Skip to main content

ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧିକରି  ପାକିସ୍ତାନ ଅଡୁଆରେ 

ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ ଗତବର୍ଷ ନଭେମ୍ବର ମାସରେ ଶେଷ ହେଇଥିବା ବେଳେ ସେହି ବର୍ଷ ଅଗଷ୍ଟ ମାସରେ ଏକ ବିଜ୍ଞପ୍ତି ଜରିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ଵାରା ଆଉ ତିନି ବର୍ଷ ଲାଗି ସଂପ୍ରସାରଣ କରାଯାଇଛି | ଖାଁ ସରକାର ଏହି ସଂପ୍ରସାରଣକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଯାଇ ପୁଲୱାମା ବିସ୍ଫୋରଣ ପରେ ବାଲାକୋଟ ଆକ୍ରମଣ, , ଜାମ୍ମୁ ଓ କାଶ୍ମୀରରେ ଭାରତର ସାମ୍ବିଧାନିକ ପରିବର୍ତ୍ତନ ଏବଂ ନିୟନ୍ତ୍ରଣ ରେଖାରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁଁ ପାକିସ୍ତାନର ଜାତୀୟ ଓ ଆଞ୍ଚଳିକ ନିରାପତ୍ତା ପ୍ରତି ବିପଦ ଦେଖାଦେଇଥିବାରୁ ଏକ “ଅପ୍ରତ୍ୟାଶିତ ପରିସ୍ଥିତି” ସୃଷ୍ଟି ହୋଇଛି, ତେଣୁ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି |

କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ପାକିସ୍ତାନ ସୁପ୍ରିମକୋର୍ଟ ନଭେମ୍ବର 26 ତାରିଖରେ ସମ୍ପ୍ରସାରଣ ନୋଟିସକୁ ଖାରଜ କରି, ଏହାର ଯୁକ୍ତିଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସମ୍ବନ୍ଧିତ ଆଇନରେ ପ୍ରକ୍ରିୟାଗତ ଅନିୟମିତତା ଓ ଏଥିରେ ଥିବା ତ୍ରୁଟି ବିଷୟ ଉଲ୍ଲେଖ କରିଥିଲେ | ସର୍ବୋଚ୍ଚ ଅଦାଲତ ପ୍ରମୁଖତାର ସହ କହିଥିଲେ ଯେ ଧାରା 243, ଖଣ୍ଡ 3 ଅନ୍ତର୍ଗତ ସେନା ଅଧିନିୟମରେ ତ୍ରୁଟି ରହିଛି | ଏଥିରେ କାର୍ଯ୍ୟକାଳ ଅବଧି ବା ଏହାର ସମ୍ପ୍ରସାରଣ ନେଇ କିଛି ହେଲେ ଉଲ୍ଲେଖ କରାଯାଇନାହିଁ | ସୁପ୍ରିମକୋର୍ଟ, ପିଟିଆଇ ସରକାରଙ୍କୁ ବରିଷ୍ଠ କର୍ମଚାରୀ ମାନଙ୍କ କାର୍ଯ୍ୟକାଳର ସମ୍ପ୍ରସାରଣ/ ପୁନଃନିଯୁକ୍ତି ଲାଗି ଏକ ଆଇନ ପ୍ରଣୟନ ସକାଶେ ନିର୍ଦ୍ଦେଶ ଜାରି କରିଥିଲେ ଏବଂ ଏଥିରେ ବିଫଳ ହେଲେ ବାଜୱାଙ୍କୁ ଛ ମାସ ମଧ୍ୟରେ ସେବାନିବୃତ୍ତ ଘୋଷିତ କରିଦିଆଯିବ ବୋଲି ରାୟ ଦେଇଥିଲେ |

ସୁପ୍ରିମକୋର୍ଟଙ୍କ ଆଦେଶ ପିଟିଆଇ ସରକାରଙ୍କୁ ବିବ୍ରତ କରିଦେଇଥିଲା, କାରଣ ସେମାନେ ଏବିଷୟ ନେଇ ଅବଗତ ଥିଲେ ଯେ ପାର୍ଲାମେଣ୍ଟ ର ଏକ ସାମ୍ବିଧାନିକ ସଂଶୋଧନ ଦ୍ଵାରା ହିଁ ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ଏବଂ ପାର୍ଲାମେଣ୍ଟରେ କୌଣସି ବିଧେୟକ ଉପସ୍ଥାପନା ଲାଗି ବିରୋଧୀ ଦଳର ସମର୍ଥନ ଆବଶ୍ୟକ | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅତୀତରେ ସେନାଧ୍ୟକ୍ଷ ମାନଙ୍କ ସମ୍ପ୍ରସାରଣ କୌଣସି ଆଇନ ନଥାଇ ମଧ୍ୟ ପାରମ୍ପରିକ ଭାବେ କରାଯାଉଥିଲା |

