Skip to main content

Posts

Showing posts from October, 2019

ଦକ୍ଷିଣ ଚିନ ସାଗର: ଏକ ସମ୍ଭାବିତ ନୂଆ ଦିଗ

ଚିନ ଆନ୍ତର୍ଜାତୀୟ ଆଇନ ଲଂଘନ କରି ଭିଏତନାମର ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ଜବରଦଖଲ କରିବାକୁ ଯାଇ ଦକ୍ଷିଣ ଚିନ ସାଗରରେ ଲକ୍ଷ୍ଣଣ ରେଖା ପାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଚିନ ଭିଏତନାମର ଉପକୂଳର 60 ନଟିକାଲ ମାଇଲ ଯାଏଁ ନିଜର ସର୍ଭେକ୍ଷଣ ଜାହାଜକୁ ପହଞ୍ଚାଇ ଦେଇଛି।ଯାହାଦ୍ୱାରା ଭିଏତନାମର ଅର୍ଥନୈତିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି। ଖବର ଅନୁଯାୟୀ ଚିନର ଚାରୋଟି ଜାହାଜ ଭିଏତନାମର ଅର୍ଥନୈତିକ ଯୋନ ଅନ୍ତର୍ଗତ ଦକ୍ଷିଣ ପୂର୍ବ ଭିଏତନାମର ଫୁକି ଦ୍ୱୀପପୁଞ୍ଜରୁ 120 କିଲୋମିଟର ଏବଂ ଦକ୍ଷିଣାଞ୍ଚଳ ଭିଏତନାମ ସହରର ଫାନଥିଏଟ ଠାରୁ ମାତ୍ର 185 କିଲୋମିଟର ଦୂରରେ ପହଞ୍ଚି ଯାଇଛି। ଆଇନ ଅନୁଯାୟୀ ଦେଶର ସ୍ୱତନ୍ତ୍ର ଅର୍ଥନୈତିକ ଯୋନ ଉପକୂଳରୁ 200 ନଟିକାଲ ମାଇଲ ଅର୍ଥାତ 370 କିଲୋମିଟର ବା 230 ମାଇଲ ଯାଏଁ ପରିବ୍ୟାପ୍ତ ଥାଏ ଯାହାକୁ ଏକ ଦେଶର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ ଅଭିପ୍ରେତ। ଦକ୍ଷିଣ ଚିନ ସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ ଚିନ ଏହାର ଜାହାଜକୁ ତୁରନ୍ତ ଅପସାରଣ କରିବା ପାଇଁ ଦେଶମାନେ ଚିନକୁ ଅନୁରୋଧ କରିବା ଉଚିତ। ଭିଏତନାମ ଉପକୂଳର ଏତେ ନିକଟବର୍ତ୍ତି ଯାଏଁ ଜାହାଜଗୁଡିକୁ ନେବା ଅର୍ଥ ଚିନ ଏହାର ସାମୁଦ୍ରିକ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି। ଏହାଦ୍ୱାରା ଭିଏତନାମର ତୈଳ ଏବଂ ଗ୍ୟାସ ଉତ୍ତୋଳନରେ ମଧ୍ୟ ବାଧା ଉପୁଜିବ ଯାହାକୁ ସେ ରୁଷର ପେଟ୍ରୋଲିୟମ କଂପାନି ରୋସନେଫ...

ଭାରତ-ରିୟାଦ ସମ୍ପର୍କ ଦେଣନେଣରୁ ଉର୍ଦ୍ଧ୍ଵରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ସାଉଦିଆରବକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ | ତାଙ୍କ ଗସ୍ତରୁ ରିୟାଦ ପ୍ରତି ଭାରତର ନୀତିରେ ହେଉଥିବା ପରିବର୍ତ୍ତନ ଓ ଏହାର ସମ୍ଭାବିତ ଲାଭ ଉପରେ ପ୍ରମୁଖତାର ସହ ରେଖାଙ୍କିତ ହୋଇଛି | ହଜ ତୀର୍ଥଯାତ୍ରା ଓ ସାଉଦିଆରବରୁ ଭାରତକୁ ଉର୍ଜ୍ଜା ଆମଦାନୀ ପରମ୍ପରାଗତ ଭାବେ ଉଭୟଙ୍କ ମଧ୍ୟରେ ସମ୍ପର୍କର ଆଧାର ରହିଥିବା ବେଳେ ନିକଟ କିଛି ବର୍ଷରେ ଦୁଇ ଦେଶ ନେଣଦେଣ ରୁ ଆଗକୁ ବଢି ବିଭିନ୍ନ କ୍ଷେତ୍ରରେ ସମ୍ପର୍କରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି | ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ଦ୍ଵାରା ଆୟୋଜିତ ତୃତୀୟ ‘ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ’ ବା (ଏଫଆଇଆଇ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ଭାଷଣ ଏଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି | ଏଫଆଇଆଇ କୁ “ଦାଭୋସ ଇନ ଦ ଡେଜର୍ଟ” ବୋଲି ମଧ୍ୟ କୁହାଯାଏ | ଏଫଆଇଆଇର ଉଦ୍ଦେଶ୍ୟ ହେଉଛି ତୈଳ କ୍ଷେତ୍ରରେ ସାଉଦି ନିର୍ଭରତା ହ୍ରାସ କରିବା ଲାଗି ଅଣ-ପାରମ୍ପରିକ ଉର୍ଜ୍ଜା, ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା, ପର୍ଯ୍ୟଟନ ଓ ମନୋରଞ୍ଜନ ଭଳି ଅଣ-ତୈଳ କ୍ଷେତ୍ରରେ ନିବେଶ ଲାଗି ଅର୍ଥନୈତିକ ଅବସର ପ୍ରଦାନ କରିବା | ଯୁବରାଜଙ୍କ ନେତୃତ୍ଵାଧୀନରେ ଏହି ଅଭିଯାନ, 2024 ସୁଦ୍ଧା ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲ...

ବାଗଦାଦୀର ମୃତ୍ୟୁ ଆରବ ଦେଶମାନଙ୍କରେ ନୂଆ ଯୁଗ ଆଣିବକି?

ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଇରାକର ମୋସୁଲରେ ଖୁସିର ଲହଡି ଖେଳିଯାଇଛି ଯେଉଁଠି ସେ 2014ରେ ଇରାକ ଏବଂ ସିରିଆର ଇସଲାମିକ ଷ୍ଟେଟ ଘୋଷଣା କରିଥିଲା। ଯେଉଁଠାରେ ସେ ଗଣ ହତ୍ୟା, ସାମୁହିକ ବଳାତ୍କାର, ଅପହରଣ, ହିଂସା, ଜବରଦଖଲ ଏବଂ ଅନେକ ଅମାନଷିକ ଅତ୍ୟାଚାର ଘଟାଇଥିଲା। ବାଗଦାଦି ଯୋଗୁଁ ମୋସୁଲ ସହରରୁ ତିନି ଲକ୍ଷ ଲୋକ ଗୃହଶୂନ୍ୟ ଏବଂ ହଜାର ହଜାର ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିଲେ। ଆଇଏସଆଇଏସର ମୁଖ୍ୟ ବାଗଦାଦି ଦିନେ ଇରାକ ଏବଂ ସିରିଆର ଏକ ବଡ ଅଞ୍ଚଳ ଉପରେ ଅଧିକାର କରିଥିଲା ଯାହାର କ୍ଷେତ୍ରଫଳ ବ୍ରିଟେନ ପରି ହେବ। ସେ ପାଲମିରା ସହରକୁ ଧ୍ୱଂସ କରିବା ସହିତ 2017ରେ ମୋସୁଲର ଆତିହାସିକ ମସଜିଦ ଅଲ ନୁରି ମସଜିଦକୁ ଧ୍ୱଂସ କରିଦେଇଥିଲା ଏବଂ 2014ରେ ସେ ନିଜକୁ ଇସଲାମିକ ଖଲିଫା ଘୋଷଣା କରିଥିଲା। ଆମେରିକା ନେତୃତ୍ୱାଧିନ ସେନା ଇରାକ ଏବଂ ସିରିଆରେ କୁର୍ଦିସଙ୍କ ସହାୟତାରେ ଆଇଏସଆଇଏସକୁ ସେଠାରୁ ବିତାଡିତ କରିଥିଲା। ବାଗଦାଦିର ମୃତ୍ୟୁ ଖବର ପ୍ରଚାର ହେବା ପରେ ଅନେକ ଏହାକୁ ବିଶ୍ୱାସ କରିପାରି ନଥିଲେ କାରଣ ଏହା ପୂର୍ବରୁ ମଧ୍ୟ ଏପରି ଖବର ଆସିଥିଲା ଯାହା ସତ୍ୟ ହୋଇ ନଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଘୋଷଣା କଲେ ଯେ ଜଣେ କୁକୁର ଏବଂ ଭୀରୁ ବାଗଦାଦି ପ୍ରାଣ ହରାଇଛି ସେତେବେଳେ ବିଶ୍ୱାସ ନକରିବାର କୌଣସି କାରଣ ନଥିଲା। ପାକିସ୍ତାନରେ ଓସାମ...

