Skip to main content

ପ୍ରଗତି ଲାଗି ସଂକେତ ଦେଇଛି ଭାରତ ଅର୍ଥନୈତିକ ସମ୍ମିଳନୀ

ଭାରତର ନୀତିଗତ ସମାଧାନ ଏକ ପୁନଃ ଫଳଦାୟକ , ସମଷ୍ଟିଗତ ଓ ସ୍ଥାୟୀ ଅର୍ଥନୀତିର ଏକ ଦୂରଦୃଷ୍ଟି ଦ୍ଵାରା ଅନୁପ୍ରାଣିତ ଅଟେ ଯାହାକି ଏକ ମଜବୁତ ପ୍ରଣାଳୀରେ ଆନ୍ତର୍ଜାତୀୟ ସ୍ତରରେ ଏକ ଦଶ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଏକ ମାଇଲଖୁଣ୍ଟ ନିଶ୍ଚିତ କରିବ | ନୂଆଦିଲ୍ଲୀରେ ଭାରତୀୟ ଉଦ୍ୟୋଗ ସଂଘ (ସିଆଇଆଇ) ଦ୍ଵାରା ମିଳିତ ଭାବେ ଆୟୋଜିତ ଭାରତ ଅର୍ଥନୈତିକ ଶିଖର ସମ୍ମିଳନୀରେ ନିଜ ବକ୍ତବ୍ୟ ପ୍ରଦାନ କରିବା ବେଳେ ବିଶ୍ଵ ଅର୍ଥନୈତିକ ଫୋରମର ଅଧ୍ୟକ୍ଷ ବର୍ଜ ବ୍ରେଣ୍ଡ ଏକଥା କହିଥିଲେ | ସବୁଠୁ ଉଲ୍ଲେଖନୀୟ କଥା ହେଲା ଏହି ଶିଖର ବୈଠକରେ ଭାଗ ନେଉଥିବା ଅଧିକାଂଶ ବିଦେଶୀ ଓ ଦେଶୀୟ ନେତା ତଥା ବ୍ୟବସାୟିକ ଅଧିକାରୀ ମାନଙ୍କ ସହିତ ଯୋଗଦାନକାରୀ ମାନେ ମଧ୍ୟ ଏହି ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଥିଲେ | ଏକଥା ଉପରେ ସର୍ବସମ୍ମତି ପ୍ରକାଶ ପାଇଛି ଯେ “ଭାରତ ଆନ୍ତର୍ଜାତୀୟ ସ୍ତରରେ ମହତ୍ୱପୂର୍ଣ୍ଣ ଚାଲେଞ୍ଜ ଗୁଡିକର ସମାଧାନ କରି ଏକ ବୈଶ୍ଵିକ ନେତା ଭାବେ ଉଭା ହୋଇ ବିଶ୍ଵର ଅନ୍ୟ ରାଷ୍ଟ୍ର ଗୁଡିକ ପାଇଁ ଏକ ରୋଲ ମଡେଲ ଓ ପ୍ରେରଣାର ସ୍ରୋତ ଭାବେ ନିଜକୁ ସ୍ଥାପିତ କରିପାରିବ |”

ଏହି ଅବସରରେ ବିଶ୍ଵ ଅର୍ଥନୈତିକ ଫୋରମର ପରିଚାଳନା ନିର୍ଦ୍ଦେଶକ ସରିତା ନାୟାର କହିଥିଲେ ଯେ ବ୍ୟାଙ୍କ ଗୁଡିକର ବିଲୟ ଓ କର୍ପୋରେଟ ଟିକସ ହ୍ରାସ ଭଳି ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ପୁଞ୍ଜିନିବେଶ ଲାଗି ଭାରତ ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳୀ ପାଲଟିଛି | କର୍ପୋରେଟ ଦର ହ୍ରାସ ଅର୍ଥବ୍ୟବସ୍ଥା ଲାଗି ନିହାତି ଜରୁରୀ ଥିଲା | ଏବେ ଭାରତ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆନ ରାଷ୍ଟ୍ର ସହ ସମକକ୍ଷ ହୋଇପାରିଛି ଏବଂ ଦେଶୀୟ ବଜାରର ଦୃଷ୍ଟିକୋଣରୁ ଏକ ମଜବୁତ ପ୍ରତିଦ୍ଵନ୍ଦୀ ଭାବରେ ଉଭା ହୋଇଛି |

