Skip to main content

Posts

Showing posts from February, 2020

ଭାରତ-ପ୍ରଶାନ୍ତ ପରିପ୍ରେକ୍ଷୀରେ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କରେ ଅଗ୍ରଗତି ସହ 2020 ବର୍ଷର ଅୟମାରମ୍ଭ ହୋଇଛି | ଗତମାସରେ ନ୍ୟୁଜିଲାଣ୍ଡର ଅପ୍ରବାସୀ  ମନ୍ତ୍ରୀ ଇୟାନ ଲିସ-ଗାଲୋୱେ ମୁମ୍ବାଇ ଗସ୍ତରେ ଆସିଥିବା ବେଳେ ଫେବୃୟାରିରେ ଦେଶର ଉପ-ପ୍ରଧାନମନ୍ତ୍ରୀ ତଥା  ବୈଦେଶିକ ମନ୍ତ୍ରୀ ୱିନଷ୍ଟିନ ପିଟର୍ସ ଏବଂ ବାଣିଜ୍ୟ ମନ୍ତ୍ରୀ ଡେଭିଡ ପାର୍କରଙ୍କ ସହ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଦ୍ଵାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ହୋଇଥିଲା | ଏହି ଗସ୍ତ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଆହୁରି ମଜବୁତ ହେବ  ବୋଲି ଆଶା କରାଯାଉଛି |  ଐତିହାସିକ ଦୃଷ୍ଟିରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବ୍ରିଟିଶ ଉପନିବେଶ ଶାସନ, ସଂସଦୀୟ ପ୍ରଣାଳୀ ଶାସନର ବିକାଶ   ଏବଂ ରାଷ୍ଟ୍ରଗୋଷ୍ଠୀ ମାଧ୍ୟମରେ ସହଭାଗିତା ଭଳି ଅନେକ ସାମଞ୍ଜସ୍ୟତା ରହିଛି | ଏହା ବ୍ୟତୀତ ଦୁଇ ଦେଶ ଦ୍ଵିପାକ୍ଷିକ ଓ ଭାରତ-ପ୍ରଶାନ୍ତ ମହାସାଗରରେ ବିସ୍ତୃତ ଭାବରେ  ସେମାନଙ୍କ ଆପୋଷ ହିତସାଧନକାରୀ ତଥା ଏକାଭିମୁଖତା କ୍ଷେତ୍ରରେ ବୁଝାମଣା ଲାଗି ଇଚ୍ଛା ଜାହିର କରିଛନ୍ତି | ଏହି ପରିପ୍ରେକ୍ଷୀରେ ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ “ଭାରତ 2025- ସମ୍ପର୍କରେ ବିନିଯୋଗ” ଶୀର୍ଷକ ଏକ ନୁତନ ରଣନୀତିକ ଦସ୍ତାବିଜ ଜାରି କରିଛନ୍ତି ଯାହାକି କେତୋଟି ନିର୍ଦ୍ଦିଷ୍ଟ କ୍ଷେତ୍ର ସହ ସମ୍ପର୍କକୁ  ଆହୁରି ଆଗକୁ ବଢାଇବ |  ...

ଚତୁର୍ଥ ପଶ୍ଚିମ ଏସିଆ ସମ୍ମିଳନୀ

ପ୍ରତିରକ୍ଷା ଗବେଷଣା ନିମନ୍ତେ ମନୋହର ପାରିକର ପ୍ରତିଷ୍ଠାନ ଏବଂ ଆନାଲିସିସ ଦ୍ୱାରା ଆୟୋଜିତ ଚତୁର୍ଥ ପଶ୍ଚିମ ଏସିଆ ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟ ଥିଲା ପଶ୍ଚିମ ଏସିଆରେ ଦଶ ବର୍ଷର ରାଜନୈତିକ ଏବଂ ଅର୍ଥନୈତିକ ପରିବର୍ତ୍ତନ, ଚ୍ୟାଲେଞ୍ଜ, ଶିକ୍ଷା ଏବଂ ଭବିଷ୍ୟତ। ଏହି ସମ୍ମିଳନୀରେ ଦେଶ ଏବଂ ବିଦେଶରୁ ବହୁ ପ୍ରତିନିଧି ଯୋଗଦେଇଥିଲେ। ଲେବାନନର ପୂର୍ବତନ ପ୍ରଧାନମନ୍ତ୍ରୀ ଫୌଆଦ ସିନିଓରା ଏବଂ ଇଜିପ୍ଟର ପୂର୍ବତନ ବୈଦେଶିକ ମନ୍ତ୍ରୀ ନବୀଲ ଫାମି ଯୋଗ ଦେଇଥିଲେ। ଦୁଇ ଦିନିଆ ଏହି ସମ୍ମିଳନୀରେ 6ଟି ଅଧିବେଶନ ହୋଇଥିଲା। ଭାରତର ସଡକ ପରିବହନ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ବିଜୟ କୁମାର ସିଂହ(ସେବାନିବୃତ୍ତ) ଏଥିରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ଆୟୋଜକ ସଂସ୍ଥା ମନୋହର ପାରିକର ପ୍ରତିରକ୍ଷା ଗବେଶଣା ପ୍ରତିଷ୍ଠାନର ମହାନିର୍ଦେଶକ ଆଞ୍ଚଳିକ ପୃଷ୍ଠଭୂମିରେ ଭାରତର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କଙିଥିଲେ ଭାରତ ବିଭିନ୍ନ ଦେଶ ସହିତ ସଂପର୍କ ମଜବୁତ କରିବା ସହିତ ନିରାପତ୍ତା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଉପରେ ଏହି ସବୁ ଦେଶ ସହିତ ଭାଗିଦାରୀ ସଂପର୍କ ସୁଦୃଢ କରିଛି। ବିଭିନ୍ନ ଦେଶରେ ଦେଖାଦେଇଥିବା ସମସ୍ୟା ଉପରେ ଏହି ସମ୍ମିଳନୀରେ ଆଲୋକପାତ କରାଯାଇଥିଲା। ଆରବରେ ଗତ ଦଶନ୍ଧି ଧରି ଯେପରି ଅଚଳାବସ୍ଥା ଦେଖା ଦେଇଛି ଏବଂ ଏବେ ସେଠାରେ ଯେପରି ଗଣତାନ୍ତ୍ରୀକ ପ୍ରକ୍ରିୟା ପାଇଁ ସ୍ୱର ...

ଭାରତ-ଆମେରିକା ବ୍ୟାପକ ବୈଶ୍ଵିକ ରଣନୀତିକ ଭାଗିଦାରୀତା

ସାର୍ବଭୌମ ଓ ବଳିଷ୍ଠ ଗଣତନ୍ତ୍ରର ନେତା ଭାବେ ସ୍ଵାଧୀନତାର ମହତ୍ଵକୁ ମାନ୍ୟତା ଦେବା, ସବୁ ନାଗରିକଙ୍କ ପ୍ରତି ସମାନ ଆଚରଣ, ମାନବାଧିକାର ଓ ନିୟମ ଆଧାରିତ ଶାସନ ଲାଗି ପ୍ରତିବଦ୍ଧତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ-ଆମେରିକା ବ୍ୟାପକ ବୈଶ୍ଵିକ ରଣନୀତିକ ଭାଗୀଦାରୀତାକୁ ଆହୁରି ମଜଭୁତ କରିବା ଲାଗି ସହମତ ପ୍ରକାଶ କରିଛନ୍ତି | ଦୁଇ ଦେଶର ନାଗରିକ ମାନଙ୍କ ମଧ୍ୟରେ ଆପୋଷ ବିଶ୍ଵାସ ତଥା ସଦଭାବନାର ଆଦାନ ପ୍ରଦାନ କରି ଏହି ସହଭାଗିତାକୁ ଦୃଢୀଭୂତ କରିବା ଲାଗି ଦୁଇ ନେତା ଅଙ୍ଗୀକାରବଦ୍ଧ ହୋଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସାମୁଦ୍ରିକ ଓ ମହାକାଶ ସଙ୍କ୍ରାନ୍ତୀୟ ସୂଚନା ଆଦାନ ପ୍ରଦାନ ଜରିଆରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ବୃଦ୍ଧି କରିବା ସହ ସୈନ୍ୟ ଆଦାନ ପ୍ରଦାନ, ସବୁ ସେବା ତଥା ସ୍ଵତନ୍ତ୍ର ବାହିନୀ ମଧ୍ୟରେ ସମରାଭ୍ୟାସ ଓ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ଆଦି କ୍ଷେତ୍ରରେ ସହଯୋଗ ତ୍ୱରାନ୍ୱିତ କରିବା ଲାଗି ଏକମତ ହୋଇଛନ୍ତି | ଏଥିସହିତ ପ୍ରତିରକ୍ଷା ଉଦ୍ୟୋଗ ମଧ୍ୟରେ ସହଭାଗିତା ସ୍ଥାପନ ଓ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣର ସହ ଉତ୍ପାଦନ ଲାଗି ମଧ୍ୟ ଦୁଇ ନେତା ରାଜି ହୋଇଛନ୍ତି | ଦୁଇ ନେତା ମୌଳିକ ବିନିମୟ ଓ ସହଯୋଗ ରାଜିନାମା ସମେତ ପ୍ରତିରକ୍ଷା ସହଯୋଗ ସ୍ଥାପନ ଲାଗି ତତ୍ପରତା ପ୍ରକଟ କରିଛନ୍ତି | ...

ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ଦ୍ଵିପକ୍ଷୀୟ ରଣନୀତିକ ଭାଗୀଦାରୀତା ଆହୁରି ମଜବୁତ ହେବ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତରେ ଛତିଶ ଘଣ୍ଟାର ସରକାରୀ ଗସ୍ତ ସମାରୋହ ପୂର୍ଣ୍ଣ ଓ ଅତ୍ୟନ୍ତ ଫଳପ୍ରଦ ହୋଇଛି | ଭାରତ ଗସ୍ତ କରିବାରେ ସେ ହେଉଛନ୍ତି ସପ୍ତମ ଆମେରିକୀୟ ରାଷ୍ଟ୍ରପତି | ଗତ ଦୁଇ ଦଶନ୍ଧିରେ ସମସ୍ତ ଚାରି ଜଣ ଯାକ ରାଷ୍ଟ୍ରପତି ଭାରତ ଗସ୍ତ କରିଥିଲେ ଯେଉଁଥିରୁ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ କେତେଯେ ନିବିଡ ରହିଛି ତାହା ସ୍ପଷ୍ଟ ଅନୁମେୟ ହେଉଛି | ରାଷ୍ଟ୍ରପତିଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ଫ, ଝିଅ ଇଭାଙ୍କା ଓ ଜୋଇଁ ଜେରେଡ କୁଶନର ତଥା ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ | ରାଷ୍ଟ୍ରପତି ଟ୍ରମ୍ଫଙ୍କୁ ଅହମଦାବାଦରେ ଏକ ବିଶାଳ ଜନସମାଗମରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ସାବରମତି ଆଶ୍ରମ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦର ମୋଟେରା ଷ୍ଟାଡିୟମ ଠାରେ ଆୟୋଜିତ ନମସ୍ତେ ଟ୍ରମ୍ଫ କାର୍ଯ୍ୟକ୍ରମରେ ପ୍ରାୟ 1 ଲକ୍ଷ 25 ହଜାର ଜଣ ଉପସ୍ଥିତ ଥିବା ଏକ ଜନସମୁଦ୍ରରେ ଉଦବୋଧନ ଦେଇଥିଲେ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ପାଞ୍ଚ ମାସ ପୂର୍ବେ ରାଷ୍ଟ୍ରପତି ଟ୍ରମ୍ଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଷ୍ଟନରେ ଆୟୋଜିତ ହାଉଡି ମୋଦୀ କାର୍ଯ୍ୟକ୍ରମରେ ଭାରତୀୟ ଆମେରିକୀୟ ସମୁଦାୟର ଏକ ବିଶାଳ ସଭାରେ ସମ୍ବୋଧନ କରିଥିଲେ | ରାଷ୍ଟ୍ରପତି ଟ୍ରମ୍ଫ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ...

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦ ପହଞ୍ଚି ଭାରତରେ ତାଙ୍କ ଗସ୍ତର ଶୁଭାରମ୍ଭ କଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଲେ | ଦୁଇ ନେତାଙ୍କ ମଧ୍ୟରେ ସଂପର୍କ ବିଶ୍ଵ ପରିଚିତ | ଗୁଜରାଟ ହେଉଛି ମହାତ୍ମା ଗାନ୍ଧୀଙ୍କ ଭୂମି ଏଣୁ ରାଷ୍ଟ୍ରପତି ସେଠାରେ ସାବରମତୀ ଆଶ୍ରମ ଯିବା ଏକ ଗୁରୁତ୍ଵପୂର୍ଣ୍ଣ ଦିଗକୁ ଇଙ୍ଗିତ କରୁଛି | ଏକ ଲକ୍ଷରୁ ଅଧିକ ଜନସମୁଦ୍ର ମଧ୍ୟରେ ଅହମଦାବାଦର ମୋଟରା ଷ୍ଟାଡିୟମରେ ଟ୍ରମ୍ପଙ୍କର ଯେପରି ସ୍ଵାଗତ କରାଗଲା ତାହା ଅବିସ୍ମରିଣୀୟ | ତାଙ୍କ ଦ୍ଵାରା ବିଶ୍ଵର ସବୁଠୁ ବଡ ଏହି ଷ୍ଟାଡିୟମର ଉଦଘାଟନ ମଧ୍ୟ ହେଲା | ତାଙ୍କ ସ୍ଵାଗତରେ ଭାରତର ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ହେଲା | ରାଷ୍ଟ୍ରପତି ଟ୍ରମ୍ପ ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତି ଦ୍ଵାରା ପ୍ରଭାବିତ ହେଲେ | ରାଷ୍ଟ୍ରପତି ଟ୍ରମ୍ପ ମୋଟରା ଷ୍ଟାଡିୟମରେ ଦେଇଥିବା ଭାଷଣରେ ଦାରିଦ୍ର ଉନ୍ମୁଳନ, ଆର୍ଥିକ ବିକାଶ, ବିଜ୍ଞାନ ଏବଂ ଜ୍ଞାନକୌଶଳର ବିକାଶ ତଥା ଅନ୍ୟ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାକୁ ସେ ପ୍ରଶଂସା କଲେ | ସେ କହିଲେ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥ ବ୍ୟବସ୍ଥାବାଲା ଦେଶ ଏବଂ ବର୍ତ୍ତମାନ ଭାରତ ଜିଡିପି କ୍ଷେତ୍ରରେ ବ୍ରିଟେନକୁ ମଧ୍ୟ ପଛରେ ପକାଇ ଦେଇଛି | ଆମେରିକାରେ ଥିବା ପ୍ରାୟ 40 ଲକ୍ଷ ମୂଳ ଭାରତୀୟଙ୍କ ଯୋଗଦାନକୁ ଟ୍ରମ୍ପ ପ୍ରଶଂସା କଲେ| ଏହା ବ୍ୟତିତ ରାଷ୍ଟ୍ରପତି ଟ୍ରମ୍ପ ଭାର...

ଏଫଏଟିଏଫ ଦ୍ୱାରା ଇରାନ କଳା ତାଲିକା ଭୁକ୍ତ କିନ୍ତୁ ପାକିସ୍ତାନ

ବିଶ୍ୱକୁ ସନ୍ତ୍ରାସବାଦ ମୁକ୍ତ କରିବା ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣକୁ ରୋକିବା ଦିଗରେ ଆନ୍ତର୍ଜାତୀୟ ଆନ୍ତଃ ସରକାରୀ ନିରୀକ୍ଷକ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ (ଏଫଏଟିଏଫ) ଗତ ଶୁକ୍ରବାର ଦିନ ଇରାନ ରହିଥିବା କଳା ତାଲିକା ଭୁକ୍ତକୁ ଜାରି ରଖିଛି। କିନ୍ତୁ ପାକିସ୍ତାନକୁ ଏହା ତଳକୁ ଧୂସର ତାଲିକାରେ ରଖିଛି। ପ୍ୟାରିସରେ ଥିବା ଏଫଏଟିଏଫ ହେଉଛି 40ଟି ସଦସ୍ୟ ରାଷ୍ଟ୍ରଙ୍କ ସଂଗଠନ ଯିଏକି ଅର୍ଥ ହେରଫେର ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ କ୍ରିୟା ଉପରେ ନଜର ରଖିଥାଏ ଏବଂ ରିପୋର୍ଟ ଆଧାରରେ ଦେଶମାନଙ୍କୁ ଦୁଇଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥାଏ । ଗୋଟିଏ କଳା ଏବଂ ଅନ୍ୟଟି ଧୂସର ଏହା ନିର୍ଭର କରେ ଯେ ଅର୍ଥ ହେରଫେର ଏବଂ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣ କ୍ଷେତ୍ରରେ ସେମାନଙ୍କର ଭୂମିକା କଣ ରହିଛି। ଧୂସର ତାଲିକାଭୁକ୍ତ ଦେଶ ଏ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବାକୁ ନିର୍ଦେଶ ରହିଥାଏ ଯଦି ଏହା ନହୁଏ ତେବେ ତାକୁ କଳା ତାଲିକାଭୁକ୍ତ କରାଯାଏ। ସଂଯୋଗବଶତଃ ଯେଉଁ ଦିନ ଇରାନରେ ସଂସଦୀୟ ନିର୍ବାଚନର ଫଳ ଘୋଷଣା ହେଲା ସେହି ଦିନ ଏହାକୁ କଳା ତାଲିକାଭୁକ୍ତ ଘୋଷଣା କରାଗଲା। ଇରାନ ଏବଂ ଆମେରିକା ମଧ୍ୟରେ ରହିଥିବା ଉତ୍ତେଜନା ମଧ୍ୟରେ ସେଠାରେ ନିର୍ବାଚନ ହୋଇଥିଲା। ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବା ସହିତ ପରମାଣୁ ରାଜିନାମାରୁ ନିଜକୁ ଦୂରେଇ ନେଇଛି ଫଳରେ ଇରାନରେ ଏବେ ଆର୍ଥିକ ସଂକଟ ଦ...

ଧୂସର କଳା ନୁହେଁ : ଏଫଏଟିଏଫ ପାକିସ୍ତାନକୁ ଦେଲା ଆଉ ଏକ ସୁଯୋଗ

ଗତ ରବିବାର ଦିନ ପ୍ୟାରିସରେ ଅନୁଷ୍ଠିତ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ(ଏଫଏଟିଏଫ) ସମ୍ମିଳନୀରେ ଆଶା କରାଯାଉଥିଲା ପାକିସ୍ତାନ ଏହାର ଧୂସର ତାଲିକାରୁ ମୁକୁଳି ଯିବ | ଏହି ସମ୍ମିଳନୀରେ 205ଟି ଦେଶର ପ୍ରାୟ 800 ପ୍ରତିନିଧି ଯୋଗ ଦେଇଥିଲେ | ସନ୍ତ୍ରାସବାଦ ପାଇଁ ପାଣ୍ଠି ସଂଗ୍ରହ କରିବା ଏବଂ ଅର୍ଥ ହେରଫେର ମାମଲାକୁ ନେଇ ପାକିସ୍ତାନ ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ କରିଛି ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା | ପାକିସ୍ତାନ 2018ରୁ ଧୂସର ତାଲିକାରେ ରହିଛି | 2020 ଫେବୃୟାରୀ 19 ତାରିଖରେ ଗଣମାଧ୍ୟମ ଖବର ଦେବାକୁ ଲାଗିଲା ଯେ ପାକିସ୍ତାନ ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଧୂସର ତାଲିକାରେ ରହିବ ଆନ୍ତର୍ଜାତୀୟ ସହଯୋଗ ସମୀକ୍ଷା ଗୃପ ଯିଏକି ପାକିସ୍ତାନ ଦ୍ଵାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରୁଥିଲା | ତାହା ଫେବୃୟାରୀ 17ରେ ଏହି ନିଷ୍କର୍ଷରେ ପହଋ୍ଚିଲା ଯେ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଉଥିବା ମାମଲାରେ ପାକିସ୍ତାନ ଏହାର ଅବସାନ ପାଇଁ ଯଥେଷ୍ଟ ଭାବରେ କିଛି କରିନାହିଁ | ମୁମ୍ଵାଇ ସନ୍ତ୍ରାସବାଦି ଆକ୍ରମଣର ମୁଖ୍ୟ ଷଢଯନ୍ତ୍ରକାରୀ ଲସ୍କରେ ତୈବାର ମୁଖ୍ୟ ହାଫିଜ ସୟିଦକୁ ଦଣ୍ତାଦେଶ ଦେଇଥିବା ଉପରେ ପାକିସ୍ତାନ ବିଶ୍ଵ ସମୁଦାୟକୁ ବୁଝାଇବାକୁ ଚେଷ୍ଟା କରିବା ସତ୍ତ୍ଵେ ମହା ହୋଇଥିଲା ବିଶ୍ଵ ସମୁଦାୟ ହୃଦୟଙ୍ଗମ କରିଥିଲା ଯେ ପାକିସ୍ତାନ 40ଟି ଅଭିଯୋଗ ମଧ୍ୟରୁ...

