Skip to main content

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ ।

ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ଏକ ଲିଟମସ୍ ପରୀକ୍ଷା ହେବ ।

ଦ୍ୱିତୀୟ ପ୍ରସଙ୍ଗ ହେଉଛି ସୁରକ୍ଷା ପରିଷଦ ପଇଁ ନିର୍ବାଚନ ପ୍ରଚାର କରିବା ସମୟରେ ଏହା ଦ୍ୱାରା ଚିହ୍ନିତ ତିନୋଟି ପ୍ରାଥମିକତା ଉପରେ ଫଳାଫଳ ହାସଲ କରିବାର ଭାରତର ଦକ୍ଷତା । ସୁରକ୍ଷା ପରିଷଦର ସଂକଳ୍ପକୁ କାର୍ଯ୍ୟକାରୀ କରି ଏମାନେ ଆତଙ୍କବାଦର ମୁକାବିଲା; ଜାତିସଂଘର ଶାନ୍ତି ରକ୍ଷା ମିଶନର ଦକ୍ଷ ଉପଯୋଗ ଏବଂ ଲୋକଙ୍କ ସହଯୋଗରେ ଟେକ୍ନୋଲୋଜି ବ୍ୟବହାରକୁ ସକ୍ଷମ କରିବା ।

ଏହି ପ୍ରସଙ୍ଗଗୁଡିକ ସୁରକ୍ଷା ପରିଷଦର ବ୍ୟାପକ ଏଜେଣ୍ଡାର ଏକ ଅଂଶ ହେବ ଏବଂ ଭାରତ ତାର ଲକ୍ଷ୍ୟ ହାସଲ କରିବା ପାଇଁ ଅନ୍ୟ ସଦସ୍ୟମାନଙ୍କ ସହିତ ପ୍ରଭାବଶାଳୀ ଭାବରେ ନେଟୱାର୍କ ଆବଶ୍ୟକ କରେ । 2013 ରେ, ଆଫଗାନିସ୍ତାନ 2020 ସୁରକ୍ଷା ପରିଷଦ ନିର୍ବାଚନ ପାଇଁ ଭାରତ ସପକ୍ଷରେ ଛିଡା ହୋଇଥିଲା । ଆଜି ଉଭୟ ଭାରତ ଏବଂ ଆଫଗାନିସ୍ତାନ ପାଇଁ ସେମାନଙ୍କ ସ୍ୱାର୍ଥ ବିରୁଦ୍ଧରେ ଉଦ୍ଦିଷ୍ଟ ଆତଙ୍କବାଦ ପୁନଃପ୍ରଯୋଜିତ ହେବାର ଆଶଙ୍କା ରହିଛି । ଆଫଗାନିସ୍ତାନର ପ୍ରମୁଖ ବିକାଶ ସହାୟତା ସହଯୋଗୀ ଭାବରେ, ଆଫଗାନିସ୍ତାନର ଚିନ୍ତାଧାରା ସହ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ ହେବାକୁ ଗ୍ରହଣ କରିବାକୁ ପଡିବ । ଭାରତର ସଫଳତା ପାଇଁ P5 ର ସମର୍ଥନ ଆବଶ୍ୟକ ହେବ, ଯେଉଁମାନେ ଆଞ୍ଚଳିକ ତଥା ଭୌଗୋଳିକ ସ୍ୱାର୍ଥ ହେତୁ ଆଫ-ପାକ୍ ଅଞ୍ଚଳରୁ ଉତ୍ପନ୍ନ ଆତଙ୍କବାଦ ବିରୋଧରେ ବିଭିନ୍ନ ସ୍ତରର ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି ।

ଶାନ୍ତି, ନିରାପତ୍ତା ଏବଂ ବିକାଶ ମଧ୍ୟରେ ଗ୍ରହଣୀୟ ଆନ୍ତଃସଂଯୋଗ ଭାରତକୁ ପରିଷଦର ସହଭାଗୀତା ମାଧ୍ୟମରେ କୂଟନୈତିକ ସ୍ଥାନ ସୃଷ୍ଟି କରିବାକୁ ଜାତିସଂଘର ଶାନ୍ତି ରକ୍ଷା ଭଳି ପ୍ରସଙ୍ଗରେ ଏକ ଆଗାମୀ ଭୂମିକା ଗ୍ରହଣ କରିବାକୁ ଅନୁମତି ଦେଇଥାଏ । ଏସିଆ ଏବଂ ଆଫ୍ରିକାରେ ମିଶନ ପାଇଁ ଜାତିସଂଘର ଶାନ୍ତି ରକ୍ଷା ଆଦେଶର ଅନ୍ୟତମ ଡ୍ରାଫ୍ଟ ହୋଇ ଭାରତ ଶାନ୍ତି ରକ୍ଷାକାରୀ ଭାବରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କୁ ବିଶେଷ ଭାବରେ ଜାତୀୟ ଶାସନ ପରିଚାଳନା ପ୍ରତିଷ୍ଠାନକୁ ଅଧିକ ପ୍ରାଧାନ୍ୟ ଦେବାକୁ ଚେଷ୍ଟା କରିପାରିବ । ଲାଇବେରିଆ ଏବଂ ଦକ୍ଷିଣ ସୁଦାନରେ ଭାରତର ଅଗ୍ରଣୀ ମହିଳା ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ ଟ୍ରାକ ରେକର୍ଡ ମହିଳା, ଶାନ୍ତି ଏବଂ ନିରାପତ୍ତା ତଥା ସାଧାରଣ ନାଗରିକଙ୍କ ସୁରକ୍ଷା ଭଳି ପ୍ରସଙ୍ଗକୁ ପ୍ରତିଫଳିତ କରିବା ପାଇଁ ସୁରକ୍ଷା ପରିଷଦର ଆଦେଶ ଉପରେ ଏକ ଆଧାର ହୋଇପାରେ ।

