ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଦକ୍ଷତା ସହିତ ସୃଜନଶୀଳତାର ବିକାଶ ହେଉଛି ବିଜ୍ଞାନ ଶିକ୍ଷାର ଉଦ୍ଦେଶ୍ୟ । ଆରମ୍ଭରୁ ହିଁ, ବିଜ୍ଞାନର ଶିକ୍ଷାଦାନ ପ୍ରାକୃତିକ କୌତୁହଳ ସୃଷ୍ଟି କରିବ ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଶିକ୍ଷଣକୁ ଉତ୍ସାହିତ କରିବାର ଆଶା ସ୍ୟ୍ଚାର କରିଆସିଛି । ଏହା ପର୍ଯ୍ୟବେକ୍ଷଣ, ବିଶ୍ଳେଷଣ ଏବଂ ତା’ପରେ ଏକ ସିଦ୍ଧାନ୍ତରେ ପହଞ୍ଚିଥାଏ । ସଂକ୍ଷେପରେ, ଏହାକୁ ଏକ ବୈଜ୍ଞାନିକ ପଦ୍ଧତି କୁହାଯାଏ ଯାହାକୁ ବିଦ୍ୟାଳୟ ସ୍ତରରେ ଉପଯୁକ୍ତ ତାଲିମ ମାଧ୍ୟମରେ ସ୍ଥାୟୀ ପ୍ରୟାସ ସହିତ ପିଲାମାନଙ୍କ ମଧ୍ୟରେ ପ୍ରୟୋଗ କରାଯାଇପାରିବ ।
ଆଜିର ଦୁନିଆରେ, ଜ୍ଞାନ ଅତି ଦ୍ରୁତ ଗତିରେ ବଢ଼ୁଛି ଏବଂ ବିକାଶଶୀଳ ଦେଶର ମାନବ ସମ୍ବଳ ବିକାଶ ପାଇଁ ଏହାର ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବୃଦ୍ଧି, ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଶିକ୍ଷା, ଭାରତରେ ବର୍ତ୍ତମାନର ଶିକ୍ଷାଦାନ ଏବଂ ଶିକ୍ଷା ପ୍ରଣାଳୀ ଆନ୍ତର୍ଜାତୀୟ ସ୍ତରର ହେବା ଅତି ଜରୁରୀ ।
ଗତ ମାସରେ ଗୁଆହାଟୀ ଆଇଆଇଟି ସମାବେଶରେ ଉଦ୍ବୋଧନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଦେଶର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ଶିକ୍ଷା କ୍ଷେତ୍ରକୁ ଉନ୍ମୁକ୍ତ କରାଯିବ । ସେ କହିଛନ୍ତି ଯେ ନୂତନ ଶିକ୍ଷା ନୀତି 2020 ଅନୁଯାୟୀ, ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକ ଭାରତରେ ସେମାନଙ୍କର ଅଫ୍ସୋର କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ପାଇବେ । ଏହା ଭାରତର ଛାତ୍ରମାନଙ୍କୁ ବିଶ୍ୱବ୍ୟାପୀ ଏକ୍ସପୋଜର୍ ଯୋଗାଇବ । ପୂର୍ବରୁ ହଜାର ହଜାର ଭାରତୀୟ ଛାତ୍ର ପ୍ରତିବର୍ଷ ବିଦେଶୀ ଡିଗ୍ରୀ ସନ୍ଧାନରେ ଉଚ୍ଚ ଅଧ୍ୟୟନ ପାଇଁ ବିଦେଶ ଯାଆନ୍ତି । ଏହି ପଦକ୍ଷେପ ଭାରତକୁ ଏକ ପ୍ରମୁଖ ବିଶ୍ୱଶିକ୍ଷା କ୍ଷେତ୍ର ଭାବରେ ପ୍ରତିଷ୍ଠା କରିବ ।
ପ୍ରଧାନମନ୍ତ୍ରୀ ଆହୁରି ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶରେ R&D କୁ ବୃଦ୍ଧି କରିବା ପାଇଁ ବିଦେଶୀ ସହଯୋଗ ପ୍ରତିଷ୍ଠାନ ସହିତ ଅନୁସନ୍ଧାନ ସହଯୋ ଏବଂ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ । ଭାରତୀୟ ଛାତ୍ରମାନେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ କାରଣ ଛାତ୍ରମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷା ମଧ୍ୟ ଏହି ଦେଶର ଭବିଷ୍ୟତକୁ ଉନ୍ନତ କରିବ ।
1947 ମସିହାରେ ସ୍ବାଧୀନତା ପରଠାରୁ, ଭାରତରେ ଶିକ୍ଷାର ନୀତି ନିର୍ଣ୍ଣୟ, ବିସ୍ତାର ଏବଂ ବିକାଶ ଏହାର ଗଣତାନ୍ତ୍ରିକ ସରକାରମାନଙ୍କର ଦାୟିତ୍ବ । ପରବର୍ତ୍ତୀ କିଛି ଦଶନ୍ଧି ମଧ୍ୟରେ ଏହାର ପରିମାଣ ଏବଂ ଶିକ୍ଷଣ କେନ୍ଦ୍ରଗୁଡ଼ିକର ଗୁଣବତ୍ତା ଦୃଷ୍ଟିରୁ ଏହି କ୍ଷେତ୍ରରେ ଅତୁଳନୀୟ ଅଭିବୃଦ୍ଧି ଦେଖାଗଲା । ମେଡିସିନ୍, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଏବଂ ମାନବିକତା ଶିକ୍ଷା ପାଇଁ ଅନେକ ପ୍ରାଥମିକ ଅନୁଷ୍ଠାନ ଦେଶରେ ଶିକ୍ଷାର ଏକ ବୃହତ ଭିତ୍ତିଭୂମି ସୃଷ୍ଟି କରି ପ୍ରତିଷ୍ଠା କରାଯାଇଥିଲା ।