ଆଫଗାନିସ୍ତାନ ରାଷ୍ଟ୍ରପତି ନିର୍ବାଚନରେ ଅଶରଫ ଘନିଙ୍କ ବିଜୟଲାଭ

ଆଫଗାନିସ୍ତାନରେ 2019 ସେପ୍ଟେମ୍ବର 28 ତାରିଖରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଦୀର୍ଘ ପାଞ୍ଚ ମାସ ବିଳମ୍ବରେ ଗତ 18 ତାରିଖରେ ଘୋଷଣା କରାଯାଇଛି | ଏହି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଆଶରଫ ଘନି ବିଜୟୀ ଘୋଷିତ ହୋଇଛନ୍ତି। ହେଲେ ତାଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦୀ ଡଃ ଅବଦୁଲ୍ଲା ଅବଦୁଲ୍ଲା ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିଦେଇଛନ୍ତି ଏବଂ ନିର୍ବାଚନ କମିଶନ ଅନିୟମିତତା କରିଥିବା କଥା ଅଭିଯୋଗ କରି ପରବର୍ତ୍ତୀ ସରକାର ସେ ଗଠନ କରିବେ ବୋଲି ଘୋଷଣା କରିଛନ୍ତି | ଏହି ନିର୍ବାଚନରେ ବହୁତ କମ ଭୋଟ ପଡିଥିଲା ଓ ପ୍ରାଥମିକ ମତ ଗଣନାରେ ଶ୍ରୀ ଘନି ଆଗୁଆ ରହିଥିଲେ । ପ୍ରତିଦ୍ଵନ୍ଦୀ ପକ୍ଷ କମ ମତଦାନ ପଡିଥିବାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ଫଳରେ ଶତକଡା 15 ଭାଗ ଭୋଟକୁ ଯାଞ୍ଚ କରିବାକୁ କୁହାଯାଇଥିଲା | ରାଷ୍ଟ୍ରପତି ଘନି ତାଙ୍କ ପ୍ରତିଦ୍ଵନ୍ଦୀଙ୍କ ଠାରୁ ବହୁତ କମ ବ୍ୟବଧାନରେ 50.64 ପ୍ରତିଶତ ଭୋଟ ପାଇ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି | ରାଷ୍ଟ୍ରପତି ଅଶରଫ ଘନି ପୁନଃନିର୍ବାଚିତ ହେବା ପରେ ଭାରତ ତାଙ୍କୁ ଅଭିନନ୍ଦନ ଜଣାଇଛି | ଭାରତ ଆଫଗାନିସ୍ତାନ ବାସୀଙ୍କ ଗଣତାନ୍ତ୍ରିକ ଆଶା ଆକାଂକ୍ଷା ପ୍ରତି ଏହାର ସମର୍ଥନ ଦୋହୋରାଇବା ସହ ଦ୍ଵିପକ୍ଷୀୟ ରଣନୀତିକ ଭାଗୀଦାରୀତା ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ନୂତନ ସରକାରଙ୍କ ସହ କାର୍ଯ୍ୟ ଜାରି ରଖିବ ବୋଲି ଜଣାଇଛି | ଏଥିସହିତ ଭାରତ, ବାହ୍ୟ ...

ଭାରତ-ଜର୍ମାନୀ ମଧ୍ୟରେ ବହୁପକ୍ଷତା ଭାଗିଦାରୀ

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ମୁନିକ ନିରାପତ୍ତା ସମ୍ମିଳନୀରେ ଭାଗ ନେବା ପାଇଁ ଜର୍ମାନୀ ଗସ୍ତ କରିଥିଲେ | ଗସ୍ତ କାଳରେ ଜୟଶଙ୍କର ଓମାନ, କୁଏତ, ଆରମନିଆ, ସାଉଦି ଆରବ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି | ଏହାସହିତ ସେ ସିଙ୍ଗାପୁର, ଜର୍ମାନୀ ଏବଂ ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି | ୟୁରୋପୀୟ ପରିଷଦର ସଭାପତିଙ୍କ ସହ ମଧ୍ୟ ଜୟଶଙ୍କର ସାକ୍ଷାତ ଆଲୋଚନା କରିଛନ୍ତି | ଏହାପରେ ଶ୍ରୀ ଜୟଶଙ୍କର ବର୍ଲିନ ଯାଇ ସେଠାରେ ଜର୍ମାନୀର ବୈଦେଶିକ ମନ୍ତ୍ରୀ ହେଇକୋ ମାସ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତି ଅନେଗ୍ରେଟେ କ୍ରାମ୍ପ କାରେନବୋଉରଙ୍କ ସହିତ ଦ୍ଵିପକ୍ଷୀୟ ସଂପର୍କ ତଥା ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି | ଭାରତ ଏବଂ ଜର୍ମାନୀ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଦୃଢ ଭାଗିଦାରିତା ରଖିଛନ୍ତି | ଏହି ପରମ୍ପରାକୁ ଜାରି ରଖିବାକୁ ଯାଇ ଭାରତ ବହୁପକ୍ଷତା ପାଇଁ ଫ୍ରାନ୍କୋ-ଜର୍ମାନୀ ପଦନ୍ନୋତ ମେଣ୍ଟରେ ସାମିଲ ହୋଇଛି | ଜୟଶଙ୍କର ଏହା ଘୋଷଣା କରି କହିଛନ୍ତି ଯେ ଆଜି ବହୁପକ୍ଷବାଦ ବିପଦରେ ଅଛି ଏବଂ ରାଷ୍ଟ୍ରବାଦ ତଥା ବ୍ୟାପାରିକତାରେ ଉତ୍ତେଜନା ରହିଛି | ଭାରତ ଜାତିସଂଘର କେନ୍ଦ୍ରୀୟତା ଏବଂ ଆର୍ତର୍ଜାତୀୟ ବ୍ୟାପାରରେ ବିଶ୍ଵ ବାଣିଜ୍ୟ ସଂଗଠନର ପ୍ରାସଙ୍ଗିକତାରେ ବିଶ୍ଵାସ କରିଥାଏ | ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥା...

ତୁର୍କୀର ହସ୍ତକ୍ଷେପକୁ ଭାରତର ନିନ୍ଦା

ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଏର୍ଡୋଗାନ ନିକଟରେ ପାକିସ୍ତାନ ଗସ୍ତରେ ଆସି କାଶ୍ମୀର ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ସମସ୍ତ ପଦକ୍ଷେପ ନେବା ସତ୍ତ୍ଵେ କାଶ୍ମୀରରେ ପରିସ୍ଥିତି ଭଲ ନାହିଁ | କଶ୍ମୀର ଲୋକମାନଙ୍କ ଇଛା ଏବଂ ଜାତିସଂଘ ପ୍ରସ୍ଥାବ ଆଧାରରେ କାଶ୍ମୀର ପ୍ରସଙ୍ଗ ଭାରତ ପାକିସ୍ତାନ ମଧ୍ୟରେ ଆଲୋଚନା ଦ୍ଵାରା ସମାଧାନ ହେବାକୁ ତୁର୍କୀ ଚାହେଁ | ସେ କାଶ୍ମୀର ପ୍ରତି ସମବେଦନା ଜଣାଇବା ସହିତ କାଶ୍ମୀର ସଂଗ୍ରାମକୁ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ବିଦେଶୀ କ୍ଷମତା ସହ ତୁର୍କୀର ସଂଘର୍ଷକୁ ତୁଳନା କରିଛନ୍ତି | ତୁର୍କୀ ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଉପରେ ଭାରତ କଡା ଆପତ୍ତି ଏହାର ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ଜଣାଇଛି | ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ତୁର୍କୀ ରାଷ୍ଟ୍ରପତିଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ସେ ନା ଇତିହାସ ବୁଝନ୍ତି ନା କୂଟନୈତିକ ଆଚରଣକୁ ବୁଝନ୍ତି ଯାହା ତୁର୍କୀ ଉପରେ ଭାରତର ସଂପର୍କର ଖରାପ ପ୍ରଭାବ ପକାଇବ | ଆହୁରି ମଧ୍ୟ କୁହାଯାଇଛି ଯେ ତୁର୍କୀର ଏତାଦ୍ରୁଶ ଆଚରଣ ଏହା ପୁଣି ଥରେ ପ୍ରମାଣ କରୁଛି ଯେ ତୁର୍କୀ ଅନ୍ୟ ଦେଶର ଆଭ୍ୟନ୍ତରିଣ ମାମଲାରେ ହସ୍ତକ୍ଷେପ କରିଚାଲିଛି ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ | ସୀମାପାର ସନ୍ତ୍ରାସବାଦକୁ ତୁର୍କୀ ବାରମ୍ଵାର ଉଚିତ ଭାବେ ଦର୍ଶାଇବାକୁ ଭାରତ ଏହାକୁ ଦୃଢ ଭାବେ ଅଗ୍ରାହ୍ୟ କରିଛି | କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ହୋଇଥିବାରୁ ଏହା ସଂପର...

