Skip to main content

ଭାରତର ଆକ୍ଟ ଇଷ୍ଟ  ନୀତି ଆହୁରି ଦୃଢୀଭୂତ ହେଉଛି 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫିଲିପାଇନ୍ସ ଓ ଜାପାନକୁ ଏକ ଦୁଇ ଦେଶ ଗସ୍ତରେ ଯାଇଥିଲେ | ଭାରତର ‘ଆକ୍ଟ ଇଷ୍ଟ ନୀତି’ ବା ପୂର୍ବ ନୀତିରେ ଏହି ଦୁଇ ଦେଶର ମହତ୍ବପୂର୍ଣ୍ଣ ଭୂମିକା ରହିଛି | ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଗସ୍ତର ପ୍ରଥମ ଚରଣରେ କୂଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଫିଲିପାଇନ୍ସ ଗସ୍ତ କରିଥିଲେ | ଏହାପରେ ଜାପାନ ସମ୍ରାଟ ନରୁହିତୋଙ୍କ ରାଜ୍ୟାଭିଷେକ ଉତ୍ସବ ସମାରୋହରେ ଯୋଗ ଦେବା ଲାଗି ସେ ଜାପାନ ଗସ୍ତରେ ଯାଇଥିଲେ |

ମିଳିତ ମୂଲ୍ଯବୋଧ ଓ ଆପୋଷ ରଣନୀତିକ ସ୍ଵାର୍ଥ ଆଧାରରେ ଫିଲିପାଇନ୍ସ ଭାରତର ‘ଆକ୍ଟ ଇଷ୍ଟ’ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି | ଏକ ନିୟମ ଆଧାରିତ ଆନ୍ତର୍ଜାତୀୟ ନିୟମାବଳୀକୁ ପ୍ରୋତ୍ସାହନ କରି ଭାରତ ଓ ଫିଲିପାଇନ୍ସ ଆନ୍ତର୍ଜାତୀୟ ଆଇନ ଓ ଦେଶର ସାର୍ବଭୌମତ୍ଵ ସମାନତା ବଜାୟ ରଖିବାରେ ପ୍ରକୃତ ଭାଗୀଦାର ଅଟନ୍ତି | ଭାରତ ଓ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ଦକ୍ଷିଣ ଦକ୍ଷିଣ ସହଯୋଗ ଓ ମଜବୂତ ଗଣତାନ୍ତ୍ରିକ ରାଜନୀତି ଉପରେ ଆଧାରିତ | ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ସନ୍ତ୍ରାସବାଦ ଓ ମହାକାଶ ଭଳି ପ୍ରମୁଖ କ୍ଷେତ୍ରରେ ଉତ୍ତମ ସହଯୋଗ ସ୍ଥାପନା ନେଇ ମୁଖ୍ଯତଃ ଆଲୋଚନା ହୋଇଥିଲା | ଏହି ଅବସରରେ ସାମୁଦ୍ରିକ କ୍ଷେତ୍ର, ସୁରକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ସଂସ୍କୃତି ଆଦି ଚାରୋଟି ନୂତନ ରାଜିନାମା ଉପରେ ସ୍ବାକ୍ଷରିତ ହେବା ସହ ଭାରତ-ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହୋଇଛି | ରାଜନୈତିକ-ସୁରକ୍ଷା-ଅର୍ଥନୈତିକ ଓ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କର ବିବିଧତା ଏହି ଦ୍ଵିପକ୍ଷୀୟ ଭାଗୀଦାରୀତାକୁ ପରିଭାଷିତ କରିଥାଏ | ଶ୍ରୀ କୋବିନ୍ଦ ମଧ୍ୟ କ୍ବିଜନ ସହରରେ ମିରିୟମ କଲେଜରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ | ଇତିମଧ୍ୟରେ ଏକ ମଜବୁତ ଭାରତ-ଆସିଆନ ରଣନୀତିକ ଭାଗୀଦାରୀତା ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ଘନୀଭୂତ କରିଛି | 