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ) ର ଅଷ୍ଟାଦଶ ଶିଖର ସମ୍ମିଳନୀ 

ଅଜରବାଇଜାନ ର ସମୁଦ୍ର ତଟବର୍ତ୍ତୀ ରାଜଧାନୀ ବାକୁରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ) ର ଦୁଇ ଦିବସୀୟ ଅଷ୍ଟାଦଶ ଶିଖର ସମ୍ମିଳନୀ ଶେଷ ହୋଇଛି | ‘ନାମ’ ର କୌଣସି ସ୍ଥିତି ନାହିଁ ବୋଲି ପର୍ଜ୍ୟବେକ୍ଷକ ମାନେ ଟିପ୍ପଣୀ ଦେଉଥିବା ସମୟରେ ଏହାର ସ୍ଥିତି ଏବେ ମଧ୍ୟ ବଜାୟ ରହିଛି ବୋଲି ଏହି ସମ୍ମିଳନୀରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି | ଛ ଦଶନ୍ଧି ପୂର୍ବରୁ ସ୍ଥାପନା ହୋଇଥିବା ନାମ ଉପରେ ଭାଷ୍ୟକାର ମାନେ ଅନେକ ମନ୍ତବ୍ୟ ଦେଇଆସୁଛନ୍ତି ହେଲେ ସେମାନେ ବାରମ୍ବାର ଭୁଲ ପ୍ରମାଣିତ ହେଉଛନ୍ତି | 2011 ଶେଷ ବେଳକୁ ନାମ ରେ ସାମିଲ ହୋଇଥିବା ଅଜରବାଇଜାନ ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବା ବିଷୟରୁ ପ୍ରତୀତ ହେଉଛି ଯେ ସଦସ୍ୟ ରାଷ୍ଟ୍ର ଗୁଡିକ ପାଇଁ ଏହାର ସ୍ଥିତି ଏବେ ମଧ୍ୟ ସୁଦୃଢ ରହିଛି ଓ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ବରେ ଏହାର ପ୍ରାସଙ୍ଗିକତା ଆଗକୁ ମଧ୍ୟ ଜାରି ରହିବ | ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ସ୍ଵର ଉତ୍ତୋଳନ କରିବା ପାଇଁ ‘ନାମ’ ହେଉଛି ଏକ ପ୍ରକୃତ ମଞ୍ଚ ବୋଲି ଏବେ ମଧ୍ୟ ସମଗ୍ର ଦୁନିଆର ଅଧିକାଂଶ ଲୋକ ଏଥିପ୍ରତି ଆସ୍ଥା ଓ ବିଶ୍ଵାସ ପ୍ରକଟ କରନ୍ତି | ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଜଣେ ପ୍ରତିଷ୍ଠାତା ଭାବେ ଭାରତର ଏଥିପ୍ରତି ଐତିହାସିକ ଭାବେ ମହତ୍ବପୂର୍ଣ୍ଣ ଭୂମିକା ରହିଛି | ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟାନାଈଡୂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇ ଏହି ଶିଖର ବୈଠକରେ ଯୋଗ ଦେଇଥିଲେ | ଏହି ଅ...

ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଦମନ ପ୍ରତି ଆମେରିକାର ଉଦବେଗ

ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟ ସଂଖ୍ୟାଗରିଷ୍ଠଙ୍କ ଦ୍ଵାରା ନିଷ୍ପେସିତ ଦେଶରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି | ପାକିସ୍ତାନ ଗଠନ ସମୟରେ ହିନ୍ଦୁ, ଶିଖ, ପାର୍ସି ଏବଂ ବୌଦ୍ଧ ଆଦି ସଂଖ୍ୟାଲଘୁଙ୍କ ଜନସଂଖ୍ୟା 28 ଭାଗ ଥିଲା | ପୂର୍ବ ପାକିସ୍ତାନରେ ହିନ୍ଦୁ ମାନଙ୍କ ସଂଖ୍ୟା 22 ଭାଗ ଥିଲା କିନ୍ତୁ ଏବେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ଦେଶର ଜନସଂଖ୍ୟାର 4 ଭାଗ ମାତ୍ର ରହିଯାଇଛନ୍ତି | ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନା ଧର୍ମ ନିରପେକ୍ଷ ଉପରେ ଗୁରୁତ୍ଵ ଦେଇଥିବାବେଳେ ତାଙ୍କର ଜୀବିତ ଅବସ୍ଥାରେ ମୌଳବାଦିମାନେ ଧିରେଧରେ ଏହି ନୀତିକୁ ମୂଳୋତ୍ପାଟନ କରି 1980 ବେଳକୁ ରାଷ୍ଟ୍ରପତି ଜିଆଉଲ ହକଙ୍କ ସମୟରେ ଏହାକୁ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିଦେଲେ | ବହୁ ଦଶନ୍ଧି ଧରି ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପ୍ରତି ଅତ୍ୟାଚାର ଜାରି ରହିଛି | ଧାର୍ମିକ ଆଇନ ଯୋଗୁଁ ପାକିସ୍ତାନରେ ଅନ୍ୟ ଧର୍ମର ଲୋକମାନେ ରହିବା ଆଉ ସୁରକ୍ଷିତ ହୋଇ ରହିନାହିଁ | ପାକିସ୍ତାନରେ ଅନ୍ୟ ଧର୍ମର ଲୋକମାନଙ୍କ ପ୍ରତି ଯେପରି ନୀତି ଏବଂ ପାତରଅନ୍ତର ପ୍ରଦର୍ଶନ କରାଯାଇ ସେମାନଙ୍କୁ ଶୋଷଣ କରାଯାଉଛି ସେଥିରେ ଆମେରିକା ଚିନ୍ତା ପ୍ରକଟ କରିଛି | ଲୋକମାନଙ୍କ ସ୍ଵାଧୀନତାକୁ ବଜାୟ ରଖିବା ପାଇଁ ଆମେରିକା ଇମରାନ ଖାନ ସରକାରଙ୍କୁ ଅନୁରୋଧ କରିଛି | ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ଉପ ବ...

ଭାରତର ଅର୍ଥନୈତିକ ଦୃଷ୍ଟିକୋଣ ପ୍ରତି ଭାରତ-ଆମେରିକା ରଣନୀତିକ ଫୋରମର ଆସ୍ଥା

ଭାରତ-ଆମେରିକା ରଣନୀତିକ ଫୋରମର ଦ୍ଵିତୀୟ ବୈଠକ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତ୍ତି ତାଙ୍କ ଆମେରିକା ଗସ୍ତ କାଳରେ ଭାରତକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5 ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ନେଇ ନିଜର ସଙ୍କଳ୍ପବଦ୍ଧତା ପରିପ୍ରକାଶ କରିଥିଲେ | ଭାରତ-ଆମେରିକା ରଣନୀତିକ ଫୋରମ ବୈଠକର ପ୍ରତିନିଧିମଣ୍ଡଳ, ଅର୍ଥବ୍ୟବସ୍ଥାକୁ ଦ୍ଵିଗୁଣିତ କରିବା ନେଇ ଭାରତର ସଙ୍କଳ୍ପବଦ୍ଧତା ପ୍ରତି ଆସ୍ଥା ପ୍ରକଟ କରିଛନ୍ତି|  ଏହି ବୈଠକରେ ଉଦ୍ୟୋଗ ଜଗତର ପ୍ରମୁଖ ସିଇଓ ଓ କୂଟନୈତିକ ମାନେ ଯୋଗ ଦେଇଥିଲେ | ସେମାନଙ୍କ ମତ ଅନୁଯାୟୀ ଭାରତର ଆସନ୍ତା 5 ବର୍ଷ ବିଶ୍ଵର ଆଗାମୀ 25 ବର୍ଷକୁ ପରିଭାଷିତ କରିବ | ଜନ ଚେମ୍ବର୍ସଙ୍କ ଅଧ୍ୟକ୍ଷତାରେ ଏହି ଫୋରମରେ ଯୋଗ ଦେଇଥିବା ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁରଦୃଷ୍ଟି ପ୍ରତି ସମର୍ଥନ ଜଣାଇଛନ୍ତି | ଆମେରିକୀୟ ଶୀତଳ ଯୁଦ୍ଧ ଯୁଗର ଖ୍ୟାତନାମା କୂଟନୈତିକ ହେନରୀ କିସିଙ୍ଗର, ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କଣ୍ଡୋଲିଜା ରାଇସ ଓ ଉଦ୍ୟୋଗ କ୍ଷେତ୍ରର 300ରୁ ଅଧିକ ପ୍ରମୁଖ ସିଇଓଙ୍କୁ ନେଇ ଏହି ପ୍ରତିନିଧିମଣ୍ଡଳ ଗଠିତ |  ଗତ କିଛି ଦଶନ୍ଧିରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଛି | ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ଏଥି ପ୍ରତି ସମର୍ଥ...

ଆର.ସି.ଇ.ପି ଆଲୋଚନାରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ

ନଭେମ୍ବର 2ରୁ 4 ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବ ଏସିଆ ସମ୍ମିଳନୀ, ଆସିଆନ ସମ୍ମିଳନୀ ଏବଂ ଅନ୍ୟ ତତସଂପର୍କୀୟ ବୈଠକ ପୂର୍ବରୁ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ (ଆର.ସି.ଇ.ପି) ଆଲୋଚନାକୁ ସଫଳର ଆଶା କରାଯାଉଛି। ଏହାଦ୍ୱାରା 2020 ଜୁନରେ ହେବାକୁ ଥିବା ଆନୁଷ୍ଠାନିକ ବୁଝାମଣା ପାଇଁ ରାସ୍ତା ପରିସ୍କାର ହୋଇଯିବ। ଆସନ୍ତା ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେବା ପାଇଁ ବ୍ୟାଙ୍ଗକ ଯିବେ। ବୈଠକର କାର୍ଯ୍ୟସୂଚିରେ ଆର.ସି.ଇ.ପିର ପ୍ରସଙ୍ଗ ମଧ୍ୟ ଉଠିବ। ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସଂଘ(ଆସିଆନ)ର ଦଶଟି ସଦସ୍ୟ ଦେଶ ଏବଂ ଏହାର ଛଅଟି ଆଲୋଚନାକାରୀ ଦେଶ ଭାରତ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜଲ୍ୟାଣ୍ତ, ଅଷ୍ଟ୍ରେଲିଆ ଏବଂ ଚୀନ 2012 ନଭେମ୍ୱରରୁ ଆର.ସି.ଇ.ପି ଆଲୋଚନାରେ ସଂପୃକ୍ତ ଅଛନ୍ତି। ବିଗତ ସାତ ବର୍ଷରେ ବିଭିନ୍ନ ବୁଝାମଣାକୁ ନେଇ ବହୁବାର ଆଲୋଚନା ହୋଇଛି। ବ୍ୟାଙ୍ଗକରେ ଚଳିତ ସପ୍ତାହରେ ଆଞ୍ଚଳିକ ବାଣିଜ୍ୟ ଆଲୋଚନାକୁ ନେଇ ଏକ ବଡ ବୈଠକ ଶେଷ ହୋଇଛି। ଏଥିରେ ପ୍ରାୟ 80 ଭାଗ ଆଲୋଚନା ବୁଝାମଣା ଶେଷ ହୋଇଛି। ମୋଟ 225ଟି ବୁଝାମଣା ମଧ୍ୟରୁ 185ଟି ବୁଝାମଣା ଉପରେ ସହମତି ପ୍ରକାଶ ପାଇଛି ଯାହା ମୁଖ୍ୟତଃ ଦ୍ରବ୍ୟ, ସେବା ଏବଂ ପୁଞ୍ଜି ବିନିଯୋଗ ଉପରେ ପର୍ଯ୍ୟବଶିତ। ଭାରତ ସମେତ ଆସିଆନ ସଦସ୍ୟ ଏବଂ ଏହାର ଭାଗିଦାରୀ ରାଷ୍ଟ୍ରମାନେ ଆଞ୍ଚଳିକ ଅର୍ଥନୈତିକ ଆଲୋଚନା କରିବାରେ ଆର.ସ...

