକା ତଥା ଏହାର ସହଯୋଗୀ ଏବଂ ଇରାନ ମଧ୍ଯରେ ନିକଟରେ ଯେପରି ଭାବରେ ବିବୃତ୍ତି ଦିଆଯାଉଛି ତାଦ୍ବାରା ଆରବ ଉପସାଗରରେ ଉତ୍ତେଜନାକୁ ଆହୁରି ବଢାଇ ଦେଇଛି । ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଏହି ସମସ୍ୟା ବହୁତ ଜଟିଳ ଏବଂ ପୁରୁଣା କିନ୍ତୁ  ବର୍ତ୍ତମାନ ଯେଉଁ ଉତ୍ତେଜନା ଦେଖାଦେଇଛି ତାପଛରେ ରହିଛି ମିଳିତ ବ୍ୟାପକ କାର୍ଯ୍ୟଯୋଜନା ଅର୍ଥାତ (JCPoA) ବା ଇରାନ ପରମାଣୁ ରାଜିନାମାରୁ ଆମେରିକା 2018 ମଇରେ ଓହରି ଯିବା । ସେତେବେଳେୈ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଦୋଷାରୋପ କରିଥିଲେ ଯେ ଇରାନ ପରମାଣୁ ରାଜିନାମା ସତ୍ତ୍ବେ ପରମାଣୁ ଅସ୍ତ୍ର ଏବଂ ବାଲେଷ୍ଟିକ କ୍ଷେପଣାସ୍ତ୍ର ବିକଶିତ କରୁଛି ଏବଂ ଆଞ୍ଚଳିକ ଶାନ୍ତି ତଥା ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ଏହାପରେ ଟ୍ରମ୍ପ ପ୍ରଶାସନ ପୁଣି ଇରାନ ଉପରେ ଏକତରଫା ଆର୍ଥିକ କଟକଣା ଲାଗୁ କରିଥିଲେ । କଟକଣାର ଉଦ୍ଦେଶ୍ୟ ଥିଲା ଇରାନ ଉପରେ ଅଧିକ ଚାପ ପକାଇବା ପାଇଁ ବୁଝାମଣାଉପରେ ପୁଣି କଥାବାର୍ତ୍ତା କରିବା ଥିଲା । କିନ୍ତୁ ଇରାନ ଏପରି କରିବାକୁ ସିଧା ମନା କରିଦେଇଥିଲା । 2019 ମଇ 8 ତାରିଖରେ ଆମେରିକାର JCPoAରୁ ଓହରିବାର ପ୍ରଥମ ବାର୍ଷିକ ଉପଲକ୍ଷେ ଇରାନ ୟୁରୋପୀୟ ଦେଶ, ରୁଷ ଏବଂ ଚୀନକୁ ଅନୁରୋଧ କଲା ଯେ ସେମାନେ ଆଗାମୀ 60 ଦିନରେ ଇରାନ ଉପରେ ଲାଗିଥିବା କଟକଣାକୁ ଦୂର କରିବାରେ ତାକୁ ସାହାର୍ଯ୍ୟ କରନ୍ତୁ । ଯଦି ଏପରି ନହୁଏ ତେବେ  ଇରାନ ପରମାଣ...

