Skip to main content

ବାଙ୍ଗଲାଦେଶ ସହିତ ଭାରତ ଏହାର ସଂପର୍କ ସୁଦୃଢ କରିଛି

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାରତ ଗସ୍ତ ଦ୍ଵିପକ୍ଷୀୟ ରାଜନୈତିକ ଏବଂ କୂଟନୈତିକ କାରଣରୁ ଗୁରୁତ୍ଵପୂର୍ଣ୍ଣ | ଗତ ସପ୍ତାହରେ ଦିଲ୍ଲୀରେ ହୋଇଥିବା ବିଶ୍ଵ ଅର୍ଥନୈତିକ ଫୋରମରେ ନିଜ ଦେଶରେ ବଢୁଥିବା ପୁଞ୍ଜିନିବେଶ ପାଇଁ ଦକ୍ଷତାକୁ ପ୍ରତିପାଦନ କରିବା ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକ ଯୋଜନା ଥିଲା କିନ୍ତୁ ସରକାରୀ ବୁଝାମଣା ଏବଂ ମିଳିତ ବିବୃତ୍ତିରୁ ପ୍ରତିପାଦିତ ହେଲା ଯେ ଦୁଇ ପକ୍ଷ ଏହି ଗସ୍ତ କାଳରେ କେତେକ ଦୃଢ ପଦକ୍ଷେପ ନେଇଛନ୍ତି |

ବାଙ୍ଗଲାଦେଶ ନେତାଙ୍କ ପାଇଁ ସ୍ଵାଗତ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦୁଇ ଦେଶର ଭାଗିଦାରୀର ଲକ୍ଷ୍ୟ ହେଉଛି ଭାରତ ଏବଂ ବାଙ୍ଗଲାଦେଶର ପ୍ରତ୍ୟେକ ନାଗରିକଙ୍କ ବିକାଶକୁ ସୁନିଶ୍ଚିତ କରିବା | ଏହି ମର୍ମରେ ସେ କହିଛନ୍ତି ଯେ ଦୁଇ ଦେଶ ବିଗତ ବର୍ଷକ ମଧ୍ୟରେ 9ଟି ଏବଂ ଏବେ 3ଟି ପ୍ରକଳ୍ପ ଆରମ୍ଭ କରାଯାଇଛି |

ଦୁଇ ଦେଶ ଏଲପିଜି ଯୋଗାଣ, ପ୍ରଶିକ୍ଷଣ ଏବଂ ଢାକାର ରାମକୃଷ୍ଣ ମିଶନରେ ବିବେକାନନ୍ଦ ଭବନ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି | ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏଲପିଜି ପାଇଁ ବାଙ୍ଗଲାଦେଶରୁ ଭାରତକୁ ଏହା ଯୋଗାଣ କରାଯିବ ଏବଂ ତ୍ରିପୁରାର ସୀମାନ୍ତ ସହରରେ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଫେନିର ଜଳ ପାଇଁ ବୁଝାମଣା ହୋଇଛି |

ଉପକୂଳ ପ୍ରଦକ୍ଷଣ ପାଇଁ ହୋଇଥିବା ବୁଝାମଣା ଦ୍ଵାରା ଭାରତ ଉଭୟ ଦେଶର ଯେଉଁ ସୀମାବର୍ତ୍ତି ଉପକୂଳ ରହିଛି ସେଠାରେ ଉପଗ୍ରହ ଦ୍ଵାରା ନିରୀକ୍ଷଣ କରିପାରିବ ଯାହାଦ୍ଵାରା ଉଭୟ ଦେଶ ପାଇଁ ସୁବିଧା ହେବ | ଉପକୂଳ ଅଞ୍ଚଳର ନିରାପତ୍ତା ନିମନ୍ତେ 20ଟି ନିରୀକ୍ଷଣ ୟୁନିଟ ସ୍ଥାପନ କରାଯିବ |

