Skip to main content

Posts

Showing posts from December, 2019

ଭାରତର ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ବୃଦ୍ଧି

ଭାରତର ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଗତ 20 ତାରିଖରେ ସର୍ବାଧିକ 455 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି | ଗତ ମାର୍ଚ୍ଚ ମାସରେ ଏହା 412 ବିଲିୟନ ଆମେରିକୀୟ ଡଲାର ଥିଲା | ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫସିଏ) ଗତ ମାର୍ଚ୍ଚ ମାସ ତୁଳନାରେ ଶତକଡା 10 ଭାଗ ବୃଦ୍ଧି ପାଇବାରୁ ଫୋରେକ୍ସରେ ବୃଦ୍ଧି ଘଟିଛି | ଆମେରିକୀୟ ଡଲାର, ୟୁରୋ, ପାଉଣ୍ଡ ଷ୍ଟର୍ଲିଙ୍ଗ ଓ ୟେନ ଆଦି ବହୁମୂଖୀ ମୁଦ୍ରା ଗୁଡିକୁ ନେଇ ବୈଦେଶିକ ମୁଦ୍ରା ସମ୍ପତ୍ତି ଧାର୍ଯ୍ୟ ହୋଇଥାଏ ଏବଂ ଏଗୁଡ଼ିକୁ ଆମେରିକୀୟ ଡଲାର ହିସାବରେ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ | ରିଜର୍ବ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଏଫସିଏର ମୂଲ୍ୟ ଉତଥାନ ପତନ ହେବାର ମୂଳ କାରଣ ହେଲା ବୈଦେଶିକ ବିନିମୟ ମୁଦ୍ରା କିଣାବିକା, ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରରୁ ଆୟ, କେନ୍ଦ୍ରସରକାରଙ୍କ ବାହ୍ୟ ସହାୟତା ଗ୍ରହଣ ଏବଂ ସମ୍ପତ୍ତିର ପୁନଃଆକଳନ ପରିବର୍ତ୍ତନ ଯୋଗୁଁ ହୋଇଥାଏ | ଏଫସିଏ ଛଡା ଫୋରେକ୍ସର ଅନ୍ୟ ତିନୋଟି ଅଂଶ ହେଲା , ସୁନା, ଏସଡ଼ିଆର ଓ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଥିବା ଆରଟିପି | 2019 ଡିସେମ୍ବର 20 ତାରିଖ ସୁଦ୍ଧା ଶତକଡା 93 ଭାଗ ଫୋରେକ୍ସ ରହିଥିବା ବେଳେ 6 ଭାଗ ସୁନା ଏବଂ 0.32 ଭାଗ ଏସଡ଼ିଆର ଓ ଆଇଏମଏଫ ରେ ଶତକଡା 0.80 ଭାଗ ଆରଟିପି ରହିଥିଲା |  ଜିଡ଼ିପି ଅନୁସାରେ ବାହ୍ୟ କ୍ଷେତ୍ରର ଆକାର ଏବଂ ଅର୍ଥନୀତିର ଉନ୍ମୁକ୍ତ ହାର ତଥା ନଗଦି ଆବଶ୍ୟକତା ଅନୁଯାୟୀ...

ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ

ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳର ଘୋଷଣା ସହିତ ଯୁଦ୍ଧ ବିଧ୍ଵସ୍ତ ସେହି ଦେଶରେ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଗୁଡିକୁ ମଜବୁତ କରିବା ପାଇଁ ଆଉ ଏକ ସଫଳତା ଦିଗରେ ସେ ଦେଶ ଆଗେଇଛି | ଆଫଗାନିସ୍ତାନର ନିରପେକ୍ଷ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଉପସ୍ଥିତ ରାଷ୍ଟ୍ରପତି ଅଶରଫ ଘନୀ ଶତକଡା 50.46 ଭାଗ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ଘନୀଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅବଦୁଲ୍ଲା 2 ଲକ୍ଷ ଭୋଟରେ ହାରି ଯାଇଛନ୍ତି | ତାଲିବାନ ଦ୍ଵାରା ଅମାନବୀୟ ହିଂସା ସମ୍ମୁଖରେ ବେସାମରିକ ଶାସନର ଆଧିପତ୍ୟକୁ ପ୍ରତିଷ୍ଠା କରିବା ପାଇଁ ସେ ଦେଶ ସଂଗ୍ରାମ କରୁଥିବା ବେଳେ ନିର୍ବାଚନ ଜାଲିଆତିକୁ ଏଡେଇବା ପାଇଁ ନିର୍ବାଚନ କମିଶନ ପକ୍ଷରୁ କଡା ସତର୍କତା ଅବଲମ୍ବନ କରାଯାଉଛି | ଫଳରେ ହଜାର ହଜାର ସଂଖ୍ୟକ ଭୋଟଦାତା ବାଇଓ ମେଟ୍ରିକ ପରୀକ୍ଷାରେ ବିଫଳ ହେବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି| ଏହା ସତ୍ତ୍ୱେ ମଧ୍ୟ ନିର୍ବାଚନ ସଂକ୍ରାନ୍ତ ଅନେକ ଅଭିଯୋଗ ହସ୍ତଗତ ହୋଇଛି ଏବଂ ନିର୍ବାଚନ କମିଶନ ପକ୍ଷରୁ ସବୁ ଅଭିଯୋଗ ଉପରେ ବିବେଚନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି | ଏହି ପ୍ରକ୍ରିୟା ଅନେକ ସପ୍ତାହ ଅଥବା କେଇ ମାସ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି ଏବଂ ପରିଶେଷରେ ଯଦି ଅଶରଫ ଘନୀ ଶତକଡା 50 ଭାଗରୁ କମ ଭୋଟ ପାଆନ୍ତି ତାହେଲେ ଦୁଇ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ଦ୍ଵି...

ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ନେପାଳ ନିୟମ କଡାକଡି କରିବ

ନେପାଳରେ 8,848 ମିଟର ଉଚ୍ଚତା ବିଶିଷ୍ଟ ବିଶ୍ଵର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରୁ ପ୍ରତି ବର୍ଷ ପର୍ବତାରୋହଣରୁ ଭଲ ରାଜସ୍ୱ ଆଦାୟ କରାଯାଉଛି | ତେବେ ଚଳିତ ବର୍ଷ ମେ ମାସରେ 11 ଜଣଙ୍କ ଜୀବନହାନି ଘଟିଥିବା ଯୋଗୁଁ ଏହା ଉଦବେଗର କାରଣ ହୋଇପଡିଛି | ସମଗ୍ର ହିମାଳୟ ପାଦଦେଶରେ 2015 ମସିହା ଅପ୍ରେଲ 25 ତାରିଖରେ ଏକ ଉଚ୍ଚ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିବା ଯୋଗୁଁ 22 ଜଣଙ୍କ ପ୍ରାଣହାନୀ ଘଟିଥିଲା | ଏବର୍ଷ 800 ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ ଏବଂ 8,000 ମିଟର ଉପରେ ଅବସ୍ଥିତ ମୃତ୍ୟୁର ଇଲାକା ବୋଲି କୁହାଯାଉଥିବା ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ | ଅଳ୍ପ ସମୟ ପାଇଁ ପାଣିପାଗ ଭଲ ଥିବା ବେଳେ ସମସ୍ତେ ଶୃଙ୍ଗରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ | ଅତ୍ୟନ୍ତ ହାଲିଆ ହୋଇପଡିଥିବାରୁ ଏବଂ ଅତି ଉଚ୍ଚରେ ରହିଥିବା ଯୋଗୁଁ ଅସୁସ୍ଥ ହୋଇଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି | ସରକାରଙ୍କ କହିବାନୁଯାୟୀ ଚଳିତ ବର୍ଷ ମେ ମାସ 22 ତାରିଖରେ ଗୋଟିଏ ଦିନରେ 223 ପର୍ବତାରୋହୀ ପହଞ୍ଚିଥିଲେ ଯାହାକି 2016ରେ 204 ଜଣ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିବା ରେକର୍ଡକୁ ଭାଙ୍ଗି ଥିଲା|. ପ୍ରତିବର୍ଷ ପର୍ବତାରୋହଣ ଋତୁରେ ବହୁ ସଂଖ୍ୟକ ପର୍ବତାରୋହୀଙ୍କ ଭିଡକୁ ଦେଖି ନେପାଳ ସରକାର କଡା ନିୟମାବଳୀ ପ୍ରବର୍ତ୍ତନ କରିବାକୁ ଚାହୁଁଛନ୍ତି | ...

