Skip to main content

ଭାରତର ଅର୍ଥନୈତିକ ଦୃଷ୍ଟିକୋଣ ପ୍ରତି ଭାରତ-ଆମେରିକା ରଣନୀତିକ ଫୋରମର ଆସ୍ଥା

ଭାରତ-ଆମେରିକା ରଣନୀତିକ ଫୋରମର ଦ୍ଵିତୀୟ ବୈଠକ ଦୁଇ ଦେଶ ମଧ୍ୟରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପ୍ରତ୍ତି ତାଙ୍କ ଆମେରିକା ଗସ୍ତ କାଳରେ ଭାରତକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5 ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ନେଇ ନିଜର ସଙ୍କଳ୍ପବଦ୍ଧତା ପରିପ୍ରକାଶ କରିଥିଲେ | ଭାରତ-ଆମେରିକା ରଣନୀତିକ ଫୋରମ ବୈଠକର ପ୍ରତିନିଧିମଣ୍ଡଳ, ଅର୍ଥବ୍ୟବସ୍ଥାକୁ ଦ୍ଵିଗୁଣିତ କରିବା ନେଇ ଭାରତର ସଙ୍କଳ୍ପବଦ୍ଧତା ପ୍ରତି ଆସ୍ଥା ପ୍ରକଟ କରିଛନ୍ତି| 

ଏହି ବୈଠକରେ ଉଦ୍ୟୋଗ ଜଗତର ପ୍ରମୁଖ ସିଇଓ ଓ କୂଟନୈତିକ ମାନେ ଯୋଗ ଦେଇଥିଲେ | ସେମାନଙ୍କ ମତ ଅନୁଯାୟୀ ଭାରତର ଆସନ୍ତା 5 ବର୍ଷ ବିଶ୍ଵର ଆଗାମୀ 25 ବର୍ଷକୁ ପରିଭାଷିତ କରିବ | ଜନ ଚେମ୍ବର୍ସଙ୍କ ଅଧ୍ୟକ୍ଷତାରେ ଏହି ଫୋରମରେ ଯୋଗ ଦେଇଥିବା ପ୍ରତିନିଧି ମଣ୍ଡଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁରଦୃଷ୍ଟି ପ୍ରତି ସମର୍ଥନ ଜଣାଇଛନ୍ତି | ଆମେରିକୀୟ ଶୀତଳ ଯୁଦ୍ଧ ଯୁଗର ଖ୍ୟାତନାମା କୂଟନୈତିକ ହେନରୀ କିସିଙ୍ଗର, ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କଣ୍ଡୋଲିଜା ରାଇସ ଓ ଉଦ୍ୟୋଗ କ୍ଷେତ୍ରର 300ରୁ ଅଧିକ ପ୍ରମୁଖ ସିଇଓଙ୍କୁ ନେଇ ଏହି ପ୍ରତିନିଧିମଣ୍ଡଳ ଗଠିତ | 

ଗତ କିଛି ଦଶନ୍ଧିରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଛି | ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ଏଥି ପ୍ରତି ସମର୍ଥନ ଜଣାଇ ବର୍ତ୍ତମାନ ଦ୍ଵିପକ୍ଷୀୟ ସମ୍ପର୍କ ଉତ୍ତମ ସ୍ଥିତିରେ ଅଛି ବୋଲି କହିଛନ୍ତି | ତେଣେ 2025 ସୁଦ୍ଧା ଦ୍ଵିପକ୍ଷୀୟ କାରବାର 238 ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ସଂକେତ ଦେଇଛନ୍ତି | ଆମେରିକୀୟ କୂଟନୈତିକ ବ୍ୟବସ୍ଥାରେ ବ୍ୟାପାର ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯାଏ ବୋଲି ଭାରତ ବେଶ ଅବଗତ | ଭାରତ ଆପୋଷ ସହମତରେ ଜାତୀୟ ସ୍ଵାର୍ଥ ସାଧନ ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି | ଏହି ଫୋରମ ବୈଠକରେ ଯୋଗ ଦେଇ ଶ୍ରୀଗୋୟଲ, ଆମେରିକା ସହ ଏକ ନୂତନ ବାଣିଜ୍ୟ ଚୁକ୍ତି ନେଇ ମତବ୍ୟକ୍ତ କରିଥିଲେ | ଏହା ଦୁଇ ଦେଶ ମଧ୍ୟରେ ପାରମ୍ପରିକ ସମ୍ପର୍କରେ ଥିବା ମତପାର୍ଥକ୍ୟକୁ ଦୂର କରିବାରେ ସହାୟକ ହେବ |

