Skip to main content

Posts

Showing posts from January, 2020

ଭାରତର ପଡୋଶୀ ପ୍ରଥମ ନୀତି : ଆଞ୍ଚଳିକ ଉପଲବ୍ଧି

ଭାରତର ପ୍ରମୁଖ ପ୍ରତିଷ୍ଠାନ ନୂଆଦିଲ୍ଲୀର ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ (ଆଇଡ଼ିଏସଏ), ଭାରତର ପଡୋଶୀ ପ୍ରଥମ ନୀତି: ଆଞ୍ଚଳିକ ଉପଲବ୍ଧି ଉପରେ ଆଧାରିତ ଦ୍ଵାଦଶ ଦକ୍ଷିଣ ଏସିଆ ସମ୍ମିଳନୀର ଆୟୋଜନ କରିଥିଲା | ଏହି ସମ୍ମିଳନୀରେ ଦକ୍ଷିଣ ଏସିଆ ଅଞ୍ଚଳ ଓ ମିଆଁମାରର ନୀତି ନିର୍ଦ୍ଧାରକ, ଶିକ୍ଷାବିତ ଓ ବିଶେଷଜ୍ଞ ମାନେ ଯୋଗ ଦେଇ ଭାରତର ପଡୋଶୀ ପ୍ରଥମ ନୀତି ଏହି ଦେଶ ଗୁଡିକ ଲାଗି କେତେ ମହତ୍ବପୂର୍ଣ୍ଣ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ଏହି ଦୁଇଦିନିଆ ସମ୍ମିଳନୀରେ ପାଖାପାଖି 25ଟି ପତ୍ର ଉପସ୍ଥାପନା କରାଯାଇଥିଲା | ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧି ମାନଙ୍କ ସହ ଭାରତର 9 ଜଣ ପ୍ରତିନିଧି ମଧ୍ୟ ଭାରତର ପଡୋଶୀ ପ୍ରଥମ ନୀତି ସଙ୍କ୍ରାନ୍ତରେ ନିଜ ନିଜର ମତ ଆଦାନ ପ୍ରଦାନ କରିଥିଲେ | ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯିଏକି ଆଇଡ଼ିଏସଏ ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି , ତାଙ୍କ ଉଦଘାଟନୀ ଅଭିଭାଷଣରେ ଜୋର ଦେଇ କହିଥିଲେ ଯେ ବର୍ତ୍ତମାନ ଏହି ଅଞ୍ଚଳ ଏହାର ବ୍ୟକ୍ତିଗତ ଜାତୀୟ ପରିଚୟରୁ ଉପରକୁ ଉଠି ଦକ୍ଷିଣ ଏସିଆର ଲୋକ ଭଳି ଆଗକୁ ବଢିବାର ସମୟ ଉପନୀତ ହୋଇଛି | ଏହି ଅବସରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ ଭାରତର ପଡୋଶୀ ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ | 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଶପଥ ପାଠ କରିଥିଲେ, ସେ ଭାରତର ନିକ...

ଭାରତର ଅର୍ଥନୈତିକ କ୍ଷେତ୍ରରେ ଆଗାମି ପଦକ୍ଷେପ

ଭାରତ ନିକଟ ଭବିଷ୍ୟତରେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି |ଏହି ଲକ୍ଷ୍ୟ ଗୋଟିଏ ପଟେ ଘରୋଇ ବ୍ୟାପାର ଏବଂ ନିବେଶର ସୁଦୃଢ ବାତାବରଣ ଉପରେ ଦଣ୍ତାୟମାନ ତ ଅନ୍ୟପଟେ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥା ସହିତ ମଜବୁତ ସଂପର୍କ ଗଢିବା ଉପରେ ପର୍ଯ୍ୟବଶିତ | ଏହି ଲକ୍ଷ୍ୟକୁ ପାଇବା ପାଇଁ ଭାରତ ଇନସଲଭେନ୍ସି ଏବଂ ବ୍ୟାଙ୍କରପ୍ଟି କୋର୍ଡ(ଆଇବିସି) ଏବଂ ଜିଏସଟି ପରି ସୁଧାର ମାଧ୍ୟମରେ ଏକ ବଡ ପ୍ରୟାସ କରିଛି | ନିଜର ଲକ୍ଷ୍ୟକୁ ପୁରା କରିବା ପାଇଁ ଭାରତ ନିଜର ବଜାର ହିତକୁ ଆଗକୁ ବଢାଇବା ଏବଂ ନିଜର ବାଣିଜ୍ୟିକ ଭାଗିଦାରୀ ସହିତ ଆନ୍ତର୍ଜାତୀୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଛି | ଏହାବ୍ୟତିତ ବାରତ ରଚନାତ୍ମକ ଏବଂ ପାରସ୍ପରିକ ଲାଭକାରୀ ଆର୍ଥିକ ସଂପର୍କକୁ ବୃଦ୍ଧି କରି କ୍ଷେତ୍ରୀୟ ତଥା ଦ୍ଵିପକ୍ଷୀୟ ଆର୍ଥିକ ବାର୍ତ୍ତା ପାଇଁ ପଥ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଯେଉଁଥିରେ ବିଶ୍ଵର କେତେକ ଦେଶ ସାମିଲ ଥିଲେ | ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତ ବିଶ୍ଵର ବ୍ୟବସାୟୀ ସମୁଦାୟକୁ କ୍ଷେତ୍ରିୟ ବ୍ୟାପକ ଆର୍ଥିକ ଭାଗିଦାରୀ(ଆରସିଇପି) ଆଡକୁ ଧ୍ୟାନ ଆକର୍ଷଣ କରୁଛି | କିଛି ବର୍ଷ ପୂର୍ବେ ଭାରତର ଅନେକ ଆଞ୍ଚଳିକ ଗୋଷ୍ଠି ଏବଂ ୟୁରୋପୀୟ ସଂଘ, ୟୁରେସିଆ ଇକନୋମିକ ୟୁନିୟନ, ଅଷ୍ଟ୍ରେଲିଆ, ମରିସସ, ଇସ୍ରାଇଲ ଏବଂ ଇରାନ ପରି ଦେଶମାନହ୍କ ସହିତ ମୁକ୍ତ ବାଣିଜ୍ୟ ରାଜିନାମା ଉପ...

ଷ୍ଟାର୍ଟ ଅପ ଅଭିଯାନ ପ୍ରଗତି ପଥରେ 

71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଷ୍ଟାର୍ଟ-ଅପ ଇଣ୍ଡିଆ ଯୋଜନାର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଏହା ପାଇଁ ଅତ୍ୟନ୍ତ ଗୌରବର ମୂହୁର୍ତ୍ତ ଥିଲା | ଏହି ଯୋଜନା ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ 300,000 ରୁ ଅଧିକ ଚାକିରି ସୃଷ୍ଟି ହେବା ସହ ଭାରତର ପ୍ରତି କୋଣ ଅନୁକୋଣରେ 26,000ରୁ ଅଧିକ ଷ୍ଟାର୍ଟ ଅପ ଆରମ୍ଭ କରାଯାଇଛି | ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପରିବେଶ ବ୍ୟବସ୍ଥା ଯୋଗୁଁ ଷ୍ଟାର୍ଟ-ଅପ ଏକ ଉଚ୍ଚ ନିବେଶ ପଥରେ ଆଗେଇଚାଲିଛି | ଭାରତରେ ଷ୍ଟାର୍ଟ-ଅପର ମୂଲ୍ୟାୟନ 35 ବିଲିୟନ ଡଲାରକୁ ଟପିଯାଇଛି | ବର୍ତ୍ତମାନ ଭାରତର ପ୍ରମୁଖ ବୈଷୟିକ ତଥା ପରିଚାଳନା ପ୍ରତିଷ୍ଠାନର ସ୍ନାତକ ପ୍ରାପ୍ତ ଛାତ୍ରଛାତ୍ରୀ ମାନେ ଷ୍ଟାର୍ଟ-ଅପକୁ ପସନ୍ଦ କରୁଛନ୍ତି ଏବଂ ଏହାକୁ କ୍ୟାରିଅର ବିକଳ୍ପ ଭାବେ ଚୟନ କରି ସେମାନେ ଦେଶରେ ଉଦ୍ୟମି ପ୍ରତିଭାକୁ ସଫଳତାର ସହ ପ୍ରତିପାଦନ କରୁଛନ୍ତି | ସାଧାରଣତନ୍ତ୍ର ଦିବସ ଅବସରରେ ଷ୍ଟାର୍ଟ-ଅପ ପ୍ରଜ୍ଞାପନ ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥିବା ବେଳେ ଏହା ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା | ଏହି ପ୍ରଜ୍ଞାପନ ମେଢରେ ପରିବେଶ ବ୍ୟବସ୍ଥାକୁ ନିଖୁଣ ଭାବେ ଚିତ୍ରଣ କରାଯାଇ ଉତ୍କୃଷ୍ଟ ରଚନାତ୍ମକ ରୂପରେ ପ୍ରଦର୍ଶନ କରାଯାଇଥିଲା | ଏହି ମେଢରେ ଟିକସ ଛାଡ ଜରିଆରେ ପରିବେଶ ବ୍ୟବସ୍ଥା ତଥା ଏହାର ପ୍ରଗତି ସଙ୍କ୍ରାନ୍ତରେ ସଫଳତାର ସହ ଚିତ୍ରଣ କରାଯାଇଥିଲା | ଷ୍ଟାର୍ଟ-ଅପ ଇଣ୍ଡିଆ ଯୋଜନା 2...