ଆମେରିକାର ଧାର୍ମିକ ଭେଦଭାବ ସୂଚିରେ ପାକିସ୍ତାନର ନାମ କାଏମ

ଆମେରିକା ପାକିସ୍ତାନର ନାମକୁ ଧାର୍ମିକ ଭେଦଭାବ ପ୍ରଦର୍ଶନ କରୁଥିବା ଦେଶମାନଙ୍କ ସୂଚିରେ ରଖିଛି | ଏହି ସୂଚିରେ ମିଆଁମାର, ଚିନ, ଇରାନ, ଉତ୍ତର କୋରିଆ, ସାଉଦି ଆରବ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ମଧ୍ୟ ସାମିଲ ରହିଛି | ଏହି ଦେଶମାନଙ୍କୁ ବିଶେଷରୂପେ ଧ୍ୟାନ ଦେବା ଦେଶ ଅର୍ଥାତ ସିପିସି ଶ୍ରେଣୀରେ ରଖାଯାଇଛି | ଆମେରିକାର ବିଦେଶ ବିଭାଗ ଏହି ନିର୍ଣ୍ଣୟ ଅନ୍ତର୍ଜାତୀୟ ଧାର୍ମିକ ସ୍ଵତନ୍ତ୍ରତା ଆଇନ 1998 ଅନ୍ତର୍ଗତ ନେଇଛି | ସିପିସି ସୂଚିରେ ସାମିଲ ଦେଶମାନଙ୍କୁ ଧାର୍ମିକ ସ୍ଵତନ୍ତ୍ରତା ଲଂଘନ କରିବା କିମ୍ଵା ଏହାକୁ ସହ୍ୟ କରୁଥିବା ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି | ଏହିସବୁ ଦେଶମାନଙ୍କରେ ଧାର୍ମିକ ଭେଦଭାବ କରାଯାଉଛି ଏବଂ ସରକାର ଏଥିପ୍ରତି କୌଣସି ବିଶେଷ ପଦକ୍ଷେପ ନେଉନାହାନ୍ତି | ଏହି ସୂଚିରେ ସାମିଲ ଦେଶକୁ ଭବିଷ୍ୟତରେ ଆମେରିକା ଆର୍ଥିକ ପ୍ରତିବନ୍ଧ ସହିତ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ | ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଖାରଜ କରି କହିଛି ଯେ ଆମେରିକାର ଏହା ହେଉଛି କେତେକ ଦେଶକୁ ବଦନାମ କରିବା ପାଇଁ ଏକ ନୀତି | ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଦେଶର ସର୍ବୋଚ୍ଚ ଅଦାଲତ ସଂଖ୍ୟାଲଘୁମାନଙ୍କ ପୂଜାସ୍ଥଳିର ପବିତ୍ରତା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅନେକ ଐତିହାସିକ ନିର୍ଣ୍ଣୟ ଦେଇଛି | ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କହିଛି ଯେ ଧାର୍ମିକ ସ୍ଵଧୀନ...

ଜଳ ପରିଚାଳନା କ୍ଷେତ୍ରରେ ଭାରତର ସାମଗ୍ରିକ ଆଭିମୁଖ୍ୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଉଚ୍ଚାଭିଳାଷୀ ଜଳ ପରିଚାଳନା ‘ଅଟଳ ଭୂଜଳ ଯୋଜନା’ ଲୋକାର୍ପିତ କରି ଜଳାକ୍ଳିଷ୍ଟ କୋଟି କୋଟି ଲୋକଙ୍କୁ ଜଳ ଯୋଗାଇବା ପାଇଁ ଭାରତ ତାର ପ୍ରତିଶୃତିବଦ୍ଧତା ପ୍ରତିପାଦନ କରିଛି | ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ଜଳଶକ୍ତି ମନ୍ତ୍ରଣାଳୟ ଖୋଲିବା ପୂର୍ବରୁ ଦେଶ ଜଳସଙ୍କଟ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା | ଜଳଶକ୍ତି ମନ୍ତ୍ରଣାଳୟ ଖୋଲାଯିବା ଦ୍ଵାରା ଏକ ସୀମାବଦ୍ଧ ଆଭିମୁଖ୍ୟରୁ ବାହାରକୁ ଉଠି ଜଳସଙ୍କଟ ମୋଚନ ଲାଗି ଅଧିକ ବିସ୍ତୃତ ଓ ସମଷ୍ଟିଗତ ଆଭିମୁଖ୍ୟ ଗ୍ରହଣ କରାଯାଇପାରିଛି | ଲୋକ ମାନଙ୍କ ଆଶା ଆକାଂକ୍ଷା ସହ ତାଳ ଦେଇ ଦେଶର ସମସ୍ୟା ଗୁଡିକର ସମାଧାନ କରାନଗଲା ପର୍ଯ୍ୟନ୍ତ ନୂଆ ଭାରତ ଗଠନ ଲକ୍ଷ ସାଧିତ ହୋଇପାରିବ ନାହିଁ | ଗୁଜରାଟ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯେଉଁ 78ଟି ଜିଲ୍ଲାରେ ଭୂତଳ ଜଳ ହ୍ରାସ ପାଉଛି ତାର ସମସ୍ୟା କେବଳ ଅଟଳ ଭୂଜଳ ଯୋଜନା ଦ୍ଵାରା ଯେ ସାମାଧାନ ହେବ ଖାଲି ସେତିକି ନୁହେଁ ବରଂ ଏହି ଯୋଜନା ବିକଳ୍ପ ଫସଲ ଚାଷ କରିବାର ଆବଶ୍ୟକତା ସଙ୍କ୍ରାନ୍ତରେ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରୁଛି | ଭାରତରେ କୃଷି କାର୍ଯ୍ୟ ବିଶେଷକରି ଜଳସେଚନ ଉପରେ ନିର୍ଭର କରିଥାଏ ଏବଂ ଏଥିପ...

ଭାରତ ଓ ଓମାନ ମଧ୍ୟରେ ସାମରିକ ସମ୍ପର୍କ ବୃଦ୍ଧି

ଓମାନ ତାଠାରୁ ବଡ ଓ ପଡୋଶୀ ଧନୀ ରାଷ୍ଟ୍ର ଗୁଡିକ ତୁଳନାରେ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ଦୃଷ୍ଟି ଆକର୍ଷଣ କରିପାରିନଥିଲେ ମଧ୍ୟ ପାରସ୍ୟ ଉପସାଗର ପ୍ରବେଶ ପଥରେ ଥିବା ଏହି ଦେଶ ଭାରତର ପରିବର୍ଦ୍ଧିତ ସାମରିକ ଗୁରୁତ୍ୱପୂର୍ଣ୍ଣ ପଡୋଶୀ ରାଷ୍ଟ୍ର ଭାବେ ବିବେଚନା କରାଯାଉଛି | ଏହି ଦେଶ ଆଭ୍ୟନ୍ତରୀଣ ବିଶ୍ରୂଙ୍ଖଳା ଭିତରେ ବୁଡି ରହିଥିଲା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପଛରେ ପଡିଥିବା ବେଳେ ସୁଲତାନ କ୍ଵାବୁସଙ୍କ ନେତୃତ୍ଵ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛି | 1970 ଦଶକରେ ସେ ଦେଶର ସୁଲତାନ ତୈଳ ସମ୍ପଦ ଜରିଆରେ ଦେଶର ଆର୍ଥିକ ପ୍ରଗତିକୁ ଉପରକୁ ଉଠାଇବା ସଙ୍ଗେ ସଙ୍ଗେ ସେ ଦେଶକୁ ସମୃଦ୍ଧ କରିବାକୁ ସକ୍ଷମ ହୋଇଥିଲେ | ସୁଲତାନ କ୍ଵାବୁସଙ୍କ ଅଧିନରେ ଓମାନ ପଡୋଶୀ ରାଷ୍ଟ୍ର ଗୁଡିକ ସହ ସମ୍ପର୍କରେ ସମତୁଲତା ରକ୍ଷା କରିବା ସହ ବିଖଣ୍ଡିତ ଉପସାଗର ଅଞ୍ଚଳରେ ପଡୋଶୀ ରାଷ୍ଟ୍ର ଗୁଡିକର ଭୂମିକାକୁ ପ୍ରାଧାନ୍ୟ ଦେଇଥିଲେ | ଆଞ୍ଚଳିକ ଉତ୍ତେଜନା ହ୍ରାସ ଏବଂ ବିବାଦୀୟ ସମସ୍ଯା ଗୁଡିକର ସମାଧାନ କରିବା କ୍ଷେତ୍ରରେ ନେପଥ୍ୟରେ କୂଟନୈତିକ ଭୂମିକା ପାଇଁ ଓମାନକୁ ନିଶ୍ଚିତ ଭାବେ ପ୍ରାଧାନ୍ୟ ଦିଆଯିବ | ଭାରତ ଓମାନକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବେ ସ୍ବୀକୃତି ଦେଉଛି ଏବଂ ଗତ କେଇ ଦଶନ୍ଧି ହେଲା ସେ ଦେଶ ସହ ମଜବୁତ ଦ୍ଵିପକ୍ଷୀୟ ସମ୍ପର୍କ ସ୍ଥାପନ କରିଛି | ଓମାନ ସହ ରାଜନୈତିକ, କୂଟନୈତ...