ଭାରତର ଆକ୍ଟ ଇଷ୍ଟ  ନୀତି ଆହୁରି ଦୃଢୀଭୂତ ହେଉଛି 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫିଲିପାଇନ୍ସ ଓ ଜାପାନକୁ ଏକ ଦୁଇ ଦେଶ ଗସ୍ତରେ ଯାଇଥିଲେ | ଭାରତର ‘ଆକ୍ଟ ଇଷ୍ଟ ନୀତି’ ବା ପୂର୍ବ ନୀତିରେ ଏହି ଦୁଇ ଦେଶର ମହତ୍ବପୂର୍ଣ୍ଣ ଭୂମିକା ରହିଛି | ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଗସ୍ତର ପ୍ରଥମ ଚରଣରେ କୂଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଫିଲିପାଇନ୍ସ ଗସ୍ତ କରିଥିଲେ | ଏହାପରେ ଜାପାନ ସମ୍ରାଟ ନରୁହିତୋଙ୍କ ରାଜ୍ୟାଭିଷେକ ଉତ୍ସବ ସମାରୋହରେ ଯୋଗ ଦେବା ଲାଗି ସେ ଜାପାନ ଗସ୍ତରେ ଯାଇଥିଲେ | ମିଳିତ ମୂଲ୍ଯବୋଧ ଓ ଆପୋଷ ରଣନୀତିକ ସ୍ଵାର୍ଥ ଆଧାରରେ ଫିଲିପାଇନ୍ସ ଭାରତର ‘ଆକ୍ଟ ଇଷ୍ଟ’ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି | ଏକ ନିୟମ ଆଧାରିତ ଆନ୍ତର୍ଜାତୀୟ ନିୟମାବଳୀକୁ ପ୍ରୋତ୍ସାହନ କରି ଭାରତ ଓ ଫିଲିପାଇନ୍ସ ଆନ୍ତର୍ଜାତୀୟ ଆଇନ ଓ ଦେଶର ସାର୍ବଭୌମତ୍ଵ ସମାନତା ବଜାୟ ରଖିବାରେ ପ୍ରକୃତ ଭାଗୀଦାର ଅଟନ୍ତି | ଭାରତ ଓ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ଦକ୍ଷିଣ ଦକ୍ଷିଣ ସହଯୋଗ ଓ ମଜବୂତ ଗଣତାନ୍ତ୍ରିକ ରାଜନୀତି ଉପରେ ଆଧାରିତ | ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ସନ୍ତ୍ରାସବାଦ ଓ ମହାକାଶ ଭଳି ପ୍ରମୁଖ କ୍ଷେତ୍ରରେ ଉତ୍ତମ ସହଯୋଗ ସ୍ଥାପନା ନେଇ ମୁଖ୍ଯତଃ ଆଲୋଚନା ହୋଇଥିଲା | ଏହି ଅବସରରେ ସାମୁଦ୍ରିକ କ୍ଷେତ୍ର, ସୁରକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ସଂସ୍କୃତି ଆଦି ଚାରୋଟି ନୂତନ ରାଜିନାମା ଉପରେ ସ୍ବାକ୍ଷରିତ ହେବା ସହ ଭାରତ-ଫିଲି...

74 ବର୍ଷରେ ଜାତିସଂଘ

1948 ମସିହାରୁ ଅକ୍ଟୋବର 24କୁ ଜାତିସଂଘ ଦିବସ ଭାବେ ପାଳନ କରାଯାଉଛି । ଜାତିସଂଘର 50ଟି ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଭାରତ 1945 ଜୁନ 26 ତାରିଖରେ ସାନ ଫ୍ରାନ୍ସିସକୋରେ ଜାତିସଂଘର ସନନ୍ଦରେ ସ୍ୱାକ୍ଷର କରିଥିଲା।ଏହି ସନନ୍ଦ ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ସ୍ୱାକ୍ଷରିତ ଦେଶର ଅଧିକାଂଶଙ୍କ ମତାନୁଯାୟୀ ସଂଶୋଧନ ହୋଇ 1945 ଅକ୍ଟୋବର 24 ତାରିଖରେ ଲାଗୁ କରାଯାଇ ଥିଲା। 1947 ଅକ୍ଟୋବର 31 ତାରିଖରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଅକ୍ଟୋବର 24 ଜାତିସଂଘ ଦିବସ ଭାବେ ପାଳନ କରିବାକୁ ଏକ ପ୍ରସ୍ଥାବ ଗୃହିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଲା ଜାତିସଂଘର ଲକ୍ଷ୍ୟ ଏବଂ ସଫଳତାକୁ ଉଜାଗର କରିବା ସହିତ ଆନ୍ତଃସରକାରୀ ସଂଗଠନର କାର୍ଯ୍ୟକୁ ନିରନ୍ତର ସହଯୋଗ କରିବା। 1947 ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନ ହେଲା। ଏହାର ମାତ୍ର ଦୁଇ ମାସ ପରେ ଜାତିସଂଘ ସାଧାରଣ ପରିଷଦ ପ୍ରସ୍ଥାବ ଗୃହିତ ହେଲା ଯାହାକି ଜାତିସଂଘ ଦିବସ ପ୍ରସ୍ଥାବର ଲକ୍ଷ୍ୟରେ ନିଜର ଯୋଗଦାନ ପାଇଁ ଭାରତକୁ ସୁଯୋଗ ମିଳିଲା। ବିଗତ 72 ବର୍ଷରେ ଜାତିସଂଘର ସଫଳତାର ତିନୋଟି ମୁଖ୍ୟ ବିଷୟ ହେଉଛି ଉପନିବେଶବାଦର ସମାପ୍ତି, ସ୍ଥାୟୀ ବିକାଶ ଏବଂ ମାନବର ମୌଳିକ ଅଧିକାର ଓ ସ୍ୱାଧୀନତାକୁ ବଜାୟ ରଖିବା। ଭାରତ ଏଥିରେ ନିଜର ଭୂମିକା ଗ୍ରହଣ କରିଛି। ଉପନିବେଶବାଦରୁ ମୁକ୍ତି ପାଇଥିବା ସବୁଠୁ ବଡ ଦେଶ ଭାରତ 1960 ଡିସେମ୍ବରରେ ଜାତିସଂଘ ସାଧାରଣ ପ...

ଏଲପିଜି ଆମଦାନୀ ଉପରେ ଭାରତ-ବାଙ୍ଗଲାଦେଶ ମଧ୍ୟରେ ବୁଝାମଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଙ୍ଗଲାଦେଶରେ ତାଙ୍କ ପ୍ରତିପକ୍ଷ ସୁଶ୍ରୀ ଶେଖ ହାସିନା ବାଙ୍ଗଲାଦେଶରୁ ଏଲପିଜି ଗ୍ୟାସ ଆମଦାନୀ ପାଇଁ ସମ୍ପ୍ରତ୍ତି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି | ଏଥିସହିତ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଆପୋଷ ସମ୍ପର୍କ ଆହୁରି ଦୃଢୀଭୂତ ହୋଇଛି | ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାକୁ ସୁରୁଖୁରୁରେ ଏଲପିଜି ଯୋଗାଣ ପାଇଁ ବାଙ୍ଗଲାଦେଶ ସହ ଏକ ବୁଝାମଣାରେ ଉପନୀତ ହେବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି | ଏହି ପଦକ୍ଷେପରୁ ଉଭୟଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସୌହାର୍ଦ୍ଯ ସମ୍ପର୍କ ଓ ପରସ୍ପରର ଅସୁବିଧା ଗୁଡିକୁ ହୃଦବୋଧ କରିବା ସହ ଏହାକୁ ଦୂର କରିବା ଲାଗି ବାଟ ବାହାର କରିବା ନେଇ ସ୍ପଷ୍ଟ ପ୍ରତିଫଳିତ ହେଉଛି | ବାଙ୍ଗଲାଦେଶରୁ ଭାରତର ସୀମାବର୍ତ୍ତି ରାଜ୍ୟକୁ ଏଲପିଜିର ଆମଦାନୀ ଯୋଗୁଁ ଏଲପିଜି ର ବର୍ଷ ଯାକ ଯୋଗାଣ ନିଶ୍ଚିତ ହେବ ନାହିଁ ବରଂ ପରିବହନ ମୂଲ୍ୟ ହ୍ରାସ ହେବା ସହ ସମୟ ମଧ୍ୟ ବଞ୍ଚିବ | ବର୍ତ୍ତମାନ ତ୍ରିପୁରାକୁ ମେଘାଳୟ ବା ସିଲଚର ଦେଇ 287 କିଲୋମିଟର ଜରିଆରେ ଗୁୱାହାଟୀରୁ ଏଲପିଜି ଯୋଗାଣ ହେଉଛି | ଗୁୱାହାଟୀରୁ ଏଲପିଜି ଟ୍ୟାଙ୍କର ଯୋଗେ ପାର୍ବତ୍ଯ ଇଲାକା ତଥା ଭୁସ୍ଖଳନ ଅଧ୍ୟୁଷିତ ସଡକ ମାଧ୍ୟମରେ ଏକ ଦୀର୍ଘ ଯାତ୍ରା କରି ଏଲପିଜି ଯୋଗାଣ ହେଉଛି | ବର୍ଷା ଋତୁରେ ଏଲପିଜି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଘୋର ବାଧାପ୍ରାପ୍ତ ହେଉଛି | ଭାରତ, ବାଙ୍ଗଲ...

