Skip to main content

ଭାରତର ଆକ୍ଟ ଇଷ୍ଟ  ନୀତି ଆହୁରି ଦୃଢୀଭୂତ ହେଉଛି 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫିଲିପାଇନ୍ସ ଓ ଜାପାନକୁ ଏକ ଦୁଇ ଦେଶ ଗସ୍ତରେ ଯାଇଥିଲେ | ଭାରତର ‘ଆକ୍ଟ ଇଷ୍ଟ ନୀତି’ ବା ପୂର୍ବ ନୀତିରେ ଏହି ଦୁଇ ଦେଶର ମହତ୍ବପୂର୍ଣ୍ଣ ଭୂମିକା ରହିଛି | ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଗସ୍ତର ପ୍ରଥମ ଚରଣରେ କୂଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଫିଲିପାଇନ୍ସ ଗସ୍ତ କରିଥିଲେ | ଏହାପରେ ଜାପାନ ସମ୍ରାଟ ନରୁହିତୋଙ୍କ ରାଜ୍ୟାଭିଷେକ ଉତ୍ସବ ସମାରୋହରେ ଯୋଗ ଦେବା ଲାଗି ସେ ଜାପାନ ଗସ୍ତରେ ଯାଇଥିଲେ |

ମିଳିତ ମୂଲ୍ଯବୋଧ ଓ ଆପୋଷ ରଣନୀତିକ ସ୍ଵାର୍ଥ ଆଧାରରେ ଫିଲିପାଇନ୍ସ ଭାରତର ‘ଆକ୍ଟ ଇଷ୍ଟ’ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି | ଏକ ନିୟମ ଆଧାରିତ ଆନ୍ତର୍ଜାତୀୟ ନିୟମାବଳୀକୁ ପ୍ରୋତ୍ସାହନ କରି ଭାରତ ଓ ଫିଲିପାଇନ୍ସ ଆନ୍ତର୍ଜାତୀୟ ଆଇନ ଓ ଦେଶର ସାର୍ବଭୌମତ୍ଵ ସମାନତା ବଜାୟ ରଖିବାରେ ପ୍ରକୃତ ଭାଗୀଦାର ଅଟନ୍ତି | ଭାରତ ଓ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ଦକ୍ଷିଣ ଦକ୍ଷିଣ ସହଯୋଗ ଓ ମଜବୂତ ଗଣତାନ୍ତ୍ରିକ ରାଜନୀତି ଉପରେ ଆଧାରିତ | ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ସନ୍ତ୍ରାସବାଦ ଓ ମହାକାଶ ଭଳି ପ୍ରମୁଖ କ୍ଷେତ୍ରରେ ଉତ୍ତମ ସହଯୋଗ ସ୍ଥାପନା ନେଇ ମୁଖ୍ଯତଃ ଆଲୋଚନା ହୋଇଥିଲା | ଏହି ଅବସରରେ ସାମୁଦ୍ରିକ କ୍ଷେତ୍ର, ସୁରକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଓ ସଂସ୍କୃତି ଆଦି ଚାରୋଟି ନୂତନ ରାଜିନାମା ଉପରେ ସ୍ବାକ୍ଷରିତ ହେବା ସହ ଭାରତ-ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହୋଇଛି | ରାଜନୈତିକ-ସୁରକ୍ଷା-ଅର୍ଥନୈତିକ ଓ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କର ବିବିଧତା ଏହି ଦ୍ଵିପକ୍ଷୀୟ ଭାଗୀଦାରୀତାକୁ ପରିଭାଷିତ କରିଥାଏ | ଶ୍ରୀ କୋବିନ୍ଦ ମଧ୍ୟ କ୍ବିଜନ ସହରରେ ମିରିୟମ କଲେଜରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ | ଇତିମଧ୍ୟରେ ଏକ ମଜବୁତ ଭାରତ-ଆସିଆନ ରଣନୀତିକ ଭାଗୀଦାରୀତା ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ଘନୀଭୂତ କରିଛି | 

