Skip to main content

ଜିସାଟ-30 ଉପଗ୍ରହର ସଫଳ ସ୍ଥାପନ

ଭାରତ ତାର 41ତମ ଯୋଗାଯୋଗ ଉପଗ୍ରହ ଜିସାଟ-30କୁ ଗତ 17 ତାରିଖ ଦିନ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିବା ଦ୍ୱାରା ନିରବଚ୍ଛିନ୍ନ ଭାବେ ଯୋଗାଯୋଗ ସେବାକୁ ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 14 ବର୍ଷର ପୁରୁଣା ଇନସାଟ-4ଏ ଖୁବ ଶିଘ୍ର ଅକାମି ହେବାକୁ ଯାଉଥିବାବେଳେ ଜିସାଟ-30 ଉପଗ୍ରହ ଏହା ସ୍ଥାନରେ ବ୍ୟବହାର କରାଯିବ। ଇନସାଟ-4ଏ ଉପଗ୍ରହକୁ ଭାରତୀୟ କେବୁଲ ଅପରେଟରମାନେ ବିଦେଶରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ପାଇଁ ବ୍ୟବହାର କରୁଛନ୍ତି। ଜିସାଟ-30 ଉପଗ୍ରହ ଆଉ 15 ବର୍ଷ ପାଇଁ ଏବଂ ଅଧିକ ଦେଶକୁ ଏହି ସେବାକୁ ଜାରି ରଖିବ।

ଫ୍ରେଞ୍ଚ ଗୁଏନାର କୋଉରୋଉ ମହାକାଶ କେନ୍ଦ୍ରରୁ ରିଆନେ-5 ମହାକାଶ ଯାନରେ ଜିସାଟ-30 ଉପଗ୍ରହକୁ କକ୍ଷ ପଥରେ ସ୍ଥାପନ କରାଯାଇଛି। ଏରିଆନାସ୍ପେସ ପକ୍ଷରୁ ଭାରତର ଏହି ଉପଗ୍ରହ ହେଉଛି 24ତମ ଉପଗ୍ରହ। 1981 ମସିହାରେ ଏରିଆନା ପକ୍ଷରୁ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲକୁ ମହାକାଶରେ ସ୍ଥାପନ କରାଯାଇ ଥିଲା। ଏହି ସଦ୍ୟତମ ଉତକ୍ଷେପଣରେ ଏରିଆନା-5 ମହାକାଶ ଯାନ ଏଉଟେଲସାଟ କୋନେକ୍ଟ କୁ ମଧ୍ୟ କକ୍ଷ ପଥରେ ସ୍ଥାପନ କରିଛି। ଏହି ଅତ୍ୟାଧୁନିକ ଓ ନୂଆ ପିଢିର ଏଉଟେଲସାଟ କୋନେକ୍ଟ ଉପଗ୍ରହ ୟୁରୋପ ଓ ଆଫ୍ରିକା ମହାଦେଶରେ ଟେଲିଯୋଗାଯୋଗ ସେବା ଯୋଗାଇବ।

15 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମର ଦକ୍ଷତା ରଖିଥିବା ଜିସାଟ-30 ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ଉଚ୍ଚ କ୍ଷମତା ସଂପନ୍ନ ଯୋଗାଯୋଗ ଉପଗ୍ରହ ଯାହା ନମନୀୟ ଫ୍ରିକୁଏନ୍ସି ଓ ନେଟୱର୍କ ପ୍ରଦାନ ପାଇଁ ଅତ୍ୟନ୍ତ ଦକ୍ଷ। ଏହି ଉପଗ୍ରହରେ 12ସି ଓ 12କେଉ ବ୍ୟାଣ୍ତ ଟ୍ରାନ୍ସପୋଣ୍ତର ରହିଥିବାରୁ ଟେଲିଭିଜନ ପ୍ରସାରଣ ଓ ଡିଟିଏଚ ସେବା ଅଧିକ ଅଞ୍ଚଳରେ ଉପଲବ୍ଧ କରାଯିବାକୁ ସମର୍ଥ ହେବ। କେଉ ବ୍ୟାଣ୍ତ ଟ୍ରାନ୍ସପୋଣ୍ତର ଗୁଡିକ ଭାରତ ଏହାର ଦ୍ୱୀପପୁଞ୍ଜଗୁଡିକରେ ଯୋଗାଯୋଗ ସେବା ଉପଲବ୍ଧ କରାଇବା ଓ ସି ବ୍ୟାଣ୍ତ ଟ୍ରାନ୍ସପୋଣ୍ତରଗୁଡିକ ଭାରତ ସମେତ ଉପସାଗରୀୟ ଦେଶ ସମୁହ ଏସିଆ ମହାଦେଶର ଅନେକ ଦେଶ ଏବଂ ଅଷ୍ଟ୍ରେଲିଆକୁ ପ୍ରସାରଣ ସେବା ଯୋଗାଇବା ସଙ୍ଗେସଙ୍ଗେ ସେହି ଦେଶଗୁଡିକର ପ୍ରସାରଣ ସେବାକୁ ଭାରତରେ ଉପଲବ୍ଧ କରାଇବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏହି ଉପଗ୍ରହରେ ସର୍ବାଧିକ ଟ୍ରାନ୍ସପୋଣ୍ତର ଖଞ୍ଜିବା ପାଇଁ ବ୍ୟବସ୍ଥା ରହିଥିବାରୁ ଭାରତୀୟ ପ୍ରସାରଣକାରୀମାନେ ମଧ୍ୟପ୍ରାଚ୍ୟ, ଅଷ୍ଟ୍ରେଲିଆ ଓ ଏସିଆ ମହାଦେଶର ଅନ୍ୟ ପ୍ରାନ୍ତଗୁଡିକରେ ପ୍ରସାରଣ କରିବାକୁ ସମର୍ଥ ହେବେ।