ଶେଷ ହେଲା ଗଣତନ୍ତ୍ରର ମହାପର୍ବ

ଦେଶର 17 ତମ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ  ସଫଳତାର ସହ ସମ୍ପୁର୍ଣ୍ଣ ହୋଇଛି |ଚଳିତ ନିର୍ବାଚନରେ ବହୁ ସଂଖ୍ଯାରେ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି |ମୋଟାମୋଟି ଭାବେ କହିବାକୁ ଗଲେ ଏହି ନିର୍ବାଚନରେ  900 ନିୟୁତ ମତଦାତା  ମଧ୍ୟରୁ ଶତକଡା 66 ଭାଗ ଭୋଟର ମତଦାନ କରିଛନ୍ତି | ଭାରତ, ଅଂଶଗ୍ରହଣ ମୂଳକ ଗଣତନ୍ତ୍ରରେ ଏହାର ଅନ୍ତର୍ନିହିତ ଶକ୍ତି, ଆସ୍ଥା ତଥା  ବିଶ୍ଵାସର ପୁନଃ ପ୍ରତିଷ୍ଠା କରିଛି  | ବିଶ୍ଵର ସର୍ବ ବୃହତ ଗଣତନ୍ତ୍ର ରେ ବିପୁଳ ସଂଖ୍ଯାରେ ଭୋଟ ଦାନ ହୋଇଛି |ଭାରତ ର ନିର୍ବାଚନ କମିଶନ ଏହି ଭୋଟ ଗ୍ରହଣ ଲାଗି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମତଦାତା  ମାନଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରିଥିଲେ | ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ତିନି ଫୁଟ ଉଚ୍ଚ ବିନୀତା ଜୈନ ଭୋଟ ଦାନ କରି ଗର୍ବ ର ସହ ତାଙ୍କ କାଳି ଯୁକ୍ତ ଆଙ୍ଗୁଳି  ପ୍ରଦର୍ଶନ କରିଥିଲେ | ବିହାର ର ପାଟଣା ରେ ଯୋଡା ଜାଁଆଳା ଭଗ୍ନୀ ସବା ଓ ଫାରା  ପ୍ରଥମ ଥର ଲାଗି ଚଳିତ ନିର୍ବାଚନରେ ଦୁଇଜଣ ପୃଥକ  ଭାବେ ମତଦାନ କରିଥିଲେ | ବିଦେଶରେ ବସବାସ କରୁଥିବା ଭାରତୀୟ ମାନଙ୍କୁ ମଧ୍ୟ ଏହି ଲୋକସଭା ନିର୍ବାଚନ ଗଭୀର ଭାବେ ଅନୁପ୍ରାଣିତ କରିଛି | ଚଳିତ ଭୋଟ  ଗ୍ରହଣ ସମୟରେ ବହୁ ସଂଖ୍ଯାରେ ଭାରତୀୟ କେବଳ ଭୋଟ ଦାନ ପାଇଁ ଭାରତକୁ ଆସି  ନିଜର ମତାଧିକାର ସାବ୍ୟସ୍ତ କର...

