Skip to main content

ଦକ୍ଷିଣ ଚିନ ସାଗର: ଏକ ସମ୍ଭାବିତ ନୂଆ ଦିଗ

ଚିନ ଆନ୍ତର୍ଜାତୀୟ ଆଇନ ଲଂଘନ କରି ଭିଏତନାମର ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ଜବରଦଖଲ କରିବାକୁ ଯାଇ ଦକ୍ଷିଣ ଚିନ ସାଗରରେ ଲକ୍ଷ୍ଣଣ ରେଖା ପାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଚିନ ଭିଏତନାମର ଉପକୂଳର 60 ନଟିକାଲ ମାଇଲ ଯାଏଁ ନିଜର ସର୍ଭେକ୍ଷଣ ଜାହାଜକୁ ପହଞ୍ଚାଇ ଦେଇଛି।ଯାହାଦ୍ୱାରା ଭିଏତନାମର ଅର୍ଥନୈତିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ଚିନର ଚାରୋଟି ଜାହାଜ ଭିଏତନାମର ଅର୍ଥନୈତିକ ଯୋନ ଅନ୍ତର୍ଗତ ଦକ୍ଷିଣ ପୂର୍ବ ଭିଏତନାମର ଫୁକି ଦ୍ୱୀପପୁଞ୍ଜରୁ 120 କିଲୋମିଟର ଏବଂ ଦକ୍ଷିଣାଞ୍ଚଳ ଭିଏତନାମ ସହରର ଫାନଥିଏଟ ଠାରୁ ମାତ୍ର 185 କିଲୋମିଟର ଦୂରରେ ପହଞ୍ଚି ଯାଇଛି। ଆଇନ ଅନୁଯାୟୀ ଦେଶର ସ୍ୱତନ୍ତ୍ର ଅର୍ଥନୈତିକ ଯୋନ ଉପକୂଳରୁ 200 ନଟିକାଲ ମାଇଲ ଅର୍ଥାତ 370 କିଲୋମିଟର ବା 230 ମାଇଲ ଯାଏଁ ପରିବ୍ୟାପ୍ତ ଥାଏ ଯାହାକୁ ଏକ ଦେଶର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ ଅଭିପ୍ରେତ। ଦକ୍ଷିଣ ଚିନ ସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ ଚିନ ଏହାର ଜାହାଜକୁ ତୁରନ୍ତ ଅପସାରଣ କରିବା ପାଇଁ ଦେଶମାନେ ଚିନକୁ ଅନୁରୋଧ କରିବା ଉଚିତ।

ଭିଏତନାମ ଉପକୂଳର ଏତେ ନିକଟବର୍ତ୍ତି ଯାଏଁ ଜାହାଜଗୁଡିକୁ ନେବା ଅର୍ଥ ଚିନ ଏହାର ସାମୁଦ୍ରିକ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି। ଏହାଦ୍ୱାରା ଭିଏତନାମର ତୈଳ ଏବଂ ଗ୍ୟାସ ଉତ୍ତୋଳନରେ ମଧ୍ୟ ବାଧା ଉପୁଜିବ ଯାହାକୁ ସେ ରୁଷର ପେଟ୍ରୋଲିୟମ କଂପାନି ରୋସନେଫ୍ଟକୁ ଦେଇଛି। ଯଦିଓ ଦକ୍ଷିଣ ଚିନ ସାଗରକୁ ନେଇ ଭିଏତନାମ ଏବଂ ଚିନ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ରହିଆସିଛି କିନ୍ତୁ ଏବେ ଏହା ଅଧିକ ବଢିଯାଇଛି। ଚିନ ଏବେ ସାମ୍ୟବାଦି ସାଧାରଣତନ୍ତ୍ରର 70ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହି ଅଞ୍ଚଳରେ ନିଜର ଆଧିପତ୍ୟ ବୁଦ୍ଧି କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱପ୍ନ ବୋଧହୁଏ ଏହି ଆଳରେ ସାକାର କରିବାକୁ ମସୁଧା ଚାଲିଛି। 

