ଭାରତର ଜମ୍ମୁ କଶ୍ମୀର ଉପରେ ନିଜର ଆଭିମୁଖ୍ୟକୁ ନେଇ ପାକିସ୍ତାନ ଏବେ ଫସି ଯାଇଛି | ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ଏହାକୁ ଆନ୍ତର୍ଜାତୀୟ ରୂପ ଦେବାକୁ ଚେଷ୍ଟା କରୁଛି କିନ୍ତୁ ପାକିସ୍ତାନକୁ ଅନ୍ୟ ଦେଶ ତ ଦୂରର କଥା ମଧ୍ୟ ପୂର୍ବ ଏବଂ ପଶ୍ଚିମ ଏସିଆର ତାର ପ୍ରଭାବଶାଳି ବଂଧୁ ରାଷ୍ଟ୍ରମାନେ ମଧ୍ୟ ତାକୁ ସମର୍ଥନ ଦେଉ ନାହାନ୍ତି | ପ୍ରଥମ ଥର ପାଇଁ ମୁସଲମାନ ରାଷ୍ଟ୍ରମାନେ କଶ୍ମୀର ପ୍ରସଙ୍ଗ ଉପରେ ମୁହଁ ଖୋଲୁ ନାହାନ୍ତି | କେତେକ ପ୍ରଭାବଶାଳି ଦେଶ କଶ୍ମୀର ମାମଲକୁ ଭାରତର ଆଭ୍ୟନ୍ତରିଣ ମାମଲା କହିଛନ୍ତି| ଏସବୁ ମଧ୍ୟରେ ପାକିସ୍ତାନ ଏବେ ଯୁଦ୍ଧ ପାଇଁ ଧମକ ଦେଉଛି | କେବଳ ତୁର୍କୀ ଏବଂ ମ୍ୟାଲେସିଆ ପାକିସ୍ତାନର ବିଳାପକୁ ଗୁରୁତ୍ବ ଦେଇଛି | କିନ୍ତୁ ଭାରତରୁ ପଳାୟନ କରିଥିବା ଜାକିର ନାଏକକୁ ମ୍ୟାଲେସିଆ ସରକାର ପ୍ରତିବନ୍ଧିତ କରିବା ସହିତ କଶ୍ମୀର ପ୍ରସଙ୍ଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ | ଜାତିସଂଘର ନିରାପତ୍ତା ପରିଷଦରେ ମଧ୍ୟ ପାକିସ୍ତାନକୁ ଅସଫଳତା ମିଳିଛି ଯେଉଁଠି ପାକିସ୍ତାନ ଏବଂ ଚୀନର ଚାଲାଖି ବିଫଳ ହୋଇଛି | ଏହାପରେ ପାକିସ୍ତାନ ନିଜ ଦେଶର ଲୋକମାନଙ୍କୁ ଦେଖାଇବା ପାଇଁ ଏଣୁତେଣୁ ବୟାନ ଦେଇଚାଲିଛି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ସପ୍ତାହ ଆରମ୍ଭରେ ଯୁଦ୍ଧ ପାଇଁ ଧମକ ଦେଇଥିଲେ | ଇମରାନ ଖାନ କହିଛନ୍ତି ପାକିସ୍ତାନର ଜନତା କଶ୍ମୀର ସହିତ ଅଛନ୍ତି କିନ୍ତୁ ସେ ଏକଥା କହିବାକୁ ଭୁଲି ଯାଇଛନ୍ତି ...