ଉଭୟ ଦେଶକୁ ଦ୍ରୁତ ବିକାଶଶୀଳ ଅର୍ଥନୀତି ରାଷ୍ଟ୍ର ଭାବେ ପରିଗଣିତ କରାଯାଉଛି | ଭାରତ ଓ ଫିଲିପାଇନ୍ସ ମଧ୍ୟରେ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଯୋଗାଯୋଗ ବୃଦ୍ଧି ଲାଗି ଏକ ଦୃଢ ଆର୍ଥିକ ଭିତ୍ତିଭୂମି ରହିଛି | ଉଭୟ ପକ୍ଷ ସ୍ମାର୍ଟ ସିଟି, ବନ୍ଦର, ବିମାନ ବନ୍ଦର ଓ ଡିଜିଟାଲ କ୍ଷେତ୍ର ସମେତ ଅତ୍ୟାଧୁନିକ ମୌଳିକଢାଞ୍ଚା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ ଇନ ଇଣ୍ଡିଆ ଅଭିଯାନ ଓ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡରିଗୋ ଡୂତର୍ଟି ଙ୍କ ‘ବିଲ୍ଡ, ବିଲ୍ଡ, ବିଲ୍ଡ” ଅଭିଯାନ ବାଣିଜ୍ୟ ଓ ନିବେଶକ ମାନଙ୍କ ପାଇଁ ଯଥେଷ୍ଟ ସୁଯୋଗ ପ୍ରଦାନ କରିଥାଏ | 

ଭାରତ-ଫିଲିପାଇନ୍ସ ବ୍ୟବସାୟ ସମ୍ମିଳନୀ ତଥା ଚତୁର୍ଥ ଆସିଆନ-ଭାରତ ବ୍ୟବସାୟ ସମ୍ମିଳନୀରେ ଭାରତର ରାଷ୍ଟ୍ରପତି, ଡିଜିଟାଲ ଉଦ୍ଯୋଗ, ନବାଚାର ଓ ଷ୍ଟାର୍ଟଅପ, ସ୍ୱାସ୍ଥ୍ୟ ଓ ଫାର୍ମା ଏବଂ କୃଷି ବିକାଶର ପ୍ରମୁଖ କ୍ଷେତ୍ରରେ ଦ୍ଵିପକ୍ଷୀୟ ସହଯୋଗ ନେଇ ନୂତନ ଦିଗର ଅନ୍ଵେଷଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ଦ୍ଵିପକ୍ଷୀୟ ବାଣିଜ୍ୟ କାରବାର ଗତ ଦୁଇ ବର୍ଷରେ 17 ପ୍ରତିଶତ ବୃଦ୍ଧି ପାଇ 2.3 ବିଲିୟନ ଡଲାରରେ ପହଞ୍ଚିଛି | ଯେତେବେଳେକି ଭାରତୀୟ କମ୍ପାନୀ ଗୁଡିକ ବୟନ ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଫାର୍ମାଶିଉଟିକାଲ୍ସ ଭଳି କ୍ଷେତ୍ର ଗୁଡିକ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ହେଲେ ମୌଳିକ ଢାଞ୍ଚା ବିକାଶ ଓ ପ୍ରତିରକ୍ଷା ଆଧୂନିକୀକରଣ ଭଳି ଅନ୍ୟାନ୍ୟ କ୍ଷେତ୍ର ଗୁଡିକର ମଧ୍ୟ ଗୁରୁତ୍ଵ ରହିଛି | ରାଷ୍ଟ୍ରପତି କୋବିନ୍ଦ ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଗଙ୍ଗା ପୁନରୁଦ୍ଧାର ପ୍ରକଳ୍ପ, ସ୍ବଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି ଓ ଜଳ ଜୀବନ ମିଶନ ସମେତ ଭାରତର କଲ୍ୟାଣକାରୀ ଅଭିଯାନରେ ସାମିଲ ହେବା ଲାଗି ଫିଲିପାଇନ୍ସକୁ ଆମନ୍ତ୍ରିତ କରିଥିଲେ |.

ଜାପାନକୁ ତାଙ୍କ ଗସ୍ତର ଦ୍ଵିତୀୟ ଚରଣରେ ଭାରତର ରାଷ୍ଟ୍ରପତି ସମ୍ରାଟ ନାରୁହିତୋଙ୍କ ରାଜ୍ୟାଭିଷେକ ସମାରୋହରେ ଯୋଗ ଦେବା ସହ ସମ୍ରାଟ ଓ ମହାରାଣୀଙ୍କ ଦ୍ଵାରା ଆୟୋଜିତ ଭୋଜି ସଭା ଓ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଦ୍ଵାରା ଆୟୋଜିତ ଆନୁଷ୍ଠାନିକ ନୈଶ୍ୟ ଭୋଜି ସଭାରେ ଯୋଗ ଦେଇଥିଲେ | ସଭ୍ୟତାଗତ ସମ୍ପର୍କକୁ ଆହୁରି ନିବିଡ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି କୋବିନ୍ଦ ତ୍ସୁକାଜି ହୋଙ୍ଗୱାଞ୍ଜି ବୌଦ୍ଧ ମନ୍ଦିର ପରିଦର୍ଶନରେ ଯାଇଥିଲେ | ସେ ମଧ୍ୟ ଟୋକିଓରେ ସମ୍ରାଟ ମେଜି ଓ ତାଙ୍କ ଧର୍ମପତ୍ନୀ ମହାରାଣୀ ଶୋକିନଙ୍କ ପ୍ରତି ଉତ୍ସର୍ଗୀକୃତ ମେଜି ଧର୍ମପୀଠର ଦର୍ଶନ କରିଥିଲେ |