ଭାରତ - ଇରାନ ଉନବିଂଶତମ ଯୁଗ୍ମ କମିଶନ ବୈଠକ

ଭାରତର ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଦୁଇ ଦେଶ ମଧ୍ୟରେ ଯୁଗ୍ମ କମିଶନ ବୈଠକରେ ଯୋଗ ଦେବା ଲାଗି ଇରାନ ଗସ୍ତରେ ଯାଇଥିଲେ | ଏହି ଦୁଇ ବନ୍ଧୁ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିବିଡ କରିବା ଲାଗି ଯୁଗ୍ମ କମିଶନ ହେଉଛି ଏକ ଉପଯୁକ୍ତ ମାଧ୍ୟମ | ଏହି ବୈଠକ ଭାରତ ଓ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥାଏ | ଡଃଜୟଶଙ୍କର ତାଙ୍କ ଗସ୍ତ କାଳରେ ଇରାନର ରାଷ୍ଟ୍ରପତି ଡଃ ହସାନ ରୁହାନିଙ୍କ ସହ ସାକ୍ଷାତ କରି ଯୁଗ୍ମ କମିଶନ ବୈଠକ ବିଷୟରେ ଅବଗତ କରାଇଥିଲେ | ସେ ମଧ୍ୟ ଇରାନର ସର୍ବୋଚ୍ଚ ଜାତୀୟ ନିରାପତ୍ତା ପରିଷଦର ସେକ୍ରେଟାରୀ ରିଅର ଆଡମିରାଲ ଅଲି ଶାମଖାନି ତଥା ସେଠାକାର ସଡକ ଓ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ମହମ୍ମଦ ଇସଲାମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ଭାରତ ଓ ଇରାନ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କ ବୃଦ୍ଧି ଲାଗି ଏହି ବୈଠକ ଏକ ଏପରି ସମୟରେ ହୋଇଛି ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ ଜାରି ଅଚଳାବସ୍ଥା ଯୋଗୁଁ ଇରାନ ତୀବ୍ର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି | ଆମେରିକା ଦ୍ଵାରା ଇରାନ ଉପରେ କଡା ଅର୍ଥନୈତିକ ଓ ରାଜନୈତିକ ପ୍ରତିବନ୍ଧକ ଲଗାଯାଇଥିବା ଯୋଗୁଁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି | ସୂଚନାଯୋଗ୍ୟ ଯେ ଆମେରିକା ଏକତରଫା ଭାବେ ଇରାନ ପରମାଣୁ ଚୁକ୍ତିରୁ ଓହରିଯାଇଥିଲା | ଏହି ଫଳପ୍ରଦ ଯୁଗ୍ମ କମିଶନ ବୈଠକରେ ଉଭୟ ପକ୍ଷ ଭାରତ-ଇରାନ ସମ୍ପର୍କ ନେଇ ବ୍ୟାପକ ସମୀକ୍ଷା ...

ଭାରତ-ଚିନ ଦ୍ୱାବିଂଶ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ପ୍ରଗତି

ଚିନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସୀମା କଥାବାର୍ତ୍ତା ନେଇ ଭାରତ ଗସ୍ତରେ ଆସିଥିଲେ। ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁଙ୍କୁ ମଧ୍ୟ ସେ ସାକ୍ଷାତ କରିଥିଲେ। ଏଥର ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଏହି କଥାବାର୍ତ୍ତା କେତେକ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚିନ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିତୀୟ ଅଣ ଆନୁଷ୍ଠାନିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମରେ 2019 ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା। ସୀମାକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ଦୁଇ ଦେଶ ମଧ୍ୟରେ ଆସ୍ଥା ସୂଚକ ପଦକ୍ଷେପ ଅଧିକ ନେବାକୁ ବୈଠକ ଶେଷରେ ଦୁଇ ନେତା ନିଷ୍ପତ୍ତି ନେଇଥିଲେ। ଭାବାବେଗ ଅନୁଯାୟୀ ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ ସୀମା ବିବାଦର ସମାଧାନ ଏବଂ ଦ୍ୱିପକ୍ଷୀୟ ସଂପର୍କରେ ଉନ୍ନତି ଆଣିବା ପାଇଁ ଉଭୟ ପକ୍ଷ ଏକ ନୂଆ ଦୂରଦୃଷ୍ଟି ଏବଂ ଆଭିମୁଖ୍ୟ ରଖୁଛନ୍ତି। ଚିନ ପକ୍ଷରୁ କୁହାଯାଇଛି ଯେ ଆଲୋଚନା ପରେ ଉଭୟ ଭାରତ ଏବଂ ଚିନ ଏକ ପରିଚାଳନା ନିୟମର ପ୍ରଣୟନ କରିବା ଏବଂ ସୀମା ବାହିନି ମଧ୍ୟରେ ଆଦାନପ୍ରଦାନକୁ ମଜବୁତ କରିବା ସହିତ ସୀମା ଘାଟିରେ ଅଧିକ ଆଲୋଚନା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ପାଇଁ ଅଧିକ ପଦକ୍ଷେପ ନେବାକୁ ମଧ୍ୟ ଦୁଇ ପକ୍ଷ ରାଜି ହୋଇଛନ୍ତି। ଲଦାଖ କେନ୍ଦ୍ରଶାସି...

ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି | ଜିଡ଼ିପି ଅଭିବୃଦ୍ଧି ହାର ମାନ୍ଦାବସ୍ଥା ଦେଇ ଗତି କରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତିକୁ 5 ଟ୍ରିଲିଅନ ଡଲାରରେ ପରିଣତ କରିବା ଲାଗି ତାଙ୍କ ସରକାର ପ୍ରତିଶୃତିବଦ୍ଧ | ପ୍ରଧାନମନ୍ତ୍ରୀ ସରକାରଙ୍କ ଆର୍ଥିକ ନୀତିକୁ ପ୍ରଶଂସା କରି କହିଛନ୍ତି ଅତୀତରେ ସରକାରଙ୍କ ଦ୍ଵାରା ଅନେକ ବଳିଷ୍ଠ ପଦକ୍ଷେପ ନିଆଯାଇଛି ଯାହାର ପରିଣାମ ଆଗାମୀ ବର୍ଷରେ ଦେଖିବାକୁ ମିଳିବ | ଭାରତୀୟ ଶିଳ୍ପ ମହାସଂଘ ଆସୋଚାମର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ଯେଉଁ ଚର୍ଚ୍ଚା ଚାଲିଛି ସେ ଧାରଣାକୁ ଦୂର କରିବା ପାଇଁ ସେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ | ଅବଶ୍ୟ ଗତ କିଛି ଦିନ ଧରି ଜିଡ଼ିପି ଅଭିବୃଦ୍ଧିର ନିମ୍ନଗାମୀ ଅବସ୍ଥାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି | ଆନ୍ତର୍ଜାତୀୟ ଅର୍ଥନୈତିକ ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଏହି ଚର୍ଚ୍ଚା ଚାଲିଛି | ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ବିବାଦ ଜାରି ରହିଥିବା ବେଳେ ଏହା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି | ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ସମୟରେ କାର୍ଯ୍ୟଭାର...

