Skip to main content

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି



ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି |

ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା |

ନେପାଳ ଏହାର ନାଗରିକତା ଆଇନରେ ସଂଶୋଧନ କରୁଛି ବୋଲି ଖବର ପ୍ରକାଶ ପାଇବା ପରେ ପରିସ୍ଥିତି ଆହୁରି ବିଗିଡିବାର ଆଶଙ୍କା କରାଯାଉଛି | ନେପାଳର ବର୍ତ୍ତମାନର ଆଇନ ଅନୁଯାୟୀ ନେପାଳ ନାଗରିକଙ୍କୁ ବିବାହ କରୁଥିବା ବିଦେଶୀ ମହିଳା ମାନେ ବିବାହ ପରେ ତୁରନ୍ତ ନେପାଳର ନାଗରିକତ୍ଵ ହାସଲ ଲାଗି ପ୍ରକ୍ରିୟା ଆରମ୍ଭ କରିପାରନ୍ତି | ଏହା ଭାରତର ସୀମା ଇଲାକାରେ ରହୁଥିବା ଲୋକଙ୍କୁ ଫାଇଦା ପହଞ୍ଚାଇଥାଏ କାରଣ ସେଠାରେ ସୀମାପାର ପାରିବାରିକ ସମ୍ପର୍କ ଏକ ସାଧାରଣ କଥା ଅଟେ | ଏହିଭଳି ବିବାହ ହେଉଛି “ରୋଟି-ବେଟୀ” ସମ୍ପର୍କର ମୂଳଆଧାର ଯାହାକି ଭାରତ-ନେପାଳର ନିବିଡ ସମ୍ପର୍କକୁ ପ୍ରତିପାଦିତ କରିଥାଏ |ହେଲେ ସଂଶୋଧିତ ଆଇନ ଏଥିପାଇଁ ଏକ ସାତବର୍ଷର ଅବଧି ପ୍ରଦାନ କରିବ ଯାହାପରେ ଯାଇଁ ବିଦେଶୀ ମହିଳା ମାନେ ନେପାଳୀ ନାଗରିକତ୍ଵ ହାସଲ ଲାଗି ପ୍ରକ୍ରିୟା ଆରମ୍ଭ କରିପାରିବେ | ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟିର ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ରହିଥିବାରୁ ଏହି ସଂଶୋଧିତ ଆଇନ ପାର୍ଲିଆମେଣ୍ଟରେ ପାରିତ ହୋଇଯିବାର ଆଶା କରାଯାଉଛି |

ଯେକୌଣସି ପରିପ୍ରେକ୍ଷୀରେ ଦେଖାଯାଉନା କାହିଁକି ଏଭଳି ନିଷ୍ପତ୍ତି ଭାରତ ଓ ନେପାଳର ଲୋକଙ୍କ ମଧ୍ୟରେ ତଥା ପରିବାର ସ୍ତରରେ ଥିବା ଦୃଢ ସମ୍ପର୍କକୁ ଦୁର୍ବଳ କରିଦେବ | ନେପାଳର ଦକ୍ଷିଣ ଭାଗ ମାଧେସର ଲୋକମାନଙ୍କୁ ଏହି ନୂଆଁ ଆଇନ ଅଧିକ ପ୍ରଭାବିତ କରିବ ଓ ଏହା ବିରୁଦ୍ଧରେ ପ୍ରତିବାଦର ସ୍ଵର ଉଠିସାରିଛି | ସୂଚନାଯୋଗ୍ୟ ଯେ ଏହି ଆଇନ ଲିଙ୍ଗ ନିରପେକ୍ଷ ନୁହେଁ ଯେତେବେଳେକି ନେପାଳର 2015ର ନୂତନ ସମ୍ବିଧାନରେ ଲିଙ୍ଗ ସମାନତା ନିଶ୍ଚିତ କରିବା ଏକ ମୁଖ୍ୟ ସିଦ୍ଧାନ୍ତ ଅଟେ |

ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଭୂଖଣ୍ଡ ଓ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କର ଯଥେଷ୍ଟ ମହତ୍ଵ ରହିଛି ହେଲେ ନେପାଳ, ଭାରତକୁ ସର୍ବଦା ଏକ ‘ମିତ୍ର ରାଷ୍ଟ୍ର’ ଭାବେ ବ୍ୟାଖ୍ୟା କରିଆସୁଥିବା ବେଳେ ସମ୍ପ୍ରତ୍ତି ଏହି ଦୁଇ କ୍ଷେତ୍ର ଉପରେ ନିଆଯାଇଥିବା ନିଷ୍ପତ୍ତି ଠିକ ଏହାର ବିପରୀତ ଅଟେ | ବନ୍ଧୁତ୍ବଭାବ ଲାଗି ଏପରି କାର୍ଯ୍ୟକଳାପ ସଠିକ ରୂପେ ପ୍ରତିଫଳିତ ହୁଏନାହିଁ | ନେପାଳରେ କୋଭିଡ-19 ମହାମାରୀ କାୟା ବିସ୍ତାର କରିଚାଲିଥିବା ଯୋଗୁଁ ଦେଶ ଏକ ବଡ ଚାଲେଞ୍ଜର ସମ୍ମୁଖୀନ ହେଉଛି | ଏଥିଯୋଗୁଁ ଗୋଟିଏ ପଟେ ଔଷଧପତ୍ରର ଅଭାବ ଦେଖାଯାଉଥିବା ସହ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି ଏବଂ ବିଦେଶରୁ ନେପାଳୀ କର୍ମଚାରୀ ମାନେ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଅନ୍ୟପଟେ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଅର୍ଥନୈତିକ ପ୍ରଭାବରୁ ମୁକୁଳିବା ଲାଗି ବହୁ ବର୍ଷ ଲାଗିପାରେ |

