କୋଭିଡ-19 ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ ଏବଂ ସ୍ଵଳ୍ପ ଆର୍ଥିକ କାର୍ଯ୍ୟକଳାପ ମଧ୍ୟରେ ଜାତୀୟ ଶସ୍ୟ ଭଣ୍ତାରରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିବା ଦ୍ଵାରା ଅତ୍ୟନ୍ତ ଗରିବ ଏବଂ ଅବହେଳିତ ଲୋକମାନେ ଏବେ ଶାନ୍ତିରେ ରହିପାରିବେ ବୋଲି ଆଶା ସଂଚାର ହୋଇଛି | ଏହି ମହାମାରୀ କାଳରେ ସରକାର ଖାଦ୍ୟ ଶସ୍ୟର ଯଥେଷ୍ଟ ଉପଯୋଗ ଗରିବଲୋକମାନଙ୍କ ପାଇଁ କରିବାକୁ ପ୍ରତିଜ୍ଞାବଦ୍ଧ ରହିଛନ୍ତି | 2020 ଏପ୍ରିଲ 1 ଠାରୁ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ 73.85 ମିଲିୟନ ଟନ ଶସ୍ୟ କେନ୍ଦ୍ରୀୟ ଭଣ୍ତାରଣରେ ମହଜୁଦ କରାଯାଇଛି | ଏହା ଆବଶ୍ୟକ ଥିବା 21.04 ମିଲିୟନ ଟନ ଠାରୁ ପ୍ରାୟ 3.5 ଗୁଣା ଅଧିକ | ଦେଶରେ ମହାମାରୀ ଯୋଗୁଁ ଲକଡାଉନ ହାବେ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ଚତୁର୍ଥ ବୈଠକରେ ସାଧାରଣ ଲୋକମାନଙ୍କ ଜୀବନ ଧାରଣ ପାଇଁ ଖାଦ୍ୟ ଶସ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ | ଜୀବନ ଏବଂ ଜୀବିକା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁନଃ ପ୍ରତିଶ୍ରୁତି କେବଳ ଥରେ ଆସିନାହିଁ ଅନେକ ଥର ଆସିଛି ଏବଂ ମହାମାରୀ ସମୟରେ ଏହାର ଗୁରୁତ୍ଵ ବହୁତ ଅଧିକ ରହିଛି | ଭାରତୀୟ ଖାଦ୍ୟ ନିଗମ ଏପ୍ରିଲ ମାସ ପାଇଁ 24.7 ମିଲିୟନ ଟନ ଶସ୍ୟ ମହଜୁଦ କରୁଥିବାବେଳେ ଏବେ ଏହା 3.6 ଗୁଣ ଅଧିକ ହୋଇ 49.15 ମିଲିୟନ ଟନ ହୋଇଛି | ସେହିପରି ଗହମ ମହଜୁଦ 7.46 ମିଲିୟନ ଟନ ସ୍ଥାନରେ 3.3 ଗୁଣ ଅଧ...