ଭାରତ –ୟୁରୋପୀୟ ସଂଘ ଭାଗିଦାରିତାର ଗୁରୁତ୍ୱ

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ପରିଷଦ ସହିତ ଆଲୋଚନା କରିବାକୁ ବ୍ରସେଲ୍ସ ଯାଇଥିଲେ। ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଏବଂ ସୁରକ୍ଷା ନୀତିର ଉପ ସଭାପତି ଯୋସେଫ ବୋରେଲ ଫଣ୍ଟେଲେସଙ୍କ ଆମନ୍ତ୍ରଣରେ ଶ୍ରୀ ଜୟଶଙ୍କର ଏହି ଗସ୍ତ କରିଥିଲେ। ଏହା ଶ୍ରୀ ଜୟଶଙ୍କରଙ୍କର ବୈଦେଶିକ ମନ୍ତ୍ରୀ ଭାବରେ ୟୁରୋପୀୟ ସଂଘକୁ ପ୍ରଥମ ଗସ୍ତ। ୟୁରୋପୀୟ ସଂଘର 27ଟି ସଦସ୍ୟ ରାଷ୍ଟ୍ରପ ବୈଦେଶିକ ମନ୍ତ୍ରୀମାନଙ୍କୁ ନେଇ ବୈଦେଶିକ ବ୍ୟାପାର ପରିଷଦ ଗଠନ କରାଯାଇଛି। ଏହି ପରିଷଦ ବୈଦେଶିକ ନୀତି, ସୁରକ୍ଷା, ବାଣିଜ୍ୟ, ବିକାଶମୂଳକ ସହଯୋଗ ଏବଂ ମାନବୀୟ ସହାୟତା ପ୍ରସଙ୍ଗ ଦେଖିଥାଏ। ଶ୍ରୀ ଜୟଶଙ୍କର ସେଠାରେ ଭାରତର ବୈଦେଶିକ ନୀତି ସହ ପରିଷଦକୁ ଅବଗତ କରାଇଥିଲେ। ଶ୍ରୀ ବୋରେଲ ନିକଟରେ ଭାରତ ଗସ୍ତରେ ଆସିଥିଲେ ଏବଂ ରାଇସୀନା ଡାଇଲଗ 2020ରେ ଯୋଗ ଦେଇଥିଲେ। ଶ୍ରୀ ବୋରେଲ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ନିୟମ ଭିତ୍ତିକ ବହୁବିଧ କାର୍ଯ୍ୟ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ଉପରେ ଆଲୋଚନା କରିଥିଲେ। ସେ ବିଶ୍ୱ ବାଣିଜ୍ୟ ସଂଗଠନର ବିବାଦ ସମାଧାନ ବ୍ୟବସ୍ଥାକୁ ନେଇ ଆଲୋକପାତ କରିବା ସହିତ ଏହାର ବାସ୍ତବିକ ସମାଧାନ ଉପରେ ଦୁଇ ପକ୍ଷ ଇଛା ପ୍ରକାଶ କରିବା ନେଇ ଗୁରୁତ୍ୱ ଦେଇଥିଲେ। ସାମୁଦ୍ରିକ ସମ୍ୱଳର ପରିଚାଳନା ଏବଂ ସଂରକ୍ଷଣ ତଥା ଜଳଦସ୍ୟୁ ପରି ସମସ୍ୟାର ମୁକାବିଲା ପାଇଁ ସାମୁଦ୍ରିକ ନିରାପତ୍ତାକୁ ମଜବୁତ କରିବା...

ମ୍ୟୁନିଖ ସୁରକ୍ଷା ସମ୍ମିଳନୀ 2020 : ପ୍ରମୁଖ ପ୍ରସଙ୍ଗ

56 ତମ ମ୍ୟୁନିଖ ସୁରକ୍ଷା ସମ୍ମିଳନୀ (ଏମଏସସି) ଗତ ସପ୍ତାହରେ ଜର୍ମାନୀର ମ୍ୟୁନିଖରେ ଅନୁଷ୍ଠିତ ହୋଇଥିଲା | ଏହି ଶିଖର ବୈଠକରେ ପଶ୍ଚିମହୀନତା ବା “ୱେଷ୍ଟଲେସନେସ “ ଉପରେ ମୁଖ୍ଯତଃ ପ୍ରାଧାନ୍ୟ ଦିଆଯାଇଥିଲା | ଯାହାକି ମୂଲ୍ଯବୋଧ ଓ ରଣନୀତିକ ଅଭିମୁଖିକରଣ କ୍ଷେତ୍ରରେ ପାଶ୍ଚାତ୍ୟ ଦେଶ ଗୁଡିକ ମଧ୍ୟରେ ମତଭେଦ ଓ ଅନିଶ୍ଚିତତା ଯୋଗୁଁ ଉଭା ହୋଇଛି | ଏହି ସମ୍ମିଳନୀରେ ଉଦବୋଧନ ଦେବା ବେଳେ ନାଟୋର ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଥିଲେ ୱାଶିଙ୍ଗଟନ ସହଯୋଗୀ ମେଣ୍ଟ ଓ ବୈଶ୍ଵିକ ଉଦବେଗ ଗୁଡିକରୁ ବିମୁଖ ହୋଇଯାଇଥିଲା | ଏହି ଅବସରରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଥିଲେ ଟ୍ରାନ୍ସଆଟଲାଣ୍ଟିକ ମେଣ୍ଟର ପରିସମାପ୍ତିକୁ ଅତ୍ୟଧିକ ଗୁରୁତ୍ଵ ଦିଆଯାଇଥିଲା | ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରଗତି ପଥରେ ଆଗଉଛନ୍ତି ବୋଲି ଦର୍ଶାଇ ସେ କହିଥିଲେ ୱାଶିଙ୍ଗଟନ, ଇସଲାମିକ ଷ୍ଟେଟକୁ ପ୍ରତିହତ କରିବା ଲାଗି ଏକ ବହୁରାଷ୍ଟ୍ରୀୟ ପ୍ରୟାସର ନେତୃତ୍ଵ ନେଉଥିବା ବେଳେ ନାଟୋ ଜରିଆରେ ୟୁରୋପର ସୀମାବର୍ତ୍ତି ଇଲାକା ଗୁଡିକୁ ସୁରକ୍ଷା ପ୍ରଦାନ ଲାଗି ଏକ ମହତ୍ବପୂର୍ଣ୍ଣ ଭୂମିକା ନିଭାଉଛି | ତାଙ୍କ ମନ୍ତବ୍ୟକୁ ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ-ୱାଲଟରଙ୍କ ପ୍ରତିକ୍ରିୟାର ଜବାବ ଭାବେ ଦେଖାଯାଉଛି | ଶ୍ରୀ ଫ୍ରାଙ୍କ କହିଥିଲେ ଯେ ଆମେରିକା ଆନ୍ତର୍ଜାତୀୟ ସମୁଦାୟର ବିଚାରଧାରାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ଓ ପଡୋଶୀ ଓ ସହଯୋଗୀଙ୍କ ଆଳରେ ...

ଭାରତ ପର୍ତ୍ତୁଗାଲ ସଂପର୍କର ଏକ ନୂଆ ଅଧ୍ୟାୟ

ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା ଏକ ସଫଳ ଭାରତ ଗସ୍ତ କରିଛନ୍ତି। ତାଙ୍କ ଗସ୍ତର ସଫଳତା ପଛରେ ଦୁଇ ଦେଶର ସ୍ୱାର୍ଥ ସମ୍ୱଳିତ 14ଟି ବୁଝାମଣା ପତ୍ର ସ୍ୱାକ୍ଷର ରହିଛି। ଏଥିମଧ୍ୟରୁ ସାମୁଦ୍ରିକ ପରିବହନ ଏବଂ ବନ୍ଦର ବିକାଶ, ଷ୍ଟାର୍ଟ ଅପ, ମହାକାଶ, କୂଟନୈତିକ ପ୍ରଶିକ୍ଷଣ, ବୈତ୍ଜ୍ଞାନିକ ଗବେଷଣା ଏବଂ ଲୋକନୀତି। ତାଙ୍କର ଗସ୍ତ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ଗତ ତିନି ବର୍ଷ ହେଲା ସଂପର୍କରେ ଯେଉଁ ପରିବ୍ୟାପ୍ତତା ଘଟିଛି ତାର ଏକ ନିଦର୍ଶନ। ଦୁଇ ଦେଶ ଦ୍ୱିପକ୍ଷୀୟ ସଂପର୍କକୁ ମଜବୁତ କରିବା ପାଇଁ ଆନ୍ତରିକ ଭାବେ ବିଭିନ୍ନ ପ୍ରୟାସ କରୁଛନ୍ତି। ଆଜି ଅନେକ ଆନ୍ତର୍ଜାତୀୟ ଏବଂ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉଭା ହୋଇଛି ଯେଉଁଥିରେ ଭାରତ ଏବଂ ପର୍ତ୍ତୁଗାଲ ନିଜର ସ୍ୱାର୍ଥ ଦେଖୁଛନ୍ତି। ଆଜି ବିଶ୍ୱ ଏକ ଅପ୍ରତ୍ୟାଶିତ ସ୍ଥିତି ଦେଇ ଗତି କରୁଛି। ଭୂ-ଆର୍ଥିକ ଏବଂ ଭୂ କୌଶଳଗତ ପ୍ରତିଦ୍ୱନ୍ଦିତା, ଦେବାଳିଆ ଅର୍ଥନୀତି, ପାରମ୍ପରିକ ଏବଂ ଅଣ ପାରମ୍ପରିକ ନିରାପତ୍ତା ବିପଦ ଆଜି ବିଶ୍ୱରେ ଦେଖାଦେଇଛି। ଏକବିଂଶ ଶତାବ୍ଦିରେ ଆନ୍ତର୍ଜାତୀୟକରଣ ଏକ ମୁଖ୍ୟ ବିନ୍ଦୁ। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଲବ ଆଡକୁ ଅଗ୍ରସର ହେଉଥିବା ବେଳେ ଜ୍ଞାନକୌଶଳର ଅପବ୍ୟବହାର ମଧ୍ୟ ବେଳେବେଳେ ହେଉଛି। ୟୁରୋପ ପ୍ରତି ଆମେରିକାର ଯେଉଁ ପ୍ରତିବଦ୍ଧତା ଦେଖାଦେଇଛି ତାହାଦ୍ୱାରା ଏକ ନୂଆ ଭାଗିଦାରୀ ଏବଂ ମେଣ୍ଟ ପାଇଁ ଆହ୍ୱାନ ଦେଉଛି। ...

