Skip to main content

ଭାରତ-ନେଦରଲ୍ୟାଣ୍ଡସ ସମ୍ପର୍କ ଏକ ନୂତନ ଶିଖରକୁ ଛୁଇଁଛି

ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ବିଗତ ସପ୍ତଦଶ ଶତାବ୍ଦୀରୁ ଦୃଢ ଐତିହାସିକ ସମ୍ପର୍କ ରହିଛି |1947 ମସିହାରେ ଭାରତ ସ୍ଵାଧୀନତା ଲାଭ କଲାପରେ ଉଭୟ ଦେଶ ମଧ୍ୟରେ ଔପଚାରିକ ସମ୍ପର୍କ ସ୍ଥାପିତ ହୋଇଥିଲା| 1970 ଓ 1980 ମସିହା ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇଥିଲା କିନ୍ତୁ ବାସ୍ତବରେ କହିବାକୁ ଗଲେ 1990ରେ ଭାରତୀୟ ଅର୍ଥବ୍ୟବସ୍ଥାର ଉଦାରୀକରଣ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନୀଭୂତ ହୋଇଥିଲା | ଉଭୟ ପକ୍ଷର ଉଚ୍ଚ ସ୍ତରୀୟ ଗସ୍ତ ଦ୍ଵାରା ରାଜନୈତିକ, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ପ୍ରଗାଢ ହୋଇଛି | 2006 ରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ଜନ ପିଟର ବାଲକେନେଣ୍ଡେ ଭାରତ ଗସ୍ତରେ ଆସିଥିଲେ | ଉଭୟ ଦେଶ ମଧ୍ୟରେ ଗତ ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସ୍ତରରେ ତିନୋଟି ଗସ୍ତ ହୋଇଛି | ମେ 2018 ରେ ନେଦର୍ଲାଣ୍ଡସ ର ପ୍ରଧାନମନ୍ତ୍ରୀ ମାର୍କ ରୁଟଟେ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଲକ୍ଷ୍ୟରେ ଏକ ବ୍ୟବସାୟୀ ପ୍ରତିନିଧି ଦଳର ନେତୃତ୍ଵ ନେଇ ଭାରତ ଗସ୍ତରେ ଆସିଥିଲେ |

ନେଦରଲ୍ୟାଣ୍ଡସର ରାଜକୀୟ ଦମ୍ପତ୍ତି ରାଜା ୱିଲେମ ଓ ରାଣୀ ମାକ୍ସିମା ଭାରତକୁ ଏକ ପାଞ୍ଚ ଦିନିଆ ଗସ୍ତରେ ଆସିଥିଲେ | 2013 ରେ ସିଂହାସନ ଆରୋହଣ କରିବା ପରେ ରାଜା ୱିଲେମ ଆଲେକଜାଣ୍ଡାରଙ୍କ ଏହା ପ୍ରଥମ ସରକାରୀ ଗସ୍ତ ଥିଲା |ସେ ଜଣେ ପ୍ରଶିକ୍ଷିତ ପାଇଲଟ ଓ କେଏଲଏମ ବିମାନ ସେବାର ଅନେକ ବିମାନ ରେ ସେ ସହ ପାଇଲଟ ଭାବେ କାର୍ଯ୍ୟ କରିଛନ୍ତି | ସେ ନିଜେ ପାଇଲଟ ଭାବେ ବିମାନ ଉଡାଣ କରି ଭାରତ ଗସ୍ତରେ ଆସିଥିଲେ | ନେଦରଲ୍ୟାଣ୍ଡସ ରେ ଏକ ସାମ୍ବିଧାନିକ ରାଜତନ୍ତ୍ର ରହିଛି | 2007 ରେ ବର୍ତ୍ତମାନର ରାଜାଙ୍କ ମାତା ରାଣୀ ବେଟ୍ରିକ୍ସ ଭାରତ ଗସ୍ତରେ ଆସିଥିଲେ |

