Skip to main content

ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାଲାଗି ମୌଳିକଢାଞ୍ଚା କ୍ଷେତ୍ରର ଭୂମିକା

ଭାରତ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହାର ଅର୍ଥନିତୀକୁ ପାଞ୍ଚ ଟ୍ରିଲିୟନ ଡଲାର ଓ ଏହା ପରେ ଆଠବର୍ଷ ମଧ୍ୟରେ 10 ଟ୍ରିଲିୟନ ଡଲାର ରେ ପରିଣତ କରିବା ଲାଗି ପ୍ରସ୍ତୁତି ଚଳେଇଛି | ଏହି ମହତ୍ବାକାଙ୍ଖି ଲକ୍ଷ ହାସଲ କରିବା ଲାଗି ମୌଳିକଢାଞ୍ଚା କ୍ଷେତ୍ରର ପ୍ରମୁଖ ଭୂମିକା ରହିବ | ସମ୍ପ୍ରତି ଶେଷ ହୋଇଥିବା ସଂସଦର ଅଧିବେଶନ ସମୟରେ ଲୋକସଭାରେ ଏକ ପ୍ରଶ୍ନ ର ଜବାବ ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଥିଲେ ଯେ ଭାରତ ପ୍ରତିବର୍ଷ ଏହି କ୍ଷେତ୍ରରେ ଏକ ଟ୍ରିଲିୟନ ଡଲାର ରୁ ଅଧିକ ଖର୍ଚ୍ଚ କରୁଛି | ସେ କହିଥିଲେ ଯେ 2018-2019 ପାଇଁ ମୌଳିକଢାଞ୍ଚା କ୍ଷେତ୍ରରେ ସରକାରୀ ବ୍ୟୟର ବଜେଟ ଅଟକଳ 5.97 ଟ୍ରିଲିୟନ ଟଙ୍କା ଥିଲା |.

ଭାରତୀୟ ଅର୍ଥନିତୀକୁ 2025 ସୁଦ୍ଧା 5 ଟ୍ରିଲିୟନ ରେ ପରିଣତ କରିବାର ଲକ୍ଷ ଯଦିଓ ବହୁତ ବଡ ତେବେ ଏହା ହାସଲ କରିବା ଆଦୌ ଅସମ୍ଭବ ନୁହେଁ | ଏ ଦିଗରେ ମୌଳିକଢାଞ୍ଚା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଉଚିତ ସମୟରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଉଛି | ବର୍ତ୍ତମାନ ଭାରତର ଅର୍ଥନୀତି 2.8 ଟ୍ରିଲିୟନ ଡଲାର ଅଛି ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 8 ପ୍ରତିଶତ ବାର୍ଷିକ ବିକାଶଦର ର ଆବଶ୍ୟକତା ହେବ | ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ ଲକ୍ଷ ପ୍ରାପ୍ତି ସେତେଟା ଅସୁବିଧା ହେବ ନାହିଁ କାରଣ ନିକଟ ଅତୀତ ରେ ବିକାଶ ଦର 6 ରୁ 7 ପ୍ରତିଶତ ହାର ରେ ରହିଛି | ବଜେଟ ପୂର୍ବରୁ ଆସିଥିବା ଅର୍ଥନୈତିକ ସର୍ବେକ୍ଷଣରେ ଓ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ତାଙ୍କ ବଜେଟ ଭାଷଣ ରେ ନିବେଶ, ରୋଜଗାର, ଉତ୍ପାଦନ, ରପ୍ତାନି ଓ ଅଭିବୃଦ୍ଧି ର ଚକ୍ରକୁ ଗତି ପ୍ରଦାନ କରିବା ନିମନ୍ତେ ଉତ୍ତରଦାୟୀ କାରକ ଗୁଡିକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ |

