Skip to main content

ବାଗଦାଦୀର ମୃତ୍ୟୁ ଆରବ ଦେଶମାନଙ୍କରେ ନୂଆ ଯୁଗ ଆଣିବକି?

ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଇରାକର ମୋସୁଲରେ ଖୁସିର ଲହଡି ଖେଳିଯାଇଛି ଯେଉଁଠି ସେ 2014ରେ ଇରାକ ଏବଂ ସିରିଆର ଇସଲାମିକ ଷ୍ଟେଟ ଘୋଷଣା କରିଥିଲା। ଯେଉଁଠାରେ ସେ ଗଣ ହତ୍ୟା, ସାମୁହିକ ବଳାତ୍କାର, ଅପହରଣ, ହିଂସା, ଜବରଦଖଲ ଏବଂ ଅନେକ ଅମାନଷିକ ଅତ୍ୟାଚାର ଘଟାଇଥିଲା। ବାଗଦାଦି ଯୋଗୁଁ ମୋସୁଲ ସହରରୁ ତିନି ଲକ୍ଷ ଲୋକ ଗୃହଶୂନ୍ୟ ଏବଂ ହଜାର ହଜାର ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିଲେ।

ଆଇଏସଆଇଏସର ମୁଖ୍ୟ ବାଗଦାଦି ଦିନେ ଇରାକ ଏବଂ ସିରିଆର ଏକ ବଡ ଅଞ୍ଚଳ ଉପରେ ଅଧିକାର କରିଥିଲା ଯାହାର କ୍ଷେତ୍ରଫଳ ବ୍ରିଟେନ ପରି ହେବ। ସେ ପାଲମିରା ସହରକୁ ଧ୍ୱଂସ କରିବା ସହିତ 2017ରେ ମୋସୁଲର ଆତିହାସିକ ମସଜିଦ ଅଲ ନୁରି ମସଜିଦକୁ ଧ୍ୱଂସ କରିଦେଇଥିଲା ଏବଂ 2014ରେ ସେ ନିଜକୁ ଇସଲାମିକ ଖଲିଫା ଘୋଷଣା କରିଥିଲା। ଆମେରିକା ନେତୃତ୍ୱାଧିନ ସେନା ଇରାକ ଏବଂ ସିରିଆରେ କୁର୍ଦିସଙ୍କ ସହାୟତାରେ ଆଇଏସଆଇଏସକୁ ସେଠାରୁ ବିତାଡିତ କରିଥିଲା।

ବାଗଦାଦିର ମୃତ୍ୟୁ ଖବର ପ୍ରଚାର ହେବା ପରେ ଅନେକ ଏହାକୁ ବିଶ୍ୱାସ କରିପାରି ନଥିଲେ କାରଣ ଏହା ପୂର୍ବରୁ ମଧ୍ୟ ଏପରି ଖବର ଆସିଥିଲା ଯାହା ସତ୍ୟ ହୋଇ ନଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଘୋଷଣା କଲେ ଯେ ଜଣେ କୁକୁର ଏବଂ ଭୀରୁ ବାଗଦାଦି ପ୍ରାଣ ହରାଇଛି ସେତେବେଳେ ବିଶ୍ୱାସ ନକରିବାର କୌଣସି କାରଣ ନଥିଲା।

ପାକିସ୍ତାନରେ ଓସାମା ବିନ ଲାଡେନକୁ ମାରିଥିଲା ଆମେରିକାର ସ୍ୱତନ୍ତ୍ର ଡେଲଟା ବାହିନୀ ଅବୁ ବକର ଅଲ ବାଗଦାଦିକୁ ହତ୍ୟା କରିଛି। ଏହା ପୂର୍ବରୁ ବାଗଦାଦିର ସନ୍ଧାନ ଦେଲେ 25 ମିଲିୟନ ଡଲାର ପୁରସ୍କାର ପାଇଁ ଆମେରିକା ଘୋଷଣା କରିଥିଲା। ବାଗଦାଦିର ମୃତ୍ୟୁ ପରେ ଏବେ ବିଶ୍ୱ ଅନିସନ୍ଧିଚ୍ଛୁ ରହିଛି ବାଗଦାଦି ପରେ ଆନ୍ତର୍ଜାତୀୟ ସନ୍ତ୍ରାସବାଦ କେଉଁଆଡକୁ ଗତି କରିବ। ଏଠାରେ ସ୍ମରଣ କରାଯାଇ ପାରେ ଯେ ଓସାମାର ମୃତ୍ୟୁ ପରେ ଠିକ ଏହିପରି ଚିନ୍ତା ପ୍ରକାଶ ପାଇଥିଲା କିନ୍ତୁ ସେପରି ଆଖିଦୃଶିଆ ଭାବେ ସନ୍ତ୍ରାସବାଦ ହ୍ରାସ ହୋଇନଥିଲା। ବରଂ ଅଲ ନୁସରା ଏବଂ ଆଇଏସଆଇଏସ ପରି ସନ୍ତ୍ରାସବାଦି ସଂଗଠନ ଗଢି ଉଠିଥିଲା।

ଅଲକାଇଦା ଦୁର୍ବଳ ହେବା ପରେ ଆଇଏସଆଇଏସ ଶକ୍ତିଶାଳି ହୋଇପଡିଥିଲା। ଏମାନେ ବିଶ୍ୱର ଅନେକ ସ୍ଥାନରେ ଜଘନ୍ୟ ସନ୍ତ୍ରାସବାଦି କାର୍ଯ୍ୟ କରିଥିଲେ। ବାଗଦାଦି ଏବଂ ଓସାମା କେବଳ ସନ୍ତ୍ରାସବାଦର ମୁଁହ ଥିଲେ କିନ୍ତୁ ପ୍ରକୃତ ହିଂସା ଏମାନଙ୍କର କର୍ମୀ କରୁଥିଲେ। ଆଜି ଆଇଏସଆଇଏସ ବିଶ୍ୱର ଅନେକ ଦେଶରେ ନିଜର ସନ୍ତ୍ରାସବାଦ ନେଟୱର୍କ ଜାରି ରଖିଛି। ଏହାର କେନ୍ଦ୍ରୀୟ ନେତାଙ୍କର ଅଳ୍ପକିଛି ଭୂମିକା ରହିଥାଏ। ସିରିଆ ଏବଂ ଇରାକରେ ହଜାର ହଜାର ସନ୍ତ୍ରାସବାଦି ଗିରଫ ହୋଇଛନ୍ତି। କିନ୍ତୁ ଏହି ସମସ୍ୟାକୁ ସଫଳ ଭାବେ ମୁକାବିଲା କରିବାର ଏବେ ଆବଶ୍ୟକତା ବଢିଯାଇଛି। ଭାରତର ଅଭିମତ ହେଉଛି ଆଇଏସଆଇଏସ ସହିତ ମୁକାବିଲା ଜାରି ରହିବା ଦରକାର।

ଆଲେଖ: ଫଜୁର ରହେମାନ ସିଦିକି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...