ବ୍ରେକଜିଟ ବୁଝାମଣା ଲାଗି ଅନ୍ତିମ ପ୍ରୟାସ

ବ୍ରିଟେନ ସଂସଦ, ସୁଶ୍ରୀ ଥେରେସା ମେ ଙ୍କ ବ୍ରେକଜିଟ ବୁଝାମଣାକୁ ତିନି ଥର ପ୍ରତ୍ୟାଖ୍ୟାନ କରିଦେଇଥିବା ବେଳେ ବ୍ରିଟେନ ନେତା ବ୍ରେକଜିଟ ଚୁକ୍ତିରୁ ଓହରିବା ନେଇ ତାଙ୍କ ଅନ୍ତିମ ଚାଲେଞ୍ଜ ର ସମ୍ମୁଖୀନ ହେଉଛନ୍ତି | ଯଦି ପୁଣି ଥରେ  ଏହାକୁ ପ୍ରତ୍ୟାଖ୍ୟାନ କରିଦିଆଯିବ ତେବେ ଏହାର ପରିଣାମ ଉଭୟ ବୁଝାମଣା ପାଇଁ ଓ ବର୍ତ୍ତମାନର ସରକାର ପାଇଁ  ସଂକଟପୂର୍ଣ୍ଣ ହେବ | ୟୁରୋପୀୟ ସଂଘରୁ ଓହରିବା  ସଙ୍କ୍ରାନ୍ତୀୟ ବୈଦେଶିକ ସଚିବ ଷ୍ଟିଫନ ବାର୍କଲେ ଏକଥା ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ଏକ୍ଷେତ୍ରରେ ବୁଝାମଣା ଯଦି ବିଫଳ ହୁଏ ତେବେ ବ୍ରେକଜିଟ ଚୁକ୍ତି ପ୍ରାୟତଃ ସମାପ୍ତ ହୋଇଯିବ | ଥେରେସା ମେ ଏବେ ଘଡି ସନ୍ଧି ମୂହୁର୍ତ୍ତ ରେ ଅଛନ୍ତି ଓ ସେ ଖୁବ ଶୀଘ୍ର ସଂସଦର ଅନୁମୋଦନ ଲାଭ ପାଇଁ ଏହି ଚୁକ୍ତିକୁ ସଦନରେ ଉପସ୍ଥାପନା କରିବେ | ତେବେ ଏହାକୁ ବିରୋଧ କରୁଥିବା ସାଂସଦ ମାନଙ୍କର ସବୁଠୁ ବଡ ଉଦବେଗ ହେଲା କଥାବାର୍ତ୍ତାର ଏହି 6 ସପ୍ତାହ ମଧ୍ୟରେ ଏଦିଗରେ କୌଣସି ନୂତନ ପରିବର୍ତ୍ତନ କରାଯାଇଛି ନା ନାହିଁ | ତାଙ୍କ ନିଜ କଞ୍ଜରଭେଟିଭ ପାର୍ଟିର ୟୁରୋସଂଶୟବାଦୀ ମାନେ କହିଛନ୍ତି ଯେ ଏହି ବୁଝାମଣା ଦ୍ଵାରା ବ୍ରିଟେନ କଷ୍ଟମ ୟୁନିଅନ ମଧ୍ୟରେ ରହିଯିବ ଯାହାକି ଏକ ବ୍ୟାପାରିକ ଅବରୋଧ ଅଟେ | ତେଣେ ଡେମୋକ୍ରାଟିକ ୟୁନିଅନିଷ୍ଟ ପାର୍ଟି (DUP) ବିବୃତ୍ତି ଦେଇଛି ଯେ ଏହି ବୁଝାମଣା ସେତେବେଳେ ଯାଇଁ ସଫଳ ହେବ ଯେତେବେଳେ ବ୍...

ପୋମ୍ପେଓ ଏବଂ ଲାଭାରୋଭଙ୍କ ମଧ୍ୟରେ ଆଲୋଚନା ଏକ ନୂଆ ସଂପର୍କ ପାଇଁ ପଦକ୍ଷେପ

ଆମେରୀକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓ ଯେତେବେଳେ ରୁଷକୁ ତାଙ୍କର ପ୍ରଥମ ଗସ୍ତ କରି ତାଙ୍କର ପ୍ରତିପକ୍ଷ ସର୍ଗଇ ଲାଭାରୋଭ ଏବଂ ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କ ସହ ଆଲୋଚନା କଲେ ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ଟ୍ରମ୍ପ ପ୍ରଶାସନ ରୁଷ ସହିତ ଏକ ନୂଆ ସଂପର୍କ ଗଢିବାକୁ ମନସ୍ତ କରିଛି | ଆମେରିକା ଏବଂ ରୁଷ ମଧ୍ୟରେ ନିକଟ ବର୍ଷମାନଙ୍କରେ ଯେଉଁ ନୂଆ କିନ୍ତୁ ଛୋଟିଆ ଶିତଳ ଯୁଦ୍ଧ ଦେଖାଦେଇଛି ତାହା ଆନ୍ତର୍ଜାତୀୟ ସମୁଦାୟକୁ ଅଛପା ନାହିଁ | ଆମେରିକାର ବିଦେଶ ନୀତି ବିଶ୍ଳେଷକ ଗୋଷ୍ଠିର ଅଧିକାଂଶ ବ୍ୟକ୍ତି ଆମେରିକା ଏବଂ ରୁଷ ମଧ୍ୟରେ ଖରାପ ସଂପର୍କକୁ ଏକ ଛୋଟିଆ ଶୀତଳ ଯୁଦ୍ଧ ଭାବେ ବର୍ଣ୍ଣନା କରିବାକୁ ଚାହାନ୍ତି ନାହିଁ କାରଣ ସେମାନେ ରୁଷକୁ କ୍ଷମତାଶାଳି ଭାବେ ବର୍ଣ୍ଣନା କରିବାକୁ ଚାହାନ୍ତି ନାହିଁ ଯେମିତିକି ପୂର୍ବର ସୋଭିଏତ ସଂଘ ଥିଲା | ବାସ୍ତବରେ ଶିତଳ ଯୁଦ୍ଧ ସମୟରେ ମଧ୍ୟ ଆମେରିକାର ଶିକ୍ଷାବିତମାନେ ଆମେରିକା ଏବଂ ରୁଷ ମଧ୍ୟରେ ପରମାଣୁ ସମାନତାକୁ ଧ୍ୟାନ ଦେଉଥିବାବେଳେ ଆମେରିକାର ସଫଳ ପ୍ରଶାସକମାନେ ରୁଷକୁ ସର୍ବଦା ସମାନ ମର୍ଯ୍ୟଦା ଦେବାକୁ ଅନିଚ୍ଛୁକ ଥିଲେ | ବିଶ୍ବ ଶକ୍ତି ମଧ୍ୟ ସବୁବେଳେ ଆମେରିକାକୁ ଗୁରୁତ୍ବ ଦେଉଥିଲା କାରଣ ଥିଲା ଏହାର ଅର୍ଥନୈତିକ ଅଗ୍ରଗତି ଏବଂ ଶ୍ରେଷ୍ଠ ଜ୍ଞାନକୌଶଳ | ଏପରିକି ଆଜି ମଧ୍ୟ ଆମେରିକାର କେହିବି ରୁଷର ଶକ୍ତିକୁ ଗୁରୁତ୍ବ ଦେଉନାହାନ୍ତି, ସେମାନେ ଭାବୁନାହାନ୍ତି ଯେ ଏ...

