Skip to main content

ବୃଦ୍ଧି ପାଉଛି ଇମ୍ରାନଙ୍କ ଦୁଃଖ ଦୁର୍ଦ୍ଦଶା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚୀନକୁ ଦୁଇଦିନିଆ ଗସ୍ତରେ ଯାଇଥିଲେ | ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାବେଦ ବାଜୱା ଶ୍ରୀ ଖାଁ ଙ୍କ ଗସ୍ତର ଗୋଟିଏ ଦିନ ପୂର୍ବରୁ ବେଜିଙ୍ଗରେ ପହଞ୍ଚି ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ମୁଖ୍ୟାଳୟରେ ତାଙ୍କ ପ୍ରତିପକ୍ଷ ଜେନେରାଲ ଝାଙ୍ଗ ୟୁଝିଆ ଓ ବରିଷ୍ଠ ସାମରିକ ଅଧିକାରୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଙ୍କ ସହ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଜେନେରାଲ ବାଜୱା ଯୋଗ ଦେଇଥିଲେ | ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ମାତ୍ର ଗୋଟିଏ ବର୍ଷରୁ ମଧ୍ୟ କମ ସମୟ ମଧ୍ୟରେ ଇମ୍ରାନ ଖାଁ ଙ୍କ ଏହା ଥିଲା ତୃତୀୟ ଚୀନ ଗସ୍ତ |

ଏହି ଗସ୍ତ ସମୟରେ ଜାରି କରାଯାଇଥିବା ମିଳିତ ବିବୃତ୍ତିରେ “ଏକ ନୂତନ ଯୁଗରେ ମିଳିତ ଭବିଷ୍ୟତ ର ସଂପ୍ରଦାୟ” ଗଠନ କରିବା ଲକ୍ଷ୍ୟରେ “ପାକିସ୍ତାନ-ଚୀନ- ଚିରାଚରିତ ରଣନୀତିକ ସହଯୋଗ ଭାଗୀଦାରୀତା’ କୁ ଆହୁରି ମଜବୁତ କରିବା ଲାଗି ଦୁଇ ଦେଶ ସଙ୍କଳ୍ପବଦ୍ଧତା ପ୍ରକାଶ କରିଛନ୍ତି |

ପ୍ରତ୍ୟାଶିତ ଭାବେ ଏହି ବିବୃତ୍ତିରେ ଜାମ୍ମୁ ଓ କାଶ୍ମୀର ର ପରିସ୍ଥିତି ନେଇ ମଧ୍ୟ ଉଲ୍ଲେଖ କରାଯାଇଥିଲା | ଜାତିସଂଘ ପ୍ରସ୍ତାବର କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଚୀନ ବେଶ ଅବଗତ ଥିଲେ ସୁଦ୍ଧା ଏହି ପରିପ୍ରେକ୍ଷୀରେ ପାକିସ୍ତାନକୁ ସନ୍ତୁଷ୍ଟ କରିବା ଲାଗି ମତ ପ୍ରକାଶ କରି ଭାରତ ସହ ଦ୍ଵିପକ୍ଷୀୟ କଥାବାର୍ତ୍ତା ଜରିଆରେ ସବୁ ସମସ୍ୟାର ସମାଧାନ ହେବ ବୋଲି ବେଜିଙ୍ଗ ପାକିସ୍ତାନକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି |

