Skip to main content

ଭାରତ-ରିୟାଦ ସମ୍ପର୍କ ଦେଣନେଣରୁ ଉର୍ଦ୍ଧ୍ଵରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହରେ ସାଉଦିଆରବକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ | ତାଙ୍କ ଗସ୍ତରୁ ରିୟାଦ ପ୍ରତି ଭାରତର ନୀତିରେ ହେଉଥିବା ପରିବର୍ତ୍ତନ ଓ ଏହାର ସମ୍ଭାବିତ ଲାଭ ଉପରେ ପ୍ରମୁଖତାର ସହ ରେଖାଙ୍କିତ ହୋଇଛି | ହଜ ତୀର୍ଥଯାତ୍ରା ଓ ସାଉଦିଆରବରୁ ଭାରତକୁ ଉର୍ଜ୍ଜା ଆମଦାନୀ ପରମ୍ପରାଗତ ଭାବେ ଉଭୟଙ୍କ ମଧ୍ୟରେ ସମ୍ପର୍କର ଆଧାର ରହିଥିବା ବେଳେ ନିକଟ କିଛି ବର୍ଷରେ ଦୁଇ ଦେଶ ନେଣଦେଣ ରୁ ଆଗକୁ ବଢି ବିଭିନ୍ନ କ୍ଷେତ୍ରରେ ସମ୍ପର୍କରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି |

ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ଦ୍ଵାରା ଆୟୋଜିତ ତୃତୀୟ ‘ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ’ ବା (ଏଫଆଇଆଇ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ଭାଷଣ ଏଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି | ଏଫଆଇଆଇ କୁ “ଦାଭୋସ ଇନ ଦ ଡେଜର୍ଟ” ବୋଲି ମଧ୍ୟ କୁହାଯାଏ | ଏଫଆଇଆଇର ଉଦ୍ଦେଶ୍ୟ ହେଉଛି ତୈଳ କ୍ଷେତ୍ରରେ ସାଉଦି ନିର୍ଭରତା ହ୍ରାସ କରିବା ଲାଗି ଅଣ-ପାରମ୍ପରିକ ଉର୍ଜ୍ଜା, ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା, ପର୍ଯ୍ୟଟନ ଓ ମନୋରଞ୍ଜନ ଭଳି ଅଣ-ତୈଳ କ୍ଷେତ୍ରରେ ନିବେଶ ଲାଗି ଅର୍ଥନୈତିକ ଅବସର ପ୍ରଦାନ କରିବା | ଯୁବରାଜଙ୍କ ନେତୃତ୍ଵାଧୀନରେ ଏହି ଅଭିଯାନ, 2024 ସୁଦ୍ଧା ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟର ଅନୁରୂପ ଅଟେ |

ସାଉଦିଆରବ ସହ ଭାରତର ସମ୍ପର୍କ ବୃଦ୍ଧି କରିବା ଥିଲା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୂଳ ଲକ୍ଷ | 2014 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ଵ ଗ୍ରହଣ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ଅଷ୍ଟମ ବୈଠକ | ଯୁବରାଜ ଙ୍କ ସହ ଷଷ୍ଠ ଓ ଚଳିତ ବର୍ଷ ତୃତୀୟ ବୈଠକ ହୋଇଥିବା ବେଳେ ଜାମ୍ମୁ ଓ କାଶ୍ମୀର ରେ ଭାରତୀୟ ସମ୍ବିଧାନର ଧାରା 370 ଉଚ୍ଛେଦ ପରେ ପ୍ରଥମ ବୈଠକ ହୋଇଥିଲା | ଜାମ୍ମୁ ଓ କାଶ୍ମୀରରେ 370 ଧାରା ପ୍ରତ୍ୟାହାର ପରେ ମଧ୍ୟପ୍ରାଚ୍ୟ ଓ ଆରବ ତଥା ଇସଲାମୀୟ ଦେଶ ଗୁଡିକ ସହ ପାକିସ୍ତାନର କୂଟନୈତିକ ଅଭିଯାନ ତ୍ୱରାନ୍ୱିତ ହୋଇଥିଲା |

