Skip to main content

ଜମ୍ବିଆ ରାଷ୍ଟ୍ରପତିଙ୍କ ଗସ୍ତ ଭାରତ-ଜମ୍ବିଆ ସଂପର୍କକୁ କରିଛି ଆହୁରି ଦୃଢ

ଜମ୍ବିଆ ରାଷ୍ଟ୍ରପତି ଏଡଗାର ଚଗୱା ଲୁଙ୍ଗୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିଲେ ଏହାର ରାଷ୍ଟ୍ରପତି ଲୁଙ୍ଗୁଙ୍କର ପ୍ରଥମ ଭାରତ ଗସ୍ତ ଥିଲା 16 ବର୍ଷ ପୂର୍ବେ ଜମ୍ବିଆ ରାଷ୍ଟ୍ରପତି ଲେଭି ୱାନାୱାସା 2003 ଏପ୍ରିଲରେ ଭାରତ ଗସ୍ତରେ ଆସିଥିଲେ

ଭାରତର ଆଫ୍ରିକା ନୀତି ଦୃଷ୍ଟିରୁ ଏହି ଗସ୍ତର ଗୁରୁତ୍ବ ରହିଛି ତୃତୀୟ ଭାରତ ଆଫ୍ରିକା ଫୋରମ ସମ୍ମିଳନୀ ପରେ ପରେ 32 ଜଣ ଭାରତୀୟ ରାଜନେତା ଆଫ୍ରିକୀୟ ଦେଶ ଗସ୍ତରେ ଯାଇଥିବାବେଳେ 35ଜଣ ଆଫ୍ରିକୀୟ ନେତା ଭାରତ ଗସ୍ତରେ ଆସିଛନ୍ତି 2018 ଏପ୍ରିଲରେ ରାଷ୍ଟ୍ରପତି ରାମନାତ କୋବିନ୍ଦ ଜମ୍ବିଆ ଗସ୍ତରେ ଯାଇଥିଲେ ଦ୍ବିପକ୍ଷୀୟ ସଂପର୍କର ଅଗ୍ରଗତିର ସମୀକ୍ଷା ପାଇଁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ସୁଯୋଗ ଦେଇଛି

ଜମ୍ବିଆ ରାଷ୍ଟ୍ରପତି ଭାରତରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସ୍ବାଗତ ଜ୍ଞାପନ କରାଯାଇଥିଲା ଏବଂ ପରେ ସେ ରାଜଘାଟ ପରିଦର୍ଶନ କରିଥିଲେ ସେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବା ସହିତ ଭାରତ ଜମ୍ବିଆ ବାଣିଜ୍ୟ ଫୋରମରେ ଭାଗ ନେଇ ଥିଲେ

ପ୍ରତିନିଧି ସ୍ତରୀୟ ଆଲୋଚନା କାଳରେ ଜମ୍ବିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦି ପ୍ରତିରକ୍ଷା, ନିରାପତ୍ତା, ଖଣିଜ ସଂପତ୍ତି, ବାଣିଜ୍ୟ ଏବଂ ପୁଞ୍ଜିବିନିଯୋଗ, ଭିତ୍ତିଭୂମି, ଶକ୍ତି, ଦକ୍ଷତା ବିକାଶ, ସଂସକ୍ତୃତି ଏବଂ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି ଦୁଇ ନେତା ରାଷ୍ଟ୍ରପତି କୋବିନ୍ଦଙ୍କ 2018ର ଜମ୍ବିଆ ଗସ୍ତ କାଳରେ ହୋଇଥିବା ବୁଜାମଣା ଏବଂ ନିଷ୍ପତ୍ତିର କାର୍ଯ୍ୟକାରିତାର ସମୀକ୍ଷା ମଧ୍ୟ କରି ସନ୍ତୋଷ ବ୍ୟକତ୍ କରିଛନ୍ତି ଜମ୍ବିଆକୁ ଭାରତ ଔଷଧ ଏବଂ ମେଡିକାଲ ସରଂଜାମ ପାଇଁ ଦେଇଥିବା 3 ମିଲିୟନ ଡଲାର ଏବଂ ମହାତ୍ମା ଗାନ୍ଧି ପ୍ରାଥମିକ ବିଦ୍ୟାଳୟ ପାଇଁ 1 ଲକ୍ଷ ଡଲାର ଦାନ ପାଇଁ ରାଷ୍ଟ୍ରପତି ଲୁଙ୍ଗୁ ଧନ୍ୟବାଦ ଜଣାଇଥିଲେ