ରୋହିଙ୍ଗ୍ୟା ଶରଣାର୍ଥୀ ଉପରେ ଶେଖ ହାସିନା କହିଛନ୍ତି ଯେ ବାଙ୍ଗଲାଦେଶ 2017 ପରଠାରୁ ପ୍ରାୟ 10 ଲକ୍ଷ ରୋହିଙ୍ଗ୍ୟା ସଂପ୍ରଦାୟଙ୍କୁ ଶରଣ ଦେଲେଣି ଏବଂ ଏହି ସଂକଟର ସମାଧାନ ପାଇଁ ଭାରତ ମିଆଁମାର ସହିତ ଆଲୋଚନା କରି ଏମାନଙ୍କର ପ୍ରତ୍ୟର୍ପଣ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି | ସେ କହିଛନ୍ତି ପ୍ରାୟ 11 ଲକ୍ଷ ରୋହିଙ୍ଗ୍ୟା ଚିଟାଗଙ୍ଗର ଶିବିରରେ ଶରଣ ନେଇଛନ୍ତି | ଭାରତ ରୋହିଙ୍ଗ୍ୟା ଶରଣାର୍ଥିଙ୍କ ପାଇଁ ବାର୍ଷିକ 120 କୋଟି ଟଙ୍କା ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛି | ଭାରତ ମିଆଁମାରର ରଖିନେ ଠାରେ ପୁନଃ ଥଇଥାନ କଲୋନି ସ୍ଥାପନ କରିଛି | ମିଆଁମାରରୁ ବିତାଡିତ ହୋଇଥିବା ବୌଦ୍ଧ ଧର୍ମାଲମ୍ଵି ମାନଙ୍କୁ ଥଇଥାନ ଦେଇଥିବା ବାଙ୍ଗଲା ଦେଶ ପାଇଁ ଭାରତ 10 କୋଟି ଟଙ୍କା ମଞ୍ଜୁର କରିଛି |

ଆସିଆନ ସମ୍ମିଳନୀରେ ରୋହିଙ୍ଗ୍ୟା ମାନଙ୍କ ଭବିଷ୍ୟତ ବିଷୟରେ ବାଙ୍ଗଲାଦେଶ ପ୍ରସଙ୍ଗ ଉଠାଇବ | ଆସାମରେ ଚାଲିଥିବା ଏନଆରସି ପ୍ରକ୍ରିୟା ବିଷୟରେ ବାଙ୍ଗଲାଦେଶ ପ୍ରସଙ୍ଗ ଉତ୍ଥାପନ କରିଛି କିନ୍ତୁ ଏହା ଅଦାଲତଙ୍କ ଦ୍ଵାରା ଚାଲିଥିବା ପ୍ରଧାନମନ୍ତ୍ରୀ ମୋଦି ଅବଗତ କରିଛନ୍ତି |

ପ୍ରଧାନମନ୍ତ୍ରୀ ହାସିନା ସନ୍ତ୍ରାସବାଦ ଏବଂ ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ନଦେବା ଉପରେ ଦୃଢତା ପ୍ରକାଶ କରିଛନ୍ତି ଏବଂ ଦକ୍ଷିଣ ଏସିଆ ଦେଶମାନେ ଏପରି କରିବାକୁ ସେ ଚାହିଁଛନ୍ତି | ଏହି ଗସ୍ତ କାଳରେ ତିସ୍ତା ଜଳ ରାଜିନାମା ଉପରେ କୌଣସି ଅଗ୍ରଗତି ହୋଇନାହିଁ |

ବାଙ୍ଗଲାଦେଶର ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ 2020ରେ ଢାକା ଆସିବାକୁ ଶ୍ରୀମତି ହାସିନା ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କରିଛନ୍ତି ଏବଂ ଭାରତ ଏହି ଆମନ୍ତ୍ରଣକୁ ସ୍ଵୀକାର କରିଛନ୍ତି |

ଆଲେଖ କଲ୍ଲୋଳ ଭଟ୍ଟାଚାର୍ଯ୍ୟ

ଭାବାନୁବାଦ ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...