ସାଉଦି କତ୍ତାରର ସଂପର୍କ ବିନମ୍ରତାର ସଂକେତ

ଚାଳିସତମ ଉପସାଗରୀୟ ସହଯୋଗ ପରିଷଦର ସର୍ବୋଚ ପରିଷଦ ସମ୍ମିଳନୀ ସାଉଦି ଆରବ ଏବଂ କତ୍ତାରର ସଂପର୍କରେ ପରିବର୍ତ୍ତନର ସଂକେତ ଦେଇଛି | ପ୍ରକାଶ ଥାଉକି ସାଉଦି ଆରବ, ମିସ୍ର, ସଂଯୁକ୍ତ ଆରବ ଏମିରେଟ ଏବଂ ବାହରିନ କତ୍ତାର ଉପରେ ଅଭିଯୋଗ କରିଥିଲେ ଯେ ଏହା ସନ୍ତ୍ରାସବାଦ ଗୋଷ୍ଠିକୁ ସାହାର୍ଯ୍ୟ କରୁଛି | ଏହି ଚାରୋଟି ରାଷ୍ଟ୍ର କତ୍ତାର ଠାରୁ କୂଟନୈତିକ ସଂପର୍କ ଛିନ୍ନ କରିଥିଲେ | ସାଉଦି ରାଜା ସଲମାନ ବିନ ଅବଦ୍ଦୁଲାଜିଜ ଅଲ ସୌଦ କତ୍ତରର ଅମୀର ଶେଖ ତମିମ ବିନ ହମଦ ଅଲ ଥାନିଙ୍କୁ ରିୟାଦରେ ହେଉଥିବା 2019 ଜେସିସି ସମ୍ମିଳନୀ ପାଇଁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ କରିଥିଲେ | ଏଣୁ କତ୍ତର ଏହାର ପ୍ରଧାନମନ୍ତ୍ରୀ ଶେଖ ଅବଦ୍ଦୁଲା ବିନ ନସେର ଅଲ ଥାନିଙ୍କୁ ସମ୍ମିଳନୀରେ ସାମିଲ ହେବାକୁ ପଠାଇଥିଲେ | 2017 ପରେ ଏହା କତ୍ତାରର ସର୍ବୋଚ ପ୍ରତିନିଧି ବୋଲି କୁହାଯାଉଛି | ସେ ସମୟରେ କତ୍ତରକୁ ସାଉଦି କ୍ଷତିଗ୍ରସ୍ତ କରିବାକୁ ଚାହୁଁଥିଲା ଏବଂ ତାର ସୀମା ସହିତ 61 କିଲୋମିଟର ଅଞ୍ଚଳରେ ଏକ 200 ମିଟର ଉଚ୍ଚର ନାଳ ଖୋଳି ଏହାକୁ ଅଲଗା କରିଦେଇଥିଲା | ଉଭୟ ପକ୍ଷ ଏବେ ସଂପର୍କ ସୁଧାରିବା ଦିଗରେ ଅଗ୍ରସର ହେଉଥିବା ଜଣାପଡୁଛି | ଚଳିତ ବର୍ଷ କତ୍ତାର ପ୍ରଧାନମନ୍ତ୍ରୀ ସାଉଦି ଆରବରେ ଆମେରିକା ତୈଳ ସଂସ୍ଥା ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଜରୁରିକାଳିନ ସୁରକ୍ଷା ବୈଠକରେ ଯୋଗ ଦେବା ପାଇଁ ଯାଇଥିଲେ | ଆକ୍ରମଣ ପରେ ସାଉଦି ଆରବ ଆମେରିକା ଉପରେ ନିର୍ଭରଶି...

ଭାରତ ଓ ଆମେରିକା ମଧ୍ୟରେ ଦ୍ଵିତୀୟ 2+2 ବୈଠକ 

ଭାରତ ଓ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ୱାଶିଙ୍ଗଟନରେ ଦ୍ଵିତୀୟ 2 +2 ବୈଠକ ସଫଳତାର ସହ ଶେଷ ହୋଇଛି | ସେହି ବୈଠକ ସମୟରେ ଆଞ୍ଚଳିକ ନିରାପତ୍ତା ପରିବେଶ, ସନ୍ତ୍ରାସବାଦର ମୁକାବିଲା, ଆଫଗାନିସ୍ତାନରେ ସ୍ଥିରତା ସ୍ଥାପନା କରିବା ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିରତା ବଜାୟ ରଖିବା ଲାଗି ମତ ଆଦାନ ପ୍ରଦାନ କରିବା ଆଦି ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା | ଉଦ୍ୟୋଗିକ ନିରାପତ୍ତା କ୍ଷେତ୍ରରେ ସହଯୋଗ ପାଇଁ ଏକ ରାଜିନାମାରେ ସ୍ଵାକ୍ଷର କରିବା ଥିଲା ଏହି ବୈଠକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଣାମ ଯାହାକି ବର୍ତ୍ତମାନ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗର ପ୍ରକ୍ରିୟାକୁ ସହଜ ଓ ସୁଗମ କରିବ | ନୂଆଦିଲ୍ଲୀରେ ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ରାଉଣ୍ଡ 2+2 ବୈଠକ କାଳରେ ଦୁଇ ଦେଶର ସାମରିକ ବାହିନୀର ଆନ୍ତଃ-ସଞ୍ଚାଳନର କ୍ଷମତା ବୃଦ୍ଧି କରିବା ପାଇଁ ଯୋଗାଯୋଗ ଉପଯୋଗୀ ଓ ନିରାପତ୍ତା ବୁଝାମଣା ବା କୋମକାସା (COMCASA) ରାଜିନାମା ସ୍ବାକ୍ଷରିତ ହୋଇଥିଲା | ଏହିପରି 2+2 ର ଦ୍ଵିତୀୟ ବୈଠକ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କକୁ ଆହୁରି ନିବିଡ କରିଛି | ଭାରତ ଓ ଆମେରିକା ମଧ୍ୟରେ ଏହି ବୈଠକରେ ବିଶ୍ଵସ୍ତରୀୟ ଓ ଆଞ୍ଚଳିକ ନିରାପତ୍ତା ଉପରେ ମତ ଆଦାନ ପ୍ରଦାନ କରି ଉଭୟଙ୍କ ମଧ୍ୟ...

ଭାରତ ପର୍ତ୍ତୁଗାଲ ସଂପର୍କ ପ୍ରଗତି ପଥରେ

ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ପୁନଃ ନିର୍ବାଚିତ ହେବା ପରେ ୟୁରୋପ ବାହାରେ ପ୍ରଥମେ ଭାରତ ଗସ୍ତରେ ଆସୁଥିବାରୁ ବିଭିନ୍ନ କାରଣରୁ ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହା ପୂର୍ବରୁ ଶ୍ରୀ କୋଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନି ଥର ଭେଟିଛନ୍ତି। 2017 ଜାନୁୟାରୀ ମାସରେ ସେ ଭାରତ ଆସିଥିବା ବେଳେ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ କୋଷ୍ଠା ଗାନ୍ଧି ନଗର ଠାରେ ଚଳଚଞ୍ଚଳ ଗୁଜରାଟ ବିଶ୍ୱ ଶିର୍ଷ ବୈଠକରେ ମଧ୍ୟ ଉଦବୋଧନ ଦେଇଥିଲେ। ସେହିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଯାଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସହଯୋଗ ପାଇଁ ସ୍ୱତନ୍ତ୍ର କ୍ଷେତ୍ରଗୁଡିକୁ ଚିହ୍ନଟ କରିଥିଲେ। ଶ୍ରୀ ମୋଦି ପର୍ତ୍ତୁଗାଲରେ ରହୁଥିବା 65 ହଜାର ଭାରତୀୟମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ସେମାନେ ଭାରତର ପ୍ରକୃତ ରାଷ୍ଟ୍ରଦୂତ ବୋଲି ବର୍ଣ୍ଣନା କରିଥିଲେ। 2018ରେ ଉପ ରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ମଧ୍ୟ ପର୍ତ୍ତୁଗାଲ ଗସ୍ତ କରିଥିଲେ। ପର୍ତ୍ତୁଗାଲ ସହ ବହୁ ଦଶନ୍ଧି ହେଲା ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ସଂପର୍କ ପରେ ବର୍ତ୍ତମାନ ଭାରତୀୟ ବୈଦେଶିକ ନୀତି ନିର୍ଦ୍ଧାରକମାନେ ସେ ଦେଶ ପ୍ରତି ନଜର ରଖିଛନ୍ତି। ପର୍ତ୍ତୁଗାଲ ସହ ସଂପର୍କ ବଜାୟ ରଖିବା ପାଇଁ ଭାରତର ନିଜସ୍ୱ ବାସ୍ତବିକ କାରଣ ମଧ୍ୟ ରହ...

