Skip to main content

ଭାରତରେ ବୈଦେଶିକ ବିଶ୍ବ ବିଦ୍ୟାଳୟ କ୍ୟାମ୍ପସ : ଏକ ସ୍ବାଗତଯୋଗ୍ୟ ପଦକ୍ଷେପ

ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଦକ୍ଷତା ସହିତ ସୃଜନଶୀଳତାର ବିକାଶ ହେଉଛି ବିଜ୍ଞାନ ଶିକ୍ଷାର ଉଦ୍ଦେଶ୍ୟ । ଆରମ୍ଭରୁ ହିଁ, ବିଜ୍ଞାନର ଶିକ୍ଷାଦାନ ପ୍ରାକୃତିକ କୌତୁହଳ ସୃଷ୍ଟି କରିବ ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଶିକ୍ଷଣକୁ ଉତ୍ସାହିତ କରିବାର ଆଶା ସ୍ୟ୍ଚାର କରିଆସିଛି । ଏହା ପର୍ଯ୍ୟବେକ୍ଷଣ, ବିଶ୍ଳେଷଣ ଏବଂ ତା’ପରେ ଏକ ସିଦ୍ଧାନ୍ତରେ ପହଞ୍ଚିଥାଏ । ସଂକ୍ଷେପରେ, ଏହାକୁ ଏକ ବୈଜ୍ଞାନିକ ପଦ୍ଧତି କୁହାଯାଏ ଯାହାକୁ ବିଦ୍ୟାଳୟ ସ୍ତରରେ ଉପଯୁକ୍ତ ତାଲିମ ମାଧ୍ୟମରେ ସ୍ଥାୟୀ ପ୍ରୟାସ ସହିତ ପିଲାମାନଙ୍କ ମଧ୍ୟରେ ପ୍ରୟୋଗ କରାଯାଇପାରିବ ।

ଆଜିର ଦୁନିଆରେ, ଜ୍ଞାନ ଅତି ଦ୍ରୁତ ଗତିରେ ବଢ଼ୁଛି ଏବଂ ବିକାଶଶୀଳ ଦେଶର ମାନବ ସମ୍ବଳ ବିକାଶ ପାଇଁ ଏହାର ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବୃଦ୍ଧି, ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା, ଭାରତରେ ବର୍ତ୍ତମାନର ଶିକ୍ଷାଦାନ ଏବଂ ଶିକ୍ଷା ପ୍ରଣାଳୀ ଆନ୍ତର୍ଜାତୀୟ ସ୍ତରର ହେବା ଅତି ଜରୁରୀ ।

ଗତ ମାସରେ ଗୁଆହାଟୀ ଆଇଆଇଟି ସମାବେଶରେ ଉଦ୍‌ବୋଧନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଦେଶର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ଶିକ୍ଷା କ୍ଷେତ୍ରକୁ ଉନ୍ମୁକ୍ତ କରାଯିବ । ସେ କହିଛନ୍ତି ଯେ ନୂତନ ଶିକ୍ଷା ନୀତି 2020 ଅନୁଯାୟୀ, ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକ ଭାରତରେ ସେମାନଙ୍କର ଅଫ୍‌ସୋର କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ପାଇବେ । ଏହା ଭାରତର ଛାତ୍ରମାନଙ୍କୁ ବିଶ୍ୱବ୍ୟାପୀ ଏକ୍ସପୋଜର୍ ଯୋଗାଇବ । ପୂର୍ବରୁ ହଜାର ହଜାର ଭାରତୀୟ ଛାତ୍ର ପ୍ରତିବର୍ଷ ବିଦେଶୀ ଡିଗ୍ରୀ ସନ୍ଧାନରେ ଉଚ୍ଚ ଅଧ୍ୟୟନ ପାଇଁ ବିଦେଶ ଯାଆନ୍ତି । ଏହି ପଦକ୍ଷେପ ଭାରତକୁ ଏକ ପ୍ରମୁଖ ବିଶ୍ୱଶିକ୍ଷା କ୍ଷେତ୍ର ଭାବରେ ପ୍ରତିଷ୍ଠା କରିବ ।

ପ୍ରଧାନମନ୍ତ୍ରୀ ଆହୁରି ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶରେ R&D କୁ ବୃଦ୍ଧି କରିବା ପାଇଁ ବିଦେଶୀ ସହଯୋଗ ପ୍ରତିଷ୍ଠାନ ସହିତ ଅନୁସନ୍ଧାନ ସହଯୋ ଏବଂ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ । ଭାରତୀୟ ଛାତ୍ରମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ କାରଣ ଛାତ୍ରମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷା ମଧ୍ୟ ଏହି ଦେଶର ଭବିଷ୍ୟତକୁ ଉନ୍ନତ କରିବ ।

1947 ମସିହାରେ ସ୍ବାଧୀନତା ପରଠାରୁ, ଭାରତରେ ଶିକ୍ଷାର ନୀତି ନିର୍ଣ୍ଣୟ, ବିସ୍ତାର ଏବଂ ବିକାଶ ଏହାର ଗଣତାନ୍ତ୍ରିକ ସରକାରମାନଙ୍କର ଦାୟିତ୍ବ । ପରବର୍ତ୍ତୀ କିଛି ଦଶନ୍ଧି ମଧ୍ୟରେ ଏହାର ପରିମାଣ ଏବଂ ଶିକ୍ଷଣ କେନ୍ଦ୍ରଗୁଡ଼ିକର ଗୁଣବତ୍ତା ଦୃଷ୍ଟିରୁ ଏହି କ୍ଷେତ୍ରରେ ଅତୁଳନୀୟ ଅଭିବୃଦ୍ଧି ଦେଖାଗଲା । ମେଡିସିନ୍, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଏବଂ ମାନବିକତା ଶିକ୍ଷା ପାଇଁ ଅନେକ ପ୍ରାଥମିକ ଅନୁଷ୍ଠାନ ଦେଶରେ ଶିକ୍ଷାର ଏକ ବୃହତ ଭିତ୍ତିଭୂମି ସୃଷ୍ଟି କରି ପ୍ରତିଷ୍ଠା କରାଯାଇଥିଲା ।

