Skip to main content

ପଡୋଶୀ ରାଷ୍ଟ୍ରର ସଂଖ୍ୟାଲଘୁ ସମ୍ପ୍ରଦାୟ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ ଲକ୍ଷ୍ୟରେ ନାଗରିକତ୍ଵ ସଂଶୋଧନ ବିଲ (ସିଏବି) 

ପଡୋଶୀ ରାଷ୍ଟ୍ର ଦ୍ଵାରା ରାଜନୈତିକ ଧର୍ମଗତ କାରଣରୁ ଉତ୍ପିଡିତ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିବା ନାଗରିକତ୍ଵ ସଂଶୋଧନ ବିଲ (ସିଏବି) ଭାରତୀୟ ସଂସଦରେ ଉପସ୍ଥାପିତ କରାଯାଇଛି ଓ ଏହା ଉପରେ ବିତର୍କ ମଧ୍ୟ ହୋଇଛି କିନ୍ତୁ ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି | ଦେଶ ବିଭାଜନ ବେଳେ ପାକିସ୍ତାନରେ ଶତକଡା ସାଢେ 23 ଭାଗ ସଂଖ୍ୟାଲଘୁ ଥିବା ବେଳେ ବର୍ତ୍ତମାନ ସେହି ଦେଶରେ ସାଢେ 3 ଭାଗ ସଂଖ୍ୟା ଲଘୁ ସମ୍ପ୍ରଦାୟ ରହିଥିବାରୁ ଭାରତରେ ଏଭଳି ଆଭିମୁଖ୍ୟକୁ ବିରୋଧ କରିବା ପାଇଁ ସେ ଦେଶର କୌଣସି ଅଧିକାର ନାହିଁ | 

ନିଜ ନିଜ ଦେଶରେ ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନେହେରୁ -ଲିଆକତ ଅଲି ରାଜିନାମାକୁ ପାକିସ୍ତାନ ଅବମାନନା କରିବା ସଙ୍ଗେ ସଙ୍ଗେ ଉତ୍ପୀଡନ କାରଣରୁ ଅନେକ ଧାର୍ମିକ ସଂଖ୍ୟାଲଘୁ ଭାରତକୁ ପଳାଇ ଆସିଛନ୍ତି | ବାଙ୍ଗଲାଦେଶରେ ମଧ୍ୟ 1931 ମସିହାରେ ସଂଖ୍ୟା ଲଘୁ ଜନସଂଖ୍ୟା ଶତକଡା 21.3 ଭାଗ ଥିବା ବେଳେ ବର୍ତ୍ତମାନ ଏହା ସାଢେ 8 ଭାଗକୁ ଖସି ଆସିଛି | ଧାର୍ମିକ ସଂଖ୍ୟାଲଘୁ ଲୋକ ମାନଙ୍କୁ ପାତର ଅନ୍ତର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମ୍ପତ୍ତି ଗୁଡିକୁ ନ୍ୟସ୍ତ ସମ୍ପତ୍ତି ଭାବେ ଶ୍ରେଣୀଭୂକ୍ତ କରି ଅକ୍ତିଆର କରାଯାଇଛି | ଏଠାରେ ସ୍ମରଣ ଯୋଗ୍ୟ ଯେ ଦେଶ ବିଭାଜନ ବେଳେ ଭାରତର ସଂଖ୍ୟାଲଘୁ ଜନସଂଖ୍ୟା ଶତକଡା 9.8 ଭାଗ ଥିବା ବେଳେ ବର୍ତ୍ତମାନ ଏହା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି | ଭାରତ ଓ ପଡୋଶୀ ରାଷ୍ଟ୍ର ଗୁଡିକରେ ସଂଖ୍ୟା ଲଘୁ ମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହା ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣ ମିଳୁଛି | 

ଦେଶ ବିଭାଜନ ପରେ ସଂଖ୍ୟାଲଘୁ ମାନଙ୍କୁ ଭୋଟ ଦାନରୁ ବଞ୍ଚିତ କରିବା ଏବଂ ନିର୍ବାଚନ ରାଜନୀତିରେ ସେମାନଙ୍କୁ ଚୁପ କରେଇବା ପାଇଁ ପାକିସ୍ତାନରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରାଯାଇଛି | ସଂଖ୍ୟାଲଘୁ ମାନଙ୍କ ବିରୁଦ୍ଧରେ ଅନୁଷ୍ଠାନଗତ ପାତର ଅନ୍ତର କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ଲାଗି ପ୍ରତିଦ୍ୱନ୍ଦିତା କରିବା ପାଇଁ ସେମାନଙ୍କୁ ବାରଣ କରାଯାଉଛି | ପାକିସ୍ତାନ ପିପୁଲ୍ସପାର୍ଟିର ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜଣେ ସାଂସଦଙ୍କ ଦ୍ଵାରା ଆଗତ ସମ୍ବିଧାନ ତ୍ରୁଟି ସଂଶୋଧନ ପ୍ରସ୍ତାବ ଚଳିତ ବର୍ଷ ଅକ୍ଟୋବର ରେ ନେସନାଲ ଏସେମ୍ବ୍ଲିରେ ବାଚନିକ ଭୋଟରେ କାଟ ଖାଇ ଯାଇଥିଲା | 