ପାକିସ୍ତାନର ଜାତୀୟ  ଏସେମ୍ବ୍ଲିରେ ଗୃହିତ ପ୍ରସ୍ତାବକୁ ଭାରତର ଦୃଢ ପ୍ରତ୍ୟାକ୍ଷାନ 

ପାକିସ୍ତାନର ବିଭିନ୍ନ ଅନୁଷ୍ଠାନ ଗୁଡିକ ମଧ୍ୟରେ ଏବେ କନ୍ଦଳ ଲାଗି ରହିଛି | କିନ୍ତୁ ଭାରତର ପ୍ରତ୍ୟେକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାକିସ୍ତାନ ତାର ଚିରାଚରିତ କଦର୍ଯ୍ୟ ଅଭ୍ୟାସ ତ୍ୟାଗ କରିପାରୁନାହିଁ | ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ ଅନୁମୋଦନ ହେବା ପରେ ଏହା ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନରେ ପରିଣତ ହୋଇଛି, ଏବିଷୟରେ ମଧ୍ୟ ପାକିସ୍ତାନ ଏସେମ୍ବ୍ଲିରେ ବିତର୍କ କରାଯାଇଛି | ପାକିସ୍ତାନ ହେଉ କିମ୍ବା ଯେକୌଣସି ଦେଶରେ ହେଉ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳେଇବା ସେମାନଙ୍କର କୌଣସି ଅଧିକାର ନାହିଁ | ନାଗରିକତା ସଂଶୋଧାନ ଆଇନର ଲକ୍ଷ୍ୟ ହେଲା ଆଫଗାନିସ୍ତାନ, ପାକିସ୍ତାନ ଓ ବାଙ୍ଗଲାଦେଶରେ ଉତ୍ପୀଡନର ଶିକାର ହେଉଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା |  ପାକିସ୍ତାନରେ ସଂଖ୍ୟାଲଘୁ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବିଷୟକୁ ନେଇ ଇସଲାମାବାଦକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଉଥିବା ବେଳେ ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସେ ଦେଶରେ ହଇଚଇ ସୃଷ୍ଟି ହୋଇଛି | ସଂଖ୍ୟାଲଘୁ ମାନଙ୍କ ସୁରକ୍ଷା କ୍ଷ୍ରେତ୍ରରେ ପାକିସ୍ତାନର ରେକର୍ଡ ଆଦୌ ଭଲ ନୁହେଁ | ସେ ଦେଶରେ ସଂଖ୍ୟାଲଘୁ ଲୋକମାନେ ଅତ୍ୟନ୍ତ ଭୟରେ କାଳାତିପାତ କରୁଛନ୍ତି | କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ପ୍ରତ୍ୟେକ ନାଗରିକ ମାନଙ୍କୁ ସୁରକ୍ଷା ...

ଭାରତ-ପ୍ରଶାନ୍ତ ମହାସାଗରୀୟ ଟ୍ରାକ 1.5 ଆଲୋଚନା

ଭାରତ - ପ୍ରଶାନ୍ତ ମହାସାଗରୀୟ ଅବାଧ ଓ ମୁକ୍ତ ଭାବଧାରାକୁ ନେଇ ଭୂ-ରାଜନୈତିକ ପ୍ରସଙ୍ଗ ସରଗରମ ଥିବାବେଳେ ଭାରତ ଷଷ୍ଠ ଭାରତ ମହାସାଗରୀୟ କଥାବାର୍ତ୍ତା ଏବଂ ଏକାଦଶ ଦିଲ୍ଲୀ କଥାବାର୍ତା ସମେତ ଦୁଇଟି ଟ୍ରାକ 1.5 କଥାବାର୍ତ୍ତା ଆୟୋଜନ କରିଥିଲା। ନୀତି ଭିତ୍ତିକ ଓ ଭାଗିଦାରୀମୂଳକ ଅବାଧ, ମୁକ୍ତ ତଥା ସମଷ୍ଠିଗତ କଥାବାର୍ତ୍ତା ଭିତ୍ତିରେ 2019 ଜୁନ ମାସରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆସିଆନ ଦୂରଦୃଷ୍ଟି ଏବଂ 2018 ଜୁନ ମାସରେ ଭାରତ ପ୍ରଶାନ୍ତ ମହାସାଗର ପାଇଁ ଭାରତର ଦୂରଦୃଷ୍ଟି ସଂକ୍ରାନ୍ତରେ ସାଙ୍ଗ୍ରିଲା କଥାବାର୍ତ୍ତା ଅନୁଷ୍ଟିତ ହୋଇଥିଲା। ଦୁଇଟି ଟ୍ରାକ 1.5 କଥାବାର୍ତ୍ତା ଏକସଙ୍ଗେ ଅନୁଷ୍ଠିତ ହେବା ପ୍ରଥମ ଘଟଣା। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଥିଲେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ନୂଆଦିଲ୍ଲୀର ଦୂରଦୃଷ୍ଟି ମଧ୍ୟରେ ପ୍ରଶାନ୍ତ ମହାସାଗର ର ପଶ୍ଚିମାଞ୍ଚଳ ସମେତ ଉପସାଗର ଓ ଆଫ୍ରିକୀୟ ଦେଶ ସମୁହ ସମେତ ପୂର୍ବାଞ୍ଚଳ ଭାରତ ମହାସାଗର ଅଞ୍ଚଳ ରହିଛି। ଭାରତ ପ୍ରଶାନ୍ତ ମହାସାଗର ଭାବଧାରା ଉପରେ ପ୍ରତ୍ୟେକ ପକ୍ଷଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିଲେ ମଧ୍ୟ ଆଖିଦୃଶିଆ ସହଯୋଗ ମୂଳକ ପଦକ୍ଷେପଗୁଡିକୁ ଚିହ୍ନଟ କରିବା ଉପରେ ବିଶେଷ ଭାବେ କଥାବାର୍ତ୍ତା ହୋଇଛି। 2019 ନଭେମ୍ୱର ମାସରେ ନୂଆଦିଲ୍ଲୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଭିଯାନ ଆରମ୍ଭ କରିଥିଲା। ପ୍ରଶାନ୍ତ ...

ମାଦ୍ରିଦ  ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଦୂରୀକରଣ  ଲାଗି ଭାରତର କାର୍ଯ୍ୟସୂଚୀ 

ଜଳବାୟୁ ପରିବର୍ତ୍ତନ ଏକ ବାସ୍ତବତା ଯାହାକୁ ଇଚ୍ଛାନୁଯାୟୀ ଦୂର କରାଯାଇ ପାରିବ ନାହିଁ | ଏହାର ପ୍ରଭାବରୁ କୌଣସି ଦେଶକୁ ମୁକ୍ତି ନାହିଁ କାରଣ ଏହା ଯେକୌଣସି ଗୋଟିଏ ଦେଶର କାର୍ଯ୍ୟାନୁଷ୍ଠାନ ବା ନିଷ୍କ୍ରିୟତା ଉପରେ କେବଳ ନିର୍ଭରଶୀଳ ନୁହେଁ | ଜଳବାୟୁ ବ୍ୟବସ୍ଥାରେ ଭାରତ ପରିବର୍ତ୍ତନର କଡା ଶିକାର ହୋଇଛି | ଅଦିନିଆ ବର୍ଷା, ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ବିପରୀତ ଭାବେ ଶୀତପ୍ରବାହ ଭାରତର ଖାଦ୍ୟ ଉତ୍ପାଦନ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି |  ସମ୍ପ୍ରତ୍ତି ଶେଷ ହୋଇଥିବା ଜଳବାୟୁ ପରିବର୍ତ୍ତନ ମାଦ୍ରିଦ ସମ୍ମିଳନୀ ବା କୋପ 25ରେ କଥାବାର୍ତ୍ତା ବେଳେ 2020 ମସିହାରୁ 2015 ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ ଯୋଜନା ସଂପୂର୍ଣ୍ଣ କରିବା ବିଷୟରେ ଆଲୋଚନା ହୋଇଥିଲା | ଦୁଇ ସପ୍ତାହ ଧରି ଚାଲିଥିବା ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଙ୍କ୍ରାନ୍ତରେ ବୈଜ୍ଞାନିକ ସତର୍କତା ବିଷୟକୁ ତର୍ଜମା କରାଯିବା ସଙ୍ଗେ ସଙ୍ଗେ ମାନବ ସଭ୍ୟତାକୁ ମହାବିପଦରୁ ରକ୍ଷା କରିବା ପାଇଁ ବିଶ୍ଵ ବ୍ରହ୍ମାଣ୍ଡର ସୁରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ଏବଂ ଏହାର ପରିଣତି ସଙ୍କ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଛି | ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ବା ଆଇପିସିସି ସତର୍କ କରାଇ କହିଛି ଯେ ବର୍ତ୍ତମାନ ସ୍ତରରୁ ଦେଶ ଗୁଡିକ ସେମାନଙ୍କର କାର୍ଯ୍ୟାନ...

