Skip to main content

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ(ଏନଏଏମ) ସମ୍ମୁଖରେ ଚ୍ୟାଲେଞ୍ଜ

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ(ଏନଏଏମ) ଏବେ ଚର୍ଚ୍ଚାର ପରିସର ମଧ୍ୟରେ ନଥିବାବେଳେ ଆଜରବୈଜାନ ଏହାର ଅଠରତମ ଶିଖର ବୈଠକ ଆୟୋଜନ କରୁଛି | ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଯେପରି ପରିବର୍ତ୍ତନ ଆସିଛି ସେତେବେଳେ ଏନଏଏମର ଗୁରୁତ୍ଵ ଲାଘବ ହେବାରେ ଲାଗିଛି | ଏବେ ବିଶ୍ଵରେ ନୂଆ ଭୂ ରାଜନୈତିକର ସମୀକରଣ ଦେଖୁଛି | ଏକ ବିଂଶ ଶତାବ୍ଦିକୁ ଜଣେ ବିଶେଷଜ୍ଞ ଜି-ଜିରୋ ବିଶ୍ଵ କହିଥିଲେ ଅର୍ଥାତ ଏବେ ଏହା କୌଣସି ଗୋଟିଏ ଦେଶ, ଗୋଷ୍ଠି ବା ସଂସ୍ଥାର ଦବଦବା ନାହିଁ ବରଂ ବିଭିନ୍ନ ଆଞ୍ଚଳିକ ଗୋଷ୍ଠିର ଆର୍ଥିକ ତଥା ରାଜନୈତିକ ସ୍ତର ଉପରେ ପ୍ରଭାବକୁ ଅନୁଭବ କରାଯାଉଛି |

କିଛି ବର୍ଷ ପୂର୍ବେ ଭାରତର ତୁଙ୍ଗ ରାଜନୈତିକମାନେ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ-2 ନାମରେ ଏକ ଦସ୍ତାବେଜ ଜାରି କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଗୋଷ୍ଠି ଆନ୍ଦୋଳନର ମୂଳ ସିଦ୍ଧାନ୍ତରେ ରହି ଭାରତ ବିଶ୍ଵ ମଞ୍ଚରେ ପ୍ରଭାବଶାଳି ହେବ ଏବଂ ନିଜର ରାଜନୈତିକ ସ୍ଵାୟତତ୍ତା ତଥା ମୂଲ୍ୟବୋଧକୁ ରକ୍ଷା କରିବ | ଶିତଳ ଯୁଦ୍ଧର ସମାପ୍ତି ପରେ ଏବେ ଶିତଳ ଯୁଦ୍ଧ ଦ୍ଵିତୀୟ ଜାରି ରହିଛି | ଏହାର ପ୍ରକୃତି ଭିନ୍ନ କିନ୍ତୁ ସମପରିମାଣରେ ସାଂଘାତିକ | ଏପରିସ୍ଥଳେ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନକୁ ପୁନଃ ପରିଭାସିତ କରିବାର ଆବଶ୍ୟକତା ରହିଛି | ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କହିବା ଅନୁଯାୟୀ ଭାରତର ବିଦେଶ ନୀତି ପ୍ରସଙ୍ଗ ଉପରେ ଆଧାରିତ ସଂପର୍କ, ମହାଶକ୍ତିର ପଥରେ ଚାଲିବା ଏବଂ ବିଶ୍ଵରେ ଭାରତର ପ୍ରଭାବ ପରିଲକ୍ଷିତ କରାଇବା ଉପରେ ମହତ୍ତ୍ଵ ଦେଇଥାଏ | ଅର୍ଥାତ ଏହା ଏନଏଏମକୁ ସ୍ଵୀକୃତି ଦେବା ସହ କୌଣସି ବି ଗୋଷ୍ଠିରେ ସାମିଲ ହୋଇପାରେ |