ବିକାଶମୂଳକ ଭାଗିଦାରୀ କ୍ଷେତ୍ରରେ ରାଷ୍ଟ୍ରପତି ଲୁଙ୍ଗୁ ଜମ୍ବିଆର ବିକାଶ କାର୍ଯ୍ୟକ୍ରମରେ ଭାରତର ସହଯୋଗ ବିଶେଷ କରି ପ୍ରତିରକ୍ଷା ବାହିନୀର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତର ଅବଦାନକୁ ପ୍ରଶଂଶା କରିଥିଲେ ଏହାବ୍ୟତିତ ପ୍ରତିରକ୍ଷା ସହଯୋଗ ପାଇଁ ହୋଇଥିବା ରାଜିନାମା ଉପରେ ମଧ୍ୟ ସେ ଆନନ୍ଦ ବ୍ୟକ୍ତ କରିଥିଲେ

ଦୁଇ ଦେଶ ମଧ୍ୟରେ ହୋଇଥିବା ଅନ୍ୟ ରାଜିନାମାଗୁଡିକ ହେଲା ଭୂତତ୍ତ୍ବ ଏବଂ ଖଣିଜ ସମ୍ବଳ କ୍ଷେତ୍ରରେ ସହଯୋଗ, ସ୍ବାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ, କଳା ଏବଂ ସଂସ୍କୃତି ତଥା ଭାରତର ବିଦେଶ ସେବା ପ୍ରତିଷ୍ଠାନ ଓ ଜମ୍ବିଆ କୂଟନୈତିକ ତଥା ଆନ୍ତର୍ଜାତୀୟ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ, ଭାରତର ନିର୍ବାଚନ କମିଶନ ଓ ଜମ୍ବିଆର ନିର୍ବାଚନ କମିଶନ ମଧ୍ୟରେ ବୁଝାମଣା ଏବଂ ଟେଲି ଶିକ୍ଷା, ଟେଲି ମେଡିସିନ ଆଦି କ୍ଷେତ୍ରରେ ସହଯୋଗ ଉପରେ ରାଜିନାମା ଅନ୍ତର୍ଭୁକ୍ତ୉ ଭାରତ ପକ୍ଷରୁ ସୌର ଶକ୍ତି ଓ କ୍ଷୁଦ୍ର ତଥା ମଧ୍ୟମ ଉଦୌଗ ସ୍ଥାପନ ପାଇଁ ହୋଇଥିବା କେତେକ ଘୋଷଣାକୁ ଜମ୍ବିଆ ରାଷ୍ଟ୍ରପତି ସ୍ବାଗତ କରିଛନ୍ତି ଜମ୍ବିଆରେ କୃଷିର ବିକାଶ ପାଇଁ 100ଟି ସୌର ଜଳସେଚନ ପମ୍ପ, ଜମ୍ବିଆ ବିମାନ ବାହିନୀ କେନ୍ଦ୍ରରେ 5ଟି ଅଗ୍ନୀ ନିର୍ବାପନ କେନ୍ଦ୍ର ସ୍ଥାପନ ତଥା ମାନବୀୟ ସହାୟତା ବାବଦରେ 1000 ମେଟ୍ରିକ ଟନ ଚାଉଳ ଓ 100 ମେଟ୍ରିକ ଟନ ଦୁଗ୍ଧ ପାଉଡର ପ୍ରଦାନ କରାଯିବା ଘୋଷଣା ହୋଇଛି ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି




ଆଲେଖ୍ୟ : ନିବେଦିତା ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...