Skip to main content

କୋମୋରୋସ ଓ ସିଏରା ଲିୟୋନ ସହ ସମ୍ପର୍କ ସୁଦୃଢ କରିଛି ଭାରତ  

ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟାନାଈଡୂ ଆଫ୍ରିକୀୟ ମହାଦେଶ ସହ ସମ୍ପର୍କ ଦୃଢୀଭୂତ କରିବା ଲାଗି କୋମୋରୋସ ଓ ସିଏରା ଲିୟୋନ ଗସ୍ତ କରିଥିଲେ | ଭାରତ ଏକ ପଡୋଶୀ ଭାବେ କୋମୋରୋସ ର ଲୋକମାନଙ୍କ ସହ ଏହାର ପ୍ରଗତି ସଙ୍କ୍ରାନ୍ତୀୟ ଅଭିଜ୍ଞତା ବାଣ୍ଟିବା ଲାଗି ପ୍ରସ୍ତୁତ ଅଛି | ଭାରତ, କୋମୋରୋସ ର ଏକ ପ୍ରମୁଖ ବିକାଶମୂଳକ ଭାଗୀଦାର ହେବା ପାଇଁ ଚାହେଁ |

ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଷ୍ଟ୍ରପତି ଅଜାଲି ଅଶୌମନୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଳାପ ଆଲୋଚନା କରିଥିଲେ | ଏହି ବୈଠକ କାଳରେ ଦୁଇ ନେତା ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ସାମୁଦ୍ରିକ ସୁରକ୍ଷା ଆଦି ବହୁ କ୍ଷେତ୍ରରେ ଦ୍ଵିପକ୍ଷୀୟ ଅର୍ଥନୈତିକ ସମ୍ପର୍କକୁ ଆହୁରି ପରିବ୍ୟାପ୍ତ କରିବା ଲାଗି ସହମତି ପ୍ରକାଶ କରିଥିଲେ | 

ଏହି ଅବସରରେ ପ୍ରତିରକ୍ଷା ସହଯୋଗ ନେଇ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା | ସ୍ୱାସ୍ଥ୍ୟ ଓ ସଂସ୍କୃତି ଉପରେ ମଧ୍ୟ ମହତ୍ବପୂର୍ଣ୍ଣ ରାଜିନାମା ଗୁଡିକ ସ୍ବାକ୍ଷରିତ ହୋଇଛି | ଭାରତ ଓ କୋମୋରୋସ, ସ୍ଵଳ୍ପକାଳୀନ ଯାତ୍ରା ପାଇଁ ଉଭୟ ଦେଶର କୂଟନୈତିକ ଓ ସରକାରୀ ପାସପୋର୍ଟ ଧାରକ ମାନଙ୍କ ଲାଗି ଭିସା ନିୟମରେ କୋହଳ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି |

ଭାରତ, ମୋରୋନୀରେ 18 ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ କାରଖାନା ପ୍ରତିଷ୍ଠା ଲାଗି 41.6 ନିୟୁତ ଡଲାର ସମ୍ବଳିତ ଅର୍ଥ ଋଣ ଆକାରରେ ସହାୟତା ପ୍ରଦାନ କରି ସହଯୋଗ ର ହାତ ବଢାଇବା ସହ ଅନୁଦାନ ସହାୟତା ଅନ୍ତର୍ଗତ ଏକ ପେଷାଦାର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା ଲାଗି ପ୍ରସ୍ତାବ ଦେଇଥିବାରୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି |

ଭାରତ ମଧ୍ୟ 1ନିୟୁତ ଡଲାର ମୂଲ୍ୟର ଔଷଧ ପତ୍ର, 1000 ମେଟ୍ରିକ ଟନ ଚାଉଳ, ଇଣ୍ଟରସେପଟର ବା ପ୍ରତିରୋଧାତ୍ମକ ଡଙ୍ଗା ପାଇଁ 2ନିୟୁତ ଡଲାର ଓ 1 ନିୟୁତ ଡଲାର ମୂଲ୍ୟର ପରିବହନ ଉପକରଣ ଉପହାର ସ୍ୱରୂପ ପ୍ରଦାନ କରିବ | ଏଥିସହିତ ଭାରତ ଉଚ୍ଚ ଦ୍ରୁତଗାମୀ ଇଣ୍ଟରସେପଟର ଡଙ୍ଗା ଗୁଡିକର କ୍ରୟ ପାଇଁ 20 ନିୟୁତ ଡଲାର ଋଣ ଆକାରରେ ପ୍ରଦାନ ଲାଗି ଘୋଷଣା କରିଛି | ଉଭୟ ଦେଶ ଟେଲି -ଏଜୁକେସନ ଓ ଟେଲି -ମେଡ଼ିସିନ – ଇ ବିଦ୍ୟା ଭାରତୀ ଓ ଇ ଆରୋଗ୍ୟ ଭାରତୀ ଆରମ୍ଭ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି |

ବିଶ୍ଵ ସମୁଦାୟ ସମ୍ମୁଖୀନ ହେଉଥିବା ଅଧିକାଂଶ ମହତ୍ବପୂର୍ଣ୍ଣ ସମସ୍ୟା ଉପରେ କୋମୋରୋସ ଓ ଭାରତ ର ସମାନ ଆଭିମୁଖ୍ୟ ରହିଛି ଓ ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ଉଭୟେ ପରସ୍ପରକୁ ନିରନ୍ତର ସମର୍ଥନ କରିଆସୁଛନ୍ତି | ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି କୋମୋରୋସ ର ସମର୍ଥନ ତଥା ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ଓ ଜାତିସଂଘ ସୁରକ୍ଷା ପରିଷଦରେ ଏକ ସ୍ଥାୟୀ ସଦସ୍ୟ ଲାଗି ଭାରତର ପ୍ରାର୍ଥିତ୍ଵ ପ୍ରତି ଏହାର ନିରନ୍ତର ସମର୍ଥନ ପାଇଁ ଭାରତ ଏହାକୁ ଧନ୍ୟବାଦ ଜଣାଇଛି |




ଭାରତ, କୋମୋରୋସ ସରକାରଙ୍କ ପ୍ରାଥମିକତା ଅନୁଯାୟୀ କୋମୋରୋସ ର ଅଭିବୃଦ୍ଧି ଓ ବିକାଶ ଲାଗି ଯଥାଶକ୍ତି ପୂର୍ଣ୍ଣ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତ ଥିବା ବିଷୟ ଦୋହୋରାଇଛି | 

ଶ୍ରୀ ଭେଙ୍କୟା ନାଇଡୁ ତାଙ୍କ ଦୁଇ ଦେଶ ଗସ୍ତ ର ଦ୍ଵିତୀୟ ଚରଣରେ ସିଏରା ଲିୟୋନ ଗସ୍ତରେ ଯାଇଥିଲେ | ସିଏରା ଲିୟୋନକୁ ଭାରତରୁ ଏହା ହେଉଛି ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ | ଉଭୟ ଦେଶ ମଧ୍ୟରେ ସମାନ ଦୂରଦୃଷ୍ଟି ଓ ସାଧାରଣ ମୂଲ୍ୟବୋଧ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି | ଦୁଇ ଦେଶ ମଧ୍ୟରେ ଆପୋଷ ବିଶ୍ଵାସ, ସମ୍ମାନ ତଥା ପରସ୍ପର ମଧ୍ୟରେ ବୁଝାମଣା ସମ୍ପର୍କ ଗତ କିଛି ବର୍ଷ ମଧ୍ୟରେ ଆହୁରି ଘନୀଭୂତ ହୋଇଛି | 

ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ପାଞ୍ଚୋଟି ଶାନ୍ତିପୂର୍ଣ୍ଣ ନିର୍ବାଚନ କରେଇବା ସହ ସୂଚାରୁ ରୂପେ ତିନୋଟି କ୍ଷମତା ହସ୍ତାନ୍ତରଣ କରିଥିବାରୁ ଭାରତ ସିଏରା ଲିୟୋନକୁ ଅଭିନନ୍ଦନ ଜଣାଇଛି | ରାଷ୍ଟ୍ରପତି ବାଇଓ ଗତ ବର୍ଷ ସିଏରା ଲିୟୋନେର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ନାଏଡୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ |

ସିଏରା ଲିୟୋନ ସହ ଭାରତର ବହୁ ପୂର୍ବରୁ ଘନିଷ୍ଠ ସମ୍ପର୍କ ରହିଆସିଛି | ସିଏରା ଲିୟୋନରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ନୂଆଦିଲ୍ଲୀ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ବେଳେ ସିଏରା ଲିୟୋନେରେ ଜାତିସଂଘ ମିସନ ଲାଗି ଭାରତ ପ୍ରଥମ ଦେଶ ଭାବେ ସୈନ୍ୟ ସହାୟତା କରିଥିଲା |