ପାର୍ଲାମେଣ୍ଟରେ ଚଳିତ ସପ୍ତାହ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବିଦେଶୀ ନିବେଶକାରୀ ମାନେ ପୁଞ୍ଜି ନିବେଶ ଲାଗି ଭାରତ ଉପରେ ବିଶ୍ଵାସ ଜାରି ରଖିଛନ୍ତି | କେନ୍ଦ୍ରୀୟ ବଜେଟ 2020-21 ଉପରେ ବିତର୍କ ଉପରେ ଉତ୍ତର ଦେବା ବେଳେ ସେ କହିଛନ୍ତି ବିକାଶ ନିବେଶରେ ପାଣ୍ଠି ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକ ଏବେ ସକ୍ଷମ ଅଛନ୍ତି | 2024-25 ସୁଦ୍ଧା ସରକାର ମୌଳିକ ଢାଞ୍ଚା ବିକାଶ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ନିବେଶ କରିବେ ବୋଲି ଦୋହୋରାଇ ସେ କହିଛନ୍ତି ଦେଶର ଅର୍ଥନୀତି ଆଗେଇ ଚାଲିଛି | ଅର୍ଥମନ୍ତ୍ରୀ କହିଛନ୍ତି ଜିଏସଟି ରାଜସ୍ୱ ସଂଗ୍ରହରେ ଲଗାତାର ବୃଦ୍ଧି ପାଉଛି | ସେ କହିଛନ୍ତି ଦେଶର ଜିଡ଼ିପି 2014-15 ରେ ଦୁଇ ଟ୍ରିଲିୟନ ଡଲାର ରୁ 2019-20 ସୁଦ୍ଧା 2.9 ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି | ଦେଶର ଯୁବକ ମାନଙ୍କ ମଙ୍ଗଳ କାମନା ନିମନ୍ତେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବର୍ଣ୍ଣନା କରିବା ସହ ଭାରତୀୟ ଅର୍ଥନୀତିରେ ସକାରାତ୍ମକ ଆସ୍ଥା ସୃଷ୍ଟି ହୋଇଛି ଏବଂ ଏହାକୁ ସଶକ୍ତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ବୋଲି ସେ ଜଣାଇଛନ୍ତି | ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଥିଲେ ନୋଭେଲ କାରୋନାଭାଇରସ ଆତଙ୍କର ମୁକାବିଲା ଲାଗି ଦେଶ ପ୍ରସ୍ତୁତ ରହିଛି | ଲୋକସଭାରେ ଏହି ମାମଲା ଉପରେ ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ ସବୁ ଆବଶ୍ୟକୀୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ଓ ସରକ...

ପାକିସ୍ତାନର ପୁଣି ଚଞ୍ଚକତା

ପାକିସ୍ତାନ ସ୍ଥିତ ସନ୍ତ୍ରାସବାଦି ସଂଗଠନ ଜମାତ ଉଦ ଦାଵା ଏବଂ ଲସ୍କରେ ତୈବାର ମୁଖ୍ୟ ଏବଂ 2008 ମୁମ୍ଵାଇ ସନ୍ତ୍ରାସବାଦି ଆକ୍ରମଣର ମୁଖ୍ୟ ଷଢଯନ୍ତ୍ରକାରୀ ହାଫିଜ ସୟିଦକୁ ପାକିସ୍ତାନର ସନ୍ତ୍ରାସବାଦ ନିରୋଧି ଅଦାଲତ 11 ବର୍ଷ ଜେଲ ଦଣ୍ତରେ ଦଣ୍ତିତ କରିଛି | ସନ୍ତ୍ରାସବାଦି ପାଇଁ ପାଣ୍ଠି ଯୋଗାଇବା ସଂକ୍ରାନ୍ତୀୟ ଦୁଇଟି ମାମଲାରେ ସେ ଏବେ ଜେଲରେ ଅଛି | ପଞ୍ଜାବ ପ୍ରଦେଶର ବିଭିନ୍ନ ସହରରେ ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ପାକିସ୍ତାନର ସନ୍ତ୍ରାସବାଦ ମୁକାବିଲା ବିଭାଗ(ସିଟିଡି) ସୟିଦ ଏବଂ ତା ସାଥିଙ୍କ ବିରୁଦ୍ଧରେ 23ଟି ଅଭିଯୋଗ ପତ୍ର ଦାଖଲ କରିଛି | ହାଫିଜ ସୟିଦ ଏବଂ ତାର ଘନିଷ୍ଠ ସହଯୋଗୀଜଫର ଇକବାଲକୁ ଦୁଇଟି ସନ୍ତ୍ରାସବାଦ ପାଣ୍ଠି ଯୋଗାଡ ମାମଲାରେ ଦଣ୍ତିତ କରାଯାଇଥିବା ସରକାରୀ ଓକିଲ କହିଛନ୍ତି | ଦୁଇ ଜଣଙ୍କୁ 11 ବର୍ଷ ଲେଖାଏଁ ଜେଲ ଦଣ୍ତ ହୋଇଥିଲେ ହେଁ ହାଫିଜ ଆଉ 5 ବର୍ଷ 6 ମାସ ଜେଲରେ ରହିବ | ଦଣ୍ତାଦେଶ ବିରୁଦ୍ଧରେ ଆବେଦନ କରାଯିବ ବୋଲି ହାଫିଜ ସୟିଦର ଓକିଲ କହିଛନ୍ତି| ଜାତିସଂଘ ଦ୍ଵାରା ଘୋଷିତ ଆନ୍ତର୍ଜାତୀୟ ସନ୍ତ୍ରାସବାଦି ହାଫିଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦୀର୍ଘ ଦିନର ଆନ୍ତର୍ଜାତୀୟ ପ୍ରତିବଦ୍ଧତା ବାକି ରହିଥିବା ଭାରତ କହିଛି | ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଏଫଏଟିଏଫ ବୈଠକ ପରିପ୍ରେକ୍ଷୀରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି କିନ୍ତୁ ନିଷ୍ପତ୍...

ଭାରତର ଆକ୍ଟ ଇଷ୍ଟ ନୀତିରେ ଭିଏତନାମର ଗୁରୁତ୍ୱପୂର୍ଣ୍ଣ ଭୂମିକା 

ଭିଏତନାମର ଉପରାଷ୍ଟ୍ରପତି ଡାଙ୍ଗ ଥାଇ ନୋକ ଥିହ୍ନ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ସହ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ଲାଗି ଭାରତକୁ ଏକ ସରକାରୀ ଗସ୍ତରେ ଆସିଥିଲେ |ଭାରତର ଆକ୍ଟ ଇଷ୍ଟ ନୀତି ଓ ଭାରତର ବୃହତ ଭାରତ-ପ୍ରଶାନ୍ତ ରଣନୀତିକ କ୍ଷେତ୍ରରେ ଭିଏତନାମର ପ୍ରମୁଖ ଭୂମିକା ରହିଛି | ଏହା ବ୍ୟତୀତ ହାନୋଇ, ସିଏଲଏମଭି (କାମ୍ବୋଡିଆ, ଲାଓ ପିଡ଼ିଆର, ମିଆଁମାର ଓ ଭିଏତନାମ )ଦେଶ ପାଇଁ ନୂଆଦିଲ୍ଲୀର ଆଭିମୁଖ୍ଯ ଲାଗି ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଦକ୍ଷିଣ ପୂର୍ବ ଏସିଆ ସହ ବ୍ୟାପକ ଆର୍ଥିକ ଓ ରଣନୀତିକ ସଂଯୋଗ ସ୍ଥାପନ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ |ଭିଏତନାମ ଉପରାଷ୍ଟ୍ରପତି ତାଙ୍କ ଗସ୍ତ କାଳରେ ଭାରତ-ଭିଏତନାମ ବ୍ୟାପକ ରଣନୀତିକ ଭାଗୀଦାରୀତାକୁ ଆହୁରି ମଜବୁତ କରିବା ଉପରେ ଅଧିକ ପ୍ରାଧାନ୍ୟ ଦେଇଥିଲେ | ଏହି ସମୟରେ ଭାରତ ଓ ଭିଏତନାମ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଲାଗି ଘୋଷଣା କରାଯାଇଥିଲା | ଏହି ଗସ୍ତ କାଳରେ ସେ ବୋଧଗୟା ପରିଦର୍ଶନରେ ମଧ୍ୟ ଯାଇଥିଲେ | 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଏତନାମ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଏକ ବ୍ୟାପକ ରଣନୀତିକ ଭାଗୀଦାରୀତା ସମ୍ପର୍କ ବୃଦ୍ଧି ହେବା ସହ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ମଜବୁତ ହୋଇଥିଲା | ଭାରତର ଆକ୍ଟ ଇଷ୍ଟ ନୀତି ପ୍ରତି ଭିଏତନାମର ଏକ ସକାରାତ୍ମକ ଆଭିମୁଖ୍ୟ ରହିଆସିଛି ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଭାରତ ର ଏକ ବଳିଷ୍ଠ ଭୂମିକା...

