Skip to main content

ପଡୋଶୀ ରାଷ୍ଟ୍ରର ସଂଖ୍ୟାଲଘୁ ସମ୍ପ୍ରଦାୟ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ ଲକ୍ଷ୍ୟରେ ନାଗରିକତ୍ଵ ସଂଶୋଧନ ବିଲ (ସିଏବି) 

ପଡୋଶୀ ରାଷ୍ଟ୍ର ଦ୍ଵାରା ରାଜନୈତିକ ଧର୍ମଗତ କାରଣରୁ ଉତ୍ପିଡିତ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିବା ନାଗରିକତ୍ଵ ସଂଶୋଧନ ବିଲ (ସିଏବି) ଭାରତୀୟ ସଂସଦରେ ଉପସ୍ଥାପିତ କରାଯାଇଛି ଓ ଏହା ଉପରେ ବିତର୍କ ମଧ୍ୟ ହୋଇଛି କିନ୍ତୁ ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି | ଦେଶ ବିଭାଜନ ବେଳେ ପାକିସ୍ତାନରେ ଶତକଡା ସାଢେ 23 ଭାଗ ସଂଖ୍ୟାଲଘୁ ଥିବା ବେଳେ ବର୍ତ୍ତମାନ ସେହି ଦେଶରେ ସାଢେ 3 ଭାଗ ସଂଖ୍ୟା ଲଘୁ ସମ୍ପ୍ରଦାୟ ରହିଥିବାରୁ ଭାରତରେ ଏଭଳି ଆଭିମୁଖ୍ୟକୁ ବିରୋଧ କରିବା ପାଇଁ ସେ ଦେଶର କୌଣସି ଅଧିକାର ନାହିଁ | 

ନିଜ ନିଜ ଦେଶରେ ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନେହେରୁ -ଲିଆକତ ଅଲି ରାଜିନାମାକୁ ପାକିସ୍ତାନ ଅବମାନନା କରିବା ସଙ୍ଗେ ସଙ୍ଗେ ଉତ୍ପୀଡନ କାରଣରୁ ଅନେକ ଧାର୍ମିକ ସଂଖ୍ୟାଲଘୁ ଭାରତକୁ ପଳାଇ ଆସିଛନ୍ତି | ବାଙ୍ଗଲାଦେଶରେ ମଧ୍ୟ 1931 ମସିହାରେ ସଂଖ୍ୟା ଲଘୁ ଜନସଂଖ୍ୟା ଶତକଡା 21.3 ଭାଗ ଥିବା ବେଳେ ବର୍ତ୍ତମାନ ଏହା ସାଢେ 8 ଭାଗକୁ ଖସି ଆସିଛି | ଧାର୍ମିକ ସଂଖ୍ୟାଲଘୁ ଲୋକ ମାନଙ୍କୁ ପାତର ଅନ୍ତର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମ୍ପତ୍ତି ଗୁଡିକୁ ନ୍ୟସ୍ତ ସମ୍ପତ୍ତି ଭାବେ ଶ୍ରେଣୀଭୂକ୍ତ କରି ଅକ୍ତିଆର କରାଯାଇଛି | ଏଠାରେ ସ୍ମରଣ ଯୋଗ୍ୟ ଯେ ଦେଶ ବିଭାଜନ ବେଳେ ଭାରତର ସଂଖ୍ୟାଲଘୁ ଜନସଂଖ୍ୟା ଶତକଡା 9.8 ଭାଗ ଥିବା ବେଳେ ବର୍ତ୍ତମାନ ଏହା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି | ଭାରତ ଓ ପଡୋଶୀ ରାଷ୍ଟ୍ର ଗୁଡିକରେ ସଂଖ୍ୟା ଲଘୁ ମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହା ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣ ମିଳୁଛି | 

ଦେଶ ବିଭାଜନ ପରେ ସଂଖ୍ୟାଲଘୁ ମାନଙ୍କୁ ଭୋଟ ଦାନରୁ ବଞ୍ଚିତ କରିବା ଏବଂ ନିର୍ବାଚନ ରାଜନୀତିରେ ସେମାନଙ୍କୁ ଚୁପ କରେଇବା ପାଇଁ ପାକିସ୍ତାନରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରାଯାଇଛି | ସଂଖ୍ୟାଲଘୁ ମାନଙ୍କ ବିରୁଦ୍ଧରେ ଅନୁଷ୍ଠାନଗତ ପାତର ଅନ୍ତର କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦିତା କରିବା ପାଇଁ ସେମାନଙ୍କୁ ବାରଣ କରାଯାଉଛି | ପାକିସ୍ତାନ ପିପୁଲ୍ସପାର୍ଟିର ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜଣେ ସାଂସଦଙ୍କ ଦ୍ଵାରା ଆଗତ ସମ୍ବିଧାନ ତ୍ରୁଟି ସଂଶୋଧନ ପ୍ରସ୍ତାବ ଚଳିତ ବର୍ଷ ଅକ୍ଟୋବର ରେ ନେସନାଲ ଏସେମ୍ବ୍ଲିରେ ବାଚନିକ ଭୋଟରେ କାଟ ଖାଇ ଯାଇଥିଲା | 