ଡାଭୋସରେ ଇମରାନ ଖାନ ଦୃଷ୍ଟି ଆକର୍ଷଣ କରାଇବାରେ ବିଫଳ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ବିଶ୍ୱ ଅର୍ଥନୈତିକ ଫୋରମ 2020 ସମ୍ମିଳନୀରେ ଯୋଗଦେବା ପାଇଁ ବଡ ତାମଝାମରେ ଡାଭୋସ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କଲେ ଏବଂ ସେହି ପୁରୁଣା କଥା କଶ୍ମୀର ପ୍ରସଙ୍ଗ ଉଠାଇଲେ ଏବଂ ଭାରତ ବିରୁଦ୍ଧରେ କହିଲେ। ସେ ସବୁଆଡେ ଗୋଟିଏ କଥା କହିଚାଲିଛନ୍ତି ଯେ ଭାରତ ସହିତ ତାଙ୍କର ସଂପର୍କ ଭଲ ହେଲେ ବିଶ୍ୱ ଦେଖିବ ଆମେ କୌଶଳଗତ ଭାବେ କେତେ ସୁଦୃଢ। ସେ କହିଲେ ପାକିସ୍ତାନରେ ସନ୍ତ୍ରାସବାଦି ନାହାନ୍ତି। ଏକଥା ସତ୍ୟର ଅପଳାପ। ବାସ୍ତବରେ ସେଠାରେ ସନ୍ତ୍ରାସବାଦି ଗୋଷ୍ଠି ସରକାରୀ ପ୍ରୋତ୍ସାହନ ପାଉଛନ୍ତି। ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସର ଆଗାମୀ ବୈଠକରେ ପାକିସ୍ତାନ ସରକାର ଏହାର ପକ୍ଷ ରଖିବ। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଡାଭୋସରେ ଭାରତ ପାକିସ୍ତାନ ସଂପର୍କକୁ ନେଇ ଯାହା କହିଛନ୍ତ ତାହା ବିସ୍ମିତ କରୁଛି। ଏହା ପାକିସ୍ତାନର ହତାସବୋଧକୁ ଦର୍ଶାଉଛି। ସମଗ୍ର ବିଶ୍ୱ ଜାଣିଛି ଯେ ପାକିସ୍ତାନ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ପାକିସ୍ତାନ ସର୍ବଦା ଦୋମୁହାଁ ନୀତି ଗ୍ରହଣ କରୁଛି। ଯଦି ପାକିସ୍ତାନ ପ୍ରକୃତରେ ଭାରତ ସହିତ ସୁସଂପର୍କ ରଖିବାକୁ ଚାହୁଁଛି ତେବେ ସେଥିପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରୁବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ଏଥିପାଇଁ ସନ୍ତ୍ର...

71ତମ ସାଧାରଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ବୋଲସୋନାରୋଙ୍କ ଗସ୍ତ ଭାରତ-ବ୍ରାଜିଲ ସମ୍ପର୍କକୁ ଆହୁରି ମଜବୁତ କରିବ

ଭାରତ ଓ ବ୍ରାଜିଲ ବୈଶ୍ଵିକ ମହାସାଗରରେ ଦୁଇଟି ମହାଶକ୍ତି ଭାବେ ଉଭା ହୋଇଛନ୍ତି । ଚୀନ ବ୍ୟତୀତ କେବଳ ଭାରତ ଓ ବ୍ରାଜିଲ ହିଁ ଏପରି ରାଷ୍ଟ୍ର ଅଟନ୍ତି ଯାହା ପାଖରେ ଏକ ମହାଶକ୍ତି ଭାବେ ରୂପାନ୍ତରିତ ହେବା ଲାଗି ପୂର୍ଣ୍ଣ କ୍ଷମତା ରହିଛି | କିନ୍ତୁ ଅତୀତରେ ଭାରତ ଏହାର ହିନ୍ଦୁ ଅଭିବୃଦ୍ଧି ହାର ଓ ଦାରିଦ୍ର୍ୟତା ପାଇଁ ବେଶ ପରିଚିତ ଥିବା ବେଳେ ବ୍ରାଜିଲ ଅତ୍ୟଧିକ ମୁଦ୍ରାସ୍ଫୀତି ଓ ଋଣଗ୍ରସ୍ତ ହୋଇରହିଥିଲା | ଏକ ଦୃଢ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ସତ୍ତ୍ୱେ ଭାରତ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଏକ ସପେରା ଓ ଫକିର ସାଧୁ ମାନଙ୍କ ଦେଶ ଭାବେ ସର୍ବବିଦିତ ଥିବା ବେଳେ ବ୍ରାଜିଲକୁ ଫ୍ରାନ୍ସର ଚାର୍ଲ୍ସ ଡି ଗାଲ “ଏକ ଗମ୍ଭୀର ଦେଶ ନୁହେଁ “ ବୋଲି କହିଥିଲେ | ବର୍ତ୍ତମାନ ଉଭୟ ଭାରତ ଓ ବ୍ରାଜିଲ ସନ୍ତୁଳନ ରାଷ୍ଟ୍ରଶକ୍ତିରୁ ପ୍ରମୁଖ ବୈଶ୍ଵିକ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛନ୍ତି | ଗତ ଏକ ଦଶନ୍ଧିରେ ବିଭିନ୍ନ ଦ୍ଵିପକ୍ଷୀୟ ଓ ବହୁପକ୍ଷୀୟ ଫୋରମରେ ସକ୍ରିୟ ଆଲୋଚନା ଜରିଆରେ ସେମାନେ ଦ୍ଵିପକ୍ଷୀୟ ଓ ବହୁପକ୍ଷୀୟ ମଞ୍ଚରେ ନିଜର ବୈଦେଶିକ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।  ଭାରତର 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତକୁ ଚାରି ଦିନିଆ ଗସ୍ତରୁ ଭାରତ-ବ୍ରାଜିଲ ମଧ୍ୟରେ ବୃଦ୍ଧି ପାଉଥିବା ଭାଗୀଦାରୀତା ସମ୍ପର୍କର ସ୍ପଷ୍ଟ ଅନୁମେୟ ହେଉଛି | ଭା...

ଭାରତର ସମ୍ବିଧାନ ଏ ମାଟିର ସର୍ବୋଚ୍ଚ ଆଇନ

ସମ୍ବିଧାନ ସବାର 3 ବର୍ଷର କଠିନ ପରିଶ୍ରମ ପରେ ଭାରତୀୟ ସମ୍ବିଧାନ ପ୍ରସ୍ଥୁତ ହେଲା | ଭାରତୀୟ ସମ୍ବିଧାନ ବିଷୟରେ ସେ ସମୟରେ ବିଶେଷଜ୍ଞମାନେ କହୁଥିଲେ ଯେ ସାବଧାନୀପୂର୍ବକ ପ୍ରସ୍ତୁତ କରାଯାଇଥିବା ଏହି ସମ୍ବିଧାନ ଦୀର୍ଘ ସମୟ ଯାଏଁ ଅସ୍ତିତ୍ବରେ ରହିବ | ସମ୍ବିଧାନ ପ୍ରଣେତାମାନେ ଯେଉଁ ମୂଳଦୁଆ ରଖିଥିଲେ ତାହା ଆଜି ମଧ୍ଯ ସେହିପରି କାଏମ ରହିଛି ଯାହା ଉପରେ ଭାରତୀୟ ଗଣତନ୍ତ୍ର ସଜୀବ ରହିଛି | 7 ଦଶକ ପରେ ମଧ୍ୟ ସମ୍ବିଧାନର ମୂଳ ସ୍ବରୂପ ଅପରିବର୍ତ୍ତିତ ରହିଛି | ଅନେକ ସଂଶୋଧନ ପରେ ମଧ୍ୟ ସମ୍ବିଧାନର ମୂଳ ସିଦ୍ଧାନ୍ତ ଏହାର ବାସ୍ତବିକ ରୂପରେ ରହିଛି ଯାହା ଦର୍ଶାଉଛି ଯେ ସମ୍ବିଧାନ ଉପରେ ଦେଶର ବିଶ୍ବାସ ଅତୁଟ ରହିଛି | ସମ୍ବିଧାନର ପ୍ରସ୍ଥାବନାରେ ଦୁନିଆ ଆଗରେ ଏକ ଦର୍ମନିରପେକ୍ଷ ଏବଂ ଗଣତାନ୍ତ୍ରୀକ ଗଣରାଜ୍ୟର ଜନ୍ମର ଉଲ୍ଲେଖ କରାଗଲା | ଠିକ ସେହିପରି ଆମେ ଭାରତୀୟମାନେ ନ୍ୟାୟର ସିଦ୍ଧାନ୍ତ, ସ୍ବାଧୀନତା, ସମାନତା ଏବଂ ଭାତୃତ୍ବ ସହିତ ରହୁଛନ୍ତି | ସମ୍ବିଧାନରେ ଲୋକମାନହ୍କ ଅଧିକାର, ଦାୟିତ୍ବ ଏବଂ ସ୍ବାଧୀନତା ନିହିତ ରହିଛି | ଗଣତନ୍ତ୍ର ଦିବସ ପାଳନ ହେଉଛି ପ୍ରକୃତରେ ସମ୍ବିଧାନର ଉତ୍ସବ ପାଳନ କରିବା | ଏହା ଏକ ଏପରି ସଜୀବ ନଥିପତ୍ର ଯାହାର ମୂଳରେ ଭବିଷ୍ୟତ ଦେଖାଯାଇଥିଲା | 1950 ଜାନୁୟାରୀ 26ରେ ଭାରତ ଗଣରାଜ୍ଯ ହୋଇଥିଲା ଏବଂ ଏବେବି ରହିଛି | ଏହି 7ଟି ଦଶକରେ ଭାରତୀୟ ଗଣତନ୍ତ୍ର ଆହୁରି ମଜବୁତ ହୋଇଛି କାରଣ...