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଷଷ୍ଠ ମିଳିତ କମିଶନ ବୈଠକ

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଷଷ୍ଠ ମିଳିତ କମିଶନ ବୈଠକ(ଜେସିଏମ) ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ଅବଦ୍ଦୁଲ୍ଲା ଶାହିଦ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଥିଲେ। ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗର ସମସ୍ତ ବିଷୟ ଉପରେ ସମୀକ୍ଷା କରାଯିବାର ସୁଯୋଗ ଦେଇଛି। ମାଳଦ୍ୱୀପରେ ଶୋଲି ସରକାରଙ୍କ ଗଠନ ପରେ ଗତ ବର୍ଷକ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ପାଇବାର ପଥ ଖୋଲିଯାଇଛି। ବିକାଶମୂଳକ ସହାୟତା ମାଧ୍ୟମରେ ମାଳଦ୍ୱୀପରେ ସାମାଜିକ କ୍ଷେତ୍ରରେ ବିକାଶ କରାଯିବା ସହିତ ଦୁଇ ଦେଶ ସାମୁଦ୍ରିକ ବିଷୟ, ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ସଂପର୍କର ବିକାଶ ପାଇଁ ଚେଷ୍ଟା କରାଯାଉଛି। ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ପରେ ଭାରତ 1.4 ବିଲିୟନ ଡଲାରର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛି। ଏହାବ୍ୟତିତ ଭାରତ ମାଳଦ୍ୱୀପକୁ 800 ମିଲିୟନ ଡଲାର ଋଣ ସହାୟତା ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏବଂ 5.6 ମିଲିୟନ ଡଲାର ସହାୟତା ସାମୁଦାୟିକ ବିକାଶ ବିକାଶ ପ୍ରକଳ୍ପ ପାଇଁ ଦେଇଛି। ଏହି ବିକାଶମୂଳକ ପ୍ରକଳ୍ପ ପାଇଁ ସହାୟତା ମାଳଦ୍ୱୀପ ବିଭିନ୍ନ ଦ୍ୱୀପ ମଧ୍ୟରେ ରହିତିବା ବିକାଶମୂଳକ ତାରତମ୍ୟକୁ ଦଜୂର କରିବାରେ ସହାୟକ ହେବ। ଜାତିସଂଘ ମାନବୀୟ ବିକାଶ ରିପୋର୍ଟ 2019 ଅନୁଯାୟୀ ମାଳଦ୍ୱୀପରେ ଅସମ...

ପାର୍ଲାମେଣ୍ଟରେ ଚଳିତ ସପ୍ତାହ

ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ବିଲ, 2019 ପାସ ହୋଇଯାଇଛି | ଉଭୟ ସଭାଗୃହରେ ଏହି ବିଲ ଅନୁମୋଦନ ଲାଭ କରିଛି | ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ ଉପସ୍ଥାପନ କରି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନ ଭଳି ପଡୋଶୀ ରାଷ୍ଟ୍ରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଯେଉଁ ଦୁଃଖ କଷ୍ଟରେ ଅଛନ୍ତି ତାହା ଦୂର କରିବା ପଇଁ ଏହି ଐତିହାସିକ ବିଲର ଆବଶ୍ୟକତା ଥିଲା | ସେ କହିଥିଲେ ଯେ ଧର୍ମ ଭିତ୍ତିରେ ବିଭାଜନ ପରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନେ ଏହି ସବୁ ଦେଶ ଗୁଡିକରେ ନିର୍ଯ୍ୟାତିତ ହୋଇ ଆସୁଛନ୍ତି| 1955 ନାଗରିକତା ଆଇନରେ ସଂଶୋଧନ କରାଯିବା ଦ୍ଵାରା ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ପଳାଇ ଆସିଥିବା 6ଟି ସଂପ୍ରଦାୟର ଅବୈଧ ଶରଣାର୍ଥୀ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା ଏହି ବିଲର ଲକ୍ଷ | ସେହି ସବୁ ଦେଶ ଗୁଡିକର ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ତଥା ଖ୍ରୀଷ୍ଟିୟାନ ନାଗରିକ ମାନଙ୍କୁ ଭାରତୀୟ ନାଗରିକତା ହାସଲ କରିବାରେ ଏହି ବିଲ ସମର୍ଥ ହେବ | ଶ୍ରୀ ଶାହ ଏହାର ସମ୍ବିଧାନିକତା ଉପରେ ଜବାବ ଦେଇ କହିଥିଲେ ଯେ ଏହି ବିଲରେ ସର୍ତ୍ତ ଗୁଡିକୁ ପୂରଣ କରିବା ପାଇଁ ଯୁକ୍ତିଯୁକ୍ତ ବର୍ଗୀକରଣ କରାଯାଇଛି | ସେ କହିଥିଲେ ଗତ ପାଞ୍ଚ ବର୍ଷରେ ଭାରତରେ ସେହି ଦେଶ ଗୁଡିକର ମୁସଲମାନ ସଂପ୍ରଦାୟର 566 ଜଣ ...

ବ୍ରେକଜିଟ ପରିପ୍ରେକ୍ଷୀରେ ବ୍ରିଟେନ ନିର୍ବାଚନ

ୟୁରୋପୀୟ ସଂଘ ଠାରୁ ଅଲଗା ହେବା ନିଷ୍ପତ୍ତି ବା ବ୍ରେକଜିଟ ପାଇଁ ବ୍ରିଟେନ 2016 ଜୁନ 23 ତାରିଖରୁ ନୀତିଗତ ନିଷ୍ପତ୍ତି ନେବା ପରଠାରୁ ସେଠାରେ ରାଜନୈତିକ ଝଡ ଥମିବାକୁ ନା ନେଉନି | ଯେଉଁ କାରଣରୁ ଦୁଇ ଜଣ ପ୍ରଧାନମନ୍ତ୍ରୀ ଡାଭିଡ କାମରନ ଏବଂ ଥେରସା ମେଙ୍କୁ ନିଜ ଗାଦି ଛାଡିବାକୁ ପଡିଛି ଏବଂ ଦେଶର ଅର୍ଥନୈତିକ ସ୍ଥିତି ଖରାପହେଇଚାଲିଛି | ଥେରସା ମେଙ୍କ ନିଷ୍ପତ୍ତିକୁ ତାଙ୍କରି କଞ୍ଜରଭେଟିଭ ପାର୍ଟି ମଧ୍ୟ ସମର୍ଥନ କରିନାହିଁ ଫଳରେ ବୋରିସ ଜନସନଙ୍କୁ ନୂଆ ନେତା ନିର୍ବାଚିତ କରାଯାଇ 2019 ଜୁଲାଇରେ ପ୍ରଧାନମନ୍ତ୍ରୀ କରାଗଲା | ଜନସନ ମଧ୍ୟ ୟୁରୋପୀୟ ସଂଘରୁ ଓହରି ଆସିବାରେ ବିଫଳ ହେଲେ କିନ୍ତୁ ତାଙ୍କୁ ଆହୁରି 3 ମାସ ସମୟ ଅର୍ଥାତ 2020 ଜାନୁୟାରୀ ପର୍ଯ୍ୟନ୍ତ ସମୟ ଦିଆଗଲା କିନ୍ତୁ ତାଙ୍କୁ ଯେପରି ବିରୋଧ କରାଗଲା | ସେଥିପାଇଁ ସେ 2019 ଅକ୍ଟୋବର 24ରେ ନିର୍ବାଚନ ପାଇଁ ଘୋଷଣା କରିଦେଲେ | ୟୁରୋପୀୟ ଅର୍ଥନୈତିକ ସମୁହ ବା ଇଇସିରେ ବ୍ରିଟେନର ପ୍ରବେଶ ମଧ୍ୟ ନାଟକୀୟ ଭାବେ ହେଲା | 1957ରେ ଘଠନ ହୋଇଥିବା ଇଇସିରେ ପ୍ରବେଶ ପାଇଁ ବ୍ରିଟେନର ଆବେଦନକୁ ଫ୍ରାନ୍ସ ରାଷ୍ଟ୍ରପତି ଚାର୍ଲେସ ଦେ ଗଉଲେ ପ୍ରତ୍ୟାକ୍ଷାନ କଲେ ଫଳରେ ବ୍ରିଟେନ 1993ରେ ଯାଇ ସେଥିରେ ପ୍ରବେଶ କରିପାରିଲା | 1992ରେ ଇଇସି ୟୁରୋପୀୟ ସଂଘରେ ପରିବର୍ତ୍ତିତ ହେଲା | ସମଗ୍ର ୟୁରୋପରେ ୟୁରୋ ଚାଲୁଥିବା ବେଳେ ବ୍ରିଟେନ କିନ୍ତୁ ଏହାର ମୁଦ୍ରା ପାଉଣ୍ତ ହିଁ ଚଳାଉଛି ...

