ତୁର୍କୀର ସଶସ୍ତ୍ର ବାହିନୀ ବୁଧବାର ଦିନ “ଅପରେସନ ପିସ ସ୍ପ୍ରିଙ୍ଗ” ଅଭିଯାନ ଆରମ୍ଭ କରିଛି | ସିରିଆ ସହ ତୁର୍କିର ସୀମା ସୁରକ୍ଷା ନିଶ୍ଚିତ କରିବା, ଅଞ୍ଚଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ମୂଳପୋଛ କରିବା ଓ ଅଞ୍ଚଳରେ ବସବାସ କରୁଥିବା ସିରିଆବାସୀଙ୍କୁ ସନ୍ତ୍ରାସବାଦ ରୁ ରକ୍ଷା କରିବା ଆଦି ତିନୋଟି ମୁଖ୍ୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ କରାଯାଇଛି |
ଏକ ସରକାରୀ ବିବୃତ୍ତିରେ ଭାରତ କହିଛି ଯେ ଉତ୍ତର ପୂର୍ବ ସିରିଆରେ ତୁର୍କୀ ଦ୍ଵାରା ଏକତରଫା ସାମରିକ ଆକ୍ରମଣ ଉପରେ ନୂଆଦିଲ୍ଲୀ ଗଭୀର ଉଦବେଗ ପ୍ରକାଶ କରିଛି | ତୁର୍କୀ ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ହେବା ସହ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କୁ ଦୁର୍ବଳ କରିଦେଇପାରେ ବୋଲି ଭାରତ ଅନୁଭବ କରିଛି | ଏହା ଦ୍ଵାରା ମାନବୀୟ ତଥା ନାଗରିକ ସଙ୍କଟ ମଧ୍ୟ ଉପୁଜିପାରେ | ଭାରତ, ତୁର୍କୀକୁ ସଂଯମ ରକ୍ଷା କରିବା ସହ ସିରିଆ ର ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ଜଣାଇବାକୁ ଆହ୍ଵାନ ଜଣାଇଛି |
ଗତ ମାସ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେବା ବେଳେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ, ସିରିଆ ର ଉତ୍ତର-ପୂର୍ବାଞ୍ଚଳର ପରିସ୍ଥିତି ନେଇ ମୁଖ୍ଯତଃ ଆଲୋକପାତ କରିଥିଲେ | ସେ ଏହି ଅଞ୍ଚଳରେ ଏକ ସୁରକ୍ଷିତ କ୍ଷେତ୍ର ପ୍ରତିଷ୍ଠା କରିବା ଲାଗି ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ବର୍ତ୍ତମାନ ତୁର୍କୀ ରେ ବସବାସ କରୁଥିବା ସିରିଆର 2 ନିୟୁତ ଶରଣାର୍ଥୀଙ୍କୁ ପୁନଃଥଇଥାନ କରିବାରେ ତୁର୍କୀ ସକ୍ଷମ ହୋଇପାରିବ | ଏପରି ସୁରକ୍ଷିତ କ୍ଷେତ୍ର ପ୍ରତିଷ୍ଠା କଲେ ସିରିଆ ର କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ଉଲ୍ଲଂଘନ ହେବ ନାହିଁ ବୋଲି ତୁର୍କୀ ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟ ରେ ଜୋର ଦେଇ କହିଥିଲେ |