ଉଭୟ ଦେଶକୁ ଦ୍ରୁତ ବିକାଶଶୀଳ ଅର୍ଥନୀତି ରାଷ୍ଟ୍ର ଭାବେ ପରିଗଣିତ କରାଯାଉଛି | ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଯୋଗାଯୋଗ ବୃଦ୍ଧି ଲାଗି ଏକ ଦୃଢ ଆର୍ଥିକ ଭିତ୍ତିଭୂମି ରହିଛି | ଉଭୟ ପକ୍ଷ ସ୍ମାର୍ଟ ସିଟି, ବନ୍ଦର, ବିମାନ ବନ୍ଦର ଓ ଡିଜିଟାଲ କ୍ଷେତ୍ର ସମେତ ଅତ୍ୟାଧୁନିକ ମୌଳିକଢାଞ୍ଚା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ ଇନ ଇଣ୍ଡିଆ ଅଭିଯାନ ଓ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡରିଗୋ ଡୂତର୍ଟି ଙ୍କ ‘ବିଲ୍ଡ, ବିଲ୍ଡ, ବିଲ୍ଡ” ଅଭିଯାନ ବାଣିଜ୍ୟ ଓ ନିବେଶକ ମାନଙ୍କ ପାଇଁ ଯଥେଷ୍ଟ ସୁଯୋଗ ପ୍ରଦାନ କରିଥାଏ | 

ଭାରତ-ଫିଲିପାଇନ୍ସ ବ୍ୟବସାୟ ସମ୍ମିଳନୀ ତଥା ଚତୁର୍ଥ ଆସିଆନ-ଭାରତ ବ୍ୟବସାୟ ସମ୍ମିଳନୀରେ ଭାରତର ରାଷ୍ଟ୍ରପତି, ଡିଜିଟାଲ ଉଦ୍ଯୋଗ, ନବାଚାର ଓ ଷ୍ଟାର୍ଟଅପ, ସ୍ୱାସ୍ଥ୍ୟ ଓ ଫାର୍ମା ଏବଂ କୃଷି ବିକାଶର ପ୍ରମୁଖ କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗ ନେଇ ନୂତନ ଦିଗର ଅନ୍ଵେଷଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ଗତ ଦୁଇ ବର୍ଷରେ 17 ପ୍ରତିଶତ ବୃଦ୍ଧି ପାଇ 2.3 ବିଲିୟନ ଡଲାରରେ ପହଞ୍ଚିଛି | ଯେତେବେଳେକି ଭାରତୀୟ କମ୍ପାନୀ ଗୁଡିକ ବୟନ ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଫାର୍ମାଶିଉଟିକାଲ୍ସ ଭଳି କ୍ଷେତ୍ର ଗୁଡିକ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ହେଲେ ମୌଳିକ ଢାଞ୍ଚା ବିକାଶ ଓ ପ୍ରତିରକ୍ଷା ଆଧୂନିକୀକରଣ ଭଳି ଅନ୍ୟାନ୍ୟ କ୍ଷେତ୍ର ଗୁଡିକର ମଧ୍ୟ ଗୁରୁତ୍ଵ ରହିଛି | ରାଷ୍ଟ୍ରପତି କୋବିନ୍ଦ ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଗଙ୍ଗା ପୁନରୁଦ୍ଧାର ପ୍ରକଳ୍ପ, ସ୍ବଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି ଓ ଜଳ ଜୀବନ ମିଶନ ସମେତ ଭାରତର କଲ୍ୟାଣକାରୀ ଅଭିଯାନରେ ସାମିଲ ହେବା ଲାଗି ଫିଲିପାଇନ୍ସକୁ ଆମନ୍ତ୍ରିତ କରିଥିଲେ |.

ଜାପାନକୁ ତାଙ୍କ ଗସ୍ତର ଦ୍ଵିତୀୟ ଚରଣରେ ଭାରତର ରାଷ୍ଟ୍ରପତି ସମ୍ରାଟ ନାରୁହିତୋଙ୍କ ରାଜ୍ୟାଭିଷେକ ସମାରୋହରେ ଯୋଗ ଦେବା ସହ ସମ୍ରାଟ ଓ ମହାରାଣୀଙ୍କ ଦ୍ଵାରା ଆୟୋଜିତ ଭୋଜି ସଭା ଓ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଦ୍ଵାରା ଆୟୋଜିତ ଆନୁଷ୍ଠାନିକ ନୈଶ୍ୟ ଭୋଜି ସଭାରେ ଯୋଗ ଦେଇଥିଲେ | ସଭ୍ୟତାଗତ ସମ୍ପର୍କକୁ ଆହୁରି ନିବିଡ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି କୋବିନ୍ଦ ତ୍ସୁକାଜି ହୋଙ୍ଗୱାଞ୍ଜି ବୌଦ୍ଧ ମନ୍ଦିର ପରିଦର୍ଶନରେ ଯାଇଥିଲେ | ସେ ମଧ୍ୟ ଟୋକିଓରେ ସମ୍ରାଟ ମେଜି ଓ ତାଙ୍କ ଧର୍ମପତ୍ନୀ ମହାରାଣୀ ଶୋକିନଙ୍କ ପ୍ରତି ଉତ୍ସର୍ଗୀକୃତ ମେଜି ଧର୍ମପୀଠର ଦର୍ଶନ କରିଥିଲେ |

