Skip to main content

ପ୍ରତିରକ୍ଷା ମନ୍ତ୍ରୀଙ୍କ ରୁଷ ଗସ୍ତ

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ କେବଳ ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ନୁହେଁ ବରଂ ରୁଷ ଏବଂ ଚୀନ ପାଇଁ ବିଶେଷ କରି ବିଶ୍ଵ କୋଭିଡ-19 ମହାମାରୀ ମଧ୍ୟରେ କାଳତିପାତ କରୁଥିବା ସମୟ ପାଇଁ ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ | ତିନି ଦିନିଆ ଗ୍ସତ କାଳରେ ଶ୍ରୀ ସିଂହ ରୁଷର ସର୍ବୋଚ୍ଚ ସେନା ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହିତ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ଜର୍ମାନୀ ଉପରେ ବିଜୟ ପ୍ରାପ୍ତ କରିଥିବା ସୋଭିଏତ ଦେଶର 75 ଜମ ବାର୍ଷିକୀ ଅବସରରେ ମସ୍କୋରେ ପ୍ୟାରେଡରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ |

ବିଜୟ ଦିବସ ପ୍ୟାରେଡରେ ଭାରତର ଅଂଶ ଗ୍ରହଣ ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ରୁଷ ଏବଂ ଅନ୍ୟ ଦେଶମାନଙ୍କର ବଳିଦାନ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନଥିଲା ବରଂ ଭାରତୀୟ ସେନାର ଯୁଦ୍ଧରେ ଗୁରୁତ୍ଵପୂର୍ଣ୍ଣ ଅଂଶଗ୍ରହଣ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଥିଲା | ଏହି ବିଜୟ ଦିବସରେ ଭାରତ ବ୍ୟତିତ ଚୀନ ମଧ୍ୟ ଅଂଶ ଗ୍ରହଣ କରିଥିଲା | ଚୀନ ସହିତ ସୀମାରେ ଯେପରି ଉତ୍ତେଜନା ଏବଂ ବିବାଦ ଦେଖା ଦେଇଛି ସେପରି ସମୟରେ ଶ୍ରୀ ସିଂହଙ୍କ ଗସ୍ତ ଗୁରୁତ୍ଵକୁ ଅଧିକ ବଢେଇ ଦେଇଚି | ଏହାବ୍ୟତିତ ଭାରତ ଏବଂ ରୁଷ ମଧ୍ୟରେ ରହିଥିବା ସଂପର୍କ କେତେ ନିବିଡ ତାହା ମଧ୍ୟ ଏହି ଗସ୍ତ ଦର୍ଶାଉଛି |

ଭାରତ ଏବଂ ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ରୁଷ ଏକ ଭାରସାମ୍ୟ କାର୍ଯ୍ୟ କରିଛି | ଏହା ରୁଷ-ଭାରତ-ଚୀନ ଫର୍ମାଟ ଏବଂ ଅନ୍ୟ ବହୁପକ୍ଷୀୟ ବିଶେଷ କରି ସାଙ୍ଘାଇ ସହଯୋଗ ସଂଗଠନ ଏବଂ ବ୍ରିକ୍ସ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ | ଶ୍ରୀ ସିଂହ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋହଗୁ ଏବଂ ଅନ୍ୟ ଛାମୁଆ ଅଧିକାରୀଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି | ଭାରତ ଏବେ ପ୍ରତିରକ୍ଷା ବିପଦର ସମ୍ମୁଖୀନ ହୋଇଥିବାରୁ ଦ୍ଵିପକ୍ଷୀୟ ପ୍ରତିରକ୍ଷା ରାଜିନାମା ଅନ୍ତର୍ଗତ ରୁଷରୁ ଆସିବାକୁ ଥିବା ଏସ-400 କ୍ଷେପଣାସ୍ତ୍ର ରୋଧି ପ୍ରଣାଳି, ଟ୍ଯାଙ୍କ, ଲଢୁଆ ଜେଟ ଏବଂ ହେଲିକପ୍ଟର ଶିଘ୍ର ଦେବା ପାଇଁ ଭାରତ ଚାହିଁଥିଲା | ତାଙ୍କର ଗସ୍ତ ଦ୍ଵାରା ଏହା ଶିଘ୍ର ଭାରତକୁ ଆସିପାରିବ ଏବଂ ଏଥିପାଇଁ ରୁଷ ରାଜି ମଧ୍ୟ ହୋଇଛି |