ଏଫ.ଏ.ଟି.ଏଫ ଦ୍ୱାରା ଚେତାବନୀ ସହିତ ପାକିସ୍ତାନ ଗ୍ରେ ତାଲିକାରେ

ପାକିସ୍ତାନ ନିୟନ୍ତ୍ରଣ ସୀମାରେଖା ଠାରେ ଅସ୍ତ୍ରବିରତି ଲଂଘନ କରିବା ପରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ସନ୍ତ୍ରାସବାଦି ଲଞ୍ଚ ପ୍ୟାଡ୍ସ ଏବଂ କେତେକ ଆଗୁଆ ଘାଟି ଉପରେ ଆକ୍ରମଣ କରିଛି। ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଭାରତୀୟ ସେନାବାହିନୀର ପାଲଟା ଆକ୍ରମଣ କାଳରେ ଅନେକ ପାକିସ୍ତାନୀ ସେନା ଏବଂ ସନ୍ତ୍ରାସବାଦି ପ୍ରାଣ ହରାଇଛନ୍ତି। ଜମ୍ମୁ କଶ୍ମୀରରେ ଧାରା 370 ହଟିବା ପରେ ପାକିସ୍ତାନ ଅସ୍ତ୍ରବିରତି ଲଂଘନ ଅଧିକ କରିଛି। କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଆନ୍ତର୍ଜାତୀୟ କ୍ଷେତ୍ରରେ ଏକ ପ୍ରକାର ଏକଲା ହୋଇପଡିଛି ଏବଂ ରାଗରେ ତାଟିଆ କାମୁଡିବା ପରି ଭାରତୀୟ ଅଞ୍ଚଳରେ ଲଗାତାର ଗୁଳିଗୋଳା ବର୍ଷଣ କରିଚାଲିଛି। କିନ୍ତୁ ଏହି ହୀନ କାର୍ଯ୍ୟକୁ ଭାରତୀୟ ସେନା ପକ୍ଷରୁ ଦୃଢ ଉତ୍ତର ଦିଆ ଯାଉଛି। ଇତି ମଧ୍ୟରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଏହାର ପ୍ୟାରିସ ବୈଠକରେ ପାକିସ୍ତାନକୁ 2020 ଫେବୃୟାରୀ ପର୍ଯ୍ୟନ୍ତ ଗ୍ରେ ତାଲିକାରେ ରହିବା ଜାରି ରଖିବାକୁ ସର୍ବସମ୍ମତିରେ ଘୋଷଣା କରିଛି। ସନ୍ତ୍ରାସବାଦି କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ ଆଉ 4ମାସ ସମୟ ଦିଆଯାଇଛି କଡ଼ା ଚେତାବନି ସହିତ। ଏକ ବିବୃତ୍ତିରେ ଏଫ.ଏ.ଟି.ଏଫ କହିଛି ଯଦି ପାକିସ୍ତାନ ଧାର୍ଯ୍ୟ ସମୟସୀମା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ଏହି ଦ...

କର୍ତ୍ତାରପୁର କୋରିଡରର ଶୁଭାରମ୍ଭ

ଭାରତ ଓ ପାକିସ୍ତାନ, ସମ୍ପ୍ରତି ଚାଲିଥିବା ଦ୍ଵିପକ୍ଷୀୟ ଉତ୍ତେଜନା ସତ୍ତ୍ୱେ ମଧ୍ୟ, ଗୁରୁଦ୍ଵାରା ଦରବାର ସାହିବର ପରିଦର୍ଶନ ଲାଗି ତୀର୍ଥଯାତ୍ରୀ ମାନଙ୍କ ପାଇଁ କର୍ତ୍ତାରପୁର ସାହିବ କୋରିଡର ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି | ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନାରୋୱାଲ ଜିଲ୍ଲା ସ୍ଥିତ କର୍ତ୍ତାରପୁର ସାହିବ ହେଉଛି ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଜୀ ଙ୍କ ପବିତ୍ର ଧର୍ମପୀଠ | ଶ୍ରୀ ଗୁରୁ ନାନକ ଦେବ ଜୀ ଅଠର ବର୍ଷ ପର୍ଯ୍ୟନ୍ତ କର୍ତ୍ତାରପୁର ସାହିବରେ ନୀତିଶିକ୍ଷା ପ୍ରଦାନ କରିବା ସହ ଧର୍ମବାଣୀ ପ୍ରଚାର କରିଥିଲେ | ଏହି ସ୍ଥାନରେ ସେ ତାଙ୍କ ଅନ୍ତିମ ସମୟ ବିତାଇଥିଲେ | ପ୍ରଥମ ଶିଖ ଗୁରୁଙ୍କ 550 ତମ ଜୟନ୍ତୀ ଅବସରରେ ନଭେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଯୋଜନା କରାଯାଇଛି | ଗତ ବର୍ଷ ନଭେମ୍ବରରେ ଭାରତ ସରକାର ଭାରତର ଗୁରଦାସପୁର ଜିଲ୍ଲାରେ ଡେରା ବାବା ନାନକରୁ ଆନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ଏକ ଚାରି ଲେନ ବିଶିଷ୍ଟ କୋରିଡର ର ନିର୍ମାଣ ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ | ପାକିସ୍ତାନରେ ଶିଖ ସମ୍ପ୍ରଦାୟର ପାଖାପାଖି 173ଟି ଧର୍ମପୀଠ ରହିଛି | 1974ରେ ହୋଇଥିବା ଭାରତ ଓ ପାକିସ୍ତାନ ଦ୍ଵିପକ୍ଷୀୟ ପ୍ରୋଟୋକଲ ଅନୁଯାୟୀ ଏଥିମଧ୍ୟରୁ ମାତ୍ର କେତୋଟି ଧର୍ମପୀଠରେ ଭାରତର ଶିଖ ଧର୍ମାବଲମ୍ବୀ ମାନେ ଦର୍ଶନ କରିପାରୁଛନ୍ତି | ଏହି ପ୍ରୋଟୋକଲ ଅନୁଯାୟୀ ତୀର୍ଥଯାତ୍ରୀ ମାନେ ପରସ୍ପର ର କ୍ଷେତ୍ରରେ ସ୍ଥିତ...

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ(ଏନଏଏମ) ସମ୍ମୁଖରେ ଚ୍ୟାଲେଞ୍ଜ

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ(ଏନଏଏମ) ଏବେ ଚର୍ଚ୍ଚାର ପରିସର ମଧ୍ୟରେ ନଥିବାବେଳେ ଆଜରବୈଜାନ ଏହାର ଅଠରତମ ଶିଖର ବୈଠକ ଆୟୋଜନ କରୁଛି | ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଯେପରି ପରିବର୍ତ୍ତନ ଆସିଛି ସେତେବେଳେ ଏନଏଏମର ଗୁରୁତ୍ଵ ଲାଘବ ହେବାରେ ଲାଗିଛି | ଏବେ ବିଶ୍ଵରେ ନୂଆ ଭୂ ରାଜନୈତିକର ସମୀକରଣ ଦେଖୁଛି | ଏକ ବିଂଶ ଶତାବ୍ଦିକୁ ଜଣେ ବିଶେଷଜ୍ଞ ଜି-ଜିରୋ ବିଶ୍ଵ କହିଥିଲେ ଅର୍ଥାତ ଏବେ ଏହା କୌଣସି ଗୋଟିଏ ଦେଶ, ଗୋଷ୍ଠି ବା ସଂସ୍ଥାର ଦବଦବା ନାହିଁ ବରଂ ବିଭିନ୍ନ ଆଞ୍ଚଳିକ ଗୋଷ୍ଠିର ଆର୍ଥିକ ତଥା ରାଜନୈତିକ ସ୍ତର ଉପରେ ପ୍ରଭାବକୁ ଅନୁଭବ କରାଯାଉଛି | କିଛି ବର୍ଷ ପୂର୍ବେ ଭାରତର ତୁଙ୍ଗ ରାଜନୈତିକମାନେ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ-2 ନାମରେ ଏକ ଦସ୍ତାବେଜ ଜାରି କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଗୋଷ୍ଠି ଆନ୍ଦୋଳନର ମୂଳ ସିଦ୍ଧାନ୍ତରେ ରହି ଭାରତ ବିଶ୍ଵ ମଞ୍ଚରେ ପ୍ରଭାବଶାଳି ହେବ ଏବଂ ନିଜର ରାଜନୈତିକ ସ୍ଵାୟତତ୍ତା ତଥା ମୂଲ୍ୟବୋଧକୁ ରକ୍ଷା କରିବ | ଶିତଳ ଯୁଦ୍ଧର ସମାପ୍ତି ପରେ ଏବେ ଶିତଳ ଯୁଦ୍ଧ ଦ୍ଵିତୀୟ ଜାରି ରହିଛି | ଏହାର ପ୍ରକୃତି ଭିନ୍ନ କିନ୍ତୁ ସମପରିମାଣରେ ସାଂଘାତିକ | ଏପରିସ୍ଥଳେ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନକୁ ପୁନଃ ପରିଭାସିତ କରିବାର ଆବଶ୍ୟକତା ରହିଛି | ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କହିବା ଅନୁଯାୟୀ ଭାରତର ବିଦେଶ ନୀତି ପ୍ରସଙ୍ଗ ଉପରେ ଆଧାରିତ ସଂପର୍କ, ମହାଶକ୍ତିର ପଥରେ ଚା...