ହାଫିଜ ସୟିଦକୁ ଅଭିଯୁକ୍ତ କରିବା ଏକ ବାସ୍ତବ ନା ପ୍ରହସନ ?

ଜାତିସଂଘ ଦ୍ଵାରା ସନ୍ତ୍ରାସବାଦୀ ଭାବେ ଘୋଷିତ ଜମାତ- ଉଦ -ଦାୱା (ଜେୟୁଡ଼ି)ମୁଖ୍ୟ ତଥା 26/11 ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟିଦକୁ ଲାହୋର ର ଏକ ଅଦାଲତ ଦ୍ଵାରା ସନ୍ତ୍ରାସବାଦୀ ମାନଙ୍କୁ ପାଣ୍ଠି ପ୍ରଦାନ ଅଭିଯୋଗରେ ଅଭିଯୁକ୍ତ କରାଯାଇଛି | ଗତ ଜୁଲାଇ ମାସରେ ପଞ୍ଜାବ ପୋଲିସର ସନ୍ତ୍ରାସବାଦୀ ବିରୋଧୀ ବିଭାଗ (ସିଟିଡ଼ି), ସୟିଦ ଓ ତାର ସହଯୋଗୀ ମାନଙ୍କ ବିରୁଦ୍ଧରେ 23 ଟି ମାମଲା ରୁଜ୍ଜୁ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ବିଚାର ବିଭାଗୀୟ ହାଜତରେ ଲାହୋର ର କୋଟ ଲଖପତ ଜେଲକୁ ପଠେଇଛି | ଏହି ରାୟ ଘୋଷଣା ବେଳେ ସୟିଦ କୋର୍ଟରେ ହାଜର ଥିବାର ଜଣାପଡିଛି | ସୟିଦକୁ ଗତ 11 ତାରିଖ ଦିନ ପାକିସ୍ତାନର ସନ୍ତ୍ରାସବାଦୀ ନିରୋଧୀ ଅଦାଲତ ଅଭିଯୁକ୍ତ କରିଥିବା ଦର୍ଶାଯାଇଛି | ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ କଣ ଅଦାଲତ ସୟିଦ ବିରୁଦ୍ଧରେ ଗୁରୁତର ଭାବେ ମାମଲା ପରିଚାଳନା କରିବ ? ପାକିସ୍ତାନରେ କାର୍ଯ୍ୟକାରୀ କରାଯାଉଥିବା ବର୍ତ୍ତମାନର ବ୍ୟବସ୍ଥା ବିଷୟରେ ଜଣା ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏଭଳି ପ୍ରଶ୍ନ ଉଠିବା ସ୍ଵାଭାବିକ | ଏଠାରେ ସ୍ମରଣ ଯୋଗ୍ୟ ଯେ ବିଶ୍ଵ ସନ୍ତ୍ରାସବାଦ ପାଣ୍ଠି ନିରୋଧ ସଂସ୍ଥା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ଦ୍ଵାରା ସନ୍ତ୍ରାସବାଦୀ ଗୋଷ୍ଠୀ ଗୁଡିକୁ ପାଣ୍ଠି ପ୍ରଦାନ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବା ପରେ ପାକିସ୍ତାନ ଉପରେ ଆନ୍ତର୍ଜାତୀୟ ...

ତାଲିବାନ –ଆମେରିକା କଥାବାର୍ତ୍ତା ପୁନଃ ଆରମ୍ଭ ହେବାକୁ ଯାଉଥିବାବେଳେ ଆଗକୁ ବଡ଼ ଆହ୍ୱାନର ସମ୍ଭାବନା

ବାଗ୍ରାମ ବିମାନ ଘାଟି ପରିସରରେ ଆୟୋଜିତ ଏକ ଧନ୍ୟବାଦ ସମର୍ପଣ ଉତ୍ସବରେ ଯୋଗଦେବା ଅବସରରେ ତାଲିବାନ ସହ ପୁନଃ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ସେହି ବିମାନଘାଟି ପରିସରରେ ଅବସ୍ଥିତ ଏକ ଚିକିତ୍ସା କେନ୍ଦ୍ର ବାହାରେ ତାଲିବାନ ସନ୍ତ୍ରାସବାଦି ମାନଙ୍କ ଦ୍ୱାରା ଗତକାଲି ଏକ ଶକ୍ତିଶାଳି ଆତ୍ମଘାତି ବିସ୍ଫୋରଣ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ତାଲିବାନର ଏକ ରାଜନୈତିକ ଦଳ ପ୍ରସ୍ତୁତ ହେଉଥିବାବେଳେ କାବୁଲ ସ୍ଥିତ ନାଟୋର ଏକ ସାମରିକ ଘାଟି ଉପରେ ତାଲିବାନ ଦ୍ୱାରା ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ଶାନ୍ତି କଥାବାର୍ତ୍ତାକୁ ସ୍ଥଗିତ ରଖିଥିଲେ ଏବଂ କଥାବାର୍ତ୍ତା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିବାବେଳେ ପୁଣି ଏଭଳି ଆକ୍ରମଣ ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ସେପ୍ଟେମ୍ବର ମାସରୁ ଶାନ୍ତି କଥାବାର୍ତ୍ତା ବନ୍ଦ ରହିଥିବାବେଳେ ଅସ୍ତ୍ର ବିରତି ପାଇଁ ସର୍ତ୍ତ ଚୁଡାନ୍ତ ହେବାବେଳେ ଯୁଦ୍ଧ ବନ୍ଦ ହେବବୋଲି କହି କଥାବାର୍ତ୍ତା ପାଇଁ ଖୋଲାମନ ରଖିଥିବା କଥା ତାଲିବାନ କହୁଛି। ଏହାପରେ ତାଲିବାନ ପକ୍ଷରୁ ଚିନ, ରୁଷ ଓ ପାକିସ୍ତାନର ନେତାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରାଯାଇଛି। ବିଳମ୍ୱ ସତ୍ତ୍ୱେ ଆମେରିକା ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ପୁନଃ ଆରମ୍ଭ ହୋଇଥିବା କଥା ତାଲିବାନ ମୁଖପାତ୍ର ସୁହେଲ ଶହିନ୍ ସୂଚନା ଦେଇଛନ୍ତି। ଆଫଗ...

ପଡୋଶୀ ରାଷ୍ଟ୍ରର ସଂଖ୍ୟାଲଘୁ ସମ୍ପ୍ରଦାୟ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ ଲକ୍ଷ୍ୟରେ ନାଗରିକତ୍ଵ ସଂଶୋଧନ ବିଲ (ସିଏବି) 