ସେହିଭଳି, ମାନବ ସଶକ୍ତିକରଣ ଏବଂ ବିକାଶ ପାଇଁ ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରିବାରେ ବ୍ୟାପକ ଅଭିଜ୍ଞତା ସହିତ ଆନ୍ତର୍ଜାତୀୟ ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଭୂମିକା ଉପରେ ପରିଷଦର ଆଲୋଚନାରେ ନେତୃତ୍ୱ ନେବାକୁ ଭାରତ ଭଲ ସ୍ଥିତିରେ ଅଛି । ସ୍ଥାୟୀ ବିକାଶ ପାଇଁ ଏଜେଣ୍ଡା 2030 ବ୍ୟବହାର କରି ସାଇବର-ସୁରକ୍ଷା ପ୍ରସଙ୍ଗରେ ବିଶ୍ବର ସ୍ଥାୟୀ ବିକାଶ ପ୍ରକ୍ରିୟା​‌େ​‌​‌ର ଏବଂ ଡିଜିଟାଲ୍ ବିଶ୍ୱ ପ୍ରତି ସମ୍ଭାବ୍ୟ କ୍ଷତିକାରକ କାରଣ ଭାବରେ ସାମ୍ପ୍ରତିକ ଏକତରଫା P5 ପୋଲାରାଇଜେସନ୍‌କୁ ଭାରତ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ପ୍ରତିହତ କରିପାରେ ।

ଏସିଆ-ପ୍ରଶାନ୍ତ ମହାସାଗରୀୟ ନିର୍ବାଚନମଣ୍ଡଳୀରୁ ମନୋନୀତ ହୋଇ ଭାରତ ପରିଷଦର ଏଜେଣ୍ଡା ଉପରେ ଏସିଆ-ପ୍ରଶାନ୍ତ ମହାସାଗରରେ ସକ୍ରିୟ ରହିବ ବୋଲି ଆଶା କରାଯାଉଛି । ଏଥିମଧ୍ୟରେ ଆଫଗାନିସ୍ତାନ, ଇରାନ, ୟେମେନ, ସିରିଆ ଏବଂ ପାଲେଷ୍ଟାଇନ ମଧ୍ୟ ଅନ୍ତର୍ଭୁକ୍ତ । ଏହା ଏହି ପ୍ରସଙ୍ଗରେ ପରିଷଦର ଏସିଆ-ପ୍ରଶାନ୍ତ ମହାସାଗରର ଏକମାତ୍ର ସ୍ଥାୟୀ ସଦସ୍ୟଙ୍କ ଦ୍ୱାରା ଏପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିବା ଅପାରଗତାକୁ ଦୂର କରିବ ।

2020 ରେ ଜାତିସଂଘକୁ ଦେଇଥିବା ତିନୋଟି ପ୍ରମୁଖ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ଏକ ପ୍ରମୁଖ ଅଂଶୀଦାର ଭାବରେ ଭାରତ ପାଇଁ ମୂଳ ପ୍ରାଥମିକତା ଭିତ୍ତିରେ “ସଂସ୍କାରିତ ବହୁପକ୍ଷୀୟତା” ଚିହ୍ନିତ କରିଛନ୍ତି । ସାଧାରଣ ପରିଷଦରେ ସୁରକ୍ଷା ପରିଷଦ ସଂସ୍କାର ପାଇଁ ଭାରତର ସକାରାତ୍ମକ ଅଭିଯାନର ସୁରକ୍ଷା ପରିଷଦରେ ଆବଶ୍ୟକତା ରହିଛି କାରଣ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ବହୁମୁଖୀ ଆହ୍ବାନର ଜବାବ ଭାରତଠାରୁ ଆଶା କରାଯାଉଛି।

ଆଲେଖ୍ୟ : ରା. ଅଶୋକ କୁମାର ମୁଖାର୍ଜୀ,

ମିଳିତ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...