ଭାରତ-ନେଦରଲ୍ୟାଣ୍ଡସ ସମ୍ପର୍କ ଏକ ନୂତନ ଶିଖରକୁ ଛୁଇଁଛି

ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ବିଗତ ସପ୍ତଦଶ ଶତାବ୍ଦୀରୁ ଦୃଢ ଐତିହାସିକ ସମ୍ପର୍କ ରହିଛି |1947 ମସିହାରେ ଭାରତ ସ୍ଵାଧୀନତା ଲାଭ କଲାପରେ ଉଭୟ ଦେଶ ମଧ୍ୟରେ ଔପଚାରିକ ସମ୍ପର୍କ ସ୍ଥାପିତ ହୋଇଥିଲା| 1970 ଓ 1980 ମସିହା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଥିଲା କିନ୍ତୁ ବାସ୍ତବରେ କହିବାକୁ ଗଲେ 1990ରେ ଭାରତୀୟ ଅର୍ଥବ୍ୟବସ୍ଥାର ଉଦାରୀକରଣ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନୀଭୂତ ହୋଇଥିଲା | ଉଭୟ ପକ୍ଷର ଉଚ୍ଚ ସ୍ତରୀୟ ଗସ୍ତ ଦ୍ଵାରା ରାଜନୈତିକ, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ପ୍ରଗାଢ ହୋଇଛି | 2006 ରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ଜନ ପିଟର ବାଲକେନେଣ୍ଡେ ଭାରତ ଗସ୍ତରେ ଆସିଥିଲେ | ଉଭୟ ଦେଶ ମଧ୍ୟରେ ଗତ ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସ୍ତରରେ ତିନୋଟି ଗସ୍ତ ହୋଇଛି | ମେ 2018 ରେ ନେଦର୍ଲାଣ୍ଡସ ର ପ୍ରଧାନମନ୍ତ୍ରୀ ମାର୍କ ରୁଟଟେ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ଏକ ବ୍ୟବସାୟୀ ପ୍ରତିନିଧି ଦଳର ନେତୃତ୍ଵ ନେଇ ଭାରତ ଗସ୍ତରେ ଆସିଥିଲେ | ନେଦରଲ୍ୟାଣ୍ଡସର ରାଜକୀୟ ଦମ୍ପତ୍ତି ରାଜା ୱିଲେମ ଓ ରାଣୀ ମାକ୍ସିମା ଭାରତକୁ ଏକ ପାଞ୍ଚ ଦିନିଆ ଗସ୍ତରେ ଆସିଥିଲେ | 2013 ରେ ସିଂହାସନ ଆରୋହଣ କରିବା ପରେ ରାଜା ୱିଲେମ ଆଲେକଜାଣ୍ଡାରଙ୍କ ଏହା ପ୍ରଥମ ସରକାରୀ ଗସ୍ତ ଥିଲା |ସେ ଜଣେ ପ୍ରଶିକ୍ଷିତ ପାଇଲଟ ଓ କେଏଲଏମ ବିମାନ ସେବାର ଅନେ...

ସିରିୟା ଉପରେ ତୁର୍କୀର ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମୋଦନ ନକରିବାକୁ ଟ୍ରମ୍ପଙ୍କ ସଙ୍କେତ

ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଗୋଣ୍ତଗୋଳିଆ ସ୍ଥିତିରେ ଥିବା ମଧ୍ୟ ପ୍ରାଚ୍ୟରେ ଝଡ଼ ସୃଷ୍ଟି କରିଛି। ସିରିୟାରେ କୁର୍ଦିସ ସମର୍ଥନରେ ନିଜର ସେନାକୁ ମୁତୟନ କରିଥିବା ଆମେରିକା ଏବେ ସେଠାରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାବେଳେ କୁର୍ଦିସ ନେତୃତ୍ୱାଧିନ ସିରିୟାଇ ଡେମୋକ୍ରାଟିକ ଫୋର୍ସ(ଏସଡିଏଫ) ବିରୁଦ୍ଧରେ ଉତ୍ତରାଞ୍ଚଳ ସିରିୟା ଉପରେ ତୁର୍କୀର ଆକ୍ରମଣ ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ରୋଧାନ୍ୱିତ କରିଛି। ତୁର୍କୀ ରାଷ୍ଟ୍ରପତି ରିସେ ତୟିପ ଏଡୋଗାନ ଏସଡିଏଫକୁ ସନ୍ତ୍ରାସବାଦି ବିବେଚନା କରୁଛି କାରଣ ତୁର୍କୀର କୁର୍ଦିସ ୱାରକର୍ସ ପାର୍ଟି ସହିତ ଏହାର ମେଣ୍ଟ ରହିଛି। ତୁର୍କୀ ନିଜ ଦେଶର କୁର୍ଦିସ ନେସନାଲିଷ୍ଟକୁ ନିଷ୍କ୍ରିୟ କରିବା ପାଇଁ ସିରିୟାର କୁର୍ଦିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିରିୟାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତି ଉଭୟ ସିରିୟା ଏବଂ ଇରାକର କୁର୍ଦିସ ପ୍ରତି ପ୍ରତାରଣା ବୋଲି କୁହାଯାଉଛି। କାରଣ ଆଇଏସଆଇଏସର ପରାଜୟ ପଛରେ କୁର୍ଦିସର ହିଁ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। 2019 ମାର୍ଚରେ ସିରିୟାରେ ଆଇଏସଆଇଏସ ସଂପୂର୍ଣ୍ଣ ପରାଜିତ ହୋଇଥିବା ଘୋଷଣା ପରେ ଏବେ ଏହି ଗୋଷ୍ଟି ପୁଣି ଏକତ୍ର ହେବାର ଆଶଙ୍କା ଦେଖା ଦେଇଛି। ଏବେ ତୁର୍କୀରେ ଶରଣ ନେଇଥିବା ପ୍ରାୟ 3.6 ମିଲିୟନ ସିରିୟା ଶରଣ...

କୋମୋରୋସ ଓ ସିଏରା ଲିୟୋନ ସହ ସମ୍ପର୍କ ସୁଦୃଢ କରିଛି ଭାରତ  

ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟାନାଈଡୂ ଆଫ୍ରିକୀୟ ମହାଦେଶ ସହ ସମ୍ପର୍କ ଦୃଢୀଭୂତ କରିବା ଲାଗି କୋମୋରୋସ ଓ ସିଏରା ଲିୟୋନ ଗସ୍ତ କରିଥିଲେ | ଭାରତ ଏକ ପଡୋଶୀ ଭାବେ କୋମୋରୋସ ର ଲୋକମାନଙ୍କ ସହ ଏହାର ପ୍ରଗତି ସଙ୍କ୍ରାନ୍ତୀୟ ଅଭିଜ୍ଞତା ବାଣ୍ଟିବା ଲାଗି ପ୍ରସ୍ତୁତ ଅଛି | ଭାରତ, କୋମୋରୋସ ର ଏକ ପ୍ରମୁଖ ବିକାଶମୂଳକ ଭାଗୀଦାର ହେବା ପାଇଁ ଚାହେଁ | ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଷ୍ଟ୍ରପତି ଅଜାଲି ଅଶୌମନୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଳାପ ଆଲୋଚନା କରିଥିଲେ | ଏହି ବୈଠକ କାଳରେ ଦୁଇ ନେତା ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସାମୁଦ୍ରିକ ସୁରକ୍ଷା ଆଦି ବହୁ କ୍ଷେତ୍ରରେ ଦ୍ଵିପକ୍ଷୀୟ ଅର୍ଥନୈତିକ ସମ୍ପର୍କକୁ ଆହୁରି ପରିବ୍ୟାପ୍ତ କରିବା ଲାଗି ସହମତି ପ୍ରକାଶ କରିଥିଲେ |  ଏହି ଅବସରରେ ପ୍ରତିରକ୍ଷା ସହଯୋଗ ନେଇ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା | ସ୍ୱାସ୍ଥ୍ୟ ଓ ସଂସ୍କୃତି ଉପରେ ମଧ୍ୟ ମହତ୍ବପୂର୍ଣ୍ଣ ରାଜିନାମା ଗୁଡିକ ସ୍ବାକ୍ଷରିତ ହୋଇଛି | ଭାରତ ଓ କୋମୋରୋସ, ସ୍ଵଳ୍ପକାଳୀନ ଯାତ୍ରା ପାଇଁ ଉଭୟ ଦେଶର କୂଟନୈତିକ ଓ ସରକାରୀ ପାସପୋର୍ଟ ଧାରକ ମାନଙ୍କ ଲାଗି ଭିସା ନିୟମରେ କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି | ଭାରତ, ମୋରୋନୀରେ 18 ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ କାରଖାନା ପ୍ରତିଷ୍ଠା ଲାଗି 41.6 ନିୟୁତ ଡଲାର ସମ୍ବଳିତ ଅର୍ଥ ଋଣ ଆକାରର...