ନାଇଜର ଓ ଟ୍ୟୁନିସିଆ ସହ ଭାରତର ସମ୍ପର୍କ ବୃଦ୍ଧି

ଆଫ୍ରିକୀୟ ଦେଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଓ ସେମାନଙ୍କ ସହ ଘନିଷ୍ଠ କୂଟନୈତିକ ତଥା ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଲାଗି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ସପ୍ତାହ ପହିଲାରେ ନାଇଜର ଓ ଟ୍ୟୁନିସିଆ ଗସ୍ତରେ ଯାଇଥିଲେ | ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ଜାତିସଂଘରେ ଭାରତକୁ ସେମାନେ ସମର୍ଥନ ଜଣାଉଥିବାରୁ ନୂଆଦିଲ୍ଲୀ ଏହି ଆଫ୍ରିକୀୟ ରାଷ୍ଟ୍ର ଉପରେ ଅଧିକ ଗୁରୁତ୍ଵ ଦେଉଛି |ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦାୟିତ୍ଵ ଗ୍ରହଣ କରିବା ପରେ ଆଫ୍ରିକାକୁ ଏହା ଥିଲା ତାଙ୍କ ପ୍ରଥମ ଗସ୍ତ |  ଏହି ଗସ୍ତ କାଳରେ ଡଃ ଜୟଶଙ୍କର, ନାଇଜର ରାଷ୍ଟ୍ରପତି ଶ୍ରୀ ମହାମଦୌ ଇସସୌଫୌଙ୍କ ସହ ସାକ୍ଷାତ କରିଥିଲେ | ଉଭୟ ନେତା ମିଳିତ ଭାବେ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ଉଦଘାଟନ କରିଥିଲେ | ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଭାରତ ଦ୍ଵାରା ଆଫ୍ରିକାରେ ପ୍ରଥମ କେନ୍ଦ୍ର ସ୍ଥାପିତ କରାଯାଇଛି | ସମ୍ପ୍ରତ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରାଯାଉଛି | ଏହି କେନ୍ଦ୍ରର ସ୍ଥାପନ ଭାରତ-ନାଇଜର ବନ୍ଧୁତାପୂର୍ଣ୍ଣ ସମ୍ପର୍କ ପାଇଁ ଏକ ମାଇଲଖୁଣ୍ଟ ସଦୃଶ ତଥା ଆଫ୍ରିକା ପ୍ରତି ଭାରତର ଦୃଢ ଅଙ୍ଗୀକାରବଦ୍ଧତାର ସ୍ପଷ୍ଟ ପ୍ରତୀକ ଅଟେ | ଏହି ସମ୍ମିଳନୀ କେନ୍ଦ୍ରକୁ ଏକ ବିଶାଳ, ଆଧୁନିକ ଏବଂ ପରିବେଶ ଅନୁକୂଳ ସୁବିଧା ଗୁଡିକ ସହ ଡିଜାଇନ କରାଯାଇଛି...

ଜେସିପିଓଏରୁ ଇରାନର ପ୍ରତ୍ୟାହାର ଏବଂ ଏହାର ବିଶ୍ଵସ୍ତରରେ ପ୍ରଭାବ

ଆମେରିକା ଦ୍ଵାରା ଇରାନର ଜେନେରାଲ କାସିମ ସୋଲେମାନଙ୍କ ହତ୍ୟା ପରେ ଏବେ ଇରାନ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି ଏନପିଟିରୁ ଓହରିୟିବାକୁ କହିଛି | ୟୁରୋପୀୟ ସଂଘ ଯଦି ଜାତିସଂଘ ନିରାପତ୍ତା ପରିଷଦରେ ଇରାନର ପରମାଣୁ ପ୍ରସଙ୍ଗ ଉଠାଏ ତେବେ ଇରାନ ଏପରି ପଦକ୍ଷେପ ନେବ ବୋଲି କହିଛି | ସୁଲେମାନୀଙ୍କ ହତ୍ୟା ପରେ ଇରାନ ଏପରି ବଡ ଧରଣର ନିଷ୍ପତ୍ତି ନେଇଛି ଏବଂ ଯଦି ଏହା ହୁଏ ତେବେ ବିଶ୍ଵରେ ଏହାର ପ୍ରଭାବ ପଡିବ | ୟଦି ଇରାନ ଏନପିଟିରୁ ଓହରିବ ତେବେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ମିଳିତ ଯୋଜନାର ସେ ଆଉ ଅଂଶବିଶେଷ ହୋଇ ରହିବ ନାହିଁ | ୟୁରୋପୀୟ ରାଷ୍ଟ୍ର ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ପରମାଣୁ ରାଜିନାମାରେ ବିବାଦୀୟ ପ୍ରସ୍ଥାବ ବ୍ୟବସ୍ଥା ଯୋଡିବାକୁ ମସୁଧା କରୁଥିବା ପରିପ୍ରେକ୍ଷୀରେ ଇରାନ କହିଛି | ଆମେରୀକା ଚାହୁଁଛି ଯେ ୟୁରୋପୀୟ ସଂଘ ପରମାଣୁ ରାଜିନାମାରେ ଏହି କ୍ଲଜ ଯୋଡିଲେ ଇରାନ ଜେସିପିଓଏରୁ ଓହରି ଯିବ | ଜାତିସଂଘ ନିରାପତ୍ତା ପରିଷଦରେ ଡିଆରଏମକୁ ଅନ୍ତର୍ଭୁକ୍ତ କଲେ ଇରାନ ଉପରେ ଜାତିସଂଘ ପ୍ରତିବନ୍ଧ ସହଜରେ ଲଗାଯାଇ ପାରିବ | ଆମେରୀକା ଦ୍ଵାରା ଇରାନ ପୂର୍ବରୁ ଆର୍ଥିକ ପ୍ରତିବନ୍ଧକୁ ସାମ୍ନା କରୁଛି ଫଳରେ ସେଠାରେ ଘରୋଇ କ୍ଷେତ୍ରରେ ଆର୍ଥିକ ଅନାଟନ ଦେଖାଦେଇଛି | ଯେଉଁକାରଣରୁ ସେଠାରେ ଅସନ୍ତୋଷର ବାତାବରଣ ଦେଖାଦେଇଛି | ଇରାନ ଏହାର ସଂକଳ୍ପବଦ୍ଧତାକୁ ଜାରି ରଖିଛି ବୋଲିଆର୍ନର୍ଜାତୀୟ ପରମାଣୁ ଶକ୍ତି ସଂ...