ଭାରତ ଜିଡିପିର 6 ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଆସୁଛି । କିନ୍ତୁ ଜ୍ଞାନର ବୃଦ୍ଧି ଏବଂ R&D ରେ ଆବଶ୍ୟକ ନୂତନ ଉଦ୍ଭାବନ ସହିତ, ଏହା ହୃଦୟଙ୍ଗମ ହେଲା ଯେ ଭାରତ ଏହାର ଆଇଆଇଟି ଏବଂ ଆଇଆଇଏମ୍ ର ସଫଳତାରେ ସନ୍ତୁଷ୍ଟ ରହିପାରିବ ନାହିଁ | ଅନ୍ୟାନ୍ୟ ବିଦ୍ୟମାନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦିଆଯାଉଥିବା ଶିକ୍ଷାର ଗୁଣବତ୍ତା ଉନ୍ନତି ଅତି ଆବଶ୍ୟକ ଥିବା ସ୍ଥଳେ ବିପୁଳ ଖର୍ଚ୍ଚ ଏକ ବଡ଼ ପ୍ରତିବନ୍ଧକ ହୋଇ ରହିଥିଲା ।

ପ୍ରାରମ୍ଭରେ ଉଚ୍ଚଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ, ଶିକ୍ଷକମାନଙ୍କର ସେବା ତାଲିମ ଏବଂ R&D କାର୍ଯ୍ୟକଳାପ ପାଇଁ ଆର୍ଥିକ ସହାୟତା ଭଳି ପଦକ୍ଷେପ ସରକାର ପ୍ରଦାନ କରିଥିଲେ । କିନ୍ତୁ ଏହି ପଦକ୍ଷେପଗୁଡିକ ଅନୁପଯୁକ୍ତ ପ୍ରମାଣିତ ହେଲା । ତେଣୁ, 1990 ପରେ, ଆମେରିକା ଏବଂ ବ୍ରିଟେନରୁ ଏହି ମାମଲା ଗ୍ରହଣ କରି ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଧାରଣା ଗ୍ରହଣ କରାଯାଇଥିଲା । ଏହା ଅନୁଭବ ହେଲା ଯେ ସେମାନେ ଦେଶରେ ବୈଷୟିକ ଶିକ୍ଷା ପାଇଁ ବଢ଼ୁଥିବା ଚାହିଦା ପୂରଣ କରିବେ ଏବଂ ଭବିଷ୍ୟତରେ ଏହାକୁ ଆତ୍ମନିର୍ଭରଶୀଳ କରିବେ ।

ଅନେକ ଉଦ୍ୟୋଗୀ ଆଗକୁ ଆସି ବୈଷୟିକ ଶିକ୍ଷା ପାଇଁ ସର୍ବଭାରତୀୟ ପରିଷଦର ଅନୁମୋଦନ କ୍ରମେ ସାରା ଦେଶରେ ସେମାନଙ୍କର ବୈଷୟିକ ଅନୁଷ୍ଠାନ ଆରମ୍ଭ କଲେ । କିନ୍ତୁ କ୍ରମେ ଏହା ଅନୁଭବ ହେଲା ଯେ ସ୍ନାତକୋତ୍ତରଙ୍କ ପାଇଁ ଖୋଲାଯାଇଥିବା ଏହି ନୂତନ ବୈଷୟିକ ଅନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇପାରି ନାହାଁନ୍ତି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (NIELET) ଏବଂ ଅନ୍ୟାନ୍ୟଙ୍କ ଅଧୀନରେ ସେମାନଙ୍କର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ସେମାନଙ୍କ ନିରନ୍ତର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ତାଲିମ ପାଠ୍ୟକ୍ରମ ଆରମ୍ଭ କରିବାକୁ ପଡ଼ିଲା । ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସରକାର ଭାରତର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି । ଚଳିତ ବର୍ଷ ସରକାର ପ୍ରାୟ 1 ଲକ୍ଷ କୋଟି ଟଙ୍କା ଶିକ୍ଷା କ୍ଷେତ୍ରକୁ ଆବଣ୍ଟନ କରିଛନ୍ତି ।

ଖ୍ୟାତିସମ୍ପନ୍ନ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷା କ୍ଷେତ୍ର ଖୋଲିବା ସହିତ ଭାରତରେ ବୈଷୟିକ ଶିକ୍ଷାର ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ହେବ । ଛାତ୍ରମାନଙ୍କର ରୋଜଗାରକ୍ଷମତା ମଧ୍ୟ ବୃଦ୍ଧି ପାଇବ ଏବଂ ଦେଶ ସମୃଦ୍ଧ ମାନବ ଶକ୍ତି ସହିତ ସମୃଦ୍ଧ ହୋଇପାରିବ ।

ମୂଳଲେଖା : ଡ. ଅମଳେନ୍ଦୁ ଶେଖର, ମିଡିଆ ପ୍ରଫେସନାଲ୍

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...