ଭାରତୀୟ ରିଜର୍ବ ବ୍ୟାଙ୍କର ମୌଦ୍ରିକ ନୀତି କମିଟି ଗତ ସପ୍ତାହରେ ଗୃହ ନିର୍ମାଣ କ୍ଷେତ୍ର କୁ ଆଶ୍ଵସ୍ତି ପ୍ରଦାନ କରି ବ୍ୟାଙ୍କକୁ ମିଳିବାକୁ ଥିବା ଋଣ ର ଦରରେ ଏକ ଅଣପାରମ୍ପରିକ ଭାବେ 35 ବେସିସ ପଏଣ୍ଟ ହ୍ରାସ କରିଛି | ଏଥି ସହିତ ସର୍ବୋଚ୍ଚ ବ୍ୟାଙ୍କ ଚଳିତ ବର୍ଷ ଫେବୃଆରୀ ରୁ ଆଜି ମଧ୍ୟରେ ଚାରି ଥର ଦର ହ୍ରାସ କରି ମୋଟ 110 ବେସିସ ପଏଣ୍ଟ କମ କରିସାରିଛି | ଏଥିଯୋଗୁଁ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ପ୍ରବାହ ବଜାୟ ରଖିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଷୟ ଏଥିରୁ ପ୍ରତୀୟମାନ ହେଉଛି | ଏହାଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ସ୍ଵାଭାବିକ ରହିବ ଓ ବିଶେଷକରି ମୌଳିକଢାଞ୍ଚା କ୍ଷେତ୍ର ଆହୁରି ସୁଦୃଢ ହେବ|

ଦେଶରେ ମୌଳିକଢାଞ୍ଚା କ୍ଷେତ୍ରରେ ନିବେଶ ଓ ଆର୍ଥିକ ବିକାଶ ମଧ୍ୟରେ ଦୃଢ ସମ୍ବନ୍ଧ ରହିଛି | ଜିଡ଼ିପି (ମୋଟ ଦେଶୀୟ ଉତ୍ପାଦ) ପାଇଁ ଅନ୍ତର୍ଦେଶୀୟ, ସଡକ, ରେଳବାଇ ଓ ବିମାନ ବନ୍ଦର ର ମୌଳିକଢାଞ୍ଚା କ୍ଷେତ୍ରରେ ନିବେଶ ର ଅନୁପାତ 0.90 ରୁ ଅଧିକ ରହିବା ଏହା ସୁଚାଇଥାଏ ଯେ ଜିଡ଼ିପି ଓ ମୌଳିକଢାଞ୍ଚା ରେ ନିବେଶ ମଧ୍ୟରେ ଉତ୍ତମ ସମନ୍ଵୟ ରହିଛି | ଏହା ହିଁ ହେଉଛି ମୁଖ୍ୟ କାରଣ ଯେଉଁଥିପାଇଁ ଏନଡ଼ିଏ ସରକାର 2014 ରୁ ମୌଳିକଢାଞ୍ଚା କ୍ଷେତ୍ରରେ ନିବେଶ କରିବା ଉପରେ ଯଥେଷ୍ଟ ଧ୍ୟାନ ଦେଇଆସୁଛନ୍ତି | ପୂର୍ବରୁ ମଧ୍ୟ ବାଜପେୟୀ ସରକାରଙ୍କ ଅମଳରେ ଏନଡ଼ିଏ ର ପ୍ରଥମ କାର୍ଯ୍ୟକାଳ ସମୟରେ ‘ସ୍ଵର୍ଣ୍ଣ ଚତୁର୍ଭୁଜ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜାତୀୟ ରାଜପଥ ର ନିର୍ମାଣ କରିବା ଉପରେ ପ୍ରାଥମିକତା ଦିଆଯାଇଥିଲା |