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡ଼ିଆଇ ) କ୍ଷେତ୍ରରେ ଭାରତ ଶ୍ରେଷ୍ଠ ଦଶଟି ରାଷ୍ଟ୍ର ମଧ୍ୟରେ ସ୍ଥାନ ବଜାୟ ରଖିଛି

2019 ମସିହାରେ ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡ଼ିଆଇ) ପରିମାଣ ଶତକଡା 16 ଭାଗ ଅର୍ଥାତ 42 ବିଲିଅନ ଡଲାରରୁ 49 ବିଲିଅନ ଡଲାରକୁ ବୃଦ୍ଧି ପାଇଛି ଏହା ଫଳରେ ଏଫଡ଼ିଆଇ କ୍ଷେତ୍ରରେ ଭାରତ ପ୍ରଥମ ଦଶଟି ଦେଶ ମଧ୍ୟରେ ସ୍ଥାନ ପାଇଛି | ଜାତିସଂଘ ବାଣିଜ୍ୟ ଓ ବିକାଶ ସମ୍ମିଳନୀ UNCTAD ଦ୍ଵାରା ସମ୍ପ୍ରତ୍ତି ପ୍ରକାଶ ପାଇଥିବା “ଇନଭେଷ୍ଟମେଣ୍ଟ ଟ୍ରେଣ୍ଡ ମନିଟର” ବା ପୁଞ୍ଜି ନିବେଶ ଧାରା ତଦାରଖ ଶୀର୍ଷକରେ ଏହା ପ୍ରକାଶ ପାଇଛି | ଏହି ରିପୋର୍ଟରେ ଏକଥା ମଧ୍ୟ କୁହାଯିଅଛି ଯେ 2019 ମସିହାରେ ବିଶ୍ଵସ୍ତରୀୟ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କ୍ଷେତ୍ରରେ ଶତକଡା 1 ଭାଗ ହ୍ରାସ ପାଇ 1.41 ଟ୍ରିଲିୟନ ଡଲାରରୁ 1.39 ଟ୍ରିଲିୟନ ଡଲାର ହୋଇଥିବା ବେଳେ ଭାରତରେ ଏହା ବୃଦ୍ଧି ପାଇଛି | ଆମେରିକା ଓ ଚୀନରେ ଏଫଡ଼ିଆଇ ଶୂନ୍ୟ ସ୍ତରରେ ଥିବା ବେଳେ ଭାରତ ଏମାନଙ୍କ ଠାରୁ ଆଗରେ ଅଛି | ଦକ୍ଷିଣ ଏସିଆ ଅଞ୍ଚଳରେ ଶତକଡା 10 ଭାଗ ଏଫଡ଼ିଆଇ ବୃଦ୍ଧି ପାଇ 60 ବିଲିଅନ ଡଲାର ଥିବା ବେଳେ ଏଥିମଧ୍ୟରୁ ଭାରତରେ ଶତକଡା 80 ଭାଗରୁ ଊର୍ଦ୍ଧ୍ଵ ପୁଞ୍ଜି ନିବେଶ ହୋଇଛି | ଅଧିକାଂଶ ପୁଞ୍ଜି ନିବେଶ ସେବା କ୍ଷେତ୍ରରେ ଶିଳ୍ପ ଗୁଡିକ ବିଶେଷକରି ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ହୋଇଥିବାର ଜଣାପଡିଛି | ଆମର ପଡୋଶୀ ଦେଶ ବାଙ୍ଗଲାଦେଶରେ ଏଫଡ଼ିଆଇ ଶତକଡା 6 ଭାଗ ହ୍ରାସ ପାଇ 3.4 ବିଲିୟନ ଡଲାର ଥିଲା ବେଳେ ପାକିସ୍ତାନରେ ଶତକଡା 20 ଭାଗ ହ୍ରାସ ପ...

ୟୁରୋପୀୟ ବୈଦେଶିକ ଓ ନିରାପତ୍ତା ନୀତି ବ୍ୟାପାର ମୁଖ୍ୟ ଭାରତ ସହ ଘନିଷ୍ଠ ସଂପର୍କ ବିଷୟ ଦୋହରାଇଛନ୍ତି

ୟୁରୋପୀୟ ସଂଘ ବୈଦେଶିକ  ଓ ନିରାପତ୍ତା ନୀତି ବ୍ୟାପାର ମୁଖ୍ୟ ଯୋସେଫ ବୋରେଲ ଫନଟେଲ୍ସ 2020 ରାଇସୀନା ଡାଇଲଗରେ ଯୋଗଦେବାକୁ ଆସିଥିବାବେଳେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସାଧାରଣ ସାମଞ୍ଜସ୍ୟଗୁଡିକ ବିଷୟ ଆଲୋକପାତ କରିଥିଲେ। ବିଶ୍ୱ ବାଣିଜ୍ୟ ସଂଗଠନ ବିବାଦ ସମାଧାନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିବା ପରିପ୍ରେକ୍ଷୀରେ ୟୁରୋପ, ଭାରତ ତଥା ଅନେକ ଦକ୍ଷୀଣ ପୂର୍ବ ଏସିଆ ରାଷ୍ଟ୍ରଗୁଡିକର ଉଦବେଗ ବୃଦ୍ଧି ପାଇଥିବାବେଳେ ନୀତି ଭିତ୍ତିକ ବହୁ ପାକ୍ଷୀକ ବ୍ୟବସ୍ଥାର ଆବଶ୍ୟକତା ପ୍ରତି ଶ୍ରୀ ଫନଟେଲ୍ସ ଗୁରୁତ୍ୱାରୋପ କରିଛନ୍ତି। ଏହି ଅଚଳାବସ୍ଥା ଭଙ୍ଗ କରିବା ପାଇଁ ୟୁରୋପୀୟ ସଂଘ ପକ୍ଷରୁ ପ୍ରସ୍ଥାବ ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଏହି ଦୃଷ୍ଟିରୁ ଏହି ସମସ୍ୟାର ସମାଧାନ କରିବା ଓ ବାସ୍ତବ ସମାଧାନ ପନ୍ଥାକୁ ଆପଣାଇବା ଉଭୟ ପକ୍ଷର ସ୍ୱାର୍ଥ ରକ୍ଷା କରିବ ବୋଲି ମତ ପ୍ରକାଶ ପାଇଛି। ସାମୁଦ୍ରିକ ସଂପଦ ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ତଥା ଜଳଦସ୍ୟୁମାନଙ୍କ ଉପଦ୍ରବ ଭଳି ବିଭିନ୍ନ ଚ୍ୟାଲେଞ୍ଜଗୁଡିକର ବିଶ୍ୱ ସଂପ୍ରଦାୟ ମୁକାବିଲା କରୁଥିବାବେଳେ ସାମୁଦ୍ରିକ ନିରାପତ୍ତା ବ୍ୟବସ୍ଥାକୁ ମଜବୁତ କରିବା ଏବେ ଗୁରୁତ୍ୱ ବହନ କରୁଛି। ଏହି ଦୃଷ୍ଟିରୁ ସାମୁଦ୍ରିକ ନିରାପତ୍ତା ଓ ସ୍ଥିରତା ରକ୍ଷା କରିବା ପାଇଁ ମିଳିମିଶି କାମ କରିବା ନିହାତି ଜରୁରି ବୋଲି ଉପଲବ୍ଧି କରାଯାଇଛି। ପଶ୍ଚିମ ଭାରତ ମହାସାଗର ଏବଂ ଆଫ୍ରିକୀୟ ଜଳରାଶିରେ ଜଳଦସ୍ୟୁମାନଙ୍କର...

ଜିସାଟ-30 ଉପଗ୍ରହର ସଫଳ ସ୍ଥାପନ

ଭାରତ ତାର 41ତମ ଯୋଗାଯୋଗ ଉପଗ୍ରହ ଜିସାଟ-30କୁ ଗତ 17 ତାରିଖ ଦିନ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିବା ଦ୍ୱାରା ନିରବଚ୍ଛିନ୍ନ ଭାବେ ଯୋଗାଯୋଗ ସେବାକୁ ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 14 ବର୍ଷର ପୁରୁଣା ଇନସାଟ-4ଏ ଖୁବ ଶିଘ୍ର ଅକାମି ହେବାକୁ ଯାଉଥିବାବେଳେ ଜିସାଟ-30 ଉପଗ୍ରହ ଏହା ସ୍ଥାନରେ ବ୍ୟବହାର କରାଯିବ। ଇନସାଟ-4ଏ ଉପଗ୍ରହକୁ ଭାରତୀୟ କେବୁଲ ଅପରେଟରମାନେ ବିଦେଶରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ପାଇଁ ବ୍ୟବହାର କରୁଛନ୍ତି। ଜିସାଟ-30 ଉପଗ୍ରହ ଆଉ 15 ବର୍ଷ ପାଇଁ ଏବଂ ଅଧିକ ଦେଶକୁ ଏହି ସେବାକୁ ଜାରି ରଖିବ। ଫ୍ରେଞ୍ଚ ଗୁଏନାର କୋଉରୋଉ ମହାକାଶ କେନ୍ଦ୍ରରୁ ରିଆନେ-5 ମହାକାଶ ଯାନରେ ଜିସାଟ-30 ଉପଗ୍ରହକୁ କକ୍ଷ ପଥରେ ସ୍ଥାପନ କରାଯାଇଛି। ଏରିଆନାସ୍ପେସ ପକ୍ଷରୁ ଭାରତର ଏହି ଉପଗ୍ରହ ହେଉଛି 24ତମ ଉପଗ୍ରହ। 1981 ମସିହାରେ ଏରିଆନା ପକ୍ଷରୁ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲକୁ ମହାକାଶରେ ସ୍ଥାପନ କରାଯାଇ ଥିଲା। ଏହି ସଦ୍ୟତମ ଉତକ୍ଷେପଣରେ ଏରିଆନା-5 ମହାକାଶ ଯାନ ଏଉଟେଲସାଟ କୋନେକ୍ଟ କୁ ମଧ୍ୟ କକ୍ଷ ପଥରେ ସ୍ଥାପନ କରିଛି। ଏହି ଅତ୍ୟାଧୁନିକ ଓ ନୂଆ ପିଢିର ଏଉଟେଲସାଟ କୋନେକ୍ଟ ଉପଗ୍ରହ ୟୁରୋପ ଓ ଆଫ୍ରିକା ମହାଦେଶରେ ଟେଲିଯୋଗାଯୋଗ ସେବା ଯୋଗାଇବ। 15 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମର ଦକ୍ଷତା ରଖିଥିବା ଜିସାଟ-30 ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍...