ଚିନର ଏପରି ବ୍ୟବହାରକୁ ରୋକିବା ପାଇଁ ଅତିତରେ ଅନେକ ପ୍ରଚେଷ୍ଟା କରାଯାଇଛି କିନ୍ତୁ ତାର କୌଣସି ଫଳ ମିଳିନି ବରଂ ଦିନକୁ ଦିନ ଏହା ବଢିଚାଲିଛି। 2019 ଜୁନରେ ଆସିଆନ ବୈଦେଶିକମନ୍ତ୍ରୀମାନଙ୍କ ବୈଠକରେ ଦକ୍ଷିଣ ଚିନ ସାଗରରେ ଚିନର ବ୍ୟବହାର ପ୍ରତି ଚିନ୍ତା ପ୍ରକଟ କରାଯାଇଥିଲା। ଏବେ ବ୍ୟାଙ୍କକରେ ହେବାକୁ ଥିବା ଆସିଆନ ସମ୍ମିଳନୀରେ ଚିନକୁ ଏଥିପାଇଁ ନିବୃତ୍ତ ରହିବାକୁ ସଦସ୍ୟ ଦେଶମାନେ କହିବାକୁ ଏକତା ଦେଖାଇବେ ବୋଲି ଆଶା କରାଯାଉଛି ଯାହାଦ୍ୱାରା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିପାରିବ। ଆୟୋଜକ ଏବଂ ଅଧ୍ୟକ୍ଷ ଥାଇଲ୍ୟାଣ୍ତ ଆସିଆନ ସମ୍ମିଳନୀ 35 ଏବଂ ପୂର୍ବ ଏସିଆ ସମ୍ମିଳନୀ 14ରେ ଦକ୍ଷିଣ ଚିନ ସାଗର ସଂପର୍କରେ ଏହାର ଘୋଷଣାନାମା ଜାରି କରିବା ଉଚିତ।

ଦକ୍ଷିଣ ଚିନ ସାଗରକୁ ନେଇ ଭାରତର ଆଭିମୁଖ୍ୟ ଜାତିସଂଘର ଆଇନ ଉପରେ ପର୍ଯ୍ୟବଶିତ। ଭାରତର କହିବା କଥା ଯେ ଦକ୍ଷିଣ ଚିନ ସାଗରରେ ଉତ୍ତେଜନା ସୃଷ୍ଟି ହେଲେ ଏହା ଆନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ କ୍ଷତିଗ୍ରସ୍ତ କରିବ। ଦକ୍ଷିଣ ଚିନ ସାଗର ହେଉଛି ଗୁରୁତ୍ୱପୂର୍ଣ୍ଣ ଜଳପଥ ଯେଉଁ ପଥରେ ଆମେରିକାର ବାର୍ଷିକ 5 ଟ୍ରିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥାଏ। ମାଲାକା ହେଉଛି ଭାରତ ମହାସାଗରକୁ ଦକ୍ଷିଣ ଚିନ ସାଗର ସହିତ ସଂଯୋଗ କରୁଥିବା ସ୍ଥଳ ଯାହା ସୁଏଜ କେନାଲ ଠାରୁ 5ଗୁଣା ଅଧିକ ତୈଳ କାରବାର କରାଯାଇ ପାରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଟ ଇଷ୍ଟ ନୀତି ଅନ୍ତର୍ଗତ ଏହି ଅଞ୍ଚଳର ଦେଶ ବିଶେଷ କରି ଇଣ୍ତୋନେସିଆ, ସିଙ୍ଗାପୁର, ଭିଏତନାମ ଏବଂ ଫିଲିପାଇନ୍ସ ସହିତ ଭାରତର କୌଶଳଗତ ସଂପର୍କ ରହିଛି। ଏଣୁ ଆଶା କରାଯାଉଛି ଯେ ପୂର୍ବ ଏସିଆ ରାଷ୍ଟ୍ରମାନଙ୍କ ସମ୍ମିଳନୀ ଏବଂ ଆସିଆନ ସମ୍ମିଳନୀରେ ଦକ୍ଷିଣ ଚିନ ସାଗର ପ୍ରସଙ୍ଗ ଉତ୍ଥାପନ ହେବ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ତଥା ସବୁ ଦେଶର ସମୃଦ୍ଧି ପାଇଁ।

ଆଲେଖ: ବାଲାଦାସ ଘୋଶାଲ

ଭାବାନୁବାଦ: ରାମଚଂଦ୍ର ନାଥ




Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...