ଭାରତ ରୁଷର ସ୍ଵତନ୍ତ୍ର ପ୍ରତିରକ୍ଷା ଭାଗିଦାରୀ ରାଷ୍ଟ୍ର ହୋଇ ଥିବାରୁ ଏୟାର ଡିଫେନ୍ସ ପ୍ରଣାଳିକୁ ଶିଘ୍ର ପଠାଇବାରେ କୌଣସି ଅସୁବିଧା ନଥିବା ରୁଷ ଭାରତକୁ କହିଛି | ବର୍ତ୍ତମାନ ଭାରତ ସହିତ ରୁଷର ପ୍ରତିରକ୍ଷା ରାଜିନାମା 14.5 ବିଲିୟନ ଡଲାରର ହୋଇଥିବାବେଳେ ଚୀନ ସହିତ ମାତ୍ର 2 ବିଲିୟନ ଡଲାରର ରହିଛି | କୋଭିଡ-19 ପାଇଁ ବିଶ୍ଵର ଅର୍ଥବ୍ୟବସ୍ଥା ଦେବାଳିଆ ହୋଇଥିବାବେଳେ ଏବଂ ଭାରତ ସହିତ ପ୍ରତିରକ୍ଷା ସଂପର୍କକୁ ମଜବୁତ କରିବାକୁ ଆମେରିକା ଚାହୁଁଥିବାବେଳେ ରୁଷ ଭାରତ ସହିତ ପ୍ରତିରକ୍ଷା ବ୍ୟବସାୟକୁ ନେଇ କୌଣସି ବିଳମ୍ଵ କରିବାକୁ ଚାହୁଁ ନାହିଁ |

ଭାରତ ଏବଂ ଚୀନ ଉଭୟ ରୁ,ର ପ୍ରତିରକ୍ଷା ଭାଗିଦାରୀ ଏବଂ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଚାଲିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ହୋଇଛି | ଅବଶ୍ୟ ଭାରତ ଏହାର ସୀମା ବିବାଦ କିମ୍ଵା ଅନ୍ୟ ବିଦେଶି ବ୍ୟାପାରରେ ଅନ୍ଯ କୌଣସି ଦେଶର ସାହାର୍ଯ୍ୟ ନେବାର ନାହିଁ ବୋଲି ସ୍ପଷ୍ଟ ଆଭିମୁଖ୍ୟ ରଖିଛି | ରୁଷ ଆରଆଇସି ଫର୍ମାଟରେ ତ୍ରିପକ୍ଷୀୟ ବୈଠକ କରିଛି ଏବଂ ରୁଷର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆରଆଇସି ଫର୍ମାଟକୁ ମଜବୁତ କରିବାର ଆବଶ୍ୟକତା ରହିଛି |

ଆରଆଇସିର ସଂପର୍କ ଏସସିଓ ଏବଂ ବ୍ରିକ୍ସ ସହିତ ମଧ୍ୟ ରହିଛି ଭାରତ ଏବଂ ଚୀନର ସଂପର୍କ ରୁଷ ପାଇଁ ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ | କାରଣ ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ଫାଇଦା ଅନ୍ୟ ଦେଶ ଯେପରି ନଉଠାଉ ତାହା ରୁଷ ଚାହେଁ |

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ନିବିଡ ସଂପର୍କକୁ ଉଜାଗର କରିଛି ଏବଂ ଏହି ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ରୁଷ ଯେତେଶିଘ୍ର ସମ୍ଭବ ପ୍ରତିରକ୍ଷା ସଂରଜାମ ଭାରତକୁ ପଠାଇବା ରୁଷ ପାଇଁ ଆହ୍ଵାନ ହୋଇଚି |

ମୂଳ ଲେଖା : ଡକ୍ଟର ଇନ୍ଦ୍ରାଣୀ ତାଲୁକଦାର

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...