Skip to main content

ମୋଦି- ସି ବୈଠକ ବିକାଶମୂଳକ ଭାଗିଦାରୀକୁ ଦୋହରାଇଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମହାବଳିପୁରମରେ ସାକ୍ଷାତ କଲେ |ଏଠାରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଅଣଆନୁଷ୍ଠାନିକ କଥାବାର୍ତ୍ତା ସଫଳ ହୋଇଛି କାରଣ ଦୁହେଁ ବିଭିନ୍ନ ଦ୍ଵିପକ୍ଷୀୟ ଚିନ୍ତା ଉଦ୍ରେକକାରୀ ବିଷୟ ଉପରେ ମନଖୋଲା କଥାବାର୍ତ୍ତା କରିଛନ୍ତି | ଏହି ଆଲୋଚନା ସଂପ୍ରତି ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ କ୍ଷେତ୍ରରେ ଦେଖାଦେଇଥିବା ଗୋଣ୍ତଗୋଳିଆ ପରିସ୍ଥିତି ମଧ୍ୟରେ ଦୁଇ ଦେଶର ସଂପର୍କକୁ ଆହୁରି ସୁଦୃଢ କରିଛି |

ଦୁଇ ଶକ୍ତିଶାଳି ନେତାଙ୍କ ମଧ୍ୟରେ ଚେନ୍ନାଇରେ ହୋଇଥିବା ଦ୍ଵିତୀୟ ଅଣ ଆନୁଷ୍ଠାନିକ ଆଲୋଚନା ଦୁଇ ଦେଶକୁ ଆହୁରି ନିକଟତର କରାଇଛି | ପ୍ରଥମ ଦିନ କୌଶଳଗତ ପ୍ରସଙ୍ଗ, ପ୍ରାଚିନ ଐତିହାସିକ ଏବଂ ସାଂସ୍କୃତିକ ସଂପର୍କ, ବାଣିଜ୍ୟ, ସନ୍ତ୍ରାସବାଦ ଯୋଗୁଁ ନିରାପତ୍ତା ପ୍ରତି ରହିଥିବା ବିପଦ ଉପରେ ଆଲୋକପାତ କରିଥିଲା ଏବଂ ଦ୍ଵିତୀୟ ଦିନ ଦ୍ଵିପକ୍ଷୀୟ ସଂପର୍କ, ସ୍ଥିରତା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ସନ୍ତ୍ରାସବାଦ ଉପରେ ନିହିତ ଥିଲା |

ମହାବଳିପୁରମର ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ମୋଦି ସି ଜିନପିଙ୍ଗଙ୍କୁ ଦୁଇ ଦେଶର ସଭ୍ୟତାରେ ଥିବା ସାମଞ୍ଜସ୍ୟ ବିଷୟରେ ଆଲୋକପାତ କରିଥିଲେ | ତତ୍କାଳିନ ପଲ୍ଲଭ ରାଜବଂସ ସହିତ ଚୀନର ସଂପର୍କକୁ ଶ୍ରୀ ମୋଦି ଅବତାରଣା କରିଥିଲେ | ନିକଟରେ ବେଜିଙ୍ଗ ମଧ୍ୟ ଏସୀୟ ସଭ୍ୟତା ଆଲୋଚନା ଆୟୋଜନ କରିଥିଲା ଯେଉଁଥିରେ ଭାରତ ଯୋଗଦେଇ ନଥିଲା |

ଏହି ବୈଠକରେ ଦୁଇ ପକ୍ଷ ଅନେକ ବିଷୟରେ ନିଜର ଆଭିମୁଖ୍ୟ ସଂପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି | ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବୈଠକରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଆଦୌ ଉତ୍ଥାପନ ହୋଇ ନାହିଁ ବରଂ ବିଶ୍ଵରେ ଏବେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା, ମନ୍ଥର ଅଭିବୃଦ୍ଧି ହାର ତଥା ବାଣିଜ୍ୟିକ ସମସ୍ୟା ଉପରେ ଆଲୋଚନା କରି ଉଭୟ ଶ୍ରୀ ମୋଦି ଏବଂ ଶ୍ରୀ ଜିନପିଙ୍ଗ ଦ୍ଵିପକ୍ଷୀୟ ସ୍ଵାର୍ଥ ନିମନ୍ତେ ଏକତ୍ର କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି | ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଏହି ଉଚ୍ଚ ସ୍ତରୀୟ ବୈଠକରେ 17ଟି ବିଷୟ ଉପରେ ଆଲୋଚନା ହୋଇଛି | ୱାହନ ବୈଠକରେ ପାଞ୍ଚଟି ବିଷୟରେ ଆଲୋଚନା ହୋଇଥିଲା ଯଥା କୌଶଳଗତ ସଂଯୋଗ, ଆସ୍ଥା ସୂଚକ ପଦକ୍ଷେପ ମାଧ୍ୟମରେ ସୀମା ସ୍ଥିରତାକୁ ବଜାୟ ରଖିବା, ବାଣିଜ୍ୟିକ ନିଅଣ୍ଟିଆ ପରିସ୍ଥିତି, ଆଫଗାନିସ୍ଥାନରେ ମିଳିତ ପ୍ରକଳ୍ପ ଏବଂ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସଂପର୍କ ପ୍ରତିଷ୍ଠା | ଏହି ପାଞ୍ଚଟି ପ୍ରସଙ୍ଗ ମଧ୍ୟରୁ ଆଫଗାନିସ୍ଥାନ ପ୍ରସଙ୍ଗକୁ ବାଦ ଦେଲେ ପ୍ରାୟ ଅନ୍ୟ ଅଧିକାଂଶ ପ୍ରସଙ୍ଗ ମହାବଳିପୁରମରେ ମଧ୍ୟ ଆଲୋଚନା ହୋଇଛି |

ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଚୀନର ଉପ ପ୍ରଧାନମନ୍ତ୍ରୀ ହୁ ଚୁନୁହାଙ୍କୁ ନେଇ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବା ଏକ ଉଲ୍ଲେଖନୀୟ ଅଗ୍ରଗତି | ଗତ ଡିସେମ୍ବର ମାସରେ ଚୀନର ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ କରିବା କାଳରେ ଟେନ ପିଲର ବୁଝାମଣା ସ୍ଵାକ୍ଷରିତ ହୋଇଥିଲା ଯେଉଁଥିରେ ପର୍ଯ୍ୟଟନ, ଯୁବ ସଂପର୍କର ଆଦାନପ୍ରଦାନ, ଗଣମାଧ୍ୟମ ଏବଂ ବୁଦ୍ଧିଜୀବି ଫୋରମ ଏବଂ ସଂଗ୍ରହାଳୟ ପରିଚାଳନା ଆଦି ଅନ୍ତର୍ଭୁକ୍ତ | ଅଗଷ୍ଟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବେଜିଙ୍ଗ ଗସ୍ତ କରିବା କାଳରେ ଏହିସବୁ କ୍ଷେତ୍ରର ପ୍ରୋତ୍ସାହନ ପାଇଁ ମଧ୍ୟ ଗୁରୁତ୍ଵ ଦେଇଥିଲେ | କିଛି ଦିନ ତଳେ ପର୍ଯ୍ୟଟନର ବିକାଶ ପାଇଁ ଚୀନ ନାଗରିକମାନଙ୍କ ନିମନ୍ତେ ଭିସା କୋହଳ କରିଛି ଭାରତ |

ମହାବଳିପୁରମର ଅଣ ଆନୁଷ୍ଠାନିକ ବୈଠକରେ ତାମିଲନାଡୁ ଏବଂ ଫୁଜିଆନ ପ୍ରଦେଶ ମଧ୍ୟରେ ସାମୁଦ୍ରିକ ସଂପର୍କ ବୃଦ୍ଧି କରିବା ପାଇଁ ମତ ପ୍ରକାଶ ପାଇଛି | ଦୁଇ ଦେଶର ପ୍ରାଚିନ ସାମୁଦ୍ରିକ ସଂପର୍କକୁ ଉଜାଗର କରିବା ପାଇଁ ଏକ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ଉପରେ ମଧ୍ୟ ଆଲୋଚନା ହୋଇଛି |

ଏହି ଅଣ ଆନୁଷ୍ଠାନିକ ବୈଠକ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଅଭିପ୍ରେତ ଥିଲା | ଏଣୁ ଏଥିରେ ହୋଇଥିବା ଆଲୋଚନା ଆନୁଷ୍ଠାନିକ ଆଲୋଚନା ବୋଲି କୁହାଯାଇ ନପାରେ କିନ୍ତୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ନିଶ୍ଚୟ ରହିଛି | ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜିନପିଙ୍ଗ ଏପରି ଅଣ ଆନୁଷ୍ଠାନିକ ବୈଠକ ବ୍ୟବସ୍ଥାକୁ ପ୍ରସଂଶା କରିଥିଲେ | ଉଭଯ ଏହି ବ୍ୟବସ୍ଥାକୁ ଜାରି ରଖିବା ପାଇଁ ରାଜି ହୋଇଥିଲେ | ତୃତୀୟ ଅଣ ଆନୁଷ୍ଠାନିକ ବୈଠକ ପାଇଁ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୀନ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି ଯାହାକୁ ଶ୍ରୀ ମୋଦି ସ୍ଵୀକାର କରିଛନ୍ତି |



ଆଲେଖ: ଶ୍ରୀକାନ୍ତ କୋଣ୍ତାପଲ୍ଲୀ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...