ମୋଜାମ୍ବିକରେ ଏକ ଉଚ୍ଚ ଭାଗର ଆର୍ଥିକ ପୁଞ୍ଡିନିବେଶ ଥିବା ଭାରତ ଏହାର ସଂପର୍କ ଏବଂ ସହଯୋଗକୁ ଅଧିକ ସୁଦୃଢ କରିବାକୁ ଯାଇ ଦୁଇ ଦେଶ ମଧ୍ୟରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୁଝାମଣା ସ୍ମାରକିପତ୍ର ସ୍ବାକ୍ଷରିତ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ତିନି ଦିନିଆ ଆଫ୍ରିକା ରାଷ୍ଟ୍ରର ଗସ୍ତ କାଳରେ ମୋଜାମ୍ବିକ ସହିତ ବେମାରିକ ବିଣିଜ୍ୟିକ ଜାହାଜର ଚଳପ୍ରଚଳ ଉପରେ ଅଗ୍ରୀମ ସୂଚନା ପ୍ରଦାନ ଏବଂ ଜଳବିଜ୍ଞାନ ଉପରେ ରାଜିନାମା ହୋଇଛି। ଶ୍ରୀ ସିଂହ ତାଙ୍କର ମୋଜାମ୍ବିକ ପ୍ରତିପକ୍ଷ ଅତନାସିଓତୁମୁକେଙ୍କ ସହିତ ଦ୍ବିପକ୍ଷୀୟ ଆଲୋଚନା କରି କହିଛନ୍ତି ଯେ ମୋଜାମ୍ବିକ ହେଉଛି ଆଫ୍ରିକାରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବଂଧୁ ଏବଂ ସହଯୋଗୀ। ଆଫ୍ରିକାରେ ଭାରତର 25 ଭାଗ ପୁଞ୍ଜିନିବେଶ କେବଳ ମୋଜାମ୍ବିକରେ ହୋଇଛି ଯାହାର ପରିମାଣ ପ୍ରାୟ 7 ବିଲିୟନ ଡଲାର ହେବ। 2017ରେ ମୋଜଡାମ୍ବିକାର ରପ୍ତାନି ଭାରତକୁ ସବୁଠୁ ଅଧିକ ଥିଲା ଯାହାକି ତାଙ୍କର ମୋଟ ରପ୍ତାନି ରାଜସ୍ବର 35 ଭାଗ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ଭାବରେ ରାଜନାଥଙ୍କର ପ୍ରଥମ ବିଦେଶ ଗସ୍ତ ମୋଜାମ୍ବିକକୁ ଥିଲା ଏବଂ ମୋଜାମ୍ବିକ ପାଇଁ କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରଥମ ଗସ୍ତ ମଧ୍ୟ ଥିଲା। ଗସ୍ତ ପରେ ଶ୍ରୀ ସିଂହ କହିଛନ୍ତି ଯେ ବର୍ତ୍ତମାନ ରହିଥିବା ଭାରତ ମୋଜାମ୍ବିକ ପ୍ରତିରକ୍ଷା ସଂପର୍କ ଏବଂ ଦ୍ବିପକ୍ଷୀୟ ସଂପର୍କ ଆହୁରି ଅଧିକ ମଜବୁତ ହୋଇଛି ଏବଂ ଭାରତ ମହାସାଗରୀୟ...