ସାମରିକ ପ୍ରତିଷ୍ଠାନର ପରାମର୍ଶ କ୍ରମେ ପିଟିଆଇ ସରକାର ବିରୋଧୀ ପାର୍ଟି ଗୁଡିକ ସହ ନରମ ମନୋଭାବପ୍ରଦର୍ଶନ କରିବା ଆରମ୍ଭ କରିଦେଲେ ଏବଂ ନେସନାଲ ଏସେମ୍ବ୍ଲି ଓ ସିନେଟ ରେ ସେବା ବିଲକୁ ପାସ କରାଇବାପାଇଁ ସେମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ | ଏହାକୁ ଏକ ଫିକ୍ସ୍ଡ଼ ମ୍ୟାଚ ଭାବେ ଦେଖାଯାଉଛି କାରଣ ପିଏମଏଲ-ଏନର ବରିଷ୍ଠ ନେତା ରାଣା ସନାଉଲ୍ଲାଙ୍କୁ ନିଶା ଔଷଧ ଚୋରାଚାଲାଣ ମାମଲାରେ ଜାମିନ ମିଳିଯାଇଥିଲା, ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀଙ୍କୁ ସ୍ଵାସ୍ଥ୍ୟଗତ କାରଣରୁ ଜାମିନ ମଞ୍ଜୁରୀ କରଯାଇଥିଲା ଏବଂ ନଵାଜ ସରିଫଙ୍କ ଲଣ୍ଡନରୁ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ ନେଇ ସରକାରଙ୍କ ଦ୍ଵାରା କୌଣସି ମନ୍ତବ୍ୟ ପ୍ରକାଶ ପାଇନଥିଲା | ଏହି ସବୁ ପଦକ୍ଷେପ ଚଳିତ ବର୍ଷ ଜାନୁଆରୀ 7 ତାରିଖରେ ସେବା ବିଲକୁ ପାସ କରାଇବାର ମାର୍ଗ ପ୍ରଶସ୍ତ କଲା | ଏହି ନିୟମ କେବଳ ସେନାଧ୍ୟକ୍ଷ ନୁହେଁ ବରଂ ସବୁ ସେବାର ମୁଖ୍ୟ ମାନଙ୍କ କାର୍ଯ୍ୟକାଳକୁ ନିୟନ୍ତ୍ରିତ କରିବା ପାଇଁ ଉଦ୍ଦିଷ୍ଟ | ପାକିସ୍ତାନ ସେନାବାହିନୀ (ସଂଶୋଧନ) ଆଇନ 2020, ପାକିସ୍ତାନ ନୌବାହିନୀ (ସଂଶୋଧନ) ଆଇନ 2020 ଏବଂ ପାକିସ୍ତାନ ବିମାନ ବାହିନୀ (ସଂଶୋଧନ) ଆଇନ 2020 ଆଦି ତିନୋଟି ସଂଶୋଧନ ବିଲକୁ ଉଭୟ ନେସନାଲ ଏସେମ୍ବ୍ଲି ଓ ସିନେଟ ରେ ଉପସ୍ଥାପନ କରାଯାଇ ଗୃହିତ କରାଯାଇଥିଲା | ପିଏମଏଲ-ଏନ ଓ ପିପିପି ଭଳି ପ୍ରମୁଖ ବିରୋଧୀ ପାର୍ଟି ଏହି ବିଲକୁ ବିରୋଧ କରିନଥିବା ବେଳେ ଜେଇଉଆଇ-ଏଫ ଓ ଜମାତ-ଇ-ଇସଲାମୀ ଏବଂ ପିଟିଏମ ଭଳି କେତୋଟି ବିରୋଧୀ ପାର୍ଟି ଏହି ସମୟରେ କକ୍ଷତ୍ୟାଗ କରିଥିଲେ |