ଶ୍ରୀ ମୋଦୀ ବ୍ୟବସାୟ ସୁଗମତାରେ ଆହୁରି ପ୍ରଗତି ହାସଲ ପାଇଁ ଭାରତ ଦ୍ଵାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଫୋରମକୁ ଅବଗତ କରେଇଥିଲେ | ଭାରତ, ଅର୍ଥନୈତିକ ଅଭିବୃଦ୍ଧିର ବିକାଶ ଲାଗି ବେସରକାରୀ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସମୟାନୁଯାୟୀ କର୍ପୋରେଟ ଶୁଳ୍କ ହ୍ରାସ କରିଛି | ଏଥିସହିତ ପ୍ରଧାନମନ୍ତ୍ରୀ ଉଦ୍ୟୋଗୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ନେଇ ବ୍ୟାପକ ଚର୍ଚ୍ଚା କରିଥିଲେ | ବାସ୍ତବରେ କହିବାକୁ ଗଲେ ଭାରତ ନିକଟ କିଛି ବର୍ଷମଧ୍ୟରେ ନାବାଚାରକୁ ସଂସ୍ଥାଗତ ରୂପ ଦେବା ଲାଗି ବିଦ୍ୟାଳୟ ଗୁଡିକରେ ‘ଅଟଳ’ ଟିଙ୍କରିଙ୍ଗ ଗବେଷଣାଗାର ଜରିଆରେ ବହୁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି | ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ଶକ୍ତି ତିନୋଟି D ଅର୍ଥାତ ଡେମୋକ୍ରାସି (ବା ଗଣତାନ୍ତ୍ରିକ), ଡେମୋଗ୍ରାଫି (ବା ଜନସାଙ୍ଖିକୀ) ଓ ଦିମାଗ (ବା ମସ୍ତିଷ୍କ) ରେ ନିହିତ ଅଛି | ଭାରତୀୟ ମାନଙ୍କ ବୁଦ୍ଧିମତା ବିଷୟରେ ଆମେରିକା ବେଶ ଭଲ ଭାବେ ପରିଚିତ | ଭାରତୀୟ ମାନଙ୍କ ତୀକ୍ଷଣବୁଦ୍ଧିର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ସିଲିକାନ ଭେଲି ଯାହାକି ଆମେରିକୀୟ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଶିଖରରେ ପହଞ୍ଚାଇଛି | 

ସମ୍ପ୍ରତ୍ତି କିଛି ଦଶନ୍ଧିରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇଛି | ଭାରତ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ସହ ଅନୁବନ୍ଧ ଆଧାରିତ ବିନିର୍ମାଣ ବ୍ୟବସ୍ଥା ଲାଗି ଦେଶକୁ ଉନ୍ମୁକ୍ତ କରିଛି | ଏହା ସତ ଯେ ଆମେରିକାର ପ୍ରମୁଖ ବିନିର୍ମାଣ ସଂସ୍ଥା ଗୁଡିକ ସେମାନଙ୍କ ଚୀନ ସ୍ଥିତ ସଂସ୍ଥା ଗୁଡିକ ଲାଗି ବିକଳ୍ପ ଖୋଜୁଛନ୍ତି | ଯଦିଓ ପୂର୍ବ ଏସିଆର କେତୋଟି ରାଷ୍ଟ୍ର ଏହାର ଫାଇଦା ଉଠାଇବା ଲାଗି ଚାହୁଁଛନ୍ତି, ତେବେ ଭାରତର ଇଂରାଜୀ ଭାଷାରେ ନିପୁଣତା, ବୃଦ୍ଧି ପାଉଥିବା କୁଶଳୀ ମାନବ ସମ୍ବଳ ଓ ବ୍ୟବସାୟ ସୁଗମତାରେ ପ୍ରଗତି ଲାଗି ଆମେରିକା ର ଏହି କମ୍ପାନୀ ଗୁଡିକ ପାଇଁ ଭାରତ ଏକ ଆକର୍ଷକ ନିବେଶ ସ୍ଥଳୀ ଭାବେ ଉଭା ହୋଇପାରେ |

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଫୋରମରେ କହିଥିଲେ ଯେ ଭବିଷ୍ୟତରେ ବ୍ୟାପାର ହିଁ ଦ୍ଵିପକ୍ଷୀୟ ସମ୍ପର୍କର ଆଧାର ହେବ | ଡଃ ଜୟଶଙ୍କର ପୁଣି ଜୋର ଦେଇ କହିଥିଲେ ଯେ ଭାରତର କୁଶଳୀ ମାନବ ସମ୍ବଳ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇବ । 

ପ୍ରଧାନମନ୍ତ୍ରୀ ତାଙ୍କ ଆମେରିକା ଗସ୍ତ ସମୟରେ ହଷ୍ଟନରେ ଆମେରିକା ଉର୍ଜ୍ଜା କମ୍ପାନୀ ଗୁଡିକର ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ଏହା ପରେ ଭାରତର ପେଟ୍ରୋଲିୟ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତି କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ବ୍ୟାପକ ଆଲୋଚନା କରିଥିଲେ ଏବଂ ଚଳିତ ବର୍ଷ ଆମେରିକା ସହ ଭାରତର ଉର୍ଜ୍ଜା କାରବାର 10 ବିଲିୟନ ଡଲାର ପାର କରିବ ବୋଲି ସେ ଫୋରମରେ ଦୃଢୋକ୍ତି ପ୍ରକାଶ କରିଥିଲେ | 

ଭାରତକୁ ଟ୍ରମ୍ଫ ପ୍ରଶାସନର ବରିଷ୍ଠ ସଦସ୍ୟ ମାନଙ୍କ ଗସ୍ତ ପୂର୍ବରୁ ଭାରତର ତୁଙ୍ଗ ରାଜନେତା ମାନଙ୍କ ସହ ଫୋରମ ର ପ୍ରତିନିଧିମଣ୍ଡଳ ବାର୍ତ୍ତାଳାପ କରିଥିଲେ | ଏକ ପାରସ୍ପରିକ ହିତକାରୀ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନିଶ୍ଚିତ ରୂପରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ଘନୀଭୂତ କରିବ |


ମୂଳ ଲେଖା : ମନୀଷ ଆନନ୍ଦ, ବରିଷ୍ଠ ସମ୍ବାଦଦାତା 

ଅନୁବାଦ : ରୀତା ଯୋଶୀ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...