Skip to main content

ଭାରତ-ଚୀନ ବାଣିଜ୍ୟ ଏବଂ ଅର୍ଥନୀତି ପାଇଁ ଉଚ୍ଚସ୍ତରୀୟ ଆଲୋଚନା ନିମନ୍ତେ ଢାଞ୍ଚା ପ୍ରତିଷ୍ଠା କରିବେ

ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ହୋଇଥିବା ଅଣ ଆନୁଷ୍ଠାନିକ କଥାବାର୍ତାରେ ଏକ ଉଚ୍ଚ ସ୍ତରୀୟ ଅର୍ଥନୀତି ଏବଂ ବାଣିଜ୍ୟ ଆଲୋଚନା ବ୍ୟବସ୍ଥା ସ୍ଥାପନ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦୁଇ ଦେଶର ସୀମା ବିବାଦର ସମାଧାନ ପାଇଁ ନିଯୁକ୍ତ ସ୍ୱତନତ୍ର ପ୍ରତିନିଧି ବ୍ୟବସ୍ଥା ଅନୁରୂପ। ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଚୀନ ଉପ ପ୍ରଧାନମନ୍ତ୍ରୀ ହୁ ଚୁନ ହୁଆ ଏହି ବ୍ୟବସ୍ଥାର ସହ ଅଧ୍ୟକ୍ଷ ହେବେ।

ଏହି ଅଣ ଆନୁଷ୍ଠାନିକ ବୈଠକର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କକୁ ଉଚ୍ଚ ନେତୃତ୍ୱ ସ୍ତରକୁ ନେବା। ନିଷ୍ପତ୍ତି ନିଆଯାଇଥିବା ବ୍ୟବସ୍ଥା ଅନ୍ତର୍ଗତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ନେଇ ଜରୁରିକାଳିନ ଧ୍ୟାନ ଦେବା। ପ୍ରକାଶ ଥାଉକି ଏବେ ଦୁଇ ଦେଶ ମଧ୍ୟରେ ଭାରତ ପାଇଁ ବାଣିଜ୍ୟିକ ନିଅଣ୍ଟିଆ ଥିବାବେଳେ ଚୀନ 50 ବିଲିୟନ ଡଲାରର ଅଧିକ କାରବାର ଭାରତ ସହିତ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏହି ବ୍ୟବସ୍ଥାରେ ଭାରତୀୟ ଶିଳ୍ପ ଏଥିରେ ଲାଭବାନ ହେବନା ନାହିଁ।

ଏପରି ବ୍ୟବସ୍ଥା ସ୍ଥାପନ ପଛରେ ଆଉ ଏକ କାରଣ ହେଲା ଯେ ବିଶ୍ୱ ବାଣିଜ୍ୟ ସଂଗଠନ ଏପରି ସମସ୍ୟାର ସମାଧାନ କରିବାକୁ ଅସମର୍ଥ ହେଉଛି। ଏବଂ ସଂଗଠନରେ ତିନି ଜଣ ବିଚାରପତି ଅଛନ୍ତି ଏବଂ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସେଥିମଧ୍ୟରୁ ଦୁଇ ଜଣ ଅବସର ନେଲା ପରେ ସମସ୍ୟା ଆହୁରି ଜଟିଳ ହେବ।