ହିନ୍ଦୁ, ଖ୍ରୀଷ୍ଟିୟାନ ଓ ଶିଖ ସମ୍ପ୍ରଦାୟର ସଂଖ୍ୟାଲଘୁ ମାନଙ୍କ ଛଡା ପାକିସ୍ତାନ ସମ୍ବିଧାନର ଦ୍ଵିତୀୟ ସଂଶୋଧନରେ ଅହମଦିୟା ସମ୍ପ୍ରଦାୟକୁ ଅଣ-ମୁସଲମାନ ଭାବେ ଘୋଷଣା କରାଯାଇଛି | ଏକ ପୃଥକ ନିର୍ବାଚନ ବ୍ୟବସ୍ଥା ଗ୍ରହଣ କରାଯିବା ପରେ 1984 ମସିହା ପରଠୁ ଅହମଦିୟା ମାନଙ୍କୁ ଧାର୍ମିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ନିର୍ଯ୍ୟାତନା ଦିଆ ହୋଇଆସୁଛି ଏବଂ ସେମାନଙ୍କୁ ଅଣ ମୁସଲମାନ ଭାବେ ଭୋଟ ଦେବାକୁ କୁହାଯାଇଥିଲା ଫଳରେ ସେମାନେ ଭୋଟ ଦାନକୁ ବର୍ଜନ କରିଛନ୍ତି | ସବୁଠାରୁ ମଜାର କଥା ହେଲା 2017 ମସିହା 3862 ରିଟ ପିଟିସନ ଆଲ୍ଲା ୱାସାୟା ବନାମ ପାକିସ୍ତାନ ଫେଡେରେସନ ମାମଲା ଉପରେ ରାୟ ଦେଇ ଇସଲାମାବାଦ ହାଇକୋର୍ଟର ଜଣେ ବିଚାରପତି କହିଥିଲେ ଯେ ଅହମଦିୟାରୁ ନିଜକୁ ପୃଥକ ରଖିବା ପାଇଁ ସେମାନେ ନିଜ ନାମରେ ‘କାଦିଆନି’ ବା ‘ମିର୍ଜା’ ଯୋଡନ୍ତୁ | ଏହି ସବୁ ସଂଖ୍ୟାଲଘୁ ସଂପ୍ରଦାୟ ଗୁଡିକୁ ଧର୍ମ ନିନ୍ଦୁକ କହି ଆଇନ ଅଧୀନରେ ଅଧିକାଂଶ ସମୟରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି | 

ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କିମ୍ବା ସାଧାରଣ ବିବାଦ ଗୁଡିକୁ ନେଇ ସେମାନଙ୍କୁ ହଇରାଣ ହରକତ କରିବା ସକାଶେ ସେମାନଙ୍କୁ ବାରମ୍ବାର ଧର୍ମଦ୍ରୋହୀ ବୋଲି କୁହାଯାଉଛି | ପାକିସ୍ତାନରେ ସେମାନଙ୍କୁ ଓ ଅନ୍ୟ ସଂଖ୍ୟାଲଘୁ ମାନଙ୍କୁ ଜୋରଜବରଦସ୍ତି ଧର୍ମାନ୍ତରଣ ମଧ୍ୟ କରାଯାଇଛି |

ସିଆ ମୁସଲମାନ ମାନଙ୍କୁ ଧର୍ମଗତ କାରଣରୁ ପାକିସ୍ତାନରେ ପାତର ଅନ୍ତର କରାଯାଇ ଅଣମୁସଲମାନ ଭାବେ ଘୋଷଣା କରାଯାଇଛି |କଠୋରପନ୍ଥୀ ସଂଗଠନ ଗୁଡିକ ପାକିସ୍ତାନକୁ “ସୂନୀ ଇସଲାମିକ ଷ୍ଟେଟ” ଭାବେ ଘୋଷଣା କରିବାକୁ ଏବଂ ପାକିସ୍ତାନରୁ ସିଆ ମୁସଲମାନ ମାନଙ୍କୁ ବିତାଡିତ କରିବା ପାଇଁ ଦାବି କରୁଛନ୍ତି | 

