Skip to main content

ଏକ ଉଚ୍ଚ ଅଭିବୃଦ୍ଧି ହାସଲ ଦିଗରେ ଭାରତୀୟ ଅର୍ଥନୀତି ଅଗ୍ରସର

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF), ଏହାର ସର୍ବଶେଷ ବିଶ୍ଵ ଅର୍ଥନୈତିକ ଆଉଟଲୁକ ରିପୋର୍ଟରେ ଭାରତର GDP ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷରେ ଶତକଡା 7 ଭାଗ ଏବଂ ଆସନ୍ତା ଆର୍ଥିକ ବର୍ଷରେ ଶତକଡା 7.2 ଭାଗ ହାସଲ ହେବା ପୂର୍ବାନୁମାନ କରିଛି | ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ର ଆକଳନ 2019 ବର୍ଷର କେନ୍ଦ୍ର ବଜେଟ ପୂର୍ବରୁ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖିତ ଆକଳନରୁ ପ୍ରମାଣିତ ହୋଇଛି | ଏଥିରୁ ଏକ ସ୍ପଷ୍ଟ ସଙ୍କେତ ଆସୁଛି ଯେ ବିଶ୍ଵ ସ୍ତରୀୟ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ ରହିବ |

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାରର ଆକଳନ ଶତକଡା 7.3 ଭାଗରୁ ଶତକଡା 7 ଭାଗକୁ ହ୍ରାସ କରିଥିଲେ ସୁଦ୍ଧା ଚୀନ ସମେତ ବିଶ୍ଵର ବିଭିନ୍ନ ପ୍ରମୁଖ ରାଷ୍ଟ୍ର ଗୁଡିକର ଅର୍ଥନୀତିରେ ମାନ୍ଦାବସ୍ଥା, ଆନ୍ତର୍ଜାତୀୟ ସ୍ତରରେ ପୁଞ୍ଜିନିବେଶ ହ୍ରାସ ସମେତ ବିଭିନ୍ନ ଉତଥାନ ପତନ ମଧ୍ୟରେ ଭାରତର ଅର୍ଥନୀତିରେ ବିକାଶ ହେଉଥିବା ବିଷୟ ଏକ ଉଲ୍ଲେଖନୀୟ ସଙ୍କେତ | 

ଭାରତର ଅର୍ଥନୈତିକ ଅଭିବୃଦ୍ଧି ଗତ ପାଞ୍ଚ ବର୍ଷରେ ପ୍ରାୟ 7.5 ଭାଗରେ ରହିଛି ଯାହାକି ଭାରତକୁ ବିଶ୍ଵର ଏକ ଦ୍ରୁତତମ ଅର୍ଥନୈତିକ ବିକାଶ ହାସଲ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି | କ୍ରୟ କ୍ଷମତାରେ ସମତା ଥିବା ଆକଳନରେ ଭାରତ ବର୍ତ୍ତମାନ ବିଶ୍ଵ ଅର୍ଥନୀତିରେ ତୃତୀୟ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ହୋଇଛି | ଆମେରିକା ଏବଂ ଜର୍ମାନୀ ପରେ ଭାରତ ବର୍ତ୍ତମାନ ବିଶ୍ଵ ଅର୍ଥନୀତିରେ ତୃତୀୟ ସର୍ବବୃହତ ଅର୍ଥନୈତିକ ରାଷ୍ଟ୍ର ହୋଇପାରିଛି | ବିଗତ କିଛି ବର୍ଷରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଅନେକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି | ସାମଗ୍ରୀ ଏବଂ ସେବା କର (GST), ଅସ୍ବଚ୍ଛଳତା ଏବଂ ଦେବାଳିଆ ଆଇନ (IBC) ଭଳି ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି | ଟିକସ ଆଦାୟ କ୍ଷେତ୍ରରେ GST ଲାଗୁ ପଦକ୍ଷେପ ଅଧିକାଂଶରେ ପ୍ରଶଂସନୀୟ ଥିବାବେଳେ, ଅସ୍ବଚ୍ଛଳତା ଏବଂ ଦେବାଳିଆ ଆଇନ (IBC) ଲାଗୁ କରାଯାଇ ବ୍ୟବସାୟ ପ୍ରକ୍ରିୟାରେ ସଂସ୍କାର ଅଣାଯାଇ ଏହାକୁ ଆହୁରି ସୁଗମ କରାଯାଇପାରିଛି | ବ୍ୟବସାୟକୁ ସୁଗମ କରିବା, ସୀମାପାର ବ୍ୟବସାୟ ପ୍ରକ୍ରିୟା ଇତ୍ୟାଦି କ୍ଷେତ୍ରରେ ଭାରତର ସଂସ୍କାରମୂଳକ ପଦକ୍ଷେପ ଗୁଡିକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ସମେତ ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଙ୍ଗଠନ ଗୁଡିକ ପ୍ରଶଂସା କରିଛନ୍ତି |

