ଭାରତର ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଗତ 20 ତାରିଖରେ ସର୍ବାଧିକ 455 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି | ଗତ ମାର୍ଚ୍ଚ ମାସରେ ଏହା 412 ବିଲିୟନ ଆମେରିକୀୟ ଡଲାର ଥିଲା | ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫସିଏ) ଗତ ମାର୍ଚ୍ଚ ମାସ ତୁଳନାରେ ଶତକଡା 10 ଭାଗ ବୃଦ୍ଧି ପାଇବାରୁ ଫୋରେକ୍ସରେ ବୃଦ୍ଧି ଘଟିଛି | ଆମେରିକୀୟ ଡଲାର, ୟୁରୋ, ପାଉଣ୍ଡ ଷ୍ଟର୍ଲିଙ୍ଗ ଓ ୟେନ ଆଦି ବହୁମୂଖୀ ମୁଦ୍ରା ଗୁଡିକୁ ନେଇ ବୈଦେଶିକ ମୁଦ୍ରା ସମ୍ପତ୍ତି ଧାର୍ଯ୍ୟ ହୋଇଥାଏ ଏବଂ ଏଗୁଡ଼ିକୁ ଆମେରିକୀୟ ଡଲାର ହିସାବରେ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ | ରିଜର୍ବ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଏଫସିଏର ମୂଲ୍ୟ ଉତଥାନ ପତନ ହେବାର ମୂଳ କାରଣ ହେଲା ବୈଦେଶିକ ବିନିମୟ ମୁଦ୍ରା କିଣାବିକା, ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରରୁ ଆୟ, କେନ୍ଦ୍ରସରକାରଙ୍କ ବାହ୍ୟ ସହାୟତା ଗ୍ରହଣ ଏବଂ ସମ୍ପତ୍ତିର ପୁନଃଆକଳନ ପରିବର୍ତ୍ତନ ଯୋଗୁଁ ହୋଇଥାଏ | ଏଫସିଏ ଛଡା ଫୋରେକ୍ସର ଅନ୍ୟ ତିନୋଟି ଅଂଶ ହେଲା , ସୁନା, ଏସଡ଼ିଆର ଓ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଥିବା ଆରଟିପି | 2019 ଡିସେମ୍ବର 20 ତାରିଖ ସୁଦ୍ଧା ଶତକଡା 93 ଭାଗ ଫୋରେକ୍ସ ରହିଥିବା ବେଳେ 6 ଭାଗ ସୁନା ଏବଂ 0.32 ଭାଗ ଏସଡ଼ିଆର ଓ ଆଇଏମଏଫ ରେ ଶତକଡା 0.80 ଭାଗ ଆରଟିପି ରହିଥିଲା | ଜିଡ଼ିପି ଅନୁସାରେ ବାହ୍ୟ କ୍ଷେତ୍ରର ଆକାର ଏବଂ ଅର୍ଥନୀତିର ଉନ୍ମୁକ୍ତ ହାର ତଥା ନଗଦି ଆବଶ୍ୟକତା ଅନୁଯାୟୀ...