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକୀୟ ଦମ୍ପତ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଜୋର ଦେଇ କହିଥିଲେ ଯେ ଅର୍ଥନୈତିକ ଭାଗିଦାରୀତା ଭାରତ- ନେଦର୍ଲାଣ୍ଡସ ସମ୍ପର୍କ ର ପ୍ରମୁଖ ସ୍ତମ୍ଭ ଅଟେ |କାରଣ ନେଦର୍ଲାଣ୍ଡସ ର 100 ରୁ ଅଧିକଟି କମ୍ପାନୀ ଭାରତରେ କାର୍ଯ୍ୟରତ ଅଛନ୍ତି | ଏଥିସହିତ ଦ ହେଗ, ଜାତିସଂଘ ସୁରକ୍ଷା ପରିଷଦରେ ଏକ ସ୍ଥାୟୀ ସଦସ୍ୟତା ଓ ବିଭିନ୍ନ ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥାରେ ଭାରତର ଦାବି ପ୍ରତି ସମର୍ଥନ ଜଣାଇଆସୁଛି | ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେ ଏକ ଦୃଢ ଐତିହାସିକ ସମ୍ପର୍କକୁ ଆଧାର କରି ଉଭୟ ପକ୍ଷ ନବାଚାର, ନିବେଶ ଓ ପ୍ରଯୁକ୍ତିବିଦ୍ୟା ଦ୍ଵାରା ପରିଚାଳିତ ଏକ ଭାଗିଦାରୀତା ଗଠନ କରିଛନ୍ତି | ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ମାର୍ଟ ସଲ୍ଯୁସନ, ସ୍ମାର୍ଟ ସିଟି, ସବୁଜ ଶକ୍ତି, ଷ୍ଟାର୍ଟ ଅପ୍ସ ଓ ବର୍ତ୍ତମାନର ଉତ୍ପାଦ ଗୁଡିକ ଆମକୁ ଏକାଠି କରୁଛି ଓ ଭାରତ ନଦୀର ପୁନରୁଜ୍ଜୀବିତ ଉପରେ ନେଦର୍ଲାଣ୍ଡସ ସହ ମତ ଆଦାନ ପ୍ରଦାନ କରିବା ଓ ଜ୍ଞାନ ଆହରଣ କରିବା ଲାଗି ଉତ୍ସାହିତ ଅଛି |

ରାଜା ୱିଲେମ ଆଲେକଜାଣ୍ଡାର, 1957ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନେଦର୍ଲାଣ୍ଡସକୁ ତାଙ୍କ ପ୍ରଥମ ଗସ୍ତ ସମୟରେ ଦେଇଥିବା ଅଭିଭାଷଣ ର କିଛି ଉକ୍ତି ଉଦ୍ଧାର କରି ବକ୍ତବ୍ୟ ପ୍ରଦାନ କରିଥିଲେ | ଯେଉଁଥିରେ ନେହେରୁ କହିଥିଲେ ଯେ ଆମେ ସବୁ ମିଳିମିଶି ନିକଟ ପଡୋଶୀ ଭାବେ ବସବାସ କରୁ | ରାଜା ୱିଲେମ କହିଥିଲେ ଯେ ବ୍ୟାପକ ସହଯୋଗ ଓ ଆନ୍ତର୍ଜାତୀୟ ଆଇନ ଆଧାର ରେ ଏକ ବିଶ୍ଵ ବ୍ୟବସ୍ଥା ପ୍ରତିଷ୍ଠା ଲାଗି ୟୁରୋପୀୟ ସଂଘ ସହ ଭାରତ ସମର୍ଥନ ଜଣାଇଥିବାରୁ ନେଦରଲାଣ୍ଡସ ଅତ୍ୟନ୍ତ ଖୁସି | ସେ ମଧ୍ୟ ଜାତିସଂଘ ନିରନ୍ତର ବିକାଶ ଲକ୍ଷ ହାସଲ ପାଇଁ ଭାରତର ପ୍ରତିବଦ୍ଧତା ପ୍ରତି ଭୂୟସୀ ପ୍ରଶଂସା କରିଛନ୍ତି|