ଇସ୍ରୋ କହିଛି ଏହି ଉପଗ୍ରହ ଭିସାଟର କ୍ଷମତାକୁ ଜାରି ରଖିବା ସଙ୍ଗେସଙ୍ଗେ ଟେଲିଭିଜନ ଅପଲିଙ୍କିଙ୍ଗ ଓ ଟେଲିପୋର୍ଟ ସେବା ତଥା ଡିଟିଏଚ ଟେଲିଭିଜନ ସେବା ସମେତ ଅନ୍ୟ ଉପଗ୍ରହଗୁଡିକରେ ବ୍ୟବହାର କରାଯାଉଥିବା ବ୍ୟବସ୍ଥାକୁ ମଧ୍ୟ ଏହାଦ୍ୱାରା ଉପଯୋଗ କରାଯାଇ ପାରିବ। ଏହି ଉପଗ୍ରହ ଡିଜିଟାଲ ଉପଗ୍ରହ, ସଂବାଦ ସଂଗ୍ରହ ବ୍ୟବସ୍ଥା ପାଇଁ ସହାୟକ ହେବ ଯାହାଦ୍ୱାରା ସାମ୍ବାଦିକମାନେ ଦୂର ସ୍ଥାନରୁ ପ୍ରସାରଣ କରିବା ସଙ୍ଗେସଙ୍ଗେ ୟୁରୋପ ଓ ପଶ୍ଚିମ ଓ ପୂର୍ବ ଅଷ୍ଟ୍ରେଲିଆ ଦେଶଗୁଡିକରୁ ମଧ୍ୟ ପ୍ରସାରଣ କରିବା ପାଇଁ ସକ୍ଷମ ହୋଇପାରିବେ। ଜିସାଟ-30 ଉପଗ୍ରକୁ ଆଲଫା ଡିଜାଇନ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ବାଙ୍ଗାଲୋରସ୍ଥିତ ଇସ୍ରୋର ସାଟେଲାଇଟ ସମନ୍ୱିତକରଣ ଓ ପରୀକ୍ଷା କେନ୍ଦ୍ରରେ ଏହାକୁ ଆସେମ୍ଲ କରାଯାଇଛି।

ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ଭବିଷ୍ୟତରେ ଉପଗ୍ରହ ଗୁଡିକର ଉତକ୍ଷେପଣ ପାଇଁ ରକେଟ ନିର୍ମାଣ ସକାଶେ ବାହାରୁ ବିଶେଷଜ୍ଞମାନଙ୍କୁ ଅଣାଯିବ। ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ହଲ ଏବଂ ଏଲ ଆଣ୍ତ ଟି ମିଳିତ ଭାବେ ପିଏସଏଲଭି ଉପଗ୍ରହଗୁଡିକୁ ନିର୍ମାଣ କରିବେ ଏବଂ ଜିଏସଏଲଭି ଭଳି ଓଜନିଆ ରକେଟଗୁଡିକ ମଧ୍ୟ ନିର୍ମାଣ କରାଯିବ।ଗଗନ ଯାନ ପାଇଁ 100 ବିଲିୟନ ଡଲାର ସମେତ ଏହିସବୁ ପ୍ରକଳ୍ପଗୁଡିକ ସକାଶେ ସରକାର 300 ବିଲିୟନ ଡଲାର ମଞ୍ଜୁର କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଭାରତର ମାନବ ଚାଳିତ ଗଗନଯାନରେ ବେସରକାରୀ କ୍ଷେତ୍ରର ଶତକଡା 80 ଭାଗ ଅବଦାନ ରହିବ।

ଭାରତର ପ୍ରଥମ ମହାକାଶ ମିଶନ ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଚାଲିଛି। 2022 ମସିହାରେ ଦେଶର 75ତମ ସ୍ୱାଧୀନତା ବର୍ଷ ପାଳନ ପୂର୍ବରୁ ଭାରତର ପ୍ରଥମ ମହାକାସଚାରୀଙ୍କୁ ପଠାଇବା ଲାଗି ଲକ୍ଷ୍ୟ ରଖାଯାଇଛି।

ଆଲେଖ୍ୟ: ବିମାନ ବସୁଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...