Skip to main content

ଭାରତ-ଜର୍ମାନୀ ମଧ୍ୟରେ ବହୁପକ୍ଷତା ଭାଗିଦାରୀ

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ମୁନିକ ନିରାପତ୍ତା ସମ୍ମିଳନୀରେ ଭାଗ ନେବା ପାଇଁ ଜର୍ମାନୀ ଗସ୍ତ କରିଥିଲେ | ଗସ୍ତ କାଳରେ ଜୟଶଙ୍କର ଓମାନ, କୁଏତ, ଆରମନିଆ, ସାଉଦି ଆରବ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି | ଏହାସହିତ ସେ ସିଙ୍ଗାପୁର, ଜର୍ମାନୀ ଏବଂ ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି | ୟୁରୋପୀୟ ପରିଷଦର ସଭାପତିଙ୍କ ସହ ମଧ୍ୟ ଜୟଶଙ୍କର ସାକ୍ଷାତ ଆଲୋଚନା କରିଛନ୍ତି |

ଏହାପରେ ଶ୍ରୀ ଜୟଶଙ୍କର ବର୍ଲିନ ଯାଇ ସେଠାରେ ଜର୍ମାନୀର ବୈଦେଶିକ ମନ୍ତ୍ରୀ ହେଇକୋ ମାସ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତି ଅନେଗ୍ରେଟେ କ୍ରାମ୍ପ କାରେନବୋଉରଙ୍କ ସହିତ ଦ୍ଵିପକ୍ଷୀୟ ସଂପର୍କ ତଥା ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି | ଭାରତ ଏବଂ ଜର୍ମାନୀ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଦୃଢ ଭାଗିଦାରିତା ରଖିଛନ୍ତି | ଏହି ପରମ୍ପରାକୁ ଜାରି ରଖିବାକୁ ଯାଇ ଭାରତ ବହୁପକ୍ଷତା ପାଇଁ ଫ୍ରାନ୍କୋ-ଜର୍ମାନୀ ପଦନ୍ନୋତ ମେଣ୍ଟରେ ସାମିଲ ହୋଇଛି | ଜୟଶଙ୍କର ଏହା ଘୋଷଣା କରି କହିଛନ୍ତି ଯେ ଆଜି ବହୁପକ୍ଷବାଦ ବିପଦରେ ଅଛି ଏବଂ ରାଷ୍ଟ୍ରବାଦ ତଥା ବ୍ୟାପାରିକତାରେ ଉତ୍ତେଜନା ରହିଛି | ଭାରତ ଜାତିସଂଘର କେନ୍ଦ୍ରୀୟତା ଏବଂ ଆର୍ତର୍ଜାତୀୟ ବ୍ୟାପାରରେ ବିଶ୍ଵ ବାଣିଜ୍ୟ ସଂଗଠନର ପ୍ରାସଙ୍ଗିକତାରେ ବିଶ୍ଵାସ କରିଥାଏ |

ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟାକୁ ଗତିଶୀଳ କରିବା ଉପରେ ଉଭୟ ବିଦେଶ ମନ୍ତ୍ରୀ ବହୁ ସମୟ ଧରି ଆଲୋଚନା କରିଥିଲେ | ଉଭୟ ଭାରତ ଏବଂ ଜର୍ମାନୀ ଚାରି ସଦସ୍ୟ ବିଶିଷ୍ଟ ଦେଶ ଯାହାକୁ ଜି-4 କୁହାୟାଉଛି ସେଥିରେ ସଦସ୍ୟ ଅଛନ୍ତି ଯିଏକି ଜାତିସଂଘ ନିରାପତ୍ତା ପରିଷଦର ସ୍ଛାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ନେଇ ପ୍ରୟାସ କରୁଛନ୍ତି | ଗଣମାଧ୍ୟମକୁ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଉଭୟ ଭାରତ ଏବଂ ଜର୍ମାନୀ କିଛି ବର୍ଷ ହେଲା ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି | ଜର୍ମାନୀ ଆନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ଦୁର୍ବିପାକ ମୁକାବିଲାଧର୍ମି ଭିତ୍ତିଭୂମି ମେଣ୍ଟ ପରି ଦୁଇଟି ଭାରତୀୟ ବହୁପକ୍ଷୀୟ ପଦକ୍ଷେପ ପ୍ରତି ସମର୍ଥନ କରିଥିବାରୁ ଶ୍ରୀ ଜୟଶଙ୍କର ତାଙ୍କର ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି |

କିଛି ବର୍ଷ ହେଲା ଭାରତ ଏବଂ ଜର୍ମାନୀ ମଧ୍ୟରେ ଉଚ୍ଚ ସ୍ତରରେ ସଂପର୍କର ଆଦାନ ପ୍ରଦାନ ହେଉଛି |ଗତ ବର୍ଷ ଜର୍ମାନୀର ଚାନସେଲର ଅଞ୍ଜେଲା ମାର୍କେଲ ଭାରତ ଗସ୍ତରେ ଆସିଥିଲେ ଏବଂ ଦୁଇ ଦେଶ ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀତା ସ୍ଵୀକାର କରିଥିଲେ | ତାଙ୍କ ଗସ୍ତ କାଳରେ ଚାନସେଲର ମାର୍କେଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶର କୌଶଳଗତ ଭାଗିଦାରୀତାକୁ ଦୋହରାଇଥିଲେ ଯାହାକି ଗଣତାନ୍ତ୍ରୀକ, ମୁକ୍ତ ଏବଂ ଉଚିତ ବାଣିଜ୍ୟ ତଥା ଆନ୍ତର୍ଜାତୀୟ ନିୟମ ଆଧାରରେ ଗଢି ଉଠିଛି |

2020ରେ ଭାରତ ଏବଂ ଜର୍ମାନୀ ସେମାନଙ୍କର ବିଂଶତମ କୌଶଳଗତ ଭାଗିଦାରୀତା ପାଳନ କରୁଛନ୍ତି | ଉଭୟ ପକ୍ଷ ଏବେ ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ପ୍ରତିବର୍ଷ ଦ୍ଵିପକ୍ଷୀୟ ଆଲୋଚନା କରିବାକୁ ପ୍ରସ୍ଥାବ ରଖିଛନ୍ତି | ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ଶ୍ରୀ ଜୟଶଙ୍କର ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ କରିବା ନେଇ ବର୍ତ୍ତମାନ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ | ଭାରତ ଏବଂ ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ଅନ୍ତତଃ ଦୁଇ ବର୍ଷରେ ଥରେ ସାକ୍ଷାତ ଆଲୋଚନା କରିବା ପାଇଁ ଆଲୋଚନାରେ ପ୍ରସ୍ଥାବ ଉପସ୍ଥାପନ କରାଯାଇଥିଲା | ଉତ୍ତର ପ୍ରଦେଶ ଏବଂ ତାମିଲନାଡୁରେ ଜର୍ମାନୀ ଦୁଇଟି ପ୍ରତିରକ୍ଷା କରିଡର ସ୍ଥାପନ କରିବାକୁ ଇଛାପ୍ରକାଶ କରିଛି | ବର୍ଲିନ ଗସ୍ତ କାଳରେ ଜୟଶଙ୍କର ବର୍ଲିନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଭାରତ ପାଭିଲିୟନକୁ ଉଦଘାଟନ କରିଥିଲେ|

ଆଲେଖ୍ୟ: ରଂଜୀତ କୁମାର

ଭାଷାନ୍ତର: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...