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ଖାଁ ଙ୍କ ଅଭିଭାଷଣର ତୁରନ୍ତ ପରେ, ଚୀନ ରାଷ୍ଟ୍ରପତି ଙ୍କ ଭାରତ ଗସ୍ତର କିଛି ଦିନ ପୂର୍ବରୁ ଏବଂ ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ (ଏଫଏଟିଏଫ) ବୈଠକ ପୂର୍ବରୁ ଏହି ଗସ୍ତ କରାଯାଇଛି | ପାକିସ୍ତାନକୁ ପ୍ରଚଳିତ ଗ୍ରେ ତାଲିକାରୁ କଳା ତାଲିକାଭୁକ୍ତ କରାଯିବ ନା ନାହିଁ ସେ ନେଇ ଏଫଏଟିଏଫ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବାର କାର୍ଯ୍ୟସୂଚୀ ରହିଛି | ଅବଶ୍ୟ ଏହା ସ୍ଵାଭାବିକ ଥିଲା ଯେ ଚୀନ ର ତୁଙ୍ଗ ନେତା ମାନଙ୍କ ସହ ଅନୁଷ୍ଠିତ ବୈଠକ କାଳରେ ଉଭୟ ଶ୍ରୀ ଖାଁ ଓ ଜେନେରାଲ ବାଜୱା କାଶ୍ମୀର ପ୍ରସଙ୍ଗ ନେଇ ଅଯଥା ଆଳାପ ଆଲୋଚନା କରିବେ ଓ ଦୁଇ ଦେଶର ଏବେ ମଧ୍ୟ ସମାନ ଆଭିମୁଖ୍ୟ ରହିଛି ବୋଲି ଏକ ସ୍ପଷ୍ଟ ସନ୍ଦେଶ ଦେବେ | ସୂଚନା ଯୋଗ୍ୟ ଯେ ମାମଲ୍ଲାପୁରମ ଠାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଣଆନୁଷ୍ଠାନିକ ବୈଠକ ସମୟରେ କାଶ୍ମୀର ପ୍ରସଙ୍ଗ ଆଦୌ ଉଲ୍ଲେଖ କରିନଥିଲେ |

ତେବେ ଶ୍ରୀ ଖାଁଙ୍କ ଜାତିସଂଘ ସାଧାରଣ ପରିଷଦରେ ଅଭିଭାଷଣ ଓ ତାଙ୍କ ଚୀନ ଗସ୍ତ ନେଇ ପାକିସ୍ତାନରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗ ଉପରେ ଭାବନାତ୍ମକ ଭାଷଣ ଦେଇଥିଲେ ବୋଲି ସେଠାକାର ଭାଷ୍ୟକାର ମାନେ ମତ ଦେଇଛନ୍ତି | ସେମାନେ କହିଛନ୍ତି ଯେ ଇମ୍ରାନ ଖାଁ ପାକିସ୍ତାନ ରେ ରାଜନୈତିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ପାରୁ ପର୍ଯ୍ୟନ୍ତେ ପ୍ରୟାସ କରିଥିବା ସତ୍ତ୍ୱେ ଭାରତୀୟ ସମ୍ବିଧାନର ଧାରା 370 ଓ 35 କ ର ଉଚ୍ଛେଦ କରିବା ଓ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପୁନର୍ଗଠନ ଲାଗି ଭାରତର ନିଷ୍ପତ୍ତି ପ୍ରତି କୌଣସି ପ୍ରଭାବ ପକାଇପାରିନଥିଲେ |ତେଣେ ଅନ୍ୟ ମାନେ କହନ୍ତି ଯେ ଅତୀତରେ ଜୁଲଫିକର ଅଲ୍ଲି ଭୁଟ୍ଟୋ, ବେନାଜିର ଭୁଟ୍ଟୋ ଓ ନବାଜ ସରିଫ ମଧ୍ୟ କାଶ୍ମୀରରେ ଭାରତୀୟ ଦୃଷ୍ଟିକୋଣ ଉପରେ ଏଭଳି ଭାଷଣ ମାନ ଦେଇଥିଲେ ଯାହାର କୌଣସି ପ୍ରଭାବ ପଡିନଥିଲା |