ରାଷ୍ଟ୍ରପତି ଟ୍ରମ୍ଫଙ୍କ ଭାରତ ଗସ୍ତର ଗୁରୁତ୍ଵ    

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କୌଣସି ଦେଶକୁ ଆମେରିକାର କୌଣସି ରାଷ୍ଟ୍ରପତିଙ୍କ ଗସ୍ତର ଯଥେଷ୍ଟ ମହତ୍ଵ ରହିଛି ଏବଂ ଏହାକୁ କେହି ହେଲେ ଅସ୍ଵୀକାର କରିପାରିବେ ନାହିଁ | ଯୁକ୍ତରାଷ୍ଟ୍ର ଆମେରିକା ଏକ ବୈଶ୍ଵିକ ମହାଶକ୍ତି ବୋଲି ନୁହେଁ ବରଂ ବିଶ୍ଵର ରାଜନୈତିକ ଅର୍ଥନୀତି କ୍ଷେତ୍ରରେ ଆମେରିକାର ଭୂମିକା ସର୍ବୋପରି ରହିଆସିଛି |ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତର ପରିଣାମକୁ ନେଇ ଭିନ୍ନ ଭିନ୍ନ ମତ ହୋଇଥାଇପାରେ କିନ୍ତୁ ଆମେରିକା ସହ କଥାବାର୍ତ୍ତା କରିବାର ମହତ୍ଵ ଉପରେ କେହି ହେଲେ ଚାଲେଞ୍ଜ କରିପାରିବେ ନାହିଁ | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତ ଗସ୍ତ ଉଭୟ ଦେଶ ପାଇଁ ବିଭିନ୍ନ କାରଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି | ବୈଶ୍ଵିକ ରଣନୀତିକ ସନ୍ତୁଳନ ଯୁକ୍ତରାଷ୍ଟ୍ର ଆମେରିକା ସପକ୍ଷରେ ଦ୍ରୁତ ଗତିରେ ମୁହାଁଉଛି | ରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିବା ପରେ ଅନେକ ବିବାଦ ଉପୁଜିଥିବା ସତ୍ତ୍ୱେ ରାଷ୍ଟ୍ରପତି ଟ୍ରମ୍ଫ ବିଶ୍ବରେ କ୍ଷମତା ହାସଲ ତଥା ଆମେରିକାର ସ୍ଥିତି ସୁଦୃଢ କରିବାରେ ସମର୍ଥ ହୋଇଛନ୍ତି ଏବଂ ଆମେରିକାର ବୈଶ୍ଵିକ ପ୍ରଭାବକୁ ଚାଲେଞ୍ଜ ଦେବା ଲାଗି ଚୀନ ଭଳି ଦେଶ ମଧ୍ୟ ସକ୍ଷମ ହୋଇପାରିନାହିଁ | ଆନ୍ତର୍ଜାତୀୟ ସମୁଦାୟର କୌଣସି ସଦସ୍ୟ ରାଷ୍ଟ୍ର ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ସହ ସମ୍ପର୍କ ସ୍ଥାପନ କରିବା ନିହାତି ଆବଶ୍ୟକ | ଚୀନ ଦ୍ଵାରା ବୃଦ୍ଧି ପା...

ବିବିଆଇଏନ ଭାରତର ସହ ଆଞ୍ଚଳିକ ସଂଯୋଗ ଯୋଜନାକୁ ସୁଦୃଢ କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାରଙ୍କ ପଡ଼ୋଶୀ ପ୍ରଥମେ ନୀତି ହେଉଛି ବିଦେଶ ନୀତିର ପ୍ରମୁଖ ଅଂଗ। 2014ରେ ଶାସନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ସରକାରଙ୍କ ନିକଟ ପଡୋଶୀଙ୍କ ସହିତ ଏହି ନୀତିକୁ କାର୍ଯ୍ୟକାରୀ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ପଡୋଶୀ ପ୍ରଥମେ ନୀତି କେବଳ ବନ୍ଧୁତା ପାଇଁ ନୁହେଁ ବରଂ ପଡ଼ୋଶୀ ଦେଶ ସହିତ ସଡ଼କ, ରେଳ ଏବଂ ବିମାନ ସଂଯୋଗ ପରି ଭିତ୍ତିଭୂମି ତଥା ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସଂପର୍କକୁ ପ୍ରାଧାନ୍ୟ ଦେଉଛି। ଏହି ଆଭିମୁଖ୍ୟ ନେଇ ପଡୋଶୀ ଦେଶ ମଧ୍ୟରେ ଭାରତ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ବିବିଆଇଏନ ଅର୍ଥାତ ବାଙ୍ଗଲାଦେଶ, ଭୁଟାନ, ଭାରତ ଏବଂ ନେପାଳ ହେଉଛି ଏହି ନୀତିର ମୁଖ୍ୟ ଭିତ୍ତିଭୂମି। ଏହିସବୁ ଦେଶମଧ୍ୟରେ ପରିବହନ ଗାଡିର ସଂଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ନିକଟରେ ଭାରତ, ବାଙ୍ଗଲାଦେଶ ଏବଂ ନେପାଳର ପ୍ରତିନିଧିମାନେ ମୋଟର ଗାଡି ରାଜିନାମା ଉପରେ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ପାଇଁ ବୈଠକ କରିଥିଲେ ଯାହାଦ୍ୱାରା ଏହି ଦେଶମାନଙ୍କ ସୀମାପାର ଭିତରେ ମଧ୍ୟ ଯାନବାହାନ ଚଳାଚଳ କରିପାରିବ। ଭୁଟାନର ପ୍ରତିନିଧି ମଧ୍ୟ ଏଥିରେ ନିରିକ୍ଷକ ଭାବେ ସାମିଲ ହୋଇଥିଲେ। ଏହି ବୈଠକ କାଳରେ ଯାତ୍ରୀବାହି ଏବଂ ମାଲବାହି ଗାଡି ଚଳାଚଳ କରିବା ନେଇ ଆଲୋଚନା ହୋଇଥିଲା। ଏହାର ପ୍ରଥମ ବୈଠକ ବେଙ୍ଗାଲୁରୁରେ 2018 ଜାନୁୟାରୀରେ ହୋଇଥିଲା। ...

ଭାରତ-ଆଫ୍ରିକା ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ସମ୍ମିଳନୀ

ଭାରତ ଓ ଆଫ୍ରିକା ମଧ୍ୟରେ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ସମ୍ମିଳନୀ, ପ୍ରତିରକ୍ଷା ପ୍ରଦର୍ଶନୀ ବା ଡିଫେନସ ଏକ୍ସପୋ ଇଣ୍ଡିଆ ସହ ଲକ୍ଷ୍ନୌରେ ଆୟୋଜନ କରାଯାଇଥିଲା | ଆଫ୍ରିକା ମହାଦେଶର ରାଷ୍ଟ୍ର ଗୁଡିକ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ଲାଗି ଭାରତ ପକ୍ଷରୁ ଏହା ଏକ ବଡଧରଣର ଅଭିଯାନ ଥିଲା ବୋଲି ବିବେଚନା କରାଯାଉଛି | 1950 ମସିହାରୁ ଜାରି ରହିଥିବା ଦୀର୍ଘସ୍ଥାୟୀ ପ୍ରତିରକ୍ଷା ଭାଗୀଦାରିତା ସମ୍ପର୍କକୁ ଦୃଷ୍ଟିରେ ରଖି ଆଫ୍ରିକା ମହାଦେଶକୁ ଭାରତ ନିର୍ମିତ ଉପକରଣ ରପ୍ତାନି ଲାଗି ଏହା ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି | ଏହି ସମ୍ମିଳନୀରେ 14 ଟି ଆଫ୍ରିକୀୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଆଫ୍ରିକାର 154 ରୁ ଅଧିକ ପ୍ରତିନିଧି, ସାଂସଦ, ପ୍ରତିରକ୍ଷା ଓ ସେବା ବିଭାଗ ର 19 ଜଣ ମୁଖ୍ୟ ଓ ଆଫ୍ରିକୀୟ ଦେଶର 8 ଜଣ ସ୍ଥାୟୀ ସେକ୍ରେଟାରୀ ଅଂଶଗ୍ରହଣ କରିଥିଲେ | ଏହି ସମ୍ମିଳନୀରେ ପ୍ରତିରକ୍ଷା ଓ ସୁରକ୍ଷା ପ୍ରସଙ୍ଗ ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | ଆଫ୍ରିକୀୟ ଦେଶ ଗୁଡିକ ଲାଗି ବର୍ତ୍ତମାନ ପରିପ୍ରେକ୍ଷୀରେ ଶାନ୍ତି ଓ ସୁରକ୍ଷା ଏକ ପ୍ରମୁଖ ପ୍ରାଥମିକତା ଭାବେ ଉଭା ହୋଇଛି | ଆଫ୍ରିକୀୟ ସଂଘର ଚଳିତ ବର୍ଷର ଶୀର୍ଷକ ହେଉଛି ଆଫ୍ରିକାର ଉନ୍ନୟନ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା | ଏହି ଲକ୍ଷ ହାସଲ ଲାଗି ଆଫ୍ରିକୀୟ ସଂଘ ଶାନ୍ତି, ସୁରକ୍ଷା ଓ ବିକାଶ ଉପରେ ଅଧିକ ପ୍ରାଧାନ୍ୟ ଦେଉଛି | ଏହା ପ୍...

ଦ୍ୱିପକ୍ଷୀୟ ସଂପର୍କ ବୃଦ୍ଧି କରିବ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଭାରତକୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ତଳି ସହିତ ଆସି ଭାରତୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ବି,ୟ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ମଧ୍ୟ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ଏବଂ ଶ୍ରୀଲଙ୍କା ଆବାହନ କାଳରୁ ପଡୋଶୀ ଏବଂ ଘନିଷ୍ଠ ବନ୍ଧୁ। ଦୁଇ ଦେଶର ସଂପର୍କର ଇତିହାସ ଏହାର ସଂସ୍କୃତି, ଧର୍ମ, ଆଧାତ୍ମ, କଳା ଏବଂ ଭାଷାର ପ୍ରାଚିନତାର ପ୍ରତିଫଳିତ। ଆର୍ଥିକ ହେଉ କିମ୍ୱା ସାମାଜିକ ବିକାଶ ସବୁଥିରେ ଆମର ଅତିତ ଏବଂ ଭବିଷ୍ୟତ ପ୍ରତ୍ୟେକ କାରଣରୁ ପରସ୍ପର ସହିତ ଜଡିତ।ଶ୍ରୀଲଙ୍କାର ସ୍ଥିରତା, ନିରାପତ୍ତା ଏବଂ ସମୃଦ୍ଧି କେବଳ ଭାରତର ସ୍ୱାର୍ଥ ପାଇଁ ନୁହେଁ ବରଂ ସମଗ୍ର ଭାରତ ମହାସାଗର ଅଞ୍ଚଳ ପାଇଁ ଆବଶ୍ୟକ ଏଣୁ ଆମର ନିବିଡ ସଂପର୍କ ଭାରତ ପ୍ରସାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଏବଂ ସମୃଦ୍ଧି ପାଇଁ ଆବଶ୍ୟକ। ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସରକାରଙ୍କ ପଡୋଶୀ ପ୍ରଥମେ ନୀତି ଏବଂ ସାଗର ଆଭିମୁକ୍ୟ ଯୋଗୁଁ ଶ୍ରୀଲଙ୍କା ସହିତ ସଂପର୍କକୁ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଶ୍ରୀ ର...