ଲୋକମାନଙ୍କୁ ସମଷ୍ଟିଗତ ଓ ନିରନ୍ତର ଭିତ୍ତିଭୂମି ପ୍ରଦାନ କରିବା ମୁଖ୍ଯତଃ ଏକ ଅର୍ଥବ୍ୟବସ୍ଥା ର ସାମାଜିକ ଓ ଅର୍ଥନୈତିକ ରୂପାନ୍ତରଣ ଉପରେ ନିର୍ଭର କରୁଥିବାରୁ ଏସଙ୍କ୍ରାନ୍ତୀୟ ନୀତି କୁ ସରକାର ଅନୁକରଣ କରୁଛନ୍ତି | ନିଃସନ୍ଦେହରେ ବିଗତ କିଛି ବର୍ଷ ମଧ୍ୟରେ ଅନ୍ତର୍ଦେଶୀୟ, ସଡକ, ରେଳବାଇ ଓ ବିମାନ ବନ୍ଦର ଆଦି ଭଳି ଦୀର୍ଘଅବଧି ଭିତ୍ତିଭୂମି ପ୍ରକଳ୍ପ ରେ ସର୍ବସାଧାରଣ ନିବେଶ ଓ ବେସରକାରୀ କ୍ଷେତ୍ର ମାଧ୍ୟମରେ ଯଥେଷ୍ଟ ପ୍ରଗତି ପରିଲକ୍ଷିତ ହୋଇଛି |

ମୌଳିକଢାଞ୍ଚା କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ମଧ୍ୟରେ ମୌଳିକଢାଞ୍ଚା ଋଣ ପାଣ୍ଠି, ମୌଳିକଢାଞ୍ଚା ନିବେଶ ଟ୍ରଷ୍ଟ ଓ କୋଠାବାଡି ନିର୍ମାଣ ନିବେଶ ଟ୍ରଷ୍ଟ ଭଳି ଅଭିନବ ବିତ୍ତୀୟ ସୁବିଧାର ଶୁଭାରମ୍ଭ ଓ ବ୍ୟବହାରିକ ପୁଞ୍ଜି ନିବେଶ ମାଧ୍ୟମରେ ମୌଳିକ ଢାଞ୍ଚା କ୍ଷେତ୍ର ସହ ସରକାରୀ-ବେସରକାରୀ ଭାଗୀଦାରୀତାକୁ ମୁଖ୍ୟଧାରା ରେ ସାମିଲ କରାଯାଇଛି |

ମୌଳିକ ଢାଞ୍ଚା କ୍ଷେତ୍ରରେ ନିବେଶ କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପ୍ରାୟ 400 ବିଲିୟନ ଡଲାର ପୁଞ୍ଜି ସହ ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନଆଇଆଇଏଫ) ର ସ୍ଥାପନା କରାଯାଇଛି | ଏହା ଦେଶରେ ବ୍ୟବସାୟିକ ଭାବେ ବାସ୍ତବିକ ପ୍ରକଳ୍ପ ଗୁଡିକରେ ନିବେଶ ର ସୁଯୋଗ ପ୍ରଦାନ କରିବ | ସମ୍ପ୍ରତ୍ତି ଅଷ୍ଟ୍ରେଲିଆ ର ସବୁଠୁ ବଡ ପେନସନ ପାଣ୍ଠି ଓ କାନାଡା ର ଓଣ୍ଟାରିଓ ପ୍ରଦେଶ ଏନଆଇଆଇଏଫ ପାଣ୍ଠି ସହ ଏକ ବିଲିୟନ ଡଲାର ଲେଖାଏଁ ନିବେଶ କରିବା ଲାଗି ଏକ ରାଜିନାମାରେ ସ୍ଵାକ୍ଷର କରିଛନ୍ତି | ଏହି ନିବେଶ ପ୍ରସ୍ତାବ ଯୋଗୁଁ 2015 ରେ ସ୍ଥାପନା ହୋଇଥିବା ଏନଆଇଆଇଏଫ କୁ ଦୀର୍ଘ ଅବଧି ନିବେଶ ପାଇଁ ପ୍ରୋତ୍ସାହନ ମିଳିବ | ଚଳିତ ବର୍ଷ କେନ୍ଦ୍ର ବଜେଟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମୌଳିକଢାଞ୍ଚା କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କାର ନିବେଶ କରିବା ଲକ୍ଷ୍ୟରେ ଭିତ୍ତିଭୂମି ବିକାଶ କୁ ଏକ ନିର୍ଣ୍ଣାୟକ ସହାୟତା ପ୍ରଦାନ କରିଛି |

ମୂଳ ଲେଖା : ଜି ଶ୍ରୀନିବାସନ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ
ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...