Skip to main content

ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଦମନ ପ୍ରତି ଆମେରିକାର ଉଦବେଗ

ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟ ସଂଖ୍ୟାଗରିଷ୍ଠଙ୍କ ଦ୍ଵାରା ନିଷ୍ପେସିତ ଦେଶରେ ସଂଖ୍ୟାଲଘୁମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି | ପାକିସ୍ତାନ ଗଠନ ସମୟରେ ହିନ୍ଦୁ, ଶିଖ, ପାର୍ସି ଏବଂ ବୌଦ୍ଧ ଆଦି ସଂଖ୍ୟାଲଘୁଙ୍କ ଜନସଂଖ୍ୟା 28 ଭାଗ ଥିଲା | ପୂର୍ବ ପାକିସ୍ତାନରେ ହିନ୍ଦୁ ମାନଙ୍କ ସଂଖ୍ୟା 22 ଭାଗ ଥିଲା କିନ୍ତୁ ଏବେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ଦେଶର ଜନସଂଖ୍ୟାର 4 ଭାଗ ମାତ୍ର ରହିଯାଇଛନ୍ତି |

ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନା ଧର୍ମ ନିରପେକ୍ଷ ଉପରେ ଗୁରୁତ୍ଵ ଦେଇଥିବାବେଳେ ତାଙ୍କର ଜୀବିତ ଅବସ୍ଥାରେ ମୌଳବାଦିମାନେ ଧିରେଧରେ ଏହି ନୀତିକୁ ମୂଳୋତ୍ପାଟନ କରି 1980 ବେଳକୁ ରାଷ୍ଟ୍ରପତି ଜିଆଉଲ ହକଙ୍କ ସମୟରେ ଏହାକୁ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିଦେଲେ |

ବହୁ ଦଶନ୍ଧି ଧରି ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପ୍ରତି ଅତ୍ୟାଚାର ଜାରି ରହିଛି | ଧାର୍ମିକ ଆଇନ ଯୋଗୁଁ ପାକିସ୍ତାନରେ ଅନ୍ୟ ଧର୍ମର ଲୋକମାନେ ରହିବା ଆଉ ସୁରକ୍ଷିତ ହୋଇ ରହିନାହିଁ |

ପାକିସ୍ତାନରେ ଅନ୍ୟ ଧର୍ମର ଲୋକମାନଙ୍କ ପ୍ରତି ଯେପରି ନୀତି ଏବଂ ପାତରଅନ୍ତର ପ୍ରଦର୍ଶନ କରାଯାଇ ସେମାନଙ୍କୁ ଶୋଷଣ କରାଯାଉଛି ସେଥିରେ ଆମେରିକା ଚିନ୍ତା ପ୍ରକଟ କରିଛି | ଲୋକମାନଙ୍କ ସ୍ଵାଧୀନତାକୁ ବଜାୟ ରଖିବା ପାଇଁ ଆମେରିକା ଇମରାନ ଖାନ ସରକାରଙ୍କୁ ଅନୁରୋଧ କରିଛି | ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ଉପ ବୈଦେଶିକ ମନ୍ତ୍ରୀ ଆଲିସ ଜି. ଵେଲ ଏକ ବିବୃତ୍ତିରେ ଆମେରିକାରେ ଯେପରି ମାନବ ଅଧିକାର ଲଂଘନ ହେଉଛି ସେଥିପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି | ଏବେ ପାକିସ୍ତାନରେ ଗଣମାଧ୍ୟମ ଏବଂ ସାମାଜିକ କର୍ମୀମାନଙ୍କ ପ୍ରତି ଚାପ ସୃଷ୍ଟି କରାଯିବା ସହିତ ସେମାନଙ୍କୁ ହଇରାଣ ହରକତ କରାଯାଉଛି |

ଵେଲସ କହିଛନ୍ତି ଯେ ଦେଶର ଆଇନକୁ ବଜାୟ ରଖିବା ପାଇଁ ପାକିସ୍ତାନକୁ ଆମେରିକା ବାରମ୍ଵାର ଅନୁରୋଧ କରିଆସିଛି | ପାକିସ୍ତାନରେ ଥିବା ଆନ୍ତର୍ଜାତୀୟ ସଂଗଠନ ପ୍ରତି ପାକିସ୍ତାନ ଯେପରି ନୀତି ଗ୍ରହଣ କରୁଛି ସେଥିପ୍ରତି ଆନ୍ତର୍ଜାତୀଯ ସଂପ୍ରଦାୟ ମଧ୍ୟ ଚିନ୍ତା ପ୍ରକଟ କରୁଛି |

ପାକିସ୍ତାନର ଲୋକମାନଙ୍କ ଜୀବନଯାପନ ସୁଚାରୁ କରିବା ତଥା ସେଠାରେ ସାମାଜିକ ସଂଗଠନ, କର୍ମୀ, ରାଜନୈତିକ ବ୍ୟକ୍ତି, ଧାର୍ମିକ ନେତୃବୃନ୍ଦ ଏବଂ ସାମ୍ଵାଦିକମାନେ ଯେପରି ସୁରକ୍ଷିତ ଏବଂ ଶାନ୍ତିରେ ରହିପାରିବେ ସେଥିପାଇଁ ଆମେରିକା ପାକିସ୍ତାନ ସହିତ ନିୟମିତ ଆଲୋଚନା ଚଳାଇଛି ବୋଲି ଵାଲେସ କହିଛନ୍ତି |

ପାକିସ୍ତାନରେ ଯେପରି ମାନବିକ ଅଧିକାର ଲଂଘନ କରାଯାଉଛି ସେଥିରେ ଅନେକ ସମୟରେ ମୌଳବାଦି ଏବଂ ସନ୍ତ୍ରାସବାଦିମାନଙ୍କ ପ୍ରତ୍ୟେକ୍ଷ ଭୂମିକା ରହୁଛି | ସେଠାକାର ଧାର୍ମିକ ଆଇନ ବଳରେ ଦୋଷୀ ହୋଇଥିବା ଜଣେ ମହିଳାଙ୍କୁ ସୁପ୍ରିମ କୋର୍ଟ ଦୋଷମୁକ୍ତ କରିଥିଲେ ମଧ୍ୟ ପାକିସ୍ତାନରେ ଧାର୍ମିକ ସ୍ଵାଧିନତା ରହୁନାହିଁ |

ଧାର୍ମିକ ଆଇନ ବଳରେ ପାକିସ୍ତାନରେ ବହୁସଂଖ୍ୟକ ଅଣ ମୁସଲମାନ ଲୋକେ ମୃତ୍ୟୁଦଣ୍ତ କିମ୍ଵା ଆଜୀବନ କାରାଦଣ୍ତ ଭୋଗୁଛନ୍ତି |




ଆଲେଖ: କୌଶିକ ରାୟ

ଭାବାନୁବାଦ: ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...