Skip to main content

ବିଶ୍ବ ଶକ୍ତି ଭାବେ ଭାରତ ଅଗ୍ରସର


ଦୃଢ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେହି ସମକକ୍ଷ ନୁହନ୍ତି। ବୋଧହୁଏ ଏଇଥିପାଇଁ ସେ ଯଥାର୍ଥରେ କହିଛନ୍ତି ଯେତାଙ୍କ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଯାତ୍ରା ଏକ ନୂଆ ଭାରତ, ଏକ ନୂଆ ଉଦ୍ଧିପନା ସହ ଗଠନ କରିବ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀ ଯେଉଁ ବିବୃତ୍ତି ଦେଇଛନ୍ତି ତାହା 2022 ସୁଦ୍ଧା ଭାରତର ପ୍ରତ୍ୟେକ ନାଗରିକମାନଙ୍କ ସ୍ବପ୍ନର ଭାରତ ଗଠନ ଦିଗରେ ସାମଞ୍ଜସ୍ୟ ପ୍ରତିପାଦନ କରୁଛି। ଏହି ସ୍ବପ୍ନ କେବଳ ଉଚ୍ଚମାନର ସ୍ବାସ୍ଥ୍ୟ ସେବା, ଶିକ୍ଷା, ଆବାସ ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ଅନ୍ୟ ମୌଳିକ ଆବଶ୍ୟକତାର ପରିପୂରଣ ନୁହେଁ ବରଂ ବିଶ୍ବ ପଟ୍ଟଳରେ ଭାରତକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ମଧ୍ୟ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ନୂଆ ସ୍ଲୋଗାନ- NARA (National Ambition+Regional Aspirations) ଅର୍ଥାତ ଜାତୀୟ ଲକ୍ଷ୍ୟ ଏବଂ ଆଞ୍ଚଳିକ ମନୋକାମନାର ପରିପୂରଣ। ବ୍ୟାପକ ଅର୍ଥରେ କୁହାଯାଇପାରେ ଯେ ନିକଟ ଭବିଷ୍ୟତରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଭାରତକୁ ଅଭିନବ ଜ୍ଞାନ କୌଶଳ ଏବଂ ବିଜ୍ଞାନର ଏକ ପେଣ୍ଠସ୍ଥଳି ଭାବେ ବିକଶିତ କରିବା ପାଇଁ ରହିଥିବା ଲକ୍ଷ୍ୟର ଏହି ସ୍ଲୋଗାନ ଏକ ଅଂଶବିଶେଷ ମଧ୍ୟ । ବିଶ୍ବରେ ଭାରତକୁ ଏକ ଶକ୍ତିଶାଳି ରାଷ୍ଟ୍ରରେ ପରିଣତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ।

କିନ୍ତୁ ଏସବୁ ବାସ୍ତବତାର ରୂପ ନେବା ପୂର୍ବରୁ ଭାରତକୁ ଉଜ୍ବଳା, ଆୟୁଷ୍ମାନ ଭାରତ ପରି ଲୋକାଭିମୁଖି ଯୋଜନାଗୁଡିକୁ ଆହୁରି ଅଧିକ ପରିବ୍ୟାପ୍ତ କରିବାକୁ ପଡ଼ିବ। ଏସବୁ କଲ୍ୟାଣକାରୀ ଯୋଜନାଗୁଡ଼ିକ ସହିତ ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ଗୋଷ୍ଠିରେ ସାମିଲ ହେବା ସହିତ 2030 ମସିହା ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଦଣ୍ତାୟମାନ ହୋଇପାରିବ । ଏହାର ଅର୍ଥ ଭାରତର ଜିଡିପି ଉପଭୋଗ ଏବଂ ନିବେଶ ସହାୟତାରେ 10 ଟ୍ରିଲିୟନ ଡଲାରରେ ପହଞ୍ଚିବ । ଏହି ଇଛାଶକ୍ତି ହିଁ ଭାରତକୁ ବିଶ୍ବରେ ସର୍ବଶ୍ରେଷ୍ଠ ରାଷ୍ଟ୍ରମାନଙ୍କ ମଧ୍ୟରେ ପହଞ୍ଚାଇବ।