ଶ୍ରୀ କୋବିନ୍ଦ କେକଗାୱା ରେ ସିନୋ ସୋତୋ ମନ୍ଦିର ର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଥିଲେ | ଭାରତର ରାଷ୍ଟ୍ରପତିଙ୍କ ଜାପାନ ଗସ୍ତରୁ ଭାରତ-ଜାପାନ ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠ ସମ୍ପର୍କର ସ୍ପଷ୍ଟ ପ୍ରତୀୟମାନ ହେଉଛି | ଉଭୟଙ୍କ ମଧ୍ୟରେ ରଣନୀତିକ, ରାଜନୈତିକ ଓ ଅର୍ଥନୈତିକ ସ୍ଵାର୍ଥ ସହ ଗଣତନ୍ତ୍ର, ସ୍ଵାଧୀନତା ଓ ଆଇନର ଶାସନ କ୍ଷେତ୍ରରେ ମିଳିତ ମୂଲ୍ଯବୋଧ, ଏକ ସ୍ଥାୟୀ ଭାଗିଦାରୀ ପାଇଁ ଏକ ମଜବୁତ ମୂଳଦୁଆ ସ୍ଥାପନ କରିଛି | ଜାପାନ-ଭାରତ ବାର୍ଷିକୀ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ଭାରତ, ପ୍ରଥମ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ଡାଇଲଗ (2+2) ର ଆୟୋଜନ କରିବ | ଡିସେମ୍ବର 2019 ରେ ଏହି ଶିଖର ବୈଠକ ଆୟୋଜନ କରିବା ଲାଗି ସ୍ଥିରୀକୃତ୍ୟ ହୋଇଛି | ସମ୍ପ୍ରତ୍ତି ଭାରତ ଓ ଜାପାନ ମଧ୍ୟରେ 2+2 ଉପ- ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା |

ଦକ୍ଷିଣ-ପୂର୍ବ ଓ ପୂର୍ବ ଏସିଆ ଭାରତର ଆକ୍ଟ ଇଷ୍ଟ ନୀତିର କେନ୍ଦ୍ରସ୍ଥଳୀ ହୋଇଥିବାରୁ ଭାରତ ରଣନୀତିକ ଭାଗିଦାରୀକୁ ନୂତନ ଶିଖରରେ ପହଞ୍ଚାଇବା ଲାଗି ରାଜନୈତିକ ଉର୍ଜ୍ଜାକୁ ଉଚ୍ଚ ନେତୃତ୍ଵ ସ୍ତରରେ ଜାରି ରଖିବ | ରାଷ୍ଟ୍ରପତି କୋବିନ୍ଦଙ୍କ ଏହି ଗସ୍ତ ଏହି ଉଦ୍ଦେଶ୍ୟ ସାଧନ କରିବାରେ ସହାୟକ ହେବ | ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏହାର ଭୂ-ରାଜନୈତିକ ଓ ରଣନୀତିକ ଦିଗକୁ ଦୃଷ୍ଟିରେ ରଖି ନୀତିଗତ ବ୍ୟବସ୍ଥାରେ ଏହାକୁ ଅଧିକ ପ୍ରାଧାନ୍ଯ ଦେଇଛି |, ଏହି ଅଞ୍ଚଳରେ ରଣନୀତିକ ଭାଗୀଦାରୀତାକୁ ଆହୁରି ମଜବୁତ କରିବା ଲାଗି ଏହା ଉପରେ ବିଚାର କରିବା ଭାରତ ପାଇଁ ଅନିବାର୍ଯ୍ୟ ଅଟେ |

ମୂଳ ଲେଖା : ଡଃ ତିତଲୀ ବାସୁ, ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆ ଉପରେ ରଣନୀତିକ ବିଶ୍ଳେଷକ 

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...