ଭାରତ-ଚୀନ ବାଣିଜ୍ୟ ଏବଂ ଅର୍ଥନୀତି ପାଇଁ ଉଚ୍ଚସ୍ତରୀୟ ଆଲୋଚନା ନିମନ୍ତେ ଢାଞ୍ଚା ପ୍ରତିଷ୍ଠା କରିବେ

ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ହୋଇଥିବା ଅଣ ଆନୁଷ୍ଠାନିକ କଥାବାର୍ତାରେ ଏକ ଉଚ୍ଚ ସ୍ତରୀୟ ଅର୍ଥନୀତି ଏବଂ ବାଣିଜ୍ୟ ଆଲୋଚନା ବ୍ୟବସ୍ଥା ସ୍ଥାପନ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦୁଇ ଦେଶର ସୀମା ବିବାଦର ସମାଧାନ ପାଇଁ ନିଯୁକ୍ତ ସ୍ୱତନତ୍ର ପ୍ରତିନିଧି ବ୍ୟବସ୍ଥା ଅନୁରୂପ। ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଚୀନ ଉପ ପ୍ରଧାନମନ୍ତ୍ରୀ ହୁ ଚୁନ ହୁଆ ଏହି ବ୍ୟବସ୍ଥାର ସହ ଅଧ୍ୟକ୍ଷ ହେବେ। ଏହି ଅଣ ଆନୁଷ୍ଠାନିକ ବୈଠକର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ଉଚ୍ଚ ନେତୃତ୍ୱ ସ୍ତରକୁ ନେବା। ନିଷ୍ପତ୍ତି ନିଆଯାଇଥିବା ବ୍ୟବସ୍ଥା ଅନ୍ତର୍ଗତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ନେଇ ଜରୁରିକାଳିନ ଧ୍ୟାନ ଦେବା। ପ୍ରକାଶ ଥାଉକି ଏବେ ଦୁଇ ଦେଶ ମଧ୍ୟରେ ଭାରତ ପାଇଁ ବାଣିଜ୍ୟିକ ନିଅଣ୍ଟିଆ ଥିବାବେଳେ ଚୀନ 50 ବିଲିୟନ ଡଲାରର ଅଧିକ କାରବାର ଭାରତ ସହିତ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହି ବ୍ୟବସ୍ଥାରେ ଭାରତୀୟ ଶିଳ୍ପ ଏଥିରେ ଲାଭବାନ ହେବନା ନାହିଁ। ଏପରି ବ୍ୟବସ୍ଥା ସ୍ଥାପନ ପଛରେ ଆଉ ଏକ କାରଣ ହେଲା ଯେ ବିଶ୍ୱ ବାଣିଜ୍ୟ ସଂଗଠନ ଏପରି ସମସ୍ୟାର ସମାଧାନ କରିବାକୁ ଅସମର୍ଥ ହେଉଛି। ଏବଂ ସଂଗଠନରେ ତିନି ଜଣ ବିଚାରପତି ଅଛନ୍ତି ଏବଂ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସେଥିମଧ୍ୟରୁ ଦୁଇ ଜଣ ଅବସର ନେଲା ପରେ ସମ...

ବୃଦ୍ଧି ପାଉଛି ଇମ୍ରାନଙ୍କ ଦୁଃଖ ଦୁର୍ଦ୍ଦଶା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚୀନକୁ ଦୁଇଦିନିଆ ଗସ୍ତରେ ଯାଇଥିଲେ | ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାବେଦ ବାଜୱା ଶ୍ରୀ ଖାଁ ଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ବେଜିଙ୍ଗରେ ପହଞ୍ଚି ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ମୁଖ୍ୟାଳୟରେ ତାଙ୍କ ପ୍ରତିପକ୍ଷ ଜେନେରାଲ ଝାଙ୍ଗ ୟୁଝିଆ ଓ ବରିଷ୍ଠ ସାମରିକ ଅଧିକାରୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଜେନେରାଲ ବାଜୱା ଯୋଗ ଦେଇଥିଲେ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ମାତ୍ର ଗୋଟିଏ ବର୍ଷରୁ ମଧ୍ୟ କମ ସମୟ ମଧ୍ୟରେ ଇମ୍ରାନ ଖାଁ ଙ୍କ ଏହା ଥିଲା ତୃତୀୟ ଚୀନ ଗସ୍ତ | ଏହି ଗସ୍ତ ସମୟରେ ଜାରି କରାଯାଇଥିବା ମିଳିତ ବିବୃତ୍ତିରେ “ଏକ ନୂତନ ଯୁଗରେ ମିଳିତ ଭବିଷ୍ୟତ ର ସଂପ୍ରଦାୟ” ଗଠନ କରିବା ଲକ୍ଷ୍ୟରେ “ପାକିସ୍ତାନ-ଚୀନ- ଚିରାଚରିତ ରଣନୀତିକ ସହଯୋଗ ଭାଗୀଦାରୀତା’ କୁ ଆହୁରି ମଜବୁତ କରିବା ଲାଗି ଦୁଇ ଦେଶ ସଙ୍କଳ୍ପବଦ୍ଧତା ପ୍ରକାଶ କରିଛନ୍ତି | ପ୍ରତ୍ୟାଶିତ ଭାବେ ଏହି ବିବୃତ୍ତିରେ ଜାମ୍ମୁ ଓ କାଶ୍ମୀର ର ପରିସ୍ଥିତି ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା | ଜାତିସଂଘ ପ୍ରସ୍ତାବର କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଚୀନ ବେଶ ଅବଗତ ଥିଲେ ସୁଦ୍ଧା ଏହି ପରିପ୍ରେକ୍ଷୀରେ ପାକିସ୍ତାନକୁ ସନ୍ତୁଷ୍ଟ କରିବା ଲାଗି ମତ...

ମୋଦି- ସି ବୈଠକ ବିକାଶମୂଳକ ଭାଗିଦାରୀକୁ ଦୋହରାଇଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମହାବଳିପୁରମରେ ସାକ୍ଷାତ କଲେ |ଏଠାରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଅଣଆନୁଷ୍ଠାନିକ କଥାବାର୍ତ୍ତା ସଫଳ ହୋଇଛି କାରଣ ଦୁହେଁ ବିଭିନ୍ନ ଦ୍ଵିପକ୍ଷୀୟ ଚିନ୍ତା ଉଦ୍ରେକକାରୀ ବିଷୟ ଉପରେ ମନଖୋଲା କଥାବାର୍ତ୍ତା କରିଛନ୍ତି | ଏହି ଆଲୋଚନା ସଂପ୍ରତି ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ କ୍ଷେତ୍ରରେ ଦେଖାଦେଇଥିବା ଗୋଣ୍ତଗୋଳିଆ ପରିସ୍ଥିତି ମଧ୍ୟରେ ଦୁଇ ଦେଶର ସଂପର୍କକୁ ଆହୁରି ସୁଦୃଢ କରିଛି | ଦୁଇ ଶକ୍ତିଶାଳି ନେତାଙ୍କ ମଧ୍ୟରେ ଚେନ୍ନାଇରେ ହୋଇଥିବା ଦ୍ଵିତୀୟ ଅଣ ଆନୁଷ୍ଠାନିକ ଆଲୋଚନା ଦୁଇ ଦେଶକୁ ଆହୁରି ନିକଟତର କରାଇଛି | ପ୍ରଥମ ଦିନ କୌଶଳଗତ ପ୍ରସଙ୍ଗ, ପ୍ରାଚିନ ଐତିହାସିକ ଏବଂ ସାଂସ୍କୃତିକ ସଂପର୍କ, ବାଣିଜ୍ୟ, ସନ୍ତ୍ରାସବାଦ ଯୋଗୁଁ ନିରାପତ୍ତା ପ୍ରତି ରହିଥିବା ବିପଦ ଉପରେ ଆଲୋକପାତ କରିଥିଲା ଏବଂ ଦ୍ଵିତୀୟ ଦିନ ଦ୍ଵିପକ୍ଷୀୟ ସଂପର୍କ, ସ୍ଥିରତା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ସନ୍ତ୍ରାସବାଦ ଉପରେ ନିହିତ ଥିଲା | ମହାବଳିପୁରମର ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ମୋଦି ସି ଜିନପିଙ୍ଗଙ୍କୁ ଦୁଇ ଦେଶର ସଭ୍ୟତାରେ ଥିବା ସାମଞ୍ଜସ୍ୟ ବିଷୟରେ ଆଲୋକପାତ କରିଥିଲେ | ତତ୍କାଳିନ ପଲ୍ଲଭ ରାଜବଂସ ସହିତ ଚୀନର ସଂପର୍କକୁ ଶ୍ରୀ ମୋଦି ଅବତାରଣା କରିଥିଲେ | ନିକଟରେ ବେଜିଙ୍ଗ ମଧ୍ୟ ଏସୀୟ ସଭ୍ୟତା ଆଲୋଚନା ଆୟୋଜନ କରିଥିଲା ଯେଉଁଥିରେ ଭାରତ ଯୋଗଦେଇ ନଥିଲା | ...

ତୁର୍କୀ ର “ଅପରେସନ ପିସ ସ୍ପ୍ରିଙ୍ଗ” ଏକ ଛଳନା

ତୁର୍କୀର ସଶସ୍ତ୍ର ବାହିନୀ ବୁଧବାର ଦିନ “ଅପରେସନ ପିସ ସ୍ପ୍ରିଙ୍ଗ” ଅଭିଯାନ ଆରମ୍ଭ କରିଛି | ସିରିଆ ସହ ତୁର୍କିର ସୀମା ସୁରକ୍ଷା ନିଶ୍ଚିତ କରିବା, ଅଞ୍ଚଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ମୂଳପୋଛ କରିବା ଓ ଅଞ୍ଚଳରେ ବସବାସ କରୁଥିବା ସିରିଆବାସୀଙ୍କୁ ସନ୍ତ୍ରାସବାଦ ରୁ ରକ୍ଷା କରିବା ଆଦି ତିନୋଟି ମୁଖ୍ୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି | ଏକ ସରକାରୀ ବିବୃତ୍ତିରେ ଭାରତ କହିଛି ଯେ ଉତ୍ତର ପୂର୍ବ ସିରିଆରେ ତୁର୍କୀ ଦ୍ଵାରା ଏକତରଫା ସାମରିକ ଆକ୍ରମଣ ଉପରେ ନୂଆଦିଲ୍ଲୀ ଗଭୀର ଉଦବେଗ ପ୍ରକାଶ କରିଛି | ତୁର୍କୀ ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ହେବା ସହ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କୁ ଦୁର୍ବଳ କରିଦେଇପାରେ ବୋଲି ଭାରତ ଅନୁଭବ କରିଛି | ଏହା ଦ୍ଵାରା ମାନବୀୟ ତଥା ନାଗରିକ ସଙ୍କଟ ମଧ୍ୟ ଉପୁଜିପାରେ | ଭାରତ, ତୁର୍କୀକୁ ସଂଯମ ରକ୍ଷା କରିବା ସହ ସିରିଆ ର ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ଜଣାଇବାକୁ ଆହ୍ଵାନ ଜଣାଇଛି | ଗତ ମାସ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେବା ବେଳେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ, ସିରିଆ ର ଉତ୍ତର-ପୂର୍ବାଞ୍ଚଳର ପରିସ୍ଥିତି ନେଇ ମୁଖ୍ଯତଃ ଆଲୋକପାତ କରିଥିଲେ | ସେ ଏହି ଅଞ୍ଚଳରେ ଏକ ସୁରକ୍ଷିତ କ୍ଷେତ୍ର ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ବର୍ତ୍ତମାନ ତୁର୍କୀ ରେ ବସବାସ କରୁଥିବା ସିରିଆର...