ବୈଦେଶିକ ବ୍ୟାପାର ସଂପର୍କୀୟ ସ୍ଥାୟୀ କମିଟି ଭାରତ ଚୀନ ବାଣିଜ୍ୟ ସଂପର୍କରେ ଯେଉଁ ରିପୋର୍ଟ ଦାଖଲ କରିଛି ସେଥିରେ କୁହାଯାଇଛି ଯେ ବାଣିଜ୍ୟ ନିଅଣ୍ଟ ଭାରତ ବିରୁଦ୍ଧରେ ଥିବାବେଳେ ଚୀନ ସପକ୍ଷରେ 56 ବିଲିୟନ ରହିଛି। ଭାରତର ସାମଗ୍ରୀ ଏବଂ ସେବା ଚୀନରେ ଅଣଶୁଳ୍କ ପ୍ରତିବନ୍ଧତାର ସମ୍ମୁଖୀନ ହେଉଛି । ଏହା ବ୍ୟତିତ ଚୀନରେ ଭାରତର ପୁଞ୍ଜିନିବେଶ ପାଇଁ ଏତେଟା ସୁଯୋଗ ମିଳୁ ନଥିବାରୁ ବାଣିଜ୍ୟ ସଂପର୍କରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି। ଭାରତରେ ହୁଆୱି ଦ୍ୱାରା 5ଜି ସେବା ଆରମ୍ଭ ପାଇଁ ରହିଥିବା ସୁରକ୍ଷା ଚିନ୍ତା ସହିତ ବାଣିଜ୍ୟ ସଂପର୍କରେ ଏକ ନୂଆ ଦିଗ ସୃଷ୍ଟି ହୋଇଛି। ନିକଟରେ ନୂଆଦିଲ୍ଲୀରେ ଚୀନର ଡିଜିଟାଲ ସିଲ୍କ ରୋଡ ଉପରେ ହୋଇଥିବା ଏକ ଆଲୋଚନା ଚକ୍ରରେ କୁହାଯାଇଛି ଯେ ଚୀନର ହୁଆୱି ଏବଂ ଜେଡଟିଇ ଭାରତରେ ଟେଲିଯୋଗାଯୋଗ କ୍ଷେତ୍ରରେ 42 ଭାଗ ଅଂଶଧନ ଏବଂ ସ୍ମାର୍ଟ ଫୋନ ବିକ୍ରି କ୍ଷେତ୍ରରେ 66 ଭାଗ ଅଂଶ ଧନ ରହିଛି। ଏହି ଦୁଇଟି କଂପାନିର ପୁଞ୍ଜିନିବେଶ ଭାରତରେ 10 ବିଲିୟନରୁ ଅଧିକ ରହିଛି। ନୂଆ ଆଲୋଚନା ବ୍ୟବସ୍ଥାରେ ବ୍ୟାପକ ଅର୍ଥନୈତିକ ଭାଗିଦାରୀ କିପରି ହୋଇପାରିବ ତାହା ଦେଖିବାର କଥା। ଭାରତରେ ଚୀନର ପ୍ରଯୁକ୍ତି ବିଦ୍ୟାର ବହୁଳ ଉପସ୍ଥିତି ରହିଛି।

ଦେଖାଯାଇଛି ଯେ ଜାପାନ ସହିତ ହୋଇଥିବା ଏହି ବ୍ୟବସ୍ଥାର ସୁଫଳ ଏତେ ମିଳି ନାହିଁ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ ଜାପାନ ପ୍ଲସ ନାମରେ ବାଣିଜ୍ୟିକ ପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା 2014ରେ ସ୍ଥାପନ କରିଥିଲେ ଯାହାର ଅଗ୍ରଗତି ମନ୍ଥର ରହିଛି। ପ୍ରସ୍ଥାବିତ ଚେନ୍ନାଇ- ବେଙ୍ଗାଲୁରୁ ଶିଳ୍ପ କରିଡର ଏପର୍ଯ୍ୟନ୍ତ ବିକଶିତ ହୋଇନାହିଁ ଏବଂ ଭାରତର 9ଟି ରାଜ୍ୟରେ 12ଟି ଜାପାନ ଶିଳ୍ପ ସହର ପ୍ରକଳ୍ପ କ୍ଷେତ୍ରରେ କିଛିଟା ଅଗ୍ରଗତି ଘଟିଛି।

ଆମେରିକା ସହିତ ଚୀନର ଯେଉଁ ବାଣିଜ୍ୟିକ ସମସ୍ୟା ଦେଖାଦେଇଛି ସେପରି ସମସ୍ୟାକୁ ଭାରତ-ଚୀନ ଦ୍ୱିପକ୍ଷୀୟ ବ୍ୟବସ୍ଥା ସମାଧାନ କରିବାକୁ ଚେଷ୍ଟା କରିବ। ଚୀନରେ ଭାରତୀୟ ଶିଳ୍ପର ଉପସ୍ଥିତି ଏବଂ ବାଣିଜ୍ୟ କାରବାର ପାଇଁ ଭାରତକୁ ଏହି ବ୍ୟବସ୍ଥା ମଧ୍ୟରେ କେତେକ ପଦକ୍ଷେପ ନେବାକୁ ପଡିବ। ଭବିଷ୍ୟତରେ ଏହି ବ୍ୟବସ୍ଥା କେତେ ସଫଳ ହେବ ତାହା ସମୟ କହିବ।


ଆଲେଖ: ରାଜଦୀପ ପକନଟି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...