Skip to main content

ଭାରତର ଆଇ.ଟି.ଇ.ସି ଭାଗିଦାରୀ ନୂଆ ଉଚ୍ଚତାକୁ ଛୁଉଁଛି


ଭାରତ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ ସହିତ ସମାନତା ଏବଂ ସାର୍ବଭୌମତ୍ବ ପାଇଁ ଆପୋଷ ସମ୍ମାନ ଭିତ୍ତିରେ ସହଯୋଗକୁ ବିକଶିତ କରିବା ଲାଗି ନିଜର ପ୍ରତିଜ୍ଞାବଦ୍ଧତାକୁ ଦୋହରାଇଛି। ଭାରତ ଏହାର ଜ୍ଞାନକୌଶଳ ଏବଂ ଅର୍ଥନୈତିକ ସହଯୋଗ(ଆଇ.ଟି.ଇ.ସି)ର 55ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୈଦେଶିକ ମନ୍ତ୍ରଣାଳୟ ଏହାର ଅନ୍ୟତମ ସର୍ବବୃହତ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଇ ଆଫ୍ରିକା ପାଇଁ ଟେଲି ମେଡିସିନ, ଟେଲି ଶିକ୍ଷା ବ୍ୟତିତ ଇ-ବିଦ୍ୟା ଏବଂ ଇ-ଆରୋଗ୍ୟ ଭାରତୀ ଆରମ୍ଭ କରିଛି।

ଏହିସବୁ ପ୍ରକଳ୍ପ ଦ୍ୱାରା ଆଫ୍ରିକାର ଛାତ୍ରମାନେ ଘରେ ବସି ଭାରତର ସର୍ବୋତ୍ତମ ଶିକ୍ଷା ହାସଲ କରିପାରୁଛନ୍ତି ଏବଂ ଆଫ୍ରିକୀୟ ଡାକ୍ତର ଏବଂ ରୋଗୀମାନେ ଭାରତୀୟ ଉଚ୍ଚ ଚିକିତ୍ସା ଅଭିଜ୍ଞତାର ଲାଭ ପାଇପାରୁଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର 55ତମ ଆଇ.ଟି.ଇ.ସି ଉତ୍ସବ ଉପଲକ୍ଷେ ଉଦବୋଧନ ଦେଇ କହିଛନ୍ତି ଯେ ଭାରତର ବୈଦେଶିକ ନୀତିରେ ସର୍ବଦା ବିକାଶମୂଳକ ସହଯୋଗ ରହିଆସିଛି ଏବଂ ଦୀର୍ଘ ସାତ ଦଶନ୍ଧି ଧରି ଭାରତର ଯେଉଁ ବିକାଶମୂଳକ ଅଭିଜ୍ଞତା ରହିଛି ତାକୁ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ କଲ୍ୟାଣରେ ନିୟୋଜିତ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଭିତ୍ତିରେ ଭାରତର ଡିଜିଟାଲ ଜ୍ଞାନର ଲାଭ ଯେପରି ଆଫ୍ରିକାର ଯୁବପିଢି ପାଇପାରିବେ ସେଥିପାଇଁ ଆଇ.ଟି.ଇ.ସି ଆଫ୍ରିକାର ସମସ୍ତ 54ଟି ଦେଶରେ କାର୍ଯ୍ୟକାରୀ କରାଯାଉଛି। ମାନବ ସମ୍ୱଳର ବିକାଶ ହେଉଛି ଭାରତର ବିକାଶମୂଳକ ସହଯୋଗ ଏବଂ ବିଦେଶ ନୀତିର ମୁଖ୍ୟ ଆଧାର। ଆଇ.ଟି.ଇ.ସି ଏବଂ ଅନ୍ୟ ଦକ୍ଷତା ବିକାଶ ପଦକ୍ଷେପଗୁଡିକ ମାଧ୍ୟମରେ ବିଶ୍ବର ସମୃଦ୍ଧି ଏବଂ ଅଭିବୃଦ୍ଧି ହାସଲ ହେବାରେ ସହାୟତା ମିଳିବ ବୋଲି ଭାରତ ବିଶ୍ୱାସ କରେ ଏବଂ ଭାରତ ନିଜର ବିକାଶମୂଳକ କାହାଣୀ ଅନ୍ୟ ଦେଶମାନଙ୍କ କଲ୍ୟାଣରେ ଲଗାଇବା ନୀତିରେ ଅଟଳ ରହିଛି।