ଭାରତର ଆଇ.ଟି.ଇ.ସି ଭାଗିଦାରୀ ନୂଆ ଉଚ୍ଚତାକୁ ଛୁଉଁଛି

ଭାରତ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ ସହିତ ସମାନତା ଏବଂ ସାର୍ବଭୌମତ୍ବ ପାଇଁ ଆପୋଷ ସମ୍ମାନ ଭିତ୍ତିରେ ସହଯୋଗକୁ ବିକଶିତ କରିବା ଲାଗି ନିଜର ପ୍ରତିଜ୍ଞାବଦ୍ଧତାକୁ ଦୋହରାଇଛି। ଭାରତ ଏହାର ଜ୍ଞାନକୌଶଳ ଏବଂ ଅର୍ଥନୈତିକ ସହଯୋଗ(ଆଇ.ଟି.ଇ.ସି)ର 55ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୈଦେଶିକ ମନ୍ତ୍ରଣାଳୟ ଏହାର ଅନ୍ୟତମ ସର୍ବବୃହତ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଇ ଆଫ୍ରିକା ପାଇଁ ଟେଲି ମେଡିସିନ, ଟେଲି ଶିକ୍ଷା ବ୍ୟତିତ ଇ-ବିଦ୍ୟା ଏବଂ ଇ-ଆରୋଗ୍ୟ ଭାରତୀ ଆରମ୍ଭ କରିଛି। ଏହିସବୁ ପ୍ରକଳ୍ପ ଦ୍ୱାରା ଆଫ୍ରିକାର ଛାତ୍ରମାନେ ଘରେ ବସି ଭାରତର ସର୍ବୋତ୍ତମ ଶିକ୍ଷା ହାସଲ କରିପାରୁଛନ୍ତି ଏବଂ ଆଫ୍ରିକୀୟ ଡାକ୍ତର ଏବଂ ରୋଗୀମାନେ ଭାରତୀୟ ଉଚ୍ଚ ଚିକିତ୍ସା ଅଭିଜ୍ଞତାର ଲାଭ ପାଇପାରୁଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର 55ତମ ଆଇ.ଟି.ଇ.ସି ଉତ୍ସବ ଉପଲକ୍ଷେ ଉଦବୋଧନ ଦେଇ କହିଛନ୍ତି ଯେ ଭାରତର ବୈଦେଶିକ ନୀତିରେ ସର୍ବଦା ବିକାଶମୂଳକ ସହଯୋଗ ରହିଆସିଛି ଏବଂ ଦୀର୍ଘ ସାତ ଦଶନ୍ଧି ଧରି ଭାରତର ଯେଉଁ ବିକାଶମୂଳକ ଅଭିଜ୍ଞତା ରହିଛି ତାକୁ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ କଲ୍ୟାଣରେ ନିୟୋଜିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଭିତ୍ତିରେ ଭାରତର ଡିଜିଟାଲ ଜ୍ଞାନର ଲାଭ ଯେପରି ଆଫ୍ରିକାର ଯୁବପିଢି ପାଇପାରିବେ ସେଥିପାଇଁ ଆଇ.ଟି.ଇ.ସି ଆଫ୍ରିକାର ସମସ୍ତ 54ଟି ଦେଶରେ କାର୍ଯ୍ୟକାରୀ କର...

ଭାରତ ଆମେରିକା ଶକ୍ତି କ୍ଷେତ୍ରରେ ବୁଝାମଣା, ଏକ ଦୃଢ ପଦକ୍ଷେପ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିକଟରେ ଆମେରିକା ଗସ୍ତ ସମୟରେ ହଷ୍ଟନରେ ପହଞ୍ଚି କହିଥିଲେ ଯେ ହଷ୍ଟନକୁ ଆସି ଶକ୍ତି କଥା ନକହିବା ଅସମ୍ଭବ। ହଷ୍ଟନ ଏବଂ ଟେକସାସ ହେଉଛି ବିଶ୍ୱର ଶକ୍ତି କ୍ଷେତ୍ରର କେନ୍ଦ୍ରବିନ୍ଦୁ ଏଣୁ ଶ୍ରୀ ମୋଦି ତାଙ୍କର ପ୍ରଥମ ଆଗମନରେ ଏକଥାର ସ୍ପଷ୍ଟ ଇଙ୍ଗିତ ଦେଇଥିଲେ ଯେ ଆମେରିକା ଏବଂ ଭାରତ ମଧ୍ୟରେ ସଂପର୍କର କେନ୍ଦ୍ରବିନ୍ଦୁକୁ ଶକ୍ତି କ୍ଷେତ୍ର ସହ ସଂଯୋଗ କରିବା। ସେଠାରେ ପ୍ରଧାନମନ୍ତ୍ରୀ ଶକ୍ତି କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହିମାନଙ୍କ ସହ ବୈଠକ କରି ପୁଞ୍ଜିନିବେଶ ପ୍ରତି ଆକୃଷ୍ଟ କରିଥିଲେ। ହାଉଡି ମୋଦିର ସଫଳ କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିପକ୍ଷୀୟ କୌଶଳଗତ ଭାଗିଦାରି ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟତଃ ସ୍ଥାନ ପାଇଥିଲା। ଉଭୟ ନେତା 2017 ଜୁନ ବୈଠକରେ ଶକ୍ତି କ୍ଷେତ୍ରରେ ଭାଗିଦାରି ପାଇଁ ଭାରତ ଆମେରିକା ସେମାନଙ୍କର ବଚନବଦ୍ଧତାକୁ ଦୋହରାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଆମେରିକାର ପ୍ରଥମ ଶକ୍ତି ଯୋଜନା ଅନ୍ତର୍ଗତ ତୈଳ ଏବଂ ଗ୍ୟାସ ସଂରକ୍ଷଣର ଉତ୍ତୋଳନ ପାଇଁ ରହିଥିବା ଆଇନଗତ ପ୍ରତିବନ୍ଧକୁ ଦୂର କରିବା ଏବଂ ପୁଞ୍ଜିନିବେଶ ପ୍ରତିବନ୍ଧକୁ ଦୂର କରିବାକୁ ଚାହିଁଲେ। ଦ୍ରୁତ ପ୍ରଗତିଶୀଳ ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ଶ୍କତିର ବିକଳ୍ପ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଥିଲା ଏବଂ ନିର୍ଦ୍ଧିଷ୍ଟ କେ...

ଭାରତୀୟ ବିମାନ ବାହିନୀରେ ସାମିଲ ହେଲା ସର୍ବାଧୁନିକ ଲଢୁଆ ବିମାନ ରାଫେଲ

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସର ମେରିଗ୍ନାକ ବିମାନ ଘାଟିରେ ଛତିଶ ଟି ପରମାଣୁ କ୍ଷମତା ଯୁକ୍ତ ରାଫେଲ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ରାଫେଲ ବିମାନକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି | ରାଫେଲ ବିମାନ ହାସଲ କରିବା ସହିତ ଭାରତୀୟ ବିମାନ ବାହିନୀ (ଆଇଏଏଫ) ଏହାର ପ୍ରତିଦ୍ଵନ୍ଦୀ ମାନଙ୍କ ଠାରୁ ଯୁଦ୍ଧ ତଥା ଜ୍ଞାନକୌଶଳ କ୍ଷେତ୍ରରେ ଅଧିକ ଶ୍ରେଷ୍ଠତା ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି | ସବୁ ସାମରିକ ଦକ୍ଷତା ସମ୍ପର୍ଣ୍ଣ ରାଷ୍ଟ୍ର ଯୁଦ୍ଧର ପାରମ୍ପରିକ, ରଣନୀତିକ ବା ଅଣ-ପାରମ୍ପରିକ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ପାଇଁ ପ୍ରୟାସ କରିଥାନ୍ତି | ଭାରତର ଏକ ନିକଟ ପଡୋଶୀ ଦେଶର ନେତୃତ୍ଵଙ୍କ ଠାରୁ ବାରମ୍ବାର ଏମିତିକି ଜାତିସଂଘ ସାଧାରଣ ସଭାରେ ମଧ୍ୟ ପରମାଣୁ ଧମକ ମିଳୁଥିବା ସମୟରେ ,ରାଫେଲ ଲଢୁଆ ବିମାନ ସାମିଲ ହେବା ନିଶ୍ଚିତ ରୂପରେ ଦେଶର ପ୍ରତିରକ୍ଷା କ୍ଷମତାକୁ ଆହୁରି ଦୃଢୀଭୂତ କରିବ | ଏଠାରେ ଉଲ୍ଲେଖ ଯୋଗ୍ୟଯେ କେତୋଟି ରାଷ୍ଟ୍ର ଦ୍ଵାରା ବୃଦ୍ଧି ପାଉଥିବା ଅସ୍ତ୍ରଶସ୍ତ୍ର ଅଧିଗ୍ରହଣ କାର୍ଯ୍ୟକ୍ରମ ଓ ବିଶ୍ୱବ୍ୟାପି ନୂତନ ସାମରିକ ଜ୍ଞାନ କୌଶଳର ଆବିର୍ଭାବ ହେଉଥିବା ଯୋଗୁଁ ଦେଶର ସାମରିକ ଅସ୍ତ୍ରାଗାରର ଉନ୍ନତିକରଣ ଓ ଏକ୍ଷେତ୍ରରେ ନିରନ୍ତର ଯୋଜନା କରିବା ଲାଗି ନିହାତି ଜରୁରୀ ହୋଇପଡିଥିଲା | ଏହି ପରିପ୍ରେକ୍ଷୀରେ ଏକ ପରମାଣୁ କ୍ଷମତା ପର୍ଣ୍ଣ ବହୁମୂଖୀ ଲଢୁଆ ବିମାନ କ୍ରୟ କର...