ସରକାରଙ୍କ ଦ୍ଵାରା କୋଭିଡ-19 ଉପରେ ଉତ୍ତରଦାୟିତ୍ୱତା ଲୋଡିବା ସହ ଉତ୍ତମ ଶାସନ ଦାବି କରି ଦେଶବ୍ୟାପୀ ଯୁବକ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଦେଶରେ ମଧ୍ୟ ବିଶୃଙ୍ଖଳା ଦେଖାଦେଇଛି | ଏହିସବୁ କାର୍ଯ୍ୟକଳାପ ଯୋଗୁଁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ଅଡୁଆରେ ପଡିଯାଇଛି ଏବଂ ଏପରି ସମୟରେ ଭାରତ ବିରୋଧୀ ଜାତୀୟତାବାଦର ଏକ ପଦକ୍ଷେପ ନେପାଳ ପାଇଁ ଆଦୌ ମଙ୍ଗଳକାରୀ ନୁହେଁ | ପ୍ରକୃତରେ ଦୁଇ ଦେଶ ମଧ୍ୟରେ ଥିବା ସ୍ଵତନ୍ତ୍ର ସମ୍ପର୍କ ନେପାଳୀ ନାଗରିକ ମାନଙ୍କୁ ନିର୍ବାଧାରେ ଭାରତରେ ରହିବାକୁ ଓ କାର୍ଯ୍ୟ କରିବାକୁ ଅନୁମତି ଦେଇଥାଏ ଏବଂ ନେପାଳର ଭୌଗଳିକ ସ୍ଥିତି ଏଥିପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ |

ଏଠାରେ ସ୍ମରଣ କରିଦିଆଯାଇପାରେ ଯେ କୋଭିଡ 19 ଲକଡାଉନ ସମୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପ୍ରଭାବିତ ହୋଇନଥିଲା ଏବଂ ଭାରତ ନେପାଳକୁ ଗୁରୁତ୍ୱପୂର୍ଣ୍ଣ ଔଷଧପତ୍ର ଓ ପରୀକ୍ଷଣ ଉପକରଣ ଯୋଗାଉଥିଲା | ଏଥିସହିତ ପଶୁପତିନାଥ ମନ୍ଦିର ପରିସରରେ ଅତିରିକ୍ତ ପରିମଳ ବ୍ୟବସ୍ଥା ନିର୍ମାଣ ଲାଗି ଅର୍ଥ ପ୍ରଦାନ ପାଇଁ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି | ଆହୁରି ମଧ୍ୟ ନେପାଳରେ ଜଳ ବିଦ୍ୟୁତ ପ୍ରକଳ୍ପର ମିଳିତ ବିକାଶ ଲାଗି ଭାରତର ନେସନାଲ ହାଇଡେଲ ପାୱାର କର୍ପୋରେସନ (ଏନଏଚପିସି) ଏବଂ ନେପାଳର ଜଳ ବିଦ୍ୟୁତ ନିବେଶ ଓ ବିକାଶ କର୍ପୋରେସନ ଲିମିଟେଡ ମଧ୍ୟରେ ଆଉ ଏକ ଏମଓଇଉ ସ୍ୱାକ୍ଷରିତ ହୋଇଛି |

ଦୀର୍ଘଦିନର ସାଂସ୍କୃତିକ ସମ୍ପର୍କ ବଜାୟ ରଖିବା ସହ ପର୍ଯ୍ୟଟନ, ନିବେଶ, ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ଓ ଉଭୟ ପକ୍ଷର ଲୋକମାନଙ୍କ ହିତସାଧନ ଲାଗି ନିକଟ ଭବିଷ୍ୟତରେ ସବୁମନ୍ତେ ପ୍ରୟାସ କରିବା ଉଚିତ | ଭାରତ-ନେପାଳ ସମ୍ପର୍କ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ନେପାଳରେ ରାଜନୀତିରୁ ଊର୍ଦ୍ଧ୍ଵକୁ ଉଠି ଏହି ସମ୍ପର୍କକୁ ଆହୁରି ନିବିଡ କରିବା ଦିଗରେ ଆଗେଇବା ଉଚିତ |

ମୂଳ ଲେଖା : ମଞ୍ଜିଭ ସିଂ ପୁରୀ, ନେପାଳରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...