ପାର୍ଲାମେଣ୍ଟରେ ଚଳିତ ସପ୍ତାହ

ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବା ପରେ ସଭାଗୃହର ଉଭୟ ସଦନରେ ମହତ୍ବପୂର୍ଣ୍ଣ କାର୍ଯ୍ୟଧାରା ଚାଲିଥିଲା | ବଜେଟ ଅଧିବେଶନ ସମୟରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୁଦ୍ଧରେ ଅନେକ ବିରୋଧୀ ପାର୍ଟି ସ୍ଵର ଉତ୍ତୋଳନ କରି ପ୍ରବଳ ତୁମ୍ବି ତୋଫାନ ଜାରି ରଖିଥିବା ବେଳେ ସଭାଗୃହର ଅଧ୍ୟକ୍ଷଙ୍କ ଦ୍ଵାରା ଅନୁମତି ପ୍ରାପ୍ତ ସବୁ ପ୍ରସଙ୍ଗ ନେଇ କଥାବାର୍ତ୍ତା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ସରକାର କହିଥିଲେ | ଚଳିତ ଅଧିବେଶନ ଲାଗି ସରକାରଙ୍କ କାର୍ଯ୍ୟସୂଚୀରେ 45ଟି ବିଲ ଓ ସାତୋଟି ଆର୍ଥିକ ପ୍ରସଙ୍ଗ ସାମିଲ ରହିଛି | ପାର୍ଲାମେଣ୍ଟରେ ବିରୋଧୀ ପାର୍ଟି ଗୁଡିକ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଅଛନ୍ତି।  ନାଗରିକତା ସଂଶୋଧନ ଆଇନ, ଏନପିଆର ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ପାର୍ଟି ଗୁଡିକ ପ୍ରବଳ ହଟ୍ଟଗୋଳ ସୃଷ୍ଟି କଲାରୁ ରାଜ୍ୟସଭାର କାର୍ଯ୍ୟଧାରାକୁ ମୁଲତବୀ ରଖାଯାଇଥିଲା | ଏହା ପରେ ସଭାଗୃହର କାର୍ଯ୍ୟଧାରା ଆରମ୍ଭ ହେବା କ୍ଷଣି କଂଗ୍ରେସ, ବାମପନ୍ଥୀ, ଟିଏମସି, ଡ଼ିଏମକେ ଓ ଏସପି ପାର୍ଟି ର ସଦସ୍ୟ ମାନେ ସଭାଗୃହର ମଧ୍ୟ ଭାଗକୁ ଚାଲି ଆସି ସ୍ଲୋଗାନ ମାନ ଦେଇଥିଲେ। ସଭାଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ, ପାର୍ଲାମେଣ୍ଟର ଉଭୟ ସଦନର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଆରମ୍ଭ କରିବାକୁ ଚେଷ୍ଟା କରିଥି...

ଆମେରିକା ଦ୍ଵାରା ତାଲିବାନ ଠାରୁ ଶାନ୍ତି ପରୀକ୍ଷଣର ଇଛା

ଆମେରିକା ଏବଂ ତାଲିବାନ ଉଭୟଙ୍କ ଦ୍ଵାରା ଶାନ୍ତି ବୁଝାମଣା ହେବା ପୂର୍ବରୁ ଅସ୍ଥାୟୀ ଯୁଦ୍ଧବିରାମ ପାଇଁ ଭିନ୍ନଭିନ୍ନ ସମୟସୀମା ଦିଆଯିବା କାରଣରୁ ଆଫଗାନିସ୍ଥାନ ଶାନ୍ତି ପ୍ରକ୍ରୀୟା ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି | ତାଲିବାନ ସହିତ ଶାନ୍ତି ପ୍ରକ୍ରୀୟାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵାରା ନିଯୁକ୍ତ ସ୍ଵତନ୍ତ୍ର ପ୍ରତିନିଧି ଜାଲମେ ଖଲିଲଜାଦ ପ୍ରୟାସ ଆରମ୍ଭ କରିବା ପରେ ଏହି ଆଲୋଚନା ଅନେକ ଉତ୍ଥାନ ପତ୍ତନ ଦେଇ ଗତି କରୁଛି | ଏଣେ ଦୁଇ ପକ୍ଷ ଆଫଗାନିସ୍ଥାନରେ ପରସ୍ପର ମଧ୍ୟରେ ଯୁଦ୍ଧରେ ଲିପ୍ତ ଅଛନ୍ତି | ଆମେରିକା କହୁଛି ଯୁଦ୍ଧ ବିରାମ ପାଇଁ ଦଶ ଦିନ ସମୟ ହେବା ଦରକାର କିନ୍ତୁ ତାଲିବାନ ଏହାକୁ ସାତ ଦିନ ପାଇଁ କହୁଛି | ପୂର୍ବରୁ ଆମେରିକା 2019 ଡିସେମ୍ଵରରେ ତାଲିବାନ ସହିତ ଆଫଗାନିସ୍ଥାନ ରାଷ୍ଟ୍ରପତି ଅସରଫ ଗନିଙ୍କୁ ଆଲୋଚନା ଆମେରିକାରେ କରିବାକୁ କହିଥିଲା କିନ୍ତୁ ତାଲିବାନ କାବୁଲରେ ଏକ ସେନା ଶିବିରରେ ଆକ୍ରମଣ କରିବାରୁ ଏହି ପଦକ୍ଷେପ ବିଫଳ ହୋଇଥିଲା | ଚିନ, ରୁଷ, ଇରାନ ଏବଂ ସାଉଦି ଆରବ ଦ୍ଵାରା କଥାବାର୍ତ୍ତା ପୁଣି ଆରମ୍ଭ କରିବା ପାଇଁ ପ୍ରୟାସ ହେବା ପରେ ପୁଣିଥରେ ଏହି କଥାବାର୍ତ୍ତା ଗୁରୁତ୍ଵପୂର୍ଣ୍ଣ ମୋଡରେ ପହଞ୍ଚିଛି | ତାଲିବାନ କହୁଛି ଯେ ସେ ବିଷୟବସ୍ତୁ ପ୍ରସ୍ତୁତ କରି ରଖିଛି ଯାହା ଉପରେ ଉଭୟ ପକ୍ଷଙ୍କର ସହମତି ଡିସେମ୍ଵର ମାସରେ ଥିଲା କିନ୍ତୁ ଚୁଡାନ୍ତ ରୂ...

ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହାର

ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶର ଗତି ବର୍ତ୍ତମାନ ବୈଶ୍ଵିକ ମାନ୍ଦାବସ୍ଥାର ଚାପରେ ରହିଥିବା ସମୟରେ ଚଳିତ ବର୍ଷ ଜାନୁଆରୀ ମାସରେ ଦେଶର ପ୍ରମୁଖ ବିନିର୍ମାଣ କ୍ଷେତ୍ରରେ ବିକାଶ ହାର ବୃଦ୍ଧି ପାଇବା ନିଃସନ୍ଦେହରେ ଏକ ସକାରାତ୍ମକ ଘଟଣାବଳୀ ବୋଲି ବିବେଚନା କରାଯାଉଛି | ଏକ ଅଗ୍ରଣୀ ବିପଣନ ଓ ଅର୍ଥନୈତିକ ଗବେଷଣା ସଂସ୍ଥା ଆଇଏଚଏସ ମାର୍କିଟ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଭାରତ ବିନିର୍ମାଣ ପରଚେଜିଙ୍ଗ ମେନେଜର୍ସ ଇଣ୍ଡେକ୍ସ (ପିଏମଆଇ)ସୂଚକାଙ୍କ ଗତ ଡିସେମ୍ବରରେ 52.7 ପଏଣ୍ଟ ରହିଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସରେ ଏହା ବୃଦ୍ଧି ପାଇ 55.3 ପଏଣ୍ଟ ହୋଇଛି | ପାଖାପାଖି ଆଠ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି | ଏହିପରି ଭାବେ ଭାରତୀୟ ଅର୍ଥବ୍ୟବସ୍ଥା ପୁଣିଥରେ ବିକାଶର ପ୍ରଗତି ପଥରେ ଅଗ୍ରସର ହେଉଥିବା ବିଷୟ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି | ବିଶ୍ଵବ୍ୟାପୀ 40 ରୁ ଅଧିକ ଅର୍ଥବ୍ୟବସ୍ଥା ପାଇଁ ଆଇଏଚଏସ ମାର୍କିଟ ଦ୍ଵାରା ପରଚେଜିଙ୍ଗ ମେନେଜର୍ସ ଇଣ୍ଡେକ୍ସ ଡାଟା ସଂକଳନ କରାଯାଇଛି | ବେସରକାରୀ କମ୍ପାନୀ ଗୁଡିକରେ ବରିଷ୍ଠ ଅଧିକାରୀ ମାନଙ୍କ ସର୍ବେକ୍ଷଣରୁ ମାସିକିଆ ଡାଟା ମିଳିଥାଏ | ପିଏମଆଇ ଡାଟାସେଟରେ ଏକ ହେଡଲାଇନ ନମ୍ବର ଥାଏ ଯାହାକି କୌଣସି ଅର୍ଥବ୍ୟବସ୍ଥାର ସ୍ଥିତି ବିଷୟରେ ସୁଚାଇଥାଏ | 50ରୁ ଅଧିକ ପିଏମଆଇ ସୂଚକାଙ୍କ ସମ୍ପ୍ରସାରିତ ବୋଲି ଦର୍ଶାଇଥାଏ | ଉପଭୋକ୍ତା ସାମଗ୍ରୀର ଉପ କ୍ଷ...