ଯଦିଓ 2006ରେ ରାଜା ଅବଦୁଲ୍ଲାଙ୍କ ଭାରତ ଗସ୍ତ ସମୟରେ ଜାରି ‘ଦିଲ୍ଲୀ ଘୋଷଣାନାମା’ ରେ ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ସହମତ ପ୍ରକାଶ ପାଇଥିଲା ତେବେ ମଧ୍ୟ ଏକ୍ଷେତ୍ରରେ ସେତେଟା ପ୍ରଗତି ପରିଲକ୍ଷିତ ହୋଇନଥିଲା ହେଲେ ଏବେ ଏଥିରେ ପରିବର୍ତ୍ତନ ହେଉଛି | ମହାରାଷ୍ଟ୍ରରେ ପେଟ୍ରୋକେମିକାଲ ବିଶୋଧାନାଗାରରେ ନିବେଶ କରିବା ଓ ବିଶ୍ଵର ସବୁଠୁ ବଡ ତୈଳ କମ୍ପାନୀ ଅରାମକୋ, ରିଲାଏନ୍ସ ରେ 15 ବିଲିୟନ ଡଲାର ଅଂଶଧନ କ୍ରୟ କରିବା ଲାଗି ଇଚ୍ଛା ଜାହିର କରିବା ବିଷୟରୁ ଦ୍ଵିପକ୍ଷୀୟ ସମ୍ପର୍କରେ ପରିବର୍ତ୍ତନ ଆଣିବା ଲାଗି ରିୟାଦ କେତେଯେ ମହତ୍ଵ ଦେଉଛି ତାହା ସ୍ପଷ୍ଟ ଅନୁମେୟ ହେଉଛି |

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ କାଳରେ ରାଜା ସଲମାନଙ୍କ ସମେତ ସାଉଦିଆରବର ଅନେକ ତୁଙ୍ଗ ନେତା ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ଏହା ପୂର୍ବରୁ ନଭେମ୍ବର 2014ରେ ବ୍ରୀସବେନ ଜି-20 ଶିଖର ସମ୍ମିଳନୀ ସମୟରେ ରାଜା ସଲମାନ ଯୁବରାଜ ଥିବା ସମୟରେ ଶ୍ରୀ ମୋଦୀ ତାଙ୍କ ସହ ସାକ୍ଷାତ କରିଥିଲେ | ଏହାପରେ ଶ୍ରୀ ମୋଦୀ ସାଉଦି ସମ୍ରାଟଙ୍କ ସହ ତିନି ଥର ସାକ୍ଷାତ କରିଛନ୍ତି | 2016 ଅପ୍ରେଲ ରେ ସାଉଦି ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ତାଙ୍କ ସହ ଶେଷ ସାକ୍ଷାତ କରିଥିଲେ |

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଶେଷରେ ଜାରୀ ଏକ ମିଳିତ ବିବୃତ୍ତିରେ ଭାରତ ଓ ସାଉଦିଆରବ, ଅନ୍ୟ ଦେଶ ମାନଙ୍କ ଆଭ୍ଯନ୍ତରୀଣ ବ୍ୟାପାରରେ ଯେକୌଣସି ପ୍ରକାର ହସ୍ତକ୍ଷେପକୁ ଉଭୟ ଦେଶ ନିର୍ଦ୍ଧିଷ୍ଟ ଭାବେ ଅଗ୍ରାହ୍ୟ କରିବା ନେଇ ଦୋହୋରାଇବା ସହିତ ଅନ୍ୟ କୌଣସି ରାଷ୍ଟ୍ରର ସାର୍ବଭୌମତ୍ଵ ଉପରେ ଆକ୍ରମଣକୁ ପ୍ରତିହତ କରିବା ଦିଗରେ ଆନ୍ତର୍ଜାତୀୟ ଗୋଷ୍ଠୀ ସେମାନଙ୍କ ଦାୟିତ୍ଵ ତୁଲାଇବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି | ଭାରତ ନିରନ୍ତର ସୀମାପାର ଆତଙ୍କବାଦର ଶିକାର ହେଉଥିବା ବେଳେ ସାଉଦି ତୈଳ ପ୍ରତିଷ୍ଠାନ ଗୁଡିକରେ ଡ୍ରୋନ ଆକ୍ରମଣ କରାଯାଉଛି | ତେଣୁ ଆନ୍ତର୍ଜାତୀୟ ସମୁଦାୟ ଏହାର କଡା ଜବାବ ଦେବାର ଆବଶ୍ୟକତା ଅଛି |