ତେବେ ତୁର୍କୀ ର ଏକତରଫା କାର୍ଯ୍ୟାନୁଷ୍ଠାନ ଦ୍ଵାରା ଜାତିସଂଘର ପ୍ରତିଷ୍ଠାତା ସଦସ୍ୟ ସିରିଆର ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ଉଲ୍ଲଙ୍ଘନ ହୋଇଛି | ସଶସ୍ତ୍ର ବାହିନୀର ଏକତରଫା କାର୍ଯ୍ୟାନୁଷ୍ଠାନ, ଜାତିସଂଘ ସାଧାରଣ ପରିଷଦରେ ସଦଭାବନା ଓ କଥାବାର୍ତ୍ତା ଉପରେ ପ୍ରାଧାନ୍ୟ ଦେଇ ତୁର୍କୀ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣର ବିରୁଦ୍ଧାଚରଣ କରିଛି|
ତୁର୍କୀ ର ସଶସ୍ତ୍ର ବାହିନୀ ଜାତିସଂଘର ଏକ ସାର୍ବଭୌମ ସଦସ୍ୟ ରାଷ୍ଟ୍ର ର କ୍ଷେତ୍ରରେ ପ୍ରଥମ ଥର ଲାଗି ଏଭଳି ଏକ ତରଫା କାର୍ଯ୍ୟାନୁଷ୍ଠାନ କରିନାହିଁ | ସୂଚନାଯୋଗ୍ୟ ଯେ ପୂର୍ବରୁ ଜୁଲାଇ 1974 ରେ ତୁର୍କୀ ସଶସ୍ତ୍ର ବାହିନୀ ସାଇପ୍ରସ ଉପରେ ମଧ୍ୟ ଆକ୍ରମଣ କରିଥିଲା| ସାଇପ୍ରସ ର କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖି ନଭେମ୍ବର 1974 ରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ 3212 ପ୍ରସ୍ତାବ ଗୃହିତ କରାଯାଇଥିଲା ଓ ସାଇପ୍ରସରୁ ସବୁ ବିଦେଶୀ ସଶସ୍ତ୍ର ବାହିନୀକୁ ପ୍ରତ୍ୟାହାର ଲାଗି ଆହ୍ଵାନ ଦିଆଯାଇଥିଲା | ଜାତିସଂଘ ସାଧାରଣ ସଭାର ସଦସ୍ୟ ରାଷ୍ଟ୍ର ମାନଙ୍କ ସର୍ବସମ୍ମତ ବିଚାରଧାରାକୁ ଦୃଷ୍ଟିରେ ରଖି ଜାତିସଂଘ ସୁରକ୍ଷା ପରିଷଦରେ ସର୍ବସମ୍ମତି କ୍ରମେ 13 ଡିସେମ୍ବର 1974 ରେ ପ୍ରସ୍ତାବ 365 ର ଗୃହିତ କରାଯାଇଥିଲା | ତେବେ ତୁର୍କୀ ଏବେ ପର୍ଯ୍ୟନ୍ତ ସାଇପ୍ରସ ରୁ ଏହାର ସଶସ୍ତ୍ର ବାହିନୀ ପ୍ରତ୍ୟାହାର ଲାଗି ଜାତିସଂଘ ସୁରକ୍ଷା ପରିଷଦ ର ପ୍ରସ୍ତାବ 365କୁ କାର୍ଯ୍ୟକାରୀ କରିନାହିଁ |
ଏଥର ସିରିଆର ଉତ୍ତର- ପୂର୍ବାଞ୍ଚଳରେ ତୁର୍କୀ ଦ୍ଵାରା ଏକତରଫା ସାମରିକ କାର୍ଯ୍ୟାନୁଷ୍ଠାନ ସବୁ ନିୟମକୁ ଲଙ୍ଘନ କରୁଛି | ସିରିଆରେ 2011 ରେ ଆରମ୍ଭ ହୋଇଥିବା ହିଂସାତ୍ମକ ସଂଘର୍ଷ ବହୁ ଅଞ୍ଚଳକୁ ପରିବ୍ୟାପ୍ତ କରିଛି ଓ ଇସଲାମିକ ଷ୍ଟେଟ ଅଫ ଇରାକ ଓ ଲେଭେଣ୍ଟ (ଆଇଏସଆଇଏଲ) ଭଳି ଆତଙ୍କବାଦୀ ଗୋଷ୍ଠୀ ଗୁଡିକ ଏକ ବିନାଶକାରୀ ଆଧିପତ୍ୟ ବିସ୍ତାର କରିଛନ୍ତି|
ରାଜନୈତିକ ଡେମୋକ୍ରାଟିକ ୟୁନିୟନ ପାର୍ଟି ବା ପିଉଆଇଡ଼ି ଓ ଏହାର ପିପୁଲ୍ସ ପ୍ରୋଟେକ୍ସନ ୟୁନିଟ ବା ଉଆଇପିଜି ବିଦ୍ରୋହୀ ମାନଙ୍କୁ ହଟେଇବାଲାଗି ଉତ୍ତର-ପୂର୍ବ ସିରିଆରେ ତୁର୍କିର ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ଜଣାପଡିଛି | ତୁର୍କୀ, କୁର୍ଦିସ୍ତାନ ୱାର୍କର୍ସ ପାର୍ଟି ବା ପିକେକେକୁ ସିରିଆର ଉଆଇପିଜି ବିଦ୍ରୋହୀ ସହ ତୁଳନା କରିଛି | 1984 ରୁ ପିକେକେ କୁର୍ଦ ମାନଙ୍କୁ ସମାନ ଅଧିକାର ଦେବା ପାଇଁ ତୁର୍କୀ ରାଷ୍ଟ୍ର ସହ ସଶସ୍ତ୍ର ସଂଘର୍ଷ ଜାରି ରଖିଛି | ସଂଯୁକ୍ତ ରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ ଓ ତୁର୍କୀ ପିକେକେକେ କୁ ସନ୍ତ୍ରାସବାଦୀ ଗୋଷ୍ଠୀ ଭାବେ ନାମିତ କରିଛନ୍ତି |
ସିରିଆ ସଂଘର୍ଷ ସମୟରେ ଉଆଇପିଜି ବିଦ୍ରୋହୀ ମାନେ, ଆଲକାଏଦା ସହ ସମ୍ବନ୍ଧିତ ଅଲ-ନୁସରା ଫ୍ରଣ୍ଟ ଦ୍ଵାରା ସିରିଆ ର କୁର୍ଦବାସୀଙ୍କ ବିରୁଦ୍ଧରେ ହୋଇଥିବା ଆକ୍ରମଣକୁ ପଣ୍ଡ କରିଦେଇଥିଲେ | ଆଇଏସଆଇଏଲ ବିରୁଦ୍ଧରେ ମୁକାବିଲା ଲାଗି 2015ରୁ ଆମେରିକା ଏସଡ଼ିଏଫ କୁ ସମର୍ଥନ କରିଆସୁଛି | ତେଣେ ତୁର୍କୀ ଏହାର ”ଅପରେସନ ପିସ ସ୍ପ୍ରିଙ୍ଗ” ଅଭିଯାନର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଜାତିସଂଘ ସନନ୍ଦ , ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଓ ଆନ୍ତର୍ଜାତୀୟ ଆଇନ ର ପ୍ରାବଧାନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଜଣାଇଛି |
ତୁର୍କୀ ସ୍ପଷ୍ଟ କରିଛି ଯେ ଜାତିସଂଘ ସନନ୍ଦ ର ଧାରା 51 ଅନୁଯାୟୀ ଏହା ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଏହାର କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରେଇଛି | 10 ଅକ୍ଟୋବର 2019 ରେ ଅନୁଷ୍ଠିତ ବୈଠକରେ ସାମରିକ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ ଲାଗି ସଂଯୁକ୍ତ ରାଷ୍ଟ୍ର ଆମେରିକା, ରୁଷ, ଫ୍ରାନ୍ସ ଓ ଜର୍ମାନୀ ଦ୍ଵାରା ଆହ୍ଵାନ ଦିଆଯିବା ସତ୍ତ୍ୱେ ସୁରକ୍ଷା ପରିଷଦ, ତୁର୍କୀ କୁ ଉତ୍ତର-ପୂର୍ବ ସିରିଆ ରେ ଏହାର ଏକତରଫା ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ପ୍ରବର୍ତ୍ତେଇବାରେ ବିଫଳ ହୋଇଥିଲା | ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଲାଗି ଏକ ଅଣ ସଂସ୍କାରମୂଳକ ସୁରକ୍ଷା ପରିଷଦ ର ନିରନ୍ତର ଅପ୍ରଭାବିତା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି |

ମୂଳ ଲେଖା : ଅଶୋକ ମୁଖାର୍ଜୀ, ଜାତିସଂଘ ଲାଗି ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି
ଅନୁବାଦ: ରୀତା ଯୋଶୀ
ଅନୁବାଦ: ରୀତା ଯୋଶୀ
Comments
Post a Comment