ଗତ ସପ୍ତାହରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଦ୍ୱିତୀୟ ଭାରତ-ମଧ୍ୟ ଏସିଆ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଭାରତ ଏବଂ ମଧ୍ୟ ଏସିଆର ପାଞ୍ଚଟି ଦେଶ; କାଜାଖସ୍ତାନ, କିର୍ଗିଜ୍ ସାଧାରଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ ମଧ୍ୟରେ ଗଭୀର ଐତିହାସିକ ଏବଂ ସଭ୍ୟତାର ସମ୍ପର୍କ ରହିଛି । 1990 ଦଶକ ଆରମ୍ଭରେ ଏହି ଅଞ୍ଚଳର ପାଞ୍ଚଟି ଗଣତନ୍ତ୍ରୀକ ରାଷ୍ଟ୍ରର ସ୍ଵଧୀନତା ପରଠାରୁ ଭାରତ ସେମାନଙ୍କ ସହିତ ଘନିଷ୍ଠ ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଆସୁଛି। ବୈଦେଶିକ ମନ୍ତ୍ରୀ ସ୍ତରରେ C5 + 1 ଫର୍ମାଟ୍, ଯେଉଁଠାରେ ପାଞ୍ଚଟି ମଧ୍ୟ ଏସୀୟ ଦେଶ ଭାରତ ସହିତ ମିଳିତ ହୁଅନ୍ତି, ଏହି ଅଞ୍ଚଳର ପାଞ୍ଚଟି ଦେଶ ପାଇଁ ଆନ୍ତର୍ଜାତୀୟ ଯୋଗଦାନ ନିମନ୍ତେ ଏକ ମୂଲ୍ୟବାନ ମଞ୍ଚ ଭାବରେ ଉଭା ହୋଇଛି | ଜାନୁଆରୀ 2019 ରେ ସମରକାଣ୍ଡରେ ଭାରତ ଏବଂ ଉଜବେକିସ୍ତାନ ଦ୍ୱାରା ମିଳିତ ଭାବେ ଭାରତ-ମଧ୍ୟ ଏସିଆ ଆଲୋଚନା ଆୟୋଜିତ ହୋଇଥିଲା | ଦ୍ୱିତୀୟ ଆଲୋଚନା ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କୋଭିଡ-19 ମହାମାରୀ କାରଣରୁ ଏହା ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା | ଏହାକୁ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆୟୋଜନ କରିଥିଲେ। ଏହି ଆଲୋଚନାରେ କାଜାଖସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।କିର୍ଗିଜସ...