Skip to main content

କୋଭିଡ-19 କାଳରେ ଭାରତର ବ୍ୟାପକ ଖାଦ୍ୟ ଶସ୍ୟ ମହଜୁଦ ଏକ ବଡ ଆଶ୍ଵସ୍ତି

କୋଭିଡ-19 ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ ଏବଂ ସ୍ଵଳ୍ପ ଆର୍ଥିକ କାର୍ଯ୍ୟକଳାପ ମଧ୍ୟରେ ଜାତୀୟ ଶସ୍ୟ ଭଣ୍ତାରରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିବା ଦ୍ଵାରା ଅତ୍ୟନ୍ତ ଗରିବ ଏବଂ ଅବହେଳିତ ଲୋକମାନେ ଏବେ ଶାନ୍ତିରେ ରହିପାରିବେ ବୋଲି ଆଶା ସଂଚାର ହୋଇଛି  | ଏହି ମହାମାରୀ କାଳରେ ସରକାର ଖାଦ୍ୟ ଶସ୍ୟର ଯଥେଷ୍ଟ ଉପଯୋଗ ଗରିବଲୋକମାନଙ୍କ ପାଇଁ କରିବାକୁ ପ୍ରତିଜ୍ଞାବଦ୍ଧ ରହିଛନ୍ତି |
 2020 ଏପ୍ରିଲ 1 ଠାରୁ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ 73.85 ମିଲିୟନ ଟନ ଶସ୍ୟ କେନ୍ଦ୍ରୀୟ ଭଣ୍ତାରଣରେ ମହଜୁଦ କରାଯାଇଛି | ଏହା ଆବଶ୍ୟକ ଥିବା 21.04 ମିଲିୟନ ଟନ ଠାରୁ ପ୍ରାୟ 3.5 ଗୁଣା ଅଧିକ | ଦେଶରେ ମହାମାରୀ ଯୋଗୁଁ ଲକଡାଉନ ହାବେ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ତାଙ୍କର ଚତୁର୍ଥ ବୈଠକରେ ସାଧାରଣ ଲୋକମାନଙ୍କ ଜୀବନ ଧାରଣ ପାଇଁ ଖାଦ୍ୟ ଶସ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ | ଜୀବନ ଏବଂ ଜୀବିକା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁନଃ ପ୍ରତିଶ୍ରୁତି କେବଳ  ଥରେ ଆସିନାହିଁ ଅନେକ ଥର ଆସିଛି ଏବଂ ମହାମାରୀ ସମୟରେ ଏହାର ଗୁରୁତ୍ଵ ବହୁତ ଅଧିକ ରହିଛି |
ଭାରତୀୟ ଖାଦ୍ୟ ନିଗମ ଏପ୍ରିଲ ମାସ ପାଇଁ 24.7 ମିଲିୟନ ଟନ ଶସ୍ୟ ମହଜୁଦ କରୁଥିବାବେଳେ ଏବେ ଏହା 3.6 ଗୁଣ ଅଧିକ ହୋଇ 49.15 ମିଲିୟନ ଟନ ହୋଇଛି | ସେହିପରି ଗହମ ମହଜୁଦ 7.46 ମିଲିୟନ ଟନ ସ୍ଥାନରେ 3.3 ଗୁଣ ଅଧିକ 24.7 ମିଲିୟନ ଟନ ମହଜୁଦ ହୋଇଛି |
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତ ସରକାରଙ୍କ କ୍ରୟ ନୀତି ଅନ୍ତର୍ଗତ ଭାରତୀୟ ଖାଦ୍ୟ ନିଗମ, ରାଜ୍ୟ ସରକାର ଏବଂ ସରକାରୀ ଏଜେନ୍ସି ଦ୍ଵାରା କୃଷକମାନଙ୍କ ଠାରୁ ଧାନ ଏବଂ ଗହମ ନିର୍ଦ୍ଧାରିତ ସ୍ରବନିମ୍ନ ସହାୟକ ମୂଲ୍ୟ ଆଧାରରେ କ୍ରୟ କରାଯାଇଛି | ସରକାର ସଂଗ୍ରହ କରିଥିବା ଶସ୍ୟ ବର୍ଷ ସାରା ଦେଶର ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରିଥାନ୍ତି | ମହାମାରୀ ସମୟରେ ଦେଶର ଲୋକମାନଙ୍କ ନିମନ୍ତେ ଖାଦ୍ୟ ଶସ୍ଯ ଯେପରି ସମୁଦ୍ରକୁ ଶଙ୍ଖେ ନହୁଏ ସେଥିପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି |
ଦେଶରେ ସବୁଜ ବିପ୍ଳବ ଯୋଗୁଁ ମୌସୁମି ବର୍ଷା କମ ହେବା ସତ୍ଵେ କୃଷକମାନେ ଖାଦ୍ୟ ଶସ୍ୟ ଉତ୍ପାଦନ ଅଧିକ କରିପାରୁଛନ୍ତି | 2000-01ରେ ଖାଦ୍ୟ ଶସ୍ୟ ଉତ୍ପାଦନ 197 ମିଲିୟନ ଟନ ଥିବାବେଳେ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ପ୍ରଦତ୍ତ ସହାୟତା ଏବଂ କୃଷି ନୀତି ଯୋଗୁଁ 2019-20ରେ 292 ମିଲିୟନ ଟନ ଉତ୍ପାଦନ ହୋଇଛି | କେନ୍ଦ୍ର ସରକାର କୃଷକମାନଙ୍କୁ ନିୟମିତ ସହାୟତା କରିଆସୁଛନ୍ତି | ସ୍ଵଳ୍ପ ରୋଜଗାରକ୍ଷମ କୃଷକମାନଙ୍କୁ ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ବର୍ଷକୁ 6 ହଜାର ଟଙ୍କା ପ୍ରଦାନ କରୁଛନ୍ତି ଏବଂ 60 ବର୍ଷ ପରେ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ମାନ ଧନ ଯୋଜନାରେ ପେନସନ ଦିଆଯାଉଛି |
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାର୍ଚ 27 ତାରିଖରୁ ଅବହେଳିତ ଲୋକମାନଙ୍କୁ ରିଲିଫ ପ୍ୟାକେଡ ଯୋଗାଇ ଦିଆଯାଉଛି ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଦେଶର ତିନି ଚତୁର୍ଥାଂଶ ଗ୍ରାମୀଣ ଲୋକଙ୍କୁ ଏବଂ ଅଧା ସହରୀ ଲୋକଙ୍କୁ ଅତିରିକ୍ତ 5 କିଲୋ ଚାଉଳ କିମ୍ଵା ଗହମ ବିନା ମୂଲ୍ୟରେ ଦିଆଯାଇଚି | ଦେଶର କୃଷକମାନେ ହେଉଛନ୍ତି କୌଣସି ସଂକଟ ସମୟରେ ପ୍ରକୃତ ଯୋଦ୍ଧା |
ମୂଳ ଲେଖା:   ଜି. ଶ୍ରୀନିବାସନ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...