ସନ୍ତ୍ରାସବାଦୀ ଆକ୍ରମଣ ମଧ୍ୟରେ ପାକିସ୍ତାନକୁ ଆର୍ଥିକ ସହାୟତା

  ସନ୍ତ୍ରାସବାଦୀ ଆକ୍ରମଣ ମଧ୍ୟରେ ପାକିସ୍ତାନକୁ ଆର୍ଥିକ ସହାୟତା ଅନେକ ମାସ ଧରି ଦୀର୍ଘଦିନର ଆଲୋଚନା ପରେ , ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( IMF) ଶେଷରେ ପାକିସ୍ତାନକୁ ଆଉ ଏକ ଆର୍ଥିକ ସହାୟତା ପ୍ରଦାନ କରିଛି | ପାକିସ୍ତାନ ଏବଂ ସେଠାକୁ ଗସ୍ତ କରିଥିବା IMF ଟିମ ମଧ୍ୟରେ ଚୂଡାନ୍ତ ବିଚାର ବିମର୍ଶ ପରେ ଆର୍ଥିକ ସହାୟତା ଦିଆଯାଇଥିବା ବିଷୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ବ୍ୟାପାର ଉପଦେଷ୍ଟା ଡକ୍ଟର ହାଫିଜ ଶେଖ କହିଛନ୍ତି | ଆର୍ଥିକ ସଙ୍କଟର ମୁକାବିଲା ପାଇଁ ପାକିସ୍ତାନକୁ ପରବର୍ତ୍ତୀ 3 ବର୍ଷରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( IMF) 6 ବିଲିୟନ ଡଲାର ପ୍ରଦାନ କରିବ | ଇସ୍ଲାମାବାଦ ଘୋର ଭାବେ ଋଣଗ୍ରସ୍ତ ହୋଇଯାଇଛି ଏବଂ ଦେଶ ଚଳାଇବାକୁ ଓ ଏହାର ଅର୍ଥନୈତିକ ସ୍ଥିତି ସୁଧାରିବାକୁ 18 ବିଲିୟନ ଡଲାର ନିଅଣ୍ଟ ରହିଛି | ଆଠ ମାସ ପୂର୍ବରୁ ଯେତେବେଳେ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ , ସେ କହିଥିଲେ ଯେ , ଯଦି ଏଭଳି ଆର୍ଥିକ ସହାୟତା ନିମନ୍ତେ କଠୋର ସର୍ତ୍ତ ରଖାଯିବ ତେବେ ସେ IMF ରୁ କୌଣସି ଆର୍ଥିକ ପ୍ୟାକେଜ କିମ୍ବା ସହାୟତା ଲୋଡିବେ ନାହିଁ | ଚୀନ , ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟସ ( UAE) ଭଳି ବନ୍ଧୁ ରାଷ୍ଟ୍ର ଗୁଡିକ ଉପରେ ସେ ଅଧିକ ନିର୍ଭରଶୀଳ ଥିଲେ | କିନ୍ତୁ IMF ପ୍ୟାକେଜ  ପାଇଁ ନୂଆ ସର୍ତ୍ତାବଳୀ ଲାଗୁ କରିଛି ଏବଂ ଇ...