ଭାରତ ଜିଡିପିର 6 ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଆସୁଛି । କିନ୍ତୁ ଜ୍ଞାନର ବୃଦ୍ଧି ଏବଂ R&D ରେ ଆବଶ୍ୟକ ନୂତନ ଉଦ୍ଭାବନ ସହିତ, ଏହା ହୃଦୟଙ୍ଗମ ହେଲା ଯେ ଭାରତ ଏହାର ଆଇଆଇଟି ଏବଂ ଆଇଆଇଏମ୍ ର ସଫଳତାରେ ସନ୍ତୁଷ୍ଟ ରହିପାରିବ ନାହିଁ | ଅନ୍ୟାନ୍ୟ ବିଦ୍ୟମାନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦିଆଯାଉଥିବା ଶିକ୍ଷାର ଗୁଣବତ୍ତା ଉନ୍ନତି ଅତି ଆବଶ୍ୟକ ଥିବା ସ୍ଥଳେ ବିପୁଳ ଖର୍ଚ୍ଚ ଏକ ବଡ଼ ପ୍ରତିବନ୍ଧକ ହୋଇ ରହିଥିଲା ।
ପ୍ରାରମ୍ଭରେ ଉଚ୍ଚଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ, ଶିକ୍ଷକମାନଙ୍କର ସେବା ତାଲିମ ଏବଂ R&D କାର୍ଯ୍ୟକଳାପ ପାଇଁ ଆର୍ଥିକ ସହାୟତା ଭଳି ପଦକ୍ଷେପ ସରକାର ପ୍ରଦାନ କରିଥିଲେ । କିନ୍ତୁ ଏହି ପଦକ୍ଷେପଗୁଡିକ ଅନୁପଯୁକ୍ତ ପ୍ରମାଣିତ ହେଲା । ତେଣୁ, 1990 ପରେ, ଆମେରିକା ଏବଂ ବ୍ରିଟେନରୁ ଏହି ମାମଲା ଗ୍ରହଣ କରି ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଧାରଣା ଗ୍ରହଣ କରାଯାଇଥିଲା । ଏହା ଅନୁଭବ ହେଲା ଯେ ସେମାନେ ଦେଶରେ ବୈଷୟିକ ଶିକ୍ଷା ପାଇଁ ବଢ଼ୁଥିବା ଚାହିଦା ପୂରଣ କରିବେ ଏବଂ ଭବିଷ୍ୟତରେ ଏହାକୁ ଆତ୍ମନିର୍ଭରଶୀଳ କରିବେ ।
ଅନେକ ଉଦ୍ୟୋଗୀ ଆଗକୁ ଆସି ବୈଷୟିକ ଶିକ୍ଷା ପାଇଁ ସର୍ବଭାରତୀୟ ପରିଷଦର ଅନୁମୋଦନ କ୍ରମେ ସାରା ଦେଶରେ ସେମାନଙ୍କର ବୈଷୟିକ ଅନୁଷ୍ଠାନ ଆରମ୍ଭ କଲେ । କିନ୍ତୁ କ୍ରମେ ଏହା ଅନୁଭବ ହେଲା ଯେ ସ୍ନାତକୋତ୍ତରଙ୍କ ପାଇଁ ଖୋଲାଯାଇଥିବା ଏହି ନୂତନ ବୈଷୟିକ ଅନୁଷ୍ଠାନଗୁଡ଼ିକରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇପାରି ନାହାଁନ୍ତି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ ଆଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (NIELET) ଏବଂ ଅନ୍ୟାନ୍ୟଙ୍କ ଅଧୀନରେ ସେମାନଙ୍କର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ସେମାନଙ୍କ ନିରନ୍ତର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ତାଲିମ ପାଠ୍ୟକ୍ରମ ଆରମ୍ଭ କରିବାକୁ ପଡ଼ିଲା । ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ସରକାର ଭାରତର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି । ଚଳିତ ବର୍ଷ ସରକାର ପ୍ରାୟ 1 ଲକ୍ଷ କୋଟି ଟଙ୍କା ଶିକ୍ଷା କ୍ଷେତ୍ରକୁ ଆବଣ୍ଟନ କରିଛନ୍ତି ।
ଖ୍ୟାତିସମ୍ପନ୍ନ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷା କ୍ଷେତ୍ର ଖୋଲିବା ସହିତ ଭାରତରେ ବୈଷୟିକ ଶିକ୍ଷାର ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ହେବ । ଛାତ୍ରମାନଙ୍କର ରୋଜଗାରକ୍ଷମତା ମଧ୍ୟ ବୃଦ୍ଧି ପାଇବ ଏବଂ ଦେଶ ସମୃଦ୍ଧ ମାନବ ଶକ୍ତି ସହିତ ସମୃଦ୍ଧ ହୋଇପାରିବ ।
ମୂଳଲେଖା : ଡ. ଅମଳେନ୍ଦୁ ଶେଖର, ମିଡିଆ ପ୍ରଫେସନାଲ୍

Comments
Post a Comment