ଚୀନ – ପାକିସ୍ତାନ ଷଡଯନ୍ତ୍ର ପୁଣିଥରେ ପଣ୍ଡ ହୋଇଛି

କାଶ୍ମୀର ପ୍ରସଙ୍ଗ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଚୀନ ପୁଣି ଥରେ “ ଅଣଆନୁଷ୍ଠାନିକ ପରାମର୍ଶ” ଲାଗି ଦାବି କରିଥିଲା | ଚୀନର ଏହି ପଦକ୍ଷେପ ଯୋଗୁଁ ପ୍ରତିକୂଳ ସ୍ଥିତି ଉତ୍ପର୍ଣ୍ଣ ହୋଇଛି | ଏହାକୁ ପାକିସ୍ତାନ ସମର୍ଥନ ଜଣାଇଥିଲା | ତେବେ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ଏହି ପଦକ୍ଷେପକୁ ଖାରଜ କରିଦେଇଛନ୍ତି | ଭାରତୀୟ ସମ୍ବିଧାନର ଧାରା 370 ର ଉଚ୍ଛେଦ ପ୍ରସଙ୍ଗ ଉତଥାପନ କରିବା ନେଇ ଏହା ଥିଲା ଚୀନର ତୃତୀୟ ପ୍ରୟାସ | ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏପରି ବୃଥା ଚେଷ୍ଟାରୁ ବେଜିଙ୍ଗକୁ ଶିକ୍ଷା ମିଳିବା ଉଚିତ | ଏହା ଏକ ଦ୍ଵିପକ୍ଷୀୟ ପ୍ରସଙ୍ଗ ଅଟେ ବୋଲି ୟୁଏନଏସସି ର ଅଧିକାଂଶ ସଦସ୍ୟ ମତପୋଷଣ କରିଛନ୍ତି | ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକବରୁଦ୍ଦିନ କହିଛନ୍ତି ଯେ ଦେଶକୁ ପ୍ରଭାବିତ କରୁଥିବା ସମସ୍ୟା ରୁ ବିଶ୍ଵର ଧ୍ୟାନ ହଟାଇବା ଲାଗି ମିଥ୍ୟା ବାହାନା ବନେଇବାର ପାକିସ୍ତାନ ର ଚିରାଚରିତ ଅଭ୍ୟାସ ସର୍ବବିଦିତ ଅଟେ | କୂଟନୀତିର ଆଳରେ ଅନାବଶ୍ୟକ ସହାୟତା ପ୍ରାପ୍ତ କରିବା ଲାଗି ନେହୁରା ହେବା ଉଚିତ ନୁହେଁ | ଏଥିପାଇଁ ବଳିଷ୍ଠ ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ | ବାସ୍ତବରେ ସୁରକ୍ଷା ପରିଷଦର ମୁଖ୍ୟ ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ ତଥା ରୁଷ 370 ଧାରା ଉଚ୍ଛେଦ ଲାଗି ଭାରତ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରତି ସମର୍ଥନ ଜଣାଇଥିଲେ ଏବଂ ଚାରିଜଣ...

ଭାରତ – ଆମେରିକା ସମ୍ପର୍କ ପ୍ରଗତି ପଥରେ

ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ସୁଶ୍ରୀ ଏଲିସ ୱେଲ୍ସ ଓ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ମେଥ୍ୟୁ ପୋଟିଙ୍ଗର ଭାରତରେ ଅନେକ ଦ୍ଵିପକ୍ଷୀୟ ବୈଠକ ଓ ପଞ୍ଚମ ରାଇସିନା ଡାଏଲଗରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିଲେ | ସୁଶ୍ରୀ ୱେଲ୍ସ ତାଙ୍କ ଉପ–ମହାଦେଶ ଗସ୍ତରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ମଧ୍ୟ ଯାଇଥିଲେ |  ରାଇସିନା ଡାଏଲଗ ରେ ଏକ ମହତ୍ଵପୂର୍ଣ୍ଣ ବକ୍ତବ୍ୟରେ ଶ୍ରୀ ମେଥ୍ୟୁ ପୋଟିଙ୍ଗର କହିଥିଲେ ଯେ ଭାରତ-ପ୍ରଶାନ୍ତ ଅଞ୍ଚଳ “ଏକ ନୀତିଗତ ଦୁରଦୃଷ୍ଟି” ଆଭିମୁଖ୍ୟ ଉପରେ ପର୍ଜ୍ୟବେଶିତ | ଭାରତ-ପ୍ରଶାନ୍ତ ଅଞ୍ଚଳ ଏକ ଏପରି ରାଷ୍ଟ୍ରସମୂହ ଯିଏ ଆଇନର ଶାସନକୁ ସମ୍ମାନ ଜଣାଇଥାଏ, ସମୁଦ୍ର ପଥ ଓ ଆକାଶ ପଥରେ ଯାତାୟାତର ସ୍ଵତନ୍ତ୍ରତା ପ୍ରତି ସମ୍ମାନ ଜଣାଏ, ମୁକ୍ତ ବାଣିଜ୍ୟକୁ ପ୍ରୋତ୍ସାହନ କରେ ଏବଂ ମୁକ୍ତ ଚିନ୍ତାଧାରା ତଥା ପ୍ରତ୍ୟେକ ଦେଶର ସାର୍ବଭୌମତା ର ପବିତ୍ରତା କୁ ସମ୍ମାନ ଜଣାଇଥାଏ ବୋଲି ଏହି ଅବସରରେ ସେ ବର୍ଣ୍ଣନା କରିଥିଲେ | କୌଣସି ଦେଶକୁ ବର୍ଜିତ ନକରି ପ୍ରତ୍ୟେକ ରାଷ୍ଟ୍ରର ସିଦ୍ଧାନ୍ତ ଗୁଡିକୁ ସମ୍ମାନ କରିବା ଓ ପ୍ରୋତ୍ସାହିତ କରିବା ପାଇଁ ଆହ୍ଵାନ କରିଥାଏ ଯାହାକି ସମସ୍ତେ ପାଳନ କରିଥାନ୍ତି ତେଣୁ ଏହା ଏକ ସ୍ଵାଧୀନ ଓ ମୁକ୍ତ ରାଷ୍ଟ୍ରସମୂହ । ଆମେରିକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଆହୁରି ମଧ୍ୟ କହିଲେ ଯେ ଯେଉଁ ଦେଶ ଗୁଡିକ ସ୍ଵାଧୀନ ଓ ମୁକ୍ତ ଭାରତ...

ରାଇସିନା ଡାଏଲଗ 2020

ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମେ ପ୍ରବେଶ କରିଥିବା ବେଳେ ବିଶ୍ଵସ୍ତରରେ ବିବିଧ ଆହ୍ଵାନ ଓ କ୍ଷମତା ପରିବର୍ତ୍ତନ ଭଳି ଘଟଣା ମାନ ଦୃଶ୍ୟମାନ ହୋଇଛି | ନୂଆଁ କ୍ଷମତା ଗୁଡିକର ପତିଆରା ବୃଦ୍ଧି ପାଉଥିବା ବେଳେ ପୁରୁଣା କ୍ଷମତା ପରିବର୍ତ୍ତନଶୀଳ ବିଶ୍ଵରେ ତାଳମେଳ ରକ୍ଷା କରିନପାରି ଅବକ୍ଷୟ ଆଡକୁ ମୁହାଁଇଛି | ବର୍ତ୍ତମାନ ସ୍ଥିତିରେ ଦୁଇ ପ୍ରକାରର ଐତିହାସିକ କ୍ଷମତା ପରିବର୍ତ୍ତନ ଦେଖାଦେଇଛି ତାହା ହେଲା କ୍ଷମତା ଅବସ୍ଥାନ୍ତର ଓ କ୍ଷମତା ବିସ୍ତାର | ଚୀନର କ୍ଷମତା ବିସ୍ତାର ବିଶ୍ଵକୁ ହତଚକିତ କରିଛି କିନ୍ତୁ ଭାରତ ମଧ୍ୟ ବିଶ୍ଵସ୍ତରୀୟ ପ୍ରଭାବ ବିସ୍ତାର କ୍ଷେତ୍ରରେ ପଛେଇନାହିଁ | ଏସିଆ ମହାଦେଶ ଅର୍ଥନୈତିକ କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଥିବା ବେଳେ ନିରାପତ୍ତାଜନିତ ଉତ୍ତେଜନାର ମଞ୍ଚ ଭାବେ ଉଭା ହୋଇଛି ଏବଂ ଏଭଳି ପରିସ୍ଥିତିରେ ବିଶ୍ଵ ସ୍ତରୀୟ ପରିବେଶ ପରିବର୍ତ୍ତନରେ ଏହିସବୁ ବିଷୟ ଗୁଡିକ ନିର୍ଣ୍ଣାୟକ ପ୍ରଭାବ ପକାଉଛି | ଭବିଷ୍ୟତରେ ଅଭିନବତା ହିଁ ମାନବ ସଭ୍ୟତା ପାଇଁ ଏକମାତ୍ର ଉପାୟ ଭାବେ ଉପସ୍ଥିତ ହେବ | ଅଭିନବତାର ଇତିହାସ ହେଉଛି ଅବଧାରଣା ଗୁଡିକର କାହାଣୀ, ଯଦି ନୂଆଁ ନୂଆଁ କଥା ଆମେ ଉଦ୍ଭାବନ କରିବା ନାହିଁ ତେବେ ନିଶ୍ଚିତ ରୂପେ ଆମେ ରସାତଳକୁ ଚାଲିଯିବା | ଏହା ବୈଦେଶିକ ନୀତି ଏବଂ ସାମରିକ ସ୍ଵାର୍ଥ ହାସଲ ପାଇଁ ଅଭିନବତା ନିହାତି ଜରୁରୀ | ଜଟିଳତାପୂର୍ଣ୍ଣ ଏହି ବିଶ୍ବରେ ନୂଆଁ ନୂଆଁ ଆହ୍ଵାନ ଦେଖା...

