Skip to main content

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ |

ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ନର୍ସିଙ୍ଗ ଷ୍ଟାଫ, ସଫେଇ କର୍ମଚାରୀ, ପୋଲିସ କର୍ମୀ ଓ ଗଣମାଧ୍ୟମ କର୍ମୀ ମାନେ ଯେଉଁଭଳି ଭାବେ ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରସଂଶନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | ବର୍ତ୍ତମାନର ମହାବିପତ୍ତି ସମୟରେ ମହିଳା ସ୍ଵୟଂ ସହାୟତା ଗୋଷ୍ଠୀର କାର୍ଯ୍ୟ ପ୍ରତି ମଧ୍ୟ ସେ ଭୂୟସୀ ପ୍ରଶଂସା କରିଛନ୍ତି |

କରୋନା ସଙ୍କଟ କାଳରେ ସ୍ୱଳ୍ପ ସାଧନ ଥିବା ସତ୍ତ୍ୱେ ମଧ୍ୟ ତାମିଲନାଡୁର କେସି ମୋହନ, ଅଗରତାଲାର ଗୌତମ ଦାସ ଓ ପଠାନକୋଟର ରାଜୁ ନାମକ ଜଣେ ଦିବ୍ୟାଙ୍ଗ ଅନ୍ୟ ମାନଙ୍କୁ ବହୁ ମାତ୍ରାରେ ସହାୟତା କରିଛନ୍ତି ବୋଲି ଦର୍ଶାଇ ଦେଶର ପ୍ରତି କୋଣ ଅନୁକୋଣରେ ମହିଳା ସ୍ଵୟଂ ସହାୟତା ଗୋଷ୍ଠୀ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି ସେ ବର୍ଣ୍ଣନା କରିଛନ୍ତି |

ଏହି ମହାମାରୀର ମୁକାବିଲା କରିବା ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରି ଲୋକମାନେ ଅହରହ ପ୍ରୟାସ ଚଳେଇଛନ୍ତି ବୋଲି ସେ କହିଛନ୍ତି | ନାସିକର ରାଜେନ୍ଦ୍ର ଯାଦବଙ୍କ ବିଷୟରେ ଉଦାହରଣ ଦେଇ ସେ ତାଙ୍କ ଟ୍ରାକ୍ଟର ସହ ଯୋଡି ଏକ ସାନିଟାଇଜର ମେସିନ ତିଆରି କରିଛନ୍ତି ଓ ଅନେକ ଦୋକାନୀ ଦୁଇ ଗଜ ଦୂରତା ପାଳନ କରି ସେମାନଙ୍କ ଦୋକାନରେ ବଡ ପାଇପ ଲାଇନ ଖଞ୍ଜିଦେଇଛନ୍ତି ବୋଲି କହିଛନ୍ତି |

କରୋନା ସଙ୍କଟ କାଳରେ ଦେଶର ଗରିବ ଶ୍ରମିକ ଶ୍ରେଣୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ଉଲ୍ଲେଖ କରି କେନ୍ଦ୍ରସରକାର, ରାଜ୍ୟ ସରକାର, ପ୍ରତୀଟି ବିଭାଗ ତଥା ପ୍ରତୀଟି ସଂସ୍ଥା ଏକଜୁଟ ହୋଇ ସେମାନଙ୍କ କଷ୍ଟ ଲାଘବ ଦିଗରେ ଦିନରାତି କାର୍ଯ୍ୟ କରୁଛନ୍ତି ବୋଲି ସେ ଜଣାଇଛନ୍ତି | ସରକାର ଏଦିଗରେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ସମ୍ପ୍ରତ୍ତି କେନ୍ଦ୍ରସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଗ୍ରାମ ରୋଜଗାର, ସ୍ଵ-ରୋଜଗାର ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି | ସେ ବିଶ୍ଵାସ ପ୍ରକଟ କରି କହିଛନ୍ତି ‘ଆତ୍ମନିର୍ଭର ଭାରତ’ ଅଭିଯାନ ଚଳିତ ଦଶନ୍ଧିରେ ଦେଶକୁ ଏକ ନୂତନ ଶିଖରରେ ପହଞ୍ଚାଇବ |

ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ କାଳରେ ଲୋକମାନେ ଯୋଗ ଓ ଆୟୁର୍ବେଦ ବିଷୟରେ ଅଧିକ ଜାଣିବାକୁ ଚାହିଁଛନ୍ତି ଓ ଏହାକୁ ଜୀବନର ଏକ ଆଧାର ଭାବେ ଗ୍ରହଣ କରିଛନ୍ତି | ସଂପ୍ରଦାୟ, ପ୍ରତିରୋଧକ ଶକ୍ତି ଓ ଏକତା ପାଇଁ ଯୋଗ ଉପାଦେୟ ବୋଲି ସେ ବର୍ଣ୍ଣନା କରିଛନ୍ତି | କରୋନା ସଂକ୍ରମଣ ଶ୍ଵାସପ୍ରଶ୍ଵାସ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରୁଥିବାରୁ ପ୍ରଧାନମନ୍ତ୍ରୀ ଯୋଗ ଉପରେ ଗୁରୁତ୍ଵାରୋପ କରି ଯୋଗରେ ଶ୍ଵାସକ୍ରିୟାକୁ ମଜବୁତ କରିବା ପାଇଁ ଅନେକ ପ୍ରକାରର ପ୍ରାଣାୟମ ରହିଛି ଓ ଏହାର ସୁଫଳ ପ୍ରମାଣିତ ହୋଇସାରିଛି ବୋଲି ଜଣାଇଛନ୍ତି|

ପ୍ରଧାନମନ୍ତ୍ରୀ ମହାମାରୀର ମୁକାବିଲା ଦିଗରେ ସରକାରଙ୍କ କାର୍ଯ୍ୟର ପ୍ରଶଂସା କରି ‘ଆୟୁଷ୍ମାନ ଭାରତ’ ଯୋଜନା ଯୋଗୁଁ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ବୋଲି ଜଣାଇ ସେ ସନ୍ତୋଷ ପ୍ରକଟ କରିଛନ୍ତି |ପ୍ରଧାନମନ୍ତ୍ରୀ କହିଛନ୍ତି ଗୋଟିଏ ପଟେ ଆମେ କରୋନାଭାଇରସ ବିରୁଦ୍ଧରେ ଲଢେଇ କରୁଥିବା ବେଳେ ଅନ୍ୟ ପଟେ ଅମ୍ଫାନ ଭଳି ମହାବାତ୍ୟାର ମଧ୍ୟ ସାମନା କରିଛୁ | ଅଦମ୍ୟ ସାହସର ସହିତ ଅମ୍ଫାନ ଭଳି ମହାବାତ୍ୟାର ମୁକାବିଲା କରିଥିବା ଯୋଗୁଁ ସେ ପଶ୍ଚିମବଙ୍ଗ ଓ ଓଡିଶାବାସୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି | ପଙ୍ଗପାଳ ଆକ୍ରମଣ ଯୋଗୁଁ କୃଷକ ମାନଙ୍କ ଫସଲ ହାନି ହୋଇଥିବାରୁ ସେ ଦୁଃଖ ପ୍ରକଟ କରିଛନ୍ତି | ଏଭଳି ପରିସ୍ଥିତିରେ ସେମାନେ ଯେଉଁ ଦୃଢ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି |

ପ୍ରଧାନମନ୍ତ୍ରୀ ଜଳ ସଞ୍ଚୟ ଦିଗରେ ବର୍ତ୍ତମାନର ପିଢୀ ଦାୟୁତ୍ଵବୋଧତା ସହ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ପ୍ରମୁଖତାର ସହ କହିଛନ୍ତି | ବର୍ଷା ଜଳ ସଞ୍ଚୟ ଉପରେ ପ୍ରାଧାନ୍ୟ ଦେଇ ଜଳ ସଂରକ୍ଷଣ ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ଜଣାଇଛନ୍ତି | ପରିବେଶ ଦିବସରେ ବୃକ୍ଷ ରୋପଣର ସଂକଲ୍ପ ସହ ପ୍ରକୃତିର ସେବା କରିବା ଲାଗି ମଧ୍ୟ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି | ସେ କହିଛନ୍ତି ଲକଡାଉନ ଜୀବନ ଶୈଳୀକୁ ମନ୍ଥର କରିଦେଇଛି ସତ, ହେଲେ ଏଥିଯୋଗୁଁ ପ୍ରକୃତିକୁ ସଠିକ ଭାବେ ଦେଖିବାର ସୁଯୋଗ ମିଳିଛି ଓ ବନ୍ୟଜନ୍ତୁ ମାନେ ବାହାରକୁ ଆସିବା ଆରମ୍ଭ କରିଦେଇଛନ୍ତି |



ମୂଳଲେଖା : କୌଶିକ ରାୟ; ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...