ଭାରତ ସହ ୟୁରୋପୀୟ ସଂଘ ମଧ୍ୟରେ ନେଦରଲାଣ୍ଡ ହେଉଛି ପଞ୍ଚମ ସର୍ବବୃହତ ନିବେଶକ ଓ ଚତୁର୍ଥ ସର୍ବବୃହତ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର | ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓ ଭାରତୀୟ ଉଦ୍ୟୋଗ ମହାସଂଘ ଦ୍ଵାରା ଆୟୋଜିତ 25 ତମ ପ୍ରଯୁକ୍ତିବିଦ୍ୟା ଶିଖର ସମ୍ମିଳନୀ ସମୟରେ ଏହି ରାଜକୀୟ ଦମ୍ପତ୍ତି ଭାରତ ଗସ୍ତରେ ଆସିଥିଲେ| ଏହି ଶିଖର ବୈଠକ କାଳରେ ଜଳ, କୃଷି/ଖାଦ୍ୟ ଓ ସ୍ୱାସ୍ଥ୍ୟ ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା | ଏହି ସମ୍ମିଳନୀରେ ଯୁବ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ସହ 15 ଜଣ ଭାରତୀୟ ଓ ଡଚ ଷ୍ଟାର୍ଟ ଅପକୁ କର୍ପୋରେଟ, ସରକାର ଓ ଅନ୍ୟାନ୍ୟ ଅଂଶୀଦାର ଓ ଜ୍ଞାନ ଆଧାରିତ ସଂସ୍ଥା ଗୁଡିକର ବିଭିନ୍ନ ବର୍ଗ ପାଇଁ ସେମାନଙ୍କ ଅଭିନବ ବିଚାରଧାରା ବ୍ୟକ୍ତ କରିବା ଲାଗି ଏକ ଉତ୍ତମ ଅବସର ପ୍ରଦାନ କରିଥିଲା | ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରି ରାଜା ୱିଲେମ କହିଥିଲେ ଯେ ନବାଚାର ସହ-ନିର୍ମାଣ ଉପରେ ପର୍ଯ୍ୟବେଶିତ | ନବାଚାର, ସମସ୍ତଙ୍କ ଉପରେ ପ୍ରଭାବ ପକାଉଥିବା ସାମାଜିକ ସମସ୍ଯା ଗୁଡିକର ମୁକାବିଲା କରିବାଲାଗି ଆନ୍ତର୍ଜାତୀୟ ଜ୍ଞାନ ଓ ବିଶେଷଜ୍ଞତାର ଏକତ୍ରିକରଣ କରିଥାଏ |

ସାମାଜିକ- ସାଂସ୍କୃତିକ ସ୍ତରରେ ନେଦରଲେଣ୍ଡସରେ ପାଖାପାଖି 235,000 ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି ଯାହାକି ବ୍ରିଟେନ ପରେ ୟୁରୋପ ରେ ସର୍ବାଧିକ | 15 ଅକ୍ଟୋବର ରେ ରାଜକୀୟ ଦମ୍ପତ୍ତି ଐତିହାସିକ ସଫଦରଜଙ୍ଗ ଟମ୍ବ ପରିସରରେ ନେଦରଲ୍ୟାଣ୍ଡସ ରେ ଅଧ୍ୟୟନ କରିଥିବା 50 ଜଣ ଭାରତୀୟ ଛାତ୍ରଙ୍କ ସହ ବାର୍ତ୍ତାଳାପ କରିଥିଲେ| ୟୁରୋପ ର ପ୍ରବେଶ ଦ୍ଵାର ହଲାଣ୍ଡ, ସୁଲଭ ମୂଲ୍ଯରେ ଇଂରାଜୀ ମାଧ୍ୟମ ଉଚ୍ଚ ଶିକ୍ଷା ପ୍ରଦାନ ଲାଗି ଅଧିକରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରୁଛି |

ମୁମ୍ବାଇରେ ରାଜା ରାଣୀ ଡଚ ସମୁଦାୟ ସହ ସାକ୍ଷାତ ଆଲୋଚନା କରିଥିଲେ ଓ ‘ଇଣ୍ଡୋ-ଡଚ କନେକ୍ସନ ଇନ ଦ ଏଜ ଅଫ ରେମବ୍ରାଣ୍ଡଟ’ ଶୀର୍ଷକ ମିଳିତ ଐତିହ୍ୟର 400 ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏକ ପ୍ରଦର୍ଶନୀ ଉଦଘାଟନ କରିଥିଲେ | କେରଳରେ ମଟ୍ଟଞ୍ଚେରୀ ସ୍ଥିତ ଡଚ ପ୍ୟାଲେସ ପରିଦର୍ଶନ ସହ ରାଜକୀୟ ଦମ୍ପତ୍ତି ଙ୍କ ଭାରତ ଗସ୍ତ ଶେଷ ହୋଇଥିଲା | ରାଜକୀୟ ଦମ୍ପତ୍ତିଙ୍କ ଏହି ଗସ୍ତ ଭାରତ- ନେଦରଲ୍ୟାଣ୍ଡସ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ଆହୁରି ମଜବୁତ କରିବ |

ମୁଲାଲେଖା : ପ୍ରଫେସର ଉମମୁ ସଲମା ବାଭା, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...