ଭାରତର ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଷ୍ଟ୍ରପତି ଜୁଲିୟସ ବାଇଓଙ୍କ ସହ କଥାବାର୍ତ୍ତା ବେଳେ ଦ୍ଵିପକ୍ଷୀୟ ସମ୍ପର୍କର ସବୁ ଦିଗ ଗୁଡିକ ଉପରେ ଆଲୋଚନା କରିବା ସହ ଆପୋଷ ସ୍ଵାର୍ଥ ବିଜଡିତ ବହୁ ଆନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମୁଖ୍ୟତଃ ଚର୍ଚ୍ଚା କରିଥିଲେ | ଦୁଇ ଦେଶ ମଧ୍ୟରେ ଦୀର୍ଘସ୍ଥାୟୀ ମିତ୍ରତାପୂର୍ଣ୍ଣ ସମ୍ପର୍କକୁ ଆହୁରି ପ୍ରଗାଢତର କରିବା ନିମନ୍ତେ ଉଭୟ ନେତା ପ୍ରତିଶୃତିବଦ୍ଧତା ପ୍ରକାଶ କରିଥିଲେ |

ଉଭୟ ଦେଶ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ପ୍ରଯୁକ୍ତି ବିଦ୍ୟା, ମୌଳିକଢାଞ୍ଚା ବିକାଶ ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ରାଜି ହୋଇଛନ୍ତି | ସେହି ଦେଶରେ କାୟା ବିସ୍ତାର ପାଇଁ ଭାରତୀୟ କମ୍ପାନୀ ଗୁଡିକୁ ପ୍ରୋତ୍ସାହିତ କରିବ ବୋଲି ମଧ୍ୟ ଭାରତ ଜଣାଇଛି |

ଭାରତ, ଏହାର ବିକାଶମୂଳକ ଯାତ୍ରାରେ ସିଏରା ଲିୟୋନେ ର ଏକ ବିଶ୍ଵସନୀୟ ଭାଗୀଦାର ହେବା ଲାଗି ସଙ୍କଳ୍ପବଦ୍ଧ | ସିଏରା ଲିୟୋନ ସହ ବିଭିନ୍ନ କ୍ଷେତ୍ରରେ 217.5 ନିୟୁତ ଡଲାର ସମ୍ବଳିତ ଋଣ ସହାୟତା ମାଧ୍ୟମରେ ଭାରତର ଉନ୍ନୟନମୂଳକ ସହଯୋଗ ରହିଛି | ଚାଉଳ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ତୋମାବୁମ ରେ ଜଳସେଚନ ବ୍ୟବସ୍ଥା ବିକଶିତ ଲାଗି 30 ନିୟୁତ ଡଲାର ବିଶିଷ୍ଟ ଋଣ ସଙ୍କ୍ରାନ୍ତିୟୟ ରାଜିନାମା ସହ ବହୁ ବୁଝାମଣା ସ୍ବାକ୍ଷରିତ ହୋଇଛି | 

ଭାରତର ପାନ-ଆଫ୍ରିକାନ ଟେଲି-ଏଜୁକେସନ, ଟେଲି-ମେଡ଼ିସିନ ଇ -ବିଦ୍ୟାଭାରତି ଓ ଇ- ଆରୋଗ୍ୟ ଭାରତୀ ଅଭିଯାନରେ ସାମିଲ ହେବା ଲାଗି ସିଏରା ଲିୟୋନେ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି | ସିଏରା ଲିୟୋନେରେ ଆଇଟି କେନ୍ଦ୍ର ସ୍ଥାପନ ଲାଗି ଭାରତ ଖୁବ ଶୀଘ୍ର ପଦକ୍ଷେପ ନେବ ବୋଲି ଜଣେଇଛି | ଭାରତ ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ସୌହାର୍ଦ୍ୟମୂଳକ ସଙ୍କେତ ସ୍ୱରୂପ ସିଏରା ଲିୟୋନକୁ 1000 ମାଟ୍ରିକ ଟନ ଚାଉଳ ପଠାଇବ |

ମୂଳ ଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...