Skip to main content

ଏଫ.ଏ.ଟି.ଏଫ ଦ୍ୱାରା ଚେତାବନୀ ସହିତ ପାକିସ୍ତାନ ଗ୍ରେ ତାଲିକାରେ

ପାକିସ୍ତାନ ନିୟନ୍ତ୍ରଣ ସୀମାରେଖା ଠାରେ ଅସ୍ତ୍ରବିରତି ଲଂଘନ କରିବା ପରେ ଭାରତ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ସନ୍ତ୍ରାସବାଦି ଲଞ୍ଚ ପ୍ୟାଡ୍ସ ଏବଂ କେତେକ ଆଗୁଆ ଘାଟି ଉପରେ ଆକ୍ରମଣ କରିଛି। ଭାରତର ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଭାରତୀୟ ସେନାବାହିନୀର ପାଲଟା ଆକ୍ରମଣ କାଳରେ ଅନେକ ପାକିସ୍ତାନୀ ସେନା ଏବଂ ସନ୍ତ୍ରାସବାଦି ପ୍ରାଣ ହରାଇଛନ୍ତି।

ଜମ୍ମୁ କଶ୍ମୀରରେ ଧାରା 370 ହଟିବା ପରେ ପାକିସ୍ତାନ ଅସ୍ତ୍ରବିରତି ଲଂଘନ ଅଧିକ କରିଛି। କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଆନ୍ତର୍ଜାତୀୟ କ୍ଷେତ୍ରରେ ଏକ ପ୍ରକାର ଏକଲା ହୋଇପଡିଛି ଏବଂ ରାଗରେ ତାଟିଆ କାମୁଡିବା ପରି ଭାରତୀୟ ଅଞ୍ଚଳରେ ଲଗାତାର ଗୁଳିଗୋଳା ବର୍ଷଣ କରିଚାଲିଛି। କିନ୍ତୁ ଏହି ହୀନ କାର୍ଯ୍ୟକୁ ଭାରତୀୟ ସେନା ପକ୍ଷରୁ ଦୃଢ ଉତ୍ତର ଦିଆ ଯାଉଛି।

ଇତି ମଧ୍ୟରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାସ୍କ ଫୋର୍ସ ଏହାର ପ୍ୟାରିସ ବୈଠକରେ ପାକିସ୍ତାନକୁ 2020 ଫେବୃୟାରୀ ପର୍ଯ୍ୟନ୍ତ ଗ୍ରେ ତାଲିକାରେ ରହିବା ଜାରି ରଖିବାକୁ ସର୍ବସମ୍ମତିରେ ଘୋଷଣା କରିଛି। ସନ୍ତ୍ରାସବାଦି କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ ଆଉ 4ମାସ ସମୟ ଦିଆଯାଇଛି କଡ଼ା ଚେତାବନି ସହିତ। ଏକ ବିବୃତ୍ତିରେ ଏଫ.ଏ.ଟି.ଏଫ କହିଛି ଯଦି ପାକିସ୍ତାନ ଧାର୍ଯ୍ୟ ସମୟସୀମା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ଏହି ଦେଶକୁ କଳା ତାଲିକାଭୁକ୍ତ କରିବା ସହିତ ଏହା ସହିତ ବ୍ୟବସାୟ ଏବଂ ଅର୍ଥନୈତିକ ସଂପର୍କ ଛିନ୍ନ କରାଯିବ। ସନ୍ତଚ୍ରାସବାଦ ବିରୁଦ୍ଧରେ ପଦକ୍ଷେପ ନେବାର ଏଫ.ଏ.ଟି.ଏଫ ଦ୍ୱାରା ବାଧ୍ୟତାମୂଳକ ଭାବେ 27ଟି ମାନଦଣ୍ତରୁ ପାକିସ୍ତାନ ମାତ୍ର 5ଟି ମାନଦଣ୍ତ ପୂରଣ କରିଛି। ଏଠାରେ ପ୍ରକାଶ କରାଯାଇପାରେ ଯେ ଲସ୍କର-ଏ-ତୈବା ଏବଂ ଜୈସ-ଏ-ମହମ୍ମଦ ପରି ସନ୍ତ୍ରାସବାଦି ସଂଗଠନକୁ ପାଣ୍ଠି ଯୋଗାଣ ଦ୍ୱାରା ଭାରତ ଉପରେ ବାରମ୍ବାର ଆକ୍ରମଣ ହୋଇଛି ଯାହାକୁ ପାକିସ୍ତାନ ନିୟନ୍ତ୍ରଣ କରିନାହିଁ।