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦି ଯୁବରାଜଙ୍କ ଅଧ୍ୟକ୍ଷତାରେ ଏକ ରଣନୀତିକ ଭାଗୀଦାରୀ ପରିଷଦ ଗଠନ ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ ଥିଲା | ଏହାର ଅର୍ଥ ହେଉଛି ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ଶୀର୍ଷ ନେତା ମାନେ ନିୟମିତ ଭାବେ ଆଳାପ ଆଲୋଚନା କରିବେ |

ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଉର୍ଜ୍ଜା, ବେସାମରିକ ବିମାନ ଚଳାଚଳ, ନିରାପତ୍ତା ସହଯୋଗ, ପ୍ରତିରକ୍ଷା ଓ ଚିକିତ୍ସା ଉତ୍ପାଦର ବିନିୟମ ସମେତ ଅନେକ କ୍ଷେତ୍ରରେ ସହଯୋଗ ଲାଗି ଉଭୟ ଦେଶ ମଧ୍ୟରେ 12 ଟି ରାଜିନାମା ସ୍ବାକ୍ଷରିତ ହୋଇଛି | ଭାରତର ପ୍ରଧାନମନ୍ତ୍ରୀ, ସାଉଦିଆରବରେ ରୂପେ କାର୍ଡର ମଧ୍ୟ ଶୁଭାରମ୍ଭ କରିଛନ୍ତି | ମିଳିତ ବିବୃତ୍ତିରେ ପାଲେଷ୍ଟାଇନକୁ ସମର୍ଥନ ଭଳି ପାରମ୍ପରିକ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି | ବୈଦେଶିକ ନୀତି ଅନ୍ତର୍ଗତ ଦୁଇ ନେତାଙ୍କ ମଧ୍ୟରେ ୟେମେନ ଓ ସିରିଆ ପ୍ରସଙ୍ଗ ନେଇ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିଲା |

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଉର୍ଜ୍ଜା ଭିତ୍ତିଭୂମିକୁ ସାଉଦି ନିବେଶର ଏକ ସମ୍ଭାବିତ ଲକ୍ଷ ବୋଲି ଅଭିହିତ କରି ଆଗାମୀ କିଛି ବର୍ଷରେ 100 ବିଲିୟନ ଡଲାର ନିବେଶ ହେବ ବୋଲି ଉଲ୍ଲେଖ କରିଥିଲେ | ଏହିପରି ଭାବେ ପ୍ରଧାନମନ୍ତ୍ରୀଙ୍କ ସାଉଦି ଗସ୍ତ ଦୁଇ ଦେଶ ମଧ୍ୟରେ ଭାରତର ସାମରିକ ତୈଳ ଭଣ୍ଡାର, ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ପେଟ୍ରୋକେମିକାଲ କାରଖାନା ସହିତ ବିଭିନ୍ନ କ୍ଷେତ୍ରରେ ଏକ ମଜବୁତ ଅର୍ଥନୈତିକ ଓ ରଣନୀତିକ ସମ୍ପର୍କ ସ୍ଥାପନ ଲାଗି ଏକ ଅବସର ପ୍ରଦାନ କରିଛି | ଏକ ସ୍ୱଳ୍ପ ସମୟ ମଧ୍ୟରେ ଉଭୟ ଦେଶ ଦ୍ଵାରା ଧାର୍ଯ୍ୟ ଲକ୍ଷ ପ୍ରାପ୍ତି କଲେ ପ୍ରଧାନମନ୍ତ୍ରୀଙ୍କ ରିୟାଦ ଗସ୍ତର ନିର୍ଣ୍ଣାୟକ ପରିଣାମ ମିଳିବ|

ମୂଳ ଲେଖା : ପ୍ରଫେସର ପି ଆର କୁମାରସ୍ଵାମୀ, JNU

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...