ଭାରତ ଓ ତୁର୍କମେନିସ୍ତାନ ସମ୍ପର୍କ ପ୍ରଗତି ପଥରେ 

ତୁର୍କମେନିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ମନ୍ତ୍ରୀମଣ୍ଡଳର ଉପାଧ୍ୟକ୍ଷ ରାଶିଦ ମେରେଡୋଭ ଭାରତକୁ ଏକ ସ୍ଵଳ୍ପକାଳୀନ ଗସ୍ତରେ ଆସି ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ କରି ବହୁ ଦ୍ଵିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ | ଏହି ବୈଠକରେ ଆଞ୍ଚଳିକ ପ୍ରସଙ୍ଗ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜଣାଇଥିଲେ | 1990 ମସିହା ପହିଲାରେ ତତ୍କାଳୀନ ସୋଭିଏତ ସଂଘରୁ ସ୍ଵାଧୀନତା ହାସଲ କରିଥିବା ପାଞ୍ଚୋଟି ମଧ୍ୟ ଏସିଆ ଗଣରାଜ୍ୟ ମଧ୍ୟରେ ତୁର୍କମେନିସ୍ତାନ ଅନ୍ୟତମ | ଭାରତ ମଧ୍ୟଏସିଆକୁ ଏହାର ସମ୍ପ୍ରସାରିତ ପଡୋଶୀ ଭାବେ ବିବେଚନା କରେ | ଏହି ଅଞ୍ଚଳରେ ତୁର୍କମେନିସ୍ତାନର ଏକ ବିଶିଷ୍ଟ ଭୌଗୋଳିକ ସ୍ଥିତି ଯୋଗୁଁ ଆନ୍ତଃ-ଆଞ୍ଚଳିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଏହା ଏକ ପ୍ରମୁଖ ରାଷ୍ଟ୍ର ପାଲଟିଛି | ଏହି ଦେଶ ଦକ୍ଷିଣ ଏସିଆ, ମଧ୍ୟ ଏସିଆ ଓ ପଶ୍ଚିମ ଏସିଆ ସହ ଯୋଡିଛି କାରଣ ଦକ୍ଷିଣଏସିଆରେ ଏହାର ପଡୋଶୀ ଆଫଗାନିସ୍ତାନ ଓ ପଶ୍ଚିମରେ ଇରାନ ରହିଥିବା ବେଳେ ମଧ୍ୟ ଏସିଆରେ ଏହାର ପଡୋଶୀ କାଜାଖସ୍ତାନ ଓ ଉଜବେକିସ୍ତାନ ଅଛି | ତୁର୍କମେନିସ୍ତାନ କେସ୍ପିୟନ ସାଗର ଉପକୂଳରେ ଅବସ୍ଥିତ ଓ ଏହା ୟୂରେସିଆ ଓ ୟୁରୋପର ପ୍ରବେଶ ଦ୍ଵାର ବୋଲି କୁହାଯାଏ | ଯୋଗାଯୋଗ କ୍ଷେତ୍ରରେ ସୁଧାର ଆଣିବା ଉପରେ ତୁର୍କମେନିସ୍ତାନ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି | 2016ରେ ଏହି ଦେଶ 2.3 ବିଲ...

ବ୍ରେକଜିଟ, ୟୁରୋପୀୟ ସଂଘ ଏବଂ ଭାରତ ଉପରେ ଏହାର ପ୍ରଭାବ

ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ 47 ବର୍ଷର ସଂପର୍କ 2020 ଜାନୁୟାରୀ 31 ତାରିଖରେ ବ୍ରେକଜିଟ ସହିତ ଶେଷ ହୋଇଛି। 2016ରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପରେ ଏବେ ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହୋଇଛି। ବ୍ରିଟେନ ୟୁରୋପୀୟ ଅର୍ଥନୈତିକ ସମୁଦାୟ ସହିତ 1973ରେ ଯୋଗ ଦେଇଥିଲା ଏବଂ ଏହା ପ୍ରଥମ ରାଷ୍ଟ୍ର ଯିଏକି ଲିସବନ ଚୁକ୍ତିର ଧାରା 50 ଆଧାରରେ ସଂଘ ଠାରୁ ଅଲଗା ହୋଇଛି। ବ୍ରେକଜିଟ କାର୍ଯ୍ୟକାରୀ ହେବାର ଅନୁଭବ ଉଭୟ ବ୍ରିଟେନ ଏବଂ ୟୁରୋପୀୟ ସଂଘ ଭିନ୍ନଭିନ୍ନ ଭାବରେ କରିବେ। ବ୍ରେକଜିଟର ସମର୍ଥକମାନଙ୍କ ପାଇଁ ବ୍ରିଟେନ ଏକ ଜାତୀୟ ଶକ୍ତି ଭାବେ ପରିଚିତ ହେବ ଏବଂ ବ୍ରସେଲ୍ସର ବନ୍ଧନରୁ ମୁକ୍ତ ହେବ। କିନ୍ତୁ ଏହି ଯାତ୍ରା ଏତେ ସହଜ ହେବନି। ବ୍ରିଟେନକୁ ବାଣିଜ୍ୟ କାରବାର ପାଇଁ ଏବଂ ବଜାର ସୁବିଧା ପାଇଁ ସବୁ ଦେଶ ସହିତ ବୁଝାମଣା କରିବାକୁ ପଡିବ। ବ୍ରେକଜିଟ ପରେ ବ୍ରିଟେନକୁ ଶ୍ରମିକ, ପୁଞ୍ଜି ଏବଂ ସେବା ଆଦି ଅନେକ କ୍ଷେତ୍ରର ସାମ୍ନା କରିବାକୁ ପଡିବ। ୟୁରୋପୀୟ ସଂଘ ନିକଟରେ ଏକ ବିଶାଳ ଆମଦାନି ରପ୍ତାନି ବ୍ୟବସ୍ଥା ଥିବାବେଳେ ଏବେ ବ୍ରିଟେନକୁ ନିଜେ ସବୁ କିଛି କରିବାକୁ ପଡିବ। ଅପରପକ୍ଷେ ୟୁରୋପୀୟ ସଂଘ ଉପରେ ମଧ୍ୟ ବ୍ରେକଜିଟର ପ୍ରଭାବ ବିଭିନ୍ନ ଦିଗରୁ ପଡିବ। ୟୁରୋପୀୟ ସଂଘର ସାଧାରଣ ବଜେଟରେ ବ୍ରିଟେନର ଦ୍ୱିତୀୟ ସର୍ବବୃହତ ଯୋଗଦାନ ଥିଲା ଏବଂ ଏହା ଜାତିସଂଘ ନିରାପତ୍ତା ପରିଷଦର ଏକ ସ୍ଥାୟୀ ସଦସ୍ୟ ହେବା ସହିତ ପରମ...

ଭାରତକୁ 5 ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ଦିଗରେ କେନ୍ଦ୍ର ଦ୍ଵାରା ‘ନିପ’ ପ୍ରକଳ୍ପର ଶୁଭାରମ୍ଭ

କେନ୍ଦ୍ରସରକାର 102 ଲକ୍ଷ କୋଟି ଟଙ୍କାର ଜାତୀୟ ମୌଳିକ ଢାଞ୍ଚା ପାଇପଲାଇନ (ଏନଆଇପି) ପ୍ରକଳ୍ପର ଶୁଭାରମ୍ଭ କରି ଆସନ୍ତା ପାଞ୍ଚ ବର୍ଷରେ ଭାରତରେ ସାମାଜିକ ଓ ଆର୍ଥିକ ସ୍ତରରେ ପରିବର୍ତ୍ତନ ଆଣିବା ଲାଗି ଏହାର ଦୃଢ ପ୍ରତିଶୃତିବଦ୍ଧତାର ସଂକେତ ଦେଇଛନ୍ତି | ଦେଶ ସ୍ଵାଧୀନ ହେବା ପରେ ଯଦିଓ ସରକାରଙ୍କ ଦ୍ଵାରା ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଆରମ୍ଭ କରାଯାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟତା କବଳରୁ ରକ୍ଷା କରାଯାଇଛି ତେବେ ଏନଆଇପି ସମସ୍ତଙ୍କ ପାଇଁ କେବଳ ମୌଳିକଢାଞ୍ଚା ପର୍ଯ୍ୟନ୍ତ ସମାନ ପହଞ୍ଚର ପରିକଳ୍ପନାକୁ ସାକାର କରିନାହିଁ ବରଂ ଏହା 2024-25 ସୁଦ୍ଧା ଦେଶକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ଲାଗି ମଧ୍ୟ ପ୍ରତିଶୃତିବଦ୍ଧ ଅଛି | ଏକ ମହାତ୍ବାକାଙ୍ଖ୍ୟୀ ପ୍ରକଳ୍ପ ଭାବେ ଏନଆଇପି, ବିକାଶକୁ ଅଧିକ ସମଷ୍ଟିଗତ ଓ ଫଳପ୍ରଦ କରି ଜୀବନ ମାନରେ ସୁଧାର ଆଣିବା ଓ ନିଯୁକ୍ତି ସୃଷ୍ଟି ପାଇଁ ମଧ୍ୟ ନିଶ୍ଚିତ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ସ୍ଵାଧୀନତା ଦିବସ ଅବସରରେ ତାଙ୍କ ଅଭିଭାଷଣରେ କହିଥିଲେ ଆସନ୍ତା ପାଞ୍ଚବର୍ଷରେ ମୌଳିକ ଢାଞ୍ଚା କ୍ଷେତ୍ରରେ 100 ଲକ୍ଷ କୋଟି ଟଙ୍କା ନିବେଶ କରାଯିବ | ଏହି ବିଶାଳ ଲକ୍ଷ ହାସଲ ଲାଗି ଗତ ବର୍ଷ ସେପ୍ଟେମ୍ବର ମାସରେ ଅର୍ଥନୈତିକ ବ୍ୟାପାରୀୟ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରଯାଇଥିଲା | ଏହି ଟାସ୍କ ଫୋର୍ସ ଚାରି ମାସ ମଧ୍ୟରେ 70ଟି ...