ପାକିସ୍ତାନକୁ ଆଉ କିଛି ଦିନ ସୁଯୋଗ ଦେବାକୁ ଲୋଡି ଚୀନ, ମାଲେସିଆ ଏବଂ ତୁର୍କୀ ସମର୍ଥନ କରିବାରୁ ପାକିସ୍ତାନ କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତି ଯାଇଛି। ଏଫ.ଏ.ଟି.ଏଫର ନିୟମ ଅନୁଯାୟୀ କୌଣସି ଦେଶକୁ କଳା ତାଲିକାଭୁକ୍ତ ନକରିବା ପାଇଁ ଏହାର 39 ସଦସ୍ୟ ଦେଶ ମଧ୍ୟରୁ ଅତିକମରେ 3ଟି ଦେଶର ସମର୍ଥନ ଆବଶ୍ୟକ। କେବଳ ଦୁଇଟି ଦେଶ ଉତ୍ତର କୋରିଆ ଏବଂ ଇରାନକୁ କଳା ତାଲିକାଭୁକ୍ତ କରାଯାଇଛି। ଏହି ପଦକ୍ଷେପର ଅର୍ଥ ଏହି ଦେଶକୁ ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି, ବିଶ୍ୱ ବ୍ୟାଙ୍କ ଏବଂ ୟୁରୋପୀୟ ସଂଘ ବ୍ୟତିତ ଅନ୍ୟ ସଂସ୍ଥାମାନଙ୍କ ଠାରୁ ଋଣ କିମ୍ବା ଆର୍ଥିକ ସାହାର୍ଯ୍ୟ ମିଳିବ ନାହିଁ। ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯାଇ ନଥିଲେ ମଧ୍ୟ ତାର ସମର୍ଥକ ତିନୋଟି ଦେଶ ସନ୍ତ୍ରାସବାଦ ପାଣ୍ଠି ବିରୁଦ୍ଧରେ ଦୃଢ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନି ଦେଇଛନ୍ତି। ଯଦି ପାକିସ୍ତା3ନ 2020 ଫେବୃୟାରୀ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ଏହାକୁ କଳାତାଲିକାଭୁକ୍ତ କରାଯିବ।

ସନ୍ତ୍ରାସବାଦ ପାଇଁ ପାଣ୍ଠି ଯୋଗାଣରେ ସମ୍ପୃକ୍ତ ଥିବା ନେଇ ଏଫ.ଏ.ଟି.ଏଫ ଜାଣିବା ପରେ 2018 ଜୁନ ଠାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଛି। ସନ୍ତ୍ରାସବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ପାକିସ୍ତାନ ଏଫ.ଏ.ଟି.ଏଫକୁ ବୁଝାଇବାକୁ ଚେଷ୍ଠା କରୁଛି। ଆନ୍ତର୍ଜାତୀୟ ସମୁଦାୟ ପାକିସ୍ତାନକୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବା ପାଇଁ ଅନେକ ସୁଯୋଗ ଦେଲାଣି।

ପାକିସ୍ତାନର ସୀମାପାର ସନ୍ତ୍ରାସବାଦ ଦ୍ୱାରା ଭାରତ ପ୍ରଭାବିତ ହୋଇଆସୁଛି। ପାକିସ୍ତାନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରିଥିଲା ଯାହାକୁ ଆମେରିକା ସମେତ ଅନେକ ଦେଶ ସମର୍ଥନ କରିଛନ୍ତି । ଭାରତ କହିଥିଲା ଯେ ଜୈସ-ଏ-ମହମ୍ମଦ ସନ୍ତ୍ରାସବାଦି ସଂଗଠନର ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ସତ୍ତ୍ୱେ ଏହାର ମୁଖ୍ୟ ମହମ୍ମଦ ମସୁଦ ଅଝର ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇଛି ଏହାର ଅର୍ଥ ପାକିସ୍ତାନ ବିଶ୍ୱ ସମୁଦାୟକୁ ମିଛ କହି ଭୁଆଁ ବୁଲାଉଛି।

ଏଫ.ଏ.ଟି.ଏଫର କଡ଼ା ଚେତାବନି ପରେ ପାକିସ୍ତାନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ବିଶ୍ୱ ଅନାଇ ରହିଛି। ପାକିସ୍ତାନ ନିଜ ଦେଶର ମଙ୍ଗଳ ପାଇଁ ଏବଂ ଦେଶର ବିକାଶ ପାଇଁ ଏହି ଚେତାବନିକୁ ଗୁରୁତ୍ୱ ଦେବା ଉଚିତ ନହେଲେ ଗ୍ରେ ତାଲିକାରୁ ମୁକୁଳିବା ତ ଦୂରର କଥା କଳା ତାଲିକାଭୁକ୍ତ ହୋଇପାରେ।



ଆଲେଖ: ଅଶୋକ ହନ୍ଦୁ
ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...