ଲାଭରୋଭଙ୍କ ଗସ୍ତ ଭାରତ-ରୁଷ ସମ୍ପର୍କକୁ ମଜବୁତ କରିବ

ରୁଷ ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭଙ୍କ “ରାଇସିନା ଡାଇଲଗ “ରେ ଅଂଶଗ୍ରହଣ ଭାରତ ଓ ରୁଷ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ସମୀକ୍ଷା କରିବା ପାଇଁ ସୁଯୋଗ ପ୍ରଦାନ କରିଛି | ଶ୍ରୀ ଲାଭରୋଭ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ସାମ୍ପ୍ରତ୍ତିକ ଆଞ୍ଚଳିକ ପରିସ୍ଥିତି ବିଶେଷ କରି ଇରାନ, ସିରିଆ ଓ ଲିବ୍ୟା ବିଷୟ ନେଇ ଆମୂଳଚୂଳ ଆଲୋଚନା କରିଛନ୍ତି | ଏହା ପରେ ରୁଷ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି | ଶ୍ରୀ ଲାଭରୋଭଙ୍କ ସହ କାଥାବାର୍ତ୍ତା ସମୟରେ ଶ୍ରୀ ମୋଦୀ କହିଥିଲେ ଗତ ବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଏବଂ 2020 ମସିହା ଦୁଇ ଦେଶ ମଧ୍ୟରେ ଭାଗୀଦାରୀ ସମ୍ପର୍କ ସ୍ଥାପନର ବିଂଶବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ସବୁ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିବା ଉଚିତ | ବୈଦେଶିକ ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା ବେଳେ ଉଭୟ ଡଃ ଜୟଶଙ୍କର ଓ ଶ୍ରୀ ଲାଭରୋଭ ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ସଙ୍କ୍ରାନ୍ତରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇବ ଏବଂ ବିଶ୍ଵଅର୍ଥନୀତି ତଥା ପାରସ୍ୟ ଉପସାଗର ଅଞ୍ଚଳରେ ଭୂ ରାଜନୈତିକ ସ୍ଥିତି କୁ ପ୍ରଭାବିତ କରିବ ବୋଲି ଉଭୟ ନେତା ପ୍ରକାଶ କରିଛନ୍ତି | 2020 ବର୍ଷ ପାଇଁ ଦ୍ଵିପକ୍ଷୀୟ କାର୍...

ଭାରତ-ଲାଟିଭିଆ ସଂପର୍କରେ ନୂଆ ଅଧ୍ୟାୟ

ଲାଟିଭିଆର ବୈଦେଶିକ ମନ୍ତ୍ରୀ ଏଡଗାର ରିଙ୍କେଭିକ୍ସଙ୍କ ଭାରତ ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସଂପର୍କକୁ ଏକ ନୂଆ ଦିଗ ମିଳିଛି। 2016ରେ ତତ୍କାଳିନ ଭାରତର ସୂଚନା ପ୍ରସାରଣ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲାଟିଭିଆ ଗସ୍ତରେ ଯାଇଥିଲେ। ନଭେମ୍ୱର 2017ରେ ଲାଟିଭିଆର ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ। ଭାରତର ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ 2019 ଅଗଷ୍ଟରେ ଲାଟିଭିଆ ଗସ୍ତରେ ଯାଇଥିଲେ। ଭାରତ ସହିତ ଲାଟିଭିଆର ସଂପର୍କ ଶହେ ବର୍ଷରୁ ରହିଆସିଛି। 1921 ମସିହା ସେପ୍ଟେମ୍ୱର 22 ତାରିଖରେ ଲାଟିଭିଆ ଜାତିସଂଘର ଏକ ସଦସ୍ୟ ହୋଇଥିଲା। 1920 ଜାନୁୟାରୀ 10ରୁ ଜାତିସଂଘର ପ୍ରତିଷ୍ଠାତା ସଦସ୍ୟ ଦୃଷ୍ଟିରୁ ଭାରତ ଲାଟିଭିଆର ସଦସ୍ୟତାକୁ ସମର୍ଥନ କରିଥିଲା। ଦୁଇ ଦେଶ ଜାତିସଂଘରେ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗର ହାତ ବଢାଇଥିଲେ। ଲାଟିଭିଆ ବୈଦେଶିକ ମନ୍ତ୍ରଣାଳୟ ସାହାର୍ଯ୍ୟରେ 1923ରେ ଲାଟିଭିଆର ଜାତିୟ ବୁଦ୍ଧିଜୀବି ସହଯୋଗ କମିଟି ରିଗା ବିଶ୍ୱବିଦ୍ୟାଳୟରେ ସ୍ଥାପନ ହୋଇଥିଲା। ଏହି କମିଟିରେ 1930ରେ ଭାରତର ତତ୍କାଳିନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲି ରାଧାକ୍ରିଷ୍ଣନ୍ ପ୍ରତିନିଧିତ୍ୱ କରିଥିଲେ ଭାରତ ପକ୍ଷରୁ। ଏହି କମିଟି ଜାତିସଂଘର ଶିକ୍ଷା, ସଂସ୍କୃତି ଏବଂ ବିଜ୍ଞାନ ସଂଗଠନ ୟୁନେସ୍କୋ ଗଠନ 1946 ପାଇଁ ବିଶେଷ ଯୋଗଦାନ ରଖିଥିଲା। ଭାରତର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ଲାଟ...

ଓମାନ: ଏକ ଯୁଗର ଅବସାନ

ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓମାନର ଶାସନ ଦାୟିତ୍ୱ ଗ୍ରହଣ କରିଥିବା ସୁଲତାନ କବୁଜ ବିନ ସେଦ ଅଲ ସେଦ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଜାନୁୟାରୀ 10 ତାରିଖରେ ଇହଲିଳା ସମ୍ୱରଣ କରିଛନ୍ତି। ତାଙ୍କ ଦେହାନ୍ତ ପରେ ଓମାନରେ ଏକ ଯୁଗର ଅବସାନ ଘଟିଛି ଏବଂ ତାଙ୍କ ପରେ ଦେଶରେ ନୂତନ ନେତା ଶାସନ ଭାର ଗ୍ରହଣ କରିବାର ରାସ୍ତା ଖୋଲିଛି। ସୁଲତାନ କବୁଜଙ୍କର ସମଗ୍ର ବିଶ୍ୱରେ ସମ୍ମାନ ଥିଲା। 79 ବର୍ଷ ବୟସ୍କ ସୁଲତାନ ଓମାନକୁ ଏକ ସ୍ଥିର ଶାସକ ଦେବା ସହିତସ୍ୱାଧୀନ ବୈଦେଶିକ ନୀତି ପ୍ରଣୟନ କରିଥିଲେ ଏବଂ ଇରାନ ଓ ସାଉଦି ଆରବ ପରି ପାରସ୍ୟ ଦେଶ ସହିତ ସାମଞ୍ଜସ୍ୟ ରଖିଥିଲେ। 1970ରେ ତାଙ୍କ ପିତା ସେଦ ବିନ ତୈମୁରଙ୍କ ଦେହାନ୍ତ ପରେ ସୁଲତାନ କବୁଜ ଦୋଫର ବିଦ୍ରୋହକୁ ଦମନ କରିବା ସହିତ ଦେଶରୁ ଦାସତ୍ୱର ଲୋପ କରି ଓମାନକୁ ଏକ ଆଧୁନିକ ଦେଶରେ ପରିଗଣିତ କରିଥିଲେ। 1996ରେ ପ୍ରଥମେ ଦେଶର ସମ୍ୱିଧାନ ଲେଖାଯାଇ ମହିଳାମାନଙ୍କୁ ରାଜନୀତି, ବ୍ୟବସାୟ ଏବଂ କ୍ରିଡା ଆଦିରେ ସାମିଲ କରି କ୍ଷମତାପନ୍ନ କରିଥିଲେ। ତାଙ୍କୁ ଆଧୁନିକ ଓମାନର ଜନକ ବୋଲି କୁହାଯାଉଛି। ସୁଲତାନଙ୍କ ଦେହାନ୍ତ ପରେ କିଏ ଶାସନ ଦାୟିତ୍ୱ ଗ୍ରହଣ କରିବ ସେନେଇ ତନାଘନା ଚାଲିଥିବାବେଳେ ସୁଲତାନଙ୍କର ପୂର୍ବତନ ପସନ୍ଦ ତାଙ୍କର ସଂପର୍କୀୟ ଭାଇ ହଇଥାମ ବିନ ତାରିକ ଅଲ ସେଦଙ୍କୁ ଶାସନ ଭାର ଦେବାକୁ ସୁଲତାନଙ୍କ ପରିବାର ନିଷ୍ପତ୍ତି ନେଇଛି। ତାରିକ ଅକ୍ସଫୋର୍ଡରୁ ଅଧ୍ୟୟନ କରିଛନ୍ତି...

ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ

ଶ୍ରୀଲଙ୍କାର ବୈଦେଶିକ ସମ୍ପର୍କ , କୌଶଳ ବିକାଶ, ନିଯୁକ୍ତି ଓ ଶ୍ରମ ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ସରକାରୀ ବିଦେଶ ଗସ୍ତରେ ଭାରତ ଆସିଥିଲେ | ତାଙ୍କ ସହ ଏକ ଚାରିଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ | ଗତ ବର୍ଷ ନଭେମ୍ବର ମାସରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଭାରତ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଉଚ୍ଚ ସ୍ତରୀୟ ଗସ୍ତ କାର୍ଯ୍ୟକ୍ରମକୁ ଜାରି ରଖିବା ଲକ୍ଷ୍ୟରେ ଶ୍ରୀ ଗୁଣବର୍ଦ୍ଧନ ନୂଆଦିଲ୍ଲୀ ଆସିଥିଲେ | ତାଙ୍କର ଏହି ଗସ୍ତ କାଳରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ସହ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ | ଶ୍ରୀ ଗୁଣବର୍ଦ୍ଧନ ଭାରତୀୟ ଶିଳ୍ପ ଓ ବଣିକ ମହାସଂଘର ସଦସ୍ୟ ମାନଙ୍କୁ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଓ ପରିବେଶ କେନ୍ଦ୍ର ଓ ଭାରତୀୟ ମହାବୋଧି ସମାଜ କେନ୍ଦ୍ର ପରିଦର୍ଶନ କରିଥିଲେ | ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଦ୍ଵାରା ଆୟୋଜିତ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତାରେ ପୁଞ୍ଜିନିବେଶ, ନିରାପତ୍ତା, ମତ୍ସ୍ୟ ପାଳନ, ବର୍ତ୍ତମାନର ପ୍ରକଳ୍ପ ଗୁଡିକ ପାଇଁ ଉନ୍ନୟନ ସହାୟତା, ପର୍ଯ୍ୟଟନ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ତଥା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ...

ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିଜ୍ଞାନର ଦକ୍ଷତା

ବିଜ୍ଞାନ ସାଧାରଣତଃ ପ୍ରୟୋଗଶାଳା ମଧ୍ୟରେ ଆବଦ୍ଧ ରହିଥାଏ କିନ୍ତୁ ଭାରତରେ ଏବେ ଏହା ସାମାଜିକ କ୍ଷେତ୍ରରେ ପ୍ରାସଙ୍ଗିକତା ହୋଇ ଦେଶର ବିକାଶ କ୍ଷେତ୍ରରେ ସହାୟକ ହେବା ଦିଗରେ ଆଗେଇଛି | ନିକଟରେ ସଂପନ୍ନ ହୋଇଥିବା 107ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ଭାରତର ଜାତୀୟ ନେତାମାନେ ବିଜ୍ଞାନକୁ ପ୍ରୟୋଗଶାଳା ଏବଂ କାର୍ଯ୍ୟକ୍ଷେତ୍ର ମଧ୍ୟରେ ରହିଥିବା ତାରତମ୍ୟକୁ ଦୂର କରିବାରେ ସେତୁ ସାବ୍ୟସ୍ତ କରିବାକୁ ଆହ୍ଵାନ ଦେଇଛନ୍ତି |  ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ଥିଲା ବିଜ୍ଞାନ ଏବଂ ଜ୍ଞାନ କୌଶଳ ଓ ଗ୍ରାମାଞ୍ଚଳ ବିକାଶ | ଜ୍ଞାନକୌଶଳ ସରକାର ଏବଂ ସାଧାରଣ ଲୋକମାନଙ୍କ ମଧ୍ଯରେ ଏକ ସେତୁବଦ୍ଧ | ଜ୍ଞାନକୌଶଳ ହେଉଛି ଦ୍ରୁତ ବିକାଶ ଏବଂ ପ୍ରକୃତ ବିକାଶ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ | ଜ୍ଞାନକୌଶଳର କୌଣସି ପାତର ଅନ୍ତର ନଥାଏ କିମ୍ଵା କୌଣସି ପକ୍ଷଭକ୍ତ ହୋଇନଥାଏ ବରଂ ଏହା ସ୍ଵାଭାବିକ ହୋଇଥାଏ | ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜ୍ଞାନକୌଶଳ ଯେତେବେଳେ ମାନବୀୟ ସମ୍ଵେଦନଶୀଳତା ଏବଂ ଆଧୁନିକ ଜ୍ଞାନକୌଶଳ ମଧ୍ୟରେ ସମନ୍ଵୟ ସ୍ଥାପନ କରେ ସେତେବେଳେ ଅଦ୍ଭୁତପୂର୍ବ ଫଳ ମିଳିଥାଏ | ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ଵ ତାପମାନ ଯୋଗୁଁ ବିଶ୍ଵର ଅସ୍ତିତ୍ଵ ସଂକଟରେ | ଅଷ୍ଟ୍ରେଲିଆ ଏବଂ ଆମାଜନ ଜଙ୍ଗଲରେ ହୋଇଥିବା ବ୍ୟାପକ ଅଗ୍ନୀକା...

ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧିକରି  ପାକିସ୍ତାନ ଅଡୁଆରେ 

ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ ଗତବର୍ଷ ନଭେମ୍ବର ମାସରେ ଶେଷ ହେଇଥିବା ବେଳେ ସେହି ବର୍ଷ ଅଗଷ୍ଟ ମାସରେ ଏକ ବିଜ୍ଞପ୍ତି ଜରିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ଵାରା ଆଉ ତିନି ବର୍ଷ ଲାଗି ସଂପ୍ରସାରଣ କରାଯାଇଛି | ଖାଁ ସରକାର ଏହି ସଂପ୍ରସାରଣକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଯାଇ ପୁଲୱାମା ବିସ୍ଫୋରଣ ପରେ ବାଲାକୋଟ ଆକ୍ରମଣ, , ଜାମ୍ମୁ ଓ କାଶ୍ମୀରରେ ଭାରତର ସାମ୍ବିଧାନିକ ପରିବର୍ତ୍ତନ ଏବଂ ନିୟନ୍ତ୍ରଣ ରେଖାରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁଁ ପାକିସ୍ତାନର ଜାତୀୟ ଓ ଆଞ୍ଚଳିକ ନିରାପତ୍ତା ପ୍ରତି ବିପଦ ଦେଖାଦେଇଥିବାରୁ ଏକ “ଅପ୍ରତ୍ୟାଶିତ ପରିସ୍ଥିତି” ସୃଷ୍ଟି ହୋଇଛି, ତେଣୁ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି | କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ପାକିସ୍ତାନ ସୁପ୍ରିମକୋର୍ଟ ନଭେମ୍ବର 26 ତାରିଖରେ ସମ୍ପ୍ରସାରଣ ନୋଟିସକୁ ଖାରଜ କରି, ଏହାର ଯୁକ୍ତିଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସମ୍ବନ୍ଧିତ ଆଇନରେ ପ୍ରକ୍ରିୟାଗତ ଅନିୟମିତତା ଓ ଏଥିରେ ଥିବା ତ୍ରୁଟି ବିଷୟ ଉଲ୍ଲେଖ କରିଥିଲେ | ସର୍ବୋଚ୍ଚ ଅଦାଲତ ପ୍ରମୁଖତାର ସହ କହିଥିଲେ ଯେ ଧାରା 243, ଖଣ୍ଡ 3 ଅନ୍ତର୍ଗତ ସେନା ଅଧିନିୟମରେ ତ୍ରୁଟି ରହିଛି | ଏଥିରେ କାର୍ଯ୍ୟକାଳ ଅବଧି ବା ଏହାର ସମ୍ପ୍ରସାରଣ ନେଇ କିଛି ହେଲେ ଉଲ୍ଲେଖ କରାଯାଇନାହିଁ ...

