କୋଭିଡ-19 ମହାମାରୀ ବ୍ୟାପିବା ମାମଲାରେ ଚୀନ ସୂଚନା ପ୍ରଦାନ କରିବାରେ ଅସଫଳତା ପାଇଁ ବିଶ୍ଵବ୍ୟାପୀ ସମାଲୋଚିତ ହେଉଥିବାବେଳେ ଏବେ ନିଜର ଯୁଦ୍ଧଖୋର ମନବୃତି ପାଇଁ ଗତ ସପ୍ତାହରେ ମନିଲାରେ ହୋଇଥିବା ଆସିଆନ ସମୁହର 10ଟି ରାଷ୍ଟ୍ରର ଭର୍ଚୁଆଲ ବୈଠକରେ ଏହାର କଡା ନିନ୍ଦା କରାଯାଇଛି | ଏହି ସମୁହ ନିଜର ଆଭିମୁଖ୍ୟକୁ ଦୋହରାଇବାକୁ ଯାଇ କହିଛି ଯେ ସମୁଦ୍ର ଆଇନ ଉପରେ 1982ରେ ଜାତିସଂଘ ସମ୍ମିଳନୀରେ ହୋଇଥିବା ସମୁଦ୍ରର ଅଧିକାରୀତା, ସଂପ୍ରଭୁ ଅଧିକାରିତା ତଥା ସାମୁଦ୍ରିକ ଅଞ୍ଚଳରେ ବୈଧ ହିତ ନିର୍ଦ୍ଧାରିତ କରିବା ଉପରେ ଆଦାରିତ ଥିଲା | ଏ କ୍ଷେତ୍ରରେ ମଧ୍ୟ ଚୀନର ହଟଧର୍ମିତା ତଥା ଅନ୍ତରାଷ୍ଟ୍ରୀୟ ଆଇନ ପ୍ରତି କମ ସମ୍ମାନ ପ୍ରଦର୍ଶନକୁ ଉଜାଗର କରୁଛି | ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ ଚୀନରୁ ଉତ୍ପନ୍ନ ମହାମାରୀର ମୁକାବିଲାରେ ବିଶ୍ଵ ବ୍ୟସ୍ତ ଥିବାବେଳେ ଚୀନ ହଙ୍ଗକଙ୍ଗ ହେଉ, ତାଇଵାନ ହେଉ କିମ୍ଵା ଭାରତ ଚୀନ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଠାରେ ନିଜର ଯୁଦ୍ଧଖୋର ନୀତିରେ ବ୍ୟସ୍ତ ରହିଛି | ଚଳିତ ବର୍ଷ ଏପ୍ରିଲ ମାସରେ ନିର୍ଦୟପୂର୍ଣ୍ଣ କାମ କରିବାକୁ ଯାଇ ଏକ ଚୀନ ଜାହଜ ଦକ୍ଷିଣ ଚୀନ ସାଗରର ବିବାଦୀୟ ପେରାସିଲ ଦ୍ଵୀପ ନିକଟରେ ଚାଳକଦଳର ଆଠ ଜଣ ସଦସ୍ୟ ସହିତ ଭିଏତନାମର ଏକ ଜାହଜକୁ ବୁଡାଇଦେଲା | ମାଛ ମାରୁଥିବା ଭିଏତନାମର ଦୁଇଟି ଡଙ୍ଗାରେ ମତ୍ସଜୀବିମାନଙ୍କୁ ଉଦ୍ଧାର କରିବାରେ ଲାଗିଥିବା ବେଳେ ଚୀନ ସେମାନଙ୍କୁ ଧ...