କେବଳ ଧାର୍ମିକ ସଂଖ୍ୟା ଲଘୁ କାହିଁକି ପାକିସ୍ତାନ ନିଜର ନାଗରିକ ଯଥା ତତ୍କାଳୀନ ପୂର୍ବ ପାକିସ୍ତାନର ବଙ୍ଗଳା, ବଲୁଚି ଓ ମୋହାଜିର ଭାଷାଭାଷୀ ଲୋକ ମାନଙ୍କୁ ମଧ୍ୟ ବିଦେଶୀ ଭଳି ବ୍ୟବହାର କରୁଛି | ସେ ଦେଶରେ ଆନୁଷ୍ଠାନିକ ଭାବେ ଏଭଳି ପାତର ଅନ୍ତର ବହୁକାଳରୁ ଚାଲି ଆସିଛି | ଏପରିକି 1971 ମସିହାରୁ ବାଙ୍ଗଲାଦେଶର ଜାତିସଂଘ ମାନବିକ ଅଧିକାର କମିଶନ ଶିବିର ଗୁଡିକରେ ରହୁଥିବା ବିହାରୀ ମାନଙ୍କୁ ପାକିସ୍ତାନ ଗ୍ରହଣ କରିବାକୁ ମନା କରୁଛି | ବିହାରୀ ମାନେ ପାକିସ୍ତାନକୁ ଫେରି ଆସିବାକୁ ଚାହୁଁ ଥିବା ବେଳେ ଇସଲାମାବାଦର ଏପରି ଆଭିମୁଖ୍ୟ ଅତ୍ୟନ୍ତ ଦୁଃଖ ଦାୟକ | 

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ ଯେ ଏକ ଏଭଳି ଦେଶ ଯିଏକି ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କ ପ୍ରତି ପାତର ଅନ୍ତର କରୁଛି, ସେ ପୁଣି ଭାରତକୁ ପଳାୟନ କରି ଆସିଥିବା ଅଣ-ମୁସଲମାନ ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତ୍ଵ ପ୍ରଦାନ କରିବା ଲାଗି ଭାରତର ନିଷ୍ପତ୍ତି ପ୍ରତି ବିରୋଧ ପ୍ରକଟ କରୁଛି | ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)ର ତୀବ୍ର ସମାଲୋଚନା କରିଥିଲେ | ଭାରତର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ପରିଚାଳିତ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ଅନ୍ତର୍ଗତ ଭାରତୀୟ ପ୍ରମାଣ ପତ୍ର ପ୍ରଦାନ କରିପାରିନଥିବା 19 ଲକ୍ଷ ଲୋକଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଥିଲା | ତେବେ ସେମାନଙ୍କୁ ତାଲିକାଭୁକ୍ତ କରାଯାଇନଥିବାରୁ ଏହା ବିରୁଦ୍ଧରେ ଅପିଲ କରିବାର ସେମାନଙ୍କର ପୂର୍ଣ୍ଣ ଅଧିକାର ରହିଛି |

1947 ମସିହା ପରଠାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ମାନେ ଭାରତକୁ ପଳାଇ ଆସିଛନ୍ତି | ଏହି ଉତ୍ପିଡିତ ଶରଣାର୍ଥୀ ମାନେ ନିଜ ଦେଶରେ ନିରାପଦ ନଥିବାରୁ ସେଠାରୁ ପଳାୟନ କରିଆସିଛନ୍ତି | ସେମାନେ ମଧ୍ୟ ନିଜ ଦେଶରେ ଅସାମାଜିକ ତତ୍ତ୍ଵ ମାନଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଥିଲେ |

ପ୍ରସ୍ତାବିତ ନାଗରିକତ୍ଵ ସଂଶୋଧନ ବିଲ (ସିଏବି) ଧର୍ମଗତ କାରଣରୁ ଉତ୍ପିଡିତ ଶରଣାର୍ଥୀ ମାନଙ୍କୁ ଭାରତରେ ବୈଧ ଭାବେ ବସବାସ କରିବା ଲାଗି ସୁବିଧା ପ୍ରଦାନ କରିବ ଓ ଏହା ଦ୍ଵାରା ଭାରତୀୟ ନାଗରିକ ଭଳି ସେମାନେ ସବୁ ସୁବିଧା ସୁଯୋଗ ପାଇପାରିବେ |

ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ସାମରିକ ବିଶ୍ଳେଷକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...