ବେଦେଶିକ ମନ୍ତ୍ରୀଙ୍କ ଅଭିଭାଷଣରୁ ଏହା ସ୍ପଷ୍ଟ ଅନୁମେୟ ଯେ ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡିକ ହେଉଛି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବାଗିଦାରୀ ରାଷ୍ଟ୍ର। ଭାରତ ଏବଂ ଆଫ୍ରିକା ମିଳିତ ଭାବେ ବିଶ୍ୱର 6.3 ବିଲିୟନ ଲୋକମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଆମମାନଙ୍କ ମଧ୍ୟରେ ଅନେକଙ୍କ ସହିତ ଶତାବ୍ଦି ଶତାବ୍ଦି ଧରି ସଂପର୍କ ରହିଆସିଛି ସଂସ୍କୃତି ଏବଂ ବାଣିଜ୍ୟ ଆଧାରରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପୂର୍ବପୁରୁ,ମାନେ ଉପନିବେଶବାଦି ଶକ୍ତିଙ୍କ ବିରୁଦ୍ଧରେ ମିଳିତ ଭାବେ ସଂଗ୍ରାମ କରିଛନ୍ତି। ଆଜି ଆମର ସାମଗ୍ରୀକ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 220 ବିଲିୟନ ଡଲାରରେ ପହଞ୍ଚିଛି।

ବିଗତ 55 ବର୍ଷ ମଧ୍ୟରେ ଭାରତ 161ଟି ଭାଗିଦାରୀ ରାଷ୍ଟ୍ରର 2ଲକ୍ଷ ସରକାରୀ ଅଧିକାରୀ ଏବଂ ଉଦୌଗୀମାନଙ୍କ ଦକ୍ଷତା ବୃଦ୍ଧି କରିଛି। ପ୍ରତି ବର୍ଷ ଭାରତ ଆଇଟି, ସ୍ୱାସ୍ଥ୍ୟ ସେବା, କୃଷି, ଶାସନ, ଉଦୌଗ, ଶକ୍ତି, ପାର୍ଲାମେଣ୍ଟାରି ଶିକ୍ଷା ଆଦି କ୍ଷେତ୍ରରେ 12 ହଜାର ବୃତ୍ତି ପ୍ରଦାନ କରୁଛି ଏବଂ ଏହାକୁ ଅଧିକ ସଂପ୍ରସାରଣ କରିବାର ଆବଶ୍ୟକତା ଥିବା ଦାବି କରାଯାଉଛି। ବସୁଧୈବ କୁଟୁମ୍ବକମ ଅର୍ଥାତ ସମଗ୍ର ବିଶ୍ୱ ଏକ ପରିବାର ବୋଲି ଭାରତର ଯେଉଁ ମୂଳ ନୀତି ଏବଂ ପ୍ରତିଜ୍ଞା ରହିଛି ତାହା ପରିପୂରଣ ଭାରତର ଧ୍ୟେୟ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି।

ଦ୍ୱିପକ୍ଷୀୟ ଗସ୍ତ କାଳରେ ଆଇ.ଟି.ଇ.ସି ପ୍ରଶିକ୍ଷଣ କେନ୍ଦ୍ର ବୃଦ୍ଧି ପାଇଁ ଅନେକ ଥର ଘୋଷଣା ହୋଇଛି ବିଭିନ୍ନ ମଞ୍ଚ ଯେପରିକି ବିଷ୍ଟେକ, ଆସିଆନ, କାରବିୟନ କମ୍ୟୁନିଟି ଇତ୍ୟାଦିରେ। ଶ୍ରୀ ଜୟଶଙ୍କର କହିଛନ୍ତି ପଡୋଶୀ ଦେଶ ପ୍ରଥମେ ଏବଂ ଆଫ୍ରିକା କେନ୍ଦ୍ରବିନ୍ଦୁ ବୋଲି ଭାରତର ରହିଥିବା ଆଞ୍ଚଳିକ ନୀତି ଅନୁଯାୟୀ ଏହିସବୁ ଦକ୍ଷତା ବିକାଶ କାର୍ଯ୍ୟ କରାଯାଉଛି। ଆଇ.ଟି.ଇ.ସି ଅନ୍ତର୍ଗତ ଏସିଆ, ୟୁରୋପ, ମଧ୍ୟ ଏସିଆ, ଆଫ୍ରିକା ଏବଂ ଲାଟିନ ଆମେରିକାର 161ଟି ଦେଶରେ ଦୀର୍ଘ ସାତ ଦଶନ୍ଧି ହେଲା ଭାରତ ଏହାର ବିକାଶମୂଳକ ଅଭିଜ୍ଞତାକୁ ପହଞ୍ଚାଇଛି ଏବଂ ଏଥିପାଇଁ ଦୁଇ ବିଲିୟନ ଡଲାର ଖର୍ଚ୍ଚ ହୋଇଛି ଯାହାଦ୍ୱାରା ହଜାର ହଜାର ଛାତ୍ର ଉପକୃତ ହୋଇଛନ୍ତି। କିଛି ବର୍ଷ ହେଲା ଏହି କାର୍ଯ୍ୟକ୍ରମ ପାଇଁ ବର୍ଷକୁ 100 ମିଲିୟନ ଡଲାର ଖର୍ଚ କରାଯାଉଛି।

ଆଲେଖ: ବିନିତ ୱାହି

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...