ହିନ୍ଦୁ, ଖ୍ରୀଷ୍ଟିୟାନ ଓ ଶିଖ ସମ୍ପ୍ରଦାୟର ସଂଖ୍ୟାଲଘୁ ମାନଙ୍କ ଛଡା ପାକିସ୍ତାନ ସମ୍ବିଧାନର ଦ୍ଵିତୀୟ ସଂଶୋଧନରେ ଅହମଦିୟା ସମ୍ପ୍ରଦାୟକୁ ଅଣ-ମୁସଲମାନ ଭାବେ ଘୋଷଣା କରାଯାଇଛି | ଏକ ପୃଥକ ନିର୍ବାଚନ ବ୍ୟବସ୍ଥା ଗ୍ରହଣ କରାଯିବା ପରେ 1984 ମସିହା ପରଠୁ ଅହମଦିୟା ମାନଙ୍କୁ ଧାର୍ମିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ନିର୍ଯ୍ୟାତନା ଦିଆ ହୋଇଆସୁଛି ଏବଂ ସେମାନଙ୍କୁ ଅଣ ମୁସଲମାନ ଭାବେ ଭୋଟ ଦେବାକୁ କୁହାଯାଇଥିଲା ଫଳରେ ସେମାନେ ଭୋଟ ଦାନକୁ ବର୍ଜନ କରିଛନ୍ତି | ସବୁଠାରୁ ମଜାର କଥା ହେଲା 2017 ମସିହା 3862 ରିଟ ପିଟିସନ ଆଲ୍ଲା ୱାସାୟା ବନାମ ପାକିସ୍ତାନ ଫେଡେରେସନ ମାମଲା ଉପରେ ରାୟ ଦେଇ ଇସଲାମାବାଦ ହାଇକୋର୍ଟର ଜଣେ ବିଚାରପତି କହିଥିଲେ ଯେ ଅହମଦିୟାରୁ ନିଜକୁ ପୃଥକ ରଖିବା ପାଇଁ ସେମାନେ ନିଜ ନାମରେ ‘କାଦିଆନି’ ବା ‘ମିର୍ଜା’ ଯୋଡନ୍ତୁ | ଏହି ସବୁ ସଂଖ୍ୟାଲଘୁ ସଂପ୍ରଦାୟ ଗୁଡିକୁ ଧର୍ମ ନିନ୍ଦୁକ କହି ଆଇନ ଅଧୀନରେ ଅଧିକାଂଶ ସମୟରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି | 

ସେମାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କିମ୍ବା ସାଧାରଣ ବିବାଦ ଗୁଡିକୁ ନେଇ ସେମାନଙ୍କୁ ହଇରାଣ ହରକତ କରିବା ସକାଶେ ସେମାନଙ୍କୁ ବାରମ୍ବାର ଧର୍ମଦ୍ରୋହୀ ବୋଲି କୁହାଯାଉଛି | ପାକିସ୍ତାନରେ ସେମାନଙ୍କୁ ଓ ଅନ୍ୟ ସଂଖ୍ୟାଲଘୁ ମାନଙ୍କୁ ଜୋରଜବରଦସ୍ତି ଧର୍ମାନ୍ତରଣ ମଧ୍ୟ କରାଯାଇଛି |

ସିଆ ମୁସଲମାନ ମାନଙ୍କୁ ଧର୍ମଗତ କାରଣରୁ ପାକିସ୍ତାନରେ ପାତର ଅନ୍ତର କରାଯାଇ ଅଣମୁସଲମାନ ଭାବେ ଘୋଷଣା କରାଯାଇଛି |କଠୋରପନ୍ଥୀ ସଂଗଠନ ଗୁଡିକ ପାକିସ୍ତାନକୁ “ସୂନୀ ଇସଲାମିକ ଷ୍ଟେଟ” ଭାବେ ଘୋଷଣା କରିବାକୁ ଏବଂ ପାକିସ୍ତାନରୁ ସିଆ ମୁସଲମାନ ମାନଙ୍କୁ ବିତାଡିତ କରିବା ପାଇଁ ଦାବି କରୁଛନ୍ତି | 