ବ୍ୟବସାୟକୁ ସୁଗମ କରିବା କିମ୍ବା ଇଜ ଅଫ ଡୁଇଙ୍ଗ ବିଜନେସ ତଥା ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ସକାଶେ ଆହୁରି ଅଧିକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଭାରତ ଦୃଢ ପ୍ରତିଶ୍ରୁତିବଦ୍ଧ ରହିଛି | 2018-19 ଆର୍ଥକା ବର୍ଷରେ ଭାରତର ପ୍ରତ୍ଯେକ୍ଷ ବିଦେଶୀ ପୁଞ୍ଜିନିବେଶ (FDI) ପରିମାଣ 64 ବିଲିୟନ ଆମେରିକୀୟ ଡଲାର ରହିଥିଲା ଯାହାକି ଅତି ବଳିଷ୍ଠ ପରିମାଣ କୁହାଯାଇଛି ଏବଂ ଏହା ପୂର୍ବ ବର୍ଷ ଅପେକ୍ଷା ଶତକଡା 6 ଭାଗ ଅଧିକ ରହିଥିଲା | ବାଣିଜ୍ୟ ଭିତ୍ତିକ ପୁଞ୍ଜିନିବେଶ ପରିମାଣ ବାର୍ଷିକ ସ୍ତରରେ ପ୍ରାୟ 300 ବିଲିୟନ ଆମେରିକୀୟ ଡଲାର ହାସଲ କରିବାକୁ ସରକାର ବିମାନଚଳାଚଳ ଏବଂ ବୀମା କ୍ଷେତ୍ରରେ ମଧ୍ୟ ବିଦେଶୀ ପୁଞ୍ଜିନିବେଶ (FDI) ବ୍ୟବସ୍ଥା ଆରମ୍ଭ କରିଛନ୍ତି | ଏଥି ସକାଶେ ବଜାରରେ କମ୍ପାନୀ ବଣ୍ଡ ଆକର୍ଷଣ କରିବା ଉପରେ ମଧ୍ୟ ଗୁରୁତ୍ତ୍ଵ ଦିଆଯାଇଛି | 2024 ମସିହା ସୁଦ୍ଧା ଭାରତ 5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷ୍ୟ ପୂରଣ କରିବାରେ ଭାରତ ଦୃଢ ମନସ୍ଥ କରିଛି | “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ସରକାର ଅନେକ ଯୋଜନା ଗୁଡିକର ଶୁଭାରମ୍ଭ କରିଛନ୍ତି | ଆନ୍ତର୍ଜାତୀୟ କମ୍ପାନୀ ଗୁଡିକୁ ସ୍ବଚ୍ଛ ନିଲାମୀ ପ୍ରକ୍ରିୟାରେ ସାମିଲ କରାଯାଇଛି | 

ଏକ ଉଚ୍ଚ ଅଭିବୃଦ୍ଧି ହାସଲ ବଜାୟ ରଖିବା ସହ, ମୁଦ୍ରାସ୍ଫୀତି ହାରକୁ ଶତକଡା 4 ଭାଗ ଭିତରେ ରଖି ଏବଂ ବାଣିଜ୍ୟ ନିଅଣ୍ଟ GDP ଅନୁପାତକୁ ସଠିକ ପରିଚାଳିତ କରି ଭାରତ, ବୃହତ୍ତର ଅର୍ଥନୀତିରେ ସ୍ଥିରତା ସୁନିଶ୍ଚିତ କରିପାରିଛି | ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ପ୍ରଶଂସନୀୟ ହେଲେ ସୁଦ୍ଧା ଭାରତ ଏହାର ଲକ୍ଷ୍ୟ ହାସଲ ଜାରି ରଖିଛି | ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶ ହାସଲରେ ସଫଳ ହୋଇପାରିଛି | ନିୟମ ଗୁଡିକରେ କୋହଳତା ଅବଲମ୍ବନ, ଆର୍ଥିକ ଦୃଢୀକରଣ, ବ୍ୟାଙ୍କିଙ୍ଗ ଏବଂ ଶ୍ରମ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଏବଂ ସରକାରୀ ଋଣ ହ୍ରାସ ଇତ୍ୟାଦି ପଦକ୍ଷେପ ଅର୍ଥନୀତିରେ ବିକାଶ ହାସଲ କରାଇବା ସମେତ ଆସନ୍ତା ବର୍ଷ ଗୁଡିକରେ ଭାରତକୁ ବିଶ୍ଵ ସ୍ତରରେ ଏକ ପ୍ରମୁଖ ଅର୍ଥନୈତିକ ବିକାଶ ରାଷ୍ଟ୍ରରେ ପ୍ରତିଷ୍ଠିତ କରାଇବ | 



ମୂଳ ଲେଖା : ସତ୍ୟଜିତ ମହାନ୍ତି, IRS 
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...