ଅର୍ଥନୀତି ଏବଂ ପୁଞ୍ଜିନିବେଶର ସଂପ୍ରସାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନର ନୂଆ ଭାରତ କ୍ଷେତ୍ରରେ ଗୋଟିଏ ଦିଗ ହୋଇଥିବାବେଳେ ଦେଶକୁ କୂଟନୈତିକ, ରାଜନୈତିକ ଏବଂ କୌଶଳଗତ ଭାବେ ସୁଦୃଢ କରିବା ଅନ୍ୟ ଏକ ଦିଗ ରହିଛି । ପ୍ରଧାନମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ଭାରତର ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ ଯେପରି 1942ରୁ 1947 ମଧ୍ୟରେ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ସମୟସୀମା ମଧ୍ୟରେ ଦେଶର ପ୍ରତ୍ୟେକ ବର୍ଗ, ଅଞ୍ଚଳ ଏବଂ ଜିଲ୍ଲାର ଲୋକ ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବା ପାଇଁ ଏକାଠି ହୋଇଥିଲେ । ଏହାର ଅର୍ଥ ଭାରତକୁ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେହିପରି ଇଛାଶକ୍ତି ଏବଂ ମନୋବଳର ଆବଶ୍ୟକତା ପ୍ରଦର୍ଶନ କରିବାକୁ ପଡ଼ିବ ।

ସେହିପରି ଭାରତକୁ ଜାତିସଂଘ ନିରାପତ୍ତା ପରିଷଦରେ ସଦସ୍ୟତା ପାଇଁ ବିଶ୍ବ ସ୍ତରରେ ରାଜନୈତିକ ଏବଂ କୂଟନୈତିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷିରେ ସାଂଘାହି ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କୁ ଜାତିସଂଘରେ ସଂଶୋଧନ ଆଣିବା ପାଇଁ ଭାରତ ପ୍ରବର୍ତ୍ତାଇବା ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନେକ ବର୍ଷ ହେଲା ଭାରତ ଜାତିସଂଘ ନିରାପତ୍ତା ପରିଷଦରେ ସଂଶୋଧନ ଆଣିବାକୁ କହିଆସୁଛି କିନ୍ତୁ ଗୋଟିଏ ଦୁଇଟା ଦେଶ କୌଣସି ପ୍ରକାର ସଂଶୋଧନକୁ ବିରୋଧ କରୁଛନ୍ତି । କିନ୍ତୁ ଭାରତର ଅର୍ଥନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ବ ନେତାମାନଙ୍କ ସହ ସଂପର୍କ ଯୋଗୁଁ ବିଗତ ଦିନରେ ଏହି କ୍ଷେତ୍ରରେ ଭାରତ ଅନେକାଂଶରେ ଆଗେଇଯାଇଛି ।

ବିଶ୍ବରେ ଏକ ଦାୟିତ୍ବଶୀଳ ରାଷ୍ଟ୍ର ଦୃଷ୍ଟିରୁ ଭାରତ ଜଳବାୟୁ ପ୍ରସଙ୍ଗ ସମେତ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜଳବାୟୁ ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଭାରତ ଆନ୍ତର୍ଜାତୀୟ ସୌର ମେଣ୍ଟର ମୁଖ୍ୟ ହେବାକୁ ସହମତ ହୋଇଛି ଯାହାର ଲକ୍ଷ୍ୟ ପାରମ୍ପରିକ ଇନ୍ଧନ ଉପରୁ ନିର୍ଭରଶୀଳତା କମ କରି ସୌର ଶକ୍ତିର ଅଧିକରୁ ଅଧିକ ଉପଯୋଗ କରିବା । ନୂଆ ଭାରତ ମଧ୍ୟ ଏହି ଆଭିମୁଖ୍ୟକୁ ସମର୍ଥନ କରେ। ଆନ୍ତର୍ଜାତୀୟ ମାମଲାରେ ଭାରତ ବଡ ଭୂମିକା ଗ୍ରହଣ କରୁଛି । ଭାରତର ବସୁଧେବ କୁଟୁମ୍ବକମ୍ ନୀତି ଏହାର ବୈଦେଶିକ ନୀତିକୁ ପ୍ରତିପାଦିତ କରୁଛି।

ମୂଳ ଲେଖା : ଶଙ୍କର କୁମାର
ଅନୁବାଦ : ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...