କେବଳ ଧାର୍ମିକ ସଂଖ୍ୟା ଲଘୁ କାହିଁକି ପାକିସ୍ତାନ ନିଜର ନାଗରିକ ଯଥା ତତ୍କାଳୀନ ପୂର୍ବ ପାକିସ୍ତାନର ବଙ୍ଗଳା, ବଲୁଚି ଓ ମୋହାଜିର ଭାଷାଭାଷୀ ଲୋକ ମାନଙ୍କୁ ମଧ୍ୟ ବିଦେଶୀ ଭଳି ବ୍ୟବହାର କରୁଛି | ସେ ଦେଶରେ ଆନୁଷ୍ଠାନିକ ଭାବେ ଏଭଳି ପାତର ଅନ୍ତର ବହୁକାଳରୁ ଚାଲି ଆସିଛି | ଏପରିକି 1971 ମସିହାରୁ ବାଙ୍ଗଲାଦେଶର ଜାତିସଂଘ ମାନବିକ ଅଧିକାର କମିଶନ ଶିବିର ଗୁଡିକରେ ରହୁଥିବା ବିହାରୀ ମାନଙ୍କୁ ପାକିସ୍ତାନ ଗ୍ରହଣ କରିବାକୁ ମନା କରୁଛି | ବିହାରୀ ମାନେ ପାକିସ୍ତାନକୁ ଫେରି ଆସିବାକୁ ଚାହୁଁ ଥିବା ବେଳେ ଇସଲାମାବାଦର ଏପରି ଆଭିମୁଖ୍ୟ ଅତ୍ୟନ୍ତ ଦୁଃଖ ଦାୟକ | 

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ ଯେ ଏକ ଏଭଳି ଦେଶ ଯିଏକି ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କ ପ୍ରତି ପାତର ଅନ୍ତର କରୁଛି, ସେ ପୁଣି ଭାରତକୁ ପଳାୟନ କରି ଆସିଥିବା ଅଣ-ମୁସଲମାନ ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତ୍ଵ ପ୍ରଦାନ କରିବା ଲାଗି ଭାରତର ନିଷ୍ପତ୍ତି ପ୍ରତି ବିରୋଧ ପ୍ରକଟ କରୁଛି | ଏହା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି)ର ତୀବ୍ର ସମାଲୋଚନା କରିଥିଲେ | ଭାରତର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ପରିଚାଳିତ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ଅନ୍ତର୍ଗତ ଭାରତୀୟ ପ୍ରମାଣ ପତ୍ର ପ୍ରଦାନ କରିପାରିନଥିବା 19 ଲକ୍ଷ ଲୋକଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଥିଲା | ତେବେ ସେମାନଙ୍କୁ ତାଲିକାଭୁକ୍ତ କରାଯାଇନଥିବାରୁ ଏହା ବିରୁଦ୍ଧରେ ଅପିଲ କରିବାର ସେମାନଙ୍କର ପୂର୍ଣ୍ଣ ଅଧିକାର ରହିଛି |

1947 ମସିହା ପରଠାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ମାନେ ଭାରତକୁ ପଳାଇ ଆସିଛନ୍ତି | ଏହି ଉତ୍ପିଡିତ ଶରଣାର୍ଥୀ ମାନେ ନିଜ ଦେଶରେ ନିରାପଦ ନଥିବାରୁ ସେଠାରୁ ପଳାୟନ କରିଆସିଛନ୍ତି | ସେମାନେ ମଧ୍ୟ ନିଜ ଦେଶରେ ଅସାମାଜିକ ତତ୍ତ୍ଵ ମାନଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଥିଲେ |

ପ୍ରସ୍ତାବିତ ନାଗରିକତ୍ଵ ସଂଶୋଧନ ବିଲ (ସିଏବି) ଧର୍ମଗତ କାରଣରୁ ଉତ୍ପିଡିତ ଶରଣାର୍ଥୀ ମାନଙ୍କୁ ଭାରତରେ ବୈଧ ଭାବେ ବସବାସ କରିବା ଲାଗି ସୁବିଧା ପ୍ରଦାନ କରିବ ଓ ଏହା ଦ୍ଵାରା ଭାରତୀୟ ନାଗରିକ ଭଳି ସେମାନେ ସବୁ ସୁବିଧା ସୁଯୋଗ ପାଇପାରିବେ |

ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ସାମରିକ ବିଶ୍ଳେଷକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...