କିନ୍ତୁ ସେବା ପ୍ରମୁଖ ବିଲକୁ ନେଇ ସରକାର ବିବାଦ ଘେରରେ ଅଛନ୍ତି ଓ ଏବେ ପ୍ରଶ୍ନ ଉଠୁଛି ଯେ ଏହି ବିଲ ରେ ସେବା ପ୍ରମୁଖମାନଙ୍କ ପୁନଃନିଯୁକ୍ତି ବା କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ମଞ୍ଜୁରୀ ଦେବା ନେଇ ରାଷ୍ଟ୍ରପତିଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ନା ନାହିଁ | ଯଦିଓ ବାଜାୱା ଙ୍କ କାର୍ଯ୍ୟକାଳ ସଙ୍କ୍ରାନ୍ତରେ ସୁପ୍ରିମକୋର୍ଟର ଆଦେଶ ର ଏକ ନ୍ୟାୟିକ ସମୀକ୍ଷା ଲାଗି ପୂର୍ବରୁ ହିଁ ପାକିସ୍ତାନ ସରକାର ପିଟିସନ ଦାୟର କରିଛନ୍ତି, ତେବେ ସରକାର କାହିଁକି ପାର୍ଲାମେଣ୍ଟ ର ସାହାରା ନେଲେ ବୋଲି ଅନେକ ଲୋକ ପ୍ରଶ୍ନ କରୁଛନ୍ତି | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଖାଁ ସରକାରଙ୍କ ଆଇନ ବିଭାଗର ପଦକ୍ଷେପ ଅସ୍ପଷ୍ଟ ରହିଛି | ଯଦି ପିଟିସନ ସ୍ଵୀକାର ବା ଖାରଜ କରିଦିଆଯିବ ତେବେ କଣ ହେବ ?

ସେବା ପ୍ରମୁଖ ବିଲରେ ଅସ୍ପଷ୍ଟତା ରହିଛି ଓ ରିପୋର୍ଟ ଅନୁଯାୟୀ ତିନି ବାହିନୀର ପ୍ରମୁଖଙ୍କ ସେବାନିବୃତ୍ତିର ବୟସକୁ ବୃଦ୍ଧି କରି 64 ବର୍ଷ କରିଦିଆଯାଇଛି | ଏହା ବ୍ୟତୀତ ଏହି ବିଲ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ଆହୁରି ବୃଦ୍ଧି କରିବା ଲାଗି କ୍ଷମତା ଦେଇଛି ଯାହାକୁ କେବେ ମଧ୍ୟ ଚାଲେଞ୍ଜ କରାଯାଇପାରିବ ନାହିଁ | ତେବେ ପ୍ରଧାନମନ୍ତ୍ରୀ ଯେତେବେଳେ ଚାହିଁବେ ସେତେବେଳେ କୌଣସି ସେବା ପ୍ରମୁଖଙ୍କୁ ହଟେଇ ମଧ୍ୟ ପାରିବେ ବୋଲି ଏଥିରେ କୁହାଯାଇଛି | କିନ୍ତୁ ଏହା କଣ ସମ୍ଭବ ? ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ନଵାଜ ସରିଫଙ୍କ ନିର୍ବାଚିତ ସରକାର ଏପରି କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାର ପରିଣାମ ସ୍ୱରୂପ ସେନାବାହିନୀ କ୍ଷମତା ହାତେଇନେଇଥିଲା | ସଂସ୍ଥା ଗଠନ କରି ଏକ ମଜବୁତ ପାକିସ୍ତାନ ଗଠନ କରିବା ଏକ ଉତ୍ତମ ରଣକୌଶଳ ହୋଇଥିବା ବେଳେ ଏହି ଯୁକ୍ତିର ପ୍ରାସଙ୍ଗିକତା ଏବେ ଲୋପ ପାଇଛି | .ଏହା ବ୍ୟତୀତ ବିରୋଧୀ ପକ୍ଷ ମୁଖ୍ୟତଃ ଦୁର୍ନୀତି ସଙ୍କ୍ରାନ୍ତୀୟ ମାମଲାରେ ସରକାର ଠାରୁ ଅଧିକ କୋହଳତା ଆଶା କରିବ | ତେଣୁ ବର୍ତ୍ତମାନ ଭ୍ରଷ୍ଟାଚାର ମୁକ୍ତ ‘ନୟା ପାକିସ୍ତାନ’ ର ସ୍ଵପ୍ନ, ସ୍ଵପ୍ନରେ ହିଁ ରହିଯିବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ |

ମୂଳଲେଖା : ଡଃ ଜୟନାବ ଅଖତର, ପାକିସ୍ତାନ ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...