ଶ୍ରୀ କୋବିନ୍ଦ କେକଗାୱା ରେ ସିନୋ ସୋତୋ ମନ୍ଦିର ର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଥିଲେ | ଭାରତର ରାଷ୍ଟ୍ରପତିଙ୍କ ଜାପାନ ଗସ୍ତରୁ ଭାରତ-ଜାପାନ ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠ ସମ୍ପର୍କର ସ୍ପଷ୍ଟ ପ୍ରତୀୟମାନ ହେଉଛି | ଉଭୟଙ୍କ ମଧ୍ୟରେ ରଣନୀତିକ, ରାଜନୈତିକ ଓ ଅର୍ଥନୈତିକ ସ୍ଵାର୍ଥ ସହ ଗଣତନ୍ତ୍ର, ସ୍ଵାଧୀନତା ଓ ଆଇନର ଶାସନ କ୍ଷେତ୍ରରେ ମିଳିତ ମୂଲ୍ଯବୋଧ, ଏକ ସ୍ଥାୟୀ ଭାଗିଦାରୀ ପାଇଁ ଏକ ମଜବୁତ ମୂଳଦୁଆ ସ୍ଥାପନ କରିଛି | ଜାପାନ-ଭାରତ ବାର୍ଷିକୀ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ଭାରତ, ପ୍ରଥମ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ଡାଇଲଗ (2+2) ର ଆୟୋଜନ କରିବ | ଡିସେମ୍ବର 2019 ରେ ଏହି ଶିଖର ବୈଠକ ଆୟୋଜନ କରିବା ଲାଗି ସ୍ଥିରୀକୃତ୍ୟ ହୋଇଛି | ସମ୍ପ୍ରତ୍ତି ଭାରତ ଓ ଜାପାନ ମଧ୍ୟରେ 2+2 ଉପ- ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା |

ଦକ୍ଷିଣ-ପୂର୍ବ ଓ ପୂର୍ବ ଏସିଆ ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରସ୍ଥଳୀ ହୋଇଥିବାରୁ ଭାରତ ରଣନୀତିକ ଭାଗିଦାରୀକୁ ନୂତନ ଶିଖରରେ ପହଞ୍ଚାଇବା ଲାଗି ରାଜନୈତିକ ଉର୍ଜ୍ଜାକୁ ଉଚ୍ଚ ନେତୃତ୍ଵ ସ୍ତରରେ ଜାରି ରଖିବ | ରାଷ୍ଟ୍ରପତି କୋବିନ୍ଦଙ୍କ ଏହି ଗସ୍ତ ଏହି ଉଦ୍ଦେଶ୍ୟ ସାଧନ କରିବାରେ ସହାୟକ ହେବ | ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏହାର ଭୂ-ରାଜନୈତିକ ଓ ରଣନୀତିକ ଦିଗକୁ ଦୃଷ୍ଟିରେ ରଖି ନୀତିଗତ ବ୍ୟବସ୍ଥାରେ ଏହାକୁ ଅଧିକ ପ୍ରାଧାନ୍ଯ ଦେଇଛି |, ଏହି ଅଞ୍ଚଳରେ ରଣନୀତିକ ଭାଗୀଦାରୀତାକୁ ଆହୁରି ମଜବୁତ କରିବା ଲାଗି ଏହା ଉପରେ ବିଚାର କରିବା ଭାରତ ପାଇଁ ଅନିବାର୍ଯ୍ୟ ଅଟେ |

ମୂଳ ଲେଖା : ଡଃ ତିତଲୀ ବାସୁ, ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...