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆଞ୍ଚଳିକ ଜାତୀୟ ଓ ଭାଷାଗତ ବିବିଧତା ସତ୍ତ୍ୱେ ଏହି କ୍ଷେତ୍ରର ବହୁଳତାର ଅନ୍ତର୍ନିହିତ ଶକ୍ତି ର ଫାଇଦା ଉଠାଇ ଦକ୍ଷିଣ ଏସିଆ ସମ୍ମୁଖୀନ ହେଉଥିବା ଦାରିଦ୍ର୍ୟତା ଭଳି ସାଧାରଣ ଚାଲେଞ୍ଜ ଗୁଡିକର ମୁକାବିଲା ଲାଗି ମିଳିମିଶି କାର୍ଯ୍ୟ କରିବା ଉପରେ ଦୃଢୋକ୍ତି ପ୍ରକାଶ କରିଥିଲେ | ସେ କହିଥିଲେ ଯେ ବାଙ୍ଗଲାଦେଶ ରେ ବିଭିନ୍ନ କ୍ଷେତ୍ରରେ ଭାରତୀୟ ବାଣିଜ୍ୟ କାରବାର ଲାଗି ବହୁତ ସମ୍ଭାବନା ରହିଛି | ଶ୍ରୀମତୀ ହସିନା କହିଛନ୍ତି ଯେ ଢାକା, ବିଶେଷକରି ବ୍ୟାପାର ଓ ନିବେଶ ଏକକାଳୀନ କରିବାକୁ ଚାହେଁ ଯଦ୍ୱାରା କି ଭାରତୀୟ ନିବେଶକ ମାନେ ବାଙ୍ଗଲାଦେଶରେ ଉଦ୍ୟୋଗ ସ୍ଥାପନ କରିପାରିବେ ଓ ଦୁଇ ଦେଶ ମଧ୍ୟରେ ଥିବା ଉନ୍ନତ ଯୋଗାଯୋଗ ର ଫାଇଦା ଉଠାଇ ଭାରତ ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ଦକ୍ଷିଣ ପୂର୍ବ ଆସିଆନ ଦେଶ ଗୁଡିକୁ ଉତ୍ପାଦର ରପ୍ତାନି କରାଯାଇପାରିବ | ଇସଲାମାବାଦ, ରାଜନୈତିକ ପ୍ରସଙ୍ଗ ଆଳରେ ଅର୍ଥନୈତିକ ସହଯୋଗ ବୃଦ୍ଧି ଉପରେ ଆଗ୍ରହ ପ୍ରକାଶ କରୁନଥିବାରୁ ସାର୍କ ଆଞ୍ଚଳିକ ବ୍ୟାପାର ରାଜିନାମା ର ଅଚଳାବସ୍ଥାକୁ ଦୂର କରିବା ଲାଗି ଏହା ଏକ ଉତ୍ତମ ମାଧ୍ୟମ ବୋଲି ବିଶ୍ଳେଷକ ମାନେ ମତ ଦେଇଛନ୍ତି |

ଭାରତର ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର କହିଛନ୍ତି ଯେ ଜଣକୁ ଛାଡିଦେଲେ ଆମ ପାଇଁ ସମଗ୍ର ପଡୋଶୀ ରାଷ୍ଟ୍ର ଭଲ | ଭାରତ ଏହାର ପଡୋଶୀ ରାଷ୍ଟ୍ର ମାନଙ୍କ ସହ ଉତ୍ତମ ଆଞ୍ଚଳିକ ସହଯୋଗ ସମ୍ପର୍କ ରହିଛି ଓ ମଧୁର ସମ୍ପର୍କ ରଖିବା ପାଇଁ ସବୁମନ୍ତେ ପ୍ରୟାସ କରେ | ଡଃ ଜୟଶଙ୍କର ଯଦିଓ କୌଣସି ଦେଶର ନାମ ଉଲ୍ଲେଖ କରିନଥିଲେ ତେବେ ମଧ୍ୟ ଏହା ପାକିସ୍ତାନ ପ୍ରତି ସ୍ପଷ୍ଟ ଇଙ୍ଗିତ ହୋଇଥିଲା | ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ବିଶ୍ଵ ପଟଳରେ ବାରମ୍ବାର ଉତ୍ଥାପନ କରିଥିବା ସତ୍ତ୍ୱେ ଏହାର ବୃଥା ପ୍ରଚେଷ୍ଟା ବ୍ୟର୍ଥ ହୋଇଥିବା ବେଳେ କାଶ୍ମୀର ପ୍ରସଙ୍ଗ ଭାରତର ଏକ ଆଭ୍ୟନ୍ତରୀଣ ମାମଲା ବୋଲି ବିଶ୍ଵ ସମୁଦାୟ ସ୍ପଷ୍ଟ କରିସାରିଛି |

ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବୁର ରୋସ କହିଥିଲେ ଯେ ଆମେରିକା ଓ ଭାରତ ମଧ୍ୟରେ ବହୁ ଦିନ ହେଲା ଏକ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର ନହେବାର କୌଣସି କାରଣ ନଥିଲା | ଭାରତର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଏପ୍ରସଙ୍ଗ ଉତଥାପନ କଲାରୁ ସେ ଏକଥା ଦୋହରାଇଥିଲେ | ଏହା ଉଭୟ ଦେଶର ବଜାରରେ ଦେଶୀୟ ଉତ୍ପାଦ ର ଦ୍ଵିପକ୍ଷୀୟ ସମସ୍ୟା ଗୁଡିକ ର ତୁରନ୍ତ ସମାଧାନ ପାଇଁ ଆଶା ଉଜ୍ଜୀବିତ ହୋଇଛି | ଆମେରିକାର ବାଣିଜ୍ୟ ମନ୍ତ୍ରୀ ରୋସ କହିଥିଲେ ଯେ ଭାରତ ଯଦି ବିକାଶ କ୍ଷେତ୍ରରେ ପଛରେ ରହିବାକୁ ଚାହୁଁନାହିଁ ତେବେ ଏହାକୁ ଇ-କମର୍ଷ ମାଧ୍ୟମରେ ଶସ୍ତା ଉତ୍ପାଦକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଏହାର ଛୋଟ ଖୁଚୁରା ବେପାରୀ ମାନଙ୍କ ସ୍ୱାର୍ଥକୁ ସନ୍ତୁଳିତ କରିବାକୁ ପଡିବ | ତେଣେ ଶ୍ରୀ ଗୋଏଲ କହିଥିଲେ ଯେ ଇ-କମର୍ଷ ବ୍ୟାପାରି ମାନଙ୍କୁ ନିଜ ‘ଧନ ଓ ବାହୁ ବଳରେ’ ମୂଲ୍ୟ ନିର୍ଦ୍ଧାରଣ କରି ଭାରତର ଘରୋଇ ଛୋଟ ବେପାରୀ ମାନଙ୍କ ଆଜୀବିକା ସୁରକ୍ଷା ନଷ୍ଟ କରିବାକୁ ଦିଆଯିବ ନାହିଁ |

ନୀତି ଆୟୋଗ ର ସିଇଓ ଅମିତାଭ କାନ୍ତ, କର୍ପୋରେଟ ଶୁଳ୍କ ଦର ହ୍ରାସ, ରାଷ୍ଟ୍ରାୟାତ ବ୍ୟାଙ୍କ ଗୁଡିକୁ ପୁଞ୍ଜି ଯୋଗାଣ ଓ ସମ୍ପତ୍ତି ମୁଦ୍ରାକରଣକୁ ଗୁରୁତ୍ଵ ଦେବା ଆଦି ପଦକ୍ଷେପ ବିଷୟରେ ମୁଖ୍ୟତଃ ଆଲୋକପାତ କରିଥିଲେ ଓ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ଲାଗି ଆଗାମୀ ଦିନରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଙ୍କେତ ଦେଇଥିଲେ | ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରାୟ 7.5 ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ ପ୍ରମୁଖତାର ସହ କହିଥିଲେ |

ଏହି ଦୁଇ ଦିନିଆ ଭାରତ-କେନ୍ଦ୍ରିତ ଆର୍ଥିକ ସମ୍ମିଳନୀରେ ଭାରତ ଏହାର ନାଗରିକ ମାନଙ୍କ ପାଇଁ ନିରନ୍ତର ବିକାଶ ନିଶ୍ଚିତ କରିବା ଲାଗି ଦ୍ରୁତ ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲା | ଏହି ଶିଖର ବୈଠକ ସମୟରେ ସମଷ୍ଟିଗତ ବିକାଶ ଲାଗି ଭାରତର ସାମଗ୍ରିକ ଢାଞ୍ଚାଗତ ସଂସ୍କାରମୂଳକ ପଦକ୍ଷେପ ଗୁଡିକ ନିରନ୍ତର ଭାବେ ଗ୍ରହଣ କରିବା ପାଇଁ ମଧ୍ୟ ସଂକେତ ଦିଆଯାଇଥିଲା |

ମୂଳ ଲେଖା : ଜି ଶ୍ରୀନିବାସନ, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...