ଇମ୍ରାନ ଖାଁ ଓ ତାଙ୍କ ଅନୁଗାମୀ ମାନେ ଏହି ବାସ୍ତବତା ପ୍ରତି ବେଶ ଅବଗତ ଅଛନ୍ତି ଯେ ଭାରତ ର ପଦକ୍ଷେପ ଯୋଗୁଁ ପାକିସ୍ତାନ ରାଜନୀତିରେ ଅନିଶ୍ଚିତତା ସୃଷ୍ଟି ହୋଇଛି | ସରକାର ବିରୁଦ୍ଧରେ ତୀବ୍ର ସମାଲୋଚନା କରିବା ପାଇଁ ବିରୋଧୀ ପକ୍ଷକୁ ଏହା ଉପଯୁକ୍ତ ଅବସର ପ୍ରଦାନ କରିଛି | ସେମାନେ ଜାମ୍ମୁ ଓ କାଶ୍ମୀରରେ ଭାରତୀୟ କାର୍ଯ୍ୟାନୁଷ୍ଠାନକୁ ରୋକିବାରେ ସକ୍ଷମ ହୋଇନପାରିଥିବାରୁ ରାଜନୈତିକ ନୀରିହତା ଓ ଅସମର୍ଥତା ପ୍ରତିପାଦିତ କରୁଛନ୍ତି | ବିଲାୱାଲ ଖାଁ ମଧ୍ୟ ଇମ୍ରାନ ଖାଁ ଙ୍କ ପ୍ରତି କଟାକ୍ଷ କରି ସେ ସେନାମୁଖ୍ୟଙ୍କ ଏକ କଣ୍ଢେଇ ଭଳି ତାଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟ କରୁଛନ୍ତି ବୋଲି ଦୋଷାରୋପ କରିଛନ୍ତି | ତେଣେ ଇମ୍ରାନ ଖାଁଙ୍କ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇବାଲାଗି ମଉଲାନା ଫାଜାଲୁର ରେହମାନ ଇସଲାମବାଦରେ ଏକ ବଡ ଶୋଭାଯାତ୍ରାର ଆୟୋଜନ କରୁଛନ୍ତି |

ଖାଁ ସରକାର ଦର ବୃଦ୍ଧି, ବେରୋଜଗାର ଓ ରାଜସ୍ୱ ସଂଗ୍ରହ ଏବଂ ପୁଞ୍ଜି ନିବେଶ ହ୍ରାସ ଆଦି ସମସ୍ୟା ଭଳି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଏକ ଆନ୍ତର୍ଜାତୀୟ ବଜାର ଗବେଷଣା ଓ ପରାମର୍ଶ ଫାର୍ମ ଦ୍ଵାରା ସମ୍ପ୍ରତ୍ତି କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଛି ଯେ ଦେଶର ଅର୍ଥବ୍ୟବସ୍ଥା ଉପରେ ଲୋକମାନେ ଆସ୍ଥା ହରେଇବସିଲେଣି | ଏହି ସର୍ବେକ୍ଷଣରେ ଭାରତକୁ 62.9 ସ୍କୋର ମିଳିଥିବା ବେଳେ ପାକିସ୍ତାନକୁ 33.8 ସ୍କୋର ମିଳିଛି | ଆଗାମୀ ଛ ମାସ ମଧ୍ୟରେ ଅର୍ଥନୀତି ନିରାଶଜନକ ରହିବ ବୋଲି ପୂର୍ବାନୁମାନ କରାଯାଇଥିବା ସହ ପାକିସ୍ତାନର ଅର୍ଥବ୍ୟବସ୍ଥା ଆହୁରି ଖରାପ ଆଡକୁ ଗତି କରୁଛି ବୋଲି 79 ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି |

ଇମ୍ରାନ ଖାଁ ଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ବିରୋଧୀ ପକ୍ଷ ଏହାର ରାଜନୈତିକ ଭାଗ୍ୟ ପୁନର୍ଜୀବିତ କରିବା ଲାଗି ଆଶା ଉଜ୍ଜୀବିତ କରିଛି | ଇମ୍ରାନ ଖାଁ ସରକାରରେ ଆହୁରି ଅସ୍ଥିରତା ସୃଷ୍ଟି କରିବା ଓ ସେନା ସହ ତାଙ୍କ ସମ୍ପର୍କ ର ପ୍ରଗାଢତା ଜାଣିବା ଲାଗି ଉଭୟ ବିଲାୱାଲ ଓ ନବାଜ ସରିଫ, ଫଜଲୁର ରହମାନଙ୍କ ଦ୍ଵାରା ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ସମର୍ଥନ ଜଣାଉଛନ୍ତି |


ମୂଳ ଲେଖା : ଡଃ ଅଶୋକ ବେହୁରିଆ, ଆଇଡ଼ିଏସଏ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...