ପଡୋଶୀ ରାଷ୍ଟ୍ର ଦ୍ଵାରା ରାଜନୈତିକ ଧର୍ମଗତ କାରଣରୁ ଉତ୍ପିଡିତ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିବା ନାଗରିକତ୍ଵ ସଂଶୋଧନ ବିଲ (ସିଏବି) ଭାରତୀୟ ସଂସଦରେ ଉପସ୍ଥାପିତ କରାଯାଇଛି ଓ ଏହା ଉପରେ ବିତର୍କ ମଧ୍ୟ ହୋଇଛି କିନ୍ତୁ ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି | ଦେଶ ବିଭାଜନ ବେଳେ ପାକିସ୍ତାନରେ ଶତକଡା ସାଢେ 23 ଭାଗ ସଂଖ୍ୟାଲଘୁ ଥିବା ବେଳେ ବର୍ତ୍ତମାନ ସେହି ଦେଶରେ ସାଢେ 3 ଭାଗ ସଂଖ୍ୟା ଲଘୁ ସମ୍ପ୍ରଦାୟ ରହିଥିବାରୁ ଭାରତରେ ଏଭଳି ଆଭିମୁଖ୍ୟକୁ ବିରୋଧ କରିବା ପାଇଁ ସେ ଦେଶର କୌଣସି ଅଧିକାର ନାହିଁ |  ନିଜ ନିଜ ଦେଶରେ ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନେହେରୁ -ଲିଆକତ ଅଲି ରାଜିନାମାକୁ ପାକିସ୍ତାନ ଅବମାନନା କରିବା ସଙ୍ଗେ ସଙ୍ଗେ ଉତ୍ପୀଡନ କାରଣରୁ ଅନେକ ଧାର୍ମିକ ସଂଖ୍ୟାଲଘୁ ଭାରତକୁ ପଳାଇ ଆସିଛନ୍ତି | ବାଙ୍ଗଲାଦେଶରେ ମଧ୍ୟ 1931 ମସିହାରେ ସଂଖ୍ୟା ଲଘୁ ଜନସଂଖ୍ୟା ଶତକଡା 21.3 ଭାଗ ଥିବା ବେଳେ ବର୍ତ୍ତମାନ ଏହା ସାଢେ 8 ଭାଗକୁ ଖସି ଆସିଛି | ଧାର୍ମିକ ସଂଖ୍ୟାଲଘୁ ଲୋକ ମାନଙ୍କୁ ପାତର ଅନ୍ତର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମ୍ପତ୍ତି ଗୁଡିକୁ ନ୍ୟସ୍ତ ସମ୍ପତ୍ତି ଭାବେ ଶ୍ରେଣୀଭୂକ୍ତ କରି ଅକ୍ତିଆର କରାଯାଇଛି | ଏଠାରେ ସ୍ମରଣ ଯୋଗ୍ୟ ଯେ ଦେଶ ବିଭାଜନ ବେଳେ ଭାରତର ସଂଖ୍ୟାଲଘୁ ଜନସଂଖ୍ୟା ଶତକଡା 9.8 ଭାଗ ଥିବା ବେଳେ ବର୍ତ୍ତମାନ ଏହା ବହୁ ସ...

ଓଇସିଡି ଅର୍ଥନୈତିକ ସର୍ଭେ କହିଛି ଭାରତର ଅଭିବୃଦ୍ଧି ଜାରି ରହିବ

ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଂଗଠନ(ଓଇସିଡି)ପକ୍ଷରୁ ଗତ ସପ୍ତାହରେ ନୂଆଦିଲ୍ଲୀରେ ଜାରି କରାଯାଇଥିବା ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଭାରତୀୟ ଆର୍ଥିକ ଅଭିବୃଦ୍ଧି ମଜବୁତ ଅଛି ଓ ନିରନ୍ତର ଅଭିବୃଦ୍ଧି ପଥରେ ଆଗେଇ ଚାଲିଥିବା ଦର୍ଶାଯାଇଛି। ତେବେ ବେସରକାରୀ କର୍ପୋରେଟ ପୁଞ୍ଜିନିବେଶ ଓ ଶିଳ୍ପ ଉତ୍ପାଦନ ସଂକ୍ରାନ୍ତରେ ଏହି ରିପୋର୍ଟରେ ଉଦବେଗ ପ୍ରକାଶ କରାଯାଇଛି। ଏମିତିରେ ଦେଖିବାକୁ ଗଲେ ଉପଭୋଗ ଅନୁଯାୟୀ ଭାରତର ଆର୍ଥିକ ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରିଥାଏ। ଶୁଳ୍କ ସରଳିକରଣ କ୍ଷେତ୍ରରେ ସଂସ୍କାର, ବେବସାୟ ସହଜ କରିବା ପାଇଁ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ମୌଳିକ ଢାଞ୍ଚା ପୁଞ୍ଜି ନିବେଶ ବୃଦ୍ଧି ଯୋଗୁଁ ମାନ୍ଦା ଅବସ୍ଥା ପରେ ମଧ୍ୟମ ଅଭିବୃଦ୍ଧି ହାସଲ ହେବାର ରିପୋର୍ଟରେ ଆଶା ପ୍ରକଟ କରାଯାଇଛି। ଉଚ୍ଚ ମାନର ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମ୍ୟ ଆୟ ମଜବୁତ କରିବା ବିଷୟ ତଥାପି ଆହ୍ୱାନ ଭାବେ ଉଭା ହୋଇଛି। ଭାରତର ରାଜ୍ୟଗୁଡିକ ମଧ୍ୟରେ ଅର୍ଥନୈତିକ ସମ୍ମେଳନର ଅଭାବ ଯୋଗୁଁ ଗରିବ ରାଜ୍ୟଗୁଡିକ ସହ ତାଳ ଦେଇ ଚାଲିପାରୁ ନଥିବାରୁ ଦେଶ ଭିତରେ ଥିବା ତାରତମ୍ୟକୁ ଦୂର କରିବା ପାଇଁ ବିଭିନ୍ନ ପରିସର ବୃଦ୍ଧି ପ୍ରତି ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ରିପୋର୍ଟକୁ ଉନ୍ମୋଚନ କଲାବେଳେ ଓସିଇବି ମୁଖ୍ୟ ଅର୍ଥନୀତିଜ୍ଞ ଲରେନ୍ସ ବୁନେ କହିଛନ୍ତି ଯେ ବର୍ତ୍ତମାନ ବି ବିଶ୍ୱ ଅର୍ଥନୀତିରେ ଭାରତ ଅଭିବୃଦ୍ଧି କ୍ଷେତ୍ର...

ଜଗନାଥଙ୍କ ଗସ୍ତ ଭାରତ-ମରିସସ ସମ୍ପର୍କକୁ  ନିବିଡ କରିଛି 

ମରିସସର ପୁନଃ ନିର୍ବାଚିତ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥଙ୍କ ଭାରତ ଗସ୍ତ ପାଇଁ ଗତ ସପ୍ତାହରେ ନିଷ୍ପତ୍ତି ଉଭୟ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ଓ ସାଂସ୍କୃତିକ ସମ୍ପର୍କକୁ ଗୁରୁତ୍ଵ ପ୍ରଦାନ କରୁଥିବା ବିଷୟକୁ ପ୍ରତିପାଦିତ କରୁଛି | ମରିସସର 1.3 ନିୟୁତ ଜନସଂଖ୍ୟା ମଧ୍ୟରେ ଦୁଇ ତୃତୀୟାଂଶ ହେଉଛନ୍ତି ଭାରତୀୟ ବଂଶୋଦଭବ ଏବଂ ଭାନିଲ୍ଲା ଦ୍ଵିପରେ ଏହି ଭାରତୀୟ ମାନେ ବସବାସ କରୁଥିବାରୁ ଉଭୟ ଦେଶ ମଧ୍ୟରେ ନିରାପତ୍ତା, ଅର୍ଥନୈତିକ ଓ ଉନ୍ନୟନ ପ୍ରସଙ୍ଗ ଗୁଡିକ ପ୍ରତି ଦୁଇ ଦେଶ ମଧ୍ୟରେ ସମ୍ବେଦନଶୀଳତା ରହିବା ଅତ୍ୟନ୍ତ ବାସ୍ତବିକ | ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନାଥଙ୍କ ଏହି ଗସ୍ତକୁ ସରକାରୀ କୂଟନୈତିକ ସ୍ତରରେ ଅଣଆନୁଷ୍ଠାନିକ ବୋଲି ବର୍ଣ୍ଣନା କରାଯାଉଥିବା ବେଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ହାଇଦ୍ରାବାଦ ହାଉସ ଠାରେ ସରକାରୀ ସ୍ତରୀୟ କଥାବାର୍ତ୍ତା କରିଛନ୍ତି | ଏହି ବୈଠକରେ ଉଭୟ ନେତା ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ପ୍ରତିଶୃତିବଦ୍ଧତା ପ୍ରକାଶ କରିଛନ୍ତି | ମରିସସକୁ ଏକ ନିରାପଦ, ସ୍ଥିର ତଥା ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସେହି ଦେଶର ଆଶା ଓ ଆକାଂକ୍ଷା ପୂରଣ କରିବା ଲାଗି ଭାରତ ପୂର୍ଣ୍ଣ ସମର୍ଥନ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମରିସସକୁ ଏକ ମଜବୁତ ଦେଶ ଭାବେ ଗଢି ତୋଳିବା ପାଇଁ ଭାରତର ସମର୍ଥନ ସ...