ତୁର୍କୀ-ଭାରତ ସମ୍ପର୍କରେ ଗଭୀରତା

ଭାରତ ଓ ତୁର୍କୀ ବରିଷ୍ଠ ଅଧିକାରୀ ସ୍ତରୀୟ ଦୁଇଟି ଲଗାତାର ବୈଠକ ସହ ସେମାନଙ୍କ ସହଭାଗିତାକୁ ଉନ୍ନତ କରିବା ଲାଗି ବର୍ତ୍ତମାନ ନୀରବ ସ୍ଥିତିରେ ରହିଥିଲା ବେଳେ ଏଦିଗରେ ସେମାନେ ଯଥେଷ୍ଟ ପ୍ରଗତି ହାସଲ କରିଛନ୍ତି |ତୁର୍କୀ ଅଧୁନା ଉଭା ହେଉଥିବା ସହଯୋଗୀ ରାଷ୍ଟ୍ର ଭାରତ ଓ ପାରମ୍ପରିକ ସହଯୋଗୀ ପାକିସ୍ତାନ ମଧ୍ୟରେ ନିଜର ସମ୍ପର୍କ ବୃଦ୍ଧି କରିବା ପାଇଁ ଲକ୍ଷ ରଖିଛି |ଅଙ୍କାରା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଡଃ ଇବ୍ରାହିମ କାଲିନ,  ନୂଆଦିଲ୍ଲୀ ଗସ୍ତ ସମୟରେ ଅନୁଷ୍ଠିତ ବୈଠକରେ  ଭାଗୀଦାରୀତାର ଅର୍ଥନୈତିକ ସ୍ଥିତି ସୁଦୃଢ ଲାଗି ପଦକ୍ଷେପ ଗ୍ରହଣ ସମେତ ବ୍ୟାପକ ଆତଙ୍କବାଦ ନିରୋଧୀ ସହଯୋଗ ବିଷୟ ଉତଥାପନ କରିଥିଲେ | ଭାରତ ଦୀର୍ଘ ଦିନ ଧରି ଶିକାର ହୋଇ ଆସୁଥିବା ସୀମା ପାର ଆତଙ୍କବାଦ ବିପଦର ଦୂରୀକରଣ ଲାଗି ତୁର୍କୀ ର ସହଭାଗିତା ଲୋଡିଛି | ଡଃ ଇବ୍ରାହିମ କାଲିନ  ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିବା ସମୟରେ ଶ୍ରୀଲଙ୍କାରେ ସମ୍ପ୍ରତ୍ତି ଘଟିଥିବା ସନ୍ତ୍ରାସବାଦ ଆକ୍ରମଣ ପ୍ରସଙ୍ଗ ମଧ୍ୟ ମୁଖ୍ୟ ଆଲୋଚ୍ୟ  ବିଷୟ ରହିଥିଲା |ଉଭୟ ପକ୍ଷ, ଦକ୍ଷିଣ ଏସିଆ ଓ ପଶ୍ଚିମ ଏସିଆ ସଙ୍କ୍ରାନ୍ତୀୟ ପ୍ରସଙ୍ଗ ସମେତ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତାମତ ଆଦାନ ପ୍ରଦାନ କରିଥିଲେ |ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସମୟରେ ସନ୍ତ୍ରାସବାଦ ଆକ୍ରମଣର ପ୍ରାୟୋଜକ ତଥା  ଏ...