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ପୂର୍ବରୁ ଏପରି କେବେ ଅଧିକ ଆବଶ୍ୟକତା ରହୁନଥିଲା | ଏବେ ଏହି ସମ୍ମିଳନୀ ଏପରି ସ୍ଥାନରେ ହେଉଛି ଯିଏ ପୂର୍ବରୁ କେବେ ଏହି ସଂସ୍ଥାର ନଥିଲା | ଏହା ଏଇଥିପାଇଁ କାରଣ ଏବେ ଜି-20 ଏବଂ ବ୍ରିକ୍ସ ପରି ମଞ୍ଚ ଆନ୍ତର୍ଜାତୀୟ କାର୍ଯ୍ୟସୂଚି ଗ୍ରହଣ କରିବାକୁ ଲାଗିଲାଣି ଏବଂ ଭାରତର ସ୍ତ ଏଥିରେ ଗୁରୁତ୍ଵପୂର୍ଣ୍ଣ ହେଲାଣି | ଏନଏଏମ ଆଜି ମଧ୍ୟ ଏକ ବହୁତ ବଡ ସଂଗଠନ | ଭାରତ ମଧ୍ୟ ଏହାରମୂଳଦୁଆ ରଖିଥିଲା | ଏଣୁ ଏହାର ସିଦ୍ଧାନ୍ତର ମୂଲ୍ୟବୋଧ ଭାରତ ଭଲ ଭାବରେ ଜାଣେ | ଭାରତ ଏହା ମାଧ୍ୟମରେ ଗାନ୍ଧିଜୀଙ୍କ ସ୍ଵପ୍ନ ମାନେ ସାଧାରଣ ଲୋକଙ୍କ ଆଶା ଆସଂକ୍ଷା ପୂରଣ ହେଇପାରିବ ବୋଲି ବିବେଚନା କରୁଥିଲା |

ଏବେ ମଧ୍ଯ ନୂଆ ସ୍ଵାଧୀନ ଦେଶମାନେ ଏହାର ଭାଗିଦାରୀ ହେବାକୁ ପସନ୍ଦ କରିଛନ୍ତି ଯାହାଦ୍ଵାରା ମହାଶକ୍ତିଶାଳି ଦେଶର ପ୍ରଭାବରେ ସେମାନେ ଯେପରି ଗୌଣ ନହେବେ | ଆଜି ମଧ୍ୟ ଏନଏଏମର ମୂଳମନ୍ତ୍ର ସମାନତା ଆଧାରିତ ବିଶ୍ଵ ବ୍ୟବସ୍ଥାର ଗୁରୁତ୍ଵ ରହିଛି |

ଭାରତ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ ପ୍ରତି ପ୍ରତିଜ୍ଞାବଦ୍ଧ ଅଛି | ଭାରତ ଭାବେ ଯେ ବିକାଶଶୀଳ ଦେଶମାନଙ୍କର ହିତ ଏହି ମଞ୍ଚ ପୁରା କରିପାରିବ |

ଆଜି ଜାତିସଂଘ ପୂର୍ବ ପରି ଆଉ ପ୍ରଭାବଶାଳି ହୋଇ ରହିନାହିଁ କିନ୍ତୁ କୌଣସି ବି ଦେଶ ଏହାକୁ ଛାଡିବାକୁ ଭାବି ପାରିବନି | ଗୋଷ୍ଠି ନିରପେକ୍ଷ ମଞ୍ଚ ଏପରି ସଂଗଠନ ଯାହାକୁ ଭାରତ ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଉପଯୋଗ କରିପାରିବ | ଆଜି ଭାରତ ବିକାଶଶୀଳ ଦେଶମାନଙ୍କୁ ସହାୟତା କରୁଥିବା ପ୍ରମୁଖ ଦେଶ |

ଆଗାମୀ ବାକୁ ଶିଖର ବୈଠକରେ ସତତ ବିକାଶ ପାଇଁ ଏଜେଣ୍ତା 2030, ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସ ବୁଝାମଣା ତଥା ବିଶ୍ଵ ଅର୍ଥ ବ୍ୟବସ୍ଥାରେ ସୁଧାର ଉପରେ ଗୁରୁତ୍ଵ ଦିଆଯାଉଛି |

ଏବେ ଆଜରବୈଜନା ଏହି ଆନ୍ଦୋଳନକୁ ନେତୃତ୍ଵ ଦେବାକୁ ଚାହୁଁଛି | ରୁଷ ଏବଂ ନାଟୋ ସହିତ ଏହାର ସଂପର୍କ ଭଲ ଥିବାରୁ ନେତୃତ୍ଵ ନେବାର କ୍ଷମତା ମଧ୍ୟ ଏହାର ଅଛି | ବାକୁ ଶିଖର ବୈଠକରେ ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ବିଷୟ ଉପରେ ଆଲୋଚନା ହେବ | ସଦସ୍ୟ ଦେଶମାନହ୍କ ମଧ୍ୟରେ ତାଳମେଳ, ଶାନ୍ତି, ସ୍ଥିରତା ଏବଂ ଆନ୍ତର୍ଜାତୀୟ ସୁରକ୍ଷାକୁ ସୁଦୃଢ କରିବା ଉପରେ ଏହି ସମ୍ମିଳନୀ ଗୁରୁତ୍ଵ ଦେବ |


ଆଲେଖ: ଆଶ୍ ନାରାୟଣ ରୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...