ଆମେରିକା-ଇରାନ ଉତ୍ତେଜନା ହ୍ରାସ ପାଇଁ ଭାରତର ଆହ୍ଵାନ

ଇରାନର ତୁଙ୍ଗ ସାମରିକ ଅଧିକାରୀ କାସିମ ସୋଲେମାନୀଙ୍କୁ ବାଗଦାଦ ବିମାନ ବନ୍ଦରରେ ହତ୍ୟା କରିବା ପାଇଁ ଆମେରିକାର ଏକତରଫା ନିଷ୍ପତ୍ତି ସେହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି | ଏହି ଆକ୍ରମଣ ପରେ ଆମେରିକା ବିରୁଦ୍ଧରେ ଇରାନ ଜନସାଧାରଣ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିଛନ୍ତି | ଏଥିଯୋଗୁଁ ଇରାନ ଓ ଆମେରିକା ମଧ୍ୟରେ କଥାବାର୍ତ୍ତା ପାଇଁ ଦୂରତା ଆହୁରି ବୃଦ୍ଧି ପାଇଛି | ମଧ୍ୟପ୍ରାଚ୍ୟରୁ ଆମେରିକୀୟ ସୈନ୍ୟ ମାନଙ୍କୁ ପ୍ରତ୍ୟାହାର କରିବା ଏବଂ ଇରାନକୁ ଏକ ପରମାଣୁ ସମ୍ପର୍ଣ୍ଣ ରାଷ୍ଟ୍ର ହେବାକୁ ବନ୍ଦ କରିବା ପାଇଁ ଟ୍ରମ୍ଫ ପ୍ରଶାସନଙ୍କ ଦୁଇଟି ଲକ୍ଷ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରିଛି | ପୂର୍ବରୁ ନଜଣେଇ ଆମେରିକା ପକ୍ଷରୁ ଏଭଳି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଉପସାଗରୀୟ ଅଞ୍ଚଳରେ ଆମେରିକାର ମିତ୍ର ରାଷ୍ଟ୍ର ଗୁଡିକ ବିବ୍ରତ ହୋଇପଡିଛନ୍ତି | କାରଣ ଏହି ଉପସାଗରୀୟ ମିତ୍ର ରାଷ୍ଟ୍ର ଗୁଡିକ ଜାହାଜ ଓ ତୈଳ ମୌଳିକ ଢାଞ୍ଚା ଗୁଡିକ ଉପରେ ଆକ୍ରମଣକୁ ନେଇ ବିବ୍ରତ ଥିବା ବେଳେ ଇରାନ ସହ ଉତ୍ତେଜନା ହ୍ରାସ କରିବାକୁ ସେମାନେ ଉଦ୍ୟମ ଚଳେଇଥିଲେ | ଏହି ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଇରାନ, ଇରାକରେ ଥିବା ଆମେରିକାର ଦୁଇଟି ବିମାନ ଘାଟି ଉପରେ ଆକ୍ରମଣ କରିଛି | ଇରାନ ପକ୍ଷରୁ କୁହାଯାଇଛି ଜେନେରାଲ କାସିମ ସୋଲେମାନୀଙ୍କ ହତ୍ୟା ପ୍ରତିଶୋଧ ନେବାକୁ ଯାଇ ଏକ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି | ଅଲ ଅସଦ ଏବଂ ଏରବିଲ...

ବୈଜ୍ଞାନିକ ପଦ୍ଧତି ଜରିଆରେ ଗ୍ରାମ୍ୟ ବିକାଶ ଉପରେ ଧ୍ୟାନ

କୃଷକ ଓ ବୈଷୟିକ ଜ୍ଞାନ ବିକାଶକାରୀଙ୍କ ମଧ୍ୟରେ ତାରତମ୍ୟ ଦୂର କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଦ୍ୟା ଜରିଆରେ ଗ୍ରାମ୍ୟ ବିକାଶର ଆବଶ୍ୟକତା ରହିଛି। କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସରକାର ଏହା ଉପରେ ବି ମୁଖ୍ୟତଃ ଧ୍ୟାନ ଦେଉଛନ୍ତି। ଅନେକ ନୂଆ ନୂଆ ଅଭିନବତା ଜରିଆରେ ଶସ୍ୟ ଉତ୍ପାଦନ, ବଜାର ପ୍ରବେଶ ଏବଂ ଗ୍ରାମ୍ୟ ଜୀବିକା ଶୈଳିରେ ଯଥେଷ୍ଟ ସଂପ୍ରସାରଣ ଘଟିଛି। କିନ୍ତୁ କୃଷକ ଓ ବୈଷୟିକ ଜ୍ଞାନ ବିକାଶକାରୀଙ୍କ ମଧ୍ୟରେ ବର୍ତ୍ତମାନର ତାରତମ୍ୟ ଯୋଗୁଁ କୃଷକମାନଙ୍କୁ ଆଂଶିକ ଭାବେ ଉପକାର ମିଳୁଛି ଏବଂ ଏହି ତାରତମ୍ୟକୁ ଦୂର କରିବାର ଆବଶ୍ୟକତା ଦେଖାଦେଇଛି। ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଏ ବିଷୟ ଉଲ୍ଲେଖ କରିଛନ୍ତି। କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଦୀର୍ଘ ମିଆଦି ସମାଧାନ କରିବା ଏବଂ ଚାଷିମାନଙ୍କ ଆୟ ଏବଂ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି ଦେଶର କଲ୍ୟାଣ ସାଧନ ପାଇଁ କୃଷକମାନେ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ କାରଣ କୃଷକମାନେ ହିଁ ଭାରତରେ ସ୍ୱଦେଶୀ ଖାଦ୍ୟ ନିରାପତ୍ତାକୁ ବଜାୟ ରଖିବା ସଙ୍ଗେସଙ୍ଗେ ଏହାକୁ ନିଶ୍ଚିତ କରିପାରିବେ। ଜଳବାୟୁ ପ୍ରତି ଧର୍ଯ୍ୟଶିଳ,, ପୈଷ୍ଠିକତା ପୂର୍ଣ୍ଣ ଓ ଅଳ୍ପ ଜଳ ଆବଶ୍ୟକ ପଡୁଥିବା ଫସଲ ଚାଷ କରିବାକୁ ଉପାୟ ଖୋଜି ବାହାର କରିବା ପାଇଁ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ବିଶ୍ୱ ତାପମାନ ବ...

ଭାରତର ମୌଳିକ ଢାଞ୍ଚା କ୍ଷେତ୍ରକୁ ସିଙ୍ଗାପୁର ପ୍ରୋତ୍ସାହିତ କରିବ

ସିଙ୍ଗାପୁର ର ସାମାଜିକ ନୀତି ପାଇଁ ସମନ୍ଵୟ ମନ୍ତ୍ରୀ ଶ୍ରୀ ଥରମନ ଶନମୁଗରତ୍ନମ ନୂଆଦିଲ୍ଲୀ ଓ ମୁମ୍ବାଇକୁ ସପ୍ତାହକ ପାଇଁ ଗସ୍ତରେ ଆସିଥିଲେ ତାଙ୍କ ର ଏହି ଗସ୍ତ କାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ସରକାରୀ ଅଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ | ସେ ସିଙ୍ଗାପୁର ବୈଦେଶିକ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଯାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଥାକରେ ଓ ଶିଲ୍ପପତି ମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ | ଶ୍ରୀ ଥରମନ ଶନମୁଗରତ୍ନମଙ୍କ ଭାରତ ଗସ୍ତ ବାଣିଜ୍ୟ ଓ ପୁଞ୍ଜି ନିବେଶ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି | ଭାରତୀୟ ନୀତିନିର୍ଦ୍ଧାରକ ମାନଙ୍କ ସହ କଥାବାର୍ତ୍ତା ବେଳେ ଡିଜିଟାଲ ଅର୍ଥନୀତି, ମୌଳିକ ଢାଞ୍ଚା, କୌଶଳ ବିକାଶ କ୍ଷେତ୍ରରେ ସହଭାଗିତା ଓ ଭାରତ ସିଙ୍ଗାପୁର ଅର୍ଥନୈତିକ ସହଯୋଗ ରାଜିନାମା (ସିଇସିଏ ) ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା| ଏହି ଗସ୍ତ କାଳରେ ଶ୍ରୀ ଥରମନ ଶନମୁଗରତ୍ନମ 2022 ମସିହାରେ ଜି 20 ଶୀର୍ଷ ବୈଠକ ଲାଗି ଭାରତର ଅଧ୍ୟକ୍ଷତା ପ୍ରତି ସିଙ୍ଗାପୁର ର ସମର୍ଥନ ବିଷୟ ଜଣାଇଥିଲେ | ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ କାରବାର ବା ବାଣିଜ୍ୟ ବୃଦ୍ଧି ପାଇଁ 2019 ମସିହାରେ 26 ବିଲିୟନ ଆମେରିକୀୟ ଡଲାର ଟପି ଯାଇଥିଲା | ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ଆହୁରି ବୃଦ୍...