ପ୍ରଗତି ଲାଗି ସଂକେତ ଦେଇଛି ଭାରତ ଅର୍ଥନୈତିକ ସମ୍ମିଳନୀ

ଭାରତର ନୀତିଗତ ସମାଧାନ ଏକ ପୁନଃ ଫଳଦାୟକ , ସମଷ୍ଟିଗତ ଓ ସ୍ଥାୟୀ ଅର୍ଥନୀତିର ଏକ ଦୂରଦୃଷ୍ଟି ଦ୍ଵାରା ଅନୁପ୍ରାଣିତ ଅଟେ ଯାହାକି ଏକ ମଜବୁତ ପ୍ରଣାଳୀରେ ଆନ୍ତର୍ଜାତୀୟ ସ୍ତରରେ ଏକ ଦଶ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏକ ମାଇଲଖୁଣ୍ଟ ନିଶ୍ଚିତ କରିବ | ନୂଆଦିଲ୍ଲୀରେ ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ) ଦ୍ଵାରା ମିଳିତ ଭାବେ ଆୟୋଜିତ ଭାରତ ଅର୍ଥନୈତିକ ଶିଖର ସମ୍ମିଳନୀରେ ନିଜ ବକ୍ତବ୍ୟ ପ୍ରଦାନ କରିବା ବେଳେ ବିଶ୍ଵ ଅର୍ଥନୈତିକ ଫୋରମର ଅଧ୍ୟକ୍ଷ ବର୍ଜ ବ୍ରେଣ୍ଡ ଏକଥା କହିଥିଲେ | ସବୁଠୁ ଉଲ୍ଲେଖନୀୟ କଥା ହେଲା ଏହି ଶିଖର ବୈଠକରେ ଭାଗ ନେଉଥିବା ଅଧିକାଂଶ ବିଦେଶୀ ଓ ଦେଶୀୟ ନେତା ତଥା ବ୍ୟବସାୟିକ ଅଧିକାରୀ ମାନଙ୍କ ସହିତ ଯୋଗଦାନକାରୀ ମାନେ ମଧ୍ୟ ଏହି ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଥିଲେ | ଏକଥା ଉପରେ ସର୍ବସମ୍ମତି ପ୍ରକାଶ ପାଇଛି ଯେ “ଭାରତ ଆନ୍ତର୍ଜାତୀୟ ସ୍ତରରେ ମହତ୍ୱପୂର୍ଣ୍ଣ ଚାଲେଞ୍ଜ ଗୁଡିକର ସମାଧାନ କରି ଏକ ବୈଶ୍ଵିକ ନେତା ଭାବେ ଉଭା ହୋଇ ବିଶ୍ଵର ଅନ୍ୟ ରାଷ୍ଟ୍ର ଗୁଡିକ ପାଇଁ ଏକ ରୋଲ ମଡେଲ ଓ ପ୍ରେରଣାର ସ୍ରୋତ ଭାବେ ନିଜକୁ ସ୍ଥାପିତ କରିପାରିବ |” ଏହି ଅବସରରେ ବିଶ୍ଵ ଅର୍ଥନୈତିକ ଫୋରମର ପରିଚାଳନା ନିର୍ଦ୍ଦେଶକ ସରିତା ନାୟାର କହିଥିଲେ ଯେ ବ୍ୟାଙ୍କ ଗୁଡିକର ବିଲୟ ଓ କର୍ପୋରେଟ ଟିକସ ହ୍ରାସ ଭଳି ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ପୁଞ୍ଜିନିବେଶ ଲାଗି ଭାରତ ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳୀ ପ...

ବାଙ୍ଗଲାଦେଶ ସହିତ ଭାରତ ଏହାର ସଂପର୍କ ସୁଦୃଢ କରିଛି

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାରତ ଗସ୍ତ ଦ୍ଵିପକ୍ଷୀୟ ରାଜନୈତିକ ଏବଂ କୂଟନୈତିକ କାରଣରୁ ଗୁରୁତ୍ଵପୂର୍ଣ୍ଣ | ଗତ ସପ୍ତାହରେ ଦିଲ୍ଲୀରେ ହୋଇଥିବା ବିଶ୍ଵ ଅର୍ଥନୈତିକ ଫୋରମରେ ନିଜ ଦେଶରେ ବଢୁଥିବା ପୁଞ୍ଜିନିବେଶ ପାଇଁ ଦକ୍ଷତାକୁ ପ୍ରତିପାଦନ କରିବା ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକ ଯୋଜନା ଥିଲା କିନ୍ତୁ ସରକାରୀ ବୁଝାମଣା ଏବଂ ମିଳିତ ବିବୃତ୍ତିରୁ ପ୍ରତିପାଦିତ ହେଲା ଯେ ଦୁଇ ପକ୍ଷ ଏହି ଗସ୍ତ କାଳରେ କେତେକ ଦୃଢ ପଦକ୍ଷେପ ନେଇଛନ୍ତି | ବାଙ୍ଗଲାଦେଶ ନେତାଙ୍କ ପାଇଁ ସ୍ଵାଗତ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦୁଇ ଦେଶର ଭାଗିଦାରୀର ଲକ୍ଷ୍ୟ ହେଉଛି ଭାରତ ଏବଂ ବାଙ୍ଗଲାଦେଶର ପ୍ରତ୍ୟେକ ନାଗରିକଙ୍କ ବିକାଶକୁ ସୁନିଶ୍ଚିତ କରିବା | ଏହି ମର୍ମରେ ସେ କହିଛନ୍ତି ଯେ ଦୁଇ ଦେଶ ବିଗତ ବର୍ଷକ ମଧ୍ୟରେ 9ଟି ଏବଂ ଏବେ 3ଟି ପ୍ରକଳ୍ପ ଆରମ୍ଭ କରାଯାଇଛି | ଦୁଇ ଦେଶ ଏଲପିଜି ଯୋଗାଣ, ପ୍ରଶିକ୍ଷଣ ଏବଂ ଢାକାର ରାମକୃଷ୍ଣ ମିଶନରେ ବିବେକାନନ୍ଦ ଭବନ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି | ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏଲପିଜି ପାଇଁ ବାଙ୍ଗଲାଦେଶରୁ ଭାରତକୁ ଏହା ଯୋଗାଣ କରାଯିବ ଏବଂ ତ୍ରିପୁରାର ସୀମାନ୍ତ ସହରରେ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଫେନିର ଜଳ ପାଇଁ ବୁଝାମଣା ହୋଇଛି | ଉପକୂଳ ପ୍ରଦକ୍ଷଣ ପାଇଁ ହୋଇଥିବା ବୁଝାମଣା ଦ୍ଵାରା ଭାରତ ଉଭୟ ଦେଶର ଯେଉଁ ସୀମା...

ଖରାପ ସମୟ ଦେଇ ଗତି କରୁଛନ୍ତି ଇମ୍ରାନ ଖାଁ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ କାଶ୍ମୀର ପ୍ରସଙ୍ଗ ନେଇ ବିଶ୍ଵ ସମୁଦାୟର ପ୍ରତିକ୍ରିୟା ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଦୁଇଟି ତଥ୍ୟକୁ ଦୃଷ୍ଟିରେ ରଖି ସେ ଅସନ୍ତୋଷ ପ୍ରକାଶ କରିଛନ୍ତି| ପ୍ରଥମରେ ବିଶ୍ଵ ଗଣମାଧ୍ୟମ, ରାଷ୍ଟ୍ରପତି ଟ୍ରମ୍ଫ ଯୋଗ ଦେଇଥିବା “ହାଓଡି ମୋଦୀ” କାର୍ଯ୍ୟକ୍ରମର ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରିଥିବା ବେଳେ ଦ୍ଵିତୀୟରେ ତୁର୍କୀ ଓ ମାଳୟେସିଆ ବ୍ୟତୀତ କୌଣସି ମୁସଲିମ ଦେଶ ଇମ୍ରାନ ଖାଁଙ୍କ ଭାଷଣ ଓ ଅପିଲ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିନଥିଲେ | ଜାତିସଂଘ ସାଧାରଣ ପରିଷଦର 74 ତମ ଅଧିବେଶନ ସମୟରେ ଭାରତ ପକ୍ଷରୁ ଜଣେ ଯୁବ ପ୍ରଥମ ସଚିବ ଶ୍ରୀ ଖାଁ ଙ୍କ ଅଭିଭାଷଣ ର କଡା ଜବାବ ଦେବା ପରେ ପାକିସ୍ତାନ ମାମଲା ଆହୁରି ଦୁର୍ବଳ ହୋଇପଡିଛି | ୟୁଏନଜିଏ ରେ ଇମ୍ରାନ ଖାଁ ଙ୍କ ଭାଷଣ ର ପ୍ରଭାବକାରିତା ଓ ମୁଖ୍ଯତଃ କାଶ୍ମୀର ପ୍ରସଙ୍ଗ ନେଇ ଭାରତ ସହ ମୁକାବିଲା ଲାଗି ଏହାର ସମଗ୍ର ରଣକୌଶଳ ଉପରେ ପ୍ରଶ୍ନବାଚୀ ଉଠିବା ସହ ପାକିସ୍ତାନରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ ପାଇଛି| ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୁଦ୍ଧରେ ସମାଲୋଚନା ଦିନକୁ ଦିନ ବଢିବାରେ ଲାଗିଛି | ଏହା ଆଭ୍ୟନ୍ତରୀଣ ରାଜନୈତିକ ଓ ଆର୍ଥିକ ସଙ୍କଟ ଉପରେ ହେଉ ବା ଆନ୍ତର୍ଜାତୀୟ ସମୂହରେ ବିଭିନ୍ନ ମାମଲାର ନିୟନ୍ତ